ଅନଗୁଳ-ଢେଙ୍କାନାଳ

‘କାଳିଆ’ ଆବେଦନ ଫର୍ମ ମିଳୁନି : ପଞ୍ଚାୟତ କାର୍ଯ୍ୟାଳୟରେ ବିଭ୍ରାଟ

‘କାଳିଆ’ ଆବେଦନ ଫର୍ମ ମିଳୁନି : ପଞ୍ଚାୟତ କାର୍ଯ୍ୟାଳୟରେ ବିଭ୍ରାଟ

ଛେଣ୍ଡିପଦା, ୬।୧(ଡି.ଏନ.ଏ.): ଛେଣ୍ଡିପଦା ବ୍ଲକରେ ଆରମ୍ଭରୁ ‘କାଳିଆ’ ଯୋଜନାରେ ଅବ୍ୟବସ୍ଥା ଦେଖାଦେଇଛି। ଅଧିକାଂଶ ପଞ୍ଚାୟତରେ ଆବଶ୍ୟକ ଫର୍ମ ଉପଲବ୍ଧ ନ ଥିବାରୁ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେଲାଣି। 

ସରକାରୀ ସ୍ତରରେ କୃଷିଭିତ୍ତିକ ଯୋଜନା କାଳିଆ କାର୍ଯ୍ୟକାରୀ ହେବାପରେ ହଜାର ହଜାର ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି। ଯୋଜନାରେ ସାମିଲ ହେବାକୁ ଜାନୁୟାରୀ ୨ରୁ ୧୦ ଯାଏ ଆବେଦନ ତାରିଖ ଧାର୍ଯ୍ୟ କରାଯାଇଛି। ହେଲେ ଫର୍ମ ମିଳୁ ନ ଥିବାରୁ ପଞ୍ଚାୟତ କାର୍ଯ୍ୟାଳୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଦୁର୍ଗାପୁର ପଞ୍ଚାୟତକୁ ମାତ୍ର ୧୦୦ ଫର୍ମ ଯୋଗାଇ ଦିଆଯାଇଛି। ଏଣୁ ଚାଷୀଙ୍କୁ ଫର୍ମ ଦିଆଯାଇପାରି ନ ଥିଲା। ଏହାକୁ ନେଇ ଶନିବାର ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଆବଶ୍ୟକ ସଂଖ୍ୟକ ଫର୍ମ ନ ଆସିବା ଯାଏ କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ପଞ୍ଚାୟତ ପକ୍ଷରୁ ନିଷ୍ପତ୍ତି ହୋଇଛି। ବାଗଡ଼ିଆ ପଞ୍ଚାୟତରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ମାତ୍ର ୨୫୦ ଫର୍ମ ଆସିଥିବାରୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ଚାଷୀଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଏ ନେଇ କୃଷି ବିଭାଗ ନୋଡ଼ାଲ ଅଫିସରଙ୍କୁ ଘେରାଉ କରିଥିଲେ ଅସନ୍ତୁଷ୍ଟ ଚାଷୀ। ବ୍ଲକର ସମସ୍ତ ୩୪ ପଞ୍ଚାୟତରେ ଏପରି ଅବ୍ୟବସ୍ଥା ଦେଖାଦେଇଛି।  କୃଷି ବିଭାଗ ପକ୍ଷରୁ କେଉଁ ଆଧାରରେ ଚାଷୀ ଚିହ୍ନଟ କରାଯିବ ସେ ସମ୍ପର୍କରେ କୌଣସି ସୂଚନା ଜାରି କରାଯାଇନାହିଁ। ଫଳରେ ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏ ନେଇ ବ୍ଲକ ସହକାରୀ କୃଷି ଅଧିକାରୀ ବିନୋଦ କୁମାର ଦଳେଇ କୁହନ୍ତି, କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଆବଶ୍ୟକ ସଂଖ୍ୟକ ଫର୍ମ ଦିଆଯାଇନାହିଁ। ତେଣୁ ଆବେଦନ ତାରିଖ ୩୦ ଯାଏ ଘୁଞ୍ଚାଇ ଦିଆଯାଇଛି। ସମସ୍ତ ଯୋଗ୍ୟ ଆବେଦନକାରୀ ଯୋଜନାରେ ସାମିଲ ହେବେ। ଏଥିରେ ବ୍ୟସ୍ତବିବ୍ରତ ହେବାର କୌଣସି ଆବଶ୍ୟକତା ନାହିଁ। ଚାଷୀମାନେ ସରକାରୀ କାର୍ଯ୍ୟରେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି।

All Right Reserved By

ଅନଗୁଳ-ଢେଙ୍କାନାଳ

ଢେଙ୍କାନାଳରେ ୨୩ରେ ନିର୍ବାଚନ, ପୋଲିଂ କର୍ମଚାରୀଙ୍କ ପ୍ରସ୍ତୁତି

ଢେଙ୍କାନାଳରେ ୨୩ରେ ନିର୍ବାଚନ, ପୋଲିଂ କର୍ମଚାରୀଙ୍କ ପ୍ରସ୍ତୁତି

ଢେଙ୍କାନାଳ ଅଫିସ,୨୧।୪- ଢେଙ୍କାନାଳ ଜିଲାରେ ଆସନ୍ତା ୨୩ରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। 

ବନ୍ତଳାରେ ଧର୍ମେନ୍ଦ୍ରଙ୍କ ରୋଡ ଶୋ

ବନ୍ତଳାରେ ଧର୍ମେନ୍ଦ୍ରଙ୍କ ରୋଡ ଶୋ

ବନ୍ତଳା,୨୧ା୪(ଡି.ଏନ.ଏ.): ଅନୁଗୋଳ ଜିଲା ବନ୍ତଳାରେ ରବିବାର ସକାଳେ ଭାଜପା ପକ୍ଷରୁ ରୋଡ ଶୋ କରାଯାଇଛି।

 ଅନୁଗୋଳରେ କଂଗ୍ରେସର ରୋଡ ଶୋ’: ଯୋଗଦେଲେ ତାରା ପ୍ରସାଦ ବାହିନୀପତି

ଅନୁଗୋଳରେ କଂଗ୍ରେସର ରୋଡ ଶୋ’: ଯୋଗଦେଲେ ତାରା ପ୍ରସାଦ ବାହିନୀପତି

ଅନୁଗୋଳ ଅଫିସ,୨୧।୪: ଅନୁଗୋଳ ଜିଲା ପୌରାଞ୍ଚଳରେ କଂଗ୍ରେସ ପକ୍ଷରୁ ରବିବାର ନିର୍ବାଚନୀ ପ୍ରଚାର ହୋଇଛି। ମା’ ବୁଢୀ ଠାକୁରାଣୀ ନିକଟରୁ କଂଗ୍ରେସ ପ୍ରାର୍ଥୀ ରୋ ଶୋ’ କରିଛନ୍ତି। 

ନିର୍ବାଚନ କାର୍ଯ୍ୟରେ ନିୟୋଜିିତ  କର୍ମଚାରୀଙ୍କୁ ଦୁର୍ବ୍ୟବହାର: ଥାନାରେ ଅଭିଯୋଗ

ନିର୍ବାଚନ କାର୍ଯ୍ୟରେ ନିୟୋଜିିତ କର୍ମଚାରୀଙ୍କୁ ଦୁର୍ବ୍ୟବହାର: ଥାନାରେ ଅଭିଯୋଗ

ଭୁବନ,୨୧।୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ନିର୍ବାଚନମଣ୍ଡଳୀର ଭୁବନଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଷ୍ଟାଟିକ ସର୍ଭିଲାନ୍ସ ୧୨ ନଂ.  ଟିମ୍‌ଙ୍କୁ ମହୁଲପାଳ ପଞ୍ଚାୟତରେ ଶନିବାର ଦୁର୍ବ୍ୟବହାର  କରାଯାଇଥିଲା

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପୋଲିଂ ଅଧିକାରୀଙ୍କ ପ୍ରସ୍ତୁତି

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପୋଲିଂ ଅଧିକାରୀଙ୍କ ପ୍ରସ୍ତୁତି

ଅନୁଗୋଳ ଅଫିସ,୨୧।୪: ଅନୁଗୋଳ ଜିଲାରେ ଆସନ୍ତା ୨୩ ତାରିଖରେ ସାଧାରଣ ନିର୍ବାଚନ ହେବ। 

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଶେଷ ପ୍ରଚାର: ରୋଡ ଶୋ’ ରେ ଧର୍ମେନ୍ଦ୍ରଙ୍କ ଭୋଟ ଭିକ୍ଷା

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଶେଷ ପ୍ରଚାର: ରୋଡ ଶୋ’ ରେ ଧର୍ମେନ୍ଦ୍ରଙ୍କ ଭୋଟ ଭିକ୍ଷା

ଅନୁଗୋଳ ଅଫିସ,୨୧।୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ପ୍ରଚାର ଶେଷ ହେବାକୁ ଥିବାବେଳେ  ଏ ନେଇ ଅନୁଗୋଳ ନିିର୍ବାଚନମଣ୍ଡଳୀରେ ଭାଜପା ପକ୍ଷରୁ ରୋଡ ଶୋ’ କରାଯାଇଛି। 

୨ଦିନ ପରେ ଭୋଟ, ଜୋର ଧରିଲା ପ୍ରଚାର: ବାଜିମାରିବା ଲକ୍ଷ୍ୟରେ ସବୁ ଦଳ

୨ଦିନ ପରେ ଭୋଟ, ଜୋର ଧରିଲା ପ୍ରଚାର: ବାଜିମାରିବା ଲକ୍ଷ୍ୟରେ ସବୁ ଦଳ

ଢେଙ୍କାନାଳ ଅଫିସ, ୨୧।୪- ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଆସନ୍ତା ମଙ୍ଗଳବାର ଅନୁଷ୍ଠିତ ହେଉଛି। ମତଦାନକୁ ୨ଦିନ ଥିବାବେଳେ ସବୁ ଦଳ ପକ୍ଷରୁ ପ୍ରଚାର ଜୋର ଧରିଛି।

ଦୁର୍ଗ ଭେଦିବାକୁ ଭାଜପାର କସରତ

ଦୁର୍ଗ ଭେଦିବାକୁ ଭାଜପାର କସରତ

ପରଜଙ୍ଗ, ୨୧।୪(ଡି.ଏନ.ଏ.) ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଲୋକ ସଭା କ୍ଷେତ୍ର ଢେଙ୍କାନାଳରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୨୩ରେ ଅନୁଷ୍ଠିତ ହେଉଛି।

ଦୁଇ ହେଭିଓ୍ବେଟଙ୍କ ସହ ମହେଶଙ୍କ ଲଢେଇ

ଦୁଇ ହେଭିଓ୍ବେଟଙ୍କ ସହ ମହେଶଙ୍କ ଲଢେଇ

ଅନୁଗୋଳ ଅଫିସ, ୨୧।୪- ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ଭାବେ ବିଜେଡି ମହେଶ ସାହୁଙ୍କୁ ମଇଦାନକୁ ଆଣିଛି। ଅନୁଗୋଳ ଜିଲା ପାଲଲହଡ଼ା ବିଧାୟକ ଥିବା ମହେଶ ଦୁଇ ହେଭିଓ୍ବେଟ ଭାଜପାର ରୁଦ୍ର ନାରାୟଣ ପାଣି ଓ କଂଗ୍ରେସର କାମାକ୍ଷା ପ୍ରସାଦ ସିଂହଦେଓଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। 

ହିଙ୍ଗୁଳା ଲୋକ ମହୋତ୍ସବର ୨ୟ ସନ୍ଧ୍ୟା : କଳାକାରଙ୍କ ନୃତ୍ୟରେ ଝୁମିଲେ ଦର୍ଶକ

ହିଙ୍ଗୁଳା ଲୋକ ମହୋତ୍ସବର ୨ୟ ସନ୍ଧ୍ୟା : କଳାକାରଙ୍କ ନୃତ୍ୟରେ ଝୁମିଲେ ଦର୍ଶକ

ତାଳଚେର, ୨୧ା୪(ନି.ପ୍ର.)- ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠରେ ଚାଲିଥିବା ୧୭ତମ ଲୋକ ମହୋତ୍ସବର ଶନିବାର ଥିଲା ୨ୟ ସା। ହିଙ୍ଗୁଳା କ୍ଷେତ୍ର ମହାପ୍ରବନ୍ଧକ ପି.ବି. ରେଡ୍ଡୀ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ହିଙ୍ଗୁଳା କ୍ଷେତ୍ରର କାର୍ମିକ ଅଧିକାରୀ ବି. ବେହୁରିଆ ଯୋଗ ଦେଇଥିଲେ। 

ଶେଷ ପର୍ଯ୍ୟାୟରେ ପ୍ରଶାସନର ନିର୍ବାଚନ ପ୍ରସ୍ତୁତି: ଆଜି ମତଦାନ କେନ୍ଦ୍ରକୁ ଯିବେ ପୋଲିଂ ପାର୍ଟି

ଶେଷ ପର୍ଯ୍ୟାୟରେ ପ୍ରଶାସନର ନିର୍ବାଚନ ପ୍ରସ୍ତୁତି: ଆଜି ମତଦାନ କେନ୍ଦ୍ରକୁ ଯିବେ ପୋଲିଂ ପାର୍ଟି

ଅନୁଗୋଳ ଅଫିସ, ୨୧।୪- ଅନୁଗୋଳ ଜିଲାରେ ସାଧାରଣ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବିଭିନ୍ନ ମତଦାନ କେନ୍ଦ୍ରକୁ ରବିବାର ଠାରୁ ନିର୍ବାଚନ ପରିଚାଳନା ଅଧିକାରୀମାନେ ଯିବେ ବୋଲି ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। 

କେନ୍ଦ୍ର ନେଉଛି କୋଇଲା ଟଙ୍କା, ଓଡ଼ିଶା ପାଉଛି ପ୍ରଦୂଷଣ

କେନ୍ଦ୍ର ନେଉଛି କୋଇଲା ଟଙ୍କା, ଓଡ଼ିଶା ପାଉଛି ପ୍ରଦୂଷଣ

ତାଳଚେର/କଣିହାଁ/ଛେଣ୍ଡିପଦା/ପବିତ୍ରନଗର/ ମାଧପୁର/ପାଲଲହଡ଼ା, ୨୧।୪-  ଶିଳ୍ପ ସମୃଦ୍ଧ ଅନୁଗୋଳର କୋଇଲାରୁ କେନ୍ଦ୍ର ହଜାର ହଜାର କୋଟି ଟଙ୍କା ନେଉଛି। ହେଲେ ଓଡ଼ିଶା ଧୂଳି, ଧୂଆଁ ଯୋଗୁ ପ୍ରଦୂଷିତ ହେଉଛି ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri