ଖେଳ |

ରଣ୍‌ଜୀ ଟ୍ରଫି ଅନ୍ତିମ ରାଉଣ୍ଡ: ଆଜିଠାରୁ ବିକାଶ ଗ୍ରାଉଣ୍ଡରେ ଗୋଆକୁ ଭେଟିବ ଓଡ଼ିଶା

ରଣ୍‌ଜୀ ଟ୍ରଫି ଅନ୍ତିମ ରାଉଣ୍ଡ: ଆଜିଠାରୁ  ବିକାଶ ଗ୍ରାଉଣ୍ଡରେ ଗୋଆକୁ ଭେଟିବ ଓଡ଼ିଶା

କଟକ ଅଫିସ,୭।୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ଚାଲିଥିବା ରଣଜୀ ଟ୍ରଫି ୨୦୧୮-୧୯ ସିଜନର ଅନ୍ତିମ ରାଉଣ୍ଡ୍‌ ପର୍ଯ୍ୟାୟ ସୋମବାରଠାରୁ ଦେଶର ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହେବ। ଏଲିଟ ଗ୍ରୁପ୍‌-ସି’ରେ ସ୍ଥାନିତ ଓଡ଼ିଶା ଏହିକ୍ରମରେ ଏହାର ଅନ୍ତିମ ମୁକାବିଲାରେ ଗୋଆକୁ ଭେଟିବ। ଭୁବନେଶ୍ୱରର ବିକାଶ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବ। ଘରୋଇ ମାଟିରେ ସିଜନର ଅନ୍ତିମ ମ୍ୟାଚ୍‌କୁ ଜିତିବାର ଲକ୍ଷ୍ୟ ରହିଛି ବୋଲି ଓଡ଼ିଶା ଦଳର ନୂଆ ଅଧିନାୟକ ଦାୟିତ୍ୱ ସମ୍ଭାଳିଥିବା ଶୁଭ୍ରାଂଶୁ ସେନାପତି କହିଛନ୍ତି। ଅଧିନାୟକ ଭାବେ ଶୁଭ୍ରାଂଶୁଙ୍କ ପାଇଁ ଏହା ପ୍ରଥମ ପ୍ରଥମଶ୍ରେଣୀ କ୍ରିକେଟ ମ୍ୟାଚ୍‌। ଓଡ଼ିଶା ୮ଟି ମ୍ୟାଚ୍‌ ଖେଳି ୩ ବିଜୟ, ୩ ପରାଜୟ ଓ ୨ଟି ଡ୍ର ସହ ୨୦ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ଚଳିତ ରଣଜୀ ସିଜନରେ ବିକାଶ ଗ୍ରାଉଣ୍ଡରେ ଏହା ଓଡ଼ିଶାର ଦ୍ୱିତୀୟ ମ୍ୟାଚ୍‌। ପୂର୍ବରୁ ରାଜସ୍ଥାନ ବିପକ୍ଷରେ ଏଠାରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସୂର୍ଯ୍ୟକାନ୍ତ ପ୍ରଧାନ ଦ୍ରୁତ ୫୬ ରନ୍‌ର ଇନିଂସ ସତ୍ତ୍ୱେ ଓଡ଼ିଶା ମାତ୍ର ୩୫ ରନ୍‌ରେ ପରାସ୍ତ ହୋଇଥିଲା। ଖରାପ ଫର୍ମ ଲାଗି ଗୋଆ ବିପକ୍ଷ ମ୍ୟାଚ୍‌ରୁ ଅଭିଜ୍ଞ ଗୋବିନ୍ଦ ପୋଦ୍ଦାର ଓ ଉଇକେଟ୍‌କିପର ପି. ରୋଶନ କୁମାରଙ୍କୁ ବାଦ୍‌ ଦିଆଯାଇଛି।

ଓଡ଼ିଶା ରଣ୍‌ଜୀ ଦଳ: ଅନୁରାଗ ଷଡ଼ଙ୍ଗୀ, ରଣଜିତ ସିଂ, ସନ୍ଦୀପ ପଟ୍ଟନାୟକ, ବିପ୍ଳବ ସାମନ୍ତରାୟ, ଶୁଭ୍ରାଂଶୁ ଶେଖର ସେନାପତି(ଅଧିନାୟକ), ଶାନ୍ତନୁ ମିଶ୍ର, ସୁଜିତ ଲେଙ୍କା(ଉଇକେଟ କିପର), ଧୀରାଜ ସିଂ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଅଭିଶେକ ରାଉତ, ଶୁଭମ ନାୟକ, ଦେବାଶିଷ ସାମନ୍ତରାୟ। କୋଚ୍‌- ରଶ୍ମୀରଞ୍ଜନ ପରିଡ଼ା, ଫିଜିଓ- ଶୁଭକାନ୍ତ ସାହୁ, ଟ୍ରେନର- ମନୋଜ କୁମାର ବିଶ୍ୱାଳ, ମ୍ୟାନେଜର- ରାକେଶ ମହାନ୍ତି।

All Right Reserved By

ଖେଳ |

ମ୍ୟାକଗ୍ରାଥଙ୍କ ପରେ ପ୍ରଥମ ଅଷ୍ଟ୍ରେଲିଆନ କୁମିନ୍ସ

ମ୍ୟାକଗ୍ରାଥଙ୍କ ପରେ ପ୍ରଥମ ଅଷ୍ଟ୍ରେଲିଆନ କୁମିନ୍ସ

ଦୁବାଇ,୧୮।୨- ଅଷ୍ଟ୍ରେଲିଆନ ଫାଷ୍ଟ ବୋଲର ପାଟ୍‌ କମିନ୍ସ ରବିବାର ଆଇସିସି ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷକୁ ଉଠିଛନ୍ତି। ଏହି କ୍ରିକେଟର ଦୁଇ ସ୍ଥାନ ଉପରକୁ ଉଠି ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡାଙ୍କୁ ହଟାଇ ନମ୍ବର ଓ୍ବାନ ଟେଷ୍ଟ ବୋଲର ହୋଇପାରିଛନ୍ତି।

ଶହୀଦଙ୍କ ପରିବାରଙ୍କୁ ସହାୟତା ଦେବେ ଧାଓ୍ବନ

ଶହୀଦଙ୍କ ପରିବାରଙ୍କୁ ସହାୟତା ଦେବେ ଧାଓ୍ବନ

ନୂଆଦିଲ୍ଲୀ,୧୮।୨- ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ଓ ଗୌତମ ଗମ୍ଭୀରଙ୍କ ଭଳି ଭାରତୀୟ ଓପନର ଶିଖର ଧାଓ୍ବନ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିତ୍ବା ଯବାନଙ୍କ ପରିବାରକୁ ସହାୟତା ପାଇଁ ଆଗକୁ ଆସିଛନ୍ତି। 

ପିଏସ୍‌ଏଲ୍‌ କଭରେଜ କରିବନି କ୍ରିକ୍‌ବଜ

ପିଏସ୍‌ଏଲ୍‌ କଭରେଜ କରିବନି କ୍ରିକ୍‌ବଜ

ମୁମ୍ବାଇ,୧୮।୨- ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫ୍‌ ଯବାନ ଶହୀଦ ଘଟଣାକୁ ନେଇ ଦେଶରେ ଜନାତାଙ୍କ ମଧ୍ୟରେ ଆକ୍ରୋଷ ବୃଦ୍ଧି ପାଇବାରେ ଲାଗିଛି।

ରାଜ୍ୟ ବଡ଼ି ବିଲ୍ଡିଂ ଉଦ୍‌ଯାପିତ

ରାଜ୍ୟ ବଡ଼ି ବିଲ୍ଡିଂ ଉଦ୍‌ଯାପିତ

ଭୁବନେଶ୍ୱର, ୧୮।୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅଲ୍‌ ଓଡ଼ିଶା ବଡ଼ି ବିଲ୍ଡିଂ ଓ ଫିଟନେସ୍‌ ସଂଘ, ଖୋର୍ଦ୍ଧା ଜିଲା ବଡ଼ି ବିଲ୍ଡିଂ ଓ ଫିଟ୍‌ନେସ ସଂଘ, ଜାଗୁଆର ଜିମ୍‌ର ମିଳିତ ଆନୁକୂଲ୍ୟରେ ଓ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେଶନ ପ୍ରଯୋଜନାରେ ରବିବାର ସନ୍ଧ୍ୟରେ ରାଜ୍ୟ ବଡ଼ି ବିଲ୍ଡିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। 

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ:  ଅମିତଙ୍କ ଚମକ; ଭାରତକୁ ୫ ପଦକ ମିଳିବା ନିଶ୍ଚିତ

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ: ଅମିତଙ୍କ ଚମକ; ଭାରତକୁ ୫ ପଦକ ମିଳିବା ନିଶ୍ଚିତ

ନୂଆଦିଲ୍ଲୀ, ୧୮।୨(ପି.ଟି.)- ବୁଲଗେରିଆ ରାଜଧାନୀ ସୋଫିଆଠାରେ ଚାଲିଥିବା ୭୦ତମ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟୁର୍ନାମେଣ୍ଟରେ ଭାରତର ଅମିତ୍‌ ପୋଙ୍ଘାଲ୍‌ ଦମ୍‌ଦାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଗୁଣନିଧି କପ୍‌ ଫୁଟ୍‌ବଲ: ସେମିରେ ଶବର ସ୍ପୋର୍ଟିଂ

ଗୁଣନିଧି କପ୍‌ ଫୁଟ୍‌ବଲ: ସେମିରେ ଶବର ସ୍ପୋର୍ଟିଂ

ପୁରୁଣା ଭୁବନେଶ୍ୱର,୧୮।୨(ଡି.ଏନ୍‌.ଏ.)- ପୁରୁଣା ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଡିଏଭି ସ୍କୁଲ ଖେଳପଡିଆରେ ଚାଲିଥିବା ଗୁଣନିଧି କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଖୋର୍ଦ୍ଧାର ଶବର ସ୍କୋର୍ଟିଂ କ୍ଳବ ସେମିଫାଇନାଲରେ ପ୍ରବେଶ କରିଛି। 

ଟେନିସ୍‌ କ୍ରିକେଟ ଚାମ୍ପିୟନ୍ସ ଟ୍ରଫି ଉଦ୍‌ଯାପିତ:  ଓଡ଼ିଶା ପ୍ରଥମଥର ଚାମ୍ପିୟନ

ଟେନିସ୍‌ କ୍ରିକେଟ ଚାମ୍ପିୟନ୍ସ ଟ୍ରଫି ଉଦ୍‌ଯାପିତ: ଓଡ଼ିଶା ପ୍ରଥମଥର ଚାମ୍ପିୟନ

ଭୁବନେଶ୍ୱର, ୧୮।୨(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ ରେଲ୍‌ଓ୍ବେ ଷ୍ଟାଡିୟମ୍‌ରେ ଟେନିସ୍‌ କ୍ରିକେଟ ଚାମ୍ପିୟନ୍ସ ଟ୍ରଫିର ଦ୍ୱିତୀୟ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଛି। ଫାଇନାଲରେ ତାମିଲନାଡ଼ୁକୁ ୬ ଉଇକେଟରେ ହରାଇ  ଓଡ଼ିଶା ପ୍ରଥମଥର ପାଇଁ ଚାମ୍ପିୟନ ହୋଇଛି।

ଓଡ଼ିଶାରେ ଟେନିସ୍‌ କ୍ରିକେଟ ଏସିଆ କପ୍‌ ସମ୍ଭାବନା

ଓଡ଼ିଶାରେ ଟେନିସ୍‌ କ୍ରିକେଟ ଏସିଆ କପ୍‌ ସମ୍ଭାବନା

ଭୁବନେଶ୍ୱର, ୧୮।୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାରେ ଚାମ୍ପିୟନ୍ସ ଟ୍ରଫି ଟେନିସ୍‌ କ୍ରିକେଟ ଆୟୋଜନରେ ଅଭୀଭୂତ ଟେନିସ କ୍ରିକେଟ ଆସୋସିଏଶନ ଅଫ୍‌ ଇଣ୍ଡିଆର ସାଧାରଣ ସମ୍ପାଦକ କହ୍ନେୟା ଗୁର୍ଜର। 

ରବି ଆଣ୍ଡ୍‌ ଅନାଦି ମେମୋରିଆଲ ଫୁଟ୍‌ବଲ: କଟକ ସ୍ପୋଟର୍‌ସ   ହଷ୍ଟେଲ ଚାମ୍ପିୟନ

ରବି ଆଣ୍ଡ୍‌ ଅନାଦି ମେମୋରିଆଲ ଫୁଟ୍‌ବଲ: କଟକ ସ୍ପୋଟର୍‌ସ ହଷ୍ଟେଲ ଚାମ୍ପିୟନ

ସୋନପୁର,୧୮।୨(ନି.ପ୍ର.)-ସ୍ଥାନୀୟ ସୋନପୁର ଗାନ୍ଧୀ ପଡିଆଠାରେ ଚାଲିଥିବା ୧୩ତମ ଅଲ ୍ଓ ଡ଼ିଶା ରବି ଆଣ୍ଡ୍‌ ଅନାଦି ମେମୋରିଆଲ ଫୁଟ୍‌ବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। 

ରାଜ୍ୟ ଟେନିସ୍‌ ଭଲିବଲ ଚାମ୍ପିୟନଶିପ୍‌ ଉଦ୍‌ଯାପିତ

ରାଜ୍ୟ ଟେନିସ୍‌ ଭଲିବଲ ଚାମ୍ପିୟନଶିପ୍‌ ଉଦ୍‌ଯାପିତ

କଟକ ଅଫିସ,୧୮ା୨- ଢେଙ୍କାନାଳ କାମାକ୍ଷାନଗରସ୍ଥିତ ସଂସ୍କାର ସ୍କୁଲଠାରେ ତୃତୀୟ ରାଜ୍ୟ ସିନିୟର ଟେନିସ ଭଲିବଲ୍‌ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଛି । ପୁରୁଷ ବିଭାଗରେ ଭଦ୍ରକ ଦଳ ୨-୧ ସେଟ୍‌ରେ ପାରାଦୀପକୁ ପରାସ୍ତ କରି ଚାମ୍ପିୟନ ହୋଇଥିବା ବେଳେ ମହିଳା ବିଭାଗରେ କେନ୍ଦୁଝର ୨-୧ ସେଟ୍‌ରେ ରାଉରକେଲାକୁ ହରାଇ ଚାମ୍ପିୟନ ହୋଇଥିଲା। 

ଯୁବା ବାସ୍କେଟବଲ ଉଦ୍‌ଯାପିତ: ଓଏସ୍‌ସି ଚାମ୍ପିୟନ

ଯୁବା ବାସ୍କେଟବଲ ଉଦ୍‌ଯାପିତ: ଓଏସ୍‌ସି ଚାମ୍ପିୟନ

ଭୁବନେଶ୍ୱର, ୧୮।୨(କ୍ରୀଡ଼ା ପ୍ରତିନିଧି)- ଇମ୍ଫା ପାର୍କରେ ଯୁବା ବାସ୍କେଟବଲ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଛି। ପ୍ରତିଯୋଗିତାର ଫାଇନାଲରେ ଓଏସ୍‌ସି ୬୭-୫୧ ପଏଣ୍ଟରେ ମାମ୍ବା ବୟେଜ(ମଦର୍ସ କ୍ଲବ)କୁ ହରାଇ ଚାମ୍ପିୟନ ହୋଇଛି। 

ରିୟଲ କଶ୍ମୀରକୁ ୩ ପଏଣ୍ଟ ମିଳିଲେ କୋର୍ଟ ଦ୍ୱାରସ୍ଥ ହେବ ମିନର୍ଭା

ରିୟଲ କଶ୍ମୀରକୁ ୩ ପଏଣ୍ଟ ମିଳିଲେ କୋର୍ଟ ଦ୍ୱାରସ୍ଥ ହେବ ମିନର୍ଭା

ନୂଆଦିଲ୍ଲୀ,୧୮ା୨ (ପି.ଟି.)-ରିୟଲ କଶ୍ମୀରକୁ ଯଦି ୩ ପଏଣ୍ଟ ମିଳେ ତେବେ  ମିନର୍ଭା ପଞ୍ଜାବ ଏଫ୍‌ସି କୋର୍ଟଙ୍କ ଦ୍ୱାରସ୍ଥ ହେବ। ଶ୍ରୀନଗରରେ ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଗତଥର ଚାମ୍ପିୟନ ମିନର୍ଭା ପଞ୍ଜାବ ସେଠାରେ ରିୟଲ କଶ୍ମୀର ବିପକ୍ଷ ଆଇ-ଲିଗ୍‌ ମ୍ୟାଚ ଖେଳିବା ଲାଗି ରାଜି ହେଉନାହିଁ।