ଅନଗୁଳ-ଢେଙ୍କାନାଳ

ଆରଆଇ ବଇଣ୍ଡା କ୍ରିକେଟ କ୍ଲବ ଚାମ୍ପିୟନ

ଆରଆଇ ବଇଣ୍ଡା କ୍ରିକେଟ କ୍ଲବ ଚାମ୍ପିୟନ


ବଇଣ୍ଡା,୬।୧(ଡି.ଏନ.ଏ.)- କିଶୋରନଗର ବ୍ଲକ ଇଚ୍ଛାପୁର ହାଇସ୍କୁଲ ଖେଳ ପଡ଼ିଆଠାରେ ଚାଲିଥିବା ମଧୂସୁଦନ ମେମୋରିଆର କପ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ ରବିବାର ଶେଷ ହୋଇଛି। ଫାଇନାଲ ମ୍ୟାଚରେ ହଣ୍ଡପା କ୍ରିକେଟ କ୍ଲବକୁ ହରାଇ ଆରଆଇ ବଇଣ୍ଡା କ୍ରିକେଟ କ୍ଲବ ଚାମ୍ପିୟନ ହୋଇଛି। ପ୍ରଥମେ ହଣ୍ଡପା ବ୍ୟାଟିଂ କରି  ୪୮ ରନ କରିଥିଲା। ଜବାବରେ ଆରଆଇ ବଇଣ୍ଡା ୫୧ ରନ କରି ଚାମ୍ପିୟନ ହୋଇଥିଲା। ବିଜୟୀ ଦଳର ସୁଜିତ୍‌ ସାହୁ ମ୍ୟାନ ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଥିବାବେଳେ ହଣ୍ଡପା ଦଳର ରଶ୍ମି ରଞ୍ଜନ ସାହୁ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ। ବାଳକୃଷ୍ଣ ସ୍ବାଇଁ, ଗର୍କି ଦେଓ ପରିଚାଳନା କରିଥିଲେ। ଉଦ୍‌ଯାପନୀ ଉତ୍ସବରେ  ମୁଖ୍ୟଅତିଥି ଭାବେ ଓମ ପ୍ରକାଶ ସାହୁ ଯୋଗଦେଇ ଉଭୟ ଦଳଙ୍କୁ ପୁରସ୍କୃତ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶ୍ୱଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର, ଅର୍ଜୁନ କୁମାର ସାହୁ, ବିଜେଡି ନେତା ରଞ୍ଜନ କୁମାର ବିଶ୍ୱାଳ, ମନୋରଞ୍ଜନ ସାହୁ, ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଜୟନ୍ତ ମାଝି, ସୌଭାଗ୍ୟ ମାଟିଆରୀ, ଜେନାମଣି ସାହୁ, ବାପୁଜୀ ଦେହୁରୀ ସହଯୋଗ କରିଥିଲେ। 

All Right Reserved By

ଅନଗୁଳ-ଢେଙ୍କାନାଳ

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ: ୨ ବଖରା ଜଳିଗଲା, ୩ ଗୁରୁତର

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ: ୨ ବଖରା ଜଳିଗଲା, ୩ ଗୁରୁତର

ଛେଣ୍ଡିପଦା, ୧୬।୨(ସ୍ବ.ପ୍ର): ଅନୁଗୋଳ  ଜିଲା ଜରପଡ଼ା ଥାନା ଜେରେଙ୍ଗ ଦେହୁରୀ ସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀଧରପୁର ବାହାଳସାହିରେ ଗ୍ୟାସ ଲିକ୍‌ ହୋଇଯିବାରୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇ ବଖରା ଚାଳଘର ପୋଡି ଜଳିଯାଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଧାର ଟଙ୍କା ପରିଶୋଧ ନ କରିପାରି ଆତ୍ମହତ୍ୟା

ଧାର ଟଙ୍କା ପରିଶୋଧ ନ କରିପାରି ଆତ୍ମହତ୍ୟା

ବଅଁରପାଳ,୧୬।୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ମହୀଧରପୁର ଅଞ୍ଚଳରେ ଜଣେ ବ୍ୟକ୍ତି ଧାର ଟଙ୍କା ପରିଶୋଧ କରି ନ ପାରିବାରୁ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଦିଲୀପ ଜେନା(୪୫)। 

ସହରରେ ଯାଞ୍ଚ ହେଲା ଖାଦ୍ୟର ମାନ: ୨୨ ସ୍ଥାନରୁ ନମୁନା ସଂଗ୍ରହ

ସହରରେ ଯାଞ୍ଚ ହେଲା ଖାଦ୍ୟର ମାନ: ୨୨ ସ୍ଥାନରୁ ନମୁନା ସଂଗ୍ରହ

ଅନୁଗୋଳ ଅଫିସ, ୧୬।୨- ଫୁଡ୍‌ ସେଫଟି ଅନ୍‌ ହୁଇଲ ମାଧ୍ୟମରେ ଅନୁଗୋଳ ସହରର ୨୨ଟି ସ୍ଥାନରେ ଶୁକ୍ରବାର ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ବେଳେ ଡାଲି ଜାତୀୟ, ଦୁଗ୍ଧ ଓ ଲଙ୍କାଗୁଣ୍ଡରେ ଅପମିଶ୍ରଣ ହୋଇଥିବା ଜଣାପଡ଼ିଥିଲା। 

ବର୍ଦ୍ଧିତ ମଜୁରି ମାଗିଲେ କେନ୍ଦୁପତ୍ର କର୍ମଚାରୀ

ବର୍ଦ୍ଧିତ ମଜୁରି ମାଗିଲେ କେନ୍ଦୁପତ୍ର କର୍ମଚାରୀ

ଅନୁଗୋଳ ଅଫିସ, ୧୬।୨- କେନ୍ଦୁପତ୍ର ବିଭାଗରେ କାର୍ଯ୍ୟ କରୁଥିବା ଅଣକୁଶଳୀ, କୁଶଳୀ, ଅର୍ଦ୍ଧକୁଶଳୀ, ଉଚ୍ଚକୁଶଳୀ ସିଜିନାଲ କର୍ମଚାରୀଙ୍କୁ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ଦୈନିକ ମଜୁରିରୁ ବଞ୍ଚତ୍ତ କରାଯାଉଛି। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଓ ତାଙ୍କ ପରିବାର ପ୍ରତି ଏହା ଅନ୍ୟାୟ ବୋଲି ଅନୁଗୋଳ କେନ୍ଦୁପତ୍ର କର୍ମଚାରୀ ସଂଘ ଅଭିଯୋଗ କରିଛି। 

ଉନ୍ନୟନ କାର୍ଯ୍ୟର ସମୀକ୍ଷା, ଶିଳାନ୍ୟାସ

ଉନ୍ନୟନ କାର୍ଯ୍ୟର ସମୀକ୍ଷା, ଶିଳାନ୍ୟାସ

ଅନୁଗୋଳ ଅଫିସ, ୧୬।୨- ଅନୁଗୋଳ ବ୍ଲକ ବାରଗୌଣିଆ ପଞ୍ଚାୟତରେ ଶୁକ୍ରବାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ସହ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ଜିଲା ପ୍ରତିନିଧି ଭକ୍ତି ପ୍ରସାଦ ଦାସ ଏହି ଉତ୍ସବରେ ଯୋଗଦେଇଥିଲେ। 

ସିନଫେଷ୍ଟ୍‌ ଉଦ୍‌ଯାପିତ: ‘କଠିନ ପରିଶ୍ରମ ଜୀବନର ମୂଳମନ୍ତ୍ର’

ସିନଫେଷ୍ଟ୍‌ ଉଦ୍‌ଯାପିତ: ‘କଠିନ ପରିଶ୍ରମ ଜୀବନର ମୂଳମନ୍ତ୍ର’

ଢେଙ୍କାନାଳ ଅଫିସ, ୧୬।୨- କଠିନ ପରିଶ୍ରମ, ଉଚିତ ସମୟରେ ଠିକ୍‌ ନିର୍ଣ୍ଣୟ ନେବା ଜୀବନର ମୂଳମନ୍ତ୍ର। ଏହାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଇପାରିଲେ ଭବିଷ୍ୟତ ସ୍ବର୍ଣ୍ଣିମ ହୋଇପାରିବ ବୋଲି କହିଛନ୍ତି ପଦ୍ମଶ୍ରୀ ଡି. ପ୍ରକାଶ ରାଓ। 

ସ୍କାଉଟ୍ସ, ଗାଇଡ୍ସ କ୍ୟାମ୍ପୋରି ଉଦ୍‌ଘାଟିତ: ଭାଗନେଲେ ୫୪୪ ଛାତ୍ରୀଛାତ୍ର

ସ୍କାଉଟ୍ସ, ଗାଇଡ୍ସ କ୍ୟାମ୍ପୋରି ଉଦ୍‌ଘାଟିତ: ଭାଗନେଲେ ୫୪୪ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ, ୧୬ା୨- ଢେଙ୍କାନାଳସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୩୩ତମ ଭାରତ ସ୍କାଉଟ୍ସ ଓ ଗାଇଡ୍ସ କ୍ୟାମ୍ପୋରି। ୩ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜିଲାର ୧୭୨ ହାଇସ୍କୁଲର ୪୫୨  ବାଳକ ୯୨ ବାଳିକା, ୧୪୧ ସ୍କାଉଟ୍ସ ମାଷ୍ଟର ଏବଂ ୨୪ ଗାଇଡ୍ସ କ୍ୟାପଟେନ୍‌ ଅଂଶଗ୍ରହଣ କରିଛନ୍ତି।

ମୌଳିକ ସୁବିଧାରୁ ବାଦ୍‌ ରାଜସ୍ବ ଗ୍ରାମ ଘଟିଟେଣ୍ଟୁଲି: ପାହାଡ଼ ଚଢ଼ିଲେ ଘରେ ପହଞ୍ଚେ ରାଶନ

ମୌଳିକ ସୁବିଧାରୁ ବାଦ୍‌ ରାଜସ୍ବ ଗ୍ରାମ ଘଟିଟେଣ୍ଟୁଲି: ପାହାଡ଼ ଚଢ଼ିଲେ ଘରେ ପହଞ୍ଚେ ରାଶନ

ଛେଣ୍ଡିପଦା, ୧୬।୨(ଡି.ଏନ.ଏ.): ରାଜସ୍ବ ଗ୍ରାମ ମାନ୍ୟତା ପାଇ ମଧ୍ୟ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସୀମାନ୍ତ କତଡା ପଞ୍ଚାୟତ ଘଟିଟେଣ୍ଟୁଲି ଗ୍ରାମବାସୀ। ଗାଁରେ ପଶିବାକୁ କି ବାହାରିବାକୁ ରାସ୍ତା ନ ଥିବାରୁ ଦୟନୀୟ ହୋଇପଡିଛି ସେମାନଙ୍କ ଅବସ୍ଥା। 

ଲୁଣ ନ ନେଲେ ଚାଉଳ ମନା

ଲୁଣ ନ ନେଲେ ଚାଉଳ ମନା

ଓଡ଼ାପଡ଼ା, ୧୬।୨- ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଏବେ ସାମିଲ ହୋଇଛି ଆଇରନ୍‌ ଏବଂ ଆୟୋଡିନଯୁକ୍ତ ଲୁଣ। ଓଡ଼ିଶା ସ୍ମଲ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେଶନ (ଓଏସ୍‌ଆଇସି) ଦ୍ୱାରା ପ୍ରସ୍ତୁତ ଏହି ଅତ୍ୟାବଶ୍ୟକ ସାମଗ୍ରୀ କିଲୋ ପିଛା ୨୦ଟଙ୍କା ଦରରେ ଡିଲର ପଏଣ୍ଟରେ ବିକ୍ରି କରାଯାଉଛି।

ଲକ୍ଷେ ଟଙ୍କା ଯୌତୁକ ପାଇଁ ବୋହୂକୁ ହାଣିଲେ ଶ୍ୱଶୁର

ଲକ୍ଷେ ଟଙ୍କା ଯୌତୁକ ପାଇଁ ବୋହୂକୁ ହାଣିଲେ ଶ୍ୱଶୁର

ଛେଣ୍ଡିପଦା,୧୫।୨(ସ୍ବ.ପ୍ର)- ଛେଣ୍ଡିପଦା ଥାନା ସରପାଳ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଲକ୍ଷେ ଟଙ୍କା ଯୌତୁକ ପାଇଁ  ଗ୍ରାମର କେଶବ ସାହୁ ତାଙ୍କ ବୋହୂ କୁସୁମ(୩୦)ଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି। 

୩୩ ତମ ଜିଲା ଭାରତ ସ୍କାଉଟ୍‌ ଗାଇଡ କ୍ୟାମ୍ପୋରୀ ଉଦ୍‌ଘାଟିତ

୩୩ ତମ ଜିଲା ଭାରତ ସ୍କାଉଟ୍‌ ଗାଇଡ କ୍ୟାମ୍ପୋରୀ ଉଦ୍‌ଘାଟିତ

ଢେଙ୍କାନାଳ ଅଫିସ,୧୫।୨- ଢେଙ୍କାନାଳ ସହରସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ପରିସରରେ ଶୁକ୍ରବାର ଅପରାହ୍ନରେ ୩୩ତମ ଢେଙ୍କାନାଳ ଜିଲା ଭାରତ ସ୍କାଉଡ ଓ ଗାଇଡ୍‌ କ୍ୟାମ୍ପୋରି  ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ।

 ଶିଶୁମାନଙ୍କ ଶିକ୍ଷା ଦାନରେ ମା’ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଶିଶୁମାନଙ୍କ ଶିକ୍ଷା ଦାନରେ ମା’ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପରଜଙ୍ଗ,୧୫।୨(ଡି.ଏନ.ଏ.)- ପରଜଙ୍ଗ ବ୍ଲକ କୂଆଳୋ ପଞ୍ଚାୟତ ପରମହଂସପୁର ଠାରେ ଥିବା ସେଣ୍ଟ ଜାଭିୟର ସ୍କୁଲରେ ଶୁକ୍ରବାର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।