ସମ୍ବଲପୁର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୬୧ ପ୍ରକଳ୍ପ ନିମନ୍ତେ ୪କୋଟି ୨୫ଲକ୍ଷ ମଞ୍ଜୁର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୬୧ ପ୍ରକଳ୍ପ ନିମନ୍ତେ ୪କୋଟି ୨୫ଲକ୍ଷ ମଞ୍ଜୁର

ଦେବଗଡ/ରିଆମାଳ, ୫।୧ (ସ୍ବ.ପ୍ର/ଡି.ଏନ.ଏ.) -ରାଜ୍ୟ ସରକାର ଗ୍ରାମାଞ୍ଚଳରବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ବୀତ କରିବା ପାଇଁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପଞ୍ଚାୟତକୁ ଅନୁଦାନ ପ୍ରଦାନ କରୁଛନ୍ତି। ଆମ ଗାଁ ଆମ ବିକାଶ ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ଅବସରରେ ରିଆମାଳ ବ୍ଲକର ୨୫ଟି ପଞ୍ଚାୟତର ଗ୍ରାମବାସୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ କଥାବାର୍ତ୍ତା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬୧ଟି ପ୍ରକଳ୍ପ ପାଇଁ ୪କୋଟି ୨୫ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଞ୍ଚାୟତଗୁଡିକର ବିଭିନ୍ନ ଗାଆଁରେ ରହିଥିବା ଆବଶ୍ୟକତା ସମ୍ପର୍କରେ ଅବଗତ ଥିବା ପ୍ରକାଶ କରିବା ସଙ୍ଗେ ସଙ୍ଗେ ଜନପ୍ରତିନିଧିମାନଙ୍କ ଦ୍ୱାରା ଉପସ୍ଥାପିତ ପ୍ରକଳ୍ପଗୁଡିକୁ ଅଗ୍ରାଧିକାର ଭିତ୍ତିରେ ଅନୁମୋଦନ କରିଥିଲେ। ସମସ୍ତ ପ୍ରକଳ୍ପଗୁଡିକୁ ୩ ମାସ ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଉପଲକ୍ଷେ ରିଆମାଳ ଉଚ୍ଚ ବିଦ୍ୟାଳୟ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ସୁଧାଂଶୁ ମୋହନ ସାମଲ, ଜିଲା ପରିଷଦ ଅଧ୍ୟକ୍ଷା ସୁଧାମୟୀ ପଟେଲ, ଜିଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭିନସେଣ୍ଟ ପୁନମକାନ୍ତ ଏକ୍କା, ଜିଲା ପରିଷଦ ସଦସ୍ୟା ନିଶାନି ବେହେରା ଓ କନକଲତା ପ୍ରଧାନ, ରିଆମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀତାଞ୍ଜଳୀ ହାତୀ ଏବଂ ବିଡିଓ ଶିବ ଟପ୍ପୋଙ୍କ ସମେତ ପଞ୍ଚାୟତସ୍ତରୀୟ ଜନପ୍ରତିନିଧି, ବିଭିନ୍ନ ପଞ୍ଚାୟତର ଗ୍ରାମବାସୀ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଶେଷରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଞ୍ଚଳର ଜନସାଧାରଣଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

All Right Reserved By

ସମ୍ବଲପୁର

ବ୍ରିଜ୍‌ ତଳକୁ ଠେଲି ନାବାଳକଙ୍କୁ ହତ୍ୟା, ୨ ଗିରଫ

ବ୍ରିଜ୍‌ ତଳକୁ ଠେଲି ନାବାଳକଙ୍କୁ ହତ୍ୟା, ୨ ଗିରଫ

ବରଗଡ଼ ଅଫିସ୍‌,୧୮ା୨:ବରଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ଼ ନଂ-୯ ଭିଏସଏସ ନଗର ବିଶି କଲୋନୀର ଜଣେ ନାବାଳକ ଇନେଶ ତାଣ୍ଡି(୧୫)ଙ୍କୁ ସମ୍ବଲପୁର ଜିଲା ବୁର୍ଲା ପି.ସି ବ୍ରିଜ ତଳକୁ ଠେଲି ହତ୍ୟା କରାଯାଇଛି ।

ଶୀତ ଗଲାପରେ କମ୍ବଳ କଥା ମନେ ପଡୁଛି

ଶୀତ ଗଲାପରେ କମ୍ବଳ କଥା ମନେ ପଡୁଛି

ସମ୍ବଲପୁର,୧୮ା୨(ବ୍ୟୁରୋ):ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ବୃଦ୍ଧାବୃଦ୍ଧ, ବିଧବା, ଭିନ୍ନକ୍ଷମମାନଙ୍କୁ ମାସିକ ଭତ୍ତା ମିଳୁଛି। ୬୦ ବର୍ଷ ବୟସ ଭିତରେ ହିତାଧିକାରୀଙ୍କୁ ପୂର୍ବରୁ ୩୦୦ ଟଙ୍କା ମିଳୁଥିଲା। ଏବେ ଆଉ ୨ ଶହ ଟଙ୍କା ବଢିଛି। 

ଅଙ୍ଗନୱାଡି କର୍ମୀ, ସହାୟିକା ସମାବେଶ: ପ୍ରେକ୍ଷାଳୟରେ ସିଟ୍‌ ମିଳିଲାନି

ଅଙ୍ଗନୱାଡି କର୍ମୀ, ସହାୟିକା ସମାବେଶ: ପ୍ରେକ୍ଷାଳୟରେ ସିଟ୍‌ ମିଳିଲାନି

ସମ୍ବଲପୁର, ୧୮।୨ (ବ୍ୟୁରୋ)-ପଶ୍ଚିମ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘର ସମାବେଶ (ମହାଯୋଟ) ତପସ୍ବିନୀ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । 

ଆଜି ୧୨ ଘଣ୍ଟିଆ ଦେବଗଡ ବନ୍ଦ

ଆଜି ୧୨ ଘଣ୍ଟିଆ ଦେବଗଡ ବନ୍ଦ

ଦେବଗଡ,୧୮ା୨(ସ୍ବ.ପ୍ର.):ରେଙ୍ଗାଳି ବନ୍ଧ ବାସଚ୍ୟୁତଙ୍କ ସମସ୍ୟା ଓ ଦାବି ପ୍ରତି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଅଣଦେଖା କରୁଛି। 

‘ପିଠା’ରେ ବିଜେଡି ନେତାଙ୍କୁ ବିରୋଧ

‘ପିଠା’ରେ ବିଜେଡି ନେତାଙ୍କୁ ବିରୋଧ

ବାମରା, ୧୮।୨ (ସ୍ବ.ପ୍ର.):ସମ୍ବଳପୁର ଜିଲା ବାମରା ବ୍ଲକ ରଙ୍ଗିଆଟିକ୍ରା ପଞ୍ଚାୟତରେ ରବିବାର ଚାଲିଥିବା ପିଠା କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତିଙ୍କୁ ୱାର୍ଡ ମେମ୍ବର କଲ୍ୟାଣ ସଂଘ ବିରୋଧ କରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରିଛି ।

ଅତି ଚାଲାକି ମହଙ୍ଗା ପଡିଲା

ଅତି ଚାଲାକି ମହଙ୍ଗା ପଡିଲା

ବାମରା, ୧୮।୨ (ସ୍ବ.ପ୍ର.):ବିହାରରେ ନିଜ କାକାକୁ ହତ୍ୟା କରି ଫେରାର ଥିବା ଜଣେ ଅଭିଯୁକ୍ତ ନିଜର ଅତି ଚାଲାକି ଯୋଗୁଁ ଗୋବିନ୍ଦପୁର ଥାନା ପୋଲିସ ହାତରେ ଧରା ପଡିଛନ୍ତି। ପୋଲିସ ତାଙ୍କୁ ଅଟକ ରଖିଛି। ଅଭିଯୁକ୍ତଙ୍କୁ ନେବା ପାଇଁ ବିହାର ପୋଲିସ ଆସି ପହଞ୍ଚତ୍ଛି । 

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ବୀରମହାରାଜପୁର, ୧୮ା୨(ଡି.ଏନ୍‌.ଏ.):ସମ୍ପ୍ରତି ଇଣ୍ଟରନେଟର ପ୍ରସାର ଯୋଗୁଁ କମ୍ପ୍ୟୁଟର ଓ ସ୍ମାର୍ଟ ଫୋନର ବ୍ୟବହାର ବଢି ଚାଲିଥିବା ବେଳେ ଏହାର ଦୁରୂପଯୋଗ ଅନେକ କ୍ଷେତ୍ରରେ କ୍ଷତି ଘଟାଇ ଚାଲିଛି। 

ରାଣୀପୁର-ଝରିଆଲରେ ବେଆଇନ ଖନନ: ସ୍ମାରକୀ ଉପରେ ମାଟି ପୋତିଦେଲେ

ରାଣୀପୁର-ଝରିଆଲରେ ବେଆଇନ ଖନନ: ସ୍ମାରକୀ ଉପରେ ମାଟି ପୋତିଦେଲେ

ବଲାଙ୍ଗୀର ଅଫିସ, ୧୮ା୨:ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ(ଏଏସ୍‌ଆଇ) ଅଧିନରେ ଥିବା ରାଣୀପୁର-ଝରିଆଲ ପ୍ରାଚୀନ ଐତିହ୍ୟ ସମୂହ ନିକଟରେ ବେଆଇନ ଗାତ ଖୋଳାଯିବା ପରେ ଏବେ ଐତିହାସିକ ଭଗ୍ନ ସ୍ମାରକୀ ଉପରେ ମାଟି ପୋତି ଦିଆଯାଇଛି ା

ତମାଖୁ ବର୍ଜନ ସଚେତନତା ଅଭିଯାନ

ତମାଖୁ ବର୍ଜନ ସଚେତନତା ଅଭିଯାନ

ଅମରପାଲି, ୧୭ା୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯୁବରାଣୀ ସୀତାପୁର ଗ୍ରାମରେ ତମାଖୁ ବର୍ଜନ ସଚେତନତା ଅଭିଯାନ ରବିବାର ଅନୁଷ୍ଠିତ ହୋଇଯାଇଛି। ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ମହିଳା, ପୁରୁଷ ଓ  ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।

ବିଜୟ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ: ସେମିରେ ରାୟପୁର

ବିଜୟ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ: ସେମିରେ ରାୟପୁର

ଅମରପାଲି, ୧୭।୨ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତାସ୍ଥିତ ରୟାଲ ପଡିଆରେ ଚାଲିଥିବା ନବମ ସର୍ବଭାତୀୟ ବିଜୟ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ରବିବାର  ମ୍ୟାଚରେ ପିକେ ଏକାଡେମୀ ବିଳାସପୁରକୁ ହରାଇ ରିୟାନ ଏକାଡେମୀ ରାୟପୁର ସେମିଫାଇନାଲରେ ପ୍ରବେଶ କରିଛି। ଖେଳ ଟି-୨୦ ଓ ଟି-୧୦ ଫର୍ମାଟରେ ଖେଳାଯାଇଥିଲା ।

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

କଣ୍ଟାମାଳ,୧୭।୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାରେ ରବିବାର ଅପରାହ୍ନ ୧୨ଟାରେ ଏକ ଟ୍ରକ ୩ଟି ସ୍ଥାନରେ ଦୁର୍ଘଟଣା ଘଟାଇ ଭାରସାମ୍ୟ ହରାଇ ଓଲଟି ପଡିଛି । 

ଅଙ୍ଗନୱାଡି ସହାୟିକା ଚୟନରେ ପାତରଅନ୍ତର: ସିଡିପିଓଙ୍କୁ ଘେରିଲେ ମହିଳା

ଅଙ୍ଗନୱାଡି ସହାୟିକା ଚୟନରେ ପାତରଅନ୍ତର: ସିଡିପିଓଙ୍କୁ ଘେରିଲେ ମହିଳା

ଅମରପାଲି, ୧୭।୨(ଡି.ଏନ.ଏ) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ  କେଞ୍ଜିରିଆପାଲି ପଞ୍ଚାୟତ ଅନ୍ତର୍ଗତ ଅଚିଣ୍ଡା ଗ୍ରାମରେ ଅଙ୍ଗନୱାଡି ସହାୟକ ଚୟନରେ ପାତରଅନ୍ତର ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଶନିବାର ଗଁାର ବହୁ ମହିଳା  ଏ ନେଇ ସିଡିପିଓ ସଞ୍ଜୁରାଣୀ ମିଶ୍ରଙ୍କୁ ଘେରାଉ କରି ପ୍ରତିବାଦ କରିଛନ୍ତି ।