ଫୁରସତ |

କେତେ ଶିକ୍ଷିତ ଭାଜପା ନେତ୍ରୀନେତା: ଉମାଙ୍କ ଯୋଗ୍ୟତା ୬ଷ୍ଠ, ଜେଟ୍‌ଲୀ ଓ ସୁଷମା ଥିଲେ ଓକିଲ

କେତେ ଶିକ୍ଷିତ ଭାଜପା ନେତ୍ରୀନେତା: ଉମାଙ୍କ ଯୋଗ୍ୟତା ୬ଷ୍ଠ, ଜେଟ୍‌ଲୀ ଓ ସୁଷମା ଥିଲେ ଓକିଲ

ଅଭିନେତା ହୁଅନ୍ତୁ ଅବା କ୍ରିକେଟର, ଆଜିର ଅତ୍ୟାଧୁନିକ ଯୁଗରେ ଲୋକପ୍ରିୟ ବ୍ୟକ୍ତିବିଶେଷଙ୍କ ବିଷୟରେ ଅନେକ କଥା ତାଙ୍କ ପ୍ରଶଂସକମାନଙ୍କୁ ଜଣା। ଏପରିକି ସେମାନଙ୍କର ଜୀବନଶୈଳୀକୁ ମଧ୍ୟ ଅନେକ ଅନୁସରଣ କରନ୍ତି। ମାତ୍ର ଜନନେତାଙ୍କୁ ଯୁବପିଢ଼ି କେତେ ଭଲ ଭାବେ ଜାଣନ୍ତି, ତାହା ପ୍ରଶ୍ନର ବିଷୟ। ଏହାକୁ ନେଇ ଆଜିର ଉପସ୍ଥାପନା। ଆସନ୍ତୁ ଦେଶର ଶାସନ କ୍ଷମତାରେ ଥିବା ଭାଜପାର କିଛି ଟାଣୁଆ ନେତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା। 


ନରେନ୍ଦ୍ର ମୋଦି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଅନେକ ଥର ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ମା’ବାପାଙ୍କ ତୃତୀୟ ସନ୍ତାନ ଥିଲେ ମୋଦି। ସେ ଗୁଜରାଟର ବଡ଼ନଗରରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ। ୧୯୭୮ରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପଲିଟିକାଲ ସାଇନ୍ସ (ରାଜନୀତି ବିଜ୍ଞାନ)ରେ ଗ୍ରାଜୁଏଶନ୍‌ କରିଛନ୍ତି। ଏହାର ୫ ବର୍ଷ ପରେ ଅର୍ଥାତ୍‌ ୧୯୮୨ରେ ସେ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ଉକ୍ତ ବିଷୟରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ତେବେ ଛାତ୍ର ଜୀବନରେ ତାଙ୍କର ଡିବେଟ୍‌ ଏବଂ ଥିଏଟର ଆଦିରେ ବେଶ ରୁଚି ରହିଥିଲା। 


ଅମିତ୍‌ ଶାହ: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା। ତେବେ ରାଜନୀତିରେ ପାଦ ଦେବା ପୂର୍ବରୁ ସେ ବ୍ୟାଙ୍କରେ କାମ କରୁଥିଲେ। ଶାହ ଅହମ୍ମଦାବାଦର କୋ-ଅପରେଟିଭ ବ୍ୟାଙ୍କର କର୍ମଚାରୀ ଥିଲେ। ତାଙ୍କ ବାପା ଅନିଲଚନ୍ଦ୍ର ଶାହ ବ୍ୟବସାୟ କରୁଥିବାରୁ ଅମିତ୍‌ ଶାହ ପରେ ତାହାକୁ ସମ୍ଭାଳିଥିଲେ। ଶିକ୍ଷାଗତ ଯୋଗ୍ୟତାକୁ ଯଦି ଦେଖାଯାଏ, ତେବେ ସେ ମେହସାଣାରୁ ପଢ଼ା ଜୀବନ ଆରମ୍ଭ କରିଥିଲେ। ଶାହ ବାୟୋକେମିଷ୍ଟ୍ରିରେ ଗ୍ରାଜୁଏଶନ କରିଛନ୍ତି। 


ଅରୁଣ ଜେଟ୍‌ଲୀ: ଦେଶରେ ଉଚ୍ଚଶିକ୍ଷିତ ରାଜନେତାମାନଙ୍କ ମଧ୍ୟରେ ଜେଟ୍‌ଲୀଙ୍କୁ ଗଣାଯାଏ। ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଜେଟ୍‌ଲୀ ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ ଥିଲେ। ସେ ନିଜର ଶିକ୍ଷାଜୀବନ ଦିଲ୍ଲୀର ସେଣ୍ଟ ଜାଭିୟର୍ସ ସ୍କୁଲରୁ ଆରମ୍ଭ କରିଥିଲେ। ଦିଲ୍ଲୀର ପ୍ରସିଦ୍ଧ କଲେଜ ଶ୍ରୀରାମ କଲେଜ ଅଫ୍‌ କମର୍ସରୁ ସେ  ଗ୍ରାଜୁଏଶନ କରିଥିଲେ। ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ୧୯୭୭ରେ ଲ’ ଡିଗ୍ରୀ ହାସଲ କରିଥିଲେ। କଲେଜରେ ପଢ଼ୁଥିବା ସମୟରେ ସେ ସଭାପତି ମଧ୍ୟ ହୋଇଥିଲେ। 


ଯୋଗୀ ଆଦିତ୍ୟନାଥ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜଣେ ଭଲ ବିଦ୍ୟାର୍ଥୀ ଥିଲେ। ସେ ଉତ୍ତରାଖଣ୍ଡ ପ୍ରାଥମିକ ବିଦ୍ୟାଳୟ ଠଙ୍ଗରରୁ ପଢ଼ା ଆରମ୍ଭ କରିଥିଲେ। ପରେ ସେ ଗଢ଼ଓ୍ବାଲ ବିଶ୍ୱବିଦ୍ୟାଳୟରୁ ଗଣିତରେ ଗ୍ରାଜୁଏଶନ କରିଥିଲେ। 


ସୁଷମା ସ୍ବରାଜ: ଭାଜପା ନେତ୍ରୀ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ପୂର୍ବରୁ ହରିଆଣା ସରକାରରେ କମ୍‌ ବୟସରେ କ୍ୟାବିନେଟ୍‌ ମନ୍ତ୍ରୀ ହେବାର ମଧ୍ୟ ପ୍ରଥମ ମହିଳା। ସେ ପେସାରେ ଓକିଲ ମଧ୍ୟ ଥିଲେ। ଏହାଛଡ଼ା ସେ ଅମ୍ବାଲାର ଏସ୍‌ଡି କଲେଜରୁ ସଂସ୍କୃତ ଓ ରାଜନୀତି ବିଜ୍ଞାନରେ ବିଏ ଡିଗ୍ରୀ ହାସଲ କରିଥିଲେ। ପରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଏଲ୍‌ଏଲ୍‌ବି କରିଥିଲେ। ସେ ଛାତ୍ର ଜୀବନରେ ଦୃଢ଼ ବକ୍ତା ଭାବେ ନିଜକୁ ପ୍ରମାଣିତ କରିଥିଲେ।


ସ୍ମୃତି ଇରାନୀ: ଭାଜପା ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଜଣେ ଅଭିନେତ୍ରୀ ଭାବେ ବେଶ ନାମ କମାଇଥିଲେ। ତେବେ ଅଭିନେତ୍ରୀରୁ ରାଜନୀତି କ୍ଷେତ୍ରକୁ ଆସିବା ପରେ ତାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଅନେକ ଥର ପ୍ରଶ୍ନ ଉଠିଛି। ତେବେ ସେ ଦିଲ୍ଲୀର ହୋଲି ଚାଇଲ୍ଡ ଅକ୍ସିଲିୟମ ସ୍କୁଲରୁ ଦ୍ୱାଦଶ ସାରିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ବିଏ ଡିଗ୍ରୀ ହାସଲ କରିଛନ୍ତି। 


ରାଜନାଥ ସିଂ: ୧୦ ଜୁଲାଇ ୧୯୫୧ରେ ଭାଜପା ନେତା ରାଜନାଥ ସିଂହଙ୍କ ଜନ୍ମ। ସେ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ପ୍ରଫେସର ଥିଲେ। ଗୋରଖପୁର ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନ(ଫିଜିକ୍ସ)ରେ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ କରିଥିଲେ। ପରେ ସେ ୧୯୭୧ରେ କେବି ଡିଗ୍ରୀ କଲେଜରେ ଅଧ୍ୟାପକ ଭାବେ ନିଯୁକ୍ତ ହୋଇଥିଲେ। ଏବେ ସେ ରାଜନୀତିରେ ବେଶ ସକ୍ରିୟ ଏବଂ ଦେଶର ଗୃହମନ୍ତ୍ରୀ।



ଉମା ଭାରତୀ: କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ମାତ୍ର ୬ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି।


ବରୁଣ ଗାନ୍ଧୀ:ଭାଜପା ନେତା ବରୁଣ ଗାନ୍ଧୀ ଲଣ୍ଡନ ସ୍କୁଲ ଅଫ୍‌ ଇକୋନୋମିକ୍ସରୁ ନିଜର ପାଠପଢ଼ା ଶେଷ କରିଛନ୍ତି। 


All Right Reserved By

ଫୁରସତ |

ଯେଉଁ ଅଙ୍ଗ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ପ୍ରେମୀଯୁଗଳ...

ଯେଉଁ ଅଙ୍ଗ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ପ୍ରେମୀଯୁଗଳ...

ପ୍ରେମୀ ଯୁଗଳ ପରସ୍ପର କେଉଁ ଅଙ୍ଗପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ଜାଣିଛନ୍ତି କି? ସେମାନେ ପରସ୍ପରର ମୁଖମଣ୍ଡଳ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି। ମୁହଁର ଆକାର ପ୍ରେମ ପାଇଁ ଅଧିକ ଆକର୍ଷଣ ସୃଷ୍ଟି କରିଥାଏ ବୋଲି କାନାଡ଼ା  ନିପିସିଙ୍ଗ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମଳିଛି।

ତେଲରେ ଛାଣିଲା ପରେ... ପନିର୍‌ର ହୁଏ କ’ଣ..

ତେଲରେ ଛାଣିଲା ପରେ... ପନିର୍‌ର ହୁଏ କ’ଣ..

ଖାଦ୍ୟ ପଦାର୍ଥକୁ ତେଲରେ ଛାଣିଲା ପରେ ଏଥିରେ ଥିବା ପୋଷକତତ୍ତ୍ୱ ପରିମାଣ କମିଯାଇଥାଏ ବୋଲି ଜର୍ନାଲ ଅଫ୍‌ ଫୁଡ୍‌ ଆଣ୍ଡ ସାଇନ୍ସ୍‌ ଟେକ୍ନୋଲୋଜିି ଦ୍ୱାରା ପ୍ରକାଶିତ ତଥ୍ୟରୁ ଜାଣିବାକୁ ମିଳିଛି। 

 ଆୟୁର୍ବେଦିକ ଚିକିତ୍ସା ଫେରାଇଆଣିଲା ଜୀବନ

ଆୟୁର୍ବେଦିକ ଚିକିତ୍ସା ଫେରାଇଆଣିଲା ଜୀବନ

 ଭୋପାଳ,୧୫।୨: ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ହୋଇଥିବା ଜଣେ ବ୍ୟକ୍ତି ଆୟୁର୍ବେଦିକ ଚିକିତ୍ସା ଦ୍ୱାରା ପୁନର୍ବାର ଜୀବିତ ହେବା ସତରେ ଏକ ଆଶ୍ଚର୍ଯ୍ୟକର ଘଟଣା।

୫୫୦ ବର୍ଷ ଧରି ଅଖଣ୍ଡ ଦୀପ ଜଳୁଛି ଯେଉଁ ମନ୍ଦିରରେ...

୫୫୦ ବର୍ଷ ଧରି ଅଖଣ୍ଡ ଦୀପ ଜଳୁଛି ଯେଉଁ ମନ୍ଦିରରେ...

ଭାରତ ହେଉଛି ମନ୍ଦିରର ଦେଶ। ଏଠାରେ ଥିବା ମନ୍ଦିରରେ ଅନେକ ଅଲୌକିକ ଘଟଣା ଘଟିଥାଏ। ଯାହାର ଉତ୍ତର ଆଧୁନିକ ବିଜ୍ଞାନ ଦେବାକୁ ସକ୍ଷମ ହୋଇ ନ ଥାଏ। 

ଏମିତି ବି ଉପହାର ଯାହା ଉଭୟଙ୍କୁ ଦେଇପାରିବ ଖୁସି

ଏମିତି ବି ଉପହାର ଯାହା ଉଭୟଙ୍କୁ ଦେଇପାରିବ ଖୁସି

ଏମିତି ଦେଖିବାକୁ ଗଲେ ଆମକୁ ଭଲ ଲାଗୁଥିବା ଲୋକଙ୍କୁ ଆମେ ସମୟ ସମୟରେ ଉପହାର ଦେଇଥାଉ। ତେବେ ବେଳେବେଳେ ଉପହାର ଦେଉଥିଲେ ହେଁ ତାହା ନେଉଥିବା ଲୋକଙ୍କୁ କେତେମାତ୍ରାରେ ସନ୍ତୋଷ ଦେଇପାରୁଛି ତାହା ଜାଣିପାରି ନ ଥାଉ। ଅପରପକ୍ଷରେ ଉପହାର ଦେଇ ଯେତିକି ସନ୍ତୁଷ୍ଟ ହେବା କଥା ଆମେ ହୋଇ ପାରି ନ ଥାଉ। ତେବେ ଏମିତି କିଛି ଉପହାର ଅଛି, ଯାହା ଦେଉଥିବା ଏବଂ ନେଉଥିବା ଲୋକ ଉଭୟଙ୍କୁ ଖୁସି କରିପାରିବ। 

ଏଠାରେ ରହିଛି ପ୍ରେମ ଦିବସରେ ବିବାହ କରିବାର ନିୟମ

ଏଠାରେ ରହିଛି ପ୍ରେମ ଦିବସରେ ବିବାହ କରିବାର ନିୟମ

ଭାଲେଣ୍ଟାଇନ୍ସ ଡେ’ କିଏ କେତେ ଢଙ୍ଗରେ ପାଳନ କରିଥାଆନ୍ତି। ହେଲେ  ଛତିଶଗଡ଼ ବସ୍ତରରେ ଥିବା ଅବୁଝମାଡିଆ ଜନଜାତି ଏହି ଦିବସ ପାଳନ କରିବାରେ ସମସ୍ତଙ୍କଠାରୁ ଦୁଇ ପାଦ ଆଗରେ ବୋଲି କୁହାଯାଏ। କାରଣ ଏଠାରେ ଯେଉଁ ଯୁବତୀଙ୍କୁ କୌଣସି ଯୁବକ ପସନ୍ଦ କରନ୍ତି ଓ ଏଥିରେ ଯୁବତୀ ଜଣକ ରାଜି ହୋଇ ଯାଆନ୍ତି 

ଯେଉଁଠି ଦିନକୁ ୧୦ଟଙ୍କା ଭଡ଼ାରେ ମିଳନ୍ତି ସ୍ତ୍ରୀ...

ଯେଉଁଠି ଦିନକୁ ୧୦ଟଙ୍କା ଭଡ଼ାରେ ମିଳନ୍ତି ସ୍ତ୍ରୀ...

ମଧ୍ୟପ୍ରଦେଶ ଶିବପୁରୀ ଜିଲାରେ କେତେକ ଜନଜାତି ସମ୍ପ୍ରଦାୟର ସ୍ବାମୀ ପରିବାରର ଆର୍ଥତ୍କ ସମସ୍ୟା ଯୋଗୁ ସ୍ବଚ୍ଛଳ ବର୍ଗଙ୍କୁ ସେମାନଙ୍କର ସ୍ତ୍ରୀ ବିକ୍ରି କରିଥାନ୍ତି। ଦିନ ପିଛା ୧୦ ଟଙ୍କାରେ ସ୍ତ୍ରୀମାନଙ୍କୁ ଏଠି କରାଯାଏ ବିକ୍ରି ।

ଗୁରୁବାର ଏସବୁଠାରୁ କାହିଁକି ରହିବେ ଦୂରେଇ...

ଗୁରୁବାର ଏସବୁଠାରୁ କାହିଁକି ରହିବେ ଦୂରେଇ...

ଭାରତୀୟ ପରମ୍ପରାରେ ପୂଜା ବ୍ରତକୁ ଦିଆଯାଇଥାଏ ପ୍ରାଧାନ୍ୟ। ସପ୍ତାହରେ ବିଭିନ୍ନ ଦିନରେ ଗୃହସ୍ଥଙ୍କ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ କରିବାକୁ ଶାସ୍ତ୍ରରେ ଦିଆଯାଇଥାଏ ପରାମର୍ଶ। ଏହାଦ୍ୱାରା ସାମାଜିକ ତଥା ପାରିବାରିକ ଜୀବନ ମାର୍ଜିତ ହୋଇଥାଏ। 

ବିଦ୍ୟୁତ୍‌ ବେଗରେ ଦୌଡୁଛି ୭ବର୍ଷର ବାଳକ

ବିଦ୍ୟୁତ୍‌ ବେଗରେ ଦୌଡୁଛି ୭ବର୍ଷର ବାଳକ

ଛୋଟବେଳୁ ଆମେ ଶୁଣିଛେ ବା ପଢ଼ିଛେ ଯେ ଶଦ୍ଦଠାରୁ ଆଲୋକର ଗତି ଅଧିକ ଦ୍ରୁତ।

କାହିଁକି ପାଳନ କରାଯାଏ ଭାଲେଣ୍ଟାଇନ୍ସ ଡେ’

କାହିଁକି ପାଳନ କରାଯାଏ ଭାଲେଣ୍ଟାଇନ୍ସ ଡେ’

ଫେବୃୟାରୀ ୧୪। ସହର ବଜାର ସବୁଠି ଦେଖିବାକୁ ମିଳୁଛି କିଛି ନିଆରା ଉତ୍ସବ। ବିଶେଷକରି ଯୁବବର୍ଗ ଏହି ଦିନକୁ ନେଇ କରିଛନ୍ତି ବିଶେଷ ଯୋଜନା। ଫେବୃୟାରୀ ୧୪ ତାରିଖକୁ ପ୍ରାୟ ସମସ୍ତଙ୍କର ଅପେକ୍ଷା ଥାଏ ।

ଏସବୁ ରାଶିର ବ୍ୟକ୍ତିଙ୍କ ଉପରେ ଭାଲେଣ୍ଟାଇନ୍‌ ଡେ ରେ  ହେବ ପ୍ରେମର ବର୍ଷା...

ଏସବୁ ରାଶିର ବ୍ୟକ୍ତିଙ୍କ ଉପରେ ଭାଲେଣ୍ଟାଇନ୍‌ ଡେ ରେ ହେବ ପ୍ରେମର ବର୍ଷା...

ଗୁରୁବାର ପାଳିତ ହେଉଛି ପ୍ରେମ ଦିବସ ଭାଲେଣ୍ଟାଇନ୍‌ ଡେ।  ପ୍ରେମର ପରିଭାଷାକୁ ପ୍ରତିପାଦିତ କରିବା ଏହି ଦିନଟିକୁ ପ୍ରେମୀ ଯୋଡ଼ା ଚାହିଁ ରହିଥାନ୍ତି।

ଝିଅଙ୍କର ବୁଦ୍ଧି ଅଧିକ... ଜାଣନ୍ତୁ ଏହାର ରହସ୍ୟ...

ଝିଅଙ୍କର ବୁଦ୍ଧି ଅଧିକ... ଜାଣନ୍ତୁ ଏହାର ରହସ୍ୟ...

ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ବୁଦ୍ଧିଆ ବୋଲି ଗବେଷକମାନେ ଏକ ରୋଚକ ତଥ୍ୟ ଉପସ୍ଥାପନ କରିଛନ୍ତି। ପୁଅ ଅପେକ୍ଷା ଝିଅ ଅଧିକ ଭାବନାତ୍ମକ ଭାବେ କଥାବାର୍ତ୍ତା କରିଥାନ୍ତି।