ଉପକୂଳ ଓଡିଶା

ରାଜ୍ୟସ୍ତରୀୟ ସଦାଶିବ ମେମୋରିଆଲ କ୍ରିକେଟ୍‌ ଟୁର୍ନାମେଣ୍ଟ : କଳିଙ୍ଗ ଖୋର୍ଦ୍ଧା ସେମିଫାଇନାଲରେ

ରାଜ୍ୟସ୍ତରୀୟ ସଦାଶିବ ମେମୋରିଆଲ  କ୍ରିକେଟ୍‌ ଟୁର୍ନାମେଣ୍ଟ : କଳିଙ୍ଗ ଖୋର୍ଦ୍ଧା ସେମିଫାଇନାଲରେ

ଭାପୁର,୭ା୧(ଡି.ଏନ୍‌.ଏ.)-ନୟାଗଡ଼ ଜିଲା ଭାପୁର ବ୍ଲକ ଫତେଗଡ଼ ଯୁବକ ସଂଘ ଆନୁକୂଲ୍ୟରେ ରବିବାର ରାଜ୍ୟସ୍ତରୀୟ ୯ମ ସଦାଶିବ ମେମୋରିଆଲ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ମ୍ୟାଚ୍‌ରେ କଳିଙ୍ଗ ଖୋର୍ଦ୍ଧା କ୍ରିକେଟ୍‌ କ୍ଲବ୍‌ ନୟାଗଡ଼ ଇଲେଭେନ୍‌ କ୍ଲବକୁ ୨୩ ରନ୍‌ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ନାଲିସାଗର ପଡ଼ିଆରେ ଆୟୋଜିତ ଏହି ଖେଳକୁ ବରିଷ୍ଠ ଶିକ୍ଷାବିତ୍‌ ଲୋକନାଥ ଆଚାର୍ଯ୍ୟ, ସରପଞ୍ଚ ତୋଫାନ ପ୍ରଧାନ, ପୂର୍ବତନ ସରପଞ୍ଚ ବେଣୁ ପ୍ରଧାନ, ଜିଲାପରିଷଦ ସଭ୍ୟା କାମିନୀ ମନୋଜ ପ୍ରଧାନ, ବୈକୁଣ୍ଠ ସାହୁ ଓ ଚକ୍ରଧର ପ୍ରଧାନ ଉଦ୍‌ଘାଟନ କରିଥିଲେ। ନୟାଗଡ଼ ଦଳ ଟସ୍‌ ଜିଣି ଖୋର୍ଦ୍ଧା ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଖୋର୍ଦ୍ଧା ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭର୍‌ରେ ୮ ଉଇକେଟ୍‌ ହରାଇ ୨୭୦ ରନ୍‌ ସଂଗ୍ରହ କରିଥିଲା। ଏହାର ଜବାବରେ ନୟାଗଡ଼ ଦଳ ୨୩.୨ ଓଭର୍‌ରେ ସମସ୍ତ ଉଇକେଟ୍‌ ହରାଇ ୨୪୭ ରନ୍‌ରେ ସୀମିତ ରହି ହାରିଯାଇଥିଲା। ବିଜୟୀ ଦଳର ଏମ୍‌ଡି ତାବ୍ରିଜ୍‌ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଖେଳ ପରିଚାଳନା କରିଥିଲେ ଦୁର୍ଗା ପ୍ରସାଦ ପଟ୍ଟନାୟକ ଓ ଦେବେନ୍ଦ୍ର ଘୋଷ। ସ୍କୋରର୍‌ ଥିଲେ ପବିତ୍ର ସାହୁ। ଧାରା ବିବରଣୀ ଦେଇଥିଲେ ସରୋଜ ମହାପାତ୍ର। ସୋମବାର ଯାଜପୁର ଓ କୁମାରବସ୍ତ କ୍ରିକେଟ୍‌ କ୍ଲବ୍‌ ମଧ୍ୟରେ ଖେଳ ହେବ ବୋଲି ଆୟୋଜକ କହିଛନ୍ତି।

All Right Reserved By

ଉପକୂଳ ଓଡିଶା

‘ଓକିଲଙ୍କ କାର୍ଯ୍ୟଧାରା ମଧୁବାବୁଙ୍କ ପରି ହେଉ’

‘ଓକିଲଙ୍କ କାର୍ଯ୍ୟଧାରା ମଧୁବାବୁଙ୍କ ପରି ହେଉ’

ଚଣ୍ଡିଖୋଲ,୧୬।୨(ଡିି.ଏନ.ଏ)- ମଧୁବାବୁ ପ୍ରଥମ ବାରିଷ୍ଟର ଭାବେ ଯେଉଁ ପ୍ରେରଣା ଦେଇଯାଇଛନ୍ତି ତାହା ଆମ ସମାଜ ପାଇଁ ମାର୍ଗ ଦର୍ଶନ। ଓକିଲଙ୍କର କାର୍ଯ୍ୟଧାରା ମଧୁବାବୁଙ୍କ ପରି ଜନହିତରେ ରହିଲେ କୋର୍ଟ ପ୍ରତିଷ୍ଠା ସାର୍ଥକ ହେବ ବୋଲି ହାଇକୋର୍ଟର ନ୍ୟାୟମୂର୍ତ୍ତି ସଞ୍ଜୟ କୁମାର ମିଶ୍ର କହିଛନ୍ତି। ଯାଜପୁର ଜିଲା ଚଣ୍ଡିଖୋଲଠାରେ ସବ୍‌ଜଜ୍‌ (ସିଭିଲ) କୋର୍ଟର ନୂତନ କାର୍ଯ୍ୟାଳୟକୁ ଶନିବାର ଉଦ୍‌ଘାଟନ କରିବା ସମୟରେ ସେ ଏହା କହିଛନ୍ତି।

ଯାଜପୁରରୋଡ଼ରେ ଅତିରିକ୍ତ ଜିଲା ଦାୈରାଜଜ୍‌ କୋର୍ଟ ଉଦ୍‌ଘାଟିତ

ଯାଜପୁରରୋଡ଼,୧୬।୨(ନି.ପ୍ର.)- ଯାଜପୁରରୋଡ଼ରେ ବହୁ ପ୍ରତିକ୍ଷିତ ଅତିରିକ୍ତ ଜିଲା ଦାୈରାଜଜ କୋର୍ଟ ଶନିବାର ଉଦ୍‌ଘାଟିତ ହୋଇଯାଇଛିି। ଏହି କୋର୍ଟ ସ୍ଥାପନ ପାଇଁ ଓକିଲ ସଂଘ ସମେତ ବିଭିନ୍ନ ସଂଗଠନ ଓ ରାଜନୈତିକ ନେତାମାନେ ଆନ୍ଦୋଳନ କରି ଆସୁଥିଲେ। ଏହି କୋର୍ଟ ଖୋଲିବା ଦ୍ୱାରା ବ୍ୟାସନଗର, କୋରେଇ, ସୁକିନ୍ଦା, ଦାନଗଦୀ ପ୍ରଭୃତି ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। 

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ପାଟକୁରା,୧୬।୨(ଡିଏନଏ)- କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଧୀନ ବେଡାରୀ ଗ୍ରାମ ପଞ୍ଚାୟତର ହରିଦାସପୁର ଗ୍ରାମରେ ଜଣେ ଯୁବକ ୧୧ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। 

ଶହୀଦ ପ୍ରସନ୍ନ ସାହୁଙ୍କ ସମ୍ମାନରେ ଗ୍ରାମରେ ନୀରବ ପ୍ରାର୍ଥନା, ଶ୍ରଦ୍ଧାଞ୍ଜଳି ସଭା

ଶହୀଦ ପ୍ରସନ୍ନ ସାହୁଙ୍କ ସମ୍ମାନରେ ଗ୍ରାମରେ ନୀରବ ପ୍ରାର୍ଥନା, ଶ୍ରଦ୍ଧାଞ୍ଜଳି ସଭା

ନାଉଗାଁ,୧୬।୨(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଶିଖର ପଞ୍ଚାୟତ ପାରିଶିଖର ଗ୍ରାମର ପ୍ରସନ୍ନ ସାହୁ ଜମ୍ମୁ-କଶ୍ମୀରସ୍ଥ ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଛନ୍ତି। ଏହାକୁ ନେଇ ଉକ୍ତ ବ୍ଲକର ସମସ୍ତ ବିଦ୍ୟାଳୟରେ ନୀରବ ପ୍ରାର୍ଥନା କରାଯାଇଛି। 

ପୁଲୱାମାରେ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ପୁଲୱାମାରେ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ବୋଲଗଡ଼,୧୬ା୨(ଡି.ଏନ.ଏ.):ଜମ୍ମୁ-କାଶ୍ମୀରସ୍ଥିତ ପୁଲୱାମାଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଗତ ୧୪ ତାରିଖରେ ଶହୀଦ ହୋଇଥିବା  ସିଆର୍‌ପିଏଫ୍‌ ଯବାନଙ୍କ ଉଦ୍ଦେଶ୍ୟରେ ବୋଲଗଡ଼ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି।

ଶ୍ରୀଶ୍ରୀ ହନୁମାନ ମନ୍ଦିର, ବିଗ୍ରହ ପ୍ରତିଷ୍ଠା

ଶ୍ରୀଶ୍ରୀ ହନୁମାନ ମନ୍ଦିର, ବିଗ୍ରହ ପ୍ରତିଷ୍ଠା

କୃଷ୍ଣପ୍ରସାଦ,୧୬ା୨(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକସ୍ଥିତ ବଡଅଁଳ ପଞ୍ଚାୟତ ଅଧୀନ ବଡଖଟିଆକୁଦିଠାରେ ମହାଆଡ଼ମ୍ବରରେ ଶ୍ରୀଶ୍ରୀ ହନୁମାନ ପ୍ରଭୁଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି।

ମୌଳିକ ସମସ୍ୟା ସମାଧାନ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ମୌଳିକ ସମସ୍ୟା ସମାଧାନ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଗଣିଆ,୧୬।୨(ଡି.ଏନ.ଏ.)-ଗଣିଆ ବ୍ଲକ ବଡଶିଲିଙ୍ଗା ପଞ୍ଚାୟତର ଜନସଙ୍ଗଠନ ଆଦିମ ଅଧିବାସୀ ମୁକ୍ତିମଞ୍ଚ ତରଫରୁ ଶୁକ୍ରବାର ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟା ସମାଧାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ସମ୍ବଳିତ ଏକ ଦାବିପତ୍ର ବିଡିଓଙ୍କ ଜରିଆରେ ପ୍ରଦାନ କରାଯାଇଛି । 

ତଦନ୍ତ ଆଳରେ ଉପେକ୍ଷା: ପ୍ରକୃତ ହିତାଧିକାରୀ ପାଉନାହାନ୍ତି ଆବାସ ଗୃହ

ତଦନ୍ତ ଆଳରେ ଉପେକ୍ଷା: ପ୍ରକୃତ ହିତାଧିକାରୀ ପାଉନାହାନ୍ତି ଆବାସ ଗୃହ

ନୂଆଗାଁ,୧୬।୨(ଡି.ଏନ.ଏ.)-ସରକାର ଦେଶର ପ୍ରତି ଗରିବ ଲୋକଙ୍କୁ ଆବାସ ଯୋଜନା ମାଧ୍ୟମରେ ପକ୍କାଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଅନେକ ସ୍ଥାନରେ ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ଯୋଗୁ ପ୍ରକୃତ ହିତାଧିକାରୀ ଆବାସ ଯୋଜନା ମାଧ୍ୟମରେ ଘର ପାଇବାରୁ ବଞ୍ଚତ୍ତ ହେଉଛନ୍ତି। 

କେନ୍ଦ୍ରାପଡ଼ାରେ କାଳିଆ ସମାବେଶରେ ଯୋଗେଦେଲେ ନବୀନ, ୩.୫ ଲକ୍ଷ ଭୂମିହୀନଙ୍କୁ ମିଳିଲା ଟଙ୍କା

କେନ୍ଦ୍ରାପଡ଼ାରେ କାଳିଆ ସମାବେଶରେ ଯୋଗେଦେଲେ ନବୀନ, ୩.୫ ଲକ୍ଷ ଭୂମିହୀନଙ୍କୁ ମିଳିଲା ଟଙ୍କା

କେନ୍ଦ୍ରାପଡ଼ା ଅଫିସ୍‌, ୧୪।୨-କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ୩.୫ ଲକ୍ଷ ଭୂମିହୀନ କୃଷି ଶ୍ରମିକ ହିତାଧିକାରୀଙ୍କୁ ଆନୁସଙ୍ଗିକ କୃଷି କ୍ଷେତ୍ରରେ ଜୀବିକା ନିର୍ବାହ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଆର୍ଥିକ ସହାୟତା ଶୁକ୍ରବାର ପ୍ରଦାନ କରାଯାଇଛି।

ଦୁର୍ଘଟଣାରେ ମୃତ ଯୁବକଙ୍କ ଚକ୍ଷୁଦାନ

ଦୁର୍ଘଟଣାରେ ମୃତ ଯୁବକଙ୍କ ଚକ୍ଷୁଦାନ

ଖଣ୍ଡପଡ଼ା,୧୫ା୨(ସ୍ବ.ପ୍ର.)-ନୟାଗଡ଼ ଜିଲା କଣ୍ଟିଲୋ ପଞ୍ଚାୟତ ଅନ୍ତର୍ଗତ ଫକୀର ଅତିବୁଦ୍ଧିପାଟଣାର ରନତ୍ାକର ଖଟୁଆ ଓରଫ ବଜରଙ୍ଗୀ(୧୯)ଙ୍କ ବୁଧବାର ଅପରାହ୍ନରେ ଭୁବନେଶ୍ୱରଠାରେ ବସ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏଭଳି ଏକ ଦୁଃଖଦ ଘଟଣା ପରେ ମଧ୍ୟ ତାଙ୍କ ପରିବାର ଲୋକେ ମୃତପୁଅଙ୍କ ଚକ୍ଷୁଦାନ କରିଛନ୍ତିି।

 ପୁଲଓ୍ବାମା ଆତଙ୍କବାଦୀ  ଆକ୍ରମଣରେ ୨ ଓଡ଼ିଆ ଯବାନ ଶହୀଦ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ୨ ଓଡ଼ିଆ ଯବାନ ଶହୀଦ

ନାଉଗାଁ,୧୫।୨: ଜମ୍ମୁ-କଶ୍ମୀର ପୁଲଓ୍ବାମାଠାରେ ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀ  ସଂଗଠନ ଦ୍ୱାରା ହୋଇଥିବା ଆକ୍ରମଣରେ ୪୪ ଯବାନ ଶହୀଦ ହୋଇଛନ୍ତି। 

ନୟାଗଡ଼ରେ ଯୁବକ ପାଳିଲେ ନିଆରା ଭାଲେଣ୍ଟାଇନ୍ସ ଡେ

ନୟାଗଡ଼ରେ ଯୁବକ ପାଳିଲେ ନିଆରା ଭାଲେଣ୍ଟାଇନ୍ସ ଡେ

ନୂଆଗାଁ/ନୟାଗଡ଼ ଅଫିସ,୧୫।୨(ଡି.ଏନ୍‌.ଏ.)- ଫେବୃୟାରୀ ୧୪ ଭାଲେଣ୍ଟାଇନ୍ସ ଡେ’କୁ ପ୍ରେମ ଦିବସ ଭାବେ ପାଳନ କରାଯାଉଛି। ଏ ନେଇ ଅନେକ ଯୁବତୀ ଯୁବକ ପାର୍କ, ସିନେମା ହଲ୍‌, ମଲ୍‌ କିମ୍ବା ଭୋଜିଭାତରେ ସମୟ ବିତାଇଥିବାବେଳେ ନୟାଗଡ଼ର କେତେକ ଯୁବକ ଏହାକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି।