
ବଇଣ୍ଡା,୫।୧(ଡି.ଏନ.ଏ.)- କିଶୋରନଗର ବ୍ଲକ ଇଚ୍ଛାପୁର ହାଇସ୍କୁଲ ଖେଳପଡ଼ିଆଠାରେ ଚାଲିଥିବା ମଧୂସୁଦନ ମେମୋରିଆଲ କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଅନୁଷ୍ଠିତ ୨ ଟି ମ୍ୟାଚରେ ହଣ୍ଡପା ଓ ଆରଆଇ ବଇଣ୍ଡା ବିଜୟୀ ହୋଇଛି। ପ୍ରଥମ ମ୍ୟାଚ୍ ଆରଆଇ ବଇଣ୍ଡା ସହ ସରଗିପାଲି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଆରଆଇ ବଇଣ୍ଡା ବ୍ୟାଟିଂ କରି ୧୩୮ ରନ କରିଥିଲା। ଜବାବରେ ସରଗିପାଲି ୭୫ ରନ କରି ପରାସ୍ତ ହୋଇଥିଲା। ସେହିପରି ୨ୟ ମ୍ୟାଚ ଲୁହାମୁଣ୍ଡା ସହିତ ହଣ୍ଡପା ମଧ୍ୟରେ ଖେଳାଯାଇଥିଲା। ପ୍ରଥମେ ଲୁହାମୁଣ୍ଡା ବ୍ୟାଟିଂ କରି ୪୬ ରନ କରିଥିଲା। ଜବାବରେ ହଣ୍ଡପା ୪୭ ରନ କରି ବିଜୟୀ ହୋଇଥିଲା। ଖଗେଶ୍ୱର ମାଝି, ବାଳକୃଷ୍ଣ ସାହୁ, ସରୋଜ ଦେହୁରି, ପ୍ରଦୋଷ ସାହୁ ପ୍ରମୁଖ ପରିଚାଳନା କରିଥିଲେ।