ବାଣିଜ୍ୟ |

ଆର୍‌ବିଆଇକୁ ଚିଠି ଲେଖିଲା ନେପାଳ ରାଷ୍ଟ୍ର ବ୍ୟାଙ୍କ;୧୦୦ରୁ ଊର୍ଦ୍ଧ୍ୱ ମୂଲ୍ୟର ନୋଟ୍‌କୁ ବୈଧ ଘୋଷଣା କର

ଆର୍‌ବିଆଇକୁ ଚିଠି ଲେଖିଲା ନେପାଳ ରାଷ୍ଟ୍ର ବ୍ୟାଙ୍କ;୧୦୦ରୁ ଊର୍ଦ୍ଧ୍ୱ ମୂଲ୍ୟର ନୋଟ୍‌କୁ ବୈଧ ଘୋଷଣା କର

କାଠମାଣ୍ଡୁ,୭-୧: ଭାରତରେ ଜାରି ୧୦୦ରୁ ଅଧିକ ମୂଲ୍ୟର ନୂଆ ନୋଟ୍‌କୁ ନେପାଳରେ ଆଇନସମ୍ମତ କରିବା ଲାଗି ସେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ଚିଠି ଲେଖିଛି। 

ରବିବାର ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ନେପାଳ ରାଷ୍ଟ୍ର ବ୍ୟାଙ୍କ(ଏନ୍‌ଆର୍‌ବି) ଶୁକ୍ରବାର ଏ ସମ୍ପର୍କରେ ଆର୍‌ବିଆଇକୁ ପତ୍ର ଲେଖିଛି। ଏଥିରେ କୁହାଯାଇଛି ଯେ, ଭାରତରେ ପ୍ରଚଳିତ ନୂଆ ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌କୁ ନେପାଳରେ ବୈଧ ଘୋଷଣା କରାଯାଉ। ଭାରତର କେନ୍ଦ୍ରୀୟ ବ୍ୟାଙ୍କ ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ(ଫେମା) ଅଧୀନରେ ବିଜ୍ଞପ୍ତି ପ୍ରକାଶ କରିବାକୁ ଏନ୍‌ଆର୍‌ବି ଅନୁରୋଧ କରିଛି। ଏହାଦ୍ୱାରା ୧୦୦ରୁ ଊର୍ଦ୍ଧ୍ୱ ମୂଲ୍ୟର ଭାରତୀୟ ଟଙ୍କା ନେପାଳରେ ସ୍ବୀକାରଯୋଗ୍ୟ ହୋଇପାରିବ। ଏହାଦ୍ୱାରା ନେଣଦେଣ ସୁବିଧାଜନକ ହେବ। ବର୍ତ୍ତମାନ ନେପାଳରେ ୧୦୦ ଟଙ୍କା ପର୍ଯ୍ୟନ୍ତ ଭାରତୀୟ ନୋଟ୍‌ ପ୍ରଚଳନକୁ ଆର୍‌ବିଆଇ ସ୍ବୀକୃତି ଦେଇଛି। ବିମୁଦ୍ରୀକରଣ ପରେ ୫୦୦ ଓ ୧୦୦୦ ଟଙ୍କିଆ ଭାରତୀୟ ନୋଟ୍‌ ଅଚଳ ହୋଇଯାଇଥିଲା। ଆର୍‌ବିଆଇ ପକ୍ଷରୁ ଫେମା ବିଜ୍ଞପ୍ତି ଜାରି କରି ସେତେବେଳେ କୁହାଯାଇଥିଲା ଯେ, ପ୍ରତ୍ୟେକ ନେପାଳ ନାଗରିକ ସର୍ବାଧିକ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଏଭଳି ନୋଟ୍‌ ନିଜ ପାଖରେ ରଖିପାରିବେ। ଭାରତରେ ବିମୁଦ୍ରୀକରଣ ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ବଡ଼ ନୋଟ୍‌ ଜାରି କରାଯାଇଛି। ତେବେ ଏହାକୁ ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୌଣସି ବିଜ୍ଞପ୍ତି ଜାରି କରାଯାଇନି। ଏହି କାରଣରୁ ଏବେ ନେପାଳରେ ଏହି ସମସ୍ତ ନୋଟ୍‌ ବ୍ୟବହାରକୁ ଅବୈଧ ଘୋଷଣା କରାଯାଇଛି।

All Right Reserved By

ବାଣିଜ୍ୟ |

୪ ଟ୍ରେନର ଅତିରିକ୍ତ ରହଣି

୪ ଟ୍ରେନର ଅତିରିକ୍ତ ରହଣି

ଭୁବନେଶ୍ୱର,୧୯-୨: ଯାତ୍ରୀ ସୁବିଧାକୁ ଧ୍ୟାନରେ ରଖି ୪ ଟ୍ରେନର ଅତିରିକ୍ତ ରହଣି ବ୍ୟବସ୍ଥା ସମ୍ପର୍କରେ ପୂର୍ବତଟ ରେଳପଥ ପକ୍ଷରୁ ଘୋଷଣା କରାଯାଇଛି। ହାଓଡା-ଟିଟଲାଗଡ-ହାଓଡା ଏକ୍ସପ୍ରେସ ବଡମାଳଠାରେ ଅଟକିବ ବୋଲି ଜଣାପଡ଼ିଛି।

ପୁଲଓ୍ବାମା ଶହୀଦଙ୍କ ଲାଗି ଏସ୍‌ବିଆଇର ଅଭିଯାନ

ପୁଲଓ୍ବାମା ଶହୀଦଙ୍କ ଲାଗି ଏସ୍‌ବିଆଇର ଅଭିଯାନ

ଭୁବନେଶ୍ୱର,୧୯-୨: ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ଶହୀଦ ବୀର ଜବାନଙ୍କ ଲାଗି ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଘୋଷଣା କରାଯାଇଛି।

ବିଗ୍‌ ବଜାର ପକ୍ଷରୁ ‘ଦି ଗ୍ରେଟ୍‌ ଏକ୍ସଚେଞ୍ଜ’

ବିଗ୍‌ ବଜାର ପକ୍ଷରୁ ‘ଦି ଗ୍ରେଟ୍‌ ଏକ୍ସଚେଞ୍ଜ’

ଭୁବନେଶ୍ୱର,୧୯-୨: ପ୍ରମୁଖ ହିପର୍‌ମାର୍କେଟ ବିଗ୍‌ ବଜାର ପକ୍ଷରୁ ‘ଦି ଗ୍ରେଟ୍‌ ଏକ୍ସଚେଞ୍ଜ’ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଚଳିତ ମାସ ୧୬ ଠାରୁ ମାର୍ଚ୍ଚ ୨୪ ତାରିଖ ଯାଏ ବିଗ୍‌ ବଜାର ଷ୍ଟୋରଗୁଡ଼ିକରେ ଚାଲୁଛି। 

ବି.ଆର୍‌.ଲାଇଫ କଳିଙ୍ଗ ହସ୍ପିଟାଲର ସ୍ବନକ୍ଷତ୍ର ଦିବସ

ବି.ଆର୍‌.ଲାଇଫ କଳିଙ୍ଗ ହସ୍ପିଟାଲର ସ୍ବନକ୍ଷତ୍ର ଦିବସ

ଭୁବନେଶ୍ୱର,୧୯-୨: ବି.ଆର୍‌. ଲାଇଫ କଳିଙ୍ଗ ହସ୍ପିଟାଲର ୨୨ତମ ସ୍ବନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। 

ମୀରା ମସଲାର ବିଜ୍‌ନେସ ମିଟ୍‌

ମୀରା ମସଲାର ବିଜ୍‌ନେସ ମିଟ୍‌

ଭୁବନେଶ୍ୱର,୧୯-୨: ମୀରା ମସଲା ପକ୍ଷରୁ ଏହାର ୨ୟ ବାର୍ଷିକ ବ୍ୟବସାୟିକ ସମ୍ମିଳନୀ ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି। 

ଓକେସିଏଲ୍‌ ପକ୍ଷରୁ ବୁଟ୍‌ କ୍ୟାମ୍ପ

ଓକେସିଏଲ୍‌ ପକ୍ଷରୁ ବୁଟ୍‌ କ୍ୟାମ୍ପ

ଭୁବନେଶ୍ୱର,୧୯-୨: ଓଡ଼ିଶା ନଲେଜ କର୍ପୋରେଶନ ଲିମିଟେଡ (ଓକେସିଏଲ)ପକ୍ଷରୁ ବାର୍ଷିକ ବୁଟ୍‌ କ୍ୟାମ୍ପ-୨୦୧୯ ଅନୁଷ୍ଠିତ ହେଉଛି। 

ଉତ୍କଳିକାର କର୍ପୋରେଟ ଫେୟାର ଉଦ୍‌ଘାଟିତ

ଉତ୍କଳିକାର କର୍ପୋରେଟ ଫେୟାର ଉଦ୍‌ଘାଟିତ

ଭୁବନେଶ୍ୱର,୧୯-୨: ଉତ୍କଳିକା ପକ୍ଷରୁ ସ୍ଥାନୀୟ ଚନ୍ଦ୍ରଶେଖରପୁର ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କି ନିକଟରେ ଦ୍ୱିତୀୟ କର୍ପୋରେଟ ଫେୟାର ଉଦ୍‌ଘାଟିତ ହୋଇଛି।

ଆର୍‌ବିଆଇକୁ ସିଆଇସିଙ୍କ ଭର୍ତ୍ସନା

ଆର୍‌ବିଆଇକୁ ସିଆଇସିଙ୍କ ଭର୍ତ୍ସନା

 ନୂଆଦିଲ୍ଲୀ,୧୯-୨:  ବିମୁଦ୍ରୀକରଣ ତଥ୍ୟ ପ୍ରଦାନକୁ ନେଇ କେନ୍ଦ୍ରୀୟ ସୂଚନା କମିଶନ(ସିଆଇସି) ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ଉର୍ତ୍ସନା କରିଛନ୍ତି। 

ଇଲେକ୍ଟ୍ରିକ ସହ ହାଇବ୍ରିଡ ଗାଡ଼ି ଲାଗି ମିଳିବ ପ୍ରୋତ୍ସାହନ

ଇଲେକ୍ଟ୍ରିକ ସହ ହାଇବ୍ରିଡ ଗାଡ଼ି ଲାଗି ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୧୯-୨:  ପ୍ରଦୂଷଣ ନିୟନ୍ତ୍ରଣ ସହ ତୈଳ ଆମଦାନୀକୁ ହ୍ରାସ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏବେ ହାଇବ୍ରିଡ ଗାଡ଼ିକୁ ଇଲେକ୍ଟ୍ରିକ ଗାଡ଼ି ସହ ଇନସେନଟିଭ ଦେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଭାରି ଉଦ୍ୟୋଗ ବିଭାଗ ପକ୍ଷରୁ ପ୍ରସ୍ତୁତ ଯୋଜନା ଅଧୀନରେ ଫେମ୍‌(ଫାଷ୍ଟର ଆଡପ୍ସନ ଆଣ୍ଡ ମାନୁଫ୍ୟାକଚରିଂ ଅଫ୍‌ ହାଇବ୍ରିଡ ଆଣ୍ଡ ଇଲେକ୍ଟ୍ରିକ ଭେହିକିଲ୍ସ)-୨ରେ ଇଲେକ୍ଟ୍ରିକ ଗାଡ଼ି ସହ ହାଇବ୍ରିଡ ଗାଡ଼ିକୁ ମଧ୍ୟ ବିଭିନ୍ନ ଟିକସ ପ୍ରୋତ୍ସାହନ ଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। 

ଠକାମୀର ଶିକାର ହେଉଛନ୍ତି ଗ୍ରାହକ;ଫ୍ଲାଇଟ୍‌ ବାତିଲ କରି ମାଲାମାଲ୍‌ ହେଉଛି ଏୟାରଲାଇନ୍ସ

ଠକାମୀର ଶିକାର ହେଉଛନ୍ତି ଗ୍ରାହକ;ଫ୍ଲାଇଟ୍‌ ବାତିଲ କରି ମାଲାମାଲ୍‌ ହେଉଛି ଏୟାରଲାଇନ୍ସ

ନୂଆଦିଲ୍ଲୀ,୧୯-୨:  ଯେକୌଣସି କାରଣ ଦର୍ଶାଇ ଏୟାରଲାଇନ୍ସ କମ୍ପାନୀ ପ୍ରାୟତଃ ବିମାନ ଯାତ୍ରା(ଫ୍ଲାଇଟ୍‌) ବାତିଲ କରିବାର ଦେଖାଯାଏ। ଗତ କିଛି ମାସ ହେବ ଏହା ବ୍ୟାପକ ହାରରେ ବଢ଼ିଯାଇଛି। ଗତ ସପ୍ତାହରେ ଦେଶର ଅଗ୍ରଣୀ ବିମାନ କମ୍ପାନୀ ଇଣ୍ଡିଗୋ ଗୋଟିଏ ଦିନରେ ୧୩୦ ଫ୍ଲାଇଟ୍ସ ବାତିଲ କରିବା ପରେ ହଇଚଇ ସୃଷ୍ଟି ହୋଇଛି। ଫ୍ଲାଇଟ୍ସ ବାତିଲ କରି ଏୟାରଲାଇନ୍ସ କମ୍ପାନୀ ମାଲାମାଲ ହେଉଥିବା ବେଳେ ବିଚରା ଗ୍ରାହକ ଠକାମୀର ଶିକାର ହେଉଛି। 

ସନ୍ଦିପ ଭଟ୍ଟନାଗର, ଅଶୋକ ପାଣ୍ଡେ ସିିବିଆଇସି ସଦସ୍ୟ

ସନ୍ଦିପ ଭଟ୍ଟନାଗର, ଅଶୋକ ପାଣ୍ଡେ ସିିବିଆଇସି ସଦସ୍ୟ

ନୂଆଦିଲ୍ଲୀ,୧୯-୨: ଭାରତୀୟ ରାଜସ୍ବ ସେବାର ଦୁଇ ବରିଷ୍ଠ ଅଧିକାରୀ ସନ୍ଦିପ ଭଟ୍ଟନାଗର ଏବଂ ଅଶୋକ କୁମାର ପାଣ୍ଡେଙ୍କୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନଡାଇରେକ୍ଟ ଟ୍ୟାକ୍ସେସ ଆଣ୍ଡ କଷ୍ଟମ୍ସ(ସିିବିଆଇସି)ର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି।

୨୮ ହଜାର କୋଟିର ଅନ୍ତରୀଣ ଲାଭାଂଶ ଦେବ ଆର୍‌ବିଆଇ

୨୮ ହଜାର କୋଟିର ଅନ୍ତରୀଣ ଲାଭାଂଶ ଦେବ ଆର୍‌ବିଆଇ

ମୁମ୍ବାଇ,୧୯-୨: କେନ୍ଦ୍ର ସରକାରଙ୍କୁ ୨୮ ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ଦେବାକୁ ସୋମବାର ରିଜର୍ଭ ବ୍ୟାଙ୍କ ବୋର୍ଡ ନିଷ୍ପତ୍ତି ନେଇଥିବା ନେଇ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏକ ବିବୃତିରେ ସ୍ପଷ୍ଟ କରାଯାଇଛି।