ଖେଳ |

ଏସିଆନ କପ୍‌ ଫୁଟ୍‌ବଲ: ୧୯୬୪ ପରେ ଭାରତର ପ୍ରଥମ ବିଜୟ

ଏସିଆନ କପ୍‌ ଫୁଟ୍‌ବଲ:  ୧୯୬୪ ପରେ ଭାରତର ପ୍ରଥମ ବିଜୟ

ଆବୁଧାବି,୭ା୧ (ପି.ଟି.)- ସୁନୀଲ ଛେତ୍ରୀଙ୍କ ଡବଲ ଗୋଲ ସହାୟତାରେ ଭାରତ ଏଏଫ୍‌ସି (ଏସିଆନ ଫୁଟ୍‌ବଲ କନଫେଡେରେଶନ) ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଥାଇଲାଣ୍ଡକୁ ୪-୧ ଗୋଲରେ ହରାଇ ଦେଇଛି। ୧୯୬୪ ପରେ ଟୁର୍ନାମେଣ୍ଟରେ ଦଳର ଏହା ହେଉଛି ପ୍ରଥମ ବିଜୟ। ଏସିଆନ କପ୍‌ରେ ଦ୍ୱିତୀୟ ଥର ଖେଳୁଥିବା ଛେତ୍ରୀଙ୍କର ଏହାଥିଲା ୧୦୫ତମ ମ୍ୟାଚ। ସେ ୨୭ତମ (ପେନାଲ୍ଟି) ଓ ୪୬ତମ ମିନିଟ୍‌ରେ ଗୋଲ ସ୍କୋର କରିଥିଲେ। ଏହା ହେଉଛି ତାଙ୍କର ୬୭ତମ ଗୋଲ। ଫଳରେ ବର୍ତ୍ତମାନ ସକ୍ରିୟ ଥିବା ଖେଳାଳିଙ୍କ ମଧ୍ୟରେ ସେ ଦ୍ୱିତୀୟ ସର୍ବାଧିକ ଅନ୍ତର୍ଜାତୀୟ ଗୋଲ ସ୍କୋରର ବିବେଚିତ ହୋଇଛନ୍ତି। ଅଲ୍‌ ନାହ୍ୟାନ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଦଳ ପକ୍ଷରୁ ଅନ୍ୟ ଦୁଇଟି ଗୋଲ ମିଡ୍‌ ଫିଲ୍ଡର ଅନିରୁଦ୍ଧ ଥାପା ଏବଂ ଦ୍ୱିତୀୟାର୍ଦ୍ଧ ବଦଳ ଖେଳାଳି ଜେଜେ ଲାଲ୍‌ପେଖଲୁଆ ଯଥାକ୍ରମେ ୬୮ତମ ଓ ୮୦ତମ ମିନିଟ୍‌ରେ ଗୋଲ ସ୍କୋର କରିଥିଲେ। ରବିବାର  ଦୁଇଟି ଗୋଲ ସ୍କୋର ଦ୍ୱାରା ୩୪ ବର୍ଷୀୟ ଛେତ୍ରୀ ଆର୍ଜେଣ୍ଟିନା ସୁପରଷ୍ଟାର ଲିଓନେଲ ମେସିଙ୍କୁ ଅତିକ୍ରମ କରିଯାଇଛନ୍ତି। ମେସି ତାଙ୍କର ୧୨୮ ଅନ୍ତର୍ଜାତୀୟ ମ୍ୟାଚରେ ୬୫ ଗୋଲ ସ୍କୋର କରିଛନ୍ତି। ପର୍ତ୍ତୁଗାଲ୍‌ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍‌ଡୋ ୧୫୪ ମ୍ୟାଚରେ ସର୍ବାଧିକ ୮୫ ଗୋଲ ସ୍କୋର କରି ସବୁଠାରୁ ଆଗରେ ରହିଛନ୍ତି।  ଗ୍ରୁପ୍‌ ଏ’ର ଏହି ମ୍ୟାଚରେ ଥାଇଲାଣ୍ଡ ଅଧିନାୟକ ତଥା ଷ୍ଟ୍ରାଇକର ତିରାସିଲ ଡାଙ୍ଗ୍‌ଡା ତାଙ୍କ ଦଳ ପକ୍ଷରୁ ଏକମାତ୍ର ଗୋଲ ଖେଳର ୩୩ତମ ମିନିଟ୍‌ରେ ଦେଇଥିଲେ। ଭାରତ ଆଗକୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଓ ବାହାରିନ ବିପକ୍ଷରେ ଖେଳିବାକୁ ଥିବା ଦୁଇଟି ମ୍ୟାଚ ମଧ୍ୟରୁ ଯଦି ଗୋଟିଏ ଡ୍ର ରଖେ ତେବେ ନକ୍‌ଆଉଟ୍‌ ରାଉଣ୍ଡକୁ ଉନ୍ନୀତ ହୋଇପାରିବ। ଫାଫା ତାଲିକାରେ ୯୭ ର଼୍ୟାଙ୍କିଙ୍ଗପ୍ରାପ୍ତ ଭାରତ ୧୧୮ତମ ର଼୍ୟାଙ୍କିଙ୍ଗ ଥାଇଲାଣ୍ଡ ବିପକ୍ଷରେ କେବଳ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା। ମାତ୍ର ଖେଳାଳିମାନେ ଦ୍ୱିତୀୟାର୍ଦ୍ଧରେ ଅପ୍ରତ୍ୟାଶିତ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଗୋଲ ବ୍ୟବଧାନ ବୃଦ୍ଧି ପାଇଥିଲା। ରବିବାର ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ୦-୧ ଗୋଲରେ ଜୋର୍ଡାନଠାରୁ ହାରିଯାଇଛି।

All Right Reserved By

ଖେଳ |

 ବିଶାଖାପାଟଣାରେ ଆଇପିଏଲ୍‌ର ୨ ପ୍ଲେ-ଅଫ୍‌ ମ୍ୟାଚ

ବିଶାଖାପାଟଣାରେ ଆଇପିଏଲ୍‌ର ୨ ପ୍ଲେ-ଅଫ୍‌ ମ୍ୟାଚ

ଅମରାବତୀ, ୨୩ା୪ (ପି.ଟି.)-ବନ୍ଦର ସହର ବିଶାଖାପାଟଣା ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦୁଇଟି ପ୍ଲେ-ଅଫ୍‌ ମ୍ୟାଚ୍‌ର ଆୟୋଜନ କରିବ। ମ୍ୟାଚ ଦୁଇଟି ମେ ୮ ଓ ୧୦ରେ ଖେଳାଯିବ ବୋଲି ଆନ୍ଧ୍ର କ୍ରିକେଟ ଆସୋସିଏଶନ  (ଏସିଏ) ପକ୍ଷରୁ ଏକ ପ୍ରେସ୍‌ ଇସ୍ତାହାରରେ ଏହା ପ୍ରକାଶ କରାଯାଇଛି।  

  ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌:     ବଜରଙ୍ଗ ପୁନିଆଙ୍କୁ ସ୍ବର୍ଣ୍ଣ ପଦକ

ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌: ବଜରଙ୍ଗ ପୁନିଆଙ୍କୁ ସ୍ବର୍ଣ୍ଣ ପଦକ

ଜିଆନ୍‌ (ଚାଇନା), ୨୩ା୪ (ପି.ଟି.)- ବିଶ୍ୱର ନମ୍ବର ଓ୍ବାନ କୁସ୍ତିଯୋଦ୍ଧା  ଭାରତର ବଜରଙ୍ଗ ପୁନିଆ ଏସିଆନ ଚାମ୍ପିୟନଶିପ୍‌ରେ ଆଉଥରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। 

ମୁମ୍ବାଇ ଦଳରେ ନୂଆ ପେସର

ମୁମ୍ବାଇ ଦଳରେ ନୂଆ ପେସର

ମୁମ୍ବାଇ,୨୩।୪(ପିଟି)- ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ବାମହାତୀ ପେସର ବେଉରାନ ହେଣ୍ଡ୍ରିକ୍ସଙ୍କ ସହ ଚୁକ୍ତି କରିଛି। 

ଶିବଙ୍କୁ କ୍ରମାଗତ ୪ର୍ଥ ଏସିଆନ୍‌ ପଦକ

ଶିବଙ୍କୁ କ୍ରମାଗତ ୪ର୍ଥ ଏସିଆନ୍‌ ପଦକ

ବ୍ୟାଙ୍କକ୍‌,୨୩।୪(ପିଟି)- ଶିବ ଥପା (୬୦ କିଗ୍ରା) କ୍ରମାଗତ ୪ର୍ଥ ଥର ପାଇଁ ଏସିଆନ୍‌ ବକ୍ସିଂ ପଦକ ନିଶ୍ଚିତ କରିଛନ୍ତି।

ସ୍ବଦେଶ ଫେରିଲେ ଓ୍ବିଲିୟମ୍‌ସନ

ସ୍ବଦେଶ ଫେରିଲେ ଓ୍ବିଲିୟମ୍‌ସନ

ଚେନ୍ନାଇ,୨୩।୪(ପିଟି)- ସନ୍‌ ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ଅଧିନାୟକ କେନ ଓ୍ବିଲିୟମ୍‌ସନ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ ଖେଳିବେ ନାହିଁ।

ଭାରତକୁ ମିଳିଲାନି ରୌପ୍ୟ ପଦକ

ଭାରତକୁ ମିଳିଲାନି ରୌପ୍ୟ ପଦକ

ଦୋହା,୨୩।୪- ଏଠାରେ ଚାଲିଥିବା ଏସିଆନ୍‌ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ଭାରତୀୟ ଦଳ  ଏକ ରୌପ୍ୟ ପଦକରୁ ବଞ୍ଚତ୍ତ ରହିଛି। 

ନିଜ ପିଲାଦିନର ବନ୍ଧୁଙ୍କୁ ଜୀବନସାଥୀ କରିଥିଲେ ଏହି କ୍ରିକେଟର

ନିଜ ପିଲାଦିନର ବନ୍ଧୁଙ୍କୁ ଜୀବନସାଥୀ କରିଥିଲେ ଏହି କ୍ରିକେଟର

ଭାରତୀୟ କ୍ରିକେଟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଅଜିଙ୍କ୍ୟ ରାହାଣେଙ୍କୁ ନେଇ ଚର୍ଚ୍ଚା ଜୋରଧରିଛି। 

ଭୋଟ ଦେଲେ ପୂଜାରା

ଭୋଟ ଦେଲେ ପୂଜାରା

ରାଜକୋଟ,୨୩।୪- ଚଳିତ ବର୍ଷର ଲୋକ ସଭା ନିର୍ବାଚନର ୩ୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି।  ଏଥିରେ ଦେଶର କ୍ରୀଡ଼ାବିତମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି।

୨୫ ବଲରୁ ଟି୨୦ ଶତକ

୨୫ ବଲରୁ ଟି୨୦ ଶତକ

ଲଣ୍ଡନ,୨୩।୪- ଟି୨୦ କ୍ରିକେଟରେ ଦିନକୁ ଦିନ ନୂଆ ରେକର୍ଡ ସୃଷ୍ଟି ହେଉଛି। ସ୍କଟଲାଣ୍ଡ ବ୍ୟାଟ୍ସମ୍ୟାନ ଜର୍ଜ ମୁନ୍‌ସେ ଟି୨୦ କ୍ରିକେଟରେ ୨୫ ବଲରୁ ଶତକ ଲଗାଇଛନ୍ତି।

ଶୂନ୍ୟରେ ଆଉଟ୍‌ ହେବାରେ ଟର୍ନରଙ୍କ ରେକର୍ଡ

ଶୂନ୍ୟରେ ଆଉଟ୍‌ ହେବାରେ ଟର୍ନରଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୪- ଆଶ୍‌ଟନ ଟର୍ନର ଏଭଳି ଏକ ରେକର୍ଡ ଅଧିକାରୀ ହୋଇଛନ୍ତି, ଯାହାକୁ ବିଶ୍ୱର କୌଣସି ବ୍ୟାଟ୍ସମ୍ୟାନ ନିଜ ନାମରେ କରିବାକୁ ଚାହିଁବେ ନାହିଁ। 

ଫଗ୍‌ନିନିଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ

ଫଗ୍‌ନିନିଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ

ପ୍ୟାରିସ, ୨୩ା୪ (ଏଏଫ୍‌ପି)-ସୋମବାର ଏଟିପି ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଇଟାଲୀର ୩୧ ବର୍ଷୀୟା ଫାବିଓ ଫଗ୍‌ନିନି ତାଙ୍କ କ୍ୟାରିୟର ଶ୍ରେଷ୍ଠ ୧୨ଶ ସ୍ଥାନ ଅଧିକାର କରିଛନ୍ତି। ରବିବାର ଫାଇନାଲରେ ସେ ସର୍ବୀୟାର ଦୁସାନ ଲାଜୋଭିଚ୍‌ଙ୍କୁ ସିଧାସଳଖ ସେଟ୍‌ରେ ପରାସ୍ତ କରି ତାଙ୍କର ପ୍ରଥମ ମାଷ୍ଟର୍ସ ଟ୍ରଫି ହାସଲ କରିଥିବାରୁ ତାଙ୍କୁ ଏହି ସଫଳତା ମିଳିଛି।  ଫଗନିନି ୬ ସ୍ଥାନ ଉପରକୁ ଉଠି ଟପ୍‌ ୧୦ ନିକଟତର ହୋଇଥିବା ବେଳେ ଲାଜୋଭିଚ୍‌ ୨୪ସ୍ଥାନ ପଦୋନ୍ନତି ପାଇ ୨୪ତମ ସ୍ଥାନରେ ପହଞ୍ଚତ୍ଛନ୍ତି। ସର୍ବୀୟାର ନୋଭାକ ଜୋକୋଭିଚ୍‌ (୧୧,୧୬୦ ପଏଣ୍ଟ) ପୂର୍ବଭଳି ନମ୍ବର ଓ୍ବାନ ସ୍ଥାନ ବଜାୟ ରଖିବା ସହ  ଦ୍ୱିତୀୟ ସ୍ଥାନରେ ଥିବା ସ୍ପେନର ରାଫାଲ ନାଡାଲ (୮,୦୮୫) ଙ୍କଠାରୁ ପଏଣ୍ଟ ବ୍ୟବଧାନ ବୃଦ୍ଧି କରିପାରିଛନ୍ତି।  ଗତ ସପ୍ତାହରେ ପ୍ରିନ୍ସିପାଲିଟିଠାରେ ଏକ କ୍ୱାର୍ଟରଫାଇନାଲ ମ୍ୟାଚରେ ଡାନିଲ ମେଦଭେଦେଭଙ୍କଠାରୁ ପରାଜିତ  ହୋଇଥିଲେ ମଧ୍ୟ ତାଙ୍କ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ନାଡାଲଙ୍କଠାରୁ ୩୦୦୦ ପଏଣ୍ଟ ଆଗରେ ରହିଛନ୍ତି।

ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନରେ ଭାଗନେବେ ପ୍ରମୋଦ

ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନରେ ଭାଗନେବେ ପ୍ରମୋଦ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- ଉଗାଣ୍ଡା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ କାମ୍ପାଲାସ୍ଥିତ ଲୁଗୋଗୋ ଇନ୍‌ଡୋର ଷ୍ଟାଡିୟମରେ ଚଳିତମାସ ୨୩ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱର ୧୮୦ ପ୍ରତିଯୋଗୀ ଭାଗ ନେଉଛନ୍ତି। ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତରୁ ୨୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ନିକଟ ଅତୀତରେ ଆକର୍ଷଣୀୟ ପ୍ରଦର୍ଶନ କରି ଆସିଥିବା ପ୍ରମୋଦ ଉଗାଣ୍ଡା ପ୍ରତିଯୋଗୀତାରେ ମଧ୍ୟ ଭଲ ଖେଳିବେ ବୋଲି ଆଶାବାଦୀ ଅଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri