ସମ୍ବଲପୁର

୧୧ଦିନରେ ପହଞ୍ଚତ୍ଲା କୃଷକ ମଞ୍ଚ ଆନ୍ଦୋଳନ

୧୧ଦିନରେ ପହଞ୍ଚତ୍ଲା କୃଷକ ମଞ୍ଚ ଆନ୍ଦୋଳନ

ନୂଆପଡା ଅଫିସ,୫ା୧ 

ନୂଆପଡା ଜିଲା ଜୋଙ୍କ ଜଳସେଚନ ପ୍ରକଳ୍ପ (ପତୋରା ଡ୍ୟାମ)ରୁ ରବିଚାଷ ପାଇଁ ଜିରୋହେଡରୁ ପାଣି ଯୋଗାଣ, ଅନିୟମିତତାର ତଦନ୍ତ, ଏପେକ୍ସ ପ୍ରେସିଡେଣ୍ଟ, ସହକାରୀ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଯୋଗେଶ୍ୱର କୃଷକ ମଞ୍ଚ ଗତ ୧୧ ଦିନ ଧରି ଆନ୍ଦୋଳନ ଚଳାଇ ଆସିଛି। ଶୁକ୍ରବାର ଆନ୍ଦୋଳନ ସ୍ଥଳରେ ଜଳସେଚନ ବିଭାଗ ଅଧିକାରୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ଉପସ୍ଥିତିରେ କେନାଲରେ ପାଣି ଛାଡିବାକୁ ଅଧିକାରୀମାନେ ଉଦ୍ୟମ କରୁଥିବା ବେଳେ ମହିଳାମାନେ ଟେକା ପଥର ଧରି ସେମାନଙ୍କୁ ଗୋଡାଇଥିବା ଦେଖିବାକୁ ମିଳିଥିଲା । ହଜାର ହଜାର ଆନ୍ଦୋଳନକାରୀ ଏପରି ଉଦ୍ୟମକୁ ବିରୋଧ କରିବାରୁ ଅଧିକାରୀମାନେ ଜୀବନ ବିକଳରେ ଫେରିଯାଇଥିଲେ। ଦାବି ପୂରଣ ନ ହେବା ଯାଏଁ ସେହି ସ୍ଥାନ ଛାଡିବେ ନାହିଁ ବୋଲି ଚାଷୀମାନେ କହିଛନ୍ତି ା 

 ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ସହକାରୀ ଯନ୍ତ୍ରୀ ନିମାଇଁ ନାଏକଙ୍କ ନେତୃତ୍ୱରେ ଅନ୍ୟ ଅଧିକାରୀମାନେ ପୋଲିସ ଟିମ୍‌ ସହ ଆନ୍ଦୋଳନ ସ୍ଥଳରେ ପହଞ୍ଚତ୍ଥିଲେ । ସେଠାରୁ ଉଠିଯିବାକୁ ଚାଷୀମାନଙ୍କୁ ବୁଝାଶୁଝା କରିଥିଲେ । ପରେ ଜେସିବିରେ ମାଇନର କେନାଲଗୁଡିକୁ ବନ୍ଦ କରିବାକୁ ଉଦ୍ୟମ କରିବାରୁ ଆନ୍ଦୋଳନକାରୀମାନେ ଉତ୍‌କ୍ଷିପ୍ତ ହୋଇ ତା’ର ପ୍ରତିବାଦ କରିଥିଲେ। ଏପରି କି ହଜାର ହଜାର ମହିଳାପୁରୁଷ ସେଠାରେ ପହଞ୍ଚତ୍ ସଂପୃକ୍ତ ଅଧିକାରୀଙ୍କୁ ଗୋଡ଼ାଇଥିଲେ ା ଫଳରେ ଦୁଇ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଘଟଣାସ୍ଥଳରେ ଅଳ୍ପ ସଂଖ୍ୟକ ପୋଲିସ ଥିବାରୁ କିଛି କରିପାରି ନ ଥିଲେ । ଶେଷରେ ଅଧିକାରୀମାନେ ଛତ୍ରଭଙ୍ଗ ଦେଇ ଚାଲି ଆସିଥିଲେ । 

ସୂଚନାଯୋଗ୍ୟ,  ନବେ ଦଶକରେ ଜୋଙ୍କ ନଦୀରେ ନିର୍ମାଣ ହୋଇଥିବା ପ୍ରକଳ୍ପ ପାଣିରେ ୯୫୦୦ ହେକ୍ଟର ଜମିରେ ଖରିଫ ଚାଷ ହେଉଥିବାବେଳେ ୪ ହଜାର ହେକ୍ଟର ଜମିରେ ରବି ଚାଷ ହୋଇଥାଏ । ବିଗତ ବର୍ଷରେ ପାଳି କରି ଉପରମୁଣ୍ଡ ଏବଂ ତଳମୁଣ୍ଡକୁ ପାଣି ଦିଆଯାଇ ଆସୁଥିଲା । ଉପରମୁଣ୍ଡ  ଅର୍ଥାତ ଯୋଗେଶ୍ୱର କୃଷକ ମଞ୍ଚର ଚାଷୀମାନେ ଏପେକ୍ସ କମିଟି ସଭାପତିଙ୍କ କାର୍ଯ୍ୟକାଳ ସରିଯାଇଥିବାରୁ ପୁନଃ ନିର୍ବାଚନ ଏବଂ ସହକାରୀ ଯନ୍ତ୍ରୀ କବିରାଜ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବାରମ୍ବାର ଦାବି କରିଥିଲେ । ଦାବି ପରେ ସେମାନଙ୍କ  ବଦଳି କରାଯାଇଥିଲା । ଏହାପରେ ବି ସେହି ବଦଳି ନିର୍ଦ୍ଦେଶକୁ ଜିଲା ପ୍ରଶାସନ ବାତିଲ କରି ସଂପୃକ୍ତ ଅଧିକାରୀମାନଙ୍କୁ ସେହି କାର୍ଯ୍ୟାଳୟରେ ରଖିବାରୁ ଚାଷୀମାନେ ଗତ ୨୫ ତାରିଖରୁ ଆନ୍ଦୋଳନରେ ବସିଥିଲେ । ସେଦିନଠାରୁ ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ତଳମୁଣ୍ଡକୁ ରବି ଚାଷ ସକାଶେ ପାଣି ଛଡାଯିବାର ଥିଲା । ହେଲେ ମଞ୍ଚର ପ୍ରତିରୋଧକ୍ରମେ ପାଣି ଛଡାଗଲା ନାହିଁ । ଆଜକୁ ୧୧ ଦିନ ହେଲା ପାଣି ଛଡାଯାଇନାହିଁ । ତଳମୁଣ୍ଡର ଚାଷ ସମୟ ଗଡି ଚାଲିଛି । ଏହାକୁ ନେଇ ଜିଲା ପ୍ରଶାସନ ୪ ଚାଷୀ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହା ପରେ ଚାଷୀ ଅସନ୍ତୋଷ ଆହୁରି ବୃଦ୍ଧି ପାଇବାରେ ଲାଗିଛି। ସମସ୍ତ ଚାଷୀଙ୍କୁ ପ୍ରଶାସନ ଗିରଫ କରିବାକୁ ପ୍ରସ୍ତୁତ ରହୁ ବୋଲି ମଞ୍ଚ ଚେତାବନୀ ଦେଇଛି ।                                    



All Right Reserved By

ସମ୍ବଲପୁର

ବ୍ରିଜ୍‌ ତଳକୁ ଠେଲି ନାବାଳକଙ୍କୁ ହତ୍ୟା, ୨ ଗିରଫ

ବ୍ରିଜ୍‌ ତଳକୁ ଠେଲି ନାବାଳକଙ୍କୁ ହତ୍ୟା, ୨ ଗିରଫ

ବରଗଡ଼ ଅଫିସ୍‌,୧୮ା୨:ବରଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ଼ ନଂ-୯ ଭିଏସଏସ ନଗର ବିଶି କଲୋନୀର ଜଣେ ନାବାଳକ ଇନେଶ ତାଣ୍ଡି(୧୫)ଙ୍କୁ ସମ୍ବଲପୁର ଜିଲା ବୁର୍ଲା ପି.ସି ବ୍ରିଜ ତଳକୁ ଠେଲି ହତ୍ୟା କରାଯାଇଛି ।

ଶୀତ ଗଲାପରେ କମ୍ବଳ କଥା ମନେ ପଡୁଛି

ଶୀତ ଗଲାପରେ କମ୍ବଳ କଥା ମନେ ପଡୁଛି

ସମ୍ବଲପୁର,୧୮ା୨(ବ୍ୟୁରୋ):ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ବୃଦ୍ଧାବୃଦ୍ଧ, ବିଧବା, ଭିନ୍ନକ୍ଷମମାନଙ୍କୁ ମାସିକ ଭତ୍ତା ମିଳୁଛି। ୬୦ ବର୍ଷ ବୟସ ଭିତରେ ହିତାଧିକାରୀଙ୍କୁ ପୂର୍ବରୁ ୩୦୦ ଟଙ୍କା ମିଳୁଥିଲା। ଏବେ ଆଉ ୨ ଶହ ଟଙ୍କା ବଢିଛି। 

ଅଙ୍ଗନୱାଡି କର୍ମୀ, ସହାୟିକା ସମାବେଶ: ପ୍ରେକ୍ଷାଳୟରେ ସିଟ୍‌ ମିଳିଲାନି

ଅଙ୍ଗନୱାଡି କର୍ମୀ, ସହାୟିକା ସମାବେଶ: ପ୍ରେକ୍ଷାଳୟରେ ସିଟ୍‌ ମିଳିଲାନି

ସମ୍ବଲପୁର, ୧୮।୨ (ବ୍ୟୁରୋ)-ପଶ୍ଚିମ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘର ସମାବେଶ (ମହାଯୋଟ) ତପସ୍ବିନୀ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । 

ଆଜି ୧୨ ଘଣ୍ଟିଆ ଦେବଗଡ ବନ୍ଦ

ଆଜି ୧୨ ଘଣ୍ଟିଆ ଦେବଗଡ ବନ୍ଦ

ଦେବଗଡ,୧୮ା୨(ସ୍ବ.ପ୍ର.):ରେଙ୍ଗାଳି ବନ୍ଧ ବାସଚ୍ୟୁତଙ୍କ ସମସ୍ୟା ଓ ଦାବି ପ୍ରତି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଅଣଦେଖା କରୁଛି। 

‘ପିଠା’ରେ ବିଜେଡି ନେତାଙ୍କୁ ବିରୋଧ

‘ପିଠା’ରେ ବିଜେଡି ନେତାଙ୍କୁ ବିରୋଧ

ବାମରା, ୧୮।୨ (ସ୍ବ.ପ୍ର.):ସମ୍ବଳପୁର ଜିଲା ବାମରା ବ୍ଲକ ରଙ୍ଗିଆଟିକ୍ରା ପଞ୍ଚାୟତରେ ରବିବାର ଚାଲିଥିବା ପିଠା କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତିଙ୍କୁ ୱାର୍ଡ ମେମ୍ବର କଲ୍ୟାଣ ସଂଘ ବିରୋଧ କରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରିଛି ।

ଅତି ଚାଲାକି ମହଙ୍ଗା ପଡିଲା

ଅତି ଚାଲାକି ମହଙ୍ଗା ପଡିଲା

ବାମରା, ୧୮।୨ (ସ୍ବ.ପ୍ର.):ବିହାରରେ ନିଜ କାକାକୁ ହତ୍ୟା କରି ଫେରାର ଥିବା ଜଣେ ଅଭିଯୁକ୍ତ ନିଜର ଅତି ଚାଲାକି ଯୋଗୁଁ ଗୋବିନ୍ଦପୁର ଥାନା ପୋଲିସ ହାତରେ ଧରା ପଡିଛନ୍ତି। ପୋଲିସ ତାଙ୍କୁ ଅଟକ ରଖିଛି। ଅଭିଯୁକ୍ତଙ୍କୁ ନେବା ପାଇଁ ବିହାର ପୋଲିସ ଆସି ପହଞ୍ଚତ୍ଛି । 

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ବୀରମହାରାଜପୁର, ୧୮ା୨(ଡି.ଏନ୍‌.ଏ.):ସମ୍ପ୍ରତି ଇଣ୍ଟରନେଟର ପ୍ରସାର ଯୋଗୁଁ କମ୍ପ୍ୟୁଟର ଓ ସ୍ମାର୍ଟ ଫୋନର ବ୍ୟବହାର ବଢି ଚାଲିଥିବା ବେଳେ ଏହାର ଦୁରୂପଯୋଗ ଅନେକ କ୍ଷେତ୍ରରେ କ୍ଷତି ଘଟାଇ ଚାଲିଛି। 

ରାଣୀପୁର-ଝରିଆଲରେ ବେଆଇନ ଖନନ: ସ୍ମାରକୀ ଉପରେ ମାଟି ପୋତିଦେଲେ

ରାଣୀପୁର-ଝରିଆଲରେ ବେଆଇନ ଖନନ: ସ୍ମାରକୀ ଉପରେ ମାଟି ପୋତିଦେଲେ

ବଲାଙ୍ଗୀର ଅଫିସ, ୧୮ା୨:ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ(ଏଏସ୍‌ଆଇ) ଅଧିନରେ ଥିବା ରାଣୀପୁର-ଝରିଆଲ ପ୍ରାଚୀନ ଐତିହ୍ୟ ସମୂହ ନିକଟରେ ବେଆଇନ ଗାତ ଖୋଳାଯିବା ପରେ ଏବେ ଐତିହାସିକ ଭଗ୍ନ ସ୍ମାରକୀ ଉପରେ ମାଟି ପୋତି ଦିଆଯାଇଛି ା

ତମାଖୁ ବର୍ଜନ ସଚେତନତା ଅଭିଯାନ

ତମାଖୁ ବର୍ଜନ ସଚେତନତା ଅଭିଯାନ

ଅମରପାଲି, ୧୭ା୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯୁବରାଣୀ ସୀତାପୁର ଗ୍ରାମରେ ତମାଖୁ ବର୍ଜନ ସଚେତନତା ଅଭିଯାନ ରବିବାର ଅନୁଷ୍ଠିତ ହୋଇଯାଇଛି। ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ମହିଳା, ପୁରୁଷ ଓ  ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।

ବିଜୟ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ: ସେମିରେ ରାୟପୁର

ବିଜୟ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ: ସେମିରେ ରାୟପୁର

ଅମରପାଲି, ୧୭।୨ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତାସ୍ଥିତ ରୟାଲ ପଡିଆରେ ଚାଲିଥିବା ନବମ ସର୍ବଭାତୀୟ ବିଜୟ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ରବିବାର  ମ୍ୟାଚରେ ପିକେ ଏକାଡେମୀ ବିଳାସପୁରକୁ ହରାଇ ରିୟାନ ଏକାଡେମୀ ରାୟପୁର ସେମିଫାଇନାଲରେ ପ୍ରବେଶ କରିଛି। ଖେଳ ଟି-୨୦ ଓ ଟି-୧୦ ଫର୍ମାଟରେ ଖେଳାଯାଇଥିଲା ।

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

କଣ୍ଟାମାଳ,୧୭।୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାରେ ରବିବାର ଅପରାହ୍ନ ୧୨ଟାରେ ଏକ ଟ୍ରକ ୩ଟି ସ୍ଥାନରେ ଦୁର୍ଘଟଣା ଘଟାଇ ଭାରସାମ୍ୟ ହରାଇ ଓଲଟି ପଡିଛି । 

ଅଙ୍ଗନୱାଡି ସହାୟିକା ଚୟନରେ ପାତରଅନ୍ତର: ସିଡିପିଓଙ୍କୁ ଘେରିଲେ ମହିଳା

ଅଙ୍ଗନୱାଡି ସହାୟିକା ଚୟନରେ ପାତରଅନ୍ତର: ସିଡିପିଓଙ୍କୁ ଘେରିଲେ ମହିଳା

ଅମରପାଲି, ୧୭।୨(ଡି.ଏନ.ଏ) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ  କେଞ୍ଜିରିଆପାଲି ପଞ୍ଚାୟତ ଅନ୍ତର୍ଗତ ଅଚିଣ୍ଡା ଗ୍ରାମରେ ଅଙ୍ଗନୱାଡି ସହାୟକ ଚୟନରେ ପାତରଅନ୍ତର ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଶନିବାର ଗଁାର ବହୁ ମହିଳା  ଏ ନେଇ ସିଡିପିଓ ସଞ୍ଜୁରାଣୀ ମିଶ୍ରଙ୍କୁ ଘେରାଉ କରି ପ୍ରତିବାଦ କରିଛନ୍ତି ।