ଉପକୂଳ ଓଡିଶା

ଭାଜପା କାର୍ଯ୍ୟକ୍ରମରେ ଯୋଗଦେବା ମହଙ୍ଗା ପଡିଲା: ଦଳିତଙ୍କ ଘର ପୋଡ଼ିଦେଲେ

ଭାଜପା କାର୍ଯ୍ୟକ୍ରମରେ ଯୋଗଦେବା ମହଙ୍ଗା ପଡିଲା:  ଦଳିତଙ୍କ ଘର ପୋଡ଼ିଦେଲେ

ନୟାଗଡ଼ ଅଫିସ,୭ା୧- ନୟାଗଡ଼ ବ୍ଲକ ଲାଠିପଡ଼ାଠାରେ ରବିବାର ଭାଜପାର ସାଧାରଣ ସଭାରେ ଯୋଗଦେବା ଦଳିମାନଙ୍କ ପାଇଁ ମହଙ୍ଗା ପଡ଼ିଛି। ସେମାନଙ୍କୁ ମାଡ଼ ମରାଯିବା ସହ ଘର ପୋଡିଦିଆଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ବ୍ଲକ ଜେମାଦେଇପୁରପାଟଣା ପଞ୍ଚାୟତ ଲାଉସେଣା ଗ୍ରାମର ଦଳିତ ସାହିରେ।  ସାହିର  ମାଧବ ମଲ୍ଲିକଙ୍କ ଘର ପୋଡ଼ି ଯାଇଥିବାବେଳେ ମଧସୂଦନ ଓ ଭ୍ରମର ମଲ୍ଲିକଙ୍କ ଘର ଭାଙ୍ଗିଯାଇଛି। ସେହିଭଳି ମନୋଜ କୁମାର ମଳ୍ଲିକଙ୍କ ଲାଟ୍ରିନ୍‌ ଘର କବାଟ ମଧ୍ୟ ଭାଙ୍ଗିଦିଆଯାଇଛି। ଆକ୍ରମଣରେ ବୃନ୍ଦାବନ ମଲ୍ଲିକଙ୍କ ସମେତ ୪ଜଣ ଆହତ ହୋଇଛନ୍ତି। ଥାନାରେ ମାଧବଙ୍କ ସ୍ତ୍ରୀ ପ୍ରମିଳା ମଳ୍ଲିକ କରିଥିବା ଅଭିଯୋଗ ଅନୁସାରେ, ତାଙ୍କ ଗ୍ରାମର ସଦାଶିବ ନାୟକ ଲାଉସେଣା ସାହିର ୧୦ରୁ ୧୨ ଜଣ ଲୋକଙ୍କୁ ନେଇ ଟାୱାର କାମ କରନ୍ତି। ନୂଆବର୍ଷ ଲାଗି ରବିବାର ଲାଉସେଣା ଗ୍ରାମର ଲୋକମାନେ ଭୋଜି କରିବାକୁ ପାଣିପୋଇଲା ଯାଇଥିଲେ। ଏହି ସମୟରେ ଜେମାଦେଇପୁରପାଟଣା ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ପୃଷ୍ଟି ମଧ୍ୟ ଅନ୍ୟ ଏକ ଭୋଜିରେ ଯୋଗଦେଇଥିଲେ। ପୂର୍ବରୁ ସଦାଶିବ ନାୟକ  ଓ ବ୍ରହ୍ମା ନାୟକଙ୍କ ମଧ୍ୟରେ ଲାଗିରହିଥିବା ଶତ୍ରୁତାକୁ କେନ୍ଦ୍ର କରି ସେଠାରେ କିଛି ବ୍ୟକ୍ତିଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ମାଡ଼ ଖାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ମାଧବ ମଲ୍ଲିକଙ୍କ ପୁଅ ମନୋଜ ଥିଲେ। ଏହା ପରେ ସେଇଠି କଥା ରହିଥିଲା। ସନ୍ଧ୍ୟା ସମୟରେ ପୂର୍ଣ୍ଣଚନ୍ଦ୍ର ତାଙ୍କ ସାହିକୁ ସମାଧାନ କରିବାକୁ ଆସି ତୁମେ ମହିଳାମାନେ କାହିଁକି ଭାଜପା କାର୍ଯ୍ୟକ୍ରମରେ ଯୋଗଦେଲ ବୋଲି କହି ଗାଳି କରିଥିଲେ। ସାଙ୍ଗରେ ତାଙ୍କ ସାଇ ଏକାଡ଼େମୀର ପିଲାମାନଙ୍କୁ ଆଣି ଘରଦ୍ୱାର ଭଙ୍ଗାରୁଜା କରିଥିଲେ। ବିଳମ୍ବିତ ରାତିରେ ଦଳିତ ଲୋକମାନେ ଏ ନେଇ ଥାନାରେ ଅଭିଯୋଗ କରିବାକୁ ଯିବା ପରେ ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକୁ ନ ରହିବା ପାଇଁ କହିଥିଲେ। ପରେ ରାତ୍ରି ୨ଟାରେ ଏତଲା ଦେବାକୁ ଥାନାରେ ପହଞ୍ଚତ୍ଥିଲେ। ଥାନା ଅଧିକାରୀ ନ ଥିବାରୁ ଜଣେ କର୍ମଚାରୀଙ୍କୁ ଏତଲା ଦେଇ ଆସିଥିଲେ। ସୋମବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଥାନାର କୌଣସି କର୍ମଚାରୀ ଘଟଣାସ୍ଥଳକୁ ଯାଇ ନ ଥିଲେ। ଅପରାହ୍ନରେ ଜିଲା କଂଗ୍ରେସ ସଭାପତି ରଣଜିତ୍‌ ଦାଶ, କାର୍ଯ୍ୟକାରୀ ସଭାପତି ହୁସେନ ଖାଁ, କମଳ ଚରଣ ସାହୁ ଘଟଣାସ୍ଥଳରେ ପହଞ୍ଚତ୍  ଏହି ଘଟଣାକୁ ନିନ୍ଦା କରିଥିଲେ। ମଧ୍ୟାହ୍ନ ୧୨ଟା ୨୦ରେ ସଦର ଥାନା ଅଧିକାରୀ ମନୋରମା ମଲ୍ଲିକ ସାହିକୁ ଯାଇ ତଦନ୍ତ କରିଥିଲେ। ଭାଜପା ନେତା ଲାଲା ମନୋଜ ରାୟ ମଧ୍ୟ ଲାଉସେଣା ଦଳିତ ସାହିରେ ପହଞ୍ଚତ୍ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ଏ ସମ୍ପର୍କରେ ପୂର୍ଣ୍ଣଚନ୍ଦ୍ର ପୃଷ୍ଟିଙ୍କୁ ପଚାରିବାରୁ ସେ ଏଭଳି କୌଣସି କାଣ୍ଡ ଘଟାଇ ନ ଥିବା ପ୍ରକାଶ କରିଥିଲେ। ଏ ନେଇ ଥାନା ଅଧିକାରୀ ମନୋରମା ମଲ୍ଲିକ କହନ୍ତି, ପୂର୍ଣ୍ଣଚନ୍ଦ୍ରଙ୍କୁ ମାଡ଼ ମାରିବା ଅଭିଯୋଗରେ ଦଳିତ ସାହିର ୪ଜଣଙ୍କ ନାମରେ ୩/୧୯ରେ ମାମଲା ରୁଜୁ ହୋଇଛି। ସେହିଭଳି ପ୍ରମିଳାଙ୍କ ଅଭିଯୋଗ ଆଧାରରେ ପୂର୍ଣ୍ଣଚନ୍ଦ୍ରଙ୍କ ସମତେ ୪ ଜଣଙ୍କ ନାମରେ ୪/୧୯ ମାମଲା ରୁଜୁ କରାଯାଇଛି।

All Right Reserved By

ଉପକୂଳ ଓଡିଶା

ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାର କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା: ରାତିରେ ଗଛରେ ବାନ୍ଧି ଡରାଇଲେ, ଅଚେତ ଅବସ୍ଥାରେ ଉଦ୍ଧାର

ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାର କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା: ରାତିରେ ଗଛରେ ବାନ୍ଧି ଡରାଇଲେ, ଅଚେତ ଅବସ୍ଥାରେ ଉଦ୍ଧାର

ନୟାଗଡ଼ ଅଫିସ,୨୦ା୪- ନିର୍ବାଜନରେ ରାଜ୍ୟ  ସରକାରଙ୍କ ବିରୋଧରେ ପ୍ରଚାର କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି।  ରାତିିସାରା ଗଛରେ ବାନ୍ଧି ଏଥିରୁ ନିବୃତ୍ତ ରହିବା ସହିତ ଏଭଳି କଲେ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଇଛି। ଉକ୍ତ ଘଟଣା ଘଟିଛି ନୟାଗଡ଼ ଜିଲା ଶରଣକୁଳ ଥାନା କରଡ଼ା ଗ୍ରାମର ରୁଷିଆ ପ୍ରଧାନଙ୍କ କ୍ଷେତ୍ରରେ।

ଟାୟାର ଫାଟିବାରୁ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା କାର: ୧ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ଟାୟାର ଫାଟିବାରୁ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା କାର: ୧ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

କଳିଙ୍ଗନଗର, ୨୦।୪(ଡି.ଏନ୍‌.ଏ.): ଯାଜପୁର ଜିଲା ରାଇରଙ୍ଗପୁରରୁ ଶନିବାର ସକାଳେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ମା’ ତାରିଣୀ ନାମକ ଯାତ୍ରୀବାହୀ ବସ୍‌ ଅନ୍ଧାରୀ ନିକଟରେ ଏକ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। 

ବିଦ୍ୟୁତ୍‌ ଖୁଣ୍ଟରୁ ପଡ଼ି ଶ୍ରମିକଙ୍କ ଗଲା ଜୀବନ: ସେସୁ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ

ବିଦ୍ୟୁତ୍‌ ଖୁଣ୍ଟରୁ ପଡ଼ି ଶ୍ରମିକଙ୍କ ଗଲା ଜୀବନ: ସେସୁ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ

ନିରାକାରପୁର,୨୦ା୪(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ବିଦ୍ୟୁତ୍‌ ବିଭାଗ ଅଧୀନ ଲେଣ୍ଡୋ ପଞ୍ଚାୟତ ଭଗବତୀପଡ଼ାଠାରେ ଖୁଣ୍ଟରେ କାମ କରୁଥିବାବେଳେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। 

ଯାଜପୁରରୋଡ଼ରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ: ମହିଳାଙ୍କ ସମେତ ୩ ଗିରଫ

ଯାଜପୁରରୋଡ଼ରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ: ମହିଳାଙ୍କ ସମେତ ୩ ଗିରଫ

ଯାଜପୁରରୋଡ଼ ୧୯।୪(ନି.ପ୍ର.): ଯାଜପୁରରୋଡ କେନ୍ଦୁଝର ରେଳଷ୍ଟେଶନ ସାଇ ମନ୍ଦିର ଲେଭଲକ୍ରସିଂ ନିକଟରୁ ଯାଜପୁରରୋଡ଼ ପୋଲିସ ଚଢାଉକରି ଜଣେ ମହିଳାଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। 

ବିଦ୍ୟୁତ୍‌ ଆଘାତରେ ଠିକା କର୍ମଚାରୀ ଗୁରୁତର, ୨ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବିଦ୍ୟୁତ୍‌ ଆଘାତରେ ଠିକା କର୍ମଚାରୀ ଗୁରୁତର, ୨ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ

ନିରାକାରପୁର,୧୯।୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ବିଦ୍ୟୁତ୍‌ ବିଭାଗ ଅଧୀନରେ ଥିବା ଲେଣ୍ଡୋ ପଞ୍ଚାୟତ ଭଗବତୀପଡ଼ାଠାରେ ବିଦ୍ୟୁତ୍‌ ଖୁଣ୍ଟ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଏଗାର କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଠିକା କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି।

ବିଦ୍ୟୁତ୍‌ ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଜଳିଗଲା ୨ ବଖରା

ବିଦ୍ୟୁତ୍‌ ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଜଳିଗଲା ୨ ବଖରା

ଯାଜପୁର ଅଫିସ, ୧୯।୪: ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦର ୩ ନମ୍ବର ୱାର୍ଡରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପରିତୋଷ ମଣ୍ଡଳଙ୍କ ୨ ବଖରା ଭସ୍ମୀଭୂତ ହେଇଯାଇଛି।

ବଳିତରଘାଟ ନିକଟରୁ ମୃତ ବଉଳାକୁମ୍ଭୀର ଉଦ୍ଧାର

ବଳିତରଘାଟ ନିକଟରୁ ମୃତ ବଉଳାକୁମ୍ଭୀର ଉଦ୍ଧାର

ଆଳି,୧୯।୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅନ୍ତର୍ଗତ ବଳିତରଘାଟ ନିକଟରୁ ଶୁକ୍ରବାର ଏକ ମୃତ ବଉଳାକୁମ୍ଭୀର ଉଦ୍ଧାର କରାଯାଇଛି।

ଜିଲାରେ ହେଭିଓ୍ବେଟ୍‌ ନେତାଙ୍କ ପ୍ରଚାର ଆଜି:ରଣପୁରରେ ନବୀନ, ନୟାଗଡ଼ରେ ରାଜନାଥ ସିଂ

ଜିଲାରେ ହେଭିଓ୍ବେଟ୍‌ ନେତାଙ୍କ ପ୍ରଚାର ଆଜି:ରଣପୁରରେ ନବୀନ, ନୟାଗଡ଼ରେ ରାଜନାଥ ସିଂ

ନୟାଗଡ଼ ଅଫିସ,୧୯ା୪:ଜିଲାର ଦଶପଲ୍ଲା ବିଧାନସଭା ଆସନ ପାଇଁ ଗୁରୁବାର ନିର୍ବାଚନ ଶେଷ ହୋଇଛି। ଆସନ୍ତା ୨୩ ତାରିଖରେ ଜିଲାର ଅବଶିଷ୍ଟ ୩ଟି ନିର୍ବାଚନମଣ୍ଡଳୀରେ ମତଦାନ ହେବ।

ଖଣ୍ଡପଡ଼ାରେ ଭୋଟରମାନଙ୍କ ମଧ୍ୟରେ ଆଗ୍ରହ ନାହିଁ: କଂଗ୍ରେସ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ଖଣ୍ଡପଡ଼ାରେ ଭୋଟରମାନଙ୍କ ମଧ୍ୟରେ ଆଗ୍ରହ ନାହିଁ: କଂଗ୍ରେସ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ଖଣ୍ଡପଡ଼ା,୧୯ା୪(ସ୍ବ.ପ୍ର.)-ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବିଭିନ୍ନ ଦଳୀୟ ପ୍ରାର୍ଥୀ ଚୟନକୁ ନେଇ ସାଧାରଣ ଭୋଟରମାନଙ୍କ ମଧ୍ୟରେ ଆଗ୍ରହ ନ ଥିବା ପରିଲକ୍ଷିତ ହୋଇଛି| 

ପୋଲିସ ଗାଡ଼ି, ବାଇକ୍‌ ଦୁର୍ଘଟଣା: ୧୯ ଘଣ୍ଟାଧରି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ପୋଲିସ ଗାଡ଼ି, ବାଇକ୍‌ ଦୁର୍ଘଟଣା: ୧୯ ଘଣ୍ଟାଧରି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ରଣପୁର,୧୯ା୪(ସ୍ବ.ପ୍ର.)-ନୟାଗଡ଼ ଜିଲା ଚାନ୍ଦପୁର ଥାନା କେରେଣ୍ଡାଟାଙ୍ଗୀ ପଞ୍ଚାୟତସ୍ଥ ରାଇପଡା ଛକରେ ବୁଧବାର ସନ୍ଧ୍ୟାରେ ଏକ ପୋଲିସ ବୋଲେରୋ ଗାଡି ଧକ୍କାରେ ସେହି ଗ୍ରାମର ବାଇକ୍‌ ଆରୋହୀ ସୁନୀଲ ଚମ୍ପତ୍ତି (୨୨) ଗୁରୁତର ହୋଇଥିଲେ। 

ଫାଣ୍ଡି ସମ୍ମୁଖରେ କଙ୍ଗାରୁ କୋର୍ଟ : ଦୁର୍ବୃତ୍ତଙ୍କୁ ୩ ଲକ୍ଷ ଟଙ୍କା ଜରିମାନା

ଫାଣ୍ଡି ସମ୍ମୁଖରେ କଙ୍ଗାରୁ କୋର୍ଟ : ଦୁର୍ବୃତ୍ତଙ୍କୁ ୩ ଲକ୍ଷ ଟଙ୍କା ଜରିମାନା

ନୟାଗଡ଼ ଅଫିସ,୧୮।୪- ନୟାଗଡ଼ ଜିଲା ସଦର ଥାନା ଅନ୍ତର୍ଗତ ମାଳିସାହି ଫାଣ୍ଡି ସମ୍ମୁଖରେ ଗୁରୁବାର କଙ୍ଗାରୁ କୋର୍ଟ ବସିଥିବା ଜଣାପଡିଛି। କଙ୍ଗାରୁ କୋର୍ଟ ମାଧ୍ୟମରେ ୪ ଜଣ ବ୍ୟକ୍ତିଙ୍କୁ ୩ ଲକ୍ଷ ୪୦ ହଜାର ଟଙ୍କା ଜରିମାନା କରାଯାଇଛି, ଯାହା ପୋଲିସର ପାରିଲାପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।  


Model This Week

କ୍ରିଷ୍ଣା
Why Dharitri