ବାଣିଜ୍ୟ |

ଟ୍ରକ୍ସର ଡିଏମ୍‌ ୫୦୪୫ ବଜାରରେ

ଟ୍ରକ୍ସର ଡିଏମ୍‌ ୫୦୪୫ ବଜାରରେ

ଭୁବନେଶ୍ୱର,୬-୧: ସ୍ବିଡେନ ଭିତ୍ତିକ କମ୍ପାନୀ ଡୋରୋଟିଆ ମେକାନିସ୍କା ଏବି ପକ୍ଷରୁ ନୂଆ ଆମ୍ଫିବିୟସ ମେଶିନ ‘ଟ୍ରକ୍ସର ଡିଏମ୍‌ ୫୦୪୫’ ମେଶିନ ଓଡ଼ିଶା ବଜାରକୁ ଆସିଛି। ଜଳାଶୟଗୁଡ଼ିକରେ ଜମି ରହିଥିବା ଦଳକୁ ସଫା ଏବଂ ହାର୍ଭେଷ୍ଟିଂ ଭଳି କାର୍ଯ୍ୟରେ ଏହା ସହାୟକ ହୋଇ ପାରିବ। ଏହାକୁ ଚଳାଇବା ଖୁବ ସହଜ ହୋଇଥାଏ। ଟ୍ରକ୍ସର କ୍ୟାଟରପିଲାର ଟ୍ରାକର ବ୍ୟବହାର କରିଥାଏ। ଏହା ଏହାର ଗତିକୁ ବେଶ ସୁଗମ କରିଥାଏ। ଏହି ମେଶିନର ଓଜନ ପ୍ରାୟ ୧୪୦୦ କିଲୋ ଗ୍ରାମ ହୋଇଥିବା ବେଳେ ଲୁଣି ପାଣି ପ୍ରତିରୋଧି ଟେକ୍ନୋଲୋଜି ସହ ଏହାକୁ ପ୍ରସ୍ତୁତ କରାଯାଇଛି। ଏହା ଏକା ଥରରେ ୨୫୦କିଲୋ ପର୍ଯ୍ୟନ୍ତ ଦଳ ଉଠାଇ ପାରିବ। ଏହା ସଂକୀର୍ଣ୍ଣ କେନାଲରେ ମଧ୍ୟ ଭଲ ଭାବେ ଚାଲି ପାରିବ। ଏଥିରେ ବିଭିନ୍ନ ପ୍ରକାରର କଟର ଏବଂ ରେକ୍‌ ବ୍ୟବହାର ହୋଇଛି। ଏହା ଦଳ ତଥା ଘାସର ହାର୍ଭେଷ୍ଟିଂ, ଜଳ ଭିତରର ଦଳ କାଟିବା, ଡ୍ରେଜିଂ, ମିଲିଂ ଭଳି ଅନ୍ୟାନ୍ୟ କାର୍ଯ୍ୟ କରିପାରିବ ବୋଲି କମ୍ପାନୀର ଅପରେଶନ ହେଡ୍‌ ଗୁରୁ ସରଣ  ପଣ୍ଡା ସୂଚନା ଦେଇଛନ୍ତି। 


All Right Reserved By

ବାଣିଜ୍ୟ |

ଲଣ୍ଡନ କୋର୍ଟରେ ମାଲ୍ୟାଙ୍କୁ ଝଟକା

ଲଣ୍ଡନ କୋର୍ଟରେ ମାଲ୍ୟାଙ୍କୁ ଝଟକା

ଲଣ୍ଡନ,୧୮-୪: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଉ ଏକ ଝଟକା ଲାଗିଛି। ଲଣ୍ଡନ ବ୍ୟାଙ୍କରେ ଜମା ଥିବା ଅର୍ଥ ସମ୍ପର୍କିତ ଆଦେଶକୁ  ବାତିଲ ପାଇଁ ମାଲ୍ୟାଙ୍କ ପକ୍ଷରୁ ଆଗତ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ଟାଇମ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ୩ ଭାରତୀୟ

ଟାଇମ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ୩ ଭାରତୀୟ

ନ୍ୟୁୟର୍କ,୧୮-୪: ଟାଇମ ପତ୍ରିକା ପକ୍ଷରୁ ଚଳିତ ବର୍ଷର ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କର ଏକ ତାଲିକା ପ୍ରକାଶ କରିଛି। ଏଥିରେ ୩ ଭାରତୀୟ ସାମିଲ ହୋଇଛନ୍ତି। 

ଗୁଗଲ, ଆପଲ ଆପ୍‌ ଷ୍ଟୋରରୁ ହଟିଲା ଟିକ୍‌ଟକ୍‌

ଗୁଗଲ, ଆପଲ ଆପ୍‌ ଷ୍ଟୋରରୁ ହଟିଲା ଟିକ୍‌ଟକ୍‌

ନୂଆଦିଲ୍ଲୀ,୧୮-୪: ଗୁଗଲ ଏବଂ ଆପଲ ନିଜର ଆପ୍‌ ଷ୍ଟୋରରୁ ଟିକଟକ ଆପ୍‌କୁ ହଟାଇ ଦେଇଛି। ମାଡ୍ରାସ ହାଇକୋଟର୍ର୍  ଭାରତରେ ଏହି ଆପ୍‌କୁ ବ୍ୟାନ କରିବା ପରେ ଏଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ନ ଥିଲେ।

ବିମୁଦ୍ରୀକରଣ ପରେ ନିଯୁକ୍ତି ହରାଇଛନ୍ତି ୫୦ ଲକ୍ଷ

ବିମୁଦ୍ରୀକରଣ ପରେ ନିଯୁକ୍ତି ହରାଇଛନ୍ତି ୫୦ ଲକ୍ଷ

ନୂଆଦିଲ୍ଲୀ,୧୮-୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କଲେ। ଏହାଦ୍ୱାରା ଆତଙ୍କବାଦ, ଦୁର୍ନୀତି ଓ କଳାଧନ ଦେଶରୁ ଲୋପ ପାଇବ ବୋଲି ଦାବି କରା ଯାଇଥିଲା। 

ପରିବର୍ତ୍ତିତ ମାର୍ଗରେ ଯିବ ସମ୍ବଲପୁର, ବିଶାଖାପାଟଣା-ନାନ୍ଦେଡ୍‌ ଏକ୍ସପ୍ରେସ

ପରିବର୍ତ୍ତିତ ମାର୍ଗରେ ଯିବ ସମ୍ବଲପୁର, ବିଶାଖାପାଟଣା-ନାନ୍ଦେଡ୍‌ ଏକ୍ସପ୍ରେସ

ଭୁବନେଶ୍ୱର,୧୮-୪:ସମ୍ବଲପୁର-ନାନ୍ଦେଡ-ସମ୍ବଲପୁର ଏବଂ ବିଶାଖାପାଟଣା-ନାନ୍ଦେଡ-ବିଶାଖାପାଟଣା ତ୍ରିସାପ୍ତାହିକ ଏକ୍ସପ୍ରେସ ଚଳିତ ମାସ ୪ର୍ଥ ସପ୍ତାହଠାରୁ ପରିବର୍ତ୍ତିତ ମାର୍ଗ ଦେଇ ଯିବ। ଏହା ବିଜୟଓ୍ବାଡା ପରିବର୍ତ୍ତେ ଗୁଣ୍ଡାଲା-ରାୟନାପଡୁ ମାର୍ଗ ଦେଇ ଚଳାଚଳ କରିବ।

ଜରୁରୀ ପାଣ୍ଠି ଦେଲେନି ଋଣପ୍ରଦାନକାରୀ; ସାମୟିକ ବନ୍ଦ ହେଲା ଜେଟ୍‌

ଜରୁରୀ ପାଣ୍ଠି ଦେଲେନି ଋଣପ୍ରଦାନକାରୀ; ସାମୟିକ ବନ୍ଦ ହେଲା ଜେଟ୍‌

ନୂଆଦିଲ୍ଲୀ,୧୮-୪: ଋଣରେ ବୁଡ଼ି ଯାଇଥିବା ଜେଟ୍‌ ଏୟାରଓ୍ବେଜରେ ଦୀର୍ଘ ୨୫ ବର୍ଷ ପରେ ତାଲା ଝୁଲିଲା। ପରିଚାଳନ ବ୍ୟବସ୍ଥାକୁ ଜିଇଁ ରଖିବା ଲାଗି କମ୍ପାନୀ ମ୍ୟାନେଜମେଣ୍ଟ ବ୍ୟାଙ୍କଗୁଡ଼ିକ(ଋଣପ୍ରଦାନକାରୀ)ଠାରୁ ଜରୁରୀକାଳୀନ ଭିତ୍ତିରେ ୪୦୦ କୋଟି ଟଙ୍କା ଦେବାକୁ କହିଥିଲେ।

ରିୟଲ ଲାଇଫକୁ ନେଇ ସିନେମା କରିବ ଫିଲ୍ମ କିଡା

ରିୟଲ ଲାଇଫକୁ ନେଇ ସିନେମା କରିବ ଫିଲ୍ମ କିଡା

ମୁମ୍ବାଇ,୧୮-୪: ବ୍ୟବସାୟିକ ସିନେମା ପ୍ରସ୍ତୁତିରେ ନିଜର ଛାପ ଛାଡିବା ପରେ ଫିଲ୍ମ କିଡା ପ୍ରଡକ୍ସନ ହାଉସ ବର୍ତ୍ତମାନ ରିୟଲ ଲାଇଫ ଷ୍ଟୋରୀକୁ ନେଇ ସିନେମା କରିବ। ଦର୍ଶକଙ୍କ ପସନ୍ଦ ଆସିବା ଭଳି କଣ୍ଟେଣ୍ଟ ଉପରେ କାର୍ଯ୍ୟ କରିବାକୁ ପ୍ରଡକ୍ସନ ହାଉସ ଲକ୍ଷ୍ୟ ରଖିଛି।

ଓଡ଼ିଶାରେ ହେବ ଇ-ଯାନ ଉତ୍ପାଦନ

ଓଡ଼ିଶାରେ ହେବ ଇ-ଯାନ ଉତ୍ପାଦନ

ଭୁବନେଶ୍ୱର,୧୮-୪: ଓଡ଼ିଶାରେ ପ୍ରଥମଥର ଲାଗି ଇ-ସ୍କୁଟର ଉତ୍ପାଦନ ହେବ। ଓମ୍‌ଜୟ ଇଭି ଲିମିଟେଡ ଏହି ଇ-ଯାନଗୁଡ଼ିକୁ ଉତ୍ପାଦନ କରିବାକୁ ଯୋଜନା ରହିଛି। ଯାଜପୁର ଜିଲାର ବଡଚଣାଠାରେ ମଡେଲଗୁଡିକ ମାନୁଫାକରିଂ କରାଯିବ।

ନିଯୁକ୍ତି ସୁରକ୍ଷାରେ ସହାୟକ ନୁହେଁ  ସଂରକ୍ଷଣବାଦ:ରାଜନ

ନିଯୁକ୍ତି ସୁରକ୍ଷାରେ ସହାୟକ ନୁହେଁ ସଂରକ୍ଷଣବାଦ:ରାଜନ

ୟୁନାଇଟେଡ ନେସନ୍ସ,୧୮-୪: ବିଶ୍ୱର ଦେଶଗୁଡିକ ଆପଣାଉଥିବା ସଂରକ୍ଷଣବାଦ ନିଯୁକ୍ତି ସୁରକ୍ଷା ଦିଗରେ ବିଶେଷ ଭାବେ ସହାୟକ ହେବ ନାହିଁ। ଅପରପକ୍ଷରେ ଅଟୋମେଶନ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୋଗୁ ନିଯୁକ୍ତି ଉପରେ ପଡୁଥିବା ପ୍ରଭାବକୁ ଏହା ସାମାନ୍ୟ ପ୍ରତିହତ କରିବାକୁ ସକ୍ଷମ ହୋଇ ପାରେ ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ମଙ୍ଗଳବାର କହିଛନ୍ତି। 

ନୂଆ ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନ ଚଳାଇଲା ରେଲଓ୍ବେ

ନୂଆ ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନ ଚଳାଇଲା ରେଲଓ୍ବେ

ଭୁବନେଶ୍ୱର,୧୮-୪: ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ପୁଣି ଏକ ନୂଆ ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନର ଶୁଭାରମ୍ଭ କରାଯାଇଛି। ଜୁନ ମାସ ମାସ ଶେଷ ପର୍ଯ୍ୟନ୍ତ ସାନ୍ତ୍ରାଗାଛି-ଚେନ୍ନାଇ ସେଣ୍ଟ୍ରାଲ ଟ୍ରେନ ଚଳାଚଳ କରାଇବାକୁ ରେଲଓ୍ବେ ପକ୍ଷରୁ ଘୋଷଣା କରାଯାଇଛି।

୪,୧୫୨ କୋଟି ଟଙ୍କାର ପ୍ରିମିୟମ ସଂଗ୍ରହ କଲା ଏଲ୍‌ଆଇସି

୪,୧୫୨ କୋଟି ଟଙ୍କାର ପ୍ରିମିୟମ ସଂଗ୍ରହ କଲା ଏଲ୍‌ଆଇସି

ଭୁବନେଶ୍ୱର, ୧୮-୪: ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ର ପୂର୍ବ କେନ୍ଦ୍ରୀୟ ଜୋନ ବୀମା ପ୍ରିମିୟମ ସଂଗ୍ରହ କ୍ଷେତ୍ରରେ ରେକର୍ଡ ହାସଲ କରିଛି। ଜୋନ ପ୍ରଥମ ପ୍ରିମିୟମ ଆୟ ଭାବେ ୪୧୫୨ କୋଟି ଟଙ୍କା ସଂଗ୍ରହ କରିବାକୁ ସକ୍ଷମ ହୋଇଥିବା ପ୍ରବନ୍ଧକ ସି.ବିକାଶ ରାଓ ସୂଚନା ଦେଇଛନ୍ତି। 

ହିରୋ ଚ୍ୟାଲେଞ୍ଜ-୨୦୧୯ ଘୋଷଣା

ହିରୋ ଚ୍ୟାଲେଞ୍ଜ-୨୦୧୯ ଘୋଷଣା

ନୂଆଦିଲ୍ଲୀ,୧୮-୪: ଇଂଲଣ୍ଡର ଲିଭରପୁଲ ଓ୍ବାଟର ପ୍ରିନ୍ସ ଡକ୍‌ରେ ଦି ହିରୋ ଚ୍ୟାଲେଞ୍ଜ-୨୦୧୯ ଗଲ୍ଫ ନାଇଟ୍‌ ଅନୁଷ୍ଠିତ ହେବ। ବିଶ୍ୱରଖ୍ୟାତି ସମ୍ପନ୍ନ ଗଲ୍ଫର ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।


Model This Week

କ୍ରିଷ୍ଣା
Why Dharitri