ସମ୍ପାଦକୀୟ |

ପୁରାଣ ନୁହେଁ, ବିଜ୍ଞାନ

ପୁରାଣ ନୁହେଁ, ବିଜ୍ଞାନ

ଗାନ୍ଧାରୀଙ୍କ ୧୦୦ ପୁଅ ଥିବା ମହାଭାରତରେ ବର୍ଣ୍ଣନା ରହିଛି। ଏ କଥା ସମସ୍ତଙ୍କୁ ଜଣାଥିଲେ ମଧ୍ୟ ଏମାନଙ୍କ ଜନ୍ମ କିଭଳି ହୋଇଥିଲା ସେ ନେଇ ଭାରତୀୟଙ୍କ ମନରେ ସର୍ବଦା କୌତୂହଳ ସୃଷ୍ଟି ହୋଇଥାଏ। ସମ୍ଭବତଃ ସେହି ରହସ୍ୟ ଉପରୁ ପର୍ଦ୍ଦା ହଟାଇବାକୁ ଚେଷ୍ଟା କରିଛନ୍ତି ଆନ୍ଧ୍ର ବିଶ୍ୱବିଦ୍ୟାଳୟର କୁଳପତି ଜି. ନାଗେଶ୍ୱର ରାଓ। ଜାନୁୟାରୀ ୩ରେ ପଞ୍ଜାବର ଜଳନ୍ଧରସ୍ଥିତ ଲଭ୍‌ଲି ପ୍ରଫେଶନାଲ୍‌ ୟୁନିଭର୍ସିଟି (ଏଲ୍‌ପିୟୁ)ରେ ଅନୁଷ୍ଠିତ ୧୦୬ତମ ଜାତୀୟ ବିଜ୍ଞାନ କଂଗ୍ରେସରେ ଯୋଗଦେବା ଅବସରରେ ସେ କହିଛନ୍ତି ଯେ, ଏହି କୌରବଙ୍କ ଜନ୍ମ ଷ୍ଟେମ୍‌ ସେଲ୍‌ ଗବେଷଣା ଓ ଟେଷ୍ଟ ଟ୍ୟୁବ୍‌ ଗର୍ଭାଧାନ ପ୍ରକ୍ରିୟା ଯୋଗୁ ହୋଇଥିଲା। ୧୦୦ଟି ମାଟିପାତ୍ରରେ ୧୦୦ ଡିମ୍ବାଣୁ ରଖାଯାଇ ଟେଷ୍ଟ ଟ୍ୟୁବ୍‌ ପଦ୍ଧତିରେ କୌରବମାନଙ୍କୁ ସଂସାରକୁ ଅଣାଯାଇଥିଲା ବୋଲି ରାଓ କହିଛନ୍ତି। ଆନାଲିଟିକାଲ୍‌ କେମିଷ୍ଟ୍ରି ପାଠ ପଢ଼ିଥିବା ରାଓ ଆହୁରି କହିଛନ୍ତି ଯେ, ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ଏବେ ଯେଉଁ ଉତ୍କର୍ଷ ଦେଖିବାକୁ ମିଳୁଛି, ତାହା ହଜାର ହଜାର ବର୍ଷ ପୂର୍ବେ ଭାରତରେ ଏହାର ପ୍ରମାଣ ମିଳିସାରିଛି। ରାଓଙ୍କ ଏହି ଅତି ଚତୁର ବାଣୀ ଦ୍ୱାରା ବୁଝାପଡ଼ୁଛି ଯେ ରାଜନୈତିକ ପରିବେଶରେ ଆଲୋଚିତ ହିନ୍ଦୁତ୍ୱ ମାନସିକତାକୁ ସୁହାଇଲା ଭଳି ବୈଜ୍ଞାନିକ ତଥ୍ୟ ପ୍ରସ୍ତୁତ କରିବାର ଏକ ଉଦ୍ୟମ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ଗଣେଶଙ୍କ ଦେହରେ ଶୁଣ୍ଢ ଲାଗିବା ଏବଂ କର୍ଣ୍ଣଙ୍କ ଜନ୍ମ ଜେନେଟିକ୍‌ ସାଇନ୍ସ ଓ କସ୍‌ମେଟିକ୍‌ ସର୍ଜରି ଯୋଗୁ ହୋଇଥିଲା। ସେତେବେଳେ ଏହାକୁ ନେଇ ଶୁଦ୍ଧ ବିଜ୍ଞାନ ଦିଗରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ମର୍ମାହତ  ହୋଇଥିଲେ। ଏବେ ରାଓଙ୍କ ଯୁକ୍ତିକୁ ଦେଖିଲେ ପ୍ରତି ବୈଜ୍ଞାନିକ ପ୍ରକ୍ରିୟାରେ ଧର୍ମ ବା ପୁରାଣ ଲେଖାକୁ ଯୋଡ଼ି ଦିଆଯିବା ଲାଗି ପ୍ରୟାସ କରାଯାଉଛି। ଧର୍ମ ପ୍ରତି ଢଳିବା ଓ ଏହାର ଅଭ୍ୟାସରେ ପଡ଼ିଯାଉଥିବାରୁ ଭାରତୀୟମାନେ ବୈଜ୍ଞାନିକ ଚିନ୍ତାଧାରାଠାରୁ ଦୂରେଇ ଯାଉଛନ୍ତି। ଫଳରେ ଯୁବପିଢ଼ି ତା’ ଜୀବନରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ପହଞ୍ଚିପାରୁ ନ ଥିବାରୁ ଭାରତରେ ଅଧିକ ବିଶେଷଜ୍ଞ ସୃଷ୍ଟି ହୋଇପାରୁ ନାହାନ୍ତି। ବାସ୍ତବ ଗବେଷଣା ଦିଗରେ କାର୍ଯ୍ୟ ହେଉ ନ ଥିବାରୁ ଏ ଦେଶରେ ଶୀର୍ଷ ବୈଜ୍ଞାନିକ ସୃଷ୍ଟି ହୋଇପାରୁ ନାହାନ୍ତି ବୋଲି ବିଶ୍ୱ ର଼୍ୟାଙ୍କିଙ୍ଗରୁ ଏବେ ଜଣାପଡ଼ିଛି।

ନିକଟରେ ଆମେରିକାର ଫିଲାଡେଲ୍‌ଫିଆସ୍ଥିତ ବୈଜ୍ଞାନିକ ଓ ଶିକ୍ଷା ଗବେଷଣା ସମ୍ବନ୍ଧୀୟ କ୍ଲାରିଭେଟ ଆନାଲିଟିକ୍ସ ସଂସ୍ଥା ପକ୍ଷରୁ ବିଶ୍ୱର ୪,୦୦୦ ଶୀର୍ଷ ବୈଜ୍ଞାନିକଙ୍କ ସମ୍ପର୍କରେ ଏକ ତାଲିକା ପ୍ରକାଶ କରାଯାଇଛି। ଏଥିରେ ଆମେରିକାର ୨,୬୩୯, ବ୍ରିଟେନ୍‌ର ୫୪୬ ଏବଂ ଚାଇନାର ୪୮୨ ବୈଜ୍ଞାନିକ ଥିବା ବେଳେ ଓଡ଼ିଶାର ସଞ୍ଜୀବ ସାହୁଙ୍କୁ ମିଶାଇ ଭାରତର  ମାତ୍ର ୧୦ ଜଣ ରହିଛନ୍ତି। ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଏକ ବିରାଟକାୟ ଦେଶରେ ହାତଗଣତି ବୈଜ୍ଞାନିକ ଶୀର୍ଷ ପର୍ଯ୍ୟାୟରେ ପହଞ୍ଚିବା ଚିନ୍ତାର ବିଷୟ। ବିଶ୍ୱସ୍ତରର ବୈଜ୍ଞାନିକ ସୃଷ୍ଟି କରିପାରୁ ନ ଥିବା ଭାରତ ସୁପରପାଓ୍ବାର ହେବାକୁ ବାହୁସ୍ଫୋଟ ମାରୁଛି। କିନ୍ତୁ ଦେଶରେ ଗବେଷଣା ମନୋବୃତ୍ତି ଛାତ୍ରୀଛାତ୍ରଙ୍କ ମନରେ ସୃଷ୍ଟି କରାଇବାରେ ଉଚ୍ଚଶିକ୍ଷା ବ୍ୟବସ୍ଥା ବିଫଳ ହୋଇଛି। ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି ରାଓଙ୍କ ମନ୍ତବ୍ୟକୁ ନିଆଯାଇପାରେ। ଜଣେ ଉଚ୍ଚଶିକ୍ଷିତ କୁଳପତି ହୋଇଥିବା ସତ୍ତ୍ୱେ ତାଙ୍କର ଅବାଞ୍ଝିତ ଯୁକ୍ତି ଭାରତରେ ବୈଜ୍ଞାନିକ ଚିନ୍ତାଧାରାକୁ କୁଠାରାଘାତ କରୁଛି। 

ଅବଶ୍ୟ ଭାରତୀୟ ବିଜ୍ଞାନ କଂଗ୍ରେସ ସଂଘ ରାଓଙ୍କ ଯୁକ୍ତିକୁ ନିନ୍ଦା କରିବା ସହ ବିଜ୍ଞାନ ଓ ପୁରାଣଶାସ୍ତ୍ରକୁ ମିଶାଯିବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛି। ସଂଘର ସଦସ୍ୟ ପ୍ରଫେସର ଗଙ୍ଗାଧର କହିଛନ୍ତି ଯେ,  ଏଭଳି ବିଷୟବସ୍ତୁ ଥିବା ଆଲୋଚନାଚକ୍ର କାହିଁକି ଓ କିପରି ରଖାଯାଇଥିଲା ତାହା ଉପରେ ଅନୁସନ୍ଧାନ କରାଯିବ। ଏହିଭଳି ସମ୍ମିଳନୀରେ କୁହାଯାଉଥିବା ପ୍ରତ୍ୟେକ ବାକ୍ୟ ପଛରେ ବୈଜ୍ଞାନିକ ପ୍ରମାଣ ରହିବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି। 

ଚାକିରିସର୍ବସ୍ବ ହୋଇପଡ଼ିଥିବା ଭାରତୀୟ ଯୁବପିଢ଼ି ଗବେଷଣାକୁ ସମୟସାପେକ୍ଷ କହି ସେଥିରୁ ଦୂରେଇ ଯାଉଛି। ପାଶ୍ଚାତ୍ୟରେ ଗବେଷଣା ଓ ଅନୁସନ୍ଧାନ ମନୋବୃତ୍ତି ଉଦ୍ଭାବନ ଓ ଆବିଷ୍କାର ପାଇଁ ପ୍ରେରଣା ଯୋଗାଇଥାଏ। ଭାରତରେ ଏ ଦିଗରେ ପ୍ରୋତ୍ସାହନ ଦେବା ଲାଗି ଗବେଷଣାର କେନ୍ଦ୍ରବିନ୍ଦୁରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରଫେସର ନାଗେଶ୍ୱର ରାଓଙ୍କ ଭଳି ବ୍ୟକ୍ତି ଥିଲେ ଏ କ୍ଷେତ୍ରରେ ଉନ୍ନତି ଘଟିବ ବୋଲି ଆଶା କରିବା ବୃଥା।  ଦେଖିବାକୁ ଗଲେ ସାଧାରଣ ଚାକିରି କରିବା ପାଇଁ ସମସ୍ତେ ଏଠାରେ ଧାବମାନ। ବୈଜ୍ଞାନିକ ମିଜାଜ ଓ ବାସ୍ତବ ଲକ୍ଷ୍ୟ ନ ରହିଲେ ଗୋଟିଏ ଜାତି ପରିପୂର୍ଣ୍ଣତା ଲାଭ କରିପାରିବ ନାହିଁ। ଫଳରେ ଏ ଦେଶ ଲକ୍ଷ୍ୟବିହୀନ ହୋଇ ଚାଲିଥିବ।  କେବଳ ଆମକୁ ଗର୍ବ ଦେଲା ଭଳି ଯେଉଁ କେତେଜଣ ଭାରତୀୟ ବୈଜ୍ଞାନିକ ବା ଗବେଷକଙ୍କୁ ନୋବେଲ ପରି ବିଶ୍ୱସ୍ତରୀୟ ସମ୍ମାନ ବା ପୁରସ୍କାର ମିଳିଛି ସେମାନେ ସମସ୍ତେ ବିଦେଶରେ ରହି ସଫଳ ହୋଇଛନ୍ତି। 

ଭାରତର ପାରମ୍ପରିକ ଶିକ୍ଷା ବ୍ୟବସ୍ଥା ଯୋଗୁ ବିଶ୍ୱବିଦ୍ୟାଳୟଗୁଡ଼ିକ ଆଗଧାଡ଼ିର ଗବେଷକ ସୃଷ୍ଟି କରିପାରୁ ନାହାନ୍ତି। ଏଠାରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ, ଆଇଆଇଟି, ଟିଆଇଏଫ୍‌ଆର୍‌, ଜେଏନ୍‌ୟୁ ଏବଂ ଟିସ୍‌ ଭଳି ଜଣାଶୁଣା ଶିକ୍ଷା ପ୍ରତିଷ୍ଠାନ ରହିଥିଲେ ସୁଦ୍ଧା ପାକିସ୍ତାନ ଗବେଷଣା ସନ୍ଦର୍ଭ ପ୍ରକାଶ କରିବା ଦିଗରେ ଆଗରେ ଅଛି। ଆମେ କିନ୍ତୁ ତାକୁ ନୂ୍ୟନ ଦୃଷ୍ଟିରେ ଦେଖୁଛୁ। କ୍ଲାରିଭେଟ ଆନାଲିଟିକ୍ସର ତଥ୍ୟ ଅନୁଯାୟୀ ଇଜିପ୍ଟ ଓ ପାକିସ୍ତାନ ଯଥାକ୍ରମେ ୨୧ ଓ ୧୫.୯ ପ୍ରତିଶତ ହାରରେ ଗବେଷଣା କ୍ଷେତ୍ରରେ ଉନ୍ନତି କରିଥିବା ବେଳେ ଚାଇନାରେ ଏହା ୧୫ ପ୍ରତିଶତ ରହିଛି। ହେଲେ ଭାରତ କଥା ଦେଖିଲେ ୨୦୧୭ ତୁଳନାରେ ୨୦୧୮ରେ ମାତ୍ର ୮ ବୃଦ୍ଧି ଘଟିଛି। ଏଥିରୁ ବୁଝିହେଉଛି ଯେ ଭାରତ ଗବେଷଣା କ୍ଷେତ୍ରକୁ କେତେ ଗୁରୁତ୍ୱ ଦେଉଛି। ଏଠି ଆଇଆଇଟି, ଆଇଆଇଏସ୍‌ସି, ଆଇଆଇଏମ୍‌ ଭଳି ସଂସ୍ଥାରୁ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କ ମୁଖ୍ୟ ଲକ୍ଷ୍ୟ ଦେଶ ହେଉ ବା ବିଦେଶରୁ ମୋଟା ଦରମାର ଚାକିରି ଯୋଗାଡ଼ କରିବା। ସେତକ ମିିଳିଗଲା ପରେ ସେମାନେ ପାଠ ଓ ଅଭିନବତ୍ୱଠାରୁ ଦୂରକୁ ଯାଉଛନ୍ତି। ପାଶ୍ଚାତ୍ୟ ଦେଶରେ ଦୃଶ୍ୟ ଠିକ୍‌ ଏହାର ବିପରୀତ। ସେଠାରେ ଛାତ୍ରୀଛାତ୍ରଙ୍କୁ ଗବେଷଣା ପାଇଁ ଆରମ୍ଭରୁ ପ୍ରୋତ୍ସାହିତ କରାଯିବା ସହ ବଡ଼ ସ୍ବପ୍ନ ଦେଖାଇ ଦିଆଯାଏ। ସେମାନେ ତାହାକୁ ସାକାର କରିବା ଲାଗି ନିରନ୍ତର ପ୍ରୟାସ ଜାରି ରଖନ୍ତି। ଭାରତରେ ପୁରାଣଶାସ୍ତ୍ର ଓ ଧର୍ମୀୟ ଚିନ୍ତାଧାରାରୁ ଉପରକୁ ଉଠି ଗବେଷଣା କରା ନ ଗଲେ କୌରବମାନେ କିଭଳି ଷ୍ଟେମ୍‌ ସେଲ ପଦ୍ଧତିରେ ଜନ୍ମ ହୋଇଛନ୍ତି ଏବଂ ରାମଚନ୍ଦ୍ରଙ୍କ ସେତେବେଳର ଅସ୍ତ୍ରଶସ୍ତ୍ରକୁ ଏବକାର ଗାଇଡେଡ୍‌ ମିଜାଇଲ ସହ ତୁଳନା କରାଯାଇଚାଲୁଥିବ। ଫଳରେ ଉତ୍ତରପିଢ଼ି ବିଜ୍ଞାନ ପରିବର୍ତ୍ତେ ପୁରାଣ ଖୋଲି ପଢ଼ିବେ। ଏହାର ପରିବର୍ତ୍ତନ ଅତି ଶୀଘ୍ର ଦରକାର। ଏହି ଜନବହୁଳ ଦେଶକୁ ସମୃଦ୍ଧ କରିବାକୁ ହେଲେ ପୁରାଣ ନୁହେଁ, ବିଜ୍ଞାନର ଆବଶ୍ୟକତା ରହିଛି।

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/କୃଷି ଆଗ

ସମ୍ପାଦକୀୟ/କୃଷି ଆଗ

ଆଜିର ସ୍ଥିତି ଦେଖିଲେ ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଦୌ ପୂରଣ କରିନାହାନ୍ତି। ଉଚ୍ଚାଙ୍ଗ ସ୍ବରରେ ‘ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ’ କଥା କହୁଥିଲେ ମଧ୍ୟ ତା’ର ଫଳ ଶୂନ ହୋଇଛି। ବିଶେଷକରି ସାମାଜିକ ଓ ଅର୍ଥନୈତିକ ଦିଗରୁ ତାଙ୍କ ଶାସନ ସମୟରେ ଦେଶର ଅଧିକ କ୍ଷତି ଘଟିଛି। ଅସହିଷ୍ଣୁତା, ମିଛିମିଛିକା ଦେଶପ୍ରେମ ଓ ବିଭାଜନ ରାଜନୀତି ସାମାଜିକ ବାତାବରଣକୁ ଘୋର ପ୍ରଭାବିତ କରିଛି। ଏକ ଉତ୍ତମ ଶାସନ ଜରିଆରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ତା’ର ସୁଫଳ ଲୋକେ ପାଇପାରିନାହାନ୍ତି। ଏହା ଜଣାଶୁଣା ଯେ, ମୋଦିଙ୍କ ଶାସନ ସମୟରେ କର୍ପୋରେଟ ପ୍ରୀତି ବଢ଼ିଛି..

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

ସହଦେବ ସାହୁ

ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା (ଏଫ୍‌ଏଓ) ସହିତ କାର୍ଯ୍ୟ କରୁଥିବା କ୍ଷୁଧା ଓ କୁପୁଷ୍ଟି ବିରୋଧୀ ଅନ୍ତର୍ଜାତୀୟ ସଂଗୋଷ୍ଠୀ (ଇଣ୍ଟରନ୍ୟାଶନାଲ ଆଲାଏନ୍ସ ଏଗେଁଷ୍ଟ ହଙ୍ଗର ଆଣ୍ଡ ମାଲନ୍ୟୁଟ୍ରିଶନ୍‌) କୃଷି କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶକୁ ପ୍ରଶଂସା କରିଛି। ୧୯୫୦-୫୧ରେ ଭାରତରେ ଖାଦ୍ୟଶସ୍ୟ ଉପତ୍ାଦନ ପରିମାଣ ୫ କୋଟି ଟନ୍‌ ଥିବାବେଳେ ୨୦୧୬-୧୭ରେ ୨୭ କୋଟି ୨୦ ଲକ୍ଷ ଟନ୍‌ ହୋଇଛି, ପ୍ରାୟ ୫ଗୁଣ। ଲୋକସଂଖ୍ୟା ବଢ଼ିଛି ୪ ଗୁଣ। ତେଣୁ ଖାଦ୍ୟ-ଅଭାବୀ ପରିସ୍ଥିତିକୁ ପଛରେ ପକାଇ ଭାରତ ଏକ ଖାଦ୍ୟ ରପ୍ତାନିକାରୀ ରାଷ୍ଟ୍ର ହୋଇଗଲାଣି। ତଥାପି ଭାରତରେ କ୍ଷୁଧା ଓ କୁପୁଷ୍ଟି କାରଣରୁ ଏକଚତୁର୍ଥାଂଶ ଲୋକ କାର୍ଯ୍ୟକ୍ଷମ ହୋଇପାରୁ ନାହା..

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ବ୍ରହ୍ମାନନ୍ଦ ପଣ୍ଡା

ଆଜିକାଲି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏଭଳି ଅଧୋଗତି ହୋଇଛି ଯେ, ପ୍ରାୟ ୬୦% ମାଧ୍ୟମିକ ଛାତ୍ରୀଛାତ୍ର ଦରଖାସ୍ତଟିଏ ଲେଖିବାକୁ ବା ସାଧାରଣ ହିସାବଟିଏ କରିବାକୁ ଅସମର୍ଥ। ଭାରତର ୭୫% ଯାନ୍ତ୍ରିକ ଓ କାରିଗରି ଶିକ୍ଷାପ୍ରାପ୍ତ ସ୍ନାତକ ଚାକିରି ପାଇବାକୁ ଅଯୋଗ୍ୟ ବୋଲି ନିକଟ ଅତୀତରେ ପ୍ରକାଶ ପାଇଥିବା ତଥ୍ୟ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖାଲି ସେତିକି ନୁହେଁ ଛାତ୍ରସମାଜର ଆଜି ନୈତିକ ସ୍ଖଳନ ଘଟିଛି। ଭାରତୀୟ ସଂସ୍କୃତିର ଅବକ୍ଷୟ ହେଉଛି। ମାନବିକ ମୂଲ୍ୟବୋଧ ଲୋପ ପାଉଛି। ଆଜିର ଶିକ୍ଷା ବ୍ୟୟବହୁଳ ଏବଂ ଚାକିରିସର୍ବସ୍ବ ହୋଇଛି। ଜ୍ଞାନ ଓ ଗବେଷଣା ଅର୍ଥସର୍ବସ୍ବ ହୋଇଛି। ସମାଜସେବା ପ୍ରଚାରସର୍ବସ୍ବ ହୋଇଛି। ଯଦି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ପିଅନ ..

ଏଇ ଭାରତରେ

ଏଇ ଭାରତରେ

କାହିଁ କେଉଁ ଆଦିମ କାଳରୁ କୁକୁର ହେଉଛି ମଣିଷର ସାଥୀ। ଏହି ପ୍ରାଣୀ ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ଭୃତ୍ୟ ଭାବରେ କାର୍ଯ୍ୟ କରେ। ଏପରି କି ମାଲିକର ଲୁଣ ଖାଇବାରୁ ତା’ର ଗୁଣ ଗାଏ। ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଦରକାର ପଡ଼ିଲେ ନିଜ ଜୀବନ ହାରିଦିଏ। ଏପରି ଏକ ଘଟଣା ଘଟିଛି ଜୟପୁରରେ। ରାଜସ୍ଥାନର ଜୟପୁରରେ ବାସ କରୁଥିବା ପୂର୍ବତନ ରଣଜୀ ଖେଳାଳି ସଞ୍ଜୀବ ଓହଲାନ୍‌ଙ୍କ ବାସଭବନରେ ନିଆଁ ଲାଗିଯାଇଥିଲା। ତଳ ମହଲାରେ ତାଙ୍କ ସ୍ତ୍ରୀ, ପୁଅ ଓ ଚାକରକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ନିଆଁ ଲାଗିବା ଯୋଗୁ ସଞ୍ଜୀବ..

ମୋଦି: ସବୁଥିରେ ଆଙ୍ଗୁଠି

ମୋଦି: ସବୁଥିରେ ଆଙ୍ଗୁଠି

ସ।ଧାରଣ ନିର୍ବାଚନ ଯେତେ ନିକଟତର ହେଉଛି, ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଲାଣି। ଜାନୁୟାରୀ ୧୯ରେ କୋଲକାତାରେ  ବିରୋଧୀଙ୍କ ରାଲିର କଳେବର ଦେଖିଲେ ମହାଗଠବନ୍ଧନ ଶକ୍ତିଶାଳୀ ହେଉଥିବା ମନେହେଉଛି। 

ସବୁଜ ପରିବହନ ବ୍ୟବସ୍ଥା

ସବୁଜ ପରିବହନ ବ୍ୟବସ୍ଥା

 ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଏକ ରିପୋର୍ଟରୁ ଜଣାଯାଏ ଯେ, ଭାରତରେ ଅଧିକାଂଶ ସହର ବାୟୁ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ। ଏପରି କି ପୃଥିବୀର ସବୁଠାରୁ ଅଧିକ ପନ୍ଦରଟି ସହର ମଧ୍ୟରେ ଭାରତର ଚଉଦଟି ସହର ଅଛି। ସବୁଠାରୁ ପ୍ରଦୂଷିତ ସହର ହେଉଛି କାନପୁର। 

ବାସିପାଣିରେ ପଚରା

ବାସିପାଣିରେ ପଚରା

ହଇରେ ମୋତେ କ’ଣ ଆଉ ବାସିପାଣିରେ ପଚାରୁନୁ? ଚିହ୍ନା ଲୋକଟିଏ, ଆପଣାର ମଣିଷଟିଏ ଆମକୁ ପୂର୍ବାପେକ୍ଷା ହତାଦର କରିବାର ଅନୁଭବ କଲେ ଆମେ ଏ ରୂଢିଟିର ପ୍ରୟୋଗ କରିଥାଉ! ଏଠାରେ ବାସିପାଣିକୁ ନିକୃଷ୍ଟ ଅର୍ଥରେ ବ୍ୟବହାର କରାଯାଇଛି। ନଚେତ୍‌ ଆମେ କହୁଥାନ୍ତେ- ହଇରେ ମୋତେ କ’ଣ ଆଉ ସଜପାଣିରେ ପଚାରୁନୁ? ନଚେତ୍‌ କହିଥାନ୍ତେ- କିରେ ମୋତେ କ’ଣ ଆଉ ମଦପାଣିରେ ପଚାରୁନୁ? ମାନେ ବାସିପାଣିଟି ପଚାରିବା ବା ବନ୍ଧୁ ଚର୍ଚ୍ଚା କରିବା ଯୋଗ୍ୟ ନୁହେଁ।

ଏଇ ଭାରତରେ

ଏଇ ଭାରତରେ

ଭଲ ପାଇବାର ହୃଦୟଟିଏ ଥିଲେ କେତେକ ପୁରୁଷ ଓ ମହିଳା ଅତିକ୍ରାନ୍ତ ବୟସରେ ବି ଭଲପାଇ ବସନ୍ତି। ତେବେ ଭଲ ପାଇବା ପାଇଁ ଜଣେ ବିବାହିତା ମହିଳା ଏକ ଅଭିନବ ପନ୍ଥା ଆପଣାଇଥିଲେ। 

ଡ୍ୟାନ୍ସ ବାର୍‌ ସଂସ୍କୃତି

ଡ୍ୟାନ୍ସ ବାର୍‌ ସଂସ୍କୃତି

ଆକାର ପଟେଲ

ଡ୍ୟାନ୍ସ ବାର୍‌ ସଂସ୍କୃତି ମୁମ୍ବାଇରୁ, ବିଶେଷତଃ କେନ୍ଦ୍ରୀୟ ମୁମ୍ବାଇ ଅଞ୍ଚଳରୁ ଆରମ୍ଭ ହୋଇଥିଲା। ଏହି ପରମ୍ପରା ସହ ସମ୍ଭବତଃ ଲାଓ୍ବଣୀର ସମ୍ପର୍କ ଅଛି। ଢୋଲକୀ ବାଜାର ତାଳେ ତାଳେ ନାଚ-ଗୀତକୁ ଲାଓ୍ବଣୀ କହନ୍ତି, ଯାହା ହେଉଛି ମହାରାଷ୍ଟ୍ରର ଏକ ପ୍ରାଚୀନ ଲୋକନୃତ୍ୟ। ପୁରୁଷମାନଙ୍କର ଛୋଟ ଛୋଟ ଦଳ ଏବଂ ବେଳେବେଳେ ସେମାନଙ୍କ ପରିବାର ଟେବୁଲରେ ବସି ଏକ ଖୋଲା ସ୍ଥାନ ଆଡ଼କୁ ଚାହିଁଥାନ୍ତି, ଯେଉଁଠି ଅଧ ଡଜନ ମହିଳା ହିନ୍ଦୀ ଗୀତର ତାଳେ ତାଳେ ନୃତ୍ୟ କରୁଥାନ୍ତି। ନୃତ୍ୟାଙ୍ଗନାମାନେ ସମ୍ପୂର୍ଣ୍ଣ ଦେହକୁ ଆବୃତ କଲାଭଳି ବସ୍ତ୍ର ପନ୍ଧିଥାନ୍ତି। ପରିଚାରିକାମାନେ ଦର୍ଶକମାନଙ୍କ ଟେବୁଲ ଉପରେ ମଦ ପରଷନ୍ତି। ଏଠାରେ ଏପରି କି ମୃଦୁ ପାନୀୟ ପାଇଁ ମଧ୍ୟ ବିୟର ଭଳି ମୂଲ୍ୟ ନିଆଯାଏ। କିଛି ପୁ..

ଅସତ୍ୟ ସହରର ରାତି

ଅସତ୍ୟ ସହରର ରାତି

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

କେଇଦିନ ପୂର୍ବରୁ ଆମ ରାଜଧାନୀ ସହରର ଚେହେରା ଦେଖିଥିବା ଲୋକ ଏ ସହରର ବାସିନ୍ଦା ହୋଇ ନ ପାରିଥିବାର ଦୁଃଖରେ ନିଜ ଭାଗ୍ୟକୁ ନିନ୍ଦିବାର କାରଣ ଥିଲା ବେଶ୍‌ ଯୁକ୍ତିଯୁକ୍ତ। ବିଶ୍ୱକପ୍‌ ହକି ଅନୁଷ୍ଠିତ  ହେଉଥିବାର ବିରଳ ଗୌରବବୋଧ ନେଇ ଏ ସ୍ମାର୍ଟ ସହର ଯେମିତି ସୁସଜ୍ଜିତ ତୋରଣ ଓ ରଙ୍ଗ ବେରଙ୍ଗର ଆଲୋକମାଳାରେ ଆକର୍ଷଣୀୟ ରୂପରେ ସଜେଇ ହୋଇଥିଲା, ତହିଁରେ ଏଠାରେ ରହୁ ନ ଥିବା ଯେ କୌଣସି ଲୋକ ମନରେ ଈର୍ଷାର ଅସୁରଟିଏ ମୁଣ୍ଡ ଟେକିବା ସ୍ବାଭାବିକ। ମାତ୍ର ସ୍ମାର୍ଟ..

କୁଷ୍ଠରୋଗୀଙ୍କ ସାହାରା

କୁଷ୍ଠରୋଗୀଙ୍କ ସାହାରା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ

ବିଶ୍ୱକୁ ମହାତ୍ମା ଗାନ୍ଧୀଙ୍କ ଅବଦାନ ଅତୁଳନୀୟ। ତାଙ୍କ ଆଦର୍ଶକୁ ସ୍ମରଣୀୟ ରଖିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ୧୯୯୫ରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଆସୁଛି। ମହାତ୍ମାଙ୍କ ୧୨୫ତମ ଜନ୍ମବାର୍ଷିକୀରୁ ସଂସ୍ଥାପିତ ଏହି ସମ୍ମାନ ଅହିଂସା ଓ ଗାନ୍ଧୀବାଦ ଜରିଆରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ରୂପାନ୍ତରଣ ଆଣିପାରୁଥିବା ବ୍ୟକ୍ତି ଓ ସଙ୍ଗଠନକୁ ଦିଆଯାଉଛି। ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ବିରୋଧୀ ବିପ୍ଳବୀ ନେଲ୍‌ସନ ମଣ୍ଡେଲା, ଭାରତର ‘ଚିପ୍‌କୋ’ ଆନ୍ଦୋଳନର ପୁରୋଧା ଚଣ୍ଡିପ୍ରସାଦ ଭଟ୍ଟଙ୍କଠାରୁ ଆରମ୍ଭ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଭଳି ସଙ୍ଗଠନ ଏଭଳି ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ୨୦୧୯ ଜା..

ଏଇ ଭାରତରେ

ଏଇ ଭାରତରେ

ଭାରତୀୟ ସମାଜ ପିତୃକୈନ୍ଦ୍ରିକ ପରିବାରକୁ ନେଇ ଗଢ଼ିଉଠିଛି। କାରଣ ଆମ ଦେଶର ପରିବାରରେ ପୁରୁଷ ହେଉଛି ମୁଖ୍ୟ ବ୍ୟକ୍ତି। ତାଙ୍କ ନାମରେ ମୁଖ୍ୟତଃ ସମ୍ପତ୍ତିର ମାଲିକାନା ରହିଥାଏ। ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ମାନି ଚଳିଥାଆନ୍ତି। ତେଣୁ ଭାରତୀୟ ସମାଜ ଏକ ପୁରୁଷପ୍ରଧାନ ସମାଜ ଭାବରେ ଗଣ୍ୟ ହୋଇଥାଏ। ନିକଟରେ ଝିଅ ନାମରେ ସମ୍ପତ୍ତି କରିବାରୁ ଖାପ୍‌ ପଞ୍ଚାୟତରେ ବାପାଙ୍କ ପ୍ରତି ଦଣ୍ଡାଦେଶ ହୋଇଛି। ଏପରି ଏକ ଘଟଣା ଘଟିଛି ରାଜସ୍ଥାନ ରାଜ୍ୟର ଯୋଧପୁର ଅଞ୍ଚଳରେ। ସ୍ଥାନୀୟ ବିଲାଡା ତହସିଲ ଖେଜଡଲାରେ ଜଣେ ପିତା ତାଙ୍କ ସମ୍ପତ୍ତିର କିଛି ଅଂଶ ଝିଅ ନାମରେ କରିଥିଲେ। ତେବେ ଏହାକୁ ତାଙ୍କର ସରଗରା ସମାଜ ପକ୍ଷରୁ ପସନ୍ଦ କରାଯାଇ ନ ଥିଲା। କାରଣ ସମାଜରେ ପ୍ରଚଳିତ ପୁରୁଣା..