ସମ୍ପାଦକୀୟ |

ସଙ୍କଟରେ କୃଷି ଓ କୃଷକ

ସଙ୍କଟରେ କୃଷି ଓ କୃଷକ

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ କୃଷି ସଂସ୍କୃତିର ସୁଦୀର୍ଘ ପରମ୍ପରାକୁ ଅନୁଶୀଳନ କଲେ ଜଣାଯାଏ, ଏକଦା ଏଠି କୃଷି ଥିଲା ଏକ ସ୍ବାଧୀନ, ସମ୍ମାନଜନକ ଓ ଲାଭଦାୟକ ବୃତ୍ତି। କୃଷକର ଆର୍ଥିକ ସ୍ବଚ୍ଛଳତା ଓ ସାମାଜିକ ମର୍ଯ୍ୟାଦାକୁ ଅନୁଭବ କରି ଲୋକେ କହୁଥିଲେ ‘ଚାଷ ଅଛି ଯାହାର କି ଆନନ୍ଦ ତାହାର’। ବାସ୍ତବରେ ସେତେବେଳେ ଯାହାର ଯେତେ ବେଶି ଚାଷଜମି ଥିଲା, ତା’ର ସମ୍ମାନ ଓ ପ୍ରତିଷ୍ଠା ଥିଲା ସେତେ ବେଶି। ମାତ୍ର ଯେବେଠାରୁ ଦେଶରେ କୃଷି ବଦଳରେ ଶିଳ୍ପକୁ ପ୍ରଗତିର ପରିଭାଷା କହି ତିଆରି ହେଲା ବିକାଶର ନକ୍ସା, ସେବେଠାରୁ ଚାଷୀ ମୁଣ୍ଡରେ ପଡ଼ିଲା ଚଡ଼କ। ଶିଳ୍ପାୟନର ନାରା ଦେଇ ଚାଷଜମିକୁ ଅକ୍ତିଆର କଲେ କମ୍ପାନୀ କୁବେରମାନେ। ଅଳ୍ପ ଜମିରେ ଅଧିକ ଅମଳ ନିମନ୍ତେ ତିଆରି ହେଲା ସବୁଜ ବିପ୍ଳବର ମେଢ। ଦେଶୀ ବିହନ ବୁଡ଼ିବା ସାଙ୍ଗକୁ ଅବସାନ ହେଲା ହଳଲଙ୍ଗଲର ଯୁଗ। ଯାନ୍ତ୍ରିକ ଚାଷର ଚକ୍ରବୂ୍ୟହରେ ପଡ଼ି ଛିନ୍ନଛତ୍ର ହେଲା ଦେଶୀ ଚାଷର ଦୁନିଆ। ଜୈବିକ ସାର ବଦଳରେ ପ୍ରୟୋଗ ହେଲା ରାସାୟନିକ ସାର ଓ ବିଷ। ମାଟିର ଉର୍ବରତା କମି କମି ଯିବାରୁ ବେଧଡ଼କ ଭାବରେ ବଢିଲା ସାର ପ୍ରୟୋଗର ପରିମାଣ। ଏହାଦ୍ୱାରା ଚାଷୀର ଅମଳ ବଢିଲା ସତ, କିନ୍ତୁ ଉପତ୍ାଦନ ଖର୍ଚ୍ଚ ଅନୁପାତରେ ମନ୍ଦିରକୁ ବଳିଗଲା ମୁଖଶାଳା। ସବୁଜ ବିପ୍ଳବ ପରେ ଚାଷୀ ପାଇଁ ସବୁଠାରୁ ବଡ଼ ବିପଦ ହୋଇ ଉଭାହେଲା ପ୍ରାକୃତିକ ବିପର୍ଯ୍ୟୟ। କେତେବେଳେ ବଢ଼ିମରୁଡ଼ିରେ ତ କେତେବେଳେ ଚକଡ଼ା ପୋକ ଦାଉରେ ଉଜୁଡ଼ିଗଲା ଚାଷ। ପୂର୍ବରୁ ପ୍ରାକୃତିକ ବିପଦ ଯେ ନ ଥିଲା ତାହା ନୁହେଁ, ମାତ୍ର ସେତେବେଳେ ବଢ଼ିମରୁଡ଼ି ସହିତ ଲଢ଼ି ପାରୁଥିଲା ଦେଶୀ ବିହନ ଓ ଚାଷୀର ଅନୁଭୂତିସିଦ୍ଧ ଜ୍ଞାନକୌଶଳ। ଖେତ ଉଜୁଡ଼ି ଗଲେ ବି କେବେ ହିମତ୍‌ ହାରୁ ନ ଥିଲା ଚାଷୀ। ଆର୍ଥିକ ସ୍ବଚ୍ଛଳତା ସାଙ୍ଗକୁ ପ୍ରବଳ ପ୍ରାଣଶକ୍ତି ତା’ ଭିତରେ ଭରିଥିଲା ଶତ ଦୁର୍ବିପାକ ବିରୋଧରେ ଲଢେଇ କରି ଆଗକୁ ବଢିବାର ଦମ୍ଭିଲାପଣ। ସେଥିପାଇଁ ବନ୍ୟା ପରବର୍ତ୍ତୀ ଉଜୁଡ଼ା ଖେତକୁ ଦେଖି ଚାଷୀ କହୁଥିଲା - ବଢି ଏଥର ଖେତ ଉଜାଡ଼ି ଦେଲେ ବି ଆରଥରକୁ ଅଜାଡ଼ି ଦେବ ସୁନାର ଫସଲ। ଏବେ କିନ୍ତୁ ବାରମ୍ବାର କ୍ଷତିର ସମ୍ମୁଖୀନ ହୋଇ ସେ ହରେଇ ବସିଲା ପ୍ରାକୃତିକ ବିପର୍ଯ୍ୟୟ ପରେ ଅଣ୍ଟା ସଳଖି ଠିଆହେବାର ଜୁ। ଋଣଯନ୍ତାରେ ପଡ଼ି ସେ ଭୁଲିଗଲା ଆପଣା ଶିଙ୍ଗରେ ମାଟିତାଡ଼ି ସ୍ବାଭିମାନର ସହ ବଞ୍ଚତ୍ବାର କଳା। ତେଣୁ ଆମ କୃଷି ସଂସ୍କୃତିର ସ୍ବର୍ଣ୍ଣିମ ଇତିହାସରେ ଯୋଡ଼ି ହୋଇଗଲା ଏକ କଳଙ୍କିତ ଅଧ୍ୟାୟ- ଯାହାର ନାଁ ‘ଚାଷୀ ଆମତ୍ହତ୍ୟା’। ଚାଷୀ ଆମତ୍ହତ୍ୟା ପରି ସମ୍ବେଦନଶୀଳ ଘଟଣାକୁ ସ୍ବୀକାର କରିବାପାଇଁ ପ୍ରସ୍ତୁତ ନୁହନ୍ତି କୌଣସି ସରକାର। ବରଂ ଚାଷୀ ଆମତ୍ହତ୍ୟା ଚାଷଜନିତ ନୁହେଁ ବୋଲି ପ୍ରମାଣ କରିବା ପାଇଁ ପ୍ରଶାସନର ତଳୁ ଉପର ଯାଏ ତପତ୍ର ହୋଇଉଠନ୍ତି ସମସ୍ତେ। ତେଣୁ ଯେତେ ଯାହା ଯୋଜନା କଲେ ବି ଥମିବାର ନାଁ ଧରୁନି ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ଜାରି ରହିଥିବା ଚାଷୀ ଆମତ୍ହତ୍ୟାର ବିଡ଼ମ୍ବିତ ଧାରା। କାରଣ ସରକାର ଯେଉଁଠି ସତ୍ୟକୁ ସ୍ବୀକାର କରିବା ପାଇଁ କୁଣ୍ଠିତ, ସେଠାରେ କେବେ ବି ବାହାରି ପାରେନି ସମସ୍ୟା ସମାଧାନର ସହଜ ସୂତ୍ର। 

ଚାଷର ପ୍ରଥମ ଆବଶ୍ୟକତା ହେଉଛି ଜଳ। ମାତ୍ର ଏଠି ନଈପାଣିକୁ କାରଖାନା ଶୋଷୁଥିବା ବେଳେ ଜମିକୁ ମିଳେନି ଜଳ। ସ୍ବାଧୀନତାର ୭୨ ବର୍ଷ ପରେ ବି ଓଡ଼ିଶାରେ ୩୩ ପ୍ରତିଶତରୁ ଟପି ପାରିଲାନି ଜଳସେଚିତ ଜମିର ପରିମାଣ। ତେଣୁ ଇନ୍ଦ୍ରଦେବତା ସଦୟ ନ ହେଲେ ମୁଣ୍ଡରେ ହାତଦିଏ ଚାଷୀ। ପ୍ରାକୃତିକ ବିପର୍ଯ୍ୟୟଜନିତ କ୍ଷୟକ୍ଷତିର ଭରଣା ପାଇଁ ଦେଶରେ ଏବେ କାର୍ଯ୍ୟକାରୀ ହେଉଛି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା। ବାସ୍ତବତା ଆଧାରରେ ବିଚାର କଲେ ମନେହୁଏ ଏହା ଚାଷୀମାନଙ୍କ କଲ୍ୟାଣ ପାଇଁ ନୁହେଁ, ବରଂ ବୀମା କମ୍ପାନୀଗୁଡ଼ିକୁୁ ମାଲାମାଲ କରିବା ଏ ଯୋଜନାର ଅସଲ ଉଦ୍ଦେଶ୍ୟ। କେବଳ ଫସଲବୀମା କାହିଁକି କୃଷି ଓ କୃଷକର ବିକାଶ ନିମନ୍ତେ ଦେଶରେ ଯେତେ ଯୋଜନା ହେଉଛି କେଉଁଠି ହେଲେ ତା’ର ସମ୍ପୂର୍ଣ୍ଣ ସୁଫଳ ପାଉନି ପ୍ରକୃତ ହିତାଧିକାରୀ। 

ଅର୍ଥନୀତି ବିଶାରଦ ଚାଣକ୍ୟ କହିଥିଲେ, ଦେଶରେ ଅର୍ଥନୀତିର ସନ୍ତୁଳନ ରକ୍ଷାପାଇଁ ଭରିଏ ସୁନାର ମୂଲ୍ୟ ସହିତ ଭରଣେ ଧାନର ମୂଲ୍ୟ ସମାନ ହେବା ଦରକାର। ଏବେ କିନ୍ତୁ ଭରିଏ ସୁନାର ମୂଲ୍ୟ ତୁଳନାରେ ଊଣା ପଡ଼ିବ ପ୍ରାୟ ଆଠ ଭରଣ ଧାନର ମୂଲ୍ୟ। ଚାଷୀ ତା’ର ଶସ୍ୟର ଉପଯୁକ୍ତ ମୂଲ୍ୟ ପାଉ- ଏକଥା ଚାହାନ୍ତି ନାହିଁ ଦେଶର କୌଣସି ସରକାର। ତେଣୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ସମ୍ପର୍କରେ ସ୍ବାମୀନାଥନ୍‌ କମିଟି ଦେଇଥିବା ରିପୋର୍ଟକୁ ପ୍ରତ୍ୟେକ ସରକାର ଏଡ଼େଇ ଚାଲିଛନ୍ତି ଅତି ଚତୁରତାର ସହିତ। ବିଡ଼ମ୍ବନାର ବିଷୟ ବେଳେବେଳେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମୂଲ୍ୟକୁ ଟପିଯାଏ ଉପତ୍ାଦନ ଖର୍ଚ୍ଚ। ଆହୁରି ଦୁଃଖର ବିଷୟ ହେଉଛି ସରକାର କୁଣ୍ଠାର ସହିତ ଯେଉଁ ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି, ସେତକ ପାଇବାରୁ ବି ବଞ୍ଚତ୍ତ ହେଉଛି ଆମ ରାଜ୍ୟର ଚାଷୀ। ଏଠି ଶସ୍ୟ ସଂଗ୍ରହ ପ୍ରକ୍ରିୟାଟି ମଧ୍ୟ ଏଭଳି ଅଭିସନ୍ଧିମୂଳକ ଯେ ସେଥିରେ ପେଷି ହୋଇ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବା ପାଇଁ ବାଧ୍ୟ। ଚାଷୀ କେବଳ ଏଠି ତୁଛାଟାରେ ଖଟିଖଟି ମରୁଛି, କିନ୍ତୁ ମାଗଣାରେ ଲାଭ ଖାଉଛି ମିଲର, ଦଲାଲ ଓ ସେବା ସମବାୟ ସମିତିର କାର୍ପଟଦାରମାନେ। କେବଳ ବିପର୍ଯ୍ୟସ୍ତ ବିପଣନ ବ୍ୟବସ୍ଥା ନୁହେଁ, ଭଣ୍ଡାରଣ ସମସ୍ୟାକୁ ନେଇ ମଧ୍ୟ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହୁଏ ଚାଷୀ। ଚାଷୀ ଖେତରେ ଯେତେବେଳେ ଟମାଟୋ ପାଚି ନ ଥାଏ ସେତେବେଳେ ତାହା ବଜାରରେ ବିକ୍ରି ହୁଏ ଚଢା ଦରରେ। ମାତ୍ର ଚାଷୀ ଟମାଟୋ ବଜାରକୁ ଆସିଗଲା ପରେ ତା’ର ଭାଉ ଏମିତି ଖସିଯାଏ ଯେ ବେଳେବେଳେ ତୋଳା ଖର୍ଚ୍ଚ ବି ପାଏନି ଚାଷୀ। ଏହି କାରଣରୁ କେତେବେଳେ ତାହା ଜମିରେ ପଚେ ତ ଆଉ କେତେବେଳେ ଢଳାଯାଏ ରାଜରାସ୍ତାରେ। 

ଚାଷୀର ବ୍ୟୟଭାର ଦୃଷ୍ଟିରୁ ସାଧାରଣ ଚାଷୀଟିଏ ବିନା ଋଣରେ ଚାଷ କରିବା ଅସମ୍ଭବ। ମାତ୍ର ଆମ ଦେଶର ଋଣ ଆଦାୟ ପ୍ରକ୍ରିୟାଟି ଏଭଳି ବ୍ୟବସ୍ଥିତ ଯେ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଋଣ କରିଥିବା ବିଜୟ ମାଲ୍ୟା ଓ ନୀରବ ମୋଦିଙ୍କୁ ସରକାର ବତାଇ ଦିଅନ୍ତି ଖସିଯିବାର ବାଟ। ମାତ୍ର ଋଣଯନ୍ତାରେ ପଡ଼ି ଡହଳ ବିକଳ ହେଉଥିବା କ୍ଷୁଦ୍ରଚାଷୀଙ୍କୁ ଦେଖେଇ ଦିଅନ୍ତି ଆମତ୍ହତ୍ୟାର ରାସ୍ତା। କେନ୍ଦ୍ର ହେଉ କି ରାଜ୍ୟ ସବୁ ସରକାର କୃଷି ଓ କୃଷକ ବିରୋଧୀ। ନିର୍ବାଚନ ପୂର୍ବରୁ କୃଷି ଓ କୃଷକର ଉନ୍ନତି ନିମନ୍ତେ ସମସ୍ତେ ଅଜାଡ଼ି ଦିଅନ୍ତ ଅଜସ୍ର ପ୍ରତିଶ୍ରୁତି। ମାତ୍ର ନିର୍ବାଚନ ପରେ ପ୍ରକାଶ ପାଏ ସେମାନଙ୍କ ଚାଷୀ-ବିରୋଧୀ ଚେହେରା। ଏହି କ୍ରମରେ ସ୍ବାଧୀନତା ଲାଭର ହୀରକ ଜୟନ୍ତୀ ଅର୍ଥାତ୍‌ ୨୦୨୨ ସୁଦ୍ଧା ଚାଷୀମାନଙ୍କର ରୋଜଗାର ଦି’ଗୁଣିତ କରିବାର ସଂକଳ୍ପକୁ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମାତ୍ର ଏସବୁ କେବଳ ତୁଛା ରାଜନୀତି। ଚାଷୀଙ୍କୁ ପାଞ୍ଚହଜାର ଟଙ୍କା ଭତ୍ତା ଦେବା ପାଇଁ ଘୋଷଣା କରିଥିଲେ ବର୍ତ୍ତମାନର ସରକାର। କୁଆଡ଼େ ଗଲା ସେ ପ୍ରତିଶ୍ରୁତି। ଏପଟେ ଧାନର ସହାୟକ ମୂଲ୍ୟକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର। ମାତ୍ର ସରକାରଙ୍କ କୃଷି ନୀତି ହେଉ କି ପରିବେଶ ନୀତି, କେଉଁଠି ହେଲେ ବି ପ୍ରତିଫଳିତ ହେଉନି ଚାଷୀର ହିତ।

ସାଧାରଣତଃ କୌଣସି ଅସଂଗଠିତ କ୍ଷେତ୍ରକୁ ସେତେବେଶି ଗୁରୁତ୍ୱ ଦେବାକୁ ଚାହାନ୍ତିନି ସରକାର। ମାତ୍ର ଓଡ଼ିଶାରେ ଚାଷୀମାନେ ଯେ ଏବେ ସଙ୍ଗଠିତ ତାହା ସୂଚନା ଦେଇସାରିଛି ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ ଦାବିରେ ବାରମ୍ବାର ରାଜରାସ୍ତାକୁ ଓହ୍ଲାଉଥିବା ‘ନବ ନିର୍ମାଣ କୃଷକ ସଙ୍ଗଠନ’।  କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଦେଶରେ ଏବେ ଦାନା ବାନ୍ଧି ସାରିଛି କୃଷକ ଆନ୍ଦୋଳନ। କୃଷକମାନଙ୍କ ଦାବିକୁ ଯଥାର୍ଥ କହି ସେମାନଙ୍କ ସମର୍ଥନରେ ଏବେ ଆଗେଇ ଆସିଛନ୍ତି ଅନେକ ରାଜନୈତିକ ଦଳ। କୃଷକ ସଙ୍ଗଠନ ସହ ସେମାନଙ୍କ ନିର୍ବନ୍ଧର ସର୍ତ୍ତରୁ ଜଣାଯାଏ ଚାଷୀ ଆନ୍ଦୋଳନ ଏବେ ପହଞ୍ଚିସାରିଛି ରାଜନୈତିକ ମଞ୍ଚର କେନ୍ଦ୍ର ସ୍ଥଳରେ। ଏହି ଦୃଷ୍ଟିରୁ କୃଷି ଓ କୃଷକ ପ୍ରସଙ୍ଗକୁ ନେଇ ବୋଧହୁଏ ଲଢାଯିବ ଆଗାମୀ ୨୦୧୯ ସାଧାରଣ ନିର୍ବାଚନ। 

ବିଜୁ ପଟ୍ଟନାୟକ ନଗର, ଭଦ୍ରକ, 

ମୋ-୯୪୩୮୮୫୫୦୮୮

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/କୃଷି ଆଗ

ସମ୍ପାଦକୀୟ/କୃଷି ଆଗ

ଆଜିର ସ୍ଥିତି ଦେଖିଲେ ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଦୌ ପୂରଣ କରିନାହାନ୍ତି। ଉଚ୍ଚାଙ୍ଗ ସ୍ବରରେ ‘ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ’ କଥା କହୁଥିଲେ ମଧ୍ୟ ତା’ର ଫଳ ଶୂନ ହୋଇଛି। ବିଶେଷକରି ସାମାଜିକ ଓ ଅର୍ଥନୈତିକ ଦିଗରୁ ତାଙ୍କ ଶାସନ ସମୟରେ ଦେଶର ଅଧିକ କ୍ଷତି ଘଟିଛି। ଅସହିଷ୍ଣୁତା, ମିଛିମିଛିକା ଦେଶପ୍ରେମ ଓ ବିଭାଜନ ରାଜନୀତି ସାମାଜିକ ବାତାବରଣକୁ ଘୋର ପ୍ରଭାବିତ କରିଛି। ଏକ ଉତ୍ତମ ଶାସନ ଜରିଆରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ତା’ର ସୁଫଳ ଲୋକେ ପାଇପାରିନାହାନ୍ତି। ଏହା ଜଣାଶୁଣା ଯେ, ମୋଦିଙ୍କ ଶାସନ ସମୟରେ କର୍ପୋରେଟ ପ୍ରୀତି ବଢ଼ିଛି..

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

ସହଦେବ ସାହୁ

ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା (ଏଫ୍‌ଏଓ) ସହିତ କାର୍ଯ୍ୟ କରୁଥିବା କ୍ଷୁଧା ଓ କୁପୁଷ୍ଟି ବିରୋଧୀ ଅନ୍ତର୍ଜାତୀୟ ସଂଗୋଷ୍ଠୀ (ଇଣ୍ଟରନ୍ୟାଶନାଲ ଆଲାଏନ୍ସ ଏଗେଁଷ୍ଟ ହଙ୍ଗର ଆଣ୍ଡ ମାଲନ୍ୟୁଟ୍ରିଶନ୍‌) କୃଷି କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶକୁ ପ୍ରଶଂସା କରିଛି। ୧୯୫୦-୫୧ରେ ଭାରତରେ ଖାଦ୍ୟଶସ୍ୟ ଉପତ୍ାଦନ ପରିମାଣ ୫ କୋଟି ଟନ୍‌ ଥିବାବେଳେ ୨୦୧୬-୧୭ରେ ୨୭ କୋଟି ୨୦ ଲକ୍ଷ ଟନ୍‌ ହୋଇଛି, ପ୍ରାୟ ୫ଗୁଣ। ଲୋକସଂଖ୍ୟା ବଢ଼ିଛି ୪ ଗୁଣ। ତେଣୁ ଖାଦ୍ୟ-ଅଭାବୀ ପରିସ୍ଥିତିକୁ ପଛରେ ପକାଇ ଭାରତ ଏକ ଖାଦ୍ୟ ରପ୍ତାନିକାରୀ ରାଷ୍ଟ୍ର ହୋଇଗଲାଣି। ତଥାପି ଭାରତରେ କ୍ଷୁଧା ଓ କୁପୁଷ୍ଟି କାରଣରୁ ଏକଚତୁର୍ଥାଂଶ ଲୋକ କାର୍ଯ୍ୟକ୍ଷମ ହୋଇପାରୁ ନାହା..

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ବ୍ରହ୍ମାନନ୍ଦ ପଣ୍ଡା

ଆଜିକାଲି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏଭଳି ଅଧୋଗତି ହୋଇଛି ଯେ, ପ୍ରାୟ ୬୦% ମାଧ୍ୟମିକ ଛାତ୍ରୀଛାତ୍ର ଦରଖାସ୍ତଟିଏ ଲେଖିବାକୁ ବା ସାଧାରଣ ହିସାବଟିଏ କରିବାକୁ ଅସମର୍ଥ। ଭାରତର ୭୫% ଯାନ୍ତ୍ରିକ ଓ କାରିଗରି ଶିକ୍ଷାପ୍ରାପ୍ତ ସ୍ନାତକ ଚାକିରି ପାଇବାକୁ ଅଯୋଗ୍ୟ ବୋଲି ନିକଟ ଅତୀତରେ ପ୍ରକାଶ ପାଇଥିବା ତଥ୍ୟ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖାଲି ସେତିକି ନୁହେଁ ଛାତ୍ରସମାଜର ଆଜି ନୈତିକ ସ୍ଖଳନ ଘଟିଛି। ଭାରତୀୟ ସଂସ୍କୃତିର ଅବକ୍ଷୟ ହେଉଛି। ମାନବିକ ମୂଲ୍ୟବୋଧ ଲୋପ ପାଉଛି। ଆଜିର ଶିକ୍ଷା ବ୍ୟୟବହୁଳ ଏବଂ ଚାକିରିସର୍ବସ୍ବ ହୋଇଛି। ଜ୍ଞାନ ଓ ଗବେଷଣା ଅର୍ଥସର୍ବସ୍ବ ହୋଇଛି। ସମାଜସେବା ପ୍ରଚାରସର୍ବସ୍ବ ହୋଇଛି। ଯଦି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ପିଅନ ..

ଏଇ ଭାରତରେ

ଏଇ ଭାରତରେ

କାହିଁ କେଉଁ ଆଦିମ କାଳରୁ କୁକୁର ହେଉଛି ମଣିଷର ସାଥୀ। ଏହି ପ୍ରାଣୀ ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ଭୃତ୍ୟ ଭାବରେ କାର୍ଯ୍ୟ କରେ। ଏପରି କି ମାଲିକର ଲୁଣ ଖାଇବାରୁ ତା’ର ଗୁଣ ଗାଏ। ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଦରକାର ପଡ଼ିଲେ ନିଜ ଜୀବନ ହାରିଦିଏ। ଏପରି ଏକ ଘଟଣା ଘଟିଛି ଜୟପୁରରେ। ରାଜସ୍ଥାନର ଜୟପୁରରେ ବାସ କରୁଥିବା ପୂର୍ବତନ ରଣଜୀ ଖେଳାଳି ସଞ୍ଜୀବ ଓହଲାନ୍‌ଙ୍କ ବାସଭବନରେ ନିଆଁ ଲାଗିଯାଇଥିଲା। ତଳ ମହଲାରେ ତାଙ୍କ ସ୍ତ୍ରୀ, ପୁଅ ଓ ଚାକରକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ନିଆଁ ଲାଗିବା ଯୋଗୁ ସଞ୍ଜୀବ..

ମୋଦି: ସବୁଥିରେ ଆଙ୍ଗୁଠି

ମୋଦି: ସବୁଥିରେ ଆଙ୍ଗୁଠି

ସ।ଧାରଣ ନିର୍ବାଚନ ଯେତେ ନିକଟତର ହେଉଛି, ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଲାଣି। ଜାନୁୟାରୀ ୧୯ରେ କୋଲକାତାରେ  ବିରୋଧୀଙ୍କ ରାଲିର କଳେବର ଦେଖିଲେ ମହାଗଠବନ୍ଧନ ଶକ୍ତିଶାଳୀ ହେଉଥିବା ମନେହେଉଛି। 

ସବୁଜ ପରିବହନ ବ୍ୟବସ୍ଥା

ସବୁଜ ପରିବହନ ବ୍ୟବସ୍ଥା

 ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଏକ ରିପୋର୍ଟରୁ ଜଣାଯାଏ ଯେ, ଭାରତରେ ଅଧିକାଂଶ ସହର ବାୟୁ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ। ଏପରି କି ପୃଥିବୀର ସବୁଠାରୁ ଅଧିକ ପନ୍ଦରଟି ସହର ମଧ୍ୟରେ ଭାରତର ଚଉଦଟି ସହର ଅଛି। ସବୁଠାରୁ ପ୍ରଦୂଷିତ ସହର ହେଉଛି କାନପୁର। 

ବାସିପାଣିରେ ପଚରା

ବାସିପାଣିରେ ପଚରା

ହଇରେ ମୋତେ କ’ଣ ଆଉ ବାସିପାଣିରେ ପଚାରୁନୁ? ଚିହ୍ନା ଲୋକଟିଏ, ଆପଣାର ମଣିଷଟିଏ ଆମକୁ ପୂର୍ବାପେକ୍ଷା ହତାଦର କରିବାର ଅନୁଭବ କଲେ ଆମେ ଏ ରୂଢିଟିର ପ୍ରୟୋଗ କରିଥାଉ! ଏଠାରେ ବାସିପାଣିକୁ ନିକୃଷ୍ଟ ଅର୍ଥରେ ବ୍ୟବହାର କରାଯାଇଛି। ନଚେତ୍‌ ଆମେ କହୁଥାନ୍ତେ- ହଇରେ ମୋତେ କ’ଣ ଆଉ ସଜପାଣିରେ ପଚାରୁନୁ? ନଚେତ୍‌ କହିଥାନ୍ତେ- କିରେ ମୋତେ କ’ଣ ଆଉ ମଦପାଣିରେ ପଚାରୁନୁ? ମାନେ ବାସିପାଣିଟି ପଚାରିବା ବା ବନ୍ଧୁ ଚର୍ଚ୍ଚା କରିବା ଯୋଗ୍ୟ ନୁହେଁ।

ଏଇ ଭାରତରେ

ଏଇ ଭାରତରେ

ଭଲ ପାଇବାର ହୃଦୟଟିଏ ଥିଲେ କେତେକ ପୁରୁଷ ଓ ମହିଳା ଅତିକ୍ରାନ୍ତ ବୟସରେ ବି ଭଲପାଇ ବସନ୍ତି। ତେବେ ଭଲ ପାଇବା ପାଇଁ ଜଣେ ବିବାହିତା ମହିଳା ଏକ ଅଭିନବ ପନ୍ଥା ଆପଣାଇଥିଲେ। 

ଡ୍ୟାନ୍ସ ବାର୍‌ ସଂସ୍କୃତି

ଡ୍ୟାନ୍ସ ବାର୍‌ ସଂସ୍କୃତି

ଆକାର ପଟେଲ

ଡ୍ୟାନ୍ସ ବାର୍‌ ସଂସ୍କୃତି ମୁମ୍ବାଇରୁ, ବିଶେଷତଃ କେନ୍ଦ୍ରୀୟ ମୁମ୍ବାଇ ଅଞ୍ଚଳରୁ ଆରମ୍ଭ ହୋଇଥିଲା। ଏହି ପରମ୍ପରା ସହ ସମ୍ଭବତଃ ଲାଓ୍ବଣୀର ସମ୍ପର୍କ ଅଛି। ଢୋଲକୀ ବାଜାର ତାଳେ ତାଳେ ନାଚ-ଗୀତକୁ ଲାଓ୍ବଣୀ କହନ୍ତି, ଯାହା ହେଉଛି ମହାରାଷ୍ଟ୍ରର ଏକ ପ୍ରାଚୀନ ଲୋକନୃତ୍ୟ। ପୁରୁଷମାନଙ୍କର ଛୋଟ ଛୋଟ ଦଳ ଏବଂ ବେଳେବେଳେ ସେମାନଙ୍କ ପରିବାର ଟେବୁଲରେ ବସି ଏକ ଖୋଲା ସ୍ଥାନ ଆଡ଼କୁ ଚାହିଁଥାନ୍ତି, ଯେଉଁଠି ଅଧ ଡଜନ ମହିଳା ହିନ୍ଦୀ ଗୀତର ତାଳେ ତାଳେ ନୃତ୍ୟ କରୁଥାନ୍ତି। ନୃତ୍ୟାଙ୍ଗନାମାନେ ସମ୍ପୂର୍ଣ୍ଣ ଦେହକୁ ଆବୃତ କଲାଭଳି ବସ୍ତ୍ର ପନ୍ଧିଥାନ୍ତି। ପରିଚାରିକାମାନେ ଦର୍ଶକମାନଙ୍କ ଟେବୁଲ ଉପରେ ମଦ ପରଷନ୍ତି। ଏଠାରେ ଏପରି କି ମୃଦୁ ପାନୀୟ ପାଇଁ ମଧ୍ୟ ବିୟର ଭଳି ମୂଲ୍ୟ ନିଆଯାଏ। କିଛି ପୁ..

ଅସତ୍ୟ ସହରର ରାତି

ଅସତ୍ୟ ସହରର ରାତି

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

କେଇଦିନ ପୂର୍ବରୁ ଆମ ରାଜଧାନୀ ସହରର ଚେହେରା ଦେଖିଥିବା ଲୋକ ଏ ସହରର ବାସିନ୍ଦା ହୋଇ ନ ପାରିଥିବାର ଦୁଃଖରେ ନିଜ ଭାଗ୍ୟକୁ ନିନ୍ଦିବାର କାରଣ ଥିଲା ବେଶ୍‌ ଯୁକ୍ତିଯୁକ୍ତ। ବିଶ୍ୱକପ୍‌ ହକି ଅନୁଷ୍ଠିତ  ହେଉଥିବାର ବିରଳ ଗୌରବବୋଧ ନେଇ ଏ ସ୍ମାର୍ଟ ସହର ଯେମିତି ସୁସଜ୍ଜିତ ତୋରଣ ଓ ରଙ୍ଗ ବେରଙ୍ଗର ଆଲୋକମାଳାରେ ଆକର୍ଷଣୀୟ ରୂପରେ ସଜେଇ ହୋଇଥିଲା, ତହିଁରେ ଏଠାରେ ରହୁ ନ ଥିବା ଯେ କୌଣସି ଲୋକ ମନରେ ଈର୍ଷାର ଅସୁରଟିଏ ମୁଣ୍ଡ ଟେକିବା ସ୍ବାଭାବିକ। ମାତ୍ର ସ୍ମାର୍ଟ..

କୁଷ୍ଠରୋଗୀଙ୍କ ସାହାରା

କୁଷ୍ଠରୋଗୀଙ୍କ ସାହାରା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ

ବିଶ୍ୱକୁ ମହାତ୍ମା ଗାନ୍ଧୀଙ୍କ ଅବଦାନ ଅତୁଳନୀୟ। ତାଙ୍କ ଆଦର୍ଶକୁ ସ୍ମରଣୀୟ ରଖିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ୧୯୯୫ରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଆସୁଛି। ମହାତ୍ମାଙ୍କ ୧୨୫ତମ ଜନ୍ମବାର୍ଷିକୀରୁ ସଂସ୍ଥାପିତ ଏହି ସମ୍ମାନ ଅହିଂସା ଓ ଗାନ୍ଧୀବାଦ ଜରିଆରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ରୂପାନ୍ତରଣ ଆଣିପାରୁଥିବା ବ୍ୟକ୍ତି ଓ ସଙ୍ଗଠନକୁ ଦିଆଯାଉଛି। ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ବିରୋଧୀ ବିପ୍ଳବୀ ନେଲ୍‌ସନ ମଣ୍ଡେଲା, ଭାରତର ‘ଚିପ୍‌କୋ’ ଆନ୍ଦୋଳନର ପୁରୋଧା ଚଣ୍ଡିପ୍ରସାଦ ଭଟ୍ଟଙ୍କଠାରୁ ଆରମ୍ଭ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଭଳି ସଙ୍ଗଠନ ଏଭଳି ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ୨୦୧୯ ଜା..

ଏଇ ଭାରତରେ

ଏଇ ଭାରତରେ

ଭାରତୀୟ ସମାଜ ପିତୃକୈନ୍ଦ୍ରିକ ପରିବାରକୁ ନେଇ ଗଢ଼ିଉଠିଛି। କାରଣ ଆମ ଦେଶର ପରିବାରରେ ପୁରୁଷ ହେଉଛି ମୁଖ୍ୟ ବ୍ୟକ୍ତି। ତାଙ୍କ ନାମରେ ମୁଖ୍ୟତଃ ସମ୍ପତ୍ତିର ମାଲିକାନା ରହିଥାଏ। ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ମାନି ଚଳିଥାଆନ୍ତି। ତେଣୁ ଭାରତୀୟ ସମାଜ ଏକ ପୁରୁଷପ୍ରଧାନ ସମାଜ ଭାବରେ ଗଣ୍ୟ ହୋଇଥାଏ। ନିକଟରେ ଝିଅ ନାମରେ ସମ୍ପତ୍ତି କରିବାରୁ ଖାପ୍‌ ପଞ୍ଚାୟତରେ ବାପାଙ୍କ ପ୍ରତି ଦଣ୍ଡାଦେଶ ହୋଇଛି। ଏପରି ଏକ ଘଟଣା ଘଟିଛି ରାଜସ୍ଥାନ ରାଜ୍ୟର ଯୋଧପୁର ଅଞ୍ଚଳରେ। ସ୍ଥାନୀୟ ବିଲାଡା ତହସିଲ ଖେଜଡଲାରେ ଜଣେ ପିତା ତାଙ୍କ ସମ୍ପତ୍ତିର କିଛି ଅଂଶ ଝିଅ ନାମରେ କରିଥିଲେ। ତେବେ ଏହାକୁ ତାଙ୍କର ସରଗରା ସମାଜ ପକ୍ଷରୁ ପସନ୍ଦ କରାଯାଇ ନ ଥିଲା। କାରଣ ସମାଜରେ ପ୍ରଚଳିତ ପୁରୁଣା..