ରାଜ୍ୟ | ଅନଗୁଳ-ଢେଙ୍କାନାଳ

ନୂଆବର୍ଷରେ ଅନୁଗୋଳ ପୋଲିସକୁ ସଫଳତା : ଦୁର୍ଦ୍ଦାନ୍ତ ଝସକେତନ ଗିରଫ

ନୂଆବର୍ଷରେ ଅନୁଗୋଳ ପୋଲିସକୁ ସଫଳତା : ଦୁର୍ଦ୍ଦାନ୍ତ ଝସକେତନ ଗିରଫ

ଅନୁଗୋଳ ଅଫିସ, ୬।୧- ବର୍ଷ ଆରମ୍ଭରୁ ଅନୁଗୋଳ ପୋଲିସକୁ ମିଳିଛି ବଡ ସଫଳତା। ଅନୁଗୋଳ କୋର୍ଟ ପରିସର ହାଜତରୁ ଚମ୍ପଟ ମାରିଥିବା ବହୁଚର୍ଚ୍ଚିତ କୁଶକିଳା ଡବଲ ମର୍ଡର ଓ କୁକୁରପେଟା ମାଉସୀ-ପୁତୁରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଝସକେତନ ରାଉତଙ୍କୁ ଫିଲ୍ମ ଷ୍ଟାଇଲରେ କାବୁ କରିଛି ଜିଲା ପୋଲିସର ସ୍ପେଶାଲ ସ୍କ୍ବାଡ୍‌। ଦେବଗଡ ଜିଲା ଟାଉନ ଥାନା ଅନ୍ତର୍ଗତ ସାମନ୍ତରାପାଲି ଗ୍ରାମରୁ ଶନିବାର ସନ୍ଧ୍ୟା ୫ଟାରେ ତାଙ୍କୁ ଗିରଫ କରାଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ରାତିରେ ଝସକେତନଙ୍କୁ ଅନୁଗୋଳ ଅଣାଯାଇଥିବା କୁହାଯାଉଛି। ଗିରଫ ପରେ ତାଙ୍କୁ ପୋଲିସ ପଚରାଉଚରା ଚଳାଇଥିବା ଜଣାପଡିଛି। ତେବେ ଏସ୍‌ପିଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବାରୁ ଏ ସମ୍ପର୍କିତ ଅଧିକ ତଥ୍ୟ ମିଳିପାରି ନାହିଁ। 

ଝସକେତନ କୋର୍ଟ ହାଜତରୁ ଫେରାର ହେବା ପରେ କଲିକତା, ଗଜୁରାଟ ଆଦି ସ୍ଥାନରେ ରହିଥିଲେ। ପରେ ଅନୁଗୋଳ ଜିଲା ସୀମାନ୍ତରେ ଦେବଗଡ-ସମ୍ବଲପୁର ଜଙ୍ଗଲରେ ଲୁଚି ରହିଥିଲେ। ମନୋଜ ନାଁରେ ମିଛ ପରିଚୟ ଦେଇ ସେ ସାମନ୍ତରାପାଲିର ଜଣଙ୍କ ଘରେ ରହୁଥିଲେ। ଏ ସମ୍ପର୍କରେ ସୂଚନା ପାଇ ଦୀନକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ବାଡ୍‌ର ୬ ଜଣିଆ ଟିମ୍‌ ଆରମ୍ଭ କରିଥିଲା ଅପରେଶନ। ଅଭିଯୁକ୍ତ ବାଇକ୍‌ (ଓଡି-୨୮ -ଏ-୦୬୯୩)ରେ ଯାଉଥିବା ବେଳେ ପୂର୍ବ ଯୋଜନା ମୁତାବକ ସେଠାରେ ଛକି ରହିଥିବା ପୋଲିସ ଟିମ୍‌ ତାଙ୍କୁ ମାଡ଼ି ବସିଥିଲା। ଦେବଗଡରୁ ଝସକେତନ ଧରା  ପଡିଥିଲେ ମଧ୍ୟ ସେଠାକାର ପୋଲିସ ଏ ସମ୍ପର୍କରେ କୌଣସି ସୂଚନା ପାଇପାରି ନ ଥିଲା। ତାଙ୍କୁ ତୁରନ୍ତ ଏକ ସ୍କର୍ପିଓରେ ଅନୁଗୋଳ ଅଣାଯାଇଥିଲା। ସବୁଠାରୁ ରୋଚକ କଥା ହେଲା ସ୍ପେଶାଲ ସ୍କ୍ବାଡ ଟିମ୍‌ ଝସକେତନଙ୍କୁୁ ଉଠାଇନେବା ପରେ ସ୍ଥାନୀୟ ଅଞ୍ଚଳରେ ଅପହରଣ ଚର୍ଚ୍ଚା ହୋଇଥିଲା। ଏ ସମ୍ପର୍କରେ ଲୋକେ ଦୁର୍ବୃତ୍ତମାନେ କାହାକୁ ଅପହରଣ କରି ନେଇଥିବା ନେଇ ଦେବଗଡ ପୋଲିସକୁ ଜଣାଇଥିଲେ। ଦେବଗଡ ପୋଲିସ ଛାନଭିନ କରି ପ୍ରକୃତ ଘଟଣା ଜାଣିଥିଲା। ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ଚଳାଉଥିବା ବାଇକ୍‌ଟି ପ୍ରଫୁଲ୍ଲ ଉଦାବର ନାମକ ଜଣେ ବ୍ୟକ୍ତିଙ୍କ ନାମରେ ପଞ୍ଜୀକୃତ ହୋଇଥିବା ଜଣାପଡିଛି। ଫେରାର ହେବା ପରଠାରୁ ଅଦ୍ୟାବଧି ଝସକେତନଙ୍କ  କାର୍ଯ୍ୟକଳାପ ସମ୍ପର୍କରେ ପୋଲିସ ଛାନଭିନ କରୁଥିବା ଭିତିରି ସୂତ୍ରରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୧୮ରେ ଅନୁଗୋଳ କୋର୍ଟ ପରିସର ହାଜତ ମଧ୍ୟରୁ ଝସକେତନ ପରିସ୍ରା ଯିବା ବାହାନାରେ ହାଜତ ଶୌଚାଳୟ ଆଜବେଷ୍ଟସ ଭାଙ୍ଗି ଫେରାର ହୋଇଯାଇଥିଲେ। ଉକ୍ତ ସମୟରେ କର୍ତ୍ତବ୍ୟରେ ଅବହେଳା ପାଇଁ ସୁରକ୍ଷା ଦାୟିତ୍ୱରେ ଥିବା ୩ ଜଣ ପୋଲିସ କର୍ମଚାରୀଙ୍କୁ ଏସ୍‌ପି ମିତ୍ରଭାନୁ ମହାପାତ୍ର ନିଲମ୍ବନ କରିଥିଲେ। ତାଙ୍କୁ ଧରିବାକୁ ୪ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଦୀର୍ଘ ୬ ମାସ ପରେ ଜିଲା ବାହାରୁ ଅଭିଯୁକ୍ତ ଧରା ପଡିଛନ୍ତି।

All Right Reserved By

ରାଜ୍ୟ | ଅନଗୁଳ-ଢେଙ୍କାନାଳ

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ଚାନ୍ଦବାଲି,୧୯ା୨(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ତଥା ମତୋ ପୋଲିସ ଫାଣ୍ଡି ଅଧୀନ ପ୍ରତାପପୁର ଗାଁ ରାସ୍ତାରୁ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ମଙ୍ଗଳବାର ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।  

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ରାଜନଗର, ୧୯।୨(ଡି.ଏନ୍‌.ଏ.): ୨୦୧୯ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଦିଆଯାଇଛି। 

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଯାଜପୁର ଅଫିସ/କୋରେଇ, ୧୯।୨(ସ୍ବ.ପ୍ର.): ଯାଜପୁର ଜିଲା ୨୦ ନଂ. ଜାତୀୟ ରାଜପଥର କୋରେଇ ଥାନା ଅନ୍ତର୍ଗତ ବେଣାପୁର ଛକରେ ମଙ୍ଗଳବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। 

ରାଜଧାନୀରେ ବାଘ ଆତଙ୍କ: ବାଘ ଖୋଜା ଅଭିଯାନ ପାଇଁ  ରାସ୍ତା ସିଲ୍‌, ଲୋକେ  ହନ୍ତସନ୍ତ

ରାଜଧାନୀରେ ବାଘ ଆତଙ୍କ: ବାଘ ଖୋଜା ଅଭିଯାନ ପାଇଁ ରାସ୍ତା ସିଲ୍‌, ଲୋକେ ହନ୍ତସନ୍ତ

ଭୁବନେଶ୍ୱର, ୧୯।୨(ବ୍ୟୁରୋ): ଭୁବନେଶ୍ୱର ପଳାଶପଲ୍ଲୀ ଅଞ୍ଚଳରେ ଏକ କଲରାପତରିଆ ବାଘ ବୁଲୁଛି। ଏହାକୁ ନେଇ ସୋମବାର ରାତିରୁ ଆରମ୍ଭ ହୋଇଛି ଅପରେଶନ। ବନ ବିଭାଗ ସହିତ ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। 

ପୁଣି ମାଓବାଦୀଙ୍କ ଲାଲ୍‌ ବ୍ୟାନର୍‌: ସରକାରଙ୍କ ଚାଷୀ ଦମନ ନୀତିକୁ ବିରୋଧ

ପୁଣି ମାଓବାଦୀଙ୍କ ଲାଲ୍‌ ବ୍ୟାନର୍‌: ସରକାରଙ୍କ ଚାଷୀ ଦମନ ନୀତିକୁ ବିରୋଧ

ଦାରିଙ୍ଗିବାଡି,୧୯।୨(ଡି.ଏନ.ଏ.):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ନିକଟ  ୫୯ନଂ ଜାତୀୟ ରାଜପଥ ର ବୁଡାଗୁଡା ଛକରେ ଓଡିଶା ରାଜ୍ୟ କମିଟି ସିପିଆଇ (ମାଓବାଦୀ)ଙ୍କ ପକ୍ଷରୁ ଲାଲ ବ୍ୟାନର ସହ ପୋଷ୍ଟର ଲଗାଯାଇଛି। 

ବଢ଼ିବ ତାତି

ବଢ଼ିବ ତାତି

ଭୁବନେଶ୍ୱର,୧୯।୨(ବ୍ୟୁରୋ):ବର୍ଷା ଯୋଗୁ ଗତ ଦୁଇଦିନ ହେବ ରାଜ୍ୟରେ ଥଣ୍ଡା ପାଗ ରହିଥିଲା ।

୨୦ରେ ଆସିବେ ଯୋଗୀ

୨୦ରେ ଆସିବେ ଯୋଗୀ

ଭୁବନେଶ୍ୱର, ୧୯।୨(ବ୍ୟୁରୋ):ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତା ୨୦ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସକାଳ ୧୦ଟାରେ ଯୋଗୀ ରାୟପୁର ବିମାନବନ୍ଦରରେ ପହଞ୍ଚିବେ। 

ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ: ଚର୍ଚ୍ଚାରେ ବିଜେଡି ଟିକେଟ

ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ: ଚର୍ଚ୍ଚାରେ ବିଜେଡି ଟିକେଟ

ଯାଜପୁର ଅଫିସ,୧୯।୨:ଯାଜପୁର ଜିଲା ଦାନଗଦି ଓ ସୁକିନ୍ଦା ବ୍ଲକକୁ ନେଇ ଗଠିତ ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୩ ଦଶନ୍ଧି ହେଲା ଗୋଟିଏ ପରିବାର ସଦସ୍ୟ ନିର୍ବାଚିତ ହୋଇ ଆସୁଛନ୍ତି। ଶିଳ୍ପ ଓ ଖଣି ସମୃଦ୍ଧ ଏହି ନିର୍ବାଚନ ମଣ୍ଡଳୀରେ ଏଥର ପଟ ପରିବର୍ତ୍ତନ କିମ୍ବା ରାଜନୈତିକ ସମୀକରଣ ବଦଳିବାର ସମ୍ଭାବନା ରହିଥିବା ଚର୍ଚ୍ଚା ଜୋର ଧରିଛି।

କୋଣାର୍କ ସୂର୍ଯ୍ୟମନ୍ଦିର ଅସୁରକ୍ଷିତ:୬ ସ୍ଥାନରେ ମରାମତି ଆବଶ୍ୟକ

କୋଣାର୍କ ସୂର୍ଯ୍ୟମନ୍ଦିର ଅସୁରକ୍ଷିତ:୬ ସ୍ଥାନରେ ମରାମତି ଆବଶ୍ୟକ

କଟକ ଅଫିସ, ୧୯।୨:କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷିତ। ମନ୍ଦିର ପ୍ରତି ସେଭଳି କୌଣସି ବିପଦ ନାହିଁ। ଏହିଭଳି କଥା ଆରମ୍ଭରୁ କହି ଆସୁଥିବା ଭାରତୀୟ ପ୍ରନତ୍ତାତ୍ତି୍ବକ ସର୍ବେକ୍ଷଣ (ଏଏସ୍‌ଆଇ) ସଂସ୍ଥା ଶେଷରେ ମାନିଛି ଯେ ମନ୍ଦିର ପ୍ରତି ବିପଦ ରହିଛି। 

ଅଭିଯୁକ୍ତଙ୍କ ଜମିରେ ଖଣିଜ ଷ୍ଟକୟାର୍ଡ

ଅଭିଯୁକ୍ତଙ୍କ ଜମିରେ ଖଣିଜ ଷ୍ଟକୟାର୍ଡ

ଯୋଡ଼ା, ୧୯।୨(ଡି.ଏନ.ଏ.): ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ବାଂଶପାଣି ରେଳ ସାଇଡିଂ ନିକଟ ଯୋଡ଼ା-ବାମେବାରୀ ରାସ୍ତା ପାର୍ଶ୍ୱରେ ଥିବା ଜଣେ ଅଭିଯୁକ୍ତଙ୍କ ଜମିରେ ଏକ ଶିଳ୍ପ ସଂସ୍ଥାର ଖଣିଜ ଗଛିତ ହେଉଛି। 

ପୁଣି ନକଲି ଜର୍ଦ୍ଦା କାରଖାନା ଠାବ

ପୁଣି ନକଲି ଜର୍ଦ୍ଦା କାରଖାନା ଠାବ

ଭଦ୍ରକ ଅଫିସ, ୧୯।୨ - ଭଦ୍ରକ ଜିଲା ପୁରୁଣାବଜାର ଥାନା ପୋଲିସ ସୋମବାର ମଧ୍ୟାହ୍ନରେ ପୁଣି ଏକ ନକଲି ଜର୍ଦ୍ଦା କାରଖାନା ଠାବ କରିଛି। ମୁଖ୍ୟ କାର୍ପଟଦାର ଫେରାର ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ, ମେଶିନ, ଏସେନ୍ସ ଓ ସିଲ୍‌ ମେଶିନ ପୋଲିସ ଜବତ କରିଛି। 

ଧାନକିଣାରେ ଅନିୟମିତତା: ଚାଷୀଙ୍କ ଧାରଣା

ଧାନକିଣାରେ ଅନିୟମିତତା: ଚାଷୀଙ୍କ ଧାରଣା

ଭଣ୍ଡାରିପୋଖରୀ, ୧୯।୨ (ଡି.ଏନ.ଏ.) - ଭଣ୍ଡାରିପୋଖରୀ ସଦରମହକୁମାଠାରେ  ଥିବା ନଗୁଁଆ ପ୍ରାଥମିକ କୃଷି ସମବାୟ ସମିତିରେ ଧାନକିଣାରେ ଅନିୟମିତତା ପ୍ରତିବାଦରେ ଚାଷୀମାନେ ସୋମବାର ସମିତି କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିଲେ।