ଜୀବନଚର୍ଯ୍ୟା |

କେମିତି କମିବ ପେଟ ଗ୍ୟାସ୍‌ ସମସ୍ୟା? ଜାଣନ୍ତୁ କିଛି ଟିପ୍ସ

କେମିତି କମିବ ପେଟ ଗ୍ୟାସ୍‌ ସମସ୍ୟା? ଜାଣନ୍ତୁ କିଛି ଟିପ୍ସ

”ପେଟ ଗଣ୍ଡଗୋଳରୁ ତାହା ଅମ୍ଳ, ବଦହଜମି ଆଦି ଯାହା ହୋଇଥାଉ ନା କାହିଁକି, ଗ୍ୟାସ୍‌ ସୃଷ୍ଟି ହୋଇପାରେ। ବେଶି ଖାଇବା, କମ୍‌ ଖାଇବା, ବେଶି ପରିମାଣର ତେଲ, ଘିଅ, ଚର୍ବି ଓ ମସଲାମସଲି ଖାଇବା, ଅନିୟମିତ ଖାଇବା, ରସ୍ତାକଡ଼ ଦୋକାନରେ ଖାଇବା ଇତ୍ୟାଦି ଗ୍ୟାସ୍‌ ସୃଷ୍ଟିକୁ ପ୍ରୋତ୍ସାହନ ଦେଇଥାଏ।“

ଆମ ଭିତରୁ ଅନେକେ ହେଉଛନ୍ତି ଗ୍ୟାସ୍‌-ସର୍ବସ୍ବ। ସେମାନଙ୍କ ମଥା, ପାଟି, ପେଟ ସର୍ବତ୍ର ଗ୍ୟାସ! ଏହି ଗ୍ୟାସ୍‌ ପେଟରୁ କେତେବେଳେ ମଥାକୁ ଉଠିଥାଏ ତ କେତେବେଳେ କୁଆଡ଼େ ଛାତିକୁ ଧକ୍‌କା ମାରେ। ପୁଣି କେତେବେଳେ ଊର୍ଦ୍ଧ୍ୱଗାମୀ-ନିମ୍ନଗାମୀ-ପାର୍ଶ୍ୱଗାମୀ ହୋଇ କୁଆଡ଼େ ମୁକ୍ତିର ପଥ ଖୋଜିଥାଏ। ବଡ଼ ମଜାର କଥା ହେଲା, ଏହି ଗ୍ୟାସ୍‌କୁ କେହି କେବେ ଦେଖିନି। ପ୍ରଶ୍ନ ଉଠେ, ପେଟରେ ଗ୍ୟାସ୍‌ ଥିବାଟା କଥା କ’ଣ ସତ? ହଁ, ସତ। ସ୍ବାଭାବିକ ଅବସ୍ଥାରେ ଗ୍ୟାସ୍‌ର ଗତିଶୀଳତା ତଥା ଶବ୍ଦ ଅନୁଭବ ମଧ୍ୟ କରିହୁଏ। ମାତ୍ର କ’ଣ ଥାଏ ସେହି ଗ୍ୟାସ୍‌ରେ? ଥାଏ ଅମ୍ଳଜାନ, ଯବକ୍ଷାରଜାନ, ଉଦ୍‌ଜାନ, ମିଥେନ୍‌ ଓ କାର୍ବନ ଡାଇଅକ୍‌ସାଇଡ୍‌ ବା ଅଙ୍ଗାରକାମ୍ଳ। ଏତଦ୍‌ବ୍ୟତୀତ ସେଥିରେ ଇଣ୍ଡଲ୍‌, ସ୍କାଟଲ୍‌, ଆମୋନିଆ, ହାଇଡ୍ରୋଜେନ୍‌ ସଲ୍‌ଫାଇଡ ଏବଂ ମିଥାଇଲ୍‌ ମର୍‌କାପ୍‌ଟାନ୍‌ ଇତ୍ୟାଦି ମଧ୍ୟ ରହିଥାଏ।

ବାହାରର ବାୟୁରୁ ପେଟ ଭିତରକୁ ପ୍ରବେଶ କରିଯାଏ ଅମ୍ଳଜାନ ଓ ଯବକ୍ଷାରଜାନ। ବାୟୁକୁ ଢୋକିଲେ ଆମେ ଏହି ଗ୍ୟାସ୍‌ ଦୁଇଟିକୁ ପାଇଥାଉ। ଢୋକି ହୋଇଯାଇଥିବା ବାୟୁରୁ ପାଖାପାଖି ୮୦ ପ୍ରତିଶତ ହେଉଛି ଯବକ୍ଷାରଜାନ ଏବଂ ୯୯ ଶତାଂଶ ହେଉଛି ଅମ୍ଳଜାନ, ଯବକ୍ଷାରଜାନ, ଉଦ୍‌ଜାନ, ମିଥେନ୍‌ ଓ ଅଙ୍ଗାରକାମ୍ଳ। ଅଙ୍ଗାରକାମ୍ଳ ଓ ଯବକ୍ଷାରଜାନ ମଧ୍ୟ ରକ୍ତରୁ ଅନ୍ତ୍ରନଳୀ ଭିତରକୁ ପ୍ରବେଶ କରିଥାଏ। ଖାଦ୍ୟ ହଜମ, ଜୀବକୋଷରେ ଖାଦ୍ୟର ଚୟାପଚୟ ଓ ବୃହଦନ୍ତ୍ରରେ ଜୀବାଣୁମାନଙ୍କ ପ୍ରକ୍ରିୟା ଯୋଗୁ ବି କେତେକ ଗ୍ୟାସ୍‌, ବିଶେଷକରି ମିଥେନ୍‌, ଇଣ୍ଡଲ, ସ୍କାଟଲ୍‌, ଆମୋନିଆ, ହାଇଡ୍ରୋ ସଲ୍‌ଫାଇଡ୍‌ ଇତ୍ୟାତି ଜାତ ହୋଇ ଅନ୍ତ୍ରନଳୀ ଭିତରକୁ ଯାଇଥାଏ।

ପେଟ ଗଣ୍ଡଗୋଳରୁ ତାହା ଅମ୍ଳ, ବଦହଜମି ଆଦି ଯାହା ହୋଇଥାଉ ନା କାହିଁକି, ଗ୍ୟାସ୍‌ ସୃଷ୍ଟି ହୋଇପାରେ। ବେଶି ଖାଇବା, କମ୍‌ ଖାଇବା, ବେଶି ପରିମାଣର ତେଲ, ଘିଅ, ଚର୍ବି ଓ ମସଲାମସଲି ଖାଇବା, ଅନିୟମିତ ଖାଇବା, ରସ୍ତାକଡ଼ ଦୋକାନରେ ଖାଇବା ଇତ୍ୟାଦି ଗ୍ୟାସ୍‌ ସୃଷ୍ଟିକୁ ପ୍ରୋତ୍ସାହନ ଦେଇଥାଏ।

ଶିଶୁଟିଏ ମା’ ସ୍ତନରୁ କ୍ଷୀର ଖାଇବାବେଳେ କିଛି କିଛି ବାୟୁ ଢୋକି ହେଉଥିବାରୁ ଶିଶୁ କ୍ଷୀର ଖାଇସାରିବା ପରେ ତାକୁ ଛାତିରେ ଆଉଜେଇ ଧରି ତା’ର ପିଠି ଥାପୁଡ଼େଇବା ନିମନ୍ତେ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଏପରି କଲେ ତା’ ପାକସ୍ଥଳୀକୁ ଯାଇଥିବା କିଛି ବାୟୁ ଏଉଡ଼ି ଭାବରେ ପାକସ୍ଥଳୀରୁ ବାହାରି ଆସେ। ଫଳରେ ଶିଶୁଟି ଆରାମ ଅନୁଭବ କରେ। ପାକସ୍ଥଳୀରୁ ଗ୍ୟାସ୍‌ ନିମ୍ନଗାମୀ ହୋଇ ପ୍ରବେଶ ପରେ କ୍ଷୁଦାନ୍ତ୍ର  ଓ ବୃହଦନ୍ତ୍ର ଭିତରକୁ। ସେଠାରେ ଅନ୍ୟ କେତେକ ଗ୍ୟାସ୍‌ ତାହା ସହ ମିଶି ମଳଦ୍ୱାର ବାଟେ ନିଷ୍କାସିତ ହୋଇଯାଏ। 

ଜଣେ ସାଧାରଣ ସୁସ୍ଥ ବ୍ୟକ୍ତି ପ୍ରତିଦିନ ମଳଦ୍ୱାର ବାଟେ ନିଷ୍କାସନ କରିଥାଏ ୪୦୦ରୁ ୧୨୦୦ ମିଲିଲିଟର ଗ୍ୟାସ। ସ୍ବାଭାବିକ ଭାବରେ ଏହି ଗ୍ୟାସ୍‌ ନିଷ୍କାସିତ ହୋଇଗଲେ ପେଟରେ କୌଣସି ଅସ୍ବସ୍ତି ଉପୁଜେନି। କିନ୍ତୁ ଏହା ନିଷ୍କାସିତ ହୋଇ ନ ପାରିଲେ କି ଅତିରିକ୍ତ ଗ୍ୟାସ୍‌ ଜାତହେଲେ ପେଟ ଫାମ୍ପି ସୃଷ୍ଟି ହୁଏ ସମସ୍ୟା। ଏହି ସମସ୍ୟାରୁ ମୁକ୍ତ ହେବା ନିମନ୍ତେ କେହି କେହି ବାରମ୍ବାର ଏଉଡ଼ି ମାରି ଗ୍ୟାସ୍‌କୁ ପାଟିବାଟେ ବାହାର କରିଦେବା ନିମନ୍ତେ ଚେଷ୍ଟା ଚଳେଇଥାନ୍ତି। ମାତ୍ର ଏପରି କରିବା ଫଳରେ ଗ୍ୟାସ୍‌ ତ ବାହାରି ପାରେନି, ବରଂ ପ୍ରତିଥରର ଏଉଡ଼ି ସମୟରେ କିଛି କିଛି ବାୟୁ ସ୍ବତଃ ଢୋକି ହୋଇ ଅସ୍ବସ୍ତିକୁ ବଢ଼େଇଦିଏ।

ପେଟର ଗ୍ୟାସ୍‌ ମଥା ଭିତରକୁ ପଶିପାରେନି

ଅନେକେ ପ୍ରାୟତଃ ଅଭିଯୋଗ ବାଢ଼ିଥାନ୍ତି ଯେ ସେମାନଙ୍କ ପେଟରୁ ଗ୍ୟାସ୍‌ ଉଠି ମୁଣ୍ଡକୁ ଧରୁଛି। ଦେହର ଅନ୍ୟ ଅଂଶକୁ ମାରୁଛି ମଧ୍ୟ। ମନେରଖିବା ଉଚିତ ଯେ ପାକସ୍ଥଳୀରେ ଅମ୍ଳ ତିଆରି ହୁଏ ସିନା, ପାକସ୍ଥଳୀରେ କୌଣସି ଅବରୋଧ ନ ଥିଲେ ସେଠାରେ ଗ୍ୟାସ୍‌ ତିଆରି ହୋଇ ନ ଥାଏ। ଗ୍ୟାସ୍‌ ତିଆରି ହୁଏ କ୍ଷୁଦ୍ର ଅନ୍ତ୍ରନଳୀର ଶେଷାଂଶ ଏବଂ ବୃହଦନ୍ତ୍ରରେ। ଅନ୍ତ୍ରନଳୀରେ ଥିବା ଗ୍ୟାସ୍‌ ଊର୍ଦ୍ଧ୍ୱଗାମୀ ହୋଇ ଏଉଡ଼ି ଭାବରେ ପାଟି ବାଟେ ବାହାରିଯାଇ ପାରେନା। ଏହା ମଧ୍ୟ ଉପରକୁ ଉଠି ମଥାକୁ ଧକ୍‌କା ଦେଇପାରେନା। ବରଂ ଅତିବେଶି ହେଲେ ଓ ପେଟ ଓ ଛାତିରେ ଚାପ ପକେଇ ବ୍ୟଥାର ଉଦ୍ରେକ କରିପାରେ। ଏଉଡ଼ିରେ ପାଟିବାଟେ ଯେଉଁ ଗ୍ୟାସ୍‌ ବାହାରିଯାଏ, ସେଇଟା ଆଦୌ ଗ୍ୟାସ୍‌ ନୁହେଁ; ତାହା ଖାଦ୍ୟ ସହ ଢୋକି ହୋଇ ପାକସ୍ଥଳୀକୁ ଯାଇଥିବା ବାୟୁ। ସୁତରାଂ ପେଟ ଭିତରେ ଥିବା ଗ୍ୟାସ୍‌ ନିମ୍ନଗମନ ବ୍ୟତୀତ ଊର୍ଦ୍ଧ୍ୱଗମନ ଓ ପାର୍ଶ୍ୱଗମନ ଯଦି ସମ୍ଭବ ନୁହେଁ, ତେବେ ପେଟର ଗ୍ୟାସ୍‌ ମୁଣ୍ଡକୁ ଉଠିବା କି ତାହା ଦେହର ଅନ୍ୟାନ୍ୟ ଅଂଶକୁ ଆଘାତ ଦେବା ବା ମାରିବା ସମ୍ଭବ ହେବ ଅବା କିପରି ? ଏପରି ଧାରଣାର କୌଣସି ବୈଜ୍ଞାନିକ ଭିତ୍ତି ନାହିଁ। ଏହା କେବଳ ମନର କଳ୍ପନା ମାତ୍ର। କାରଣ ପେଟ ଓ ମସ୍ତିଷ୍କକୁ କୌଣସି ଗ୍ୟାସବାହୀ ନଳୀ ସଂଯୁକ୍ତ କରି ନ ଥାଏ। ତେଣୁ ପେଟର ଗ୍ୟାସ୍‌ ମସ୍ତିଷ୍କକୁ ଯିବ କେଉଁବାଟେ ? ହେଲେ ମନର ଭ୍ରାନ୍ତ ଭାବନା ହିଁ ଅନେକଙ୍କୁ କାବୁକରି ବଡ଼ କଲବଲ କରି ଚାଲିଛି।

ତେବେ ଗ୍ୟାସ୍‌ ଯୋଗୁ ଅସ୍ବସ୍ତି ବଢ଼ିଗଲେ ଆଣ୍ଟାସିଡ୍‌ ଔଷଧ ଓ ବ୍ୟଥା ନିବାରକ ଔଷଧ ଖିଆଯାଇପାରେ। ଏଥିପାଇଁ ଅନେକେ ଏନ୍‌ଜାଇମ୍‌ ଥିବା ଔଷଧମାନ ଖାଇବା ଅତି ସାଧାରଣ । କିନ୍ତୁ ଗ୍ୟାସ୍‌କୁ ମୁକାବିଲା କରିବାରେ ଏନ୍‌ଜାଇମ୍‌ ଔଷଧଗୁଡ଼ିକ ବିଶେଷ ଫଳପ୍ରଦ ହୋଇ ନ ଥାଏ। ଯେଉଁମାନେ ଏଭଳି ଔଷଧ ଖାଇଥାନ୍ତି, ସେମାନେ କେବଳ ମାନସିକ ଶାନ୍ତିଲାଭ ନିମନ୍ତେ ହିଁ ଖାଇପାରନ୍ତି।  ଉଦରରେ ବାୟୁବୃଦ୍ଧି ହେଲେ କିଛି ସମୟ ଚଲାବୁଲା କରିବା ଦ୍ୱାରା କିମ୍ବା ଶୋଇଯାଇ ବାମ-ଡାହାଣ ଓ ଡାହାଣ-ବାମ ହୋଇ କଡ଼ ଲେଉଟାଇବା ଦ୍ୱାରା ମଳଦ୍ୱାରବାଟେ ପେଟରୁ ଗ୍ୟାସ୍‌ ବାହାରିଯିବା ସୁଗମ ହୋଇଥାଏ। ପେଟରେ ଗରମ ସେକ ଦେଲେ କି ଏନିମା ନେଲେ ବି ଉପକାର ମିଳେ। ଚିତ୍‌ ହୋଇ ଶୋଇ, ଗୋଡ଼ ଦୁଇଟିକୁ ଆଣ୍ଠୁ ପାଖରେ ଭାଙ୍ଗି ପେଟ ଉପରେ ବାରମ୍ବାର ଚାପି ଧରିଲେ ଆରାମ ମିଳିପାରେ।

ଗ୍ୟାସ୍‌ ସୃଷ୍ଟିକାରୀ ଖାଦ୍ୟ

କେତେକ ଧରଣର ଖାଦ୍ୟ ଖାଇଲେ ବେଶି ଗ୍ୟାସ୍‌ ଜାତ ହୋଇଥାଏ। ଯେଉଁସବୁ ଖାଦ୍ୟ ବେଶି ଗ୍ୟାସ୍‌ ଜାତକରେ, ସେଗୁଡ଼ିକ ମଧ୍ୟରେ ଚୋକଡ଼ ମିଶା ଅଟାର ରୁଟି, ବୋଳ ଚାଉଳ ଭାତ, ବିନ୍‌ସ, ବୁଟ, ମଟର, ହରଡ଼, ମୁଗ, ବିରି, କୋଳଥ ଓ ମସୁର ଡାଲି, ବନ୍ଧାକୋବି, ଫୁଲକୋବି, ବ୍ରୋକୋଲି, ପିଆଜ, କଦଳୀ, ଆପଲ, ଶାଗ ଓ ସବୁଜ ପନିପରିବା ଆଦି ପ୍ରଧାନ। ଏଗୁଡ଼ିକରୁ ମିଳିଥାଏ ଅଧିକ ଖାଦ୍ୟତନ୍ତୁ। ବିଶେଷକରି ‘ଭର୍ବାସ୍କୋଜ୍‌’, ‘ଷ୍ଟାକିଓଜ’ ଓ ‘ରାଫିନୋଜ୍‌’ ଭଳି ହଜମ ହୋଇପାରୁ ନଥିବା ଶ୍ୱେତସାର ଜାତୀୟ ଖାଦ୍ୟକୁ ବୃହଦନ୍ତ୍ରର ଜୀବାଣୁମାନେ ବିନିଯୋଗ କରି ଜାତ କରିଥାନ୍ତି ବାଷ୍ପଶୀଳ ଚର୍ବିଳ ଅମ୍ଳ। ପୁଣି ଜୀବାଣୁମାନଙ୍କ ଦ୍ୱାରା ପୁଷ୍ଟିସାରର ପଚନ ହୋଇ ବାହାରିଥାଏ ଆମୋନିଆ ଓ ହାଇଡ୍ରୋଜେନ୍‌ ସଲ୍‌ଫାଇଡ୍‌। କେତେକଙ୍କଠାରେ କ୍ଷୀର ଓ କ୍ଷୀରଜାତ ଦ୍ରବ୍ୟ ହଜମ ହୋଇପାରେନି। ଏପରି ଖାଦ୍ୟ ଖାଇଲେ ସେମାନଙ୍କ ପେଟରେ ବେଶି ଗ୍ୟାସ୍‌ ଜମେ। ପେଟରେ କୃମି ହୋଇଥିଲେ ବି ଅଧିକ ଗ୍ୟାସ୍‌ ସୃଷ୍ଟି ହୁଏ। 

ଖାଦ୍ୟକୁ ଭଲ ଭାବରେ ଚୋବେଇ ଖାଇଲେ ଗ୍ୟାସ୍‌ ଜାତ ହେବାର ସମ୍ଭାବନା ହ୍ରାସ ପାଏ। ଦିନମାନ ଭିତରେ ଆଠ ଦଶ ଗିଲାସ ପାଣି ପିଇଲେ କୋଷ୍ଠକାଠିନ୍ୟ ଦୂର ହୋଇ ଗ୍ୟାସ୍‌ ସୃଷ୍ଟି କମିଯାଏ। ଯେଉଁମାନଙ୍କଠାରେ ଅଧିକ ଗ୍ୟାସ୍‌ ଜାତ ହୋଇଥାଏ, ସେମାନେ ସାଲାଡ଼, ବେଶି ତେଲମସଲା, ଶୁଖିଲା ଫଳ, ବହଳିଆ ଡାଲି ଇତ୍ୟାଦି ଖାଇବା ମନା। ଗ୍ୟାସ୍‌ ସୃଷ୍ଟିକାରୀ ଖାଦ୍ୟଦ୍ରବ୍ୟ ଖାଇବା ମଧ୍ୟ ବାରଣ। ନିଷ୍କାସିତ ବାୟୁ ଗନ୍ଧ ହେଉଥିଲେ ମାଛ, ମାଂସ, ଅଣ୍ଡା, କ୍ଷୀର, ଛେନା ଆଦି ପୁଷ୍ଟିସାର ପ୍ରଧାନ ଖାଦ୍ୟ ଖାଇବା କମେଇ ଦେଲେ ଉପକାର ମିଳେ। ରସୁଣ ଖାଇଲେ ଗ୍ୟାସ୍‌ ଜମିବାରୁ ଉପଶମ ମିଳିପାରେ।

ମନେ ରଖିବାର କଥା ଯେ ପେଟରେ ଗ୍ୟାସ୍‌ ଜାତ ହେବା ଏବଂ ମଳଦ୍ୱାରବାଟେ ତାହା ବାହାରିଯିବା ସମସ୍ତଙ୍କଠାରେ ଘଟିଥାଏ। ଶିଶୁ, ପିଲା, ପୁରୁଷ, ମହିଳା ସମସ୍ତଙ୍କଠାରେ ଗ୍ୟାସ ସୃଷ୍ଟି ହେବା ଏବଂ ନିଷ୍କାସିତ ହେବା ଏକ ସ୍ବାଭାବିକ ଶାରୀରିକ ପ୍ରକ୍ରିୟା।

-‘ଅଭୀପ୍‌ସା’, ସେକ୍ଟର-୬, ଅଭିନବ ବିଡ଼ାନାସୀ, କଟକ-୧୪

ମୋ : ୯୪୩୭୭୬୬୧୧୭

All Right Reserved By

ଜୀବନଚର୍ଯ୍ୟା |

ସକାଳୁ ଖାଆନ୍ତୁ ଏହି ଫଳରୁ ଗୋଟିଏ

ସକାଳୁ ଖାଆନ୍ତୁ ଏହି ଫଳରୁ ଗୋଟିଏ

ସବୁ ଫଳ ଦୋକାନରେ ଆମେ ନାସପାତି ଦେଖିଥାଉ। ଯଦିଓ ଏହା ବର୍ଷା ଦିନିଆ ଫଳ ତଥାପି ଅନ୍ୟ ସମୟରେ ମଧ୍ୟ ଏହା ମିଳିଥାଏ। ଏହାର ଚୋପା ସାମନ୍ୟ ମୋଟା ହୋଇଥିବା ବେଳେ ଏହା ଶରୀର ପାଇଁ ଖୁବ୍‌ ଉପକାରୀ।  

ଅସଲି ମହୁ ଜାଣିବାର କିଛି ସରଳ ଉପାୟ

ଅସଲି ମହୁ ଜାଣିବାର କିଛି ସରଳ ଉପାୟ

ଦୈନଦିନ ଜୀବନରେ ମହୁକୁ ଆମେ ନାନାଦି କାର୍ଯ୍ୟରେ ବ୍ୟବହାର କରିଥାଉ। ବଜାରରେ ମଧ୍ୟ ବିଭିନ୍ନ କମ୍ପାନୀର ମହୁ ଉପଲବ୍ଧ ହୋଇଥାଏ। କମ୍ପାନୀଗୁଡ଼ିକ ଏହା ଶୁଦ୍ଧ ବୋଲି କହିଥାନ୍ତି। ମାତ୍ର ବଜାରରେ ମିଳୁଥିବା ମହୁ ସର୍ବଦା ଶୁଦ୍ଧ ହୋଇ ନ ଥାଏ। 

 ମସୁର ଓ ମୁଗ ଡାଲିର ମାତ୍ରାଧିକ ସେବନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ

ମସୁର ଓ ମୁଗ ଡାଲିର ମାତ୍ରାଧିକ ସେବନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ

ଭାରତୀୟଙ୍କ ଖାଦ୍ୟପଦାର୍ଥ ମଧ୍ୟରେ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ  ଭାତ, ଏବଂ ଡାଲିକୁ। ବିଶେଷକରି ଏହା ବିନା ମଧ୍ୟାହ୍ନ ଖାଇବା ଅସମ୍ପୂର୍ଣ୍ଣ ଲାଗି ଥାଏ। 

କାହିଁକି ହୋଇଥାଏ ଛୋଟ ପିଲାଙ୍କୁ ମଧୁମେହ

କାହିଁକି ହୋଇଥାଏ ଛୋଟ ପିଲାଙ୍କୁ ମଧୁମେହ

ମଧୁମେହ ଏପରି ଏକ ସମସ୍ୟା ଯାହା ବର୍ତ୍ତମାନ ସମୟରେ ବିଶ୍ୱର ଅଧିକାଂଶ ଲୋକଙ୍କୁ ଚିନ୍ତାରେ ପକାଇଛି। ଏହାକୁ ନେଇ ଚିନ୍ତାରେ ଯୁବପିଢ଼ୀ। ତେବେ ଛୋଟପିଲା ମଧ୍ୟ ଏହି ରୋଗରୁ ବାଦ୍‌ ପଡ଼ୁନାହାନ୍ତି। 

ଆଣ୍ଠୁଗଣ୍ଠି ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌...

ଆଣ୍ଠୁଗଣ୍ଠି ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌...

ଲବଙ୍ଗର ରହିଛି ଅନେକ ପୋଷାକତତ୍ତ୍ୱ। କ୍ୟାଲସିୟମ ଏବଂ ଓମେଗା-୩ ଏସିଡ୍‌ ଥାଏ। ପ୍ରତିଦିନ ସକାଳେ ଲବଙ୍ଗ ପାଣି ଅଧାକପ୍‌ ପିଇଲେ ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ଆୟୁବେର୍ଦରେ ଉଲ୍ଲେଖ ରହିଛି।

ଭଗନ୍ଦରରୁ ଦୂରେଇ ରଖେ ଏହି ଫଳ...

ଭଗନ୍ଦରରୁ ଦୂରେଇ ରଖେ ଏହି ଫଳ...

ଫଳରେ ରହିଥାଏ ଅନେକ ପୋଷକ ତତ୍ତ୍ୱ। ଫଳରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ୍‌ ରହିଥାଏ। ତେଣୁ ଫଳ ଖାଇଲେ ତ୍ୱଚା ସତେଜ ରହିଥାଏ। 

ସିଗାରେଟ ଅଭ୍ୟାସରୁ ଦୂରେଇ ରହିବା ପାଇଁ ସପ୍ତାହରେ ୩ ଥର ଖାଆନ୍ତୁ ଏହି ଭଜା...

ସିଗାରେଟ ଅଭ୍ୟାସରୁ ଦୂରେଇ ରହିବା ପାଇଁ ସପ୍ତାହରେ ୩ ଥର ଖାଆନ୍ତୁ ଏହି ଭଜା...

ବାଇଗଣ ପ୍ରତି ଲୋକଙ୍କର ଏକ ପସନ୍ଦର ପରିବା। ଏଥିରେ ଅନେକ ପୋଷକତତ୍ତ୍ୱ ରହିଛି। ୧୫ ଶହ ଶତାବ୍ଦୀରୁ ଭାରତରେ ଏହି ପରିବା ଚାଷ ଆରମ୍ଭ ହୋଇଥିଲା। 

ଉଷୁମ ପାଣିରେ ଏହାକୁ ମିଶାଇ ପିଇଲେ ଶରୀରରେ ସୃଷ୍ଟି ହୁଏ ବିଷ କ୍ରିୟା....

ଉଷୁମ ପାଣିରେ ଏହାକୁ ମିଶାଇ ପିଇଲେ ଶରୀରରେ ସୃଷ୍ଟି ହୁଏ ବିଷ କ୍ରିୟା....

ମେବବହୁଳତାରୁ ଦୂରେଇ ରହିବା ପାଇଁ କେତେକ ଉଷୁମ ପାଣିରେ ମହୁ ମିଶାଇ ପିଇଥାନ୍ତି। ତେବେ ଏହା ପିଇଲେ ଶରୀରରେ ବିଷ କ୍ରିୟା ସୃଷ୍ଟି ହୋଇଥାଏ ଆୟୁବେର୍ଦରେ ଉଲ୍ଲେଖ ରହିଛି। ମହୁ ଅନେକ ପୋଷକ ତତ୍ତ୍ୱରେ ଭରପୁର।

ଏହି ସବୁ ସମସ୍ୟାରୁ ମୁକ୍ତିଦିଏ ସୋରିଷ ତେଲ

ଏହି ସବୁ ସମସ୍ୟାରୁ ମୁକ୍ତିଦିଏ ସୋରିଷ ତେଲ

ସୋରିଷ ତେଲ, ଘିଅ, ରିଫାଇନ୍‌ ଆଦି ତେଲକୁ ଆମେ ଖାଦ୍ୟ ପ୍ରସ୍ତୁତିରେ  ବ୍ୟବହାର କରିଥାଉ। କେତେକ ସ୍ଥାନରେ ନଡ଼ିଆ ତେଲ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ପ୍ରତ୍ୟେକ ତେଲରେ ବିଭିନ୍ନ ଖାଦ୍ୟସାର ରହୁଥିଲେ ହେଁ ସୋରିଷ ତେଲରେ ପ୍ରସ୍ତୁତ ବ୍ୟଞ୍ଜନ ଶରୀର ପାଇଁ ବିଶେଷ ଉପକାରୀ ହୋଇଥାଏ। 

ଉଡେନ୍‌ ବାସନର ଯତ୍ନ

ଉଡେନ୍‌ ବାସନର ଯତ୍ନ

ଲେମ୍ବୁ: ଉଡେନ ବାସନକୁ ସଫା କରିବାକୁ ହେଲେ ଲେମ୍ବୁରସର ବ୍ୟବହାର କରିବା ବହୁତ ଭଲ। ଏଥିପାଇଁ ଆପଣ ଗରମପାଣିରେ ଲେମ୍ବୁରସ କେଇ ବୁନ୍ଦା ମିଶାଇ ଦିଅନ୍ତୁ। ଏଥିରେ ୧୫ମିନିଟ୍‌ ବୁଡ଼ାଇ ଛାଡ଼ି ଦିଅନ୍ତୁ। ପୁଣି ଏହାକୁ କାଢ଼ି ଶୁଖିଲା କପଡ଼ାରେ ପୋଛି ସଫାକରି ଦିଅନ୍ତୁ। 

ସୋୟା ୬୫,ପ୍ରସ୍ତୁତି ପ୍ରଣାଳୀ

ସୋୟା ୬୫,ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ କିଛି ପାଣି ଗ୍ୟାସରେ ଗରମ କରନ୍ତୁ। ପାଣି ଫୁଟିବାକୁ ଆରମ୍ଭ କଲେ ଆଞ୍ଚ ବନ୍ଦ କରି ଦିଅନ୍ତୁ। ଏହାପରେ ସୋୟାବିନ୍‌କୁ ପକାଇ ୧୦-୧୫ ମିନିଟ୍‌ ପର୍ଯ୍ୟନ୍ତ ଢାଙ୍କି ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ସୋୟାବିନ୍‌କୁ ପାଣିରୁ କାଢ଼ି ତାକୁ ଭଲଭାବେ ହାତରେ ଚିପୁଡି  ଏକ ପାତ୍ରରେ ରଖନ୍ତୁ। ଏବେ ସେହି ପାତ୍ରରେ ଅଦା ରସୁଣ ପେଷ୍ଟ, ହଳଦୀ, ଦହି, ବେସନ, କର୍ନଫ୍ଲୋର,

ହୋଲି ସମୟରେ  କେଶର ଯତ୍ନ

ହୋଲି ସମୟରେ କେଶର ଯତ୍ନ

ହୋଲି ରଙ୍ଗର ଖେଳ। ଏହି ପର୍ବରେ ଚାରିଆଡ଼େ ଖାଲି ରଙ୍ଗ। ଏଥିରେ ସମସ୍ତେ ସମସ୍ତଙ୍କୁ ରଙ୍ଗ ଲଗାଇଥାନ୍ତି। କେମିକାଲଯୁକ୍ତ ରଙ୍ଗରୁ କିପରି କେଶକୁ ରକ୍ଷା କରିବେ । କେଶରେ ରଙ୍ଗ ଲଗାଇବା ଦ୍ୱାରା କେଶ ଡ୍ରାଏ ହୋଇଯାଏ,କେଶ ଝଡ଼ିବା,କେଶର ଚମକ କମିବା ଏକ ସାଧାରଣ ସମସ୍ୟା ।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା