ଉପକୂଳ ଓଡିଶା

କଳାକାର ଭତ୍ତାରୁ ବଞ୍ଚତ୍ତ ରାଜ୍ୟ ପୁରସ୍କାରପ୍ରାପ୍ତ ତବଲା ପ୍ରଶିକ୍ଷକ

କଳାକାର ଭତ୍ତାରୁ ବଞ୍ଚତ୍ତ ରାଜ୍ୟ ପୁରସ୍କାରପ୍ରାପ୍ତ ତବଲା ପ୍ରଶିକ୍ଷକ

ଆଳି,୭।୧(ଡି.ଏନ.ଏ.)- ରାଜ୍ୟ ସରକାର ସୀକୃତିପ୍ରାପ୍ତ କଳାକାରମାନଙ୍କୁ  କଳାକାର ଭତ୍ତା ଦେବା ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏଥିରୁ ବଞ୍ଚତ୍ତ ହୋଇଛନ୍ତି ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମପଞ୍ଚାୟତର ଶଶୀକାନ୍ତ ଜେନା ା ଶଶୀକାନ୍ତ ହେଉଛନ୍ତି ସରକାରୀ ସ୍ବୀକୃତିପ୍ରାପ୍ତ ତବଲା ପ୍ରଶିକ୍ଷକ। ବୟସ ଏବେ ୮୦ ଡେଇଁଲାଣି। ସେ ଏବେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଘରେ ପଡିଛନ୍ତି ା ମାତ୍ର ୧୨ବର୍ଷ ବୟସରୁ ସେ ବାଜା, ଢୋଲ, ତବଲା, ବଂଶୀ ଆଦି ବାଦ୍ୟ ବଜାଇବାରେ ନିପୂଣ ଥିଲେ। ପରେ ସେ କେନ୍ଦ୍ରାପଡା ଜଲାର ବିଭିନ୍ନ ସ୍ଥାନକୁ ଯାଇ ତବଲା ପ୍ରଶିକ୍ଷଣ ଦେଇଥିଲେ ା ଏହି କାର୍ଯ୍ୟ କରି ସେ ନିଜର ପରିବାର ପ୍ରତିପୋଷଣ କରୁଥିଲେ ା ଏହି କାର୍ଯ୍ୟ ମଧ୍ୟରେ ସେ ପୁଅଝିଅଙ୍କ ବିବାହ କାର୍ଯ୍ୟ ସାରିଦେଇଥିଲେ ା ପୁଅ ବିବାହ କରିବା ପରେ ତାଙ୍କ ପରିବାର ହସଖୁସିରେ ପୂରିଉଠୁଥିଲା। ପୁଅବୋହୂ ଓ ନାତୁଣିକୁ ନେଇ ଶଶୀକାନ୍ତ ଦିନ କାଟି ଦେଉଥିଲେ ା ପୁଅ ମଙ୍ଗୁଳି କଲିକତାର ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ ା ମଙ୍ଗୁଳିର ଟିବି ରୋଗ ଥିବାରୁ ସେ ବହୁ କଷ୍ଟରେ ରହୁଥିଲେ ା ହଠାତ୍‌ ଏହି ପରିବାର ଉପରେ ଦୁଃଖର କଳାବାଦଲ ଘୋଟିଗଲାା ୨୦୧୦ ମସିହାରେ ଶଶୀକାନ୍ତଙ୍କ ୩୨ ବର୍ଷର ପୁଅ ମଙ୍ଗୁଳିର ମୃତ୍ୟୁ ଘଟିଲାା ପୁଅକୁ ହରାଇବା ପରେ ମା’ ବାପା ଦୁଇଜଣ ଅସହାୟ ହୋଇପଡିଲେ। ଏପରି ସମୟରେ ୨୦୦୯ ମସିହାରେ ଶଶୀକାନ୍ତଙ୍କୁ ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ତବଲା ବାଦକ କ୍ଷେତ୍ରରେ ‘ରାଜ୍ୟ ସମ୍ବର୍ଦ୍ଧନା’ ଭୁବନେଶ୍ୱର ଜୟଦେବ ଭବନଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏକନିଷ୍ଠ ସାଧନା ନିମନ୍ତେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଆଉ ଶୁଣିବାକୁ ମୁଳୁନି ତାଙ୍କ ହାତରେ ଥିବା ଯାଦୁକରୀ ବାଦ୍ୟର ଶବ୍ଦ ା କାରଣ ସେ ଦୀର୍ଘ ଦିନ ହେବ ପକ୍ଷାଘାତ ରୋଗରେ ପିଡୀତ ହୋଇ ଘରେ ପଡିରହିଛନ୍ତି ା ତାଙ୍କର ଚଳିବାରେ ଏବେ ସହାୟ ହେଇଛି କେବଳ ସ୍ବାମୀ ସ୍ତ୍ରୀଙ୍କ ବାର୍ଦ୍ଧକ୍ୟ ଭତ୍ତା ବାବଦରେ ମିଳୁଥିବା ୮ଶହ ଟଙ୍କା ଓ ରାଶନ କାର୍ଡରେ ମିଳୁଥିବା ୧୦ କେଜି ଚାଉଳ ା ରାଜ୍ୟ ସରକାର କଳାକାରମାନଙ୍କ ପାଇଁ ପ୍ରଣୟନ କରିଥିବା ଯୋଜନା ସମ୍ପର୍କରେ ସେ କିଛି ଜାଣିନାହାନ୍ତି ବୋଲି କହିଥିଲେ ା ଏ ସମ୍ପର୍କରେ ଆଳି ବିଡିଓ ଜୟନ୍ତ କୁମାର ପୃଷ୍ଟିଙ୍କୁ ପଚାରିବାରୁ ସେ କହିଥିଲେ, ଆଳି ବ୍ଲକରେ ଆଜି ମଧ୍ୟ ଅନେକ କଳାକାର ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି ା ପ୍ରଥମ ପର୍ଯ୍ୟାୟରେ ଅଳ୍ପକିଛି କଳାକାରଙ୍କୁ ଭତ୍ତା ପ୍ରଦାନ କରାଯାଇଛି ା ସେ ଆବେଦନ କଲେ ତାଙ୍କୁ ଖୁବଶୀଘ୍ର ଭତ୍ତା ପ୍ରଦାନ ବ୍ୟବସ୍ଥା କରାଯିବ।

All Right Reserved By

ଉପକୂଳ ଓଡିଶା

  ଜଙ୍ଗଲରୁ  ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ନୟାଗଡ଼ ଅଫିସ,୨୧।୪: ନୟାଗଡ଼ ବ୍ଲକ ପାଣିପୋଇଲା ସାନହାମରା ଜଙ୍ଗଲରୁ ରବିବାର  ଏକ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।

   ଆଡ଼ଚେରରେ ରାଜନୈତିକ ହିଂସା, ୩ ଗୁରୁତର

ଆଡ଼ଚେରରେ ରାଜନୈତିକ ହିଂସା, ୩ ଗୁରୁତର

ନୟାଗଡ଼ ଅଫିସ,୨୧।୪: ନୟାଗଡ଼ ବ୍ଲକ କାଳିକାପ୍ରସାଦ ପଞ୍ଚାୟତ  ଆଡ଼ଚେର ଗ୍ରାମରେ ଶନିବାର ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି।

ଗାର୍ଡଓ୍ବାଲ୍‌ରେ ପିଟିହେଲା ଟ୍ରକ

ଗାର୍ଡଓ୍ବାଲ୍‌ରେ ପିଟିହେଲା ଟ୍ରକ

ନିରାକାରପୁର,୨୧ା୪(ଡି.ଏନ୍‌.ଏ.) : ଖୋର୍ଦ୍ଧା ଜିଲା ରାମେଶ୍ୱର ଛକ ନିକଟସ୍ଥ ୧୬ ନଂ ଜାତୀୟ ରାଜପଥରେ ଥିବା ମଲାଶୁଣୀ ନଦୀ ଗାର୍ଡଓ୍ବାଲ୍‌ରେ ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ଏକ କବାଡ଼ିଆ ବୋଝେଇ ଟ୍ରକ ଓଆର ୧୫ କେ ୩୬୮୩ ରବିବାର ସକାଳେ ପିଟି ହୋଇଯାଇଛି।

ନୟାଗଡ଼ ନିର୍ବାଚନମଣ୍ଡଳୀ: ଏପ୍ରିଲ ୨୩ରେ ମତଦାନ, ବନ୍ଦ ଚିନିକଳ ଖୋଲିବା ସବୁ ଦଳଙ୍କ ପ୍ରମୁଖ ପ୍ରସଙ୍ଗ

ନୟାଗଡ଼ ନିର୍ବାଚନମଣ୍ଡଳୀ: ଏପ୍ରିଲ ୨୩ରେ ମତଦାନ, ବନ୍ଦ ଚିନିକଳ ଖୋଲିବା ସବୁ ଦଳଙ୍କ ପ୍ରମୁଖ ପ୍ରସଙ୍ଗ

ନୟାଗଡ଼ ଅଫିସ,୨୧।୪: ଏପ୍ରିଲ ୨୩ରେ ଜିଲାର ନୟାଗଡ଼ ନିର୍ବାଚନମଣ୍ଡଳୀରେ ମତଦାନ ହେବ। ଏଠାରେ କେଉଁ ପ୍ରାର୍ଥୀ ଜିତିବେ ତାହାକୁ ନେଇ ଚା ଖଟିଠୁ ଆରମ୍ଭ କରି ପାନ ଦେକାନ ଯାଏ ସବୁଠି ଚର୍ଚ୍ଚା ଚାଲିଛି।

ଯାଜପୁର ଲୋକ ସଭା ଆସନ: ପ୍ରାର୍ଥୀଙ୍କ ଦକ୍ଷତା ମାପୁଛନ୍ତି ଭୋଟର;  ପ୍ରାର୍ଥୀଙ୍କୁ ନିଦ ନାହିଁ କି ଖରାକୁ ଖାତିର ନାହିଁ

ଯାଜପୁର ଲୋକ ସଭା ଆସନ: ପ୍ରାର୍ଥୀଙ୍କ ଦକ୍ଷତା ମାପୁଛନ୍ତି ଭୋଟର; ପ୍ରାର୍ଥୀଙ୍କୁ ନିଦ ନାହିଁ କି ଖରାକୁ ଖାତିର ନାହିଁ

ଯାଜପୁର ଅଫିସ,୨୧। ୪: ଯାଜପୁର ଜିଲାରେ ୪ ପର୍ଯ୍ୟାୟରେ ନିର୍ବାଚନ ହେବ। ନିର୍ବାଚନ ପ୍ରଚାରକୁ ଆଉ ମାତ୍ର ଏକ ସପ୍ତାହ ରହିଲା। ସେଥିପାଇଁ ନେତାମାନେ ଏବେଠାରୁ ପୂରା ଦମରେ ପ୍ରଚାରରେ ଲାଗି ପଡିଛନ୍ତି। ମର୍ଯ୍ୟାଦାଜନକ ଯାଜପୁର ଲୋକ ସଭା ଆସନରେ ଏବେ ନିର୍ବାଚନୀ ପରିବେଶ ବେଶ୍‌ ସରଗରମ ହୋଇଛି।

ବାର୍‌ହା ଆକ୍ରମଣରେ ମହିଳା ଗୁରୁତର

ବାର୍‌ହା ଆକ୍ରମଣରେ ମହିଳା ଗୁରୁତର

ନୟାଗଡ଼ ଅଫିସ,୨୧ା୪: ଓଡ଼ଗାଁ ଥାନା ପେଟେଇଚଣ୍ଡୀ ମନ୍ଦିର ପଛପଟେ ଥିବା କାଜୁ ଜଙ୍ଗଲରେ ଶନିବାର ବାର୍‌ହା ଆକ୍ରମଣ ଜଣେ ମହିଳା ଗୁରୁତର ହୋଇଛନ୍ତି। 

ଜଳ ଯୋଗାଣ ପାଇପ ଲିକ୍‌, ନଷ୍ଟ ହେଉଛି ପାଣି

ଜଳ ଯୋଗାଣ ପାଇପ ଲିକ୍‌, ନଷ୍ଟ ହେଉଛି ପାଣି

ଖଣ୍ଡପଡା,୨୧ା(ସ୍ବ.ପ୍ର.) ନୟାଗଡ ସହରବାସୀଙ୍କୁ ପାନୀୟ ଜଳ ସମସ୍ୟା ଅତିଷ୍ଠ କରୁଛି। ଜଳଯୋଗାଣର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ଆରମ୍ଭରୁ ସମସ୍ୟା ସୃଷ୍ଟି କରୁଛି। 

ଭୋଟରଙ୍କୁ ମନେଇବା ପାଇଁ ପ୍ରାର୍ଥୀଙ୍କ ଆପ୍ରାଣ ଉଦ୍ୟମ

ଭୋଟରଙ୍କୁ ମନେଇବା ପାଇଁ ପ୍ରାର୍ଥୀଙ୍କ ଆପ୍ରାଣ ଉଦ୍ୟମ

ଖଣ୍ଡପଡା,୨୧ା୪(ସ୍ବ.ପ୍ର.) ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ବିଧାନସଭା ଆସନ ପାଇଁ ୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେଡିରୁ ରାଜ୍ୟ ସଭା ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ଭାଜପାରୁ ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ ପ୍ରାର୍ଥୀ ହୋଇଛନ୍ତି। 

ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାର କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା: ରାତିରେ ଗଛରେ ବାନ୍ଧି ଡରାଇଲେ, ଅଚେତ ଅବସ୍ଥାରେ ଉଦ୍ଧାର

ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାର କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା: ରାତିରେ ଗଛରେ ବାନ୍ଧି ଡରାଇଲେ, ଅଚେତ ଅବସ୍ଥାରେ ଉଦ୍ଧାର

ନୟାଗଡ଼ ଅଫିସ,୨୦ା୪- ନିର୍ବାଜନରେ ରାଜ୍ୟ  ସରକାରଙ୍କ ବିରୋଧରେ ପ୍ରଚାର କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି।  ରାତିିସାରା ଗଛରେ ବାନ୍ଧି ଏଥିରୁ ନିବୃତ୍ତ ରହିବା ସହିତ ଏଭଳି କଲେ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଇଛି। ଉକ୍ତ ଘଟଣା ଘଟିଛି ନୟାଗଡ଼ ଜିଲା ଶରଣକୁଳ ଥାନା କରଡ଼ା ଗ୍ରାମର ରୁଷିଆ ପ୍ରଧାନଙ୍କ କ୍ଷେତ୍ରରେ।

ଟାୟାର ଫାଟିବାରୁ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା କାର: ୧ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ଟାୟାର ଫାଟିବାରୁ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା କାର: ୧ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

କଳିଙ୍ଗନଗର, ୨୦।୪(ଡି.ଏନ୍‌.ଏ.): ଯାଜପୁର ଜିଲା ରାଇରଙ୍ଗପୁରରୁ ଶନିବାର ସକାଳେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ମା’ ତାରିଣୀ ନାମକ ଯାତ୍ରୀବାହୀ ବସ୍‌ ଅନ୍ଧାରୀ ନିକଟରେ ଏକ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। 

ବିଦ୍ୟୁତ୍‌ ଖୁଣ୍ଟରୁ ପଡ଼ି ଶ୍ରମିକଙ୍କ ଗଲା ଜୀବନ: ସେସୁ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ

ବିଦ୍ୟୁତ୍‌ ଖୁଣ୍ଟରୁ ପଡ଼ି ଶ୍ରମିକଙ୍କ ଗଲା ଜୀବନ: ସେସୁ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ

ନିରାକାରପୁର,୨୦ା୪(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ବିଦ୍ୟୁତ୍‌ ବିଭାଗ ଅଧୀନ ଲେଣ୍ଡୋ ପଞ୍ଚାୟତ ଭଗବତୀପଡ଼ାଠାରେ ଖୁଣ୍ଟରେ କାମ କରୁଥିବାବେଳେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri