ବାଣିଜ୍ୟ |

ଟଙ୍କା ନ ଥିବାରୁ ଦରମା ଦେଇପାରୁନି ହାଲ୍‌;୧୦୦୦କୋଟି ଋଣ କରିବ

ଟଙ୍କା ନ ଥିବାରୁ ଦରମା ଦେଇପାରୁନି ହାଲ୍‌;୧୦୦୦କୋଟି ଋଣ କରିବ

ନୂଆଦିଲ୍ଲୀ,୬-୧: ପ୍ରତିରକ୍ଷା କ୍ଷେତ୍ରରେ ରାଷ୍ଟ୍ରାୟତ୍ତ କମ୍ପାନି ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ହାଲ୍‌)ର ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। କର୍ମଚାରୀଙ୍କୁ ଦରମା ଦେବା ଲାଗି ଏହା ନିକଟରେ ଅର୍ଥ ନାହିଁ। ବେତନ ଦେବା ଲାଗି କମ୍ପାନୀ ୧୦୦୦ କୋଟି ଟଙ୍କା ଋଣ ଆଣିିବ ବୋଲି ସିଏମ୍‌ଡି ଆର୍‌.ମାଧବନ ଗଣମାଧ୍ୟମକୁ କହିଛନ୍ତି। ଏପ୍ରିଲରୁ କମ୍ପାନୀ ନିକଟରେ କୌଣସି କାମ ନାହିଁ। ଅବସ୍ଥା ଏପରି ଯେ, ଏହା କୌଣସି ସାମଗ୍ରୀ କିଣିବା ସ୍ଥିତିରେ ନାହିଁ। ଏପରିକି ଭେଣ୍ଡରଙ୍କୁ ବକେୟା ଦେଇପାରୁନି। 

ଗଣମାଧ୍ୟମକୁ ଦେଇଥିବା ସୂଚନାରେ ସିଏମ୍‌ଡି ମାଧବନ କହିଛନ୍ତି ଯେ, ହାଲ୍‌ ନିକଟରେ ଆଦୌ ଅର୍ଥ ନାହିଁ। କର୍ମଚାରୀଙ୍କୁ ବେତନ ଦେବା ଲାଗି ଓଭରଡ୍ରାଫ୍ଟ ମାଧ୍ୟମରେ ଋଣ କରିବାକୁ ହେବ। ମାର୍ଚ୍ଚ ସୁଦ୍ଧା କମ୍ପାନୀର ବକେୟା ପ୍ରାୟ ୬ହଜାର କୋଟି ଟଙ୍କା ହେବ। ଯାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ। ପ୍ରକଳ୍ପ ପାଇଁ ନୁହେଁ ବରଂ ଦୈନନ୍ଦିନ ଖର୍ଚ୍ଚ ତୁଲାଇବା ପାଇଁ କମ୍ପାନୀଙ୍କୁ ଏବେ ଋଣ କରିବାକୁ ହେବ ବୋଲି ସେ କହିଛନ୍ତି। ହାଲ୍‌ର ଓଭରଡ୍ରାଫ୍ଟ ସୀମାକୁ ୧୯୫୦ କୋଟି ଟଙ୍କାରୁ ବୃଦ୍ଧି କରିବା ଲାଗି ପ୍ର୍ରୟାସ ଚାଲିଛି। ଗତବର୍ଷ ସେପ୍ଟେମ୍ବରରୁ ଭାରତୀୟ ବାୟୁସେନା ଏହାର ବକେୟା ଦେଇ ନ ଥିବାରୁ ହାଲ୍‌ର ଏଭଳି ଅବସ୍ଥା ହୋଇଛି ବୋଲି ସେ କହିଛନ୍ତି। ୨୦୧୮ ଅକ୍ଟୋବର ସୁଦ୍ଧା ବାୟୁସେନାରୁ ହାଲ୍‌ ପ୍ରାୟ ୧୦ ହଜାର କୋଟି ଟଙ୍କା ପାଇନାହିଁ। ଡିସେମ୍ବର ସୁଦ୍ଧା ଏହା ୧୫,୭୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏହା ପ୍ରାୟ ୨୦ ହଜାର କୋଟି ଟଙ୍କାରେ ପହଞ୍ଚତ୍ୟିବ ବୋଲି ସିଏମ୍‌ଡି ମାଧବନ କହିଛନ୍ତି। ସୂଚନାଥାଉ କି, ୨୦୧୭-୧୮ ଆର୍ଥିକ ବର୍ଷରେ ହାଲ୍‌ ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୧୩,୭୦୦ କୋଟି ଟଙ୍କାର ବଜେଟ୍‌ ଧାର୍ଯ୍ୟ ହୋଇଥିଲା। ୨୦୧୮-୧୯ରେ ଏଥିରେ ସଂଶୋଧନ କରାଯାଇ ୩୩,୭୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ତନ୍ମଧ୍ୟରେ ୨୦୧୭-୧୮ର ବକେୟା ସାମିଲ ରହିଛି। ଏଥିରୁ ୨୦,୨୮୭ କୋଟି ଟଙ୍କା ମିଳିଥିବା ବେଳେ ଅବଶିଷ୍ଟ ୧୬,୪୨୦ କୋଟି ଟଙ୍କା ପାଇବାକୁ ଅଛି। ଆଜିସୁଦ୍ଧା ବକେୟା ପରିମାଣ ୧୫,୭୦୦ କୋଟି ଟଙ୍କା ରହିଛି ବୋଲି ମାଧବନ କହିଛନ୍ତି। ସାମଗ୍ରୀ ଓ ସେବା ଯୋଗାଣ ବାବଦରେ କମ୍ପାନି ନିଜର ବକେୟା ଅର୍ଥ ଚାହୁଁଛି। ନିଜର ଖର୍ଚ୍ଚ ମେଣ୍ଟାଇବା ଲାଗି ଏହା ଅଗ୍ରିମ ଚାହୁଁନି। ୧୫,୭୦୦ କୋଟି ଟଙ୍କା ମଧ୍ୟରୁ ୧୪,୫୦୦ କୋଟି ଟଙ୍କା ବାୟୁସେନା ଦେବ। ଅବଶିଷ୍ଟ ଅର୍ଥ ସ୍ଥଳସେନା, ନାଭି ଓ କୋଷ୍ଟ ଗାର୍ଡଠାର ପାଇବାକୁ ଅଛି। ସେ କହିଛନ୍ତି ଯେ, ପ୍ରତିରକ୍ଷା ମନ୍ତ୍ରଣାଳୟ ସେନାବାହିନୀ ପାଇଁ ସର୍ବଦା ବଜେଟ୍‌ ପ୍ରସ୍ତୁତ କରନ୍ତି। ସେଠାରୁ କମ୍ପାନୀକୁ କାମ ବାବଦରେ ଅର୍ଥ ମିଳେ। ହାଲ୍‌ ନିକଟରେ ସର୍ବଦା ବଳକା ଅର୍ଥ ଥାଏ। ତେବେ ବିଗତ ୨ରୁ ୩ ଦଶନ୍ଧି ଭିତରେ ପ୍ରଥମଥର ଯେତେବେଳେ କମ୍ପାନି ନିକଟରେ ଅର୍ଥର ଅଭାବ ରହିଛି। ସୂଚନାଥାଉ କି, ୨୦୦୩-୦୪ରେ ହାଲ୍‌ ନିକଟରେ ସର୍ବନିମ୍ନ ୪,୮୪୧ କୋଟି ଟଙ୍କା ଥିଲା। ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହା ନିକଟରେ ୬,୫୨୪ କୋଟି ଟଙ୍କା ଥିଲା, ଯାହା ହ୍ରାସ ପାଇ ସେପ୍ଟେମ୍ବର ୩୦ ତାରିଖସୁଦ୍ଧା ୧,୦୦୦ କୋଟି ଟଙ୍କାରେ ପହଞ୍ଚତ୍ଥିଲା। ତେବେ ଡିସେମ୍ବର ୩୧, ୨୦୧୮ ସୁଦ୍ଧା କମ୍ପାନି ନିକଟରେ  ଟଙ୍କାଟିଏ ନାହିଁ। ଗୋଟିଏ ମାସରେ କମ୍ପାନି ୧୩୦୦ରୁ ୧୪୦୦ କୋଟି ଟଙ୍କା ଖର୍ଚ୍ଚ କରିଥାଏ। ତନ୍ମଧ୍ୟରୁ ୩୫୮ କୋଟି ଟଙ୍କା ଦରମା ବାବଦରେ ଓ ଅବଶିଷ୍ଟ ସାମଗ୍ରି କିଣାରେ ବ୍ୟୟ ହୁଏ। ପ୍ରତି ମାସରେ ହେଉଥିବା ଖର୍ଚ୍ଚକୁ ଯୋଡିଲେ ଆଗାମୀ ଦିନରେ କମ୍ପାନିର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇଯିବ ବୋଲି ସିଏମ୍‌ଡି ପ୍ରକାଶ କରିଛନ୍ତି। ଏହାର ଗଭୀର ପ୍ରଭାବ ଅନ୍ୟ ପ୍ରକଳ୍ପ ଉପରେ ପଡିବ। ଗତବର୍ଷ କିଣାଯାଇଥିବା ସାମଗ୍ରି ଯୋଗୁ ଚଳିତ ବର୍ଷ ଏ ବାବଦରେ କିଣାଯିବାର ପ୍ରସ୍ତାବ ନାହିଁ। ଏପ୍ରିଲରୁ ଅର୍ଥ ଅଭାବରେ ବିମାନ ମରାମତି କାର୍ଯ୍ୟ ପ୍ରଭାବିତ ହେବ। ଏକ୍ଷେତ୍ରରେ ହାଲ୍‌ ବାର୍ଷିକ ୬ ହଜାର କୋଟି ଟଙ୍କା ଆୟ କରିଥାଏ ବୋଲି ମାଧବନ କହିଛନ୍ତି। ଅର୍ଥ ଅଭାବରେ ହାଲ୍‌ର କାର୍ଯ୍ୟ ସ୍ଥାଣୁ ପାଲଟିଲେ ଏହା ଉପରେ ନିର୍ଭରଶୀଳ ପ୍ରାୟ ୨୦୦୦ ଭେଣ୍ଡର ଅର୍ଥାତ୍‌ ଏମ୍‌ଏସ୍‌ଏମ୍‌ଇ ପ୍ରଭାବିତ ହେବେ। ସେମାନଙ୍କ ଆର୍ଥିକ ସ୍ଥିତି ଦୋହଲିଯିବ ଏହାହି ତାଙ୍କର ବଡ଼ ଚିନ୍ତା ବୋଲି ସିଏମ୍‌ଡି କହିଛନ୍ତି। 

All Right Reserved By

ବାଣିଜ୍ୟ |

ଲଣ୍ଡନ କୋର୍ଟରେ ମାଲ୍ୟାଙ୍କୁ ଝଟକା

ଲଣ୍ଡନ କୋର୍ଟରେ ମାଲ୍ୟାଙ୍କୁ ଝଟକା

ଲଣ୍ଡନ,୧୮-୪: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଉ ଏକ ଝଟକା ଲାଗିଛି। ଲଣ୍ଡନ ବ୍ୟାଙ୍କରେ ଜମା ଥିବା ଅର୍ଥ ସମ୍ପର୍କିତ ଆଦେଶକୁ  ବାତିଲ ପାଇଁ ମାଲ୍ୟାଙ୍କ ପକ୍ଷରୁ ଆଗତ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ଟାଇମ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ୩ ଭାରତୀୟ

ଟାଇମ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ୩ ଭାରତୀୟ

ନ୍ୟୁୟର୍କ,୧୮-୪: ଟାଇମ ପତ୍ରିକା ପକ୍ଷରୁ ଚଳିତ ବର୍ଷର ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କର ଏକ ତାଲିକା ପ୍ରକାଶ କରିଛି। ଏଥିରେ ୩ ଭାରତୀୟ ସାମିଲ ହୋଇଛନ୍ତି। 

ଗୁଗଲ, ଆପଲ ଆପ୍‌ ଷ୍ଟୋରରୁ ହଟିଲା ଟିକ୍‌ଟକ୍‌

ଗୁଗଲ, ଆପଲ ଆପ୍‌ ଷ୍ଟୋରରୁ ହଟିଲା ଟିକ୍‌ଟକ୍‌

ନୂଆଦିଲ୍ଲୀ,୧୮-୪: ଗୁଗଲ ଏବଂ ଆପଲ ନିଜର ଆପ୍‌ ଷ୍ଟୋରରୁ ଟିକଟକ ଆପ୍‌କୁ ହଟାଇ ଦେଇଛି। ମାଡ୍ରାସ ହାଇକୋଟର୍ର୍  ଭାରତରେ ଏହି ଆପ୍‌କୁ ବ୍ୟାନ କରିବା ପରେ ଏଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ନ ଥିଲେ।

ବିମୁଦ୍ରୀକରଣ ପରେ ନିଯୁକ୍ତି ହରାଇଛନ୍ତି ୫୦ ଲକ୍ଷ

ବିମୁଦ୍ରୀକରଣ ପରେ ନିଯୁକ୍ତି ହରାଇଛନ୍ତି ୫୦ ଲକ୍ଷ

ନୂଆଦିଲ୍ଲୀ,୧୮-୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କଲେ। ଏହାଦ୍ୱାରା ଆତଙ୍କବାଦ, ଦୁର୍ନୀତି ଓ କଳାଧନ ଦେଶରୁ ଲୋପ ପାଇବ ବୋଲି ଦାବି କରା ଯାଇଥିଲା। 

ପରିବର୍ତ୍ତିତ ମାର୍ଗରେ ଯିବ ସମ୍ବଲପୁର, ବିଶାଖାପାଟଣା-ନାନ୍ଦେଡ୍‌ ଏକ୍ସପ୍ରେସ

ପରିବର୍ତ୍ତିତ ମାର୍ଗରେ ଯିବ ସମ୍ବଲପୁର, ବିଶାଖାପାଟଣା-ନାନ୍ଦେଡ୍‌ ଏକ୍ସପ୍ରେସ

ଭୁବନେଶ୍ୱର,୧୮-୪:ସମ୍ବଲପୁର-ନାନ୍ଦେଡ-ସମ୍ବଲପୁର ଏବଂ ବିଶାଖାପାଟଣା-ନାନ୍ଦେଡ-ବିଶାଖାପାଟଣା ତ୍ରିସାପ୍ତାହିକ ଏକ୍ସପ୍ରେସ ଚଳିତ ମାସ ୪ର୍ଥ ସପ୍ତାହଠାରୁ ପରିବର୍ତ୍ତିତ ମାର୍ଗ ଦେଇ ଯିବ। ଏହା ବିଜୟଓ୍ବାଡା ପରିବର୍ତ୍ତେ ଗୁଣ୍ଡାଲା-ରାୟନାପଡୁ ମାର୍ଗ ଦେଇ ଚଳାଚଳ କରିବ।

ଜରୁରୀ ପାଣ୍ଠି ଦେଲେନି ଋଣପ୍ରଦାନକାରୀ; ସାମୟିକ ବନ୍ଦ ହେଲା ଜେଟ୍‌

ଜରୁରୀ ପାଣ୍ଠି ଦେଲେନି ଋଣପ୍ରଦାନକାରୀ; ସାମୟିକ ବନ୍ଦ ହେଲା ଜେଟ୍‌

ନୂଆଦିଲ୍ଲୀ,୧୮-୪: ଋଣରେ ବୁଡ଼ି ଯାଇଥିବା ଜେଟ୍‌ ଏୟାରଓ୍ବେଜରେ ଦୀର୍ଘ ୨୫ ବର୍ଷ ପରେ ତାଲା ଝୁଲିଲା। ପରିଚାଳନ ବ୍ୟବସ୍ଥାକୁ ଜିଇଁ ରଖିବା ଲାଗି କମ୍ପାନୀ ମ୍ୟାନେଜମେଣ୍ଟ ବ୍ୟାଙ୍କଗୁଡ଼ିକ(ଋଣପ୍ରଦାନକାରୀ)ଠାରୁ ଜରୁରୀକାଳୀନ ଭିତ୍ତିରେ ୪୦୦ କୋଟି ଟଙ୍କା ଦେବାକୁ କହିଥିଲେ।

ରିୟଲ ଲାଇଫକୁ ନେଇ ସିନେମା କରିବ ଫିଲ୍ମ କିଡା

ରିୟଲ ଲାଇଫକୁ ନେଇ ସିନେମା କରିବ ଫିଲ୍ମ କିଡା

ମୁମ୍ବାଇ,୧୮-୪: ବ୍ୟବସାୟିକ ସିନେମା ପ୍ରସ୍ତୁତିରେ ନିଜର ଛାପ ଛାଡିବା ପରେ ଫିଲ୍ମ କିଡା ପ୍ରଡକ୍ସନ ହାଉସ ବର୍ତ୍ତମାନ ରିୟଲ ଲାଇଫ ଷ୍ଟୋରୀକୁ ନେଇ ସିନେମା କରିବ। ଦର୍ଶକଙ୍କ ପସନ୍ଦ ଆସିବା ଭଳି କଣ୍ଟେଣ୍ଟ ଉପରେ କାର୍ଯ୍ୟ କରିବାକୁ ପ୍ରଡକ୍ସନ ହାଉସ ଲକ୍ଷ୍ୟ ରଖିଛି।

ଓଡ଼ିଶାରେ ହେବ ଇ-ଯାନ ଉତ୍ପାଦନ

ଓଡ଼ିଶାରେ ହେବ ଇ-ଯାନ ଉତ୍ପାଦନ

ଭୁବନେଶ୍ୱର,୧୮-୪: ଓଡ଼ିଶାରେ ପ୍ରଥମଥର ଲାଗି ଇ-ସ୍କୁଟର ଉତ୍ପାଦନ ହେବ। ଓମ୍‌ଜୟ ଇଭି ଲିମିଟେଡ ଏହି ଇ-ଯାନଗୁଡ଼ିକୁ ଉତ୍ପାଦନ କରିବାକୁ ଯୋଜନା ରହିଛି। ଯାଜପୁର ଜିଲାର ବଡଚଣାଠାରେ ମଡେଲଗୁଡିକ ମାନୁଫାକରିଂ କରାଯିବ।

ନିଯୁକ୍ତି ସୁରକ୍ଷାରେ ସହାୟକ ନୁହେଁ  ସଂରକ୍ଷଣବାଦ:ରାଜନ

ନିଯୁକ୍ତି ସୁରକ୍ଷାରେ ସହାୟକ ନୁହେଁ ସଂରକ୍ଷଣବାଦ:ରାଜନ

ୟୁନାଇଟେଡ ନେସନ୍ସ,୧୮-୪: ବିଶ୍ୱର ଦେଶଗୁଡିକ ଆପଣାଉଥିବା ସଂରକ୍ଷଣବାଦ ନିଯୁକ୍ତି ସୁରକ୍ଷା ଦିଗରେ ବିଶେଷ ଭାବେ ସହାୟକ ହେବ ନାହିଁ। ଅପରପକ୍ଷରେ ଅଟୋମେଶନ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୋଗୁ ନିଯୁକ୍ତି ଉପରେ ପଡୁଥିବା ପ୍ରଭାବକୁ ଏହା ସାମାନ୍ୟ ପ୍ରତିହତ କରିବାକୁ ସକ୍ଷମ ହୋଇ ପାରେ ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ମଙ୍ଗଳବାର କହିଛନ୍ତି। 

ନୂଆ ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନ ଚଳାଇଲା ରେଲଓ୍ବେ

ନୂଆ ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନ ଚଳାଇଲା ରେଲଓ୍ବେ

ଭୁବନେଶ୍ୱର,୧୮-୪: ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ପୁଣି ଏକ ନୂଆ ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନର ଶୁଭାରମ୍ଭ କରାଯାଇଛି। ଜୁନ ମାସ ମାସ ଶେଷ ପର୍ଯ୍ୟନ୍ତ ସାନ୍ତ୍ରାଗାଛି-ଚେନ୍ନାଇ ସେଣ୍ଟ୍ରାଲ ଟ୍ରେନ ଚଳାଚଳ କରାଇବାକୁ ରେଲଓ୍ବେ ପକ୍ଷରୁ ଘୋଷଣା କରାଯାଇଛି।

୪,୧୫୨ କୋଟି ଟଙ୍କାର ପ୍ରିମିୟମ ସଂଗ୍ରହ କଲା ଏଲ୍‌ଆଇସି

୪,୧୫୨ କୋଟି ଟଙ୍କାର ପ୍ରିମିୟମ ସଂଗ୍ରହ କଲା ଏଲ୍‌ଆଇସି

ଭୁବନେଶ୍ୱର, ୧୮-୪: ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ର ପୂର୍ବ କେନ୍ଦ୍ରୀୟ ଜୋନ ବୀମା ପ୍ରିମିୟମ ସଂଗ୍ରହ କ୍ଷେତ୍ରରେ ରେକର୍ଡ ହାସଲ କରିଛି। ଜୋନ ପ୍ରଥମ ପ୍ରିମିୟମ ଆୟ ଭାବେ ୪୧୫୨ କୋଟି ଟଙ୍କା ସଂଗ୍ରହ କରିବାକୁ ସକ୍ଷମ ହୋଇଥିବା ପ୍ରବନ୍ଧକ ସି.ବିକାଶ ରାଓ ସୂଚନା ଦେଇଛନ୍ତି। 

ହିରୋ ଚ୍ୟାଲେଞ୍ଜ-୨୦୧୯ ଘୋଷଣା

ହିରୋ ଚ୍ୟାଲେଞ୍ଜ-୨୦୧୯ ଘୋଷଣା

ନୂଆଦିଲ୍ଲୀ,୧୮-୪: ଇଂଲଣ୍ଡର ଲିଭରପୁଲ ଓ୍ବାଟର ପ୍ରିନ୍ସ ଡକ୍‌ରେ ଦି ହିରୋ ଚ୍ୟାଲେଞ୍ଜ-୨୦୧୯ ଗଲ୍ଫ ନାଇଟ୍‌ ଅନୁଷ୍ଠିତ ହେବ। ବିଶ୍ୱରଖ୍ୟାତି ସମ୍ପନ୍ନ ଗଲ୍ଫର ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।


Model This Week

କ୍ରିଷ୍ଣା
Why Dharitri