ଉପକୂଳ ଓଡିଶା

ପୋଲ ନିର୍ମାଣ ପାଇଁ ଶିଳାନ୍ୟାସ

ପୋଲ ନିର୍ମାଣ ପାଇଁ ଶିଳାନ୍ୟାସ

ଭାପୁର,୭ା୧(ଡି.ଏନ୍‌.ଏ.)-ଭାପୁର ବ୍ଲକ ବାଇଗୁଣିଆ ଓ ବଳଦିଆନୂଆଗାଁ ମଧ୍ୟରେ ଥିବା ଆମ୍ବନାଳରେ ପୋଲ ନିର୍ମାଣ ପାଇଁ ରବିବାର ଅପରାହ୍ନରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଧାୟକ ଅନୁଭବ ପଟ୍ଟନାୟକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ। ସାମାଜିକ କର୍ମୀ ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ନିମାଣୀର ପୂର୍ବତନ ସରପଞ୍ଚ ଲକ୍ଷ୍ମଣ କୁମାର ସାମନ୍ତରାୟ, ବିଜୟ କୁମାର ପଟ୍ଟନାୟକ, ସନ୍ତୋଷ କୁମାର ବେହେରା, ଲକ୍ଷ୍ମୀଧର ମହାରଣା, ବସନ୍ତ କୁମାର ପଟ୍ଟନାୟକ ଓ ବିଭାଗୀୟ ସହକାରୀ ଯନ୍ତ୍ରୀ ଡିଏନ୍‌ ଷଡ଼ଙ୍ଗୀ ଯୋଗଦେଇଥିଲେ। ୧୬ଲକ୍ଷ ୩୭ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ବ୍ରିଜର ଓସାର ୧୦ ମିଟର ହେବ ଓ ଏହାର ନିର୍ମାଣ କାର୍ଯ୍ୟ ଏପ୍ରିଲ ୧୫ ସୁଦ୍ଧା ସରିବ ବୋଲି ଯନ୍ତ୍ରୀ କହିଥିଲେ। ଏହି ନାଳର ଓସାର ବୃଦ୍ଧି ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୬୮ଲକ୍ଷ ମଞ୍ଜୁର ହୋଇଥିବା ବିଧାୟକ କହିଥିଲେ।

All Right Reserved By

ଉପକୂଳ ଓଡିଶା

ବୀର ଯବାନଙ୍କ ସ୍ମୃତିରେ ପଟ୍ଟାମୁଣ୍ତାଇ ବଜାର ବନ୍ଦ

ବୀର ଯବାନଙ୍କ ସ୍ମୃତିରେ ପଟ୍ଟାମୁଣ୍ତାଇ ବଜାର ବନ୍ଦ

ପଟ୍ଟାମୁଣ୍ତାଇ,୧୮।୨(ସ୍ବ.ପ୍ର.): ଜମ୍ମୁ-କଶ୍ମୀର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ଗତ ୧୪ ତାରିଖରେ ଶହୀଦ ହୋଇଥିବା ଯବାନଙ୍କ ସ୍ମୃତିରେ ସର୍ବଭାରତୀୟ ବାଣିଜ୍ୟ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ:କାମ ନ ସରୁଣୁ ଓଭରବ୍ରିଜରେ ଫାଟ

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ:କାମ ନ ସରୁଣୁ ଓଭରବ୍ରିଜରେ ଫାଟ

ନୂଆଗାଁ (ଡି.ଏନ.ଏ.)/ନୟାଗଡ଼ ଅଫିସ,୧୮ା୨- ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ଚାଲିଥିବାବେଳେ ଏହାର ଏକ ଓଭରବ୍ରିଜରେ ଫାଟ ସୃଷ୍ଟି ହେଲାଣି।

ଅବ୍ୟବସ୍ଥାରେ ନୂଆଗାଁ ବ୍ଲକ ଶିକ୍ଷା ବିଭାଗ:ଖାଲିପଡିଛି ଅଧିକାରୀ, କର୍ମଚାରୀ ପଦବୀ

ଅବ୍ୟବସ୍ଥାରେ ନୂଆଗାଁ ବ୍ଲକ ଶିକ୍ଷା ବିଭାଗ:ଖାଲିପଡିଛି ଅଧିକାରୀ, କର୍ମଚାରୀ ପଦବୀ

ନୂଆଗାଁ,୧୮ା୨ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଶିକ୍ଷା ବିଭାଗ ସମ୍ପ୍ରତି ଅବ୍ୟବସ୍ଥା ମଧ୍ୟରେ ଚାଲିଛି। କାର୍ଯ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଅଧିକାରୀ ଓ କର୍ମଚାରୀ ପଦବୀ ଖାଲି ପଡିଛି। ସେହିପରି ଅଧିକାଂଶ ବିଦ୍ୟାଳୟରେ ପିଲା ଅନୁପାତରେ ଶିକ୍ଷକ ନାହାନ୍ତି। ଫଳରେ ଶିକ୍ଷାଦାନ ବ୍ୟାହତ ହେଉଛି। ଆଉ ମାତ୍ର କିଛିଦିନ ପରେ ପିଲାମାନେ ବାର୍ଷିକ ପରୀକ୍ଷା ଦେବାକୁ ଯାଉଥିବାବେଳେ ଏପରି ସମସ୍ୟା ଅଭିଭାବକଙ୍କୁ ଚିନ୍ତାରେ ପକାଇଛି। 

ତାରେଶ୍ୱରଦେବଙ୍କ ପୀଠରେ ଶିବତତ୍ତ୍ୱ ଆଲୋଚନା

ତାରେଶ୍ୱରଦେବଙ୍କ ପୀଠରେ ଶିବତତ୍ତ୍ୱ ଆଲୋଚନା

ବୋଲଗଡ଼,୧୮ା୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବାଙ୍କୋଇସ୍ଥିତ ତାରେଶ୍ୱରଦେବଙ୍କ ମନ୍ଦିର ପରିସରରେ ମହାଶିବରାତ୍ରୀ ଉପଲକ୍ଷେ ରବିବାର ବିଂଶତମ ନୀଳାଚଳ ଭକ୍ତ ସମ୍ମିଳନୀ ଓ ଶିବତତ୍ତ୍ୱ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।

କଣ୍ଟିଲୋରେ  ମାଘମେଳା ଆରମ୍ଭ

କଣ୍ଟିଲୋରେ ମାଘମେଳା ଆରମ୍ଭ

ଖଣ୍ଡପଡ଼ା,୧୮ା୨(ଅଜୟ କୁମାର ମହାରଣା)-ଚିତ୍ତବୋଧ ବା ଚିତ୍ତ ବିନୋଦ ପୁରାଣ ଅନୁସାରେ ଦ୍ୱାପର ଯୁଗର ଶେଷ ସମୟରେ ଜରା ଶବର ତୀରରେ ନିହତ ହୁଅନ୍ତି  ଶ୍ରୀକୃଷ୍ଣ ା କିନ୍ତୁ ତାଙ୍କର ମର ଶରୀରକୁ ଅଗ୍ନି ଗ୍ରାସ କରିପାରେ ନାହିଁ। 

ଭିତରକନିକା ଜାତୀୟଉଦ୍ୟାନରେ ଡଲ୍‌ଫିନ ସଂଖ୍ୟା ୧୨୬

ଭିତରକନିକା ଜାତୀୟଉଦ୍ୟାନରେ ଡଲ୍‌ଫିନ ସଂଖ୍ୟା ୧୨୬

କେନ୍ଦ୍ରାପଡା ଅଫିସ, ୧୭।  ୨-  କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକସ୍ଥିତ  ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ଡଲ୍‌ଫିନ ସଂଖ୍ୟା ହ୍ରାସ ପାଇଛି। ପୂର୍ବବର୍ଷ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ମୋଟ ୩୦୭ଟି ଡଲ୍‌ଫିନ ଚିହ୍ନଟ ହୋଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୨୬କୁ ଖସିଆସିଛି। ଗତ ଜାନୁୟାରୀ ୧୯ରେ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଡଲ୍‌ଫିନ ଗଣନା ହୋଇଥିଲା। ଏହି ସମୟରେ ସାମୁଦ୍ରିକ ଅଞ୍ଚଳରେ ୧୪ଟି ଇରାୱାଡି, ୧୪ଟି ବଟଲନୋଜ ଓ ୯୮ଟି ହମ୍ପବ୍ୟାକ ପ୍ରଜାତିର ଡଲ୍‌ଫିନ ଦେଖିବାକୁ ମିଳିଥିଲା। 

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି, ତିନିମୁହାଣୀ ବଜାର ବନ୍ଦ

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି, ତିନିମୁହାଣୀ ବଜାର ବନ୍ଦ

କେନ୍ଦ୍ରାପଡା ଅଫିସ, ୧୭।୨- ଗତ ୧୪ ଅପରାହ୍ନ ସମୟରେ କାଶ୍ମୀରର ପୁଲ୍‌ୱାମାଠାରେ କେନ୍ଦ୍ରୀୟ ସୁରକ୍ଷା ବଳର ଯବାନଙ୍କ ଗାଡିକୁ ଆତଙ୍କି ହମଲା ହୋଇଥିଲା । ଏଥିରେ ୪୦ଜଣ ଯବାନ ଶହୀଦ ହୋଇଛନ୍ତି। ଏନେଇ କେନ୍ଦ୍ରାପଡା ଜିଲାର ବିଭିନ୍ନ ସ୍ଥାନରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଦୀପଦାନ, ମହମବତୀ ଶୋଭାଯାତ୍ରା ଓ ଶହୀଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ସେମାନଙ୍କ ଉଦ୍ଦେଶ୍ୟରେ ରବିବାର କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକସ୍ଥିତ ବଜାର ୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ  ରହିଛି। ଶହୀଦଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଛି । ତିନିମୁହାଣୀ ବଜାର ସଂଘ ଓ ଧର୍ମରକ୍ଷା ସେନା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ  କରାଯାଇଛି ।

ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ନିମନ୍ତେ କାଠ ଅନୁକୂଳ

ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ନିମନ୍ତେ କାଠ ଅନୁକୂଳ

ଖଣ୍ଡପଡା,୧୭।୨(ସ୍ବ.ପ୍ର.)- ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ନିମନ୍ତେ ପାରମ୍ପରିକ ରୀତିନୀତି ଅନୁଯାୟୀ ନୟାଗଡ ଜିଲା ଖଣ୍ଡପଡାଠାରେ ଶୁକ୍ରବାର କାଠ ଅନୁକୂଳ ହୋଇଛି। ରୁକୁଣା ରଥ  ନିମନ୍ତେ କାଠ ପାଇଁ ଖଣ୍ଡପଡା ଏନ୍‌ଏସି ଅନ୍ତର୍ଗତ ୧୨ ନଂ ୱାର୍ଡ ବାଇପାସ ରାସ୍ତା ପାର୍ଶ୍ୱ ଆଞ୍ଚଳିକ ସାମ୍ବାଦିକ ଭବନ ପରିସରରେ ଥିବା ଆମ୍ବଗଛ ନିକଟରେ ପୂଜାର୍ଚ୍ଚନା କରାଯାଇଛି । 

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଅନିୟମିତତା: ଶ୍ରମିକଙ୍କ ନାମ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଅନିୟମିତତା: ଶ୍ରମିକଙ୍କ ନାମ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ

ନୂଆଗାଁ,୧୭।୨(ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)କାର୍ଯ୍ୟରେ ଅନିୟମିତତା ହୋଇଛି। ଶ୍ରମିକ ବଦଳରେ ମେଶିନ୍‌ରେ କାର୍ଯ୍ୟ କରାଇ ଶ୍ରମିକମାନଙ୍କ ଜବ୍‌କାର୍ଡ ମାଧ୍ୟମରେ ବିଭାଗୀୟ ଅଧିକାରୀଙ୍କ ସହ ଠିକାଦାର ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହେଉଛି । 

‘ଓକିଲଙ୍କ କାର୍ଯ୍ୟଧାରା ମଧୁବାବୁଙ୍କ ପରି ହେଉ’

‘ଓକିଲଙ୍କ କାର୍ଯ୍ୟଧାରା ମଧୁବାବୁଙ୍କ ପରି ହେଉ’

ଚଣ୍ଡିଖୋଲ,୧୬।୨(ଡିି.ଏନ.ଏ)- ମଧୁବାବୁ ପ୍ରଥମ ବାରିଷ୍ଟର ଭାବେ ଯେଉଁ ପ୍ରେରଣା ଦେଇଯାଇଛନ୍ତି ତାହା ଆମ ସମାଜ ପାଇଁ ମାର୍ଗ ଦର୍ଶନ। ଓକିଲଙ୍କର କାର୍ଯ୍ୟଧାରା ମଧୁବାବୁଙ୍କ ପରି ଜନହିତରେ ରହିଲେ କୋର୍ଟ ପ୍ରତିଷ୍ଠା ସାର୍ଥକ ହେବ ବୋଲି ହାଇକୋର୍ଟର ନ୍ୟାୟମୂର୍ତ୍ତି ସଞ୍ଜୟ କୁମାର ମିଶ୍ର କହିଛନ୍ତି। ଯାଜପୁର ଜିଲା ଚଣ୍ଡିଖୋଲଠାରେ ସବ୍‌ଜଜ୍‌ (ସିଭିଲ) କୋର୍ଟର ନୂତନ କାର୍ଯ୍ୟାଳୟକୁ ଶନିବାର ଉଦ୍‌ଘାଟନ କରିବା ସମୟରେ ସେ ଏହା କହିଛନ୍ତି।

ଯାଜପୁରରୋଡ଼ରେ ଅତିରିକ୍ତ ଜିଲା ଦାୈରାଜଜ୍‌ କୋର୍ଟ ଉଦ୍‌ଘାଟିତ

ଯାଜପୁରରୋଡ଼,୧୬।୨(ନି.ପ୍ର.)- ଯାଜପୁରରୋଡ଼ରେ ବହୁ ପ୍ରତିକ୍ଷିତ ଅତିରିକ୍ତ ଜିଲା ଦାୈରାଜଜ କୋର୍ଟ ଶନିବାର ଉଦ୍‌ଘାଟିତ ହୋଇଯାଇଛିି। ଏହି କୋର୍ଟ ସ୍ଥାପନ ପାଇଁ ଓକିଲ ସଂଘ ସମେତ ବିଭିନ୍ନ ସଂଗଠନ ଓ ରାଜନୈତିକ ନେତାମାନେ ଆନ୍ଦୋଳନ କରି ଆସୁଥିଲେ। ଏହି କୋର୍ଟ ଖୋଲିବା ଦ୍ୱାରା ବ୍ୟାସନଗର, କୋରେଇ, ସୁକିନ୍ଦା, ଦାନଗଦୀ ପ୍ରଭୃତି ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। 

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ପାଟକୁରା,୧୬।୨(ଡିଏନଏ)- କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଧୀନ ବେଡାରୀ ଗ୍ରାମ ପଞ୍ଚାୟତର ହରିଦାସପୁର ଗ୍ରାମରେ ଜଣେ ଯୁବକ ୧୧ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି।