
ଢାକା,୭।୧- ରଙ୍ଗପୁର ରାଇଡର୍ସ ଓପନର କ୍ରିସ ଗେଲ୍ ଖୁଲନା ଟାଇଟନ୍ସ ବିପକ୍ଷ ବିପିଏଲ (ବାଂଲାଦେଶ ପ୍ରମିୟର ଲିଗ୍) ମ୍ୟାଚ୍ରେ ଖେଳି ପାରି ନାହାନ୍ତି। ତାଙ୍କୁ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ଲାଗି ଏପର୍ଯ୍ୟନ୍ତ ଏନ୍ଓସି ମିଳିନାହିଁ ବୋଲି ବିପିଏଲ କର୍ମକର୍ତ୍ତା କହିଛନ୍ତି। ଗେଲ ଶନିବାର ସକାଳେ ଏଠାରେ ପହଞ୍ଚତ୍ଥିଲେ। ମାତ୍ର ଉଦ୍ଘାଟନୀ ମ୍ୟାଚ୍ରେ ତାଙ୍କୁ ବିଶ୍ରାମ ଦିଆଯାଇଥିବା ରାଇଡର୍ସ ଦଳର ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଥିଲା। ଏଣୁ ସେ ଖୁଲନା ଟାଇଟନ୍ସ ପକ୍ଷରୁ ଖେଳିବେ ବୋଲି ଆଶା କରାଯାଉଥିଲା। ମାତ୍ର ଆପତ୍ତି ନ ଥିବା ପ୍ରମାଣପତ୍ର (ଏନ୍ଓସି) ଏପର୍ଯ୍ୟନ୍ତ ଦାଖଲ କରି ନ ଥିବାରୁ ତାଙ୍କୁ ଟୁର୍ନାମେଣ୍ଟରେ ଖେଳିବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ବିପିଏଲ ଟେକନିକାଲ କମିଟି ଅଧ୍ୟକ୍ଷ ଜଲାଲ ୟୁନୁସ କହିଛନ୍ତି। ଆମକୁ ଇଣ୍ଡିଜ ବୋର୍ଡ ପକ୍ଷରୁ ଏକ ଇ-ମେଲ ମିଳିଛି। ଏଥିରେ ଏନ୍ଓସି ଖୁବ ଶୀଘ୍ର ମିଳିବ ବୋଲି ଉଲ୍ଲେଖ କରାଯାଇଛି। ଡିଫେଣ୍ଡିଂ ଚାମ୍ପିୟନ ରାଇଡର୍ସ ଦଳ ଗେଲଙ୍କୁ ଦଳରେ ବଜାୟ ରଖିଥିଲା।