ଖେଳ |

ଥାଇଲାଣ୍ଡ ଫୁଟ୍‌ବଲ ଦଳର କୋଚ୍‌ ବିଦା

ଥାଇଲାଣ୍ଡ ଫୁଟ୍‌ବଲ ଦଳର କୋଚ୍‌ ବିଦା

ଆବୁଧାବି,୭।୧- ଏଠାରେ ଚାଲିଥିବା ଏଏଫ୍‌ସି (ଏସିଆନ୍‌ ଫୁଟ୍‌ବଲ କନ୍‌ଫେଡେରେଶନ) କପ୍‌ର ଗ୍ରୁପ୍‌ ଏ’ ଲିଗ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ୪-୧ ଗୋଲରେ ଥାଇଲାଣ୍ଡକୁ ପରାସ୍ତ କରିଛି। ଏହି ପରାଜୟ ପରେ ଥାଇଲାଣ୍ଡ ଦଳର କୋଚ୍‌ ମିଲୋଭାନ ରାଜେଭାକଙ୍କୁ ବହିଷ୍କୃତ କରାଯାଇଛି। ଏ ନେଇ ଫୁଟବଲ ଆସୋସିଏଶନ ଅଫ୍‌ ଥାଇଲାଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଟୁର୍ନାମେଣ୍ଟରେ ଦଳୀୟ ପ୍ରଦର୍ଶନ କଦାପି ଗ୍ରହଣୀୟ ନୁହେଁ। ମାତ୍ର ଆମ ଦଳ ଖେଳିବା ଜାରି ରଖିବ। ମାତ୍ର ମୁଖ୍ୟ କୋଚ୍‌ଙ୍କ ସହ ହୋଇଥିବା ଚୁକ୍ତିକୁ ବାତିଲ କରାଯାଇଛି। ଏବେଠାରୁ ସିରିକ ୟୋଦ୍ୟାର୍ଦଥାଇ ଦାୟିତ୍ୱ ସମ୍ଭାଳିବେ। ତାଙ୍କୁ ଚୋକେତାଓ୍ବି ପ୍ରୋମାରାତ ସହାୟତା କରିବେ ବୋଲି ଏଫ୍‌ଏ ଥାଇଲାଣ୍ଡ ସଭାପତି ପଲ ଜେନ ସୋମୟତ ପୁମ୍ପାନମଙ୍ଗ କହିଛନ୍ତି। କେବଳ ଭାରତଠାରୁ ମିଳିଥିବା ପରାଜୟ ନୁହେଁ ଗତ ଏଏଫ୍‌ଏଫ୍‌ କପ୍‌ରେ ୫ ଥର ଚାମ୍ପିୟନ ଥାଇଲାଣ୍ଡ ସେମି ପର୍ଯ୍ୟାୟରେ ପରାସ୍ତ ହୋଇଥିଲା। ଏଥିଯୋଗୁ ଚୁକ୍ତି ସମୟସୀମା ଶେଷ ହେବାର ପ୍ରାୟ ବର୍ଷେ ପୂର୍ବରୁ ସର୍ବିଆ କୋଚ୍‌ଙ୍କୁ ବିଦା କରାଯାଇଛି। ଦୀର୍ଘ ୧୨ ବର୍ଷ ବ୍ୟବଧାନ ପରେ ଥାଇଲାଣ୍ଡ ଦଳ ଏସିଆନ୍‌ କପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ସର୍ବିଆ କୋଚ୍‌ ମିଲୋଭାନଙ୍କ ନେତୃତ୍ୱରେ ଘାନା ଦଳ ୨୦୧୦ ଫିଫା ବିଶ୍ୱକପ୍‌ ସେମିଫାଇନାଲ ନିକଟତର ହୋଇଥିଲା। ଏହାପରେ ତାଙ୍କୁ ଥାଇଲାଣ୍ଡ ଦଳର କୋଚ୍‌ ପଦରେ ନିଯୁକ୍ତ କରାଯାଇଥିଲା। ଗତ ବର୍ଷ ତାଙ୍କ ଚୁକ୍ତିକୁ ଦୁଇ ବର୍ଷ ଲାଗି ବର୍ଦ୍ଧିତ କରାଯାଇଥିଲା।

All Right Reserved By

ଖେଳ |

କୁଲଦୀପଙ୍କ ଆଖିରେର ଲୁହ

କୁଲଦୀପଙ୍କ ଆଖିରେର ଲୁହ

 ଭାରତୀୟ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା କୁଲଦୀବ ଯାଦବଙ୍କୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ମୋଏନ ଅଲି କନ୍ଦାଇ ଦେଇଛନ୍ତି।

କ୍ରିକେଟରୁ ଦୂରେଇଲେ ଇଂଲଣ୍ଡ ଓପନର ହେଲ୍ସ

କ୍ରିକେଟରୁ ଦୂରେଇଲେ ଇଂଲଣ୍ଡ ଓପନର ହେଲ୍ସ

ଲଣ୍ଡନ,୨୦।୪- ବିଶ୍ୱକପ୍‌ ଲାଗି ଘୋଷିତ ସାମ୍ଭବ୍ୟ ଇଂଲଣ୍ଡ ଦଳରେ ସ୍ଥାନ ପାଇଛନ୍ତି ବ୍ୟାଟ୍ସମ୍ୟାନ ଆଲେକ୍ସ ହେଲ୍ସ। ହେଲେ ସେ ବ୍ୟକ୍ତିଗତ

ଆଇପିଏଲରୁ ଓହରିଲେ ବଟଲର

ଆଇପିଏଲରୁ ଓହରିଲେ ବଟଲର

ଜୟପୁର,୨୦।୪- ଜସ ବଟଲରଙ୍କ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଅଭିଯାନ ଶନିବାର ଶେଷ ହୋଇଛି।

କୋହଲିଙ୍କୁ ମଙ୍କଡିଙ୍ଗ୍‌ ଡର

କୋହଲିଙ୍କୁ ମଙ୍କଡିଙ୍ଗ୍‌ ଡର

କୋଲକାତା,୨୦।୪- ରବିଚନ୍ଦ୍ରନ ଅଶ୍ୱିନ ରାଜସ୍ଥାନ ରୟାଲ୍ସ ଦଳର ଓପନର ଜୋସ ବଟଲରଙ୍କୁ ବିବାଦୀୟ ଢଙ୍ଗରେ ଆଉଟ୍‌ କରିବା ପରେ ଆଇପିଏଲରେ ନନ୍‌ ଷ୍ଟ୍ରାଇକ ଏଣ୍ଡରେ ଥିବା ବ୍ୟାଟ୍ସମ୍ୟାନଙ୍କୁ ମଙ୍କଡିଙ୍ଗ୍‌ ଭୟ ଘାରିଛି। 

ହାର୍ଦ୍ଦିକ, ରାହୁଲଙ୍କୁ ଜରିମାନା

ହାର୍ଦ୍ଦିକ, ରାହୁଲଙ୍କୁ ଜରିମାନା

ମୁମ୍ବାଇ,୨୦।୪- ଟିଭି ଶୋ’ କଫି ଓ୍ବିଥ କରନରେ ମହିଳାଙ୍କ ଉପରେ ଆପତ୍ତି ଜନକ ମନ୍ତବ୍ୟ ଦେବା ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କୁ ଦଣ୍ଡିତ କରାଯାଇଛି। 

ରାଜସ୍ଥାନ ରୟାଲ୍ସ ନୂଆ ଅଧିନାୟକ ସ୍ମିଥ

ରାଜସ୍ଥାନ ରୟାଲ୍ସ ନୂଆ ଅଧିନାୟକ ସ୍ମିଥ

ରାଜସ୍ଥାନ,୨୦।୪- ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ଦଳର ଅଧିନାୟକ ପଦରୁ ଅଜିଙ୍କ୍ୟ ରାହାନେଙ୍କୁ ବିଦା କରାଯାଇଛି।

ଗେଲ୍‌ଙ୍କଠାରୁ ଆଗରେ ରସେଲ

ଗେଲ୍‌ଙ୍କଠାରୁ ଆଗରେ ରସେଲ

କୋଲକାତା,୨୦।୪- ଛକା ଲଗାଇବାରେ ୟୁନିଭର୍ସାଲ ବସ ଭାବେ ପରିଚିତ କ୍ରିସ୍‌ ଗେଲ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସେଲ।

କଦାପି ନୋ ବଲ ପକାଇ ନ ଥିବା ବୋଲର

କଦାପି ନୋ ବଲ ପକାଇ ନ ଥିବା ବୋଲର

ଆଧୁନିକ କ୍ରିକେଟରେ ବୋଲରମାନେ ନୋ ବଲ ପକାଇବା ଏକ ସାଧାରଣ କଥା। ହେଲେ ଏମିତି ବହୁ କିମ୍ବଦନ୍ତୀ କ୍ରିକେଟର

ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ଜୋକୋଭିଚ୍‌ଙ୍କ ବିଦାୟ

ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ଜୋକୋଭିଚ୍‌ଙ୍କ ବିଦାୟ

ମଣ୍ଟେ କାର୍ଲୋ, ୨୦।୪- ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ ଏଠାରେ ଚାଲିଥିବା ମଣ୍ଟେ କାର୍ଲୋ ମାଷ୍ଟର୍ସ ପ୍ର୍‌ତିଯୋଗିତାରୁ ବିଦାୟ ନେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଡାନିଲ ମେଡଭେଡେଭ ୬-୩, ୪-୬, ୬-୨ ସେଟ୍‌ରେ ଜୋଭୋଭିଚ୍‌ଙ୍କୁ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ରୁଷିଆର ଡାନିଲଙ୍କୁ ୨ ଘଣ୍ଟା ୨୦ ମିନିଟ୍‌ ସମୟ ଲାଗିଥିଲା। 

ଚର୍ଚ୍ଚାରେ ପ୍ରଜ୍ଞାନ ଓଝାଙ୍କ ଟୁଇଟ୍‌

ଚର୍ଚ୍ଚାରେ ପ୍ରଜ୍ଞାନ ଓଝାଙ୍କ ଟୁଇଟ୍‌

ହାଇଦ୍ରାବାଦ, ୨୦।୪- ଇଂଲଣ୍ଡରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ନିକଟରେ ବିରାଟ କୋହଲିଙ୍କ ନେତୃତ୍ୱରେ ୧୫ଜଣିଆ ଭାରତୀୟ ଦଳ ଘୋଷଣା ହୋଇଥିଲା। 

ଅଲ ଇଣ୍ଡିଆ ଓପନ୍‌ ଚେସ୍‌: ଶୀର୍ଷରେ ଗୁସେନ

ଅଲ ଇଣ୍ଡିଆ ଓପନ୍‌ ଚେସ୍‌: ଶୀର୍ଷରେ ଗୁସେନ

କଟକ ଅଫିସ,୨୦ା୪- ଟ୍ରିପଲ ସି’ ଚେସ୍‌ କ୍ଲବ ଆନୁକୂଲ୍ୟରେ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୪ର୍ଥ ଅଲ ଇଣ୍ଡିଆ ଓପନ ଚେସ୍‌ ଚାମ୍ପିୟନଶିପରେ ଶୁକ୍ରବାର ତୃତୀୟ ଦିବସ ଖେଳ ଶେଷ ହୋଇଛି। ୬ ରାଉଣ୍ଡ ଖେଳ ଶେଷ ସୁଦ୍ଧା ଇଣ୍ଟରନ୍ୟାଶନାଲ ମାଷ୍ଟର (ଆଇଏମ) ଗୁସେନ ହିମାଲ ୫.୫ ପଏଣ୍ଟ ପାଇ ଶୀର୍ଷରେ ରହିଛନ୍ତି। 

ସନ୍ତୋଷ ଟ୍ରଫି: ପଞ୍ଜାବ-ସର୍ଭିସେସ୍‌ ଫାଇନାଲ

ସନ୍ତୋଷ ଟ୍ରଫି: ପଞ୍ଜାବ-ସର୍ଭିସେସ୍‌ ଫାଇନାଲ

ଲୁଧିଆନା, ୨୦।୪(ପି.ଟି.)-ଭାରତୀୟ ଘରୋଇ ଫୁଟ୍‌ବଲର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ସନ୍ତୋଷ ଟ୍ରଫିର ଫାଇନାଲ ରବିବାର ପଞ୍ଜାବ  ଓ ସର୍ଭିସେସ୍‌ ମଧ୍ୟରେ  ହେବ। ଶୁକ୍ରବାର ସ୍ଥାନୀୟ ଗୁରୁ ନାନକ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଘରୋଇ ପଞ୍ଜାବ ୨-୧ ଗୋଲରେ ଗୋଆକୁ ପରାସ୍ତ କରିଛି। 


Model This Week

କ୍ରିଷ୍ଣା
Why Dharitri