ଖେଳ |

ଜାତୀୟ ଟିଟି ଟିମ୍‌ ଇଭେଣ୍ଟ : ପିଏସ୍‌ପିବି, ପଶ୍ଚିମବଙ୍ଗ ଚାମ୍ପିୟନ

ଜାତୀୟ ଟିଟି ଟିମ୍‌ ଇଭେଣ୍ଟ : ପିଏସ୍‌ପିବି, ପଶ୍ଚିମବଙ୍ଗ ଚାମ୍ପିୟନ

କଟକ ଅଫିସ,୭ା୧: ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୮୦ତମ ସିନିୟର ଆନ୍ତଃ ରାଜ୍ୟ ତଥା ଜାତୀୟ ଟେବୁଲ ଟେନିସ ପ୍ରତିଯୋଗିତାର ଟିମ୍‌ ଇଭେଣ୍ଟ ରବିବାର ଶେଷ ହୋଇଛି। ପୁରୁଷ ବିଭାଗରେ ପେଟ୍ରୋଲିୟମ ସ୍ପୋର୍ଟସ ପ୍ରମୋଶନ ବୋର୍ଡ(ପିଏସ୍‌ପିବି) ଓ ମହିଳା ବିଭାଗରେ ପଶ୍ଚିମବଙ୍ଗ ଚାମ୍ପିୟନ ହୋଇଛି।

ମହିଳା ବିଭାଗର ଫାଇନାଲରେ ପଶ୍ଚିମବଙ୍ଗର ଖେଳାଳିମାନେ ପିଏସ୍‌ପିବିର ଅନ୍ତର୍ଜାତୀୟ ତାରକା ଖେଳାଳିମାନଙ୍କ ଉପରେ ଭାରି ପଡ଼ିଥିଲେ। ୩-୧ ସେଟ୍‌ରେ ବିଜୟୀ ହୋଇ ପଶ୍ଚିମବଙ୍ଗ ମହିଳା ଦଳ ଏହି ସଫଳତା ପାଇଛି। ପଶ୍ଚିମବଙ୍ଗର ମୌସୁମୀ ପଲ ୧୧-୮, ୧୧-୫, ୧୩-୧୫, ୬-୧୧, ୧୨-୧୦ ପଏଣ୍ଟରେ ମନିକା ବାତ୍ରାଙ୍କୁ ହରାଇଥିଲେ। ଦ୍ୱିତୀୟ ସେଟରେ ପିଏସପିବିର ମାଧୁରିକା ପାଟେକର ବିଜୟୀ ହୋଇ ଖେଳକୁ ସମାନ ସ୍ଥିତିରେ ପହଞ୍ଚାଇଥିଲେ। ମାଧୁରିକା ୧୧-୮, ୧୧-୩, ୧୧-୧୩, ୧୧-୮ ପଏଣ୍ଟରେ ପଶ୍ଚିମବଙ୍ଗର କ୍ରୀତିକା ସିହ୍ନାଙ୍କୁ ପରାସ୍ତ କରିଥିଲେ। ମାତ୍ର ଏହା ପରବର୍ତ୍ତୀ ୨ଟି ଯାକ ସେଟ ପଶ୍ଚିମବଙ୍ଗ ସପକ୍ଷରେ ଯାଇଥିଲା। ପିଏସ୍‌ପିବିର ମୌମା ଦାସ ଓ ମନିକା ଏହି ୨ଟି ଯାକ ସେଟ ହାରିଥିଲେ। ମୌମାଙ୍କୁ ଆୟିକା ମୁଖାର୍ଜୀ ୩ ସେଟରେ(୧୧-୯, ୧୪-୧୨, ୧୧-୬) ସିଧାସଳଖ ପରାସ୍ତ କରିଥିଲେ । ୪ର୍ଥ ସେଟରେ ମନିକାଙ୍କୁ କ୍ରୀତିକା(୧୧-୯, ୫-୧୧, ୧୦-୧୨, ୧୨-୧୦, ୧୧-୮)ହରାଇଥିଲେ। ପୁରୁଷ ବିଭାଗର ଫାଇନାଲରେ ପିଏସ୍‌ପିବି ୩-୨ ସେଟରେ ଗୁଜରାଟକୁ ହରାଇ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ପିଏସ୍‌ପିବିର ତାରକା ଖେଳାଳି ଶରଥ କମଲ ପ୍ରଥମ ସେଟରେ ଗୁଜରାଟର ଇଶାନ ହିଙ୍ଗୋରାନୀଙ୍କୁ ହରାଇଥିଲେ। ୧୬-୧୪, ୧୧-୪ ଓ ୧୧-୩ରେ ସେ ପ୍ରଥମ ସେଟଟି ଜିତିଥିଲେ। ଦ୍ୱିତୀୟ ସେଟରେ ମଧ୍ୟ ପିଏସ୍‌ପିବିର ଜି ସାଥିୟାଁ ଗୁଜରାଟର ହରମିତ ଦେଶାଇଙ୍କୁ(୬-୧୧, ୧୧-୫, ୧୨-୧୦, ୧୧-୭) ପରାସ୍ତ କରି ଅଗ୍ରଣୀ ହାସଲ କରିଥିଲେ। ୩ୟ ଓ ୪ର୍ଥ ସେଟରେ ଗୁଜରାଟ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା। ୩ୟ ସେଟରେ ଗୁଜରାଟର ମନୁଷ ସାହା ପିଏସ୍‌ପିବିର ଅମଲ ରାଜଙ୍କୁ ଓ ୪ର୍ଥ ସେଟରେ ଗୁଜରାଟର ହରମିତ ଦେଶାଇ କମଲଙ୍କୁ ହରାଇଥିଲେ। ୫ମ ତଥା ନିର୍ଣ୍ଣାୟକ ରାଉଣ୍ଡରେ ସାଥିୟାଁ ଚମତ୍କାର ପ୍ରଦର୍ଶନ କରି ପିଏସ୍‌ପିବିକୁ ଚାମ୍ପିୟନ ଟାଇଟଲ ପ୍ରଦାନ କରିଛନ୍ତି। ପୁରସ୍କାର ବିତରଣି ଉତ୍ସବରେ ପୂର୍ବତନ ସଚିବ ଡି.ପି. ବାଗଚୀ, ଟେବୁଲ ଟେନିସ ଫେଡେରେଶନ ଅଫ ଇଣ୍ଡିଆର ସମ୍ପାଦକ ଏମ୍‌.ପି. ସିଂ, ଉପଦେଷ୍ଟା ଧନରାଜ ଚୌଧୁରୀ, ଉପସଭାପତି ବି.କେ. ବାୱା, ଓଡ଼ିଶା ଟେବୁଲ ଟେନିସ ଆସୋସିଏଶନ ସଭାପତି ଏଲ. ଏନ. ଗୁପ୍ତା, ଉପସଭାପତି ସଞ୍ଜୟ ସିଂ, ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା ଅତିଥି ଭାବେ ଯୋଗ ଦେଇଥିଲେ।


All Right Reserved By

ଖେଳ |

କୁଲଦୀପଙ୍କ ଆଖିରେର ଲୁହ

କୁଲଦୀପଙ୍କ ଆଖିରେର ଲୁହ

 ଭାରତୀୟ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା କୁଲଦୀବ ଯାଦବଙ୍କୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ମୋଏନ ଅଲି କନ୍ଦାଇ ଦେଇଛନ୍ତି।

କ୍ରିକେଟରୁ ଦୂରେଇଲେ ଇଂଲଣ୍ଡ ଓପନର ହେଲ୍ସ

କ୍ରିକେଟରୁ ଦୂରେଇଲେ ଇଂଲଣ୍ଡ ଓପନର ହେଲ୍ସ

ଲଣ୍ଡନ,୨୦।୪- ବିଶ୍ୱକପ୍‌ ଲାଗି ଘୋଷିତ ସାମ୍ଭବ୍ୟ ଇଂଲଣ୍ଡ ଦଳରେ ସ୍ଥାନ ପାଇଛନ୍ତି ବ୍ୟାଟ୍ସମ୍ୟାନ ଆଲେକ୍ସ ହେଲ୍ସ। ହେଲେ ସେ ବ୍ୟକ୍ତିଗତ

ଆଇପିଏଲରୁ ଓହରିଲେ ବଟଲର

ଆଇପିଏଲରୁ ଓହରିଲେ ବଟଲର

ଜୟପୁର,୨୦।୪- ଜସ ବଟଲରଙ୍କ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଅଭିଯାନ ଶନିବାର ଶେଷ ହୋଇଛି।

କୋହଲିଙ୍କୁ ମଙ୍କଡିଙ୍ଗ୍‌ ଡର

କୋହଲିଙ୍କୁ ମଙ୍କଡିଙ୍ଗ୍‌ ଡର

କୋଲକାତା,୨୦।୪- ରବିଚନ୍ଦ୍ରନ ଅଶ୍ୱିନ ରାଜସ୍ଥାନ ରୟାଲ୍ସ ଦଳର ଓପନର ଜୋସ ବଟଲରଙ୍କୁ ବିବାଦୀୟ ଢଙ୍ଗରେ ଆଉଟ୍‌ କରିବା ପରେ ଆଇପିଏଲରେ ନନ୍‌ ଷ୍ଟ୍ରାଇକ ଏଣ୍ଡରେ ଥିବା ବ୍ୟାଟ୍ସମ୍ୟାନଙ୍କୁ ମଙ୍କଡିଙ୍ଗ୍‌ ଭୟ ଘାରିଛି। 

ହାର୍ଦ୍ଦିକ, ରାହୁଲଙ୍କୁ ଜରିମାନା

ହାର୍ଦ୍ଦିକ, ରାହୁଲଙ୍କୁ ଜରିମାନା

ମୁମ୍ବାଇ,୨୦।୪- ଟିଭି ଶୋ’ କଫି ଓ୍ବିଥ କରନରେ ମହିଳାଙ୍କ ଉପରେ ଆପତ୍ତି ଜନକ ମନ୍ତବ୍ୟ ଦେବା ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କୁ ଦଣ୍ଡିତ କରାଯାଇଛି। 

ରାଜସ୍ଥାନ ରୟାଲ୍ସ ନୂଆ ଅଧିନାୟକ ସ୍ମିଥ

ରାଜସ୍ଥାନ ରୟାଲ୍ସ ନୂଆ ଅଧିନାୟକ ସ୍ମିଥ

ରାଜସ୍ଥାନ,୨୦।୪- ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ଦଳର ଅଧିନାୟକ ପଦରୁ ଅଜିଙ୍କ୍ୟ ରାହାନେଙ୍କୁ ବିଦା କରାଯାଇଛି।

ଗେଲ୍‌ଙ୍କଠାରୁ ଆଗରେ ରସେଲ

ଗେଲ୍‌ଙ୍କଠାରୁ ଆଗରେ ରସେଲ

କୋଲକାତା,୨୦।୪- ଛକା ଲଗାଇବାରେ ୟୁନିଭର୍ସାଲ ବସ ଭାବେ ପରିଚିତ କ୍ରିସ୍‌ ଗେଲ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସେଲ।

କଦାପି ନୋ ବଲ ପକାଇ ନ ଥିବା ବୋଲର

କଦାପି ନୋ ବଲ ପକାଇ ନ ଥିବା ବୋଲର

ଆଧୁନିକ କ୍ରିକେଟରେ ବୋଲରମାନେ ନୋ ବଲ ପକାଇବା ଏକ ସାଧାରଣ କଥା। ହେଲେ ଏମିତି ବହୁ କିମ୍ବଦନ୍ତୀ କ୍ରିକେଟର

ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ଜୋକୋଭିଚ୍‌ଙ୍କ ବିଦାୟ

ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ଜୋକୋଭିଚ୍‌ଙ୍କ ବିଦାୟ

ମଣ୍ଟେ କାର୍ଲୋ, ୨୦।୪- ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ ଏଠାରେ ଚାଲିଥିବା ମଣ୍ଟେ କାର୍ଲୋ ମାଷ୍ଟର୍ସ ପ୍ର୍‌ତିଯୋଗିତାରୁ ବିଦାୟ ନେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଡାନିଲ ମେଡଭେଡେଭ ୬-୩, ୪-୬, ୬-୨ ସେଟ୍‌ରେ ଜୋଭୋଭିଚ୍‌ଙ୍କୁ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ରୁଷିଆର ଡାନିଲଙ୍କୁ ୨ ଘଣ୍ଟା ୨୦ ମିନିଟ୍‌ ସମୟ ଲାଗିଥିଲା। 

ଚର୍ଚ୍ଚାରେ ପ୍ରଜ୍ଞାନ ଓଝାଙ୍କ ଟୁଇଟ୍‌

ଚର୍ଚ୍ଚାରେ ପ୍ରଜ୍ଞାନ ଓଝାଙ୍କ ଟୁଇଟ୍‌

ହାଇଦ୍ରାବାଦ, ୨୦।୪- ଇଂଲଣ୍ଡରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ନିକଟରେ ବିରାଟ କୋହଲିଙ୍କ ନେତୃତ୍ୱରେ ୧୫ଜଣିଆ ଭାରତୀୟ ଦଳ ଘୋଷଣା ହୋଇଥିଲା। 

ଅଲ ଇଣ୍ଡିଆ ଓପନ୍‌ ଚେସ୍‌: ଶୀର୍ଷରେ ଗୁସେନ

ଅଲ ଇଣ୍ଡିଆ ଓପନ୍‌ ଚେସ୍‌: ଶୀର୍ଷରେ ଗୁସେନ

କଟକ ଅଫିସ,୨୦ା୪- ଟ୍ରିପଲ ସି’ ଚେସ୍‌ କ୍ଲବ ଆନୁକୂଲ୍ୟରେ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୪ର୍ଥ ଅଲ ଇଣ୍ଡିଆ ଓପନ ଚେସ୍‌ ଚାମ୍ପିୟନଶିପରେ ଶୁକ୍ରବାର ତୃତୀୟ ଦିବସ ଖେଳ ଶେଷ ହୋଇଛି। ୬ ରାଉଣ୍ଡ ଖେଳ ଶେଷ ସୁଦ୍ଧା ଇଣ୍ଟରନ୍ୟାଶନାଲ ମାଷ୍ଟର (ଆଇଏମ) ଗୁସେନ ହିମାଲ ୫.୫ ପଏଣ୍ଟ ପାଇ ଶୀର୍ଷରେ ରହିଛନ୍ତି। 

ସନ୍ତୋଷ ଟ୍ରଫି: ପଞ୍ଜାବ-ସର୍ଭିସେସ୍‌ ଫାଇନାଲ

ସନ୍ତୋଷ ଟ୍ରଫି: ପଞ୍ଜାବ-ସର୍ଭିସେସ୍‌ ଫାଇନାଲ

ଲୁଧିଆନା, ୨୦।୪(ପି.ଟି.)-ଭାରତୀୟ ଘରୋଇ ଫୁଟ୍‌ବଲର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ସନ୍ତୋଷ ଟ୍ରଫିର ଫାଇନାଲ ରବିବାର ପଞ୍ଜାବ  ଓ ସର୍ଭିସେସ୍‌ ମଧ୍ୟରେ  ହେବ। ଶୁକ୍ରବାର ସ୍ଥାନୀୟ ଗୁରୁ ନାନକ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଘରୋଇ ପଞ୍ଜାବ ୨-୧ ଗୋଲରେ ଗୋଆକୁ ପରାସ୍ତ କରିଛି। 


Model This Week

କ୍ରିଷ୍ଣା
Why Dharitri