ସମ୍ବଲପୁର

ସମଗ୍ର ଦେବଗଡ ଜିଲା ବିକାଶ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ସମଗ୍ର ଦେବଗଡ ଜିଲା ବିକାଶ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଦେବଗଡ,୫।୧(ସ୍ବ.ପ୍ର)

ପ୍ରପାତନଗରୀ ଓ ଜଙ୍ଗଲ ପରିବେଷ୍ଠିତ ଦେବଗଡ ୨୬୮୧.୬୬ କି.ମି. ଆୟତନ ବିଶିଷ୍ଟ ଜିଲା ା ଭାରତ ଇତିହାସର ସ୍ବର୍ଣ୍ଣିମ ପୃଷ୍ଟାରେ ଦେବଗଡ ବିଭିନ୍ନ ବିକାଶ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିଲା ା କିନ୍ତୁ ପୁନଃନିର୍ମାଣ କାର୍ଯ୍ୟରେ ଜିଲା ୨୫ ବର୍ଷ ବିତିଯାଇଛି। ଏ ଜିଲାରେ ୭୦ % ଚାଷୀ, ୫୫ % ଆଦିବାସୀ, ହରିଜନ/ଜନଜାତି ସହିତ ୬୦ %  ରେଙ୍ଗାଳି ଡ୍ୟାମ୍‌ ବାସଚ୍ୟୁତ ବାସ କରନ୍ତି। ଏହା ଏକ କୃଷି ପ୍ରଧାନ ଜିଲା ା ଶିଳ୍ପବିହୀନ ଜିଲା ଯୋଗୁ ହଜାର ହଜାର ଯୁବତୀ ଯୁବକ ବେକାର। ୧୯୬୩ ସାଲରେ ପ୍ରତିଷ୍ଠିତ ସର୍ବପୁରାତନ ବେସରକାରୀ ଦେବଗଡ କଲେଜରେ ସ୍ନାତକୋତ୍ତର ଶିକ୍ଷା ବ୍ୟବସ୍ଥା ନାହିଁ ା ଗରିବ, ମେଧାବୀ, ଆଦିବାସୀ, ଜନଜାତି ଓ ରେଙ୍ଗାଳି ବାସଚ୍ୟୁତ ଛାତ୍ରୀଛାତ୍ରମାନେ ପି.ଜି. କରିବାକୁ ୧୨୦ କି.ମି. ଯିବାକୁ ପଡିଥାଏ। ନେତା ଓ ନେତୃତ୍ୱର ଅଭାବ ମଧ୍ୟ ଆମ ପ୍ରଗତିର ଅନ୍ତରାୟ ସୃଷ୍ଟି କରିଛି ା ଅନେକ ସଂଖ୍ୟକ ଡାକ୍ତର ପଦବୀ ଖାଲି ପଡିଛି। ଦେବଗଡ ସହର ଦେଇ ୪୯ ନମ୍ବର, ୨୦୦ ନମ୍ବର, ୨୩ ନମ୍ବର ଓ ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ ଗତି କରିଥିବାରୁ ପ୍ରତିଦିନ ଦୁର୍ଘଟଣା ମାନ ଘଟୁଛି। ଏଠାରେ ଆଶୁ ଚିକିତ୍ସା ପାଇଁ ଟ୍ରମା ସେଣ୍ଟର ନ ଥିବାରୁ ୧୨୦ କି.ମି. ଦୂରରେ ଅବସ୍ଥିତ ବୁର୍ଲା ଡାକ୍ତରଖାନାକୁ ଦୁର୍ଘଟଣାପୀଡିତଙ୍କୁ ନେଲା ବେଳେ ରାସ୍ତାରେ ଅକାଳମୃତ୍ୟୁ ଘଟୁଛି। ପ୍ରଧାନପାଟ ଜଳପ୍ରପାତର ସନ୍ନକଟ ଜଙ୍ଗଲକୁ ନଷ୍ଟ କରାଯାଉ ଥିବାରୁ ଉତ୍କଟ ଜଳାଭାବ ଦେଖାଦେଉଛି। ପାନୀୟ ଜଳ ଭୟଙ୍କର ସଂକଟରେ ରହିଛି। ଏଠାରେ ନା ଖଣି ଅଛି ନା ଖାଦାନ ଅଛି ା  ଆଦିବାସୀ ଓ ମାଓବାଦୀ ପ୍ରଭାବିତ ଜିଲାରେ ରେଳ ଚଳାଚଳ ନାହିଁ। ଏହିପରି ବିଭିନ୍ନ ସମସ୍ୟାର ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ନେଇ ସମଗ୍ର ଜିଲା ବିକାଶ ମଞ୍ଚ ପକ୍ଷରୁ  ଜିଲାପାଳଙ୍କ ଜରିଆରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଜିଲାପାଳ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଧରମ ହାଁସଦାଙ୍କୁ ଦିଆଯାଇଛି। ଦାବିପତ୍ର ଦେବା ସମୟରେ ମଞ୍ଚର ଆବାହାକ ସୁଧିର କୁମାର ବ୍ରହ୍ମା, ମଞ୍ଚର ଉପଦେଷ୍ଠା ମାର୍କଣ୍ଡେଶ୍ୱର ଶତପଥି, ମିତ୍ରଭାନୁ ମହାପାତ୍ର, ଆଇନଜୀବୀ ତରଣୀକାନ୍ତ ଦାଶ, ଦିବ୍ୟଶଙ୍କର ଦ୍ୱିବେଦୀଙ୍କ ସମତେ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ା

All Right Reserved By

ସମ୍ବଲପୁର

ଭାଗବତ ସପ୍ତାହ ପାରାୟଣ: ଶିଶୁଙ୍କ ଦ୍ୱାରା ନୃତ୍ୟ ନାଟିକା ଋକ୍ମିଣୀ ବିବାହ ମଞ୍ଚସ୍ଥ

ଭାଗବତ ସପ୍ତାହ ପାରାୟଣ: ଶିଶୁଙ୍କ ଦ୍ୱାରା ନୃତ୍ୟ ନାଟିକା ଋକ୍ମିଣୀ ବିବାହ ମଞ୍ଚସ୍ଥ

ହେମଗିର, ୧୯।୪ (ଡି.ଏନ.ଏ)-ଆଧ୍ୟାତ୍ମିକତା ତଥା ଭଗବତ ପ୍ରେମକୁ ପ୍ରତ୍ୟେକ ମାନବ ଜୀବନରେ ପରିସ୍ଫଟ କରିବା ପାଇଁ ହେମଗିର ବ୍ଲକର ଲୁଆବାହାଲଠାରେ ପ୍ରତ୍ୟେକ ବର୍ଷପରି ଏବର୍ଷ ମଧ୍ୟ ଭାଗବତ ସପ୍ତାହ ପାରାୟଣ, ହରିହାଟର ଆୟୋଜନ କରାଯାଇଛି। 

ଜୀବନର ଶେଷ ଭୋଟ ଦେଲେ ବୃଦ୍ଧା: ଭୋଟ ଦେଇସାରି ମତଦାନ କେନ୍ଦ୍ରରେ ଟଳି ପଡ଼ିଲେ

ଜୀବନର ଶେଷ ଭୋଟ ଦେଲେ ବୃଦ୍ଧା: ଭୋଟ ଦେଇସାରି ମତଦାନ କେନ୍ଦ୍ରରେ ଟଳି ପଡ଼ିଲେ

ସବ୍‌ଡେଗା, ୧୯।୪ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକର କିରାଲଗା କସ୍ତୁରବା ବାଳିକା ବିଦ୍ୟାଳୟ ଭୋଟଗ୍ରହଣ କେନ୍ଦ୍ରର ବୁଥ ନଂ. ୧୬୫ରେ ଜୀବନର ଶେଷ ଭୋଟ ଦେଇଛନ୍ତି ଜଣେ ବୃଦ୍ଧା। 

ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ଦାବି: ଜାରିଙ୍ଗଠାରେ ଚାଷୀଙ୍କ ରାସ୍ତାରୋକୋ

ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ଦାବି: ଜାରିଙ୍ଗଠାରେ ଚାଷୀଙ୍କ ରାସ୍ତାରୋକୋ

ଜୁନାଗଡ,୧୮।୪(ଡି.ଏନ.ଏ.): ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ପାଇଁ ଜାରିଙ୍ଗ ଡ୍ରିଷ୍ଟିବ୍ୟୁଟାରୀର ଚାଷୀମାନେ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜାରିଙ୍ଗ ଛକ ୨୬ନଂ. ଜାତୀୟ ରାଜପଥ ଉପରେ ଗୁରୁବାର ପୂର୍ବାହ୍ନ ୧୦ଟାରୁ ସାଢେ ୧୧ଟା ଦେଢ ଘଣ୍ଟା ଧରି ଚାଷୀମାନେ ରାସ୍ତାରୋକୋ କରିଥିଲେ। ଫଳରେ ରାସ୍ତାରେ ଶତାଧିକ ଯାନବାହନ ଅଟକି ରହିଥିଲା। 

ଘର ଉପରକୁ ମାଡିଗଲା ଟ୍ରକ, ୪ ଆହତ

ଘର ଉପରକୁ ମାଡିଗଲା ଟ୍ରକ, ୪ ଆହତ

ଲାଠୋର, ୧୮ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ଝଲିଆଲିଟି ଗ୍ରାମର ରାସ୍ତାପାର୍ଶ୍ୱସ୍ଥ ଏକ ଘର ଉପରେ ଏକ ମାଲ ବୋଝେଇ ଟ୍ରକ ମାଡିଯିବାରେ  ୪ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି। 

ସୁନ୍ଦରଗଡ଼ରେ ନିର୍ବାଚନୀ ହିଂସା: ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ ଭାଇ, ଖବରଦାତାଙ୍କ ଉପରେ ଭାଜପା ସମର୍ଥକଙ୍କ ଆକ୍ରମଣ ଅଭିଯୋଗ; ୪ ଗିରଫ

ସୁନ୍ଦରଗଡ଼ରେ ନିର୍ବାଚନୀ ହିଂସା: ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ ଭାଇ, ଖବରଦାତାଙ୍କ ଉପରେ ଭାଜପା ସମର୍ଥକଙ୍କ ଆକ୍ରମଣ ଅଭିଯୋଗ; ୪ ଗିରଫ

ସୁନ୍ଦରଗଡ , ୧୮।୪ (ଡି.ଏନ୍‌.ଏ.): ଭୋଟଗ୍ରହଣ ପୂର୍ବରୁ ବୁଧୁବାର ସନ୍ଧ୍ୟା ଓ ବିଳମ୍ବିତ ରାତିରେ ପୃଥକ ଭାବେ ୨ଟି ସ୍ଥାନରେ ନିର୍ବାଚନୀ ହିଂସା ହୋଇଛି। ସୁନ୍ଦରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ସାଲେପାଲି ଓ ରାଏବଗା ଗ୍ରାମରେ ପୂର୍ବତନ ବିଧାୟକ ତଥା ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ  ଭାଇ ଓ ସମର୍ଥକଙ୍କ ସମେତ ଜଣେ ଖବରଦାତାଙ୍କ ଉପରେ ପ୍ରତିପକ୍ଷ ଭାଜପା ବିଧାୟକ ପ୍ରାର୍ଥୀନୀ କୁସୁମ ଟେଟେଙ୍କ ସମର୍ଥକ ମାନେ  ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ  ହୋଇଛି। 

ନୂତନ ମତଦାତାଙ୍କ ମଧ୍ୟରେ ଉତ୍ସାହ

ନୂତନ ମତଦାତାଙ୍କ ମଧ୍ୟରେ ଉତ୍ସାହ

ଘଣ୍ଟାପଡ଼ା,୧୮ା୪(ଡି.ଏନ୍‌.ଏ) : ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୧ ନଂ ଜିଲାପରିଷଦ ଜୋନ୍‌ର ଅନେକ ସ୍ଥାନରେ ଇଭିଏମ ଅଚଳ ହୋଇପଡ଼ିଥିଲା।  ଫଳରେ ୧ ଘଣ୍ଟା ବିଳମ୍ବରେ ମତଦାନ କରିଥିଲେ ଭୋଟର।

ବ୍ରଜରାଜନଗରରେ ନିର୍ବାଚନୀ ହିଂସା: ବିଧାୟିକା ରାଧାରାଣୀ ପଣ୍ଡାଙ୍କ ପିଏସ୍‌ଓଙ୍କୁ ଆକ୍ରମଣ

ବ୍ରଜରାଜନଗରରେ ନିର୍ବାଚନୀ ହିଂସା: ବିଧାୟିକା ରାଧାରାଣୀ ପଣ୍ଡାଙ୍କ ପିଏସ୍‌ଓଙ୍କୁ ଆକ୍ରମଣ

ଝାରସୁଗୁଡା ଅଫିସ,୧୮।୪: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ଗୁରୁବାର ନିର୍ବାଚନୀ ହିଂସା ଘଟିଛି। ଅପରାହ୍ନରେ ଉକ୍ତ ନିର୍ବାଚନମଣ୍ଡଳୀରେ ଥିବା ଗଙ୍ଗାନଗର ବୁଥ୍‌ ନଂ-୧୮୨କୁ ବିଧାୟିକା ରାଧାରାଣୀ ପଣ୍ଡା ଯାଇଥିଲେ। 

ବିଭିନ୍ନ ସ୍ଥାନରେ ଇଭିଏମ୍‌ ଅଚଳ ଯୋଗୁ ମତଦାନ ବିଳମ୍ବିତ

ବିଭିନ୍ନ ସ୍ଥାନରେ ଇଭିଏମ୍‌ ଅଚଳ ଯୋଗୁ ମତଦାନ ବିଳମ୍ବିତ

ବରଗଡ଼ ଅଫିସ୍‌,୧୮।୪: ବରଗଡ଼ ଜିଲାରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଛି। ମାତ୍ର ଜିଲାର ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ରରେ ରହିଥିବା ଇଭିଏମ୍‌, ଭିଭିପିଏଟି ଅଚଳ ହୋଇଯିବା ଯୋଗୁ ମତଦାନ କାର୍ଯ୍ୟ ବିଳମ୍ବିତ ହୋଇଥିବା ସୂଚନା ମିଳିଛି ।

ମତଦାନ ପାଇଁ ବରଗଡ଼ ବାଲିଟିକ୍ରା ଭୋଟ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଧାଡ଼ି: ଦିନ ୧ଟା ସୁଦ୍ଧା ୩୫.୧୨% ମତଦାନ

ମତଦାନ ପାଇଁ ବରଗଡ଼ ବାଲିଟିକ୍ରା ଭୋଟ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଧାଡ଼ି: ଦିନ ୧ଟା ସୁଦ୍ଧା ୩୫.୧୨% ମତଦାନ

ବରଗଡ଼ ଅଫିସ,୧୮।୪: ବରଗଡ଼ ଜିଲାରେ ଦିନ ୧ଟା ସୁଦ୍ଧା ମତଦାନ ହାର ୩୫.୧୨% ରହିଛି । ଇତିମଧ୍ୟରେ ମାଓବାଦୀ ଅଧ୍ୟୁଷିତ ପଦ୍ମପୁର ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୮ ପ୍ରତିଶତ ମତଦାନ ହୋଇଥିବାବେଳେ ବିଜେପୁର ଓ ଭଟ୍‌ଲି ବିଧାନସଭା ନିର୍ବାଚନମଣ୍ଡଳୀରେ ଏହି ହାର ୩୫% ରହିଛି। 

ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ ପାଇଁ ଉସୁକାଇବାକୁ ନେଇ ଉତ୍ତେଜନା, ଭୋଟ କେନ୍ଦ୍ରରେ ପୋଲିସ ଛାଉଣୀ

ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ ପାଇଁ ଉସୁକାଇବାକୁ ନେଇ ଉତ୍ତେଜନା, ଭୋଟ କେନ୍ଦ୍ରରେ ପୋଲିସ ଛାଉଣୀ

ବରଗଡ଼ ଅଫିସ୍‌,୧୮।୪: ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୬ସ୍ଥିତ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭୋଟ ଗ୍ରହଣ କେନ୍ଦ୍ରରେ ଗୁରୁବାର ଭୋଟଗ୍ରହଣ ସମୟରେ ଉତ୍ତେଜନା ଦେଖାଦେଇଥିଲା।

ଭୋଟିଂ ବନ୍ଦ, ରି-ପୋଲିଂ ପାଇଁ ଚିଠି ଲେଖିଲେ ରିଟର୍ଣ୍ଣି ଅଫିସର

ଭୋଟିଂ ବନ୍ଦ, ରି-ପୋଲିଂ ପାଇଁ ଚିଠି ଲେଖିଲେ ରିଟର୍ଣ୍ଣି ଅଫିସର

ସୁନ୍ଦରଗଡ଼,୧୮।୪: ସୁନ୍ଦରଗଡ଼ରେ ଲୋକ ସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗୁରୁବାର ଆରମ୍ଭ ହୋଇଥିଲା। ହେଲେ ଇଭିଏମ ତୃଟି ପାଇଁ ସକାଳୁ ଭୋଟ ଗ୍ରହଣ ବନ୍ଦ ରହିଛି। 

ଯୁଜୁମୁରା ନିକଟରେ ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ୨ ଆହତ

ଯୁଜୁମୁରା ନିକଟରେ ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ୨ ଆହତ

ସମ୍ବଲପୁର,୧୮।୪(ବ୍ୟୁରୋ): ସମ୍ବଲପୁର ୫୫ନଂ ଜାତୀୟ ରାଜପଥ ଯୁଜୁମୁରା ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି।


Model This Week

କ୍ରିଷ୍ଣା
Why Dharitri