ଅନଗୁଳ-ଢେଙ୍କାନାଳ

୪ମାସ ମଧ୍ୟରେ ବଦଳିବ ଅନୁଗୋଳ ଟ୍ରାଫିକ ରୂପରେଖ: ଅପରାଧୀଙ୍କୁ ଧରିବ ସିସିଟିଭି

୪ମାସ ମଧ୍ୟରେ ବଦଳିବ ଅନୁଗୋଳ ଟ୍ରାଫିକ ରୂପରେଖ: ଅପରାଧୀଙ୍କୁ ଧରିବ ସିସିଟିଭି

ଅନୁଗୋଳ ଅଫିସ, ୭।୧: ବଦଳିବ ଅନୁଗୋଳ ଟ୍ରାଫିକ ରୂପରେଖ। ନବକଳେବର ହେବ ପୂରା ବ୍ୟବସ୍ଥାର। ଏଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି। ଅନୁଗୋଳ ସମେତ ବଅଁରପାଳ, ନାଲ୍‌କୋ ଓ ତାଳଚେରର ୧୩ଟି ସ୍ଥାନରେ ସିସିଟିଭି ଲାଗିବାର ବ୍ୟବସ୍ଥା ହୋଇଛି। ଆସନ୍ତା ୮ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ଷ୍ଟୁଡେଣ୍ଟ ଟ୍ରାଫିକ ପାଇଁ ୬୦ ଛାତ୍ରୀଛାତ୍ରଙ୍କୁ ମନୋନୀତ କରାଯାଇଛି। ଅନ୍ୟ ବ୍ୟବସ୍ଥା ଗୁଡ଼ିକ ଆଗାମୀ ୩ରୁ ୪ ମାସ ମଧ୍ୟରେ କରାଯିବ ବୋଲି ଏସ୍‌ପି କହିଛନ୍ତି।

ଅନୁଗୋଳ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ପ୍ରାଥମିକତା ଦିଆଯାଉଛି। ଗତବର୍ଷ ଆରମ୍ଭ ହୋଇଥିବା ହାଇୱେ ପାଟ୍ରୋଲିଂରେ ଉନ୍ନତି ପାଇଁ ମଧ୍ୟ ଯୋଜନା ହେଉଛି। ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ)ରୁ ୧ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟରେ ୧୩ଟି ସ୍ଥାନରେ ସିସିଟିଭି ଲଗାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା କାର୍ଯ୍ୟକାରୀ ହେବା ପରେ ବିଭିନ୍ନ ଅପରାଧୀଙ୍କ ଡାଟା ବେସ୍‌ ପ୍ରସ୍ତୁତ କରାଯାଇ ଫିଡ୍‌ କରାଯିବ। ଫଳରେ ସହରକୁ ଆସୁଥିବା ଅପରାଧୀଙ୍କୁ ଚିହ୍ନଟ କରିବା ସହ ତୁରନ୍ତ କଣ୍ଟ୍ରୋଲ ରୁମ୍‌କୁ ସୂଚିତ କରିହେବ। ସମସ୍ତ ଅପରାଧୀଙ୍କୁ ଚିହ୍ନଟ ସମ୍ଭବ ନ ହେଲେ ମଧ୍ୟ ୭୦ ଭାଗଙ୍କୁ ଏହି ପ୍ରକ୍ରିୟାରେ ଚିହ୍ନଟ କରାଯାଇ ପାରିବ। ସେହିପରି ସହରରେ ହେଲମେଟ ନ ପିନ୍ଧି ବାଇକ୍‌ ଚଳାଉଥିବା ଲୋକଙ୍କ ଘରକୁ ଜରିମାନା ଭରିବାକୁ ରସିଦ ପଠାଯିବ। ଟ୍ରାଫିକ ପୋଷ୍ଟରେ ଲାଗିଥିବା କ୍ୟାମେରାରେ ଗାଡ଼ି ନମ୍ବରର ଚିତ୍ର ଉତ୍ତୋଳନ ପରେ ପଞ୍ଜୀକୃତ ଠିକଣାରେ ଉକ୍ତ ରସିଦ ପଠାଯିବ। ଏହାକୁ ପୈଠ ନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅନୁଗୋଳ ପୋଲିସ ପକ୍ଷରୁ କୁହାଯାଇଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଆର୍‌ଟିଓଙ୍କ ସହ ପ୍ରାଥମିକ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ସେହିପରି ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କୁ ଧରି ଜରିମାନା ଆଦାୟ କରାଯିବା ଯୋଜନା ହେଉଛି। ଅନ୍ୟପକ୍ଷରେ ଷ୍ଟୁଡେଣ୍ଟ ଟ୍ରାଫିକ ବ୍ୟବସ୍ଥା ଦ୍ୱାରା ଅନେକ ସମସ୍ୟା ଦୂର ହୋଇପାରିବ। ପ୍ରଥମେ ଅନୁଗୋଳ ସମେତ ନାଲ୍‌କୋ, ବଅଁରପାଳ ଓ ତାଳଚେରରେ ଏହା ଆରମ୍ଭ ହେବ। ଏଥିପାଇଁ ୬୦ ଜଣ ଛାତ୍ରୀଛାତ୍ରଙ୍କୁ ପ୍ରଶିକ୍ଷଣ ସହ ଉପକରଣ ପ୍ରଦାନ କରାଯାଇଛି।  ପ୍ରତ୍ୟେକ ଦିନ ଛାତ୍ରୀଛାତ୍ରମାନେ ୩ ଘଣ୍ଟା ସମୟ ଦେବାକୁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ମଧ୍ୟ ସେମାନଙ୍କୁ ଦିନକୁ ଶହେ ଟଙ୍କା ହିସାବରେ ସରକାର ଅର୍ଥ ପ୍ରଦାନ କରିବେ। ପ୍ରଥମ ପର୍ଯ୍ୟାୟରେ ଅନୁଗୋଳ ସରକାରୀ ମହାବିଦ୍ୟାଳୟ ସହ ଅନୁଗୋଳ ମହିଳା ମହାବିଦ୍ୟାଳୟ, ବଅଁରପାଳ, ବନ୍ତଳା କଲେଜ, ତାଳଚେର ଓ ବଲଣ୍ଡା ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ଏଥିରେ ସାମିଲ କରାଯାଇଛି।  ଏହି ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଜିଲାରେ ଥିବା ଦକ୍ଷ ଅଫିସରଙ୍କୁ ଦାୟିତ୍ୱ ପ୍ରଦାନ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।


All Right Reserved By

ଅନଗୁଳ-ଢେଙ୍କାନାଳ

ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି, ପରିବର୍ତ୍ତନ ଲୋଡ଼ା

ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି, ପରିବର୍ତ୍ତନ ଲୋଡ଼ା

ବଇଣ୍ଡା,୧୮।୪(ଡି.ଏନ.ଏ.)- ରାଜ୍ୟରେ ଦୀର୍ଘ ୧୯ ବର୍ଷ ସରକାରର ଏକଛତ୍ରବାଦ ଶାସନ ଚାଲିଛି। ଅପରାଧ ବଢିବାସହ ସରକାରୀ ଯୋଜନାକୁ ବାଟ ମାରଣା କରାଯାଉଛି। କେନ୍ଦ୍ରୀୟ ଯୋଜନାକୁ  ଠିକ୍‌ ଭାବେ ପ୍ରଚଳନ କରୁ ନ ଥିବାବେଳେ  ଗରିବ ଲୋକଙ୍କୁ  ଯୋଜନାରୁ  ବଞ୍ଚିତ କରାଯାଉଛି। 

ଲୁହାମୁଣ୍ଡାରେ ହିଙ୍ଗୁଳା ଯାତ୍ରା

ଲୁହାମୁଣ୍ଡାରେ ହିଙ୍ଗୁଳା ଯାତ୍ରା

ବଇଣ୍ଡା,୧୮।୪(ଡି.ଏନ.ଏ.)- କିଶୋରନଗର ବ୍ଲକ ଲୁହାମୁଣ୍ଡା, ସୋଲଣ୍ଡା, ବଇଣ୍ଡାର ମା’ ମଙ୍ଗଳା ସାହିରେ ହିଙ୍ଗୁଳା ଠାକୁରାଣୀଙ୍କ ବାର୍ଷିକ ପୂଜା ସହ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମାଙ୍କୁ ହିଙ୍ଗୁଳା ପୀଠଠାରେ ଯଥାରୀତିରେ ପୂଜାର୍ଚ୍ଚନା କରାଯିବା ପରେ  ଏକ ପଟୁଆରେ  ନଗର ପରିକ୍ରମା କରାଯାଇଥିଲା। 

ମା’ ହିଙ୍ଗୁଳାଙ୍କ ନବଦିନ ବ୍ୟାପୀ ଯାତ୍ରା

ମା’ ହିଙ୍ଗୁଳାଙ୍କ ନବଦିନ ବ୍ୟାପୀ ଯାତ୍ରା

ତାଳଚେର,୧୮।୪(ନି.ପ୍ର)- ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନବ୍ୟାପୀ ଯାତ୍ରା ଓ ଲୋକ ମହୋତ୍ସବ ଗୁରୁବାରଠାରୁ ଆରମ୍ଭ ହୋଇଛି। 

ବଞ୍ଚିଥିଲା ପର୍ଯ୍ୟନ୍ତ କାଳିଆ ଯୋଜନା ବନ୍ଦ ହେବାକୁ ଦେବିନି:  ମୁଖ୍ୟମନ୍ତ୍ରୀ

ବଞ୍ଚିଥିଲା ପର୍ଯ୍ୟନ୍ତ କାଳିଆ ଯୋଜନା ବନ୍ଦ ହେବାକୁ ଦେବିନି: ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ ଅଫିସ,୧୮।୪-କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ  ହୋଇଛନ୍ତି। ହେଲେ ଭାଜପା ଏହାକୁ ବନ୍ଦ କରିବାକୁ ଚେଷ୍ଟା କରୁଛି। 

ନୃସିଂହ, ମହେଶଙ୍କ ଲାଗି ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ

ନୃସିଂହ, ମହେଶଙ୍କ ଲାଗି ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ

ପରଜଙ୍ଗ, ୧୮।୪(ଡି.ଏନ୍‌.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ନୃସିଂହ ଚରଣ ସାହୁ ଓ  ଢେଙ୍କାନାଳ ଏମ୍‌ପି ପ୍ରାର୍ଥୀ ମହେଶ ସାହୁଙ୍କୁ ଭୋଟ ଦେବା ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଅନୁରୋଧ କରିଛନ୍ତି।

ଭାଜପା ପ୍ରାର୍ଥୀଙ୍କ ଗାଡ଼ିରୁ ୪ ଲକ୍ଷ ଟଙ୍କା ଜବତ

ଭାଜପା ପ୍ରାର୍ଥୀଙ୍କ ଗାଡ଼ିରୁ ୪ ଲକ୍ଷ ଟଙ୍କା ଜବତ

ଢେଙ୍କାନାଳ ଅଫିସ,୧୮।୪: ନିର୍ବାଚନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଟଙ୍କା ଜବତ ହେଉଛି। ଏହି କ୍ରମରେ ହିନ୍ଦୋଳ ଭାଜପା ପ୍ରାର୍ଥୀ ଅଶୋକ ନାୟକଙ୍କ ଗାଡ଼ିରୁ ଗୁରୁବାର ଷ୍ଟାଟିକ୍‌ ସର୍ଭେଲାନ୍ସ ସ୍କ୍ବାର୍ଡ ୪ ଲକ୍ଷ ଟଙ୍କା ଜବତ କରିଛି।

ବନ୍ତଳାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର

ବନ୍ତଳାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର

ଅନୁଗୋଳ ଅଫିସ,୧୮।୪: ଅନୁଗୋଳ ନିର୍ବାଚନମଣ୍ଡଳୀ ବନ୍ତଳା ଅଞ୍ଚଳରେ ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାର କରିଛନ୍ତି।

ବିଭୂତି ଓ ରୁଦ୍ରଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଚାର

ବିଭୂତି ଓ ରୁଦ୍ରଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଚାର

ପରଜଙ୍ଗ,୧୮ା୪(.) : ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ବିଭୂତି ପ୍ରଧାନ ଓ ଢେଙ୍କାନାଳ ଏମ୍‌ପି ପ୍ରାର୍ଥୀ ରୁଦ୍ରନାରାୟଣ ପାଣିଙ୍କ ପାଇଁ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବାଇକ ରାଲିରେ ଯାଇ ମାରାଥନ ପ୍ରଚାର କରିଛନ୍ତି । 

ମୁଖ୍ୟମନ୍ତ୍ରୀଙ୍କ ଅନୁଗୋଳ-ଢେଙ୍କାନାଳ ଗସ୍ତ ଆଜି: ୫ ନିର୍ବାଚନୀ ସଭାରେ ଯୋଗଦେବେ

ମୁଖ୍ୟମନ୍ତ୍ରୀଙ୍କ ଅନୁଗୋଳ-ଢେଙ୍କାନାଳ ଗସ୍ତ ଆଜି: ୫ ନିର୍ବାଚନୀ ସଭାରେ ଯୋଗଦେବେ

ଅନୁଗୋଳ ଅଫିସ/ବନ୍ତଳା/ଢେଙ୍କାନାଳ ଅଫିସ, ୧୮।୪- ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁଗୋଳ ଓ ଢେଙ୍କାନାଳ ଜିଲାରେ ନିର୍ବାଚନ ପ୍ରଚାର କରିବେ। 

ନବୀନଙ୍କ ଗସ୍ତ ପୂର୍ବରୁ ବିଜେଡିକୁ ଝଟକା: ବିଧାୟକଙ୍କ ଗାଁରୁ ପଦ୍ମ ଧରିଲେ ଶତାଧିକ କର୍ମୀ

ନବୀନଙ୍କ ଗସ୍ତ ପୂର୍ବରୁ ବିଜେଡିକୁ ଝଟକା: ବିଧାୟକଙ୍କ ଗାଁରୁ ପଦ୍ମ ଧରିଲେ ଶତାଧିକ କର୍ମୀ

ଅନୁଗୋଳ ଅଫିସ, ୧୮।୪- ଅନୁଗୋଳ ବିଜେଡିକୁ ବୁଧବାର ପୁଣି ଲାଗିଛି ଝଟକା। ୩ ଥରର ବିଧାୟକ ତଥା ୪ର୍ଥ ଥର ପାଇଁ ପ୍ରାର୍ଥୀ ହୋଇଥିବା ଜିଲା ସଭାପତି ରଜନୀକାନ୍ତ ସିଂଙ୍କ ଗାଁ ଗୋତମରାରୁ ଶତାଧିକ କର୍ମୀ ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। 

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆଉ ୪ ଦିନ: ଭୋଟରଙ୍କୁ ମନାଇବାକୁ ଜୋରଦାର କସରତ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆଉ ୪ ଦିନ: ଭୋଟରଙ୍କୁ ମନାଇବାକୁ ଜୋରଦାର କସରତ

ଅନୁଗୋଳ ଅଫିସ, ୧୮।୪- ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ। ତେଣୁ ପ୍ରଚାର ପାଇଁ ପ୍ରାର୍ଥୀଙ୍କ ହାତରେ ଆଉ ମାତ୍ର ୪ ଦିନ ସମୟ। ଏହା ଭିତରେ ସେମାନେ ଯେମିତି ହେଉ ଭୋଟରଙ୍କୁ ମନାଇବାକୁ ଲକ୍ଷ୍ୟ ରଖିଛନ୍ତି। 

ଆଜିଠାରୁ ମା’ ହିଙ୍ଗୁଳାଙ୍କ ୯ ଦିନିଆ ଯାତ୍ରା

ଆଜିଠାରୁ ମା’ ହିଙ୍ଗୁଳାଙ୍କ ୯ ଦିନିଆ ଯାତ୍ରା

ତାଳଚେର,୧୮ା୪(ନି.ପ୍ର.)- ଅନୁଗୋଳ ଜିଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ୯ ଦିନିଆ ଯାତ୍ରା ଉତ୍ସବ ଗୁରୁବାରଠାରୁ ଆରମ୍ଭ ହେବ। ଏଥିପାଇଁ ତାଳଚେର ସହ କଳମଛୁଇଁ, ସୋଲଡ଼ା, ଗୋପାଳପ୍ରସାଦ, ଡଅଁରା ଆଦି ଗ୍ରାମ ଚଳଚଞ୍ଚଳ ହୋଇପଡ଼ିଛି।


Model This Week

କ୍ରିଷ୍ଣା
Why Dharitri