ଉପକୂଳ ଓଡିଶା

ପର୍ଯ୍ୟଟନ ବିଭାଗ ଦୃଷ୍ଟି ଆଢ଼ୁଆଳରେ ଢ଼ୁ ଢ଼ୁଆ ଜଳପ୍ରପାତ

ପର୍ଯ୍ୟଟନ ବିଭାଗ ଦୃଷ୍ଟି ଆଢ଼ୁଆଳରେ ଢ଼ୁ ଢ଼ୁଆ ଜଳପ୍ରପାତ

ବାଲୁଗଁା,୭ା୧(ଡ଼ି.ଏନ.ଏ.)- ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ୍‌ ନୀଳାଦ୍ରିପ୍ରସାଦ ପଞ୍ଚାୟତର ବରବରା ଜଙ୍ଗଲ ମଧ୍ୟରେ ଅବସ୍ଥିତ ଢ଼ୁ ଢ଼ୁଆ ଜଳପ୍ରପାତ ଏବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଲାଗିଛି। ବଣଭୋଜି ନିମନ୍ତେ ସ୍ଥାନଟି ଅନୁକୂଳ ଥିବାବେଳେ ଜଳପ୍ରପାତରେ ସ୍ନାନ ନିଆରା ଅନୁଭୂତି ଦିଏ। ଘଞ୍ଚ ଜଙ୍ଗଲ ମଧ୍ୟରେ କେଉଁ ଅନାଦି କାଳରୁ ଅବସ୍ଥିତ ଏହି ଜଳ ପ୍ରପାତ ଲୋକଲୋଚନକୁ ଆସିପାରିନଥିଲା। ତେବେ କିଛିବର୍ଷ ପୂର୍ବେ ଅଞ୍ଚଳବାସୀଙ୍କଠାରୁ ଖବର ପାଇ ଏହି ପିକ୍‌ନିକ୍‌ ସ୍ପଟ୍‌କୁ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି ା ହେଲେ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିବେଷ୍ଟିତ ଜଳପ୍ରପାତଟି ପର୍ଯ୍ୟଟନ ବିଭାଗ ଦୃଷ୍ଟି ଆଢୁଆଳରେ ରହିଯାଇଛି।  

 ବାଣପୁରଠାରୁ ସାନ ଶିରେଇପୁର ରାସ୍ତା ଦେଇ ନୀଳାଦ୍ରିପ୍ରସାଦ ଗ୍ରାମ ପ୍ରାୟ ୨୦କିଲୋମିଟର ହେବ। ସେଠାରୁ ମା’ ବିରଜାଈ ମନ୍ଦିର ରାସ୍ତାରେ ମାତ୍ର ୨କିଲୋମିଟର ଅତିକ୍ରମ କଲେ ପଡ଼ିବ ବ୍ରହ୍ମପଦା ପ୍ରାଥମିକ ବିଦ୍ୟାଳୟ ା ଉକ୍ତ ବିଦ୍ୟାଳୟ ପାର୍ଶ୍ୱ ଦେଇ ମାଟି ରାସ୍ତାରେ ପ୍ରାୟ ୧କିଲୋମିଟର ଆଗକୁ ଗଲେ ପଡ଼ିବ ଡ଼ିମିରି ସାହି। ଏହି ସାହିରେ ମାତ୍ର ୬ଗୋଟି ଘର ରହିଛି ା ସାହି ପାର୍ଶ୍ୱ ଦେଇ ପାଦଚଲା ରାସ୍ତାର ମାତ୍ର ୫୦ମିଟର ଦୂରତାରେ ପ୍ରବାହିତ ହେଉଛି ଢ଼ୁ ଢ଼ୁଆ ଜଳପ୍ରପାତ ା ପର୍ଯ୍ୟଟକ ଏଠାକୁ ଆସିଲେ ଏକ ସଂଗେ ଜଳପ୍ରପାତର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ନିକଟରେ ପ୍ରସିଦ୍ଧ ମା’ ବିରଜାଈ ଠାକୁରାଣୀ, ମା’ ତାରିଣୀ ପୀଠ ଓ ବାଣପୁର ମା’ ଭଗବତୀଙ୍କ ପୀଠ ଦର୍ଶନ କରିପାରିବେ ା ପ୍ରଶାସନ ଏଠାକୁ ଗମନାଗମନ ସୁବିଧା ସହ ଅନ୍ୟାନ୍ୟ ବ୍ୟବସ୍ଥା କଲେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ। ଏହି ପରିପ୍ରେକ୍ଷୀରେ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ା

All Right Reserved By

ଉପକୂଳ ଓଡିଶା

ଖଣ୍ଡପଡ଼ାରେ ଭୋଟରମାନଙ୍କ ମଧ୍ୟରେ ଆଗ୍ରହ ନାହିଁ: କଂଗ୍ରେସ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ଖଣ୍ଡପଡ଼ାରେ ଭୋଟରମାନଙ୍କ ମଧ୍ୟରେ ଆଗ୍ରହ ନାହିଁ: କଂଗ୍ରେସ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ଖଣ୍ଡପଡ଼ା,୧୯ା୪(ସ୍ବ.ପ୍ର.)-ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବିଭିନ୍ନ ଦଳୀୟ ପ୍ରାର୍ଥୀ ଚୟନକୁ ନେଇ ସାଧାରଣ ଭୋଟରମାନଙ୍କ ମଧ୍ୟରେ ଆଗ୍ରହ ନ ଥିବା ପରିଲକ୍ଷିତ ହୋଇଛି| 

ପୋଲିସ ଗାଡ଼ି, ବାଇକ୍‌ ଦୁର୍ଘଟଣା: ୧୯ ଘଣ୍ଟାଧରି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ପୋଲିସ ଗାଡ଼ି, ବାଇକ୍‌ ଦୁର୍ଘଟଣା: ୧୯ ଘଣ୍ଟାଧରି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ରଣପୁର,୧୯ା୪(ସ୍ବ.ପ୍ର.)-ନୟାଗଡ଼ ଜିଲା ଚାନ୍ଦପୁର ଥାନା କେରେଣ୍ଡାଟାଙ୍ଗୀ ପଞ୍ଚାୟତସ୍ଥ ରାଇପଡା ଛକରେ ବୁଧବାର ସନ୍ଧ୍ୟାରେ ଏକ ପୋଲିସ ବୋଲେରୋ ଗାଡି ଧକ୍କାରେ ସେହି ଗ୍ରାମର ବାଇକ୍‌ ଆରୋହୀ ସୁନୀଲ ଚମ୍ପତ୍ତି (୨୨) ଗୁରୁତର ହୋଇଥିଲେ। 

ଫାଣ୍ଡି ସମ୍ମୁଖରେ କଙ୍ଗାରୁ କୋର୍ଟ : ଦୁର୍ବୃତ୍ତଙ୍କୁ ୩ ଲକ୍ଷ ଟଙ୍କା ଜରିମାନା

ଫାଣ୍ଡି ସମ୍ମୁଖରେ କଙ୍ଗାରୁ କୋର୍ଟ : ଦୁର୍ବୃତ୍ତଙ୍କୁ ୩ ଲକ୍ଷ ଟଙ୍କା ଜରିମାନା

ନୟାଗଡ଼ ଅଫିସ,୧୮।୪- ନୟାଗଡ଼ ଜିଲା ସଦର ଥାନା ଅନ୍ତର୍ଗତ ମାଳିସାହି ଫାଣ୍ଡି ସମ୍ମୁଖରେ ଗୁରୁବାର କଙ୍ଗାରୁ କୋର୍ଟ ବସିଥିବା ଜଣାପଡିଛି। କଙ୍ଗାରୁ କୋର୍ଟ ମାଧ୍ୟମରେ ୪ ଜଣ ବ୍ୟକ୍ତିଙ୍କୁ ୩ ଲକ୍ଷ ୪୦ ହଜାର ଟଙ୍କା ଜରିମାନା କରାଯାଇଛି, ଯାହା ପୋଲିସର ପାରିଲାପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।  

ଜନ୍ମନେଲେ ଲକ୍ଷାଧିକ ଅଲିଭ୍‌ ରିଡ୍‌ଲେ ଶାବକ

ଜନ୍ମନେଲେ ଲକ୍ଷାଧିକ ଅଲିଭ୍‌ ରିଡ୍‌ଲେ ଶାବକ

ରାଜନଗର,୧୮ା୪(ଡି.ଏନ.ଏ):: କଇଁଛଙ୍କ ଏନ୍ତୁଡ଼ିଶାଳ ଗହୀରମଥା ଏବେ ଚଳଚଞ୍ଚଳ ହୋଇଉଠିଛି। ଗତମାସରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ କଇଁଛ ବାବୁବାଲି ଦ୍ୱୀପରେ ସମୂହ ଅଣ୍ଡାଦାନ କରିଥିଲେ।

ନୟାଗଡ଼ରେ ଭୋଟ ବର୍ଜନ

ନୟାଗଡ଼ରେ ଭୋଟ ବର୍ଜନ

ନୟାଗଡ଼ ଅଫିସ,୧୮।୪: ନୟାଗଡ ଜିଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ ବ୍ଲକ ଡ଼ିପାମାଳ ମୌଜାର ନଟି ଗଁ।ର ଲୋକମାନେ ଭୋଟ ବର୍ଜନ କରିଛନ୍ତି। 

ଦଶପଲ୍ଲାରେ  ୨୩୪ଟି ବୁଥ୍‌ରେ ଚାଲିଛି ମତଦାନ

ଦଶପଲ୍ଲାରେ ୨୩୪ଟି ବୁଥ୍‌ରେ ଚାଲିଛି ମତଦାନ

ଦଶପଲ୍ଲା,୧୮।୪(ଡି.ଏନ.ଏ): ନୟାଗଡ଼ ଦଶପଲ୍ଲା ନିର୍ବାଚନମଣ୍ଡଳୀର ବିଭିନ୍ନ ବୁଥ୍‌ରେ ସକାଳୁ ଭୋଟରମାନେ ଲମ୍ବାଧାଡ଼ିରେ ଠିଆ ହୋଇ ନିଜର ମତ ସାବ୍ୟସ୍ତ କରିଛନ୍ତି।

ତାତି ଯାଉଛି ମହାନଦୀ ଜଳ, ଡହଳବିକଳ ଜଳଚର

ତାତି ଯାଉଛି ମହାନଦୀ ଜଳ, ଡହଳବିକଳ ଜଳଚର

ଖଣ୍ଡପଡ଼ା,୧୮ା୪(ସ୍ବ.ପ୍ର.)-ସମ୍ପ୍ରତି ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିିଛି। ଏଥିଯୋଗୁ ମହାନଦୀର ଜଳ ତାତିଯାଉଛି । 

ଓଡ଼ଗାଁ ଶ୍ରୀରାମନବମୀ ଯାତ୍ରାର ପଞ୍ଚମ ସନ୍ଧ୍ୟା : ଶ୍ରୀରାମଙ୍କ ଶିବଧନୁ ଭଗ୍ନ, ସୀତା ବିବାହ

ଓଡ଼ଗାଁ ଶ୍ରୀରାମନବମୀ ଯାତ୍ରାର ପଞ୍ଚମ ସନ୍ଧ୍ୟା : ଶ୍ରୀରାମଙ୍କ ଶିବଧନୁ ଭଗ୍ନ, ସୀତା ବିବାହ

ଓଡ଼ଗାଁ,୧୮ା୪(ସ୍ବ.ପ୍ର.): ଓଡ଼ଗାଁରେ ବିଜେ ପ୍ରଭୁ ଶ୍ରୀରଘୁନାଥଜୀଉଙ୍କ ନବ ଦିନ ବ୍ୟାପୀ ଶ୍ରୀରାମନବମୀ ଯାତ୍ରା ଅନୁଷ୍ଠିତ ହେଉଛି। ଉତ୍ସବର ପଞ୍ଚମ ସନ୍ଧ୍ୟା ଅବସରରେ ଚୈତ୍ର ଶୁକ୍ଳ ଅନଙ୍ଗ ତ୍ରୟୋଦଶୀ ତିଥି, ବୁଧବାର ପ୍ରଭୁ ଶ୍ରୀରାମଙ୍କ ଶିବଧନୁ ଭଗ୍ନ, ଜନକନନ୍ଦିନୀ ସୀତାଙ୍କ ସହିତ ବିବାହ ଉତ୍ସବ ସମ୍ପନ୍ନ ହୋଇଛି ।

କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ  ମଣ୍ଡଳୀରେ ଜମୁଛି ପ୍ରଚାର

କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ ମଣ୍ଡଳୀରେ ଜମୁଛି ପ୍ରଚାର

କେନ୍ଦ୍ରାପଡ଼ା ଅଫିସ୍‌, ୧୭।୪: ଆସନ୍ତା ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଗତ ୧୬ ତାରିଖରୁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। 

ବରାଦୋ ପଞ୍ଚାୟତରେ ବିଜେଡି କର୍ମୀ ସମାବେଶ: ଭୋଟ ଲାଗି ନିବେଦନ

ବରାଦୋ ପଞ୍ଚାୟତରେ ବିଜେଡି କର୍ମୀ ସମାବେଶ: ଭୋଟ ଲାଗି ନିବେଦନ

ନିଶ୍ଚିନ୍ତକୋଇଲି,୧୭।୪(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନ ବରାଦୋ ପଞ୍ଚାୟତରେ ବିଜେଡି କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। 

ଓଡ଼ଗାଁ ରାମ ନବମୀ ଯାତ୍ରାର ଚତୁର୍ଥ ସନ୍ଧ୍ୟା: ଧନୁଭଗ୍ନ ପାଇଁ ଶ୍ରୀରାମଙ୍କ ଗଙ୍ଗା ପାର

ଓଡ଼ଗାଁ ରାମ ନବମୀ ଯାତ୍ରାର ଚତୁର୍ଥ ସନ୍ଧ୍ୟା: ଧନୁଭଗ୍ନ ପାଇଁ ଶ୍ରୀରାମଙ୍କ ଗଙ୍ଗା ପାର

ଓଡ଼ଗାଁ,୧୭ା୩(ସ୍ବ.ପ୍ର.)-ନୟାଗଡ ଜିଲା ଓଡ଼ଗାଁ ଶ୍ରୀରଘୁନାଥଜୀଉଙ୍କ ପୀଠରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର ମଙ୍ଗଳବାର ହେଉଛି ଚତୁର୍ଥ ସନ୍ଧ୍ୟା|

ଧରାପଡିଲା ଆନ୍ତଃରାଜ୍ୟ ଚୋର ରାଜୁ: ୧୬ ବାଇକ, ୨୨ ମୋବାଇଲ, ଲାପଟପ ଉଦ୍ଧାର

ଧରାପଡିଲା ଆନ୍ତଃରାଜ୍ୟ ଚୋର ରାଜୁ: ୧୬ ବାଇକ, ୨୨ ମୋବାଇଲ, ଲାପଟପ ଉଦ୍ଧାର

କେନ୍ଦ୍ରାପଡା ଅଫିସ, ୧୬ା୪- ଆନ୍ତଃରାଜ୍ୟ ଚୋରି ସହ ସମ୍ପୃକ୍ତି ଥିବା ଅଭିଯୋଗରେ କେନ୍ଦ୍ରାପଡା ସଦର ଥାନା ପୋଲିସ ମଙ୍ଗଳବାର  ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଏହି ଥାନା ଅନ୍ତର୍ଗତ ବଡବାରଙ୍ଗ ଗ୍ରାମର  ରାଜକିଶୋର ମଲ୍ଲିକ ଓରଫ ରାଜୁ। ତାଙ୍କ ନିକଟରୁ ୧୬ ବାଇକ, ୨୨ ମୋବାଇଲ ଓ  ଗୋଟିଏ ଲାପଟପ୍‌  ଉଦ୍ଧାର କରାଯାଇଛି।


Model This Week

କ୍ରିଷ୍ଣା
Why Dharitri