ସମ୍ବଲପୁର

ଶିକ୍ଷା, ସୁଆସ୍‌ତିଅ, ପିଇଲା ପାଏନ୍‌, ରାସ୍‌ତାଘାଟ, ବିଦ୍ୟୁତ୍‌ ସେବା ସାତସପନ

ଶିକ୍ଷା, ସୁଆସ୍‌ତିଅ, ପିଇଲା ପାଏନ୍‌, ରାସ୍‌ତାଘାଟ, ବିଦ୍ୟୁତ୍‌ ସେବା ସାତସପନ

ସିନାପାଲି, ୫।୧ (ଡି.ଏନ.ଏ): 

ନୂଆପଡ଼ା ଜିଲା ସିନାପାଲି ବ୍ଲକ୍‌ର ଆଦିବାସୀ ବହୁଲ ନଙ୍ଗଲବୋଡ଼ ପଁଚେତର ଗୋଲାବେଡ଼ା ଗଁା। ଗଁାଟା ଘଁଚ୍‌ ଜଂଗଲ ଭିତରେ ଥିଲାବେଲେ ଗଁାବାସୀ ଶିକ୍ଷା, ସୁଆସ୍‌ତିଅ, ପିଇଲା ପାଏନ୍‌, ରାସ୍‌ତାଘାଟ, ବିଦ୍ୟୁତ୍‌ ସେବା ଲେଖେଁ ମଉଲିକ୍‌ ସୁବିଧାରୁ ବଁଚିତ ହେଇ ରହିଛନ୍‌। ସେନ୍‌ତା ଗଁାରେ ଆଦିବାସୀ ଆର ପହରିଆ ସମାଜର ୫୦ଟା ପରିବାରର ପାଖାପାଖି ୧୬୦ ଲୋକ୍‌ ବାସ କରୁଛନ୍‌। ଇମାନକର ପିଇଲା ପାଏନ୍‌ ସୁବିଧା ଲାଗି ଗୁଟେ ନଲଚୁଅଁା ରହିଛେ ହେଲେ ସେଥ୍‌ରୁ ଫ୍ଲୋରାଇଡ ମିଶା ପାଏନ୍‌ ବାହାରୁଛେ। ଯେନ୍‌ଥିରଲାଗି ଗଁାବାସୀ ନାଲ, ନଲିଆ, ଝରନ୍‌ର ପାଏନ୍‌ ଆନି ବେଭାର କରୁଛନ୍‌। ଗୋଲାବେଡ଼ାବାସୀ ଗଁାରେ ଗୁଟେ ମିନି ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲବାର ଲାଗି ପରଶାସନିକ ଅଧ୍‌କାରୀକଁରନୁ ମୂଲ କରି ନେତାମନ୍ତ୍ରୀ ସମକୁ ଗୁହାରି ହତାଶ ହେଇଛନ୍‌। ଯେନଥିରଲାଗି ଗଁାର ୩୦ରୁ ଅଧ୍‌କା ଛୁଆ ପ୍ରାକ୍‌ ଶିକ୍ଷାରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ଗଁାବାସୀ ଆଏଜତକ୍‌ ବିଦ୍ୟୁତ୍‌ ସେବା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ପରଶାସନ ତରଫୁ ଯଦିବି ସୋଲାର ଲାଇଟର ବେବସ୍‌ତା କରାଯାଇଛେ ସେଟା ୬ ମାସ୍‌ ଉତାରୁ ଅଚଲ ହେଇ ପଡ଼ିରହିଛେ। ସେନ୍‌ତା ଯିବାର ଆଏବାର ଲାଗି ଗଁାକେ ଫିଦିନିଅଁା ରାସ୍‌ତାଟେ ନଁାଇଁନ। ଯେନ୍‌ଥିରଲାଗି ଗଁାବାସୀ ବହୁତ୍‌ ହଇରାନ ହରକତ୍‌ ହେଉଛନ୍‌। ଗଁାକେ ଯିବାକେ ହେଲେ ଟଙ୍କାମାଳ ଗଁାରୁ ଯିବାକେ ହେସି। ହେଲେ ସେଠାନୁ ୩ କି.ମି. ରାସ୍‌ତା ନାଇଁଥିବାର ଲାଗି ଚାଲତି ରାସ୍‌ତାରେ ଜଂଗଲ ପାର ହେଇ ମୁଖିଆ ରାସ୍‌ତାକେ ଯିବାକେ ପଡ଼ସି। ଏନ୍‌ତାଥି ବିପଦ୍‌ ଆପଦ ସମିଆରେ ଗଁାବାସୀ ଜରୁରୀକାଲିନ ସେବା ପାଏବାରୁ ବଁଚିତ ହେଇ ଭଗବାନ ଭରସାରେ ରହୁଛନ୍‌। ଗୁଟେ ସବୁଦିନିଅଁା ରାସ୍‌ତା ତିଆର ଲାଗି ଗଁାବାସୀ ନେତାମନ୍ତ୍ରୀ, ପରଶାସନକେ କହିକହି ଥକିଗଲେନ। ଭୋଟ ବେଲେ ନେତାମନ୍ତ୍ରୀ ଆସି ବଡ଼ବଡ଼ କଥା କହି ଯାଉଛନ୍‌, ହେଲେ ପଛେ କାହାରି ଦେଖା ଦରଶନ ନାଇଁ ମିଲବାର ବଲି ଗଁାବାସୀ ଅଭିଯୋଗ୍‌ କରିଛନ୍‌। ସେନ୍‌ତା ଗଁାଟା ଛତିଶଗଡ଼ ରାଏଜର ସୀମନାରେ ଥିବାର ଲାଗି ଗଁାବାସୀ ଛତିଶଗଡ଼ ରାଏଜ୍‌ ଉପରେ ନିରଭର କରୁଛନ୍‌। ହେଲେ ଛତିଶଗଡ଼କେ ଯିବାକେ ହେଲେ ଗଁାବାସୀକୁ ୨ଟା ନାଲ ପାର ହେଇ ଯିବାକେ ହେସି। ଯେନ୍‌ଟାକି ବର୍ଷା ଦିନେ ଇମାନକର ଦୁଖ୍‌ ଦୁଗୁନା କରିଦେଉଛେ। ଗଁାଟା ଘଁଚ୍‌ ଜଂଗଲ ଭିତରେ ଥିଲାବେଲେ ଗଁାବାସୀ ଜଂଗଲି ଦରବ୍‌ ଉପରେ ନିରଭର କରି ଚଲୁଛନ୍‌। ସେନ୍‌ତା ଜଂଗଲଯାତ ଦରବ ଠୁଲେଇ ଛତିଶଗଡ଼ ରାଏଜର ଭିନେ ଭିନେ ହାଟ୍‌କେ ନେଇ ବିକାଭଂଗା କରୁଛନ୍‌ ଆର ନିଜର କୁଟୁମ ପୁଷୁଛନ୍‌। ଏତେ ସବୁ ଅସ୍‌ବିଧା ଭିତରେ ଗଁାବାସୀ ଗୁଟେ ପରକାର ଆଦିମାନବର ଜୀବନ୍‌ ବିତଉଛନ୍‌ କହେଲେ କିଛି କମ୍‌ ନାଇଁହୁଏ। ଇ ବାବ୍‌ଦେ ସିନାପାଲି ବିଡିଓ ସୁରେନ୍ଦ୍ର ମେହେରକୁଁ ପଚରାଲାରୁ ଗଁାର ସମସିଆ ଉପରେ ତଦଁତ କରବାକେ ଯିମି ଆର ସମାଧାନ ଲାଗି ଉଚ ଅଧ୍‌କାରୀକଁର ସଂଗେ ଆଲୋଚନା କରି ଯେନ୍‌ଟା ହେବା ପଦକ୍ଷେପ ନେମି ବଲି ସେ କହିଥିଲେ।

All Right Reserved By

ସମ୍ବଲପୁର

ବ୍ରିଜ୍‌ ତଳକୁ ଠେଲି ନାବାଳକଙ୍କୁ ହତ୍ୟା, ୨ ଗିରଫ

ବ୍ରିଜ୍‌ ତଳକୁ ଠେଲି ନାବାଳକଙ୍କୁ ହତ୍ୟା, ୨ ଗିରଫ

ବରଗଡ଼ ଅଫିସ୍‌,୧୮ା୨:ବରଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ଼ ନଂ-୯ ଭିଏସଏସ ନଗର ବିଶି କଲୋନୀର ଜଣେ ନାବାଳକ ଇନେଶ ତାଣ୍ଡି(୧୫)ଙ୍କୁ ସମ୍ବଲପୁର ଜିଲା ବୁର୍ଲା ପି.ସି ବ୍ରିଜ ତଳକୁ ଠେଲି ହତ୍ୟା କରାଯାଇଛି ।

ଶୀତ ଗଲାପରେ କମ୍ବଳ କଥା ମନେ ପଡୁଛି

ଶୀତ ଗଲାପରେ କମ୍ବଳ କଥା ମନେ ପଡୁଛି

ସମ୍ବଲପୁର,୧୮ା୨(ବ୍ୟୁରୋ):ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ବୃଦ୍ଧାବୃଦ୍ଧ, ବିଧବା, ଭିନ୍ନକ୍ଷମମାନଙ୍କୁ ମାସିକ ଭତ୍ତା ମିଳୁଛି। ୬୦ ବର୍ଷ ବୟସ ଭିତରେ ହିତାଧିକାରୀଙ୍କୁ ପୂର୍ବରୁ ୩୦୦ ଟଙ୍କା ମିଳୁଥିଲା। ଏବେ ଆଉ ୨ ଶହ ଟଙ୍କା ବଢିଛି। 

ଅଙ୍ଗନୱାଡି କର୍ମୀ, ସହାୟିକା ସମାବେଶ: ପ୍ରେକ୍ଷାଳୟରେ ସିଟ୍‌ ମିଳିଲାନି

ଅଙ୍ଗନୱାଡି କର୍ମୀ, ସହାୟିକା ସମାବେଶ: ପ୍ରେକ୍ଷାଳୟରେ ସିଟ୍‌ ମିଳିଲାନି

ସମ୍ବଲପୁର, ୧୮।୨ (ବ୍ୟୁରୋ)-ପଶ୍ଚିମ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘର ସମାବେଶ (ମହାଯୋଟ) ତପସ୍ବିନୀ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । 

ଆଜି ୧୨ ଘଣ୍ଟିଆ ଦେବଗଡ ବନ୍ଦ

ଆଜି ୧୨ ଘଣ୍ଟିଆ ଦେବଗଡ ବନ୍ଦ

ଦେବଗଡ,୧୮ା୨(ସ୍ବ.ପ୍ର.):ରେଙ୍ଗାଳି ବନ୍ଧ ବାସଚ୍ୟୁତଙ୍କ ସମସ୍ୟା ଓ ଦାବି ପ୍ରତି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଅଣଦେଖା କରୁଛି। 

‘ପିଠା’ରେ ବିଜେଡି ନେତାଙ୍କୁ ବିରୋଧ

‘ପିଠା’ରେ ବିଜେଡି ନେତାଙ୍କୁ ବିରୋଧ

ବାମରା, ୧୮।୨ (ସ୍ବ.ପ୍ର.):ସମ୍ବଳପୁର ଜିଲା ବାମରା ବ୍ଲକ ରଙ୍ଗିଆଟିକ୍ରା ପଞ୍ଚାୟତରେ ରବିବାର ଚାଲିଥିବା ପିଠା କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତିଙ୍କୁ ୱାର୍ଡ ମେମ୍ବର କଲ୍ୟାଣ ସଂଘ ବିରୋଧ କରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରିଛି ।

ଅତି ଚାଲାକି ମହଙ୍ଗା ପଡିଲା

ଅତି ଚାଲାକି ମହଙ୍ଗା ପଡିଲା

ବାମରା, ୧୮।୨ (ସ୍ବ.ପ୍ର.):ବିହାରରେ ନିଜ କାକାକୁ ହତ୍ୟା କରି ଫେରାର ଥିବା ଜଣେ ଅଭିଯୁକ୍ତ ନିଜର ଅତି ଚାଲାକି ଯୋଗୁଁ ଗୋବିନ୍ଦପୁର ଥାନା ପୋଲିସ ହାତରେ ଧରା ପଡିଛନ୍ତି। ପୋଲିସ ତାଙ୍କୁ ଅଟକ ରଖିଛି। ଅଭିଯୁକ୍ତଙ୍କୁ ନେବା ପାଇଁ ବିହାର ପୋଲିସ ଆସି ପହଞ୍ଚତ୍ଛି । 

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ବୀରମହାରାଜପୁର, ୧୮ା୨(ଡି.ଏନ୍‌.ଏ.):ସମ୍ପ୍ରତି ଇଣ୍ଟରନେଟର ପ୍ରସାର ଯୋଗୁଁ କମ୍ପ୍ୟୁଟର ଓ ସ୍ମାର୍ଟ ଫୋନର ବ୍ୟବହାର ବଢି ଚାଲିଥିବା ବେଳେ ଏହାର ଦୁରୂପଯୋଗ ଅନେକ କ୍ଷେତ୍ରରେ କ୍ଷତି ଘଟାଇ ଚାଲିଛି। 

ରାଣୀପୁର-ଝରିଆଲରେ ବେଆଇନ ଖନନ: ସ୍ମାରକୀ ଉପରେ ମାଟି ପୋତିଦେଲେ

ରାଣୀପୁର-ଝରିଆଲରେ ବେଆଇନ ଖନନ: ସ୍ମାରକୀ ଉପରେ ମାଟି ପୋତିଦେଲେ

ବଲାଙ୍ଗୀର ଅଫିସ, ୧୮ା୨:ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ(ଏଏସ୍‌ଆଇ) ଅଧିନରେ ଥିବା ରାଣୀପୁର-ଝରିଆଲ ପ୍ରାଚୀନ ଐତିହ୍ୟ ସମୂହ ନିକଟରେ ବେଆଇନ ଗାତ ଖୋଳାଯିବା ପରେ ଏବେ ଐତିହାସିକ ଭଗ୍ନ ସ୍ମାରକୀ ଉପରେ ମାଟି ପୋତି ଦିଆଯାଇଛି ା

ତମାଖୁ ବର୍ଜନ ସଚେତନତା ଅଭିଯାନ

ତମାଖୁ ବର୍ଜନ ସଚେତନତା ଅଭିଯାନ

ଅମରପାଲି, ୧୭ା୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯୁବରାଣୀ ସୀତାପୁର ଗ୍ରାମରେ ତମାଖୁ ବର୍ଜନ ସଚେତନତା ଅଭିଯାନ ରବିବାର ଅନୁଷ୍ଠିତ ହୋଇଯାଇଛି। ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ମହିଳା, ପୁରୁଷ ଓ  ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।

ବିଜୟ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ: ସେମିରେ ରାୟପୁର

ବିଜୟ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ: ସେମିରେ ରାୟପୁର

ଅମରପାଲି, ୧୭।୨ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତାସ୍ଥିତ ରୟାଲ ପଡିଆରେ ଚାଲିଥିବା ନବମ ସର୍ବଭାତୀୟ ବିଜୟ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ରବିବାର  ମ୍ୟାଚରେ ପିକେ ଏକାଡେମୀ ବିଳାସପୁରକୁ ହରାଇ ରିୟାନ ଏକାଡେମୀ ରାୟପୁର ସେମିଫାଇନାଲରେ ପ୍ରବେଶ କରିଛି। ଖେଳ ଟି-୨୦ ଓ ଟି-୧୦ ଫର୍ମାଟରେ ଖେଳାଯାଇଥିଲା ।

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

କଣ୍ଟାମାଳ,୧୭।୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାରେ ରବିବାର ଅପରାହ୍ନ ୧୨ଟାରେ ଏକ ଟ୍ରକ ୩ଟି ସ୍ଥାନରେ ଦୁର୍ଘଟଣା ଘଟାଇ ଭାରସାମ୍ୟ ହରାଇ ଓଲଟି ପଡିଛି । 

ଅଙ୍ଗନୱାଡି ସହାୟିକା ଚୟନରେ ପାତରଅନ୍ତର: ସିଡିପିଓଙ୍କୁ ଘେରିଲେ ମହିଳା

ଅଙ୍ଗନୱାଡି ସହାୟିକା ଚୟନରେ ପାତରଅନ୍ତର: ସିଡିପିଓଙ୍କୁ ଘେରିଲେ ମହିଳା

ଅମରପାଲି, ୧୭।୨(ଡି.ଏନ.ଏ) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ  କେଞ୍ଜିରିଆପାଲି ପଞ୍ଚାୟତ ଅନ୍ତର୍ଗତ ଅଚିଣ୍ଡା ଗ୍ରାମରେ ଅଙ୍ଗନୱାଡି ସହାୟକ ଚୟନରେ ପାତରଅନ୍ତର ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଶନିବାର ଗଁାର ବହୁ ମହିଳା  ଏ ନେଇ ସିଡିପିଓ ସଞ୍ଜୁରାଣୀ ମିଶ୍ରଙ୍କୁ ଘେରାଉ କରି ପ୍ରତିବାଦ କରିଛନ୍ତି ।