ଫୁରସତ |

ଯୁବପିଢ଼ିର ଫ୍ୟାଶନ ହୁଡିଜ୍‌

ଯୁବପିଢ଼ିର ଫ୍ୟାଶନ ହୁଡିଜ୍‌

ଯୁବପିଢ଼ି ସାଧାରଣତଃ ଫ୍ୟାଶନପ୍ରିୟ। କେଉଁ ସମୟରେ କ’ଣ ପିନ୍ଧିଲେ ସେମାନଙ୍କ ଲୁକ୍‌ ଆହୁରି ଷ୍ଟାଇଲିଶ୍‌ ଲାଗିବ, ସେ କଳା ସେମାନଙ୍କୁ ବେଶ୍‌ ଭଲଭାବେ ଜଣା।   ଯେଉଁଥିପାଇଁ ବର୍ତ୍ତମାନ ଓ୍ବିଣ୍ଟର  ଗେଟ୍‌ଅପ୍‌ରେ ବିଭିନ୍ନ ପ୍ରକାର ହୁଡିଜ୍‌ ପାଲଟିଛି ସେମାନଙ୍କର ପ୍ରଥମ ପସନ୍ଦ...

ବର୍ତ୍ତମାନ ସିଙ୍ଗ୍‌ଲ କଲର କିମ୍ବା କଣ୍ଟ୍ରାଷ୍ଟ ବର୍ଡର ଆଉଟ୍‌ଲାଇନ୍‌ ଥିବା ହୁଡିଜ୍‌କୁ ଯୁବପିଢି ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ଏହାକୁ ଆପଣ ଯେକୌଣସି କାଜୁଆଲ ଗେଟ୍‌ଅପ୍‌ ସହ କ୍ୟାରି କରି ଆକର୍ଷଣୀୟ ଲୁକ୍‌ ପାଇ ପାରିବେ। 

ଯଦି ଆପଣଙ୍କୁ ଜିପ୍‌ ଅପ୍‌ସ ହୁଡି ପସନ୍ଦ, ତେବେ ଏହାକୁ ଉଭୟ ଜିପ୍‌ ଓପନ୍‌ କରି ଜ୍ୟାକେଟ୍‌ ଭଳି ହେଉ କିମ୍ବା ଜିପ୍‌ ବନ୍ଦ କରି ବ୍ୟବହାର କଲେ ଷ୍ଟାଇଲିସ୍‌ ଲାଗିବେ।  

ବର୍ତ୍ତମାନ ଉଭୟ ପ୍ଲେନ୍‌ ଏବଂ ପ୍ରିଣ୍ଟେଡ୍‌ ପୁଲ ଓଭର ହୁଡିର ଡିମାଣ୍ଡ ବଢୁଛି। ଯଦି ଆପଣଙ୍କୁ ଜିପ୍‌ ବା ଓପନ୍‌ ହୁଡିଜ୍‌ ପସନ୍ଦ ନୁହେଁ, ତେବେ ମୁଣ୍ଡ ଗଳାଇ ପିନ୍ଧିବାକୁ ହେଉଥିବା ଏହି ପୁଲ ଓଭର ହୁଡି ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ। ଏହି ଜିପ୍‌ଲେସ୍‌ ହୁଡିଜ୍‌ ସ୍ଲିମ୍‌ ଫିଗର ଯୁବତୀ ଯୁବକଙ୍କ  ଫିଗରକୁ ହାଇଲାଇଟ୍‌ କରିବା ସହ ଅଧିକ ଫ୍ୟାଶନେବଲ୍‌ ଲାଗିଥାଏ।

ଫିଗର ମୋଟା ହୋଇଥିଲେ ହେଭି ପରିବର୍ତ୍ତେ ଲାଇଟ୍‌ ମ୍ୟାଟେରିଆଲ୍‌ ହୁଡି ବାଛନ୍ତୁ ଏବଂ ଅଧିକ ଟାଇଟ୍‌ କିମ୍ବା ଢିଲା ହୁଡି ମଧ୍ୟ ବାଛନ୍ତୁ ନାହିଁ। କାରଣ ଏଥିରେ ପେଟ  ବଡ ଲାଗିବା କାରଣରୁ ଫିଗର ଖରାପ ଲାଗିଥାଏ।    

ଯଦି ଆପଣଙ୍କ ହାଇଟ୍‌ କମ୍‌, ତେବେ ଓଭର ସାଇଜ୍‌ ହୁଡି ଆଦୌ ପିନ୍ଧନ୍ତୁ ନାହିଁ। ଏଥିରେ ଆପଣଙ୍କ ଉଚ୍ଚତା ଆହୁରି କମ୍‌ ଲାଗିବ। ତେଣୁ ଆପଣ ଅଣ୍ଟା ବା ବେଲ୍ଟ ପର୍ଯ୍ୟନ୍ତ ଲମ୍ବ ଥିବା ହୁଡି ପିନ୍ଧନ୍ତୁ। ଠିକ୍‌ ସେହିପରି ଧ୍ୟାନରେ ରଖନ୍ତୁ ଯେପରି ହାତର ଲମ୍ବ ପାପୁଲି ପର୍ଯ୍ୟନ୍ତ ରହୁଥିବ। ଏହାକୁ ପିନ୍ଧିବା ଦ୍ୱାରା ଆପଣ ସ୍ଲିମ୍‌ ଫିଟ୍‌ ଏବଂ ଆଟ୍ରାକ୍ଟିଭ୍‌ ଲୁକ୍‌ ପାଇପାରିବେ।

ଉଚ୍ଚତା ଅଧିକ ଥିଲେ ଆପଣ ସାମାନ୍ୟ ଓଭର ସାଇଜ୍‌  ବାଲଙ୍ଗ  ହୁଡି ବାଛି   ପାରିବେ।


All Right Reserved By

ଫୁରସତ |

ସାଙ୍ଗିଆ ପରିବର୍ତ୍ତନ

ସାଙ୍ଗିଆ ପରିବର୍ତ୍ତନ

ନିଜ ସାଙ୍ଗିଆକୁ କିଏ ବା ଭଲ ନ ପାଏ । କାରଣ ନାଁ ପରେ ଏହା ବି ମଣିଷର ପରିଚୟ ପାଲଟିଥାଏ। ତେବେ ପୁରୁଷମାନଙ୍କ କ୍ଷେତ୍ରରେ ଏହା ଶୈଶବରୁ ଆରମ୍ଭ କରି ଜୀବନର ଶେଷ ସମୟ ଯାଏ ଅପରିବର୍ତ୍ତିତ ରହିଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ଅନେକ ସମୟରେ ଏହା ବଦଳି ଯାଇଥାଏ...

ପାଠପଢ଼ା ଚାପ ବି ସ୍ମରଣ ଶକ୍ତିକୁ କରେ ପ୍ରଭାବିତ...

ପାଠପଢ଼ା ଚାପ ବି ସ୍ମରଣ ଶକ୍ତିକୁ କରେ ପ୍ରଭାବିତ...

ପିଲାଙ୍କ ସ୍ମରଣ ଶକ୍ତି ହ୍ରାସ ପଛରେ ଅଭିଭାବକ ହିଁ ଦାୟୀ ଥାଆନ୍ତି।  ପିଲାଟି ଉପରେ ଷ୍ଟଡିପେସର୍‌ ବା ପାଠପଢ଼ା ଚାପ ବଢ଼ାଇବାରେ ସେମାନଙ୍କର ଥାଏ ମୁଖ୍ୟ ଭୂମିକା। 

ଏମିତି ମନ୍ଦିର ଯେଉଁଠି ମୁସଲମାନ ମହିଳା ଶିବରାତ୍ରୀରେ କରନ୍ତି ମହାଦେବଙ୍କୁ ଜଳଲାଗି...

ଏମିତି ମନ୍ଦିର ଯେଉଁଠି ମୁସଲମାନ ମହିଳା ଶିବରାତ୍ରୀରେ କରନ୍ତି ମହାଦେବଙ୍କୁ ଜଳଲାଗି...

ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିବାଦ ଜାରି ରହିଥିବାବେଳେ ଉତ୍ତରପ୍ରଦେଶ କନୌଜରେ ଥିବା ମହାଦେବଙ୍କ ମନ୍ଦିର ପାଲଟିଛି ସର୍ବଧର୍ମସମନ୍ବୟର ପବିତ୍ର କ୍ଷେତ୍ର। 

ଯେଉଁଠି ବିବାହ ପୂର୍ବରୁ ଝିଅ ହୁଅନ୍ତି ବିଦା...

ଯେଉଁଠି ବିବାହ ପୂର୍ବରୁ ଝିଅ ହୁଅନ୍ତି ବିଦା...

ସାଧାରଣତଃ ବିବାହ ପରେ କନ୍ୟା ବିଦା ହୋଇଥାଏ। ତେବେ ଝାଡ଼ଖଣ୍ଡ ଉତ୍ତର ଛୋଟନାଗପୁର ଅଞ୍ଚଳରେ ରହିଛି ଏକ ପରମ୍ପରା। ଏଠାରେ ବିବାହର କିଛି ଦିନ ପୂର୍ବରୁ ବରଘର ଲୋକେ କନ୍ୟାଘରେ ପହଞ୍ଚିଥାନ୍ତି।

ପ୍ରେମରେ ବିଫଳ ଏହିସବୁ କ୍ରିକେଟ୍‌ର

ପ୍ରେମରେ ବିଫଳ ଏହିସବୁ କ୍ରିକେଟ୍‌ର

ନୂଆଦିଲ୍ଲୀ, ୨୧।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟରମାନେ ପଡିଆରେ ଯେତିକି ଲୋକପ୍ରିୟତା ଅର୍ଜନ କରିଛନ୍ତି ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାନ୍ତି। ଖାସ୍‌ ଭାବେ ପ୍ରେମ ସମ୍ପର୍କକୁ ନେଇ ଅତୀତରେ କିଛି କ୍ରିକେଟର ବେଶ୍‌ ଚର୍ଚ୍ଚାରେ ଥିଲେ।  

ପ୍ରାକୃତିକ ପେନ୍‌କିଲର

ପ୍ରାକୃତିକ ପେନ୍‌କିଲର

”ଆଜିର ଆଧୁନିକ ଚିକିତ୍ସା ବିଜ୍ଞାନରେ ଚିକିତ୍ସା ଦ୍ୱାରା କେତେକ ରୋଗରୁ ସାମୟିକ ଉପଶମ ମିଳୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ଆଶା କ୍ଷୀଣ। କିନ୍ତୁ ଏପରି ଆୟୁର୍ବେଦ ଶାସ୍ତ୍ରରେ ଲକ୍ଷାଧିକ ଔଷଧ ଦ୍ରବ୍ୟର ବର୍ଣ୍ଣନା ରହିଅଛି ଯାହାକି ବ୍ୟକ୍ତିଙ୍କୁ ଜରାବ୍ୟାଧିରୁ ମୁକ୍ତି ଦେଇ ନୀରୋଗ କରିପାରିବ, ଏହା ମୁନି ଋଷିମାନଙ୍କ ଦିବ୍ୟ ଦୃଷ୍ଟି ଓ ସାଧନା ବଳରେ ସମ୍ଭବ ହୋଇପାରିଛି, ଯାହାକି ଦୁରାରୋଗ୍ୟ ବ୍ୟାଧି ମଧ୍ୟ ଚିର ଆରୋଗ୍ୟ ହୋଇପାରିବ।“

ବର୍ଷା ପାଣିରେ ଗାଧୋଇଲେ ବିବାହ ହୁଏ ଶୀଘ୍ର...

ବର୍ଷା ପାଣିରେ ଗାଧୋଇଲେ ବିବାହ ହୁଏ ଶୀଘ୍ର...

ବର୍ଷା ପାଣିକୁ ଅତି ପବିତ୍ର ଭାବେ ବିବେଚନା କରାଯାଇଥାଏ। ତେବେ ଏହାର ବିଧିବଦ୍ଧ ଉପଯୋଗ ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ଅଛି। 

କାହିଁକି ଫୁଲରେ ସଜାଯାଏ ନବବିବାହିତଙ୍କ ବେଡରୁମ୍‌

କାହିଁକି ଫୁଲରେ ସଜାଯାଏ ନବବିବାହିତଙ୍କ ବେଡରୁମ୍‌

ଭାରତୀୟ ପରମ୍ପରା ଅନୁଯାୟୀ ବିବାହ ହେଉଛି ଏକ ମଙ୍ଗଳ କାର୍ଯ୍ୟ। ଏହା ଶୁଦ୍ଧ ଓ ପବିତ୍ର। ଏଥିରେ ୨ଟି ଆତ୍ମାର ମିଳନ ହୋଇଥାଏ। ୨ଟି ଅପରିଚିତ ପରିବାର ମଧ୍ୟରେ ଗଢାହୁଏ ନିବିଡ ସମ୍ପର୍କ। ସେଥିପାଇଁ ହିନ୍ଦୁଘରେ ବିଭିନ୍ନ ରୀତିନୀତି ଦେଇ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥାଏ। 

ହାର୍ଟ ଆଟାକ୍‌ରୁ ଦୂରେଇ ରଖେ ନିୟମିତ ରକ୍ତଦାନ ...

ହାର୍ଟ ଆଟାକ୍‌ରୁ ଦୂରେଇ ରଖେ ନିୟମିତ ରକ୍ତଦାନ ...

ସମ୍ପ୍ରତି ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ହାର୍ଟ ଆଟାକ୍‌ ଭଳି ସମସ୍ୟା ଦେଖାଦେଇଥାଏ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ନିମୟିତ ରକ୍ତଦାନ କରିବା ଅବାଶ୍ୟକ ବୋଲି ମିସିଗାନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଗାଧୋଇବାବେଳେ ଏହି ଅଙ୍ଗରେ ପ୍ରଥମେ ପାଣି ପକାଇବା ମନା କାହିଁକି...

ଗାଧୋଇବାବେଳେ ଏହି ଅଙ୍ଗରେ ପ୍ରଥମେ ପାଣି ପକାଇବା ମନା କାହିଁକି...

ଗାଧୋଇବା ସମୟରେ କେତେକ ସାବଧାନତା ପ୍ରତି ଦୃଷ୍ଟି ହେବାର ରହିଛି ଆବଶ୍ୟକତା


ଯେଉଁଠି ସମ୍ବେଦନଶୀଳ ଅଙ୍ଗର ହୁଏ ନାମକରଣ

ଯେଉଁଠି ସମ୍ବେଦନଶୀଳ ଅଙ୍ଗର ହୁଏ ନାମକରଣ

ପ୍ରଥା ପରମ୍ପରାକୁ ନେଇ ଶୁଣିବାକୁ ମିଳେ କେତେ କ’ଣ କଥା। ଆମେରିକାର ହାଓ୍ବାଇରେ ରହିଥିବା ଏମିତି ଏକ ପରମ୍ପରା ଅଜବ ଲାଗୁଥିଲେ ମଧ୍ୟ ଲୋକେ ଆଜିବି ଏହାକୁ ପାଳନ କରି ଆସୁଛନ୍ତି।

ଚିତ୍ରକର କଲା ବ୍ରେନ୍‌ଷ୍ଟ୍ରୋକ୍‌

ଚିତ୍ରକର କଲା ବ୍ରେନ୍‌ଷ୍ଟ୍ରୋକ୍‌

ଷ୍ଟ୍ରୋକ୍‌କୁ ସମସ୍ତେ ଡରନ୍ତି। କାରଣ ଷ୍ଟ୍ରୋକ୍‌ ହେବା ପରେ ହୁଏତ ବଞ୍ଚତ୍ବା ସମ୍ଭବ ନୁହେଁ। ମାତ୍ର କେନ୍‌ ଓ୍ବାଲଟର୍ସଙ୍କ ପାଇଁ ବ୍ରେନ୍‌ଷ୍ଟ୍ରୋକ୍‌ ଆଶୀର୍ବାଦ ସାବ୍ୟସ୍ତ ହୋଇଛି।