ରାଜ୍ୟ | ଅନଗୁଳ-ଢେଙ୍କାନାଳ

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଦାମ: ‘ଚାଷୀ ଶୋଷିତ, ଆଦିବାସୀ ଉପେକ୍ଷିତ’

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଦାମ: ‘ଚାଷୀ ଶୋଷିତ, ଆଦିବାସୀ ଉପେକ୍ଷିତ’

ଅନୁଗୋଳ ଅଫିସ, ୬।୧: ବିଜେଡି ସରକାର ଅମଳରେ ଚାଷୀ ଶୋଷିତ ହୋଇଚାଲିଛି। ଋଣ ଭାର, ଫସଲହାନୀ ଚିନ୍ତାରେ ଚାଷୀ ଆତ୍ମହତ୍ୟା ବଢିଚାଲିଛି। ଦୀର୍ଘ ୧୯ ବର୍ଷର ଶାସନରେ ସବୁ ଜମିକୁ ଜଳସେଚନ ସୁବିଧା ହୋଇପାରିନି। ହୀରାକୁଦ ଉପରମୁଣ୍ଡରେ ବର୍ଷା ହେଉଥିଲେ ମଧ୍ୟ ସରକାର ପାଣି ସଞ୍ଚୟ କରିବାରେ ବିଫଳ ହେଉଛନ୍ତି। ସରକାର ଯଦି ପୂର୍ବରୁ ଚିନ୍ତା କରିଥାଆନ୍ତେ, ତେବେ ହୀରାକୁଦର ତଳ ମୁଣ୍ଡରେ ପାଣି ସଞ୍ଚୟ କରିବାକୁ ବ୍ୟବସ୍ଥା ହୋଇପାରିଥାନ୍ତା। କିନ୍ତୁ ତାହା ନ କରି ଆଜି ଛତିଶଗଡ଼ ସରକାରଙ୍କ ସହ କଳି କରୁଛନ୍ତି। ସେହିପରି ରାଜ୍ୟରେ ଆଦିବାସୀମାନେ ଆଜି ପର୍ଯ୍ୟନ୍ତ ଉପେକ୍ଷିତ ହୋଇ ରହିଛନ୍ତି ବୋଲି ଶନିବାର ଅନୁଗୋଳରେ ଆୟୋଜିତ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ଶାସନ ବିରୋଧରେ ସୂଚନା ଅଧିକାର ଆଇନର ଭୂମିକା ସମ୍ପର୍କରେ ଅନୁଷ୍ଠିତ   ସାଧାରଣ ସଭାରେ ଯୋଗଦେଇ ଏହା କହିଛନ୍ତି ପୂର୍ବତନ ମନ୍ତ୍ରୀ ଡ. ଦାମୋଦର ରାଉତ। 

ରାଉତ ଆହୁରି କହିଲେ ଯେ, ବର୍ତ୍ତମାନର ସରକାର ବ୍ୟାପକ ଭ୍ରଷ୍ଟାଚାରରେ ଲିପ୍ତ। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ପାଣ୍ଡିଆନ ଚଳାଉଛନ୍ତି। ଦପ୍ତରର ଦୁର୍ନୀତି ଗ୍ରସ୍ତ ଲୋକଙ୍କୁ ଘଣ୍ଟ ଘୋଡ଼ାଯାଉଛି। ବିନା ପିସିରେ କୌଣସି ଫାଇଲ ହଲୁନି। ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି ମନ୍ତ୍ରୀ ଜାଣି ନ ଥାନ୍ତି। କେବଳ ଔପଚାରିକତା ଦୃଷ୍ଟିରୁ ସେ ଫାଇଲକୁ ପାସ୍‌ କରାଇଥାନ୍ତି। ରାଜ୍ୟରେ ମହିଳା ଅସୁରକ୍ଷିତ। ନିର୍ଯାତିତାଙ୍କୁ ନ୍ୟାୟ ମିଳୁନି। ଆହାର ଯୋଜନାରେ କମ୍ପାନୀଗୁଡିକର ପଇସା ଲାଗୁଛି। ଅନୁଗୋଳ ନାଲ୍‌କୋ କାରଖାନାରେ ଜମି ହରାଇଥିବା ଲୋକଙ୍କୁ ନିଯୁକ୍ତି ମିଳୁନି। ଚଳିତବର୍ଷ ରାଜ୍ୟରେ ୬୧ ଲକ୍ଷ ହେକ୍ଟର ଜମିରୁ ୩୬ ଭାଗ ଜମିରେ ଚାଷ ହୋଇନି। କିନ୍ତୁ ସରକାର କୃଷିରେ ପୁରସ୍କାର ପାଉଥିବା ନେଇ ବାହୁସ୍ଫୋଟ ମାରୁଛନ୍ତି। ଭାଗ ଚାଷୀଙ୍କୁ ଜମି ମାଲିକମାନେ ଶୋଷଣ କରୁଛନ୍ତି। ଭାଗ ଚାଷୀ ୧ ପ୍ରତିଶତରେ ଋଣ ନେଇ ଜମି ମାଲିକଙ୍କୁ ୪ ପ୍ରତିଶତ ସୁଧ ଦେଉଛି। ୧୪ ହଜାର କୋଟି ଟଙ୍କା ସରକାର କୃଷି ଋଣ ଆକାରରେ ଦେଉଛନ୍ତି। ସେଥିମଧ୍ୟରୁ ୭୦ ଭାଗ ଟଙ୍କା  ଅଣଚାଷୀ ନେଉଥିବା ଅଭିଯୋଗ କରିଛନ୍ତି ଦାମ। ସେହିପରି ପୁରୀରେ ଶନିବାର ବିଜେଡି ପକ୍ଷରୁ କରାଯାଇଥିବା କାର୍ଯ୍ୟକ୍ରମକୁ ମଧ୍ୟ ସେ ସମାଲୋଚନା କରିଛନ୍ତି। ଏବେ ରାଜ୍ୟରୁ ବିଜେଡି ସରକାର ପରିବର୍ତ୍ତନ ପାଇଁ ଉପଯୁକ୍ତ ସମୟ ଆସିଥିବା ଲୋକେ ଅନୁଭବ କଲେଣି ବୋଲି  ରାଉତ କହିଛନ୍ତି। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରବି ଦାସ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ବର୍ଷିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସୂଚନା ଅଧିକାରୀ ଅଭିଯାନ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ସମ୍ପାଦକ ସୁଧିର ମହାନ୍ତି, ସୂଚନା ଅଧିକାର କର୍ମୀ ପ୍ରିୟବ୍ରତ ଗଡ଼ନାୟକ, ବବିତା ପଣ୍ଡା, ଜିତେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

All Right Reserved By

ରାଜ୍ୟ | ଅନଗୁଳ-ଢେଙ୍କାନାଳ

ଶହୀଦ ପିଲାଙ୍କ ପଢା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଶହୀଦ ପିଲାଙ୍କ ପଢା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର,୧୬।୨(ବ୍ୟୁରୋ)- ଜାମ୍ମୁ ଓ କଶ୍ମୀରର ଫୁଲୱାମା ଜିଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଶା ବୀର ସୈନିକଙ୍କ ମରଶରୀର ଓଡ଼ିଶାରେ ପହଞ୍ଚିଛି।

ଫୁଲନଖରାରେ ଶହୀଦ ମନୋଜଙ୍କୁ ଶ୍ରଦ୍ଧାଞ୍ଜଳି

ଫୁଲନଖରାରେ ଶହୀଦ ମନୋଜଙ୍କୁ ଶ୍ରଦ୍ଧାଞ୍ଜଳି

ଫୁଲନଖରା, ୧୬।୨(ଡି.ଏନ୍‌.ଏ.)-ଜମ୍ମୁ-କଶ୍ମୀରରେ ସିଆରପିଏଫ୍‌ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ୨ଓଡ଼ିଆ ଯବାନଙ୍କ ମଧ୍ୟରୁ କଟକ ଜିଲା ନିଆଳିର ଶହୀଦ ମନୋଜ ବେହେରାଙ୍କ ମରଶରୀରକୁ ଶନିବାର ଫୁଲନଖରା ଛକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

୨ ଓଡ଼ିଆ ଶହୀଦଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ ଏମ୍‌ପି, ବିଧାୟକ

୨ ଓଡ଼ିଆ ଶହୀଦଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ ଏମ୍‌ପି, ବିଧାୟକ

କାକଟପୁର,୧୬।୨(ଡି.ଏନ୍‌.ଏ.): ଜମ୍ମୁ-କଶ୍ମୀର ପୁଲ୍‌ଓ୍ବାମାଠାରେ ଆତଙ୍କବାଦୀ  ଆକ୍ରମଣରେ ୨ ଓଡ଼ିଆ ଯବାନ ଶହୀଦ ହୋଇଥିଲେ। ଏ ନେଇ ଜଗତ୍‌ସିଂହପୁର ଏମ୍‌ପି  କୁଳମଣି ସାମଲ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ପୁରୀ ଜିଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, କାକଟପୁର ବ୍ଲକ ଅଧ୍ୟକ୍ଷା ମନୋରମା ସ୍ବାଇଁ  ପ୍ରମୁଖ ଶନିବାର ଶହୀଦଙ୍କ ଜନ୍ମମାଟିକୁ ଯାଇଥିଲେ। 

୨ ଓଡ଼ିଆ  ଶହୀଦ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଅନୁକମ୍ପା ରାଶି ଘୋଷଣାକଲେ ସରକାର

୨ ଓଡ଼ିଆ ଶହୀଦ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଅନୁକମ୍ପା ରାଶି ଘୋଷଣାକଲେ ସରକାର

ଭୁବନେଶ୍ୱର,୧୬।୨(ବ୍ୟୁରୋ): ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଶହୀଦ ୨ ଓଡ଼ିଆ  ଯବାନଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକମ୍ପା ରାଶି ୧୦ଲକ୍ଷରୁ ୨୫ ଲକ୍ଷ ଟଙ୍କାକୁ ଶନିବାର ବୃଦ୍ଧି କରିଛନ୍ତି।

ବିମାନ ବନ୍ଦରରେ ପହଞ୍ଚିଲା  ୨ ଓଡ଼ିଆ ଶହୀଦ ଯବାନଙ୍କ ପାର୍ଥିବ ଶରୀର

ବିମାନ ବନ୍ଦରରେ ପହଞ୍ଚିଲା ୨ ଓଡ଼ିଆ ଶହୀଦ ଯବାନଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର,୧୬।୨(ବ୍ୟୁରୋ): ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ୨ ଓଡ଼ିଆ  ବୀର ଯବାନଙ୍କ ପାର୍ଥିବ ଶରୀର ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର  ବିମାନବନ୍ଦରରେ  ଶନିବାର ପହଞ୍ଚିଛି।  

ଶିଳାନ୍ୟାସ ପୂର୍ବରୁ ଭାଙ୍ଗିଲା ଫଳକ: ହୋଇପାରିଲାନି ଶିଳାନ୍ୟାସ

ଶିଳାନ୍ୟାସ ପୂର୍ବରୁ ଭାଙ୍ଗିଲା ଫଳକ: ହୋଇପାରିଲାନି ଶିଳାନ୍ୟାସ

ତିହିଡ଼ି,୧୬।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅଧୀନ ଗୋବିନ୍ଦପୁର ପଞ୍ଚାୟତରେ ଶନିବାର ୩ ପ୍ରକଳ୍ପ ଉଦ୍‌ଘାଟନ ଓ ବିଭିନ୍ନ ଶିଳାନ୍ୟାସ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଥିଲା।

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ: ୨ ବଖରା ଜଳିଗଲା, ୩ ଗୁରୁତର

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ: ୨ ବଖରା ଜଳିଗଲା, ୩ ଗୁରୁତର

ଛେଣ୍ଡିପଦା, ୧୬।୨(ସ୍ବ.ପ୍ର): ଅନୁଗୋଳ  ଜିଲା ଜରପଡ଼ା ଥାନା ଜେରେଙ୍ଗ ଦେହୁରୀ ସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀଧରପୁର ବାହାଳସାହିରେ ଗ୍ୟାସ ଲିକ୍‌ ହୋଇଯିବାରୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇ ବଖରା ଚାଳଘର ପୋଡି ଜଳିଯାଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଖଇରା ନାଳପୋଲ ନିକଟରେ ବସ୍‌ ଦୁର୍ଘଟଣା: ଶିଶୁ ମୃତ, ୫ ଗୁରୁତର

ଖଇରା ନାଳପୋଲ ନିକଟରେ ବସ୍‌ ଦୁର୍ଘଟଣା: ଶିଶୁ ମୃତ, ୫ ଗୁରୁତର

କଟକ ଅଫିସ,୧୬।୨: କଟକ ଜିଲା ଜଗତପୁର ଥାନା ଅନ୍ତର୍ଗତ ଖଇରା ନାଳପୋଲ ନିକଟରେ ଶନିବାର ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅନଶନରେ ବସି ପୁଞ୍ଜିଲାଲ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅନଶନରେ ବସି ପୁଞ୍ଜିଲାଲ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗୀର ଅଫିସ, ୧୬।୨- ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଶନିବାର ବଲାଙ୍ଗୀର ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଦୀର୍ଘ ୧୦ ଦିନ ହେଲା ଅନଶନ କରିବା ହେତୁ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 

ହଠାତ୍‌ ବର୍ଷା ବଢ଼ାଇଦେଲା ନାଲି ଚା’ର ଚାହିଦା

ହଠାତ୍‌ ବର୍ଷା ବଢ଼ାଇଦେଲା ନାଲି ଚା’ର ଚାହିଦା

କେନ୍ଦୁଝର,୧୬।୨(ସ୍ବ.ପ୍ର.): ରାଜ୍ୟରେ ଶୀତ କମି ଆସୁଥିବା ଯୋଗୁ କିଛିଦିନ ଧରି ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଉଥିଲା। ମାତ୍ର ଶନିବାର ପାଣିପାଗରେ ପରିବର୍ତ୍ତନ ଘଟି ହଠାତ୍‌ ବର୍ଷା ହୋଇଛି। ଏହି ଉପଲକ୍ଷେ  କେନ୍ଦୁଝର ସହରବାସୀ ନାଲି ଚା’ର ମଜା ଉଠାଇଛନ୍ତି।

 ମାଟ୍ରିକ ପରୀକ୍ଷା ନେଇ ପ୍ରଶାସନିକ ପ୍ରସ୍ତୁତି

ମାଟ୍ରିକ ପରୀକ୍ଷା ନେଇ ପ୍ରଶାସନିକ ପ୍ରସ୍ତୁତି

କେନ୍ଦୁଝର,୧୬।୨(ସ୍ବ.ପ୍ର.): ଆସନ୍ତା ୨୨ ତାରିଖରୁ  ହେବାକୁଥିବା ମାଟ୍ରିକ ପରୀକ୍ଷାରେ କେନ୍ଦୁଝର ଜିଲାର ୨୩,୨୩୩ ଜଣ ରେଗୁଲାର ଓ ୧,୨୨୧ ଜଣ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର ପରୀକ୍ଷା ଦେବେ। ୧୨୩ କେନ୍ଦ୍ରରେ ପରୀକ୍ଷା ହେବାକୁ ଥିବା ବେଳେ ୩ଟି କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବାକୁ ନିଷ୍ପତ୍ତି ନିଆଯାଇଛି।  

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ରାଇକିଆରେ ୨ ମିନିଟ ନୀରବ ପ୍ରାର୍ଥନା

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ରାଇକିଆରେ ୨ ମିନିଟ ନୀରବ ପ୍ରାର୍ଥନା

ରାଇକିଆ,୧୬।୨(ଡି.ଏନ୍‌ଏ.): ଜମ୍ମୁ-କଶ୍ମୀର ପୁଲଓ୍ବାମାଠାରେ ଆତଙ୍କବାଦୀ  ସଂଗଠନ ଦ୍ୱାରା ହୋଇଥିବା ଆକ୍ରମଣରେ ବୀର ଯବାନ ଶହୀଦ ହୋଇଥିଲେ। ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ରାଇକିଆ ବିଜୟ ହାଇସ୍କୁଲଠାରେ ଶନିବାର ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।