
ପଶ୍ଚିମ ଦିଲ୍ଲୀରେ ଏପରି ଏକ ଗାଁ ରହିଛି ଯେଉଁଠି ସଫେଇ ପାଇଁ ସରକାରଙ୍କ ଉପରେ ନିର୍ଭର କରି ନ ଥାନ୍ତି ଏଠାକାର ବାସିନ୍ଦା। ଗାଁର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସଭିଏଁ ଗାଁକୁ ସଫା ରଖିବା ପାଇଁ ଦିନସାରା ଲାଗି ରୁହନ୍ତି। ପରିବେଶକୁ ସୁନ୍ଦର ରଖିବା ପାଇଁ ସଚେତନତା ଆବଶ୍ୟକ ବୋଲି କୁହନ୍ତି ଏହି ଗାଁରେ ଲୋକେ। ଏହି ଗାଁର ନାମ ମାବଲ୍ୟାନ୍ନାଙ୍ଗ। ଗାଁରେ ଶତ ପ୍ରତିଶତ ଲୋକ ସାକ୍ଷର । ଗାଁରେ ରହିଛି ଏକ ପରମ୍ପରା। ପରିବାରର ସମସ୍ତ ସମ୍ପତ୍ତି ବଡ଼ ଝିଅକୁ ଦିଆଯାଇଥାଏ। ଫଳରେ ବିବାହ ପରେ ଜ୍ୱାଇଁ ଶ୍ୱଶୁର ଘରେ ହିଁ ରୁହେ। ଏଠାକାର ସୁନ୍ଦର ପରିବେଶ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ପ୍ରତିବର୍ଷ ଏଠାକୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି। ଏତେ ସୁନ୍ଦର ଏହି ଗାଁକୁ ଲୋକେ ଭଗବାନଙ୍କ ବଗିଚା କହିଥାନ୍ତି।