
ବନ୍ତଳା,୫।୧(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ବଡକେରା ପଞ୍ଚାୟତ ଚମ୍ପତିମୁଣ୍ଡା ଜବାହର ନବୋଦୟ ବିଦ୍ୟାଳୟରେ ଶନିବାର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ ରୁଦ୍ର ପ୍ରସାଦ ସାହୁ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଥିବା ୮୦ ଜଣ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରିଥିଲେ। ସରିତା ପ୍ରଧାନ ପରିଚାଳନା କରିଥିଲେ। ପ୍ରଶାନ୍ତ ପାଢ଼ୀ, ଶାରଦା ଶତପଥୀ, ଦେବେନ୍ଦ୍ର ବାରିକ, ରବି ଶଙ୍କର ଓଝା, ପ୍ରକାଶ କୁମାର ଦାସ, ଯଦୁବେନ୍ଦ୍ର ଦାସ, ହିମାଂଶୁ ଶେଖର ବେହେରା, ନିଳିମା ରାଉତ, ଚିନ୍ମୟୀ ପ୍ରଭାକର ପ୍ରମୁଖ ସହଯୋଗ କରିଥିଲେ। ଉପଧ୍ୟକ୍ଷା ଗୀତା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।