
ପରଜଙ୍ଗ, ୫।୧(ଡି.ଏନ୍.ଏ.)ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ କଟାବାହଳ ଖେଳପଡ଼ିଆରେ ଶୁକ୍ରବାର ୩ନଂ. ଜୋନ୍ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ଯୋଗଦେଇ ଭାଜପା ସରକାର ଉପରେ ପ୍ରବଳ ବର୍ଷିଥିଲେ। ଏଥିସହ ଜଣେ କର୍ମୀ ସଙ୍ଗଠନରେ ନୂଆ କରି ଆଉ ୧୦ଜଣଙ୍କୁ ଯୋଡ଼ିବାକୁ ଆହ୍ବାନ ଦେଇଥିଲେ।
ମନ୍ତ୍ରୀ ନିଜ ଅଭିଭାଷଣରେ କହିଲେ, ରାଜ୍ୟର ଚାଷୀ ଏବଂ ଚାଷର ଉନ୍ନତି ଲକ୍ଷ୍ୟନେଇ କାର୍ଯ୍ୟକାରୀ ହୋଇଛି ‘କାଳିଆ’ ଯୋଜନା। ଏହାଦ୍ୱାରା କୃଷି କ୍ଷେତ୍ରର ସାମଗ୍ରିକ ବିକାଶ ହେବା ସହିତ ଚାଷୀ ପରିବାରର ଆର୍ଥିକସ୍ଥିତ ସମୃଦ୍ଧ ହେବ। ପ୍ରତି ଚାଷୀ ପରିବାର ଯୋଜନାର ଲାଭ ଉଠାଇବାକୁ ମନ୍ତ୍ରୀ ଆହ୍ବାନ ଦେଇଥିଲେ।
ବ୍ଲକ ବିଜେଡି ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା, ଉପାଧ୍ୟକ୍ଷା ବିଳାସିନୀ ସେଠୀ, ଯୁବନେତା ଇଂ. ଅଜିତ ସାହୁ, ବ୍ଲକ ଯୁବ ବିଜେଡି ସଭାପତି ସୁବ୍ରତ ଦାସ, ସରପଞ୍ଚ ଦୁଃଶାସନ ବିଶ୍ୱାଳ, ପ୍ରିୟଜିତ୍ ସାମଲ, ଦୁଃଖବନ୍ଧୁ ସାହୁ, ଗୌତମ ପାଣି, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ନାୟକ, ଏସ୍ସି ସେଲ୍ ସଭାପତି କାଳିନ୍ଦୀ ମଲ୍ଲିକ, ନାରୀନେତ୍ରୀ ଶିଷ୍ଟର ନିବେଦିତା, ବିଦ୍ୟାଧର ଦେହୁରୀ, ତରଣୀସେନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଭାଜପା ଏବଂ କଂଗ୍ରେସର କେତେଜଣ କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ସମ୍ମିଳନୀରେ ୨ହଜାରରୁ ଉର୍ଦ୍ଧ କର୍ମୀ ଯୋଗ ଦେଇଥିଲେ। ଯୁବନେତା ପ୍ରିୟଦର୍ଶୀ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ।