ଜୀବନଚର୍ଯ୍ୟା |

ଗଛ ବତିଖୁଣ୍ଟ

ଗଛ ବତିଖୁଣ୍ଟ

”କେତେ ସାମୁଦ୍ରିକ ମାଛ, ଜଳଜୀବ ଓ ବୀଜାଣୁ ରାତିରେ ଚକ୍‌ମକ୍‌ କରିଥାନ୍ତି। ସେମାନଙ୍କଠାରେ ଏଭଳି ପଦାର୍ଥ ଥାଏ। ସିଙ୍ଗାପୁରର ଜାତୀୟ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଆହୁରି ଅନେକ ମାଛଙ୍କଠାରେ ଜିନୀୟ ପରିବର୍ତ୍ତନ ଆଣି ସେମାନଙ୍କ ଦେହରେ ଏ ପ୍ରକାର ଜେଲିଫିସ୍‌, ସାମୁଦ୍ରିକ ପୋହଳା ଆଦିଙ୍କଠାରୁ ଏ ପ୍ରକ୍ରିୟା ଜାତକାରୀ ଜିମ୍‌ ନେଇ ଅନ୍ୟ ମାଛଙ୍କଠାରେ ଭରିଦେବା ଫଳରେ ତାଙ୍କ ଦେହରୁ ଆଲୋକ ବାହାରୁଛି।“

ଜୁଳୁଜୁଳିଆ ପୋକ ଲାଞ୍ଜରେ ଆଲୁଅ ଆମେ ସମସ୍ତେ ଦେଖିଛୁ। ସେହିପରି ବିଲୁଆ ପାଟିରୁ  ମଧ୍ୟ ତାହା ବାହାରିବାର ଆମେ ଜାଣୁ। ଆଗେ ଲୋକେ ତାହାକୁ ଡାହାଣୀ ଆଲୁଅ ବୋଲି ଭାବୁଥିଲେ। ପ୍ରକୃତରେ ଏହି ‘ଶୀତଳ ଆଲୋକ’ ବାହାରିଥାଏ। ଲ୍ୟୁସିଫେରିନ୍‌ ନାମକ ରସାୟନ ଯେତେବେଳେ ଲ୍ୟୁସିଫେରିଜ୍‌ ନାମକ ଏଞ୍ଜାଇମ୍‌ର ଉପସ୍ଥିତିରେ ବାୟୁରେ ଥିବା ଅମ୍ଳଜାନ ସଂସ୍ପର୍ଶରେ ଆସେ ସେତେବେଳେ ରସାୟନଟିର ଜାରଣ ଘଟେ ଏବଂ ତହିଁରୁ ଆଲୁଅ ବାହାରେ। କୋଏଞ୍ଜାଇମ୍‌- ଏ ବୋଲି ଆଉ ଏକ ପଦାର୍ଥ ମଧ୍ୟ ଏ ପ୍ରକ୍ରିୟାରେ ସହାୟତା କରିପାରେ।

କେତେକ ସାମୁଦ୍ରିକ ମାଛ, ଜଳଜ ଜୀବ ଓ ବୀଜାଣୁ ରାତିରେ ଚକ୍‌ମକ୍‌ କରିଥାନ୍ତି। ସେମାନଙ୍କଠାରେ ଏଭଳି ପଦାର୍ଥଥାଏ। ସିଙ୍ଗାପୁରର ଜାତୀୟ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଆହୁରି ଅନେକ ମାଛଙ୍କଠାରେ ଜିନୀୟ ପରିବର୍ତ୍ତନ ଆଣି ସେମାନଙ୍କ  ଦେହରେ ଏପ୍ରକାର ଜେଲିଫିସ୍‌, ସାମୁଦ୍ରିକ ପୋହଳା ଆଦିଙ୍କଠାରୁ ଏ ପ୍ରକ୍ରିୟାଜାତକାରୀ ଜିମ୍‌ ନେଇ ଅନ୍ୟ ମାଛମାନଙ୍କଠାରେ ଭରିଦେବା ଫଳରେ ତାଙ୍କ ଦେହରୁ ଆଲୋକ ବାହାରୁଛି।  ଏବେ ଏ ଦିଗରେ ଆଉ ଗୋଟିଏ ପାଦ ଆଗକୁ ଯାଇଛନ୍ତି ମାସାଚୁସେଟସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ବୈଜ୍ଞାନିକମାନେ। ସେମାନେ ବିଶେଷ ଧରଣର ନାନୋକଣିକାମାନ ଗଛର ପତ୍ରରେ ଭରି ଏ କାର୍ଯ୍ୟ ସାଧନ କରୁଛନ୍ତି। ଫଳରେ ତହିଁରୁ ବାହାରୁଛି ଶୀତଳ ଆଲୁଅ, ଯାହାକି ସେମାନେ କାମ କରୁଥିବା ସ୍ଥାନକୁ ଆଲୋକିତ କରୁଛି। ତେବେ ଏ ପ୍ରକ୍ରିୟାର ଉନ୍ନତି ଘଟିଲେ ତାହାର ବ୍ୟବସାୟୀକରଣ ସମ୍ଭବ ହୋଇପାରିବ।   ଏ ଶକ୍ତି ଉପନ୍ନ ହେବ ଗଛର ଚୟାପୟନ ପ୍ରକ୍ରିୟାରୁ। ଅତଏବ ପରିବେଶ ଓ ପରିସଂସ୍ଥା ଉପରେ ଏହାର ପ୍ରଭାବ ହେବ ସକାରାତ୍ମକ।

ଏ ପ୍ରକାର ଆଲୋକ ପ୍ରଦାନକାରୀ ଗଛ ସୃଷ୍ଟି ପାଇଁ ବୈଜ୍ଞାନିକମାନେ ଅଲଗା ଅଲଗା ପ୍ରକାର ନାନୋ କଣିକାକୁ ଲ୍ୟୁସିଫେରିନ୍‌, ଲ୍ୟୁସିଫେରିଜ୍‌ ଓ କୋଏଞ୍ଜାଇମ୍‌-ଏର ବାହକ ରୂପେ ବ୍ୟବହାର କରିଥିଲେ। ”ନାନୋ ଲେଟରସ୍‌“ ଗବେଷଣା ପତ୍ରିକାରେ (ଜୁଲାଇ, ୨୦୧୮) ପ୍ରକାଶିତ ଏକ ନିବନ୍ଧରେ ସେମାନେ ସୂଚାଇଛନ୍ତି ଯେ, ଲ୍ୟୁସିଫେରେଜ୍‌ ବହନ କରୁଥିବା ନାନୋ କଣିକାଗୁଡ଼ିକ ତିଆରି ହୋଇଥିଲା ସିଲିକାରେ। ଏହାର ବ୍ୟାସ ଥିଲା ପ୍ରାୟ ୧୦ ନାନୋମିଟର । ଅନ୍ୟପକ୍ଷରେ, ଲଗୁରିଫେରିନ୍‌ ଓ କୋଏଞ୍ଜାଇମ୍‌-ଏଇ ବାହକ ରୂପେ କାର୍ଯ୍ୟ କରୁଥିବା ନାନୋ କଣିକାଗୁଡ଼ିକ ଥିଲା ଅପେକ୍ଷାକୃତ ବଡ଼। ସେଗୁଡ଼ିକ ଯଥାକ୍ରମେ ତିଆରି କରାଯାଇଥିଲା ‘ପିଏଲ୍‌ଜିଏ’ ନାମକ ପଲିମର୍‌ ଏବଂ ‘ଚିଟୋସାନ୍‌’ରୁ ା

ଏହି ବାହକ କଣିକାଗୁଡ଼ିକୁ ବୈଜ୍ଞାନିକମାନେ ତାଙ୍କ ପରୀକ୍ଷାରେ ଏକ ଦ୍ରବଣ ମଧ୍ୟରେ ପ୍ରଲମ୍ଭିତ କରି ରଖିଥିଲେ। ତତ୍ପରେ ଛୋଟ ଛୋଟ ଗଛଗୁଡ଼ିକୁ ତହିଁରେ ଗୁଡ଼ାଇ ଅତ୍ୟଧିକ ଚାପର ସମ୍ମୁଖୀନ କରାଇଲେ। ଫଳରେ କଣିକାଗୁଡ଼ିକ ପତ୍ରରେ ଥିବା ‘ଷ୍ଟୋମାଟା’ ନାମକ ସୂକ୍ଷ୍ମ ଛିଦ୍ର ଦେଇ ତନ୍ମଧ୍ୟକୁ  ପ୍ରବେଶ କଲେ। ଲାଗୁରିଫେରିନ୍‌ ଓ କୋଏଞ୍ଜାଇମ୍‌-ଏ ବହନକାରୀ କଣିକାଗୁଡ଼ିକ ପତ୍ରର ଏକ ଆଭ୍ୟନ୍ତରୀଣ ସ୍ତର ‘ମେସୋଫିଲ୍‌’ର ବାହ୍ୟ ଜୀବକୋଷୀୟ ସ୍ଥାନରେ ଜମା ହୋଇ ରହିବା ପାଇଁ ଗଦା ହୋଇଥିଲା। ତେଣୁ ସେଗୁଡ଼ିକ ତାହା କଲେ। ଅନ୍ୟପକ୍ଷରେ, ଲଗୁସିଫେରେଜ୍‌ବାହୀ ସାନ ସାନ କଣିକାଗୁଡ଼ିକ ‘ମେସୋଫିଲ୍‌’ ଗଠନ କରୁଥିବା ଜୀବକୋଷ ମଧ୍ୟକୁ ପ୍ରବେଶ କଲେ। 

ଏହାପରେ ‘ପିଏଲ୍‌ଜିଏ’ କଣିକାରୁ ଲଗୁରିଫେରିନ୍‌ ନିର୍ଗତ ହୋଇ ତାହା ଜୀବକୋଷ ମଧ୍ୟକୁ ପ୍ରବେଶ କଲା ସେଠାରେ ଥିବା ଲଗୁରିଫେରେଜ୍‌ ଏହାକୁ କୋଏଁଜାଇମ୍‌- ଏଇ ଉପସ୍ଥିତିରେ ଆଲୋକ ସୃଷ୍ଟି କରିବାରେ ସାହାଯ୍ୟ କଲା। ଏବେ ପ୍ରାଥମିକ ଅବସ୍ଥାରେ ତିଆରି ହୋଇଥିବା ଏ ପ୍ରକାର ଗଛ ପ୍ରାୟ ୪୫ ମିନିଟ୍‌ ଧରି ‘ଶୀତଳ ଆଲୋକ’ ପ୍ରଦାନ କରିପାରୁଛି। 

ବୈଜ୍ଞାନିକମାନେ ଆଶା କରନ୍ତି ଯେ, ଏସବୁ ପ୍ରକ୍ରିୟାର ବିକାଶ ଘଟିଲେ ଏଭଳି ଗଛମାନ ସୃଷ୍ଟି କରାଯାଇପାରିବ, ଯାହାକୁ ରାସ୍ତାକଡ଼ରେ ଲଗାଇଲେ ବତିଖୁଣ୍ଟର ଆଉ ଆବଶ୍ୟକ ପଡ଼ିବ ନାହିଁ ଏବଂ ଏଭଳି ଗୃହପାଳିତ ପଶୁ ସୃଷ୍ଟି କରାଯାଇପାରିବ, ଯେଉଁମାନଙ୍କୁ ଘରେ ରଖିଲେ ବିଜୁଳି ଆଲୁଅର ଆବଶ୍ୟକତା କମିଯିବ। ଅତଏବ ଶକ୍ତିଡ଼୍ରୟ ସଂଗେ ସଂଗେ ପ୍ରଦୂଷଣ ହ୍ରାସ ପାଇବ। ଏବଂ ବାରମ୍ବାର ବିଦ୍ୟୁତ୍‌ କାଟିବାର ଅସୁବିଧା କିଛି ମାତ୍ରାରେ ଲାଘବ ହୋଇପାରିବ।  

-ଉଷାନିବାସ, ଖଣ୍ଡଗିରି ବିହାର

ଭୁବନେଶ୍ୱର-୭୫୧୦୩୦, 

ମୋ: ୯୯୩୭୯୮୫୭୬୭

All Right Reserved By

ଜୀବନଚର୍ଯ୍ୟା |

ଶରୀରକୁ ଫିଟ୍‌ ରଖିବା ପାଇଁ କରନ୍ତୁ ଏହି ଯୋଗ...

ଶରୀରକୁ ଫିଟ୍‌ ରଖିବା ପାଇଁ କରନ୍ତୁ ଏହି ଯୋଗ...

ଶରୀରକୁ ଫିଟ୍‌ ରଖିବାକୁ ସଭିଏଁ ଚାହାନ୍ତି। ଯୋଗ ଦ୍ୱାରା ଏହା କରାଯାଇପାରେ। ତେବେ ଅଷ୍ଟାଙ୍ଗ ଯୋଗ କଲେ ଶରୀର ନିରୋଗ ଓ ଫିଟ୍‌ ରହିଥାଏ। 

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଶୁଅନ୍ତୁ ଏତିକି  ସମୟ...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଶୁଅନ୍ତୁ ଏତିକି ସମୟ...

ଯଦି ରାତିରେ ନିଦ ଆସିବାକୁ କଷ୍ଟ ହେଉଛି କିମ୍ବା ବିଳମ୍ବ ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। କରାଯାଇଥିବା ଏକ ଗବେଷଣାରୁ ଗବେଷକ ଜାଣିପାରିଛନ୍ତି ଯେ, ନିଦ ହେଉ ନ ଥିଲେ ମଧୁମେହ, ମେଦବହୁଳତା ପରି ସମସ୍ୟା ଅତି ଶୀଘ୍ର ଦେଖାଦେଇଥାଏ। 

ଯକୃତରୁ ନିସୃତ ‘ ଟିଏସ୍‌କେ’ ହର୍ମୋନ ବଢ଼ାଏ ମେଦବହୁଳତା

ଯକୃତରୁ ନିସୃତ ‘ ଟିଏସ୍‌କେ’ ହର୍ମୋନ ବଢ଼ାଏ ମେଦବହୁଳତା

ମେଦ ବହୁଳତା ଏପରି ଏକ ସମସ୍ୟା ଯାହା ବର୍ତ୍ତମାନ ସମୟରେ ବିଶ୍ୱର ଅଧିକାଂଶ ଲୋକଙ୍କୁ ଚିନ୍ତାରେ ପକାଉଛି। ଏହାକୁ ନେଇ ମଧ୍ୟ ଚିନ୍ତାରେ ଯୁବପିଢ଼ୀ। ଏଥିରେ କବଳିତ ଲୋକେ ଏକ୍ସରସାଇଜ ଅବା ଡାଇଟିଂ କରୁଥିଲେ ମଧ୍ୟ ସେମାନଙ୍କର ଓଜନ କମ୍‌ ହୋଇ ନ ଥାଏ। ତେବେ ଅଧିକ ପ୍ରଚେଷ୍ଟା ପରେ ମଧ୍ୟ ଯଦି ଓଜନ୍‌ କମ୍‌ ହେଉନାହିଁ  ତେବେ ଚିନ୍ତା କରନ୍ତୁ ନାହିଁ। କାରଣ ଶରୀରରେ ମେଦବହୁଳତା ସୃଷ୍ଟି କରୁଥିବା ତଥା ମୋଟାପଣ କମ୍‌ କରିବାକୁ ଦେଉ ନ ଥିବା ହରମୋନ୍‌ ବିଷୟରେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି।

ଜାମୁକୋଳି ଆଣେ ତ୍ୱଚାରେ ଚମକ...

ଜାମୁକୋଳି ଆଣେ ତ୍ୱଚାରେ ଚମକ...

ସ୍ବାଦରେ ଜାମୁକୋଳି ଖଟାମିଠା। ହେଲେ ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗୀ। ମଧୁମେହ ରୋଗୀଙ୍କ ଲାଗି ଏହା ମହୌଷଧୀ ସଦୃଶ କାମ କରେ। ମଧୁମେହ ରୋଗୀ ପ୍ରତିଦିନ ଜାମୁ କୋଳି ଖାଇବା ଦ୍ୱାରା ରୋଗ ନିୟନ୍ତ୍ରଣରେ ରହିଥାଏ।

ସକାଳେ କପେ ରେଡ୍‌ ଟି ରଖେ ମେଦବହୁଳତାରୁ ଦୂରେଇ...

ସକାଳେ କପେ ରେଡ୍‌ ଟି ରଖେ ମେଦବହୁଳତାରୁ ଦୂରେଇ...

ସକାଳେ ରେଡ୍‌ ପିଇଲେ ଅନେକ ଉପକାର ମିଳିଥାଏ। ରେଡ୍‌ ଟିରେ ଲୌହ, ପୋଟାସିୟମ୍‌, ଜିଙ୍କ୍‌, ମାଙ୍ଗାନିଜ୍‌, କପର, କ୍ୟାଲସିୟମ୍‌, ସୋଡ଼ିୟମ୍‌, ମ୍ୟାଗ୍ନେସିୟମ୍‌, ଫ୍ଲୋରାଇଡ୍‌, କ୍ୟୁରସେଟିନ୍‌ ଆଦି ତତ୍ତ୍ୱ ରହିଥାଏ।

ଅବସାଦଠୁ ଦୂରେଇ ରହବାକୁ ଚାହୁଁଛନ୍ତି କି, ସାଇକେଲ ଚଲାନ୍ତୁ

ଅବସାଦଠୁ ଦୂରେଇ ରହବାକୁ ଚାହୁଁଛନ୍ତି କି, ସାଇକେଲ ଚଲାନ୍ତୁ

ବ୍ୟାୟାମ୍‌ର ସବୁଠୁ ସହଜ ଏବଂ ସରଳ ଉପାୟ ହେଉଛି ସାଇକେଲିଂ। ଏହା ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଏହା ଆପଣଙ୍କୁ ଫିଟ୍‌ ରଖିଥାଏ।

ଫିଟ୍‌ ରଖେ ଯୋଗାସନ

ଫିଟ୍‌ ରଖେ ଯୋଗାସନ

ଦୈନିକ ଯୋଗାସନ କରିବା ମହିଳାଙ୍କ ଲାଗି ବେଶ୍‌ ଲାଭପ୍ରଦ। ଏହା ଶରୀରକୁ ଫିଟ୍‌ ଏବଂ ରୋଗମୁକ୍ତ ରଖିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ଏହାର ବିଭିନ୍ନ ଉପକାରିତା ସମ୍ପର୍କରେ...


ଶୀତରେ ବି  ରହିବ ଗ୍ଲୋ

ଶୀତରେ ବି ରହିବ ଗ୍ଲୋ

ଶୀତଦିନେ ଅଧିକାଂଶ ଗାଧୋଇବା ଲାଗି ଗରମ ପାଣି ବ୍ୟବହାର କରିଥାନ୍ତି। ଯଦିଓ ଏହା ଆରାମଦାୟକ, ହେଲେ ଏଥି ଯୋଗୁ ତ୍ୱଚା ଡ୍ରାଏ ହେବା, ଫାଟିବା ଏବଂ କଳା ପଡିବା ସମସ୍ୟା ଦେଖା ଦେଇଥାଏ। ତେଣୁ କେଉଁ ଉପାୟ ଆପଣାଇଲେ ଆପଣ ଗରମ ପାଣିରେ ଗାଧେଇବାର ସୁବିଧା ନେବା ସହ ପୂର୍ବ ପରି ତ୍ୱଚାର ଗ୍ଲୋ ରକ୍ଷା କରିପାରିବେ, ଜାଣି ରଖନ୍ତୁ ସେ ସମ୍ପର୍କରେ...

ଡାଇବେଟିସ୍‌ରୁ ଏହା ବି ରଖେ ଦୂରେଇ...

ଡାଇବେଟିସ୍‌ରୁ ଏହା ବି ରଖେ ଦୂରେଇ...

ରସୁଣରେ ଥିବା ଔଷଧୀୟ ଗୁଣ ଆମ ଶରୀରରୁ ବହୁ ରୋଗ ଦୂର କରିଦିଏ। ପ୍ରତିଦିନ  ଦୁଇକୋଲା ରସୁଣ ଖାଇଲେ ମିଳିଥାଏ ଅନେକ ସୁଫଳ।

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳୁ ପିଅନ୍ତୁ ଗ୍ଲାସେ ବାସି ପାଣି...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳୁ ପିଅନ୍ତୁ ଗ୍ଲାସେ ବାସି ପାଣି...

ସକାଳେ ଶଯ୍ୟାତ୍ୟାଗ ପରେ ଏକ ଗ୍ଲାସ୍‌ ବାସି ପାଣି ପିଇଲେ ହୋଇଥାଏ ଅନେକ ଉପକାର। ଏହାକୁ କୁହାଯାଏ ଉଷାପାନ । 

ଧୂମପାନ ପରିତ୍ୟାଗ  କରିବାର ନୂଆ ଉପାୟ

ଧୂମପାନ ପରିତ୍ୟାଗ କରିବାର ନୂଆ ଉପାୟ

ଧୂମପାନ ଏପରି ଏକ ଅଭ୍ୟାସ ଯାହା ପରୋକ୍ଷରେ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ। ତଥାପି ଅନେକେ ଏହାକୁ ଦୈନନ୍ଦିନ ଜୀବନର ଏକ ଅଭ୍ୟାସ ଭାବେ ଭାବି ନିଅନ୍ତି ଏବଂ ଏହି ସାଇଲେଣ୍ଟ କିଲରକୁ ଆପଣାର କରିନିଅନ୍ତି।

ଅଲ୍‌ରାଉଣ୍ଡର ସ୍ପେଶଶିପ୍‌

ଅଲ୍‌ରାଉଣ୍ଡର ସ୍ପେଶଶିପ୍‌

ମହାକାଶ ହେଉ ଅବା ପୃଥିବୀ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ବିଭିନ୍ନ ଦେଶର ମହାକାଶ ବିଜ୍ଞାନୀ ଗବେଷଣା ଜାରି ରଖିଛନ୍ତି। ନିକଟରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ର ବୈଜ୍ଞାନିକମାନେ ଏକ ଅତ୍ୟାଧୁନିକ ସ୍ପେଶଶିପ୍‌ ପ୍ରସ୍ତୁତ କରିଛନ୍ତି।