ଉପକୂଳ ଓଡିଶା

ନୀଳମାଧବ ପୀଠରେ ବକୁଳ ଅମାବାସ୍ୟା

ନୀଳମାଧବ ପୀଠରେ ବକୁଳ ଅମାବାସ୍ୟା

ଖଣ୍ଡପଡ଼ା,୬ା୧(ସ୍ବ.ପ୍ର.)- କଣ୍ଟିଲୋ ନୀଳମାଧବ ପୀଠରେ ଶନିବାର ବକୁଳ ଅମାବାସ୍ୟା ପାଳିତ ହୋଇଯାଇଛି ା ଭୋର ସମୟରୁ ଶ୍ରୀ ଜୀଉଙ୍କ ଆଳତି, ବଲ୍ଲଭ ବେଶ ସମ୍ପନ୍ନ ହୋଇ ସକାଳ ଧୂପ ଉଠିବା ସମୟରେ ରୋଷରୁ ବଉଳ ଗଇଁଠା ଅଣାଯାଇ ଭୋଗ ଲାଗିହୋଇଥିଲା। ପୌଷମାସ ଅମାବାସ୍ୟା ତିଥିକୁ ବଉଳ ଅମାବାସ୍ୟା କୁହନ୍ତି ା ବକୁଳ ବା ବଉଳ ଶବ୍ଦର ଅର୍ଥ ହେଲା ଆମ୍ବ ଗଛର ଫୁଲ। ଠାକୁରଙ୍କଠାରେ ବକୁଳ ଅମାବାସ୍ୟା ନୀତିର ତାତ୍ପର୍ଯ୍ୟ ହେଲା ଆମ୍ବ ବୃକ୍ଷର ସଂରକ୍ଷଣ ଓ ଆମ୍ବର ବର୍ଦ୍ଧିତ ଉପତ୍ାଦନ ା ଏହାଛଡା ଖଣ୍ଡପଡ଼ା ଜଗନ୍ନାଥ ଜୀଉ, ରଘୁନାଥ ଜୀଉ, ମହିମା ମେରୁ, ଉମାଦେଈ ଠାକୁରାଣୀ, ରାମେଶ୍ୱର ଦେବ, ଜଗନ୍ନାଥପ୍ରସାଦ ଦରଦା ଗ୍ରାମର ମହିଷାଶୁଣୀ ଓ ସିଧାମୂଳାସ୍ଥ ଗୋକୁଳାନନ୍ଦ ଜୀଉ ମନ୍ଦିରରେ ବକୁଳ ଅମାବାସ୍ୟା ପାଳିତ ହୋଇଯାଇଛି ା ଠାକୁରଙ୍କ ଏହି ବେଶ ଦର୍ଶନ ପାଇଁ ଭୋର ସମୟରେ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥିଲା ା ଭକ୍ତମାନେ ଠାକୁରଙ୍କୁ ଗଇଣ୍ଠା ଭୋଗ ଓ ଆମ୍ବ ବଉଳ ଅର୍ପଣ କରି ବିଶ୍ୱର ତଥା ନିଜ ପରିବାରର ସୁଖସମୃଦ୍ଧି କାମନା କରିଥିଲେ। ଏହି ଅବସରରେ ପରିବେଶବିତ୍‌ ଅନ୍ତର୍ଯ୍ୟାମୀ ସାହୁ ଧାନଚେଙ୍ଗଡା ପଞ୍ଚାୟତ କାଳିଆପଲ୍ଲୀ ଗ୍ରାମ ତଥା ନୀଳମାଧବ ଜୀଉଙ୍କ ଆଦ୍ୟ ସେବକ ବିଶ୍ୱାବସୁ ଶବର ରାଜାଙ୍କ ସ୍ମୃତିପୀଠରେ ଗ୍ରାମବାସୀଙ୍କ ସହଯୋଗରେ ନୂତନ ବୃକ୍ଷ ତଥା ବଉଳ ଗଛ ରୋପଣ କରିଥିଲେ। ଗ୍ରାମର ବିଦ୍ୟାଧର ବେହେରା, ସନ୍ତୋଷ ପଢିଆରୀ, ଭାଗବତ ରାଉତ, ରାଜେଶ ବେହେରା ଓ ସନତ ବେହେରା ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

All Right Reserved By

ଉପକୂଳ ଓଡିଶା

ଅବ୍ୟବସ୍ଥା ଘେରରେ ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର 

ଅବ୍ୟବସ୍ଥା ଘେରରେ ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର 

ନୂଆଗାଁ,୨୪।୪(ଡି.ଏନ.ଏ.)-ନୟାଗଡ ଜିଲା ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ତା’ ଅଧୀନରେ ଥିବା ୪ ଗୋଟି ସରକାରୀ ଚିକିତ୍ସାଳୟ ନାନା ଅବ୍ୟବସ୍ଥା ମଧ୍ୟରେ ରହିଛି। ଏଥିନେଇ ଅଞ୍ଚଳବାସୀ ଯେତେ ଅଭିଯୋଗ କଲେ ମଧ୍ୟ ସମସ୍ୟା ସମାଧାନ ହେଉନାହିଁ। 

କୃଷ୍ଣପ୍ରସାଦରେ ଭୋଟ ଗ୍ରହଣ:  ୩ ବୁଥ୍‌ରେ ଉତ୍ତେଜନା : ଜଣେ ଆହତ, ୨ ଗିରଫ

କୃଷ୍ଣପ୍ରସାଦରେ ଭୋଟ ଗ୍ରହଣ: ୩ ବୁଥ୍‌ରେ ଉତ୍ତେଜନା : ଜଣେ ଆହତ, ୨ ଗିରଫ

କୃଷ୍ଣପ୍ରସାଦ,୨୪ା୪(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ମଙ୍ଗଳବାର ୩ୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି| 

ଟାଙ୍ଗୀ ବ୍ଲକ: ଇଭିଏମ୍‌ରେ ତ୍ରୁଟି ନେଇ ଉତ୍ତେଜନା; ପ୍ରଶାସନିକ ହସ୍ତକ୍ଷେପ ଯୋଗୁ ଶୃଙ୍ଖଳିତ ମତଦାନ

ଟାଙ୍ଗୀ ବ୍ଲକ: ଇଭିଏମ୍‌ରେ ତ୍ରୁଟି ନେଇ ଉତ୍ତେଜନା; ପ୍ରଶାସନିକ ହସ୍ତକ୍ଷେପ ଯୋଗୁ ଶୃଙ୍ଖଳିତ ମତଦାନ

ଟାଙ୍ଗୀ(ଖୋର୍ଦ୍ଧା),୨୪ା୪(ଡି.ଏନ.ଏ.)-ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଟାଙ୍ଗୀ ବ୍ଲକସ୍ଥିତ ୧୪୨ଟି ମତଦାନ କେନ୍ଦ୍ରରେ ମଙ୍ଗଳବାର ଶୃଙ୍ଖଳିତ ଭାବେ ମତଦାନ  ଶେଷହୋଇଛି। 

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ;  ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ; ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

ମାହାଙ୍ଗା,୨୩ା୪(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଟକ ଜିଲାର ମାହାଙ୍ଗା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଜେ.ଏନ. କଲେଜ ପଡ଼ିଆଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। 

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

କେନ୍ଦ୍ରାପଡ଼ା ଅଫିସ, ୨୩।୪- କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମସ୍ତ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗାଦି ଛାଡିବା ସମୟ ଆସିଗଲାଣି ବୋଲି କହିଥିବା ବେଳେ ରାଫେଲ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି।

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ  ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲୁ ରହିଛି।

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। କେତେକ ବୁଥ୍‌ରେ ଇଭିଏମ୍‌ ମେଶିନ୍‌ ଖରାପ ଯୋଗୁ କେଉଁଠାରେ ଦେଢ଼ଘଣ୍ଟା ତ କେଉଁଠାରେ ୪୦ ମିନିଟ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। 

ଇଭିଏମ୍‌ ଅଚଳ:  ୩ ଘଣ୍ଟା ବିଳମ୍ବରେ ମତଦାନ

ଇଭିଏମ୍‌ ଅଚଳ: ୩ ଘଣ୍ଟା ବିଳମ୍ବରେ ମତଦାନ

ଓଡଗାଁ,୨୩।୪(ସ୍ବ.ପ୍ର.): ନୟାଗଡ ଜିଲା ଓଡଗାଁ ବ୍ଲକ ରଙ୍ଗଣୀପାଟଣା ପଞ୍ଚାୟତ ବାହାଡ଼ାପିଠା ପ୍ରାଥମିକ ବିଦ୍ୟାଳୟରେ ଥିବା ୧୯୮ ନଂ. ବୁଥରେ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଛି।

ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ: ୧୧ଟା ସୁଦ୍ଧା ଖଣ୍ଡପଡ଼ାରେ ୧୬%, ରଣପୁରରେ ୧୩%, ନୟାଗଡ଼ରେ ୧୫% ମତଦାନ

ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ: ୧୧ଟା ସୁଦ୍ଧା ଖଣ୍ଡପଡ଼ାରେ ୧୬%, ରଣପୁରରେ ୧୩%, ନୟାଗଡ଼ରେ ୧୫% ମତଦାନ

ନୟାଗଡ଼ ଅଫିସ,୨୩ା୪: ନୟାଗଡ଼ ଜିଲାର ରଣପୁର, ନୟାଗଡ଼ ଓ ଖଣ୍ଡପଡ଼ା ୩ଟି ନିର୍ବାଚନମଣ୍ଡଳୀ ପାଇଁ ମଙ୍ଗଳବାର ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଚାଲିଥିବା ଦେଖିବାକୁ ମିଳିଛି। 

କାଳବୈଶାଖୀ: ତୋଫାନରେ ଉଡ଼ିଲା ଛପର  ଅମଳ ଚିନାବାଦାମ ନଷ୍ଟ, ଚିନ୍ତାରେ ଚାଷୀ

କାଳବୈଶାଖୀ: ତୋଫାନରେ ଉଡ଼ିଲା ଛପର ଅମଳ ଚିନାବାଦାମ ନଷ୍ଟ, ଚିନ୍ତାରେ ଚାଷୀ

କୃଷ୍ଣପ୍ରସାଦ,୨୩ା୪(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ସୋମବାର ସନ୍ଧ୍ୟା ୫ଟାରେ କାଳବୈଶାଖୀଜନିତ ବର୍ଷା, ତୋଫାନ ଜନ ସାଧାରଣଙ୍କୁ ଆତଙ୍କିତ କରିଛି ।

ମିଳିଲାନି ହେଲିପ୍ୟାଡ୍‌, ଫେରିଗଲେ ଧର୍ମେନ୍ଦ୍ର

ମିଳିଲାନି ହେଲିପ୍ୟାଡ୍‌, ଫେରିଗଲେ ଧର୍ମେନ୍ଦ୍ର

ଜଗତ୍‌ସିଂହପୁର ଅଫିସ, ୨୩।୪: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଭାଜପା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ସତ୍ୟବ୍ରତ ମହାପାତ୍ରଙ୍କ ସପକ୍ଷରେ ପ୍ରଚାର ପାଇଁ ରୋଡ୍‌ ଶୋ କରିବାର କାର୍ଯ୍ୟକ୍ରମ ଥିଲା। 

ମଇଦାନରେ ୪ ପୂର୍ବତନ ମନ୍ତ୍ରୀ

ମଇଦାନରେ ୪ ପୂର୍ବତନ ମନ୍ତ୍ରୀ

ଯାଜପୁର ଅଫିସ,୨୩।୪: ଯାଜପୁର ଜିଲା ପ୍ରାକୃତିକ ସମ୍ପଦରେ ଭରପୂର ହୋଇରହିଛି। ଶିଳ୍ପ କ୍ଷେତ୍ରରେ ମଧ୍ୟ ଏହି ଜିଲା ସମୃଦ୍ଧ। କିନ୍ତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଜିଲାକୁ ପଛୁଆ କରିଦେଇଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri