ଉପକୂଳ ଓଡିଶା

ନୟାଗଡ଼ରୁ ଜବାବ୍‌ ମାଗିଲେ ଧର୍ମେନ୍ଦ୍ର

ନୟାଗଡ଼ରୁ ଜବାବ୍‌ ମାଗିଲେ ଧର୍ମେନ୍ଦ୍ର

ନୟାଗଡ଼ ଅଫିସ,୭ା୧- ରାଜ୍ୟର ବିଭିନ୍ନ ସ୍ଥାନରେ ଭାଜପା ତରଫରୁ ଜବାବ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମରେ ରବିବାର ନୟାଗଡ଼ ନିର୍ବାଚନମଣ୍ଡଳୀର ଲାଠିପଡ଼ା ଟାଙ୍ଗିପଡ଼ିଆଠାରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଜବାବ୍‌ ମାଗିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ମହିଳାମାନଙ୍କ ଉପରେ ଅତ୍ୟାଚାର ହେଉଛି, ଜମିକୁ ଜଳସେଚନ ବ୍ୟବସ୍ଥା ହୋଇ ନ ଥିବାବେଳେ ସମସ୍ତଙ୍କ ଘରଙ୍କୁ ପାଇପ୍‌ ଯୋଗେ ଜଳଯୋଗାଣ ହୋଇନାହିଁ। ହେଲେ ସରକାର କହୁଛନ୍ତି ଆମେ କଥାରେ ନୁହେଁ କାମରେ ବିଶ୍ୱାସ କରୁ। ଓଡ଼ିଶାବାସୀ ଏହାର ଜବାବ୍‌ ମାଗୁଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରକାଶ କରିଥିଲେ। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଚିଟ୍‌ଫଣ୍ଡ କାରବାରରେ ସମ୍ପୃକ୍ତ ଥିବା କଥାକୁ ଦୋହରାଇଥିଲେ। ଚିନି A କଳ ବନ୍ଦ ହୋଇ ପଡ଼ିଥିବାବେଳେ ଏହାକୁ ଖୋଲିବା ପାଇଁ ଆନ୍ତରିକତା ନାହିଁ। ୧୫ବର୍ଷ ହେଲା ବିଧାୟକ ସାହୁ ଶାସନ କରୁଥିବା ଲାଠିପଡ଼ା ଗ୍ରାମର ଶ୍ୟାମ ପରମାଣିକ (୬୫) ନିଜର ଦିବ୍ୟାଙ୍ଗ ନାତି (୧୨) ପାଇଁ ସହାୟତା ଅପେକ୍ଷାରେ ଅଛନ୍ତି, ଏହା କ’ଣ ଉନ୍ନତିର ଚିତ୍ର ବୋଲି ସେ ପ୍ରଶ୍ନ କରିଥିଲେ। ନିଜର ହକ୍‌ ଓ ଅଧିକାର ପାଇଁ ଲଢ଼େଇ କରିବା ଦରକାର ବୋଲି ସେ ଆହ୍ବାନ ଦେଇଥିଲେ। ଇଂରେଜ ପ୍ରଶାସକ ବୁଲିବାକୁ ଆସୁଥିବା ବେଳେ ଜିଲାର ଜଙ୍ଗଲ ପରିଚାଳନା କିପରି ହେଉଛି ତାହାକୁ ଅନୁଧ୍ୟାନ କରିଥିଲେ ଏବଂ ଆଜି ତାହା ଅକ୍ସଫୋର୍ଡ଼ ବିଶ୍ୱ ବିଦ୍ୟାଳୟରେ ଗବେଷଣାର ବିଷୟ ପାଲଟିଥିବା ସୂଚନା ଦେଇଥିଲେ। ରାଜ୍ୟରେ ୧୯ବର୍ଷ ହେଲା ଗୋଟିଏ ଶାସନ ବ୍ୟବସ୍ଥା ଚାଲିଛି। ଏହାର ପରିବର୍ତ୍ତନ ଆବଶ୍ୟକ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମକୁ ବରଦାସ୍ତ କରି ନ ପାରି ତରବରିଆ ଭାବେ ଏକ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚଜି) ବୈଠକ ଆୟୋଜନ କଲେ। ଏକ ମିନିଟ ଭାଷଣରେ ମହିଳା ସଶକ୍ତୀକରଣର କିଛି ତଥ୍ୟ ଉପସ୍ଥାପନ କଲେ। ମହିଳାମାନଙ୍କୁ ସମ୍ମାନ ଦିଆଯାଉଥିବା କୁହାଯାଉଛି। ହେଲେ ନବୀନ ନିବାସରୁ ୨୫ କିଲୋମିଟର ଦୂର ପିପିଲିରେ ବେବିନା କଳାତ୍କାର ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଉଛି। ଅନ୍ୟପଟେ ମନ୍ତ୍ରୀ ପ୍ରଦୀପ ମହାରଥୀ ଏହାକୁ ନେଇ ଅରୁଚିକର ମନ୍ତବ୍ୟ ଦେଉଛନ୍ତି, ଏ କ’ଣ ମହିଳାଙ୍କ ସମ୍ମାନ ସରକାର ଏହାର ଜବାବ୍‌ ଦିଅନ୍ତୁ। ସ୍ବଚ୍ଛ ଭାରତ ମିଶନରେ ପାଇଖାନା ପାଇଁ ୧୨ ହଜାର ଟଙ୍କା ପ୍ରଦାନ କରାଯାଉଛି। ହେଲେ ନୟାଗଡ଼ରେ ୧୦୦ରେ ୩୦ଜଣଙ୍କ ଘରେ ପାଇଖାନା ହୋଇନାହିଁ। ଅରୁଣ ଭାଇଙ୍କ ପକେଟକୁ ଗୁଞ୍ଜା ଯାଉନାହିଁ ବୋଲି ପାଇଖାନା ତିଆରି ହେଉନାହିଁ ବୋଲି ଧର୍ମେନ୍ଦ୍ର ପ୍ରକାଶ କରିଥିଲେ। ଦୀର୍ଘବର୍ଷ ହେଲା ଜିଲାରେ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ହୋଇପାରୁନାହିଁ। ମୁଖ୍ୟମନ୍ତ୍ରୀ ଜଳସେଚନ ବିଭାଗର ମନ୍ତ୍ରୀ ହୋଇଥିବା ବେଳେ ଏହି ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରିନାହିଁ। ମୁଖ୍ୟମନ୍ତ୍ରୀ ସଚିବାଳୟର ତୃତୀୟ ମହଲାରେ ବସି ସୁଇଚ୍‌ ଚିପି ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ କରୁଛନ୍ତି। ବାହାଘର ବେଳେ ବାଇଗଣ ରୁଆ ଭଳି କାର୍ଯ୍ୟକ୍ରମ କରୁଛନ୍ତି। ଜିଲାରେ ବାରମ୍ବାର ବିଦ୍ୟୁତ୍‌ କାଟ ହେଉଛି, ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି, ଡାକ୍ତରଖାନାରେ ଡାକ୍ତର ଅଭାବ। ଏହାକୁ କହୁଛନ୍ତି ବିକାଶର ଚିତ୍ର। ନୟାଗଡ଼ବାସୀ ଏହାର ଜବାବ୍‌ ମାଗୁଛନ୍ତି ବୋଲି ଧର୍ମେନ୍ଦ୍ର କହିଥିଲେ। ଓଡ଼ିଆ ଲୋକଙ୍କ ପାଇଁ ସରକାର ପ୍ରଧାନମନ୍ତ୍ରୀ ଆୟୁଷମାନ ଯୋଜନା କାହିଁକି ଲାଗୁ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ଜିଲାରେ କାଳିଆ ଯୋଜନାରେ ଦଳୀୟ କର୍ମୀମାନଙ୍କୁ ସାମିଲ କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ଦୁର୍ନୀତି, ଚିଟ୍‌ଫଣ୍ଡ କାରବାର ଓ ଖଣି ଦୁର୍ନୀତି ଯୋଗୁ ଓଡିଶାବାସୀ କଷ୍ଟ ପାଉଛନ୍ତି। ଦୁର୍ନୀତିର ଦାନବକୁ ନିଜେ ମୁଖ୍ୟମନ୍ତ୍ରୀ ଦାନା ଦେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘରେ ଦାନବମାନେ ରହୁଛନ୍ତି, ଏହିଭଳି କହି ଧର୍ମେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ନିରାକାର ରଥଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ସଭାପତି ସନ୍ନ୍ୟାସୀ ନାୟକ, ଜିଲା ପରିଷଦ ସଭ୍ୟ ଭାଗବତ ସେଠୀ, ଭୁବନେଶ୍ୱରୀ ସାହୁ, ଭାଜପା ନେତ୍ରୀ ଇରାନୀ ରାୟ, ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢ଼ୀ, ଅଶୋକ ମିଶ୍ର, ଲାଲା ମନୋଜ ରାୟ ପ୍ରମୁଖ ମଞ୍ଚାସୀନ ଥିଲେ। 

All Right Reserved By

ଉପକୂଳ ଓଡିଶା

କାଳବୈଶାଖୀ: ତୋଫାନରେ ଉଡ଼ିଲା ଛପର  ଅମଳ ଚିନାବାଦାମ ନଷ୍ଟ, ଚିନ୍ତାରେ ଚାଷୀ

କାଳବୈଶାଖୀ: ତୋଫାନରେ ଉଡ଼ିଲା ଛପର ଅମଳ ଚିନାବାଦାମ ନଷ୍ଟ, ଚିନ୍ତାରେ ଚାଷୀ

କୃଷ୍ଣପ୍ରସାଦ,୨୩ା୪(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ସୋମବାର ସନ୍ଧ୍ୟା ୫ଟାରେ କାଳବୈଶାଖୀଜନିତ ବର୍ଷା, ତୋଫାନ ଜନ ସାଧାରଣଙ୍କୁ ଆତଙ୍କିତ କରିଛି ।

ମିଳିଲାନି ହେଲିପ୍ୟାଡ୍‌, ଫେରିଗଲେ ଧର୍ମେନ୍ଦ୍ର

ମିଳିଲାନି ହେଲିପ୍ୟାଡ୍‌, ଫେରିଗଲେ ଧର୍ମେନ୍ଦ୍ର

ଜଗତ୍‌ସିଂହପୁର ଅଫିସ, ୨୩।୪: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଭାଜପା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ସତ୍ୟବ୍ରତ ମହାପାତ୍ରଙ୍କ ସପକ୍ଷରେ ପ୍ରଚାର ପାଇଁ ରୋଡ୍‌ ଶୋ କରିବାର କାର୍ଯ୍ୟକ୍ରମ ଥିଲା। 

ମଇଦାନରେ ୪ ପୂର୍ବତନ ମନ୍ତ୍ରୀ

ମଇଦାନରେ ୪ ପୂର୍ବତନ ମନ୍ତ୍ରୀ

ଯାଜପୁର ଅଫିସ,୨୩।୪: ଯାଜପୁର ଜିଲା ପ୍ରାକୃତିକ ସମ୍ପଦରେ ଭରପୂର ହୋଇରହିଛି। ଶିଳ୍ପ କ୍ଷେତ୍ରରେ ମଧ୍ୟ ଏହି ଜିଲା ସମୃଦ୍ଧ। କିନ୍ତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଜିଲାକୁ ପଛୁଆ କରିଦେଇଛି। 

ପାଟକୁରା ବିଧାନସଭା ନିର୍ବାଚନ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ସିଇଓ

ପାଟକୁରା ବିଧାନସଭା ନିର୍ବାଚନ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ସିଇଓ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ପାଟକୁରା  ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୋମବାର ପ୍ରତିକ୍ରିୟା ରଖିଛନ୍ତି।

  କଂଗ୍ରେସର ନିର୍ବାଚନୀ ସଭା : ହେଲିକପ୍ଟରରୁ ଓହ୍ଲାଇ ପାରିଲେନି ନିରଞ୍ଜନ, ରୁଦ୍ରରାଜୁ ଓ ଖୁସ୍‌ବୁ

କଂଗ୍ରେସର ନିର୍ବାଚନୀ ସଭା : ହେଲିକପ୍ଟରରୁ ଓହ୍ଲାଇ ପାରିଲେନି ନିରଞ୍ଜନ, ରୁଦ୍ରରାଜୁ ଓ ଖୁସ୍‌ବୁ

ରଣପୁର,୨୨ା୪(ସ୍ବ.ପ୍ର.)-ରଣପୁର ତ୍ରିସ୍ତରୀୟ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ରାଜ୍ୟସ୍ତରୀୟ ବରିଷ୍ଠ ନେତୃବୃନ୍ଦଙ୍କୁ ଏଠାକୁ ଆଣି ଦଳର ପ୍ରଚାର ସହ ଭୋଟ ଭିକ୍ଷା କରୁଛନ୍ତି। 

ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ

ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ

ନିରାକାରପୁର,୨୧ା୪(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ରାମେଶ୍ୱର ଛକ ନିକଟସ୍ଥ ୧୬ନମ୍ବର ଜାତୀୟ ରାଜପଥ ମନ୍ଦାକିନୀ ନଦୀ ଗାର୍ଡଓ୍ବାଲ୍‌ରେ ଏକ ଟ୍ରକ୍‌ ପିଟିହୋଇ ରବିବାର ପୂର୍ବାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। 

ଅଗ୍ନିକାଣ୍ଡରେ ଜଳିଗଲା ୨ବଖରା

ଅଗ୍ନିକାଣ୍ଡରେ ଜଳିଗଲା ୨ବଖରା

ରତ୍ନଗିରି,୨୧ା୪(ଡି.ଏନ.ଏ.)- ବରୀ ବ୍ଲକ ଅଧୀନ ଉଦୟନାଥପୁର ପଞ୍ଚାୟତ ଉଦୟନାଥପୁର ଗ୍ରାମର ସୂର୍ଯ୍ୟକାନ୍ତ ସାମଲଙ୍କ ଘରେ ରବିବାର ଅଗ୍ନିକାଣ୍ଡ ଘଟି ୨ ବଖରା ଜଳିଯାଇଛି। 

  ଜଙ୍ଗଲରୁ  ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ନୟାଗଡ଼ ଅଫିସ,୨୧।୪: ନୟାଗଡ଼ ବ୍ଲକ ପାଣିପୋଇଲା ସାନହାମରା ଜଙ୍ଗଲରୁ ରବିବାର  ଏକ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।

   ଆଡ଼ଚେରରେ ରାଜନୈତିକ ହିଂସା, ୩ ଗୁରୁତର

ଆଡ଼ଚେରରେ ରାଜନୈତିକ ହିଂସା, ୩ ଗୁରୁତର

ନୟାଗଡ଼ ଅଫିସ,୨୧।୪: ନୟାଗଡ଼ ବ୍ଲକ କାଳିକାପ୍ରସାଦ ପଞ୍ଚାୟତ  ଆଡ଼ଚେର ଗ୍ରାମରେ ଶନିବାର ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି।

ଗାର୍ଡଓ୍ବାଲ୍‌ରେ ପିଟିହେଲା ଟ୍ରକ

ଗାର୍ଡଓ୍ବାଲ୍‌ରେ ପିଟିହେଲା ଟ୍ରକ

ନିରାକାରପୁର,୨୧ା୪(ଡି.ଏନ୍‌.ଏ.) : ଖୋର୍ଦ୍ଧା ଜିଲା ରାମେଶ୍ୱର ଛକ ନିକଟସ୍ଥ ୧୬ ନଂ ଜାତୀୟ ରାଜପଥରେ ଥିବା ମଲାଶୁଣୀ ନଦୀ ଗାର୍ଡଓ୍ବାଲ୍‌ରେ ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ଏକ କବାଡ଼ିଆ ବୋଝେଇ ଟ୍ରକ ଓଆର ୧୫ କେ ୩୬୮୩ ରବିବାର ସକାଳେ ପିଟି ହୋଇଯାଇଛି।

ନୟାଗଡ଼ ନିର୍ବାଚନମଣ୍ଡଳୀ: ଏପ୍ରିଲ ୨୩ରେ ମତଦାନ, ବନ୍ଦ ଚିନିକଳ ଖୋଲିବା ସବୁ ଦଳଙ୍କ ପ୍ରମୁଖ ପ୍ରସଙ୍ଗ

ନୟାଗଡ଼ ନିର୍ବାଚନମଣ୍ଡଳୀ: ଏପ୍ରିଲ ୨୩ରେ ମତଦାନ, ବନ୍ଦ ଚିନିକଳ ଖୋଲିବା ସବୁ ଦଳଙ୍କ ପ୍ରମୁଖ ପ୍ରସଙ୍ଗ

ନୟାଗଡ଼ ଅଫିସ,୨୧।୪: ଏପ୍ରିଲ ୨୩ରେ ଜିଲାର ନୟାଗଡ଼ ନିର୍ବାଚନମଣ୍ଡଳୀରେ ମତଦାନ ହେବ। ଏଠାରେ କେଉଁ ପ୍ରାର୍ଥୀ ଜିତିବେ ତାହାକୁ ନେଇ ଚା ଖଟିଠୁ ଆରମ୍ଭ କରି ପାନ ଦେକାନ ଯାଏ ସବୁଠି ଚର୍ଚ୍ଚା ଚାଲିଛି।

ଯାଜପୁର ଲୋକ ସଭା ଆସନ: ପ୍ରାର୍ଥୀଙ୍କ ଦକ୍ଷତା ମାପୁଛନ୍ତି ଭୋଟର;  ପ୍ରାର୍ଥୀଙ୍କୁ ନିଦ ନାହିଁ କି ଖରାକୁ ଖାତିର ନାହିଁ

ଯାଜପୁର ଲୋକ ସଭା ଆସନ: ପ୍ରାର୍ଥୀଙ୍କ ଦକ୍ଷତା ମାପୁଛନ୍ତି ଭୋଟର; ପ୍ରାର୍ଥୀଙ୍କୁ ନିଦ ନାହିଁ କି ଖରାକୁ ଖାତିର ନାହିଁ

ଯାଜପୁର ଅଫିସ,୨୧। ୪: ଯାଜପୁର ଜିଲାରେ ୪ ପର୍ଯ୍ୟାୟରେ ନିର୍ବାଚନ ହେବ। ନିର୍ବାଚନ ପ୍ରଚାରକୁ ଆଉ ମାତ୍ର ଏକ ସପ୍ତାହ ରହିଲା। ସେଥିପାଇଁ ନେତାମାନେ ଏବେଠାରୁ ପୂରା ଦମରେ ପ୍ରଚାରରେ ଲାଗି ପଡିଛନ୍ତି। ମର୍ଯ୍ୟାଦାଜନକ ଯାଜପୁର ଲୋକ ସଭା ଆସନରେ ଏବେ ନିର୍ବାଚନୀ ପରିବେଶ ବେଶ୍‌ ସରଗରମ ହୋଇଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri