ବାଣିଜ୍ୟ |

ଏୟାରପୋଟର୍ର୍ ଭଳି ଷ୍ଟେଶନରେ ହେବ ସୁରକ୍ଷା ଯାଞ୍ଚ;ଟ୍ରେନ ଛାଡ଼ିବାର ୨୦ ମିନିଟ ପୂର୍ବରୁ ପହଞ୍ଚିବାକୁ ହେବ

ଏୟାରପୋଟର୍ର୍ ଭଳି ଷ୍ଟେଶନରେ ହେବ ସୁରକ୍ଷା ଯାଞ୍ଚ;ଟ୍ରେନ ଛାଡ଼ିବାର ୨୦ ମିନିଟ ପୂର୍ବରୁ ପହଞ୍ଚିବାକୁ ହେବ

ନୂଆଦିଲ୍ଲୀ,୭-୧: ଆଗାମୀ ଦିନରେ ରେଳ ଷ୍ଟେଶନରେ ସୁରକ୍ଷା ଯାଞ୍ଚ କଡ଼ାକଡ଼ି ହେବାକୁ ଯାଉଛି। ବିମାନବନ୍ଦର ଭଳି ଏଠାରେ ସୁରକ୍ଷା ଯାଞ୍ଚ କରାଯିବ। ଏଥିପାଇଁ ଭାରତୀୟ ରେଲଓ୍ବେ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ଏଥିପାଇଁ ଯାତ୍ରୀମାନଙ୍କୁ ଟ୍ରେନ ଛାଡ଼ିବାର ୨୦ ମିନିଟ ପୂର୍ବରୁ ଷ୍ଟେଶନରେ ପହଞ୍ଚିବାକୁ ହେବ। ନଚେତ୍‌ ଦ୍ୱାର ବନ୍ଦ କରିଦିଆଯିବ। କାରଣ ଏହା ପରେ ଷ୍ଟେଶନ ଦ୍ୱାର ବନ୍ଦ ହୋଇଯିବ ଏବଂ ସୁରକ୍ଷା ଯାଞ୍ଚ  ଆରମ୍ଭ ହେବ। ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଏଭଳି ବ୍ୟବସ୍ଥା ଏବେ ଆଲ୍ଲାହାବାଦ ରେଳ ଷ୍ଟେଶନରେ ଲାଗୁ କରାଯାଇଛି। ସେଠାରେ କୁମ୍ଭମେଳା କାରଣରୁ ବହୁ ସଂଖ୍ୟାରେ ଯାତ୍ରୀ ପହଞ୍ଚତ୍ବାର ସମ୍ଭାବନା ରହିଛି। 

ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କର୍ନାଟକର ହୁବଲି ରେଳ ଷ୍ଟେଶନରେ ମଧ୍ୟ ଏଭଳି ବ୍ୟବସ୍ଥା ଲାଗୁ କରାଯିବ। ଉକ୍ତ ଦୁଇଟି ଷ୍ଟେଶନରେ ଏହା ପାଇଲଟ ପ୍ରକଳ୍ପ ଭାବରେ ଆରମ୍ଭ କରାଯିବ। ଏହାପରେ ଦେଶର ୨୦୨ଷ୍ଟେଶନରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ରେଲଓ୍ବେ ସୁରକ୍ଷା ଫୋର୍ସ ଡିଜିପି ଜେନେରାଲ ଅରୁଣ କୁମାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ବ୍ୟବସ୍ଥାରେ ରେଳ ଷ୍ଟେଶନକୁ ଚାରିପଟୁ ସିଲ୍‌ କରିଦିଆଯିବ। ସର୍ବପ୍ରଥମେ ରେଳ ଷ୍ଟେଶନର ସମସ୍ତ ଖୋଲା ସ୍ଥାନଗୁଡିକୁ ଚିହ୍ନଟ କରାଯିବା ପରେ ପଏଣ୍ଟଗୁଡିକ ବନ୍ଦ କରାଯିବା ନେଇ ନିଷ୍ପତ୍ତି ନିଆଯିବ। ଅତି ଖୋଲାସ୍ଥାନଗୁଡିକୁ ପାଚେରି ସାହାଯ୍ୟରେ ବନ୍ଦ କରିଦିଆଯିବ ଓ କେତେକ ପଏଣ୍ଟକୁ ରେଲଓ୍ବେ ପ୍ରୋଟେକ୍ସନ ଫୋର୍ସ(ଆର୍‌ପିଏଫ୍‌) ଜଗିବେ। ଖାଲି ଏତିକି ନୁହେଁ ଷ୍ଟେଶନର କେତେକ ସ୍ଥାନରେ ଅସ୍ଥାୟୀ ଦ୍ୱାର ତିଆରି କରାଯିବ। ଅରୁଣ କୁମାର କହିଛନ୍ତି ଯେ, ପ୍ରତ୍ୟେକ ପ୍ରବେଶ ଦ୍ୱାରରେ ରାଣ୍ଡମ(ଯାହାକୁ, ଯେତେବେଳେ ଇଚ୍ଛା) ସୁରକ୍ଷା ଯାଞ୍ଚ କରାଯିବ। ତେବେ ବିମାନବନ୍ଦର ଭଳି ଟ୍ରେନ ଯାତ୍ରୀଙ୍କୁ ଘଣ୍ଟାଏ ପୂର୍ବରୁ ଷ୍ଟେଶନରେ ପହଞ୍ଚତ୍ବାକୁ ପଡିବନି। ସେମାନଙ୍କୁ ସୁରକ୍ଷା ଯାଞ୍ଚ ଲାଗି ୧୫ରୁ ୨୦ ମିନିଟ୍‌ ପୂର୍ବରୁ ଷ୍ଟେଶନରେ ପହଞ୍ଚତ୍ବାକୁ ହେବ। ସେ କହିଛନ୍ତି ଯେ, ସୁରକ୍ଷା ସ୍ତର ଆହୁରି କଡ଼ାକଡ଼ି ହେବ, କିନ୍ତୁ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବୃଦ୍ଧି ହେବ ନାହିଁ। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଉଥିବାରୁ କର୍ମଚାରୀ ସଂଖ୍ୟା ବଢ଼ାଇବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ୨୦୧୬ରେ ରେଲଓ୍ବେ ପକ୍ଷରୁ ମଞ୍ଜୁର କରାଯାଇଥିବା ଏକୀକୃତ ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଗତରେ ଉକ୍ତ ପଦକ୍ଷେପ ନିଆଯାଉଛି। 

All Right Reserved By

ବାଣିଜ୍ୟ |

ସଜହ ହେବ ବ୍ୟବସାୟ;ଇଜ୍‌ ଅଫ୍‌ ଡୁଇଂ ବିଜନେସ ର଼୍ୟାଙ୍କିଙ୍ଗରେ ଟପ୍‌ ୫୦ରେ ସ୍ଥାନ ପାଇବା ଲକ୍ଷ୍ୟ

ସଜହ ହେବ ବ୍ୟବସାୟ;ଇଜ୍‌ ଅଫ୍‌ ଡୁଇଂ ବିଜନେସ ର଼୍ୟାଙ୍କିଙ୍ଗରେ ଟପ୍‌ ୫୦ରେ ସ୍ଥାନ ପାଇବା ଲକ୍ଷ୍ୟ

ନୂଆଦିଲ୍ଲୀ,୨୩-୪: ବ୍ୟବସାୟୀ ସୁଗମତା କ୍ଷେତ୍ରରେ ଭାରତ ଆଉ କିଛି ଦିନ ଭିତରେ ଇତିହାସ ରଚିବାକୁ ଯାଉଛି। କେନ୍ଦ୍ର ସରକାର ଦେଶରେ ବ୍ୟବସାୟ ସୁଗମତାକୁ ଆହୁରି ସହଜ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ବ୍ୟବସାୟୀ ଖୁସିରେ ଉଛୁଳି ଉଠିବେ। ୨୭ ପାଦ ଉପରକୁ ଉଠି ଇଜ୍‌ ଅଫ୍‌ ଡୁଇଂ ବିଜନେସ ର଼୍ୟାଙ୍କିଙ୍ଗର ଟପ୍‌ ୫୦ରେ ସ୍ଥାନ ପାଇବାକୁ ସରକାର ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଯାଉଛନ୍ତି। ନୂଆ ବ୍ୟବସ୍ଥାରେ କମ୍ପାନୀ ଆରମ୍ଭ କରିବା ପ୍ରକ୍ରିୟାକୁ ଅଧିକ ସହଜ ତଥା ସରଳ କରାଯିବ। ମାତ୍ର ୩ ଦିନ ଭିତରେ ବ୍ୟବସାୟୀଙ୍କୁ ପରମାନେଣ୍ଟ ଆକାଉଣ୍ଟ ନମ୍ବର(ପାନ୍‌), ଟ୍ୟାକ୍ସ ଆକାଉଣ୍ଟ ନମ୍ବର(ଟାନ୍‌) ପ୍ରଦାନ ସହ ଜିଏସ୍‌ଟି, ଏମ୍ପ୍ଲୟି ପ୍ରଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେଶନ(ଇପିଏଫଓ) ଏବଂ ଏମ୍ପ୍ଲୟି ଷ୍ଟେଟ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେଶନ(ଇଏସ୍‌ଆଇସି)ରେ ପଞ୍ଜୀକରଣ କରାଯିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ନୀରବ,ଚୋକ୍‌ସୀଙ୍କ ପଳାୟନର ପ୍ରଭାବ;ରୁପା ଗହଣା ରପ୍ତାନି କମିଛି ୭୫%

ନୀରବ,ଚୋକ୍‌ସୀଙ୍କ ପଳାୟନର ପ୍ରଭାବ;ରୁପା ଗହଣା ରପ୍ତାନି କମିଛି ୭୫%

ନୂଆଦିଲ୍ଲୀ,୨୩-୪: ହୀରା ବ୍ୟବସାୟୀ ନୀରବ ମୋଦି ଓ ମେହୁଲ ଚୋକ୍‌ସୀଙ୍କ ବିଦେଶ ପଳାୟନ ପରେ ଭାରତୀୟ ରୁପା ଗହଣା ବଜାର ବେଶ୍‌ ପ୍ରଭାବିତ ହୋଇଛି। ଦେଶର ରୁପା ଗହଣା ରପ୍ତାନି ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରାୟ ୭୫% କମିଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ଋଣ ଜାଲିଆତି କରି ନୀରବ ମୋଦି ଓ ମେହୁଲ ଚୋକ୍‌ସୀ ଗତବର୍ଷ ଆରମ୍ଭରେ ବିଦେଶ ଫେରାର ହୋଇଯାଇଥିଲେ। ପଳାୟନ ଯୋଗୁ ସେମାନଙ୍କର ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ପରିଣାମସ୍ବରୂପ, ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶର ରୁପା ଗହଣା ରପ୍ତାନି ୩.୪ ବିଲିୟନ ଡଲାର ଥିବା ବେଳେ ଗତ ଆର୍ଥିକ ବର୍ଷରେ ଏହା ହ୍ରାସ ପାଇ ମାତ୍ର ୮୩୮ ମିଲିୟନ ଡଲାରରେ ପହଞ୍ଚତ୍ଛି ବୋଲି ଜେମ୍ସ ଆଣ୍ଡ ଜୁଏଲାରୀ ଏକ୍ସପୋର୍ଟ ପ୍ରମୋଶନ କାଉନସିଲ ଦ୍ୱାରା ଜାରି ତଥ୍ୟରୁ ଜଣାପଡିଛି। କାଉନସିଲରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମାମୁ-ଭଣଜା ଫେରାର ହେବା ପରେ ଦେଶର ରୁପା ଗହଣା ରପ୍ତାନି ବେଶ ପ୍ରଭାବିତ ହୋଇଛି। କାରଣ ସେମାନେ ଦର୍ଶାଉଥିବା ରପ୍ତାନି ତଥ୍ୟ କେବଳ କାଗଜକଲମରେ ବୋଲି ଜଣାପଡିଛି। 

ସୁପ୍ରିମକୋର୍ଟରେ ଟିକଟକ୍‌ ମାମଲାର ଶୁଣାଣି;ମାଡ୍ରାସ ହାଇକୋର୍ଟକୁ ୨୪ ସୁଦ୍ଧା ସମୟ, ନଚେତ ବ୍ୟାନ ହଟିବ

ସୁପ୍ରିମକୋର୍ଟରେ ଟିକଟକ୍‌ ମାମଲାର ଶୁଣାଣି;ମାଡ୍ରାସ ହାଇକୋର୍ଟକୁ ୨୪ ସୁଦ୍ଧା ସମୟ, ନଚେତ ବ୍ୟାନ ହଟିବ

ନୂଆଦିଲ୍ଲୀ,୨୩-୪: ଭାରତ ସମେତ ବିଶ୍ୱର ବହୁ ଦେଶରେ ଅତ୍ୟନ୍ତ ଲୋକପ୍ରିୟ ସର୍ଟ ଭିଡ଼ିଓ ଆପ୍‌ ଟିକ୍‌ଟକ ଉପରେ ଲାଗିଥିବା ବ୍ୟାନ୍‌ ହଟିଯିବା ସମ୍ଭାବନା ରହିିଛି। ସୋମବାର ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ଆଗତ ମାମଲାର ଶୁଣାଣି ହୋଇଥିଲା। ମାଡ୍ରାସ ହାଇକୋର୍ଟ ବ୍ୟାନ ସଂକ୍ରାନ୍ତରେ ଦେଇଥିବା ଆଦେଶର ପୁନର୍ବିଚାର କରି ଆସନ୍ତା ୨୪ରେ ନିଜର ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାନ୍ତୁ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ବୋଚ୍ଚ ଅଦାଲତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। 

ବିଆଇଏସ୍‌ ଅଧୀନକୁ ଆସିବ ହେଲମେଟ ସୁରକ୍ଷାମାନ

ବିଆଇଏସ୍‌ ଅଧୀନକୁ ଆସିବ ହେଲମେଟ ସୁରକ୍ଷାମାନ

ନୂଆଦିଲ୍ଲୀ,୨୩-୪: ଦୁଇଚକିଆ ଗାଡ଼ିଚାଳକମାନେ ବ୍ୟବହାର କରୁଥିବା ହେଲମେଟର ସୁରକ୍ଷା ମାନକୁ ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡ(ବିଆଇଏସ୍‌) ଅଧୀନକୁ ଅଣାଯିବ। ଏଥିପାଇଁ ଏକ ନୂଆ ନିୟମ ଲାଗୁ ହେବ। ହେଲମେଟ ପ୍ରସ୍ତୁତି ବିଆଇଏସ୍‌ ମାନଦଣ୍ଡ ଅନୁଯାୟୀ ହେଉ ନ ଥିବାରୁ ଏହାର ମାନ ନେଇ ପ୍ରଶ୍ନବାଚୀ ଉଠିଛି। ଦେଶରେ ବର୍ଷରେ ପ୍ରାୟ ୨ କୋଟି ହେଲମେଟ ତିଆରି ହେଉଥିବା ବେଳେ ତହିଁରୁ ୭୦ ପ୍ରତିଶତ କ୍ଷୁଦ୍ର ଓ ଅସଂଗଠିତ କମ୍ପାନୀ ଦ୍ୱାରା ତିଆରି କରାଯାଉଛି। 

ଆଇବିସି ଯାଞ୍ଚରୁ ଖୁଲାସା;୨୦୦ରୁ ଊର୍ଦ୍ଧ୍ୱ କମ୍ପାନୀରେ ୧ ଲକ୍ଷ କୋଟିରୁ ଅଧିକ ଦୁର୍ନୀତି

ନୂଆଦିଲ୍ଲୀ,୨୩-୪: ଦେଶର ଉଦ୍ୟୋଗ ଜଗତରେ ଦୁର୍ନୀତି ଛାଇଯାଇଛି। ଦେବାଳିଆ ଆଇନ ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି) ଅଧୀନରେ ଯାଞ୍ଚ ବେଳେ ୨୦୦ରୁ ଊର୍ଦ୍ଧ୍ୱ କମ୍ପାନୀର ଫରେନ୍ସିକ ଅଡିଟ୍‌ ବେଳେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ଧରାପଡିଛି। ଆଇବିସି ଅଧୀନରେ ଇନ୍‌ସଲଭେନ୍ସି ରିଜଲ୍ୟୁଶନର ସାମ୍ନା କରୁଥିବା କମ୍ପାନୀଗୁଡ଼ିକ ପାଣ୍ଠି ସ୍ଥାନାନ୍ତର କରିଥିବା ଆଶଙ୍କା କରାଯାଉଛି। ଆଇବିସି ଅଧୀନରେ ରିଜଲ୍ୟୁଶନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ କେତେକ ହାଇପ୍ରୋଫାଇଲ ମାମଲା ସୁପାରିସ କରିଥିଲା, ସେଥିରେ ସର୍ବାଧିକ ଦୁର୍ନୀତି ଧରାପଡିଛି। 

କେନ୍ଦ୍ରକୁ ଶିବସେନାର ପରାମର୍ଶ;ଜେଟ୍‌ ଏୟାରଓ୍ବେଜ କର୍ମଚାରୀଙ୍କୁ ବଞ୍ଚାଅ

କେନ୍ଦ୍ରକୁ ଶିବସେନାର ପରାମର୍ଶ;ଜେଟ୍‌ ଏୟାରଓ୍ବେଜ କର୍ମଚାରୀଙ୍କୁ ବଞ୍ଚାଅ

ମୁମ୍ବାଇ,୨୩-୪: ଜେଟ୍‌ ଏୟାରଓ୍ବେଜକୁ ଅଧିଗ୍ରହଣ କରି ଏହି ଏୟାରଲାଇନ କର୍ମଚାରୀଙ୍କୁ ବଞ୍ଚାଇବାକୁ ଶିବସେନା ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛି। ଦଳର ମୁଖପତ୍ର ‘ସାମ୍‌ନା’ର ସମ୍ପାଦକୀୟରେ ଲେଖାଯାଇଛି ଯେ, ବେକାରିଙ୍କର ଅଭିଶାପ ସ୍ବାଧ୍ୱୀଙ୍କ ଅଭିଶାପଠାରୁ ଅଧିକ ଶକ୍ତିଶାଳୀ। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଏଟିଏସ୍‌ର ପୂର୍ବତନ ପ୍ରମୁଖ ହେମନ୍ତ କରକରେଙ୍କ ମୃତ୍ୟୁକୁ ନେଇ ସ୍ବାଧ୍ୱୀ ପ୍ରଜ୍ଞାଙ୍କ ମନ୍ତବ୍ୟ ପରେ ଶିବସେନା ପକ୍ଷରୁ ଉକ୍ତ ମନ୍ତବ୍ୟ ଦିଆଯାଇଛି।

ଆର୍‌ବିଆଇ ବଳକା ଅର୍ଥକୁ ନେଇ ଜଲାନ କମିଟି ରିପୋର୍ଟ ଶୀଘ୍ର

ନୂଆଦିଲ୍ଲୀ,୨୩-୪: ଆର୍‌ବିଆଇର ବଳକା ଅର୍ଥ ସଂକ୍ରାନ୍ତ ରିପୋର୍ଟ ପ୍ରଦାନ ଲାଗି ଗଠନ ହୋଇଥିବା ଜଲାଲ କମିଟି ଏହାର ରିପୋର୍ଟ ଶୀଘ୍ର ପ୍ରଦାନ କରିବ ବୋଲି ଜଣାପଡିଛି। କମିଟିର ଅଧ୍ୟକ୍ଷ ପୂର୍ବତନ ଆରିବଆଇ ଗଭର୍ନର ବିମଳ ଜଲାନ କାର୍ଯ୍ୟ କରୁଛନ୍ତି।  କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ପ୍ରାୟ ୧-୩ ଲକ୍ଷ କୋଟି ଟଙ୍କାର ବଳକା ଅର୍ଥ ସଂକ୍ରାନ୍ତରେ କମିଟି ରିପୋର୍ଟ ଦେଇପାରନ୍ତି ବୋଲି ବିଦେଶୀ ବ୍ରୋକରେଜ ଫାର୍ମ ବ୍ୟାଙ୍କ ଅଫ୍‌ ଆମେରିକା ମେରିଲ୍‌ ଲିଞ୍ଚ୍‌ କହିଛି। ଏହା ମୋଟ ଘରୋଇ ଉତ୍ପାଦର ୦.୫%ରୁ ୧.୫% ରହିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଆର୍‌ବିଆଇ ଦ୍ୱାରା ପ୍ରଦାନ କରାଯିବାକୁ ଥିବା ଏହି ଅର୍ଥକୁ ସରକାର ଯଦି ବ୍ୟାଙ୍କର ପୁଞ୍ଜୀକରଣ କ୍ଷେତ୍ରରେ ଖର୍ଚ୍ଚ କରନ୍ତି ତେବେ ଏହା ଲିକ୍ୟୁଡିଟି କ୍ଷେତ୍ରରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଏହା କହିଛି।

ରିୟଲମି ଆଣିଲା ନୂଆ ୩ ପ୍ରୋ,ସି୨ ସ୍ମାର୍ଟଫୋନ

ରିୟଲମି ଆଣିଲା ନୂଆ ୩ ପ୍ରୋ,ସି୨ ସ୍ମାର୍ଟଫୋନ

ନୂଆଦିଲ୍ଲୀ,୨୨-୪: ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ରିୟଲମି ପକ୍ଷରୁ ନୂଆ ରିୟଲମି ୩ ପ୍ରୋ ଏବଂ ଏଣ୍ଟ୍ରିଲେଭଲ ସି୨ ମଡେଲର ବଜାର ପ୍ରବେଶ ହୋଇଛି।

ସିଆଲଦା-ପୁରୀ ମଧ୍ୟରେ ସ୍ବତନ୍ତ୍ର ଗ୍ରୀଷ୍ମକାଳୀନ ଟ୍ରେନ

ସିଆଲଦା-ପୁରୀ ମଧ୍ୟରେ ସ୍ବତନ୍ତ୍ର ଗ୍ରୀଷ୍ମକାଳୀନ ଟ୍ରେନ

ଭୁବନେଶ୍ୱର,୨୨-୪: ଗ୍ରୀଷ୍ମକାଳୀନ ଯାତ୍ରୀ ଭିଡକୁ ଏଡାଇବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ସିଆଲଦା ଏବଂ ପୁରୀ ମଧ୍ୟରେ ଏକ ସ୍ବତନ୍ତ୍ର ଏସି ଟ୍ରେନ ଚଳାଚଳ ସମ୍ପର୍କରେ ଘୋଷଣା କରାଯାଇଛି।

ଷ୍ଟାର୍ଟଅପ୍‌: ବିଏସ୍‌ଇର ସହାୟତା ନେବ କାଜାକିସ୍ତାନ

ଷ୍ଟାର୍ଟଅପ୍‌: ବିଏସ୍‌ଇର ସହାୟତା ନେବ କାଜାକିସ୍ତାନ

ମୁମ୍ବାଇ,୨୧-୪: ଭାରତର ଷ୍ଟାର୍ଟଅପ୍‌ ଏବଂ ଇଣ୍ଟରନ୍ୟାଶନାଲ ଏକ୍ସଚେଞ୍ଜ ମଡେଲ ପ୍ରତି କାଜାକିସ୍ତାନ ଆକୃଷ୍ଟ ହୋଇଛି। 

ହୋଣ୍ଡା ଆଣିଲା ନୂଆ ସିବିଆର ୬୫୦ ଆର

ହୋଣ୍ଡା ଆଣିଲା ନୂଆ ସିବିଆର ୬୫୦ ଆର

ନୂଆଦିଲ୍ଲୀ,୨୨।୪: ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାଣକାରୀ କମ୍ପାନୀ ହୋଣ୍ଡା ପକ୍ଷରୁ ବଜାରକୁ ଆସିଛି ନୂଆ ସିବିଆର ୬୫୦ ଆର । 

ଦେଶ ଗଠନରେ ସୂଚନା ପ୍ରଯୁକ୍ତିବିଦ୍ୟାର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଦେଶ ଗଠନରେ ସୂଚନା ପ୍ରଯୁକ୍ତିବିଦ୍ୟାର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୂବନେଶ୍ୱର,୨୨।୪(ବ୍ୟୁରୋ): ପବ୍ଲିକ ରିଲେସନ ସୋସାଇଟି ଅଫ ଇଣ୍ଡିଆ (ପିଆରଏସଆଇ) ଭୂବନେଶ୍ୱର ଚାପ୍ଟର ପକ୍ଷରୁ ଜାତୀୟ ଲୋକ ସମ୍ପର୍କ ଦିବସ ଭୂବନେଶ୍ୱରଠାରେ ପାଳନ କରାଯାଇଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri