ସମ୍ପାଦକୀୟ |

ଡଙ୍ଗାବୁଡ଼ି ଓ ଆମ ସରକାରୀ ଆଇନ

ଡଙ୍ଗାବୁଡ଼ି ଓ ଆମ ସରକାରୀ ଆଇନ

ସୁଧୀର କୁମାର ନାୟକ


ଗତବର୍ଷ ଡିସେମ୍ବରରେ ମହାନଦୀ ପୋଲ ଉପରେ ଘଟିଥିବା ବସ୍‌ ଦୁର୍ଘଟଣା ଏବଂ ଚଳିତବର୍ଷ ଆରମ୍ଭରୁ କେନ୍ଦ୍ରାପଡ଼ା ଜିଲାର ଡଙ୍ଗାବୁଡ଼ି ୨ଟି ଯାକ ଅତ୍ୟନ୍ତ ମର୍ମାନ୍ତକ। ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟାରେ ଆମ ଦେଶରେ ଓଡ଼ିଶା ପ୍ରଥମ ଥିଲାବେଳେ ଲଗାତାର ଡଙ୍ଗାବୁଡ଼ି ମୃତ୍ୟୁ ସୂଚାଇ ଦିଏ ଯେପରି ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ସବୁକିଛି ଆଇନ ତୁଚ୍ଛ। ନୂଆବର୍ଷ ଭୋଜି ସାରି ମହାକାଳପଡ଼ା ବ୍ଲକର ହୁକିଟୋଲା ଦ୍ୱୀପରୁ ହସିଣା ଗାଁର ୮ଟି ପରିବାର ଲୋକେ ହସଖୁସିରେ ଏକ ଦେଶୀ ମାଛଧରା ଡଙ୍ଗାରେ ଘରକୁ ଫେରୁଥିଲେ। ମହାନଦୀ ଶାଖା ବତିଘର ନଦୀ ଦେଇ ଆସୁଥିବା ଏହି ଡଙ୍ଗାଟି ସନ୍ଧ୍ୟା ସମୟରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୯ଜଣ ଲୋକଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଜଣେ ଶିଶୁ ନିଖୋଜ ଅଛନ୍ତି। ସାନ ନିପାଣିଆ ଗାଁର ଦୁଇ ନାବାଳିକା ଭଉଣୀ ନବମ ଶ୍ରେଣୀର ଛାତ୍ରୀ ସବିତା ଓ ପୂର୍ଣ୍ଣିମା ଭାସିଯାଉଥିବା ଲୋକଙ୍କ ମଧ୍ୟରୁ ଅନ୍ଧାର ରାତିରେ ପ୍ରଖର ସ୍ରୋତ ଓ କୁମ୍ଭୀରପ୍ରବଣ ନଦୀକୁ ଡେଇଁ ୧୩ଜଣଙ୍କୁ କୂଳକୁ ଟାଣି ଆଣି ନିଶ୍ଚିତ ମୃତ୍ୟୁରୁ ଉଦ୍ଧାର କରିଥିଲେ। ଜୀବନକୁ ପାଣି ଛଡ଼ାଇ ସେମାନେ ଯେଉଁ ସାହସିକ କାର୍ଯ୍ୟ କଲେ ଯେତେ ପ୍ରଶଂସା କଲେ ବି କମ୍‌ ହେବ। ତେବେ ଏପରି ବାରମ୍ବାର ନାୈକା ଦୁର୍ଘଟଣା କାହିଁକି ଘଟୁଛି? ଗତବର୍ଷ ଜୁନ୍‌ ମାସରେ ଚିଲିକାରେ ଡଙ୍ଗା ବୁଡ଼ି ୬ଜଣଙ୍କର ମୃତ୍ୟୁ ହେବା ପରେ ସରକାର ଜୁନ୍‌ ୨୩ରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ସେଥିରେ ରାଜ୍ୟ ବୋଟ୍‌ ନିୟମ ଓ ଶହୀଦ ବାଜି ରାଉତ ନାୈଯାତ୍ରା ସୁରକ୍ଷା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କଡ଼ା ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ଆଇନ କିପରି କାର୍ଯ୍ୟକାରୀ ହେଉଛି ତାହା ଜଳଜଳ ଦଶୁଛି।

ରାଜ୍ୟ ସରକାରଙ୍କ ନୌପରିବହନ ବ୍ୟବସ୍ଥା ଏକ ସଙ୍କଟାପନ୍ନ ସ୍ଥିତିରେ ଗତି କରୁଛି। ଡଙ୍ଗାବୁଡ଼ି ରୋକିବା ସହ ଯାତ୍ରୀମାନଙ୍କ ନିରାପତ୍ତାକୁ ଗୁରୁତ୍ୱ ଦେଇ ଓଡ଼ିଶା ସରକାର ୨୦୦୪ରେ ସ୍ବତନ୍ତ୍ର ବୋଟ୍‌ରୁଲ୍ସ ପ୍ରଣୟନ କରିଥିଲେ। କୌଣସି ଜଟିଳ ସମସ୍ୟାର ସମାଧାନ ପାଇଁ ନୂତନ ଆଇନ କରିବାଟା ହୁଏତ ସହଜ ହୋଇପାରେ। କିନ୍ତୁ ତାକୁ କାର୍ଯ୍ୟକାରୀ କରିବାଟା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ମାନସିକତା ଉପରେ ନିର୍ଭର କରିଥାଏ। ହାଇକୋର୍ଟ ନୌକା ଦୁର୍ଘଟଣା ଉପରେ ଏକ ଜନସ୍ବାର୍ଥର ମାମଲା ଶୁଣାଣି କରି ଯାତ୍ରୀବାହୀ ଡଙ୍ଗାର ନିରାପତ୍ତା ପାଇଁ ରାଜ୍ୟ ସରକାରଙ୍କୁ ଏକ ନୋଟିସ କରିଥିଲେ। ସେହିପରି ୨୦୧୬ ଡିସେମ୍ବର ୧୦ରେ ବ୍ରହ୍ମପୁର ରମ୍ଭା ଚିଲିକାରେ ଡଙ୍ଗା ବୁଡ଼ିଯିବାରୁ ୨ଜଣ ଶିଶୁ ସମେତ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ସେହି ଡଙ୍ଗାବୁଡ଼ି ଘଟଣା ତଦନ୍ତ କରି ପ୍ରଶାସନ ଯଦି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତା, ହୁଏତ ସେହିଦିନଠାରୁ ଅନ୍ୟ ଯାତ୍ରୀବାହୀ ଡଙ୍ଗାଗୁଡ଼ିକ ଖୋଲାଖୋଲି ନିୟମ ଉଲ୍ଲଂଘନ କରୁ ନ ଥାନ୍ତେ। ରାଜ୍ୟରେ ଦୈନିକ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱଲୋକ ବିଭିନ୍ନ ଘାଟରେ ଯାତାୟାତ ପାଇଁ ଡଙ୍ଗା ଉପରେ ନିର୍ଭର କରିଥାନ୍ତି। ସରକାରୀ ତଥ୍ୟ ଅନୁସାରେ ରାଜ୍ୟର ୭୪୭ଟି ଘାଟରେ ପାଖାପାଖି ୨୫ଶହ ନୌକା ଚଳପ୍ରଚଳ କରିଥାନ୍ତି। ତାହା ମଧ୍ୟରୁ ୬୦%ରୁ ଅଧିକ ଡଙ୍ଗାର ଲାଇସେନ୍ସ ନାହଁି। ଅଧାରୁ ଅଧିକ ବୋଟ୍‌ରେ ଲାଇଫ୍‌ ସେଭ୍‌ ଜ୍ୟାକେଟ୍‌ ରହୁ ନ ଥିବା ବେଳେ ବିନା ଅନୁମତି ତଥା କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ କରୁଛନ୍ତି। ବିନା ପ୍ରଶିକ୍ଷଣରେ ଶହ ଶହ ବୋଟ୍‌ ଚାଳକ ଯାତ୍ରୀମାନଙ୍କୁ ବୋହୁଛନ୍ତି। ନିୟମ ଅନୁସାରେ ବୋଟ୍‌ମ୍ୟାନ୍‌ ଏବଂ ବୋଟ୍‌ଗୁଡ଼ିକ ବୀମାଭୁକ୍ତ ହେବା ବାଧ୍ୟତାମୂଳକ ଥିବାବେଳେ ଅଧିକାଂଶ ବୋଟ୍‌ର ଫିଟ୍‌ନେସ୍‌ ନାହଁି କିମ୍ବା ବୀମାଭୁକ୍ତ ନୁହେଁ। ସେଥିପାଇଁ କୌଣସି ସ୍ଥାନରେ ଡଙ୍ଗା ବୁଡ଼ିଗଲେ, ମୃତ ଯାତ୍ରୀଙ୍କ ସମ୍ପର୍କୀୟମାନେ ବୀମା ସହାୟତା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ରିପୋର୍ଟ ଅନୁସାରେ ଚଳିତବର୍ଷ ରାଜ୍ୟର ୧୫ଶହରୁ ଅଧିକ ଯାତ୍ରୀବାହୀ ବୋଟ୍‌ ସେମାନଙ୍କ ଲାଇସେନ୍ସ ନବୀକରଣ କରିନାହାନ୍ତି। ରାଜ୍ୟରେ କିଛି ଘାଟରେ ଦୁଇକୂଳକୁ ଦୌଡ଼ି ଲଗାଇ ସର୍କସ ପରି ଡଙ୍ଗା ଧରି ଯାତ୍ରୀମାନଙ୍କୁ ଅତି ବିପଜ୍ଜନକ ଭାବେ ନେବାଆଣିବା କରାଯାଉଛି। ୨୦୧୪ ମସିହାରେ ବାଣିଜ୍ୟ ଓ ପରିବହନ କମିଶନର ବିଭିନ୍ନ ଅଞ୍ଚଳରେ ଚାଲୁଥିବା ବୋଟ୍‌ ଚଳାଚଳର ତଦାରଖ କରିବା ପାଇଁ ସ୍ଥାନୀୟ ବିଡିଓମାନଙ୍କୁ ଏନ୍‌ଫୋର୍ସମେଣ୍ଟ ଅଫିସର ଭାବେ କ୍ଷମତା ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଅନ୍ତର୍ଦ୍ଦେଶୀୟ ଜଳ ପରିବହନ ସଂସ୍ଥା ଦ୍ୱାରା ବିଧିବଦ୍ଧ ଭାବେ ବୋଟ୍‌ ପଞ୍ଜୀକରଣ କ୍ଷମତା ଦିଆଗଲା। ଅଧିକାଂଶ ଡଙ୍ଗା ମାଲିକ ଏପରି ବିଭାଗ ସହ ପରିଚିତ ନୁହନ୍ତି। ତେବେ ସମ୍ପୂର୍ଣ୍ଣ ଡଙ୍ଗା ଚଳାଚଳ ବ୍ୟବସ୍ଥାକୁ ନିୟନ୍ତ୍ରିତ କରିବା ପାଇଁ ଯେଉଁ ବିଭାଗମାନଙ୍କର ଦାୟିତ୍ୱ ରହୁଛି, ସେମାନଙ୍କ ମଧ୍ୟରେ ସମନ୍ବୟ ରହୁନାହଁି।

କେତେକ ପର୍ଯ୍ୟଟନ ସ୍ଥଳୀରେ ବିଦେଶୀ ପର୍ଯ୍ୟଟକମାନେ ଆମର ପୁରୁଣାକାଳିଆ ଡଙ୍ଗାରେ ଯାତ୍ରା କରିବା ପାଇଁ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଚିଲିକା ଏବଂ କାଳିଜାଈ ପରି ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ରରେ ଏପରି କିଛି ଦେଶୀଡଙ୍ଗା ଚଳପ୍ରଚଳ କରୁଛି, ଯେଉଁଥିରେ ଏକ ପ୍ରକାର ପୁରୁଣା ମୋଟର ସାଇକେଲ ଇଞ୍ଜିନ ସଂଯୋଗ କରାଯାଇଛି। ବୋଟ୍‌ ଚାଲୁଥିବାବେଳେ କୌଣସି ବି ମୁହୂର୍ତ୍ତରେ ଇଞ୍ଜିନ୍‌ ବନ୍ଦ ହୋଇଯାଇ ଦୁର୍ଘଟଣାଗ୍ରସ୍ତ ହେବାର ସମ୍ଭାବନା ଥାଏ। ସ୍ଥାନୀୟ ପ୍ରଶାସନ ଏପରି ଡଙ୍ଗା ବିଷୟରେ ଅବଗତ ଥାଇ ମଧ୍ୟ ଅଙ୍କୁଶ ଲଗାଉ ନାହାନ୍ତି। ସବୁ ପଞ୍ଜୀକୃତ ନୌକାର ଯାତ୍ରୀ ପରିବହନ ପାଇଁ ଯେ ଫିଟ୍‌ନେସ୍‌ ଅଛି ତାହା ବି ନୁହେଁ। ସରକାରୀ ତଥ୍ୟ ଅନୁସାରେ ୧୦ ବର୍ଷରେ ଡଙ୍ଗାବୁଡ଼ି ଯୋଗୁ ୨୦୦ରୁ ଅଧିକ ଲୋକଙ୍କର ଜୀବନହାନି ଘଟିଛି। 

ବୋଟ୍‌ ଚାଳକମାନଙ୍କ ସଂଖ୍ୟା ଅନୁସାରେ ରାଜ୍ୟର ସରକାରୀ ତାଲିମ ପ୍ରତିଷ୍ଠାନ ନାହଁି। ଭଦ୍ରକ ଜିଲା ଚାନ୍ଦବାଲିରେ ରାଜ୍ୟର ଏକମାତ୍ର ବୋଟ୍‌ ଚାଳକ ତାଲିମ ପ୍ରତିଷ୍ଠାନ ଅଛି, ହେଲେ ସେଠାରେ ମାତ୍ର ୩୦ଟି ସିଟ୍‌ ରହିିଛି। ରାଜ୍ୟର ୯୦%ରୁ ଅଧିକ ନାଉରିଆ ପୁରୁଷାନୁକ୍ରମେ ଡଙ୍ଗା ଚଳାଉଛନ୍ତି। ପ୍ରତ୍ୟେକ ଡଙ୍ଗାକୁ ଜିପିଏସ୍‌ ସିଷ୍ଟମ୍‌ ଦ୍ୱାରା ନିୟନ୍ତ୍ରିତ କରିବାର ବ୍ୟବସ୍ଥାକୁ କରାଯିବା ସହ ବୋଟ୍‌ ଚାଳକମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ସମୟରେ କର୍ମଶାଳା ଆୟୋଜନ କରାଯିବା ଉଚିତ।          ମୋ:୯୯୩୮୦୮୦୨୯୪    

All Right Reserved By

ସମ୍ପାଦକୀୟ |

ଶବଦାହରେ ଘଷି

ଶବଦାହରେ ଘଷି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି। ମୁସଲମାନମାନେ ମୃତ ଲୋକର ଶବକୁ ପୋତିଦିଅନ୍ତି ଏବଂ ହିନ୍ଦୁମାନେ ତାକୁ ଅଗ୍ନିରେ ଦାହ କରନ୍ତି। ପାରମ୍ପରିକ ଭାବେ ଦାହ ପାଇଁ କାଠ ବ୍ୟବହୃତ ହୋଇ ଆସୁଥିବା ବେଳେ ଆଜିକାଲି ବିଦ୍ୟୁତ୍‌ଶକ୍ତି ଓ ଗ୍ୟାସ୍‌ ମଧ୍ୟ ବ୍ୟବହୃତ ହେଲାଣି।  କିନ୍ତୁ ଆଜିକାଲି ଜାଳେଣି କାଠର ଘୋର ଅଭାବ। ଦିଲ୍ଲୀରେ ସରକାରୀ ଗାର୍ଡନରମାନେ ଗଛର ଅଳ୍ପ କିଛି ଛୋଟ ଡାଳ କାଟିବାର ଛଳନା କରନ୍ତି। କିନ୍ତୁ ସେମାନେ ପ୍ରାୟ ସବୁ ବଡ଼ ବଡ଼ ଡାଳ କାଟନ୍ତି ଓ ସେସବୁକୁ ନିଗମବୋଧ ଘା..

ଅଶ୍ଳୀଳତାକୁ ନେଇ ଛଳନା

ଅଶ୍ଳୀଳତାକୁ ନେଇ ଛଳନା

ଡ. ସୁବାସ ଚନ୍ଦ୍ର ପାତ୍ର

ଅଶ୍ଳୀଳତାକୁ ନେଇ ମଣିଷର ଛଳନା ଇତିହାସ ପରି ପୁରୁଣା। କିଛିଦିନ ତଳେ ଖଣ୍ଡଗିରି ଯାତ୍ରା ମହୋତ୍ସବ ଅବସରରେ କୌଣସି ଏକ ଅପେରା ମଞ୍ଚ ଉପରେ ମନୋରଞ୍ଜନ ଆଳରେ ଜଣେ ମହିଳା କଳାକାର ଅଙ୍ଗ ପ୍ରଦର୍ଶନ ସହ ଅଶ୍ଳୀଳ ନୃତ୍ୟ ପରିବେଷଣ କରିବାର ଅଭିଯୋଗ ଆସିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ଟିଭି ଚ୍ୟାନେଲ ତାଙ୍କ ସହ ସାକ୍ଷାତ୍‌କାର ପ୍ରସାରଣ କଲେ ଏବଂ ଆଉ କେତେକ ଚ୍ୟାନେଲ ପ୍ରତିବାଦ ବାହାନାରେ ସେହି ତଥାକଥିତ ନଗ୍ନ ନୃତ୍ୟକୁ ବାରମ୍ବାର ପ୍ରଦର୍ଶନ ମଧ୍ୟ କଲେ। ଜଣେ ରାଜାଙ୍କୁ ଯଦି ତାଙ୍କ ପାର୍ଷଦ କହେ, ‘ମଣିମା, ଆପଣଙ୍କ ବଡ଼ଗୁଣ ହେଲା ଆପଣ ତୋଷାମଦି ଭଲପାଆନ୍ତି ନାହିଁ,’ ଏ କଥାଟି ଯେମିତି ଏକ ତୋଷା..

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର


ବିକାଶ କୁମାର ପତି

ଚିରନ୍ତନ ବିକାଶ ଲକ୍ଷ୍ୟ ସମସ୍ତଙ୍କୁ ୨୦୩୦ ସୁଦ୍ଧା ପାନୀୟ ଜଳ ଯୋଗାଇବା ପାଇଁ ଉଦ୍ଦିଷ୍ଟ। ଅର୍ଥାତ୍‌, କେହି ବି ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେନି। କିନ୍ତୁ ଆଜି ବି ଲକ୍ଷ ଲକ୍ଷ ଲୋକ ସ୍ବଚ୍ଛ ପାନୀୟ ଜଳ ବିନା ବଞ୍ଚୁଛନ୍ତି- ତାଙ୍କ ପରିବାର, ବିଦ୍ୟାଳୟ, କର୍ମକ୍ଷେତ୍ର, ସବୁଠି ବଞ୍ଚିବା ପାଇଁ ଓ ତୃଷ୍ଣା ମେଣ୍ଟେଇବା ପାଇଁ କଷ୍ଟ କରୁଛନ୍ତି। ଜାତିସଂଘର ଜଳ ଉପରେ କାମ କରୁ..

ଏଇ ଭାରତରେ

ଏଇ ଭାରତରେ

କୁହାଯାଏ ବିବାହ ଯୋଡ଼ି ଈଶ୍ୱରଙ୍କ ଦରବାରରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। ଏହାକୁ ଖଣ୍ଡନ କରିବା ସହଜ ନୁହେଁ। ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ଏପରି ଏକ ବିରଳ ବାହାଘର ସମ୍ପନ୍ନ ହୋଇଛି। ଖଣ୍ଡଓ୍ବା ଅନ୍ତର୍ଗତ ପୁନାସା ଗଁାର ବାସିନ୍ଦା ଧନେଶ ରାଜବୈଦ ନିମାଡ ନିବାସୀ ଚେତନା ଶର୍ମାଙ୍କୁ ବିବାହ କରିଛନ୍ତି। ଉଭୟ କନ୍ୟା ଓ ବରଙ୍କ ଉଚ୍ଚତା ୩୬ ଇଞ୍ଚ। ଉଚ୍ଚତା କମ୍‌ ..

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସାଧାରଣତଃ ଉତ୍ତରପ୍ରଦେଶ ଓ ବିହାର ବୋର୍ଡ ପରୀକ୍ଷାରେ ପିଲାମାନେ ବହୁ ସମୟରେ ଅଜବ ଓ ଅଦ୍ଭୁତ ଉତ୍ତର ଲେଖିଥିବା ଶୁଣିବାକୁ ମିଳିଛି। ଏପରିକି ଭଲ ମାର୍କ୍ସ ପାଇବା ପାଇଁ ଉତ୍ତର ଖାତାରେ ଟଙ୍କା ଷ୍ଟାପଲ୍‌ କରିବାର ନଜିର ଅଛି।  ‘ବାପା ଗରିବ ଲୋକ, ପୁଣି ଥରେ ପରୀକ୍ଷା ଦେବା ଲାଗି ଟଙ୍କା ଦେଇପାରିବେ ନାହିଁ, ତେଣୁ ମୋତେ ପାସ୍‌ କରିଦିଅନ୍ତୁ’ କହି କେତେକ ପରୀ..

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଆଖି ଆଗରେ କାହାର ଛବି ନାଚି ଉଠିଥାଏ? କିଛି ସାଧାରଣ ଲୋକ ମନେ କରୁଥିବେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳ। ଏମିତି ଏକ ଧାରଣା ଜନ୍ମିବା ପଛରେ ବିଭିନ୍ନ ନେତା ଓ ସମର୍ଥକମାନଙ୍କ ଜବରଦସ୍ତ ପ୍ରଚାର, ଅସଂଖ୍ୟ ବିଜ୍ଞାପନ ଏବଂ ରାସ୍ତାକଡ଼ର ତତ୍‌ସମ୍ପର୍କିତ ଏକାଧିକ ହୋର୍ଡିଂର ପ୍ରଭାବ ବି..

ଘରଚଟିଆର ତୁଳନା ନାହିଁ

ଘରଚଟିଆର ତୁଳନା ନାହିଁ

ପୀତାମ୍ବର ରାଉତ

ମହାନ୍‌ ପରିବେଶବିତ୍‌ ମହମ୍ମଦ ଦିଲଓ୍ବାର୍‌ଙ୍କ ଉଦ୍ୟମରେ ୨୦୧୦ରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଇ ଆସୁଛି। ଘରଚଟିଆର ବୈଜ୍ଞାନିକ ନାମ ପାସେରିଡି। ଭୂମଧ୍ୟସାଗରୀୟ ଅଞ୍ଚଳରୁ ଆରମ୍ଭ କରି ବ୍ରିଟେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲଜିୟମ୍‌, ଇଟାଲୀ, ନେଦରଲାଣ୍ଡ ଓ ଫିନ୍‌ଲାଣ୍ଡ..

ଏଇ ଭାରତରେ

ଏଇ ଭାରତରେ

ଜଣେ ବ୍ୟକ୍ତି ୧୦ଲକ୍ଷ ଟଙ୍କା ରାସ୍ତାପାର୍ଶ୍ୱରୁ ପାଇ ଫେରାଇଦେବା ଘଟଣା ତାଙ୍କୁ ମହାନତାର ପରିଚୟ ଦେଇଛି। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ସ୍ବରୂପ ୨ଲକ୍ଷ ଟଙ୍କା ଦିଆଯାଇଛି।  ଦିଲୀପ ପୋଦ୍ଦାର ନାମକ ଜଣେ ବ୍ୟକ୍ତି ସୁରଟର ଉମ୍ରା ଅଞ୍ଚଳରେ ଶାଢ଼ି ଶୋ’ରୁମ୍‌ରେ ସେଲ୍ସମ୍ୟାନ୍‌ ଭାବେ କାମ କରନ୍ତି। ପୋଦ୍ଦାର ମଧ୍ୟାହ୍ନଭୋଜନ ସାରି ଡ୍ୟୁଟିକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ୱରେ ଏକ ବ୍ୟାଗ୍‌..

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା