ସମ୍ବଲପୁର

ଉପାନ୍ତ ବ୍ଲକ ପ୍ରତି ସରକାରୀ ଅବହେଳା: ୭ ଜେଇଙ୍କୁ ୨୦ପଞ୍ଚାୟତ

ଉପାନ୍ତ ବ୍ଲକ ପ୍ରତି ସରକାରୀ ଅବହେଳା:  ୭ ଜେଇଙ୍କୁ ୨୦ପଞ୍ଚାୟତ

ନୂଆଗାଁ, ୪।୧ (ଡି.ଏନ.ଏ)- ରାଜ୍ୟ ସରକାର ଗ୍ରାମାଞ୍ଚଳର ଉନ୍ନତି ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କରିଚାଲିଛନ୍ତି। ତେବେ ସବୁ ଯୋଜନାର କାର୍ଯ୍ୟ ଠିକ୍‌ ଭାବେ ତ୍ୱରାନ୍ବିତ ହେଉଛି କି ନାହିଁ ସେଗୁଡିକ ଯାଞ୍ଚ କରିବାର ଆବଶ୍ୟକତା ରହିଛି। କର୍ମଚାରୀ ଅଭାବ ଯୋଗୁ ସୁନ୍ଦରଗଡ ଜିଲା ଆଦିବାସୀ ବହୁଳ ତଥା ଉପାନ୍ତ ନୂଆଗାଁ ବ୍ଲକରେ ଉନ୍ନୟନ କାର୍ଯ୍ୟ ଠିକ୍‌ ଭାବେ ଯାଞ୍ଚ ହେଉ ନ ଥିବା ଅଭିଯୋଗ ହେଉଛି। ସବୁ ଉନ୍ନୟନ କାର୍ଯ୍ୟଗୁଡିକ ତଦାରଖ ପାଇଁ ସ୍ଥାନୀୟ କନିଷ୍ଠଯନ୍ତ୍ରୀ, ସହକାରୀଯନ୍ତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ବ୍ଲକରେ କନିଷ୍ଠଯନ୍ତ୍ରୀଙ୍କ ସଂଖ୍ୟା ଆବଶ୍ୟକଠାରୁ ଢ଼େର କମ୍‌। ବ୍ଲକର ସହକାରୀ ଯନ୍ତ୍ରୀଙ୍କୁ ୨ଟି ବ୍ଲକର ଦାୟୀତ୍ୱ ଦିଆଯାଇଛି। ଏହି ବ୍ଲକରେ ୨୦ଟି ପଞ୍ଚାୟତ ଥିବାବେଳେ ମାତ୍ର ୭ଜଣ କନିଷ୍ଠ ଯନ୍ତ୍ରୀ ଏବେ କାର୍ଯ୍ୟରତ ଅଛନ୍ତି। ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସମାନ ଭାଗକଲେ ୩ଟି ପଞ୍ଚାୟତ ପଡୁଛି। ଏହା ନିଶ୍ଚିତ ରୂପେ ସମସ୍ୟା ସୃଷ୍ଟି ହେବା ସ୍ବାଭାବିକ। ଏପରିସ୍ଥଳେ ଜନୈକ କନିଷ୍ଠ ଯନ୍ତ୍ରୀଙ୍କୁ ୪ଟି ପଞ୍ଚାୟତର ଦାୟୀତ୍ୱ ଦିଆଯାଇଛି। ଏହି ୪ ପଞ୍ଚାୟତ ଦାୟୀତ୍ୱ ପାଇଥିବା କନିଷ୍ଠ ଯନ୍ତ୍ରୀ ବ୍ଲକକୁ କେବେ ଓ କେତେ ବେଳେ ଆସନ୍ତି ତାହା ତାଙ୍କୁ ଓ ବ୍ଲକ ପ୍ରଶାସନଙ୍କୁ ହିଁ ଜଣା। ସେ ଯେଉଁ ଯେଉଁ ପଞ୍ଚାୟତର ଦାୟୀତ୍ୱରେ ଅଛନ୍ତି, ଯଦି ସେହି ପଞ୍ଚାୟତରେ କୌଣସି କାମ ପଡେ ତେବେ ସମ୍ପୃକ୍ତ ଠିକାଦାର ତାଙ୍କୁ ତାଙ୍କ ଘରକୁ ଯାଇ କାରରେ ଆଣିକାମ କରାଇଥାଆନ୍ତି। ବର୍ତ୍ତମାନ ଏହି କନିଷ୍ଠ ଯନ୍ତ୍ରୀ ଜଣଙ୍କ ବ୍ଲକରେ ସମସ୍ତଙ୍କ ଅତିପ୍ରିୟ ହୋଇଛନ୍ତି। ତେବେ କନିଷ୍ଠ ଯନ୍ତ୍ରୀମାନଙ୍କ ଏଭଳି କାର୍ଯ୍ୟକଳାପ ଯୋଗୁ ବ୍ଳକର ବିଭିନ୍ନ ପଞ୍ଚାୟତରେ ଚାଲିଥିବା ଉନ୍ନୟନ କାର୍ଯ୍ୟଗୁଡିକ ଠିକ ଭାବେ ତଦାରଖ ହେଉନାହିଁ। ଅନେକ ସ୍ଥାନରେ ନିମ୍ନମାନର କାର୍ଯ୍ୟ ସତ୍ତ୍ବେ ସେଗୁଡିକ ବିନା ଯାଞ୍ଚରେ ବିଲ କରାଯାଇଥିବା ମଧ୍ୟ ଅଭିଯୋଗ ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଠିକାର ସହକାରୀ ଯନ୍ତ୍ରୀ ମନୋରଞ୍ଜନ ହାଁସଦା ଦୀର୍ଘ ମାସ ହେବ ବିଶ୍ରା ବ୍ଲକ ଦାୟୀତ୍ୱରେ ମଧ୍ୟ ଅଛନ୍ତି। ତେଣୁ ନୂଆଗାଁ ଜନସାଧାରଣଙ୍କ ଅଭିଯୋଗ ହେଲା ସହକାରୀ ଯନ୍ତ୍ରୀ ନୂଆଗାଁ ବ୍ଲକରେ ଆବଶ୍ୟକ ସମୟ ଦେଉ ନ ଥିବାରୁ ଉନ୍ନୟନ କାର୍ଯ୍ୟଗୁଡିକର ଠିକ ଭାବେ ତଦାରଖ କରାଯାଇ ପାରୁନାହିଁ। ଜିଲା ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି। ଏପରିକି ନୂଆଗାଁ ଅଞ୍ଚଳର କିଛି ହାତଗଣତି ନେତାଙ୍କ ଚାପରେ ବ୍ଲକର ଅଧିକାଂଶ କର୍ମଚାରୀ କାମ କରୁଥିବା ବେଳେ କେଉଁଠି କଣ କାମ ହେବ ସମ୍ପୃକ୍ତ ନେତାଙ୍କ ଚାପରେ ହିଁ କରାଯାଇଥିବା ଅଭିଯୋଗ ହେଉଛି। ନିକଟରେ କେତେକ ପଞ୍ଚାୟତରେ କରାଯାଇଥିବା ଡଗୱେଲ (କୂଅ), ଗୁହାଲ ଘର, ଜିଆଖତ ପାଇଁ ଘର ଭଳି ବିଭିନ୍ନ ଯୋଜନାରେ କାମ ହେଉଥିବା ବେଳେ ଏଗୁଡିକ ବ୍ୟାପକ ନିମ୍ନମାନର କରାଯାଉଥିବା ଅଭିଯୋଗ ହେଉଛି। ଏହି ବ୍ଲକକୁ ଆବଶ୍ୟକ କର୍ମଚାରୀ ଯୋଗାଣରେ ସରକାର ଅବହେଳା କରୁଛନ୍ତି। ଏହା ଉପରେ ଗୁରୁତ୍ୱର ସହ ଦୃଷ୍ଟି ଦେବାକୁ ବ୍ଲକର ଯୁବ ବିଜେଡି ନେତା ପରଭେଜ ଖାନ୍‌, ବିଧାୟକ ପ୍ରତିନିଧି ସୁଲେମାନ କାଉଡିଆ, ବିଜେଡି ବ୍ଲକ ସଭାପତି ଦିଗାମ୍ବର ଦାସ, ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡ଼ି  ସଭାପତି ରୋହିତ ତନ୍ତୀ ପ୍ରମୁଖ ଦାବି କରିଛନ୍ତି। ତୁରନ୍ତ ବ୍ଲକର ଆବଶ୍ୟକ ସଂଖ୍ୟକ କନିଷ୍ଠଯନ୍ତ୍ରୀ ନିଯୁକ୍ତି ସାଙ୍ଗକୁ ସହକାରୀ ଯନ୍ତ୍ରୀଙ୍କୁ ନୂଆଗାଁ ବ୍ଲକର ହିଁ ଦାୟୀତ୍ୱ ଦେବାକୁ ସେମାନେ ଦାବି କରିଛନ୍ତି।

All Right Reserved By

ସମ୍ବଲପୁର

ମାନବବାଦ କ୍ଷେତ୍ରରେ ଭୀମଭୋଇ  ଜଣେ ଉଜ୍ଜ୍ୱଳ ଜ୍ୟୋତିଷ୍କ

ମାନବବାଦ କ୍ଷେତ୍ରରେ ଭୀମଭୋଇ ଜଣେ ଉଜ୍ଜ୍ୱଳ ଜ୍ୟୋତିଷ୍କ

ସୋନପୁର,୧୯।୨(ନି.ପ୍ର.) ସନ୍ଥ କବି ଭୀମଭୋଇ ଧର୍ମ, ସଂସ୍କୃତି, ସାହିତ୍ୟ ମାନବବାଦ କ୍ଷେତ୍ରରେ ଏକ ମହାନ ଏବଂ ଉଜ୍ଜ୍ୱଳମୟ ଜ୍ୟୋତିଷ୍କ। ଯାହାଙ୍କ ଦର୍ଶନ ଏବଂ ଜ୍ଞାନାଲୋକ ସମସ୍ତ ମାନବ ଜାତିକୁ ପଥ ପ୍ରଦର୍ଶନ କରୁଛି।

ରାଣୀପୁର-ଝରିଆଲରେ ବେଆଇନ ଖନନ : ତଦନ୍ତ ନିର୍ଦ୍ଦେଶ ଦେଲେ ଏଏସ୍‌ଆଇ ଅଧୀକ୍ଷକ

ରାଣୀପୁର-ଝରିଆଲରେ ବେଆଇନ ଖନନ : ତଦନ୍ତ ନିର୍ଦ୍ଦେଶ ଦେଲେ ଏଏସ୍‌ଆଇ ଅଧୀକ୍ଷକ

ବଲାଙ୍ଗୀର ଅଫିସ, ୧୯ା୨ : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡାରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ(ଏଏସ୍‌ଆଇ) ଅଧିନରେ ଥିବା ରାଣୀପୁର-ଝରିଆଲ ପ୍ରାଚୀନ ଐତିହ୍ୟ ସମୂହ ନିକଟରେ ବେଆଇନ୍‌ ଗାତ ଖୋଳାଯିବା ପରେ ଏବେ ଐତିହାସିକ ଭଗ୍ନ ସ୍ମାରକୀ ଉପରେ ମାଟି ପୋତି ଦିଆଯାଇଛି 

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ବୀରମହାରାଜପୁର, ୧୮ା୨(ଡି.ଏନ୍‌.ଏ.)

ସମ୍ପ୍ରତି ଇଣ୍ଟରନେଟର ପ୍ରସାର ଯୋଗୁଁ କମ୍ପ୍ୟୁଟର ଓ ସ୍ମାର୍ଟ ଫୋନର ବ୍ୟବହାର ବଢି ଚାଲିଥିବା ବେଳେ ଏହାର ଦୁରୂପଯୋଗ ଅନେକ କ୍ଷେତ୍ରରେ କ୍ଷତି ଘଟାଇ ଚାଲିଛି। ଏଭଳି ଆପରାଧିକ ଘଟଣାକୁ ସାଇବର କ୍ରାଇମ୍‌ କୁହାଯାଉଥିବା ବେଳେ ସମ୍ପ୍ରତି ସାଧାରଣ ଲୋକେ ଏହାର ଶିକାର ହେଉଥିବା ଘଟଣା ପ୍ରତିଦିନ ସାମ୍‌ନାକୁ ଆସୁଛି। ଏଭଳି ଅପରାଧକୁ ରୋକିବା ପାଇଁ ରହିଥିବା ବିଧିବ୍ୟବସ୍ଥା ସମ୍ପର୍କରେ ଲୋକଙ୍କ ଅଜ୍ଞତା ଯୋଗୁଁ ଆପରାଧିକ ଘଟଣା ବୃଦ୍ଧିପାଇଛି।

ନକ୍‌ଆଉଟ ଫୁଟବଲ ଟୁର୍ନାମେଣ୍ଟ: ଧର୍ମଗଡ ଚାମ୍ପିୟନ

ନକ୍‌ଆଉଟ ଫୁଟବଲ ଟୁର୍ନାମେଣ୍ଟ: ଧର୍ମଗଡ ଚାମ୍ପିୟନ

ସେରଗଡ଼,୧୮।୨(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ତୁଳାପଡାଠାରେ ପାଝରାଣୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚାଲିଥିବା ନକଆଉଟ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଧର୍ମଗଡ ଓ ଜାମଖୁଣ୍ଟା ମଧ୍ୟରେ ଅନୁଷ୍ଠିତ ଫାଇନାଲ ଖେଳରେ ଧର୍ମଗଡ ୪-୨ ଗୋଲରେ ବିଜୟୀ ହୋଇ ଚାମ୍ପିୟନ ହୋଇଛି। ଚାମ୍ପିୟନ ଦଳକୁ ୮ ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସଅପ୍‌ ଦଳକୁ ୬ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ବୌଦ୍ଧ ଜିଲା ଗସ୍ତ

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ବୌଦ୍ଧ ଜିଲା ଗସ୍ତ

ବୌଦ୍ଧ,୧୮।୨(ସ୍ବ.ପ୍ର): କାଳିଆ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନାରେ ରାଜ୍ୟରେ ଜଣେ ହେଲେ ଯୋଗ୍ୟ ଚାଷୀ ଯେପରି ବଞ୍ଚତ୍ତ ହେବେ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ।

ଓଡିଶା ଷ୍ଟାମ୍ପ ଭେଣ୍ଡର ମହାସଂଘର ଧାରଣା ସମାଧାନ ପାଇଁ ସରକାର ଦୃଷ୍ଟି ଦେବାକୁ ଦାବି

ରାଉରକେଲା ଅଫିସ,୧୮ା୨-ଓଡିଶା ଷ୍ଟାମ୍ପ ଭେଣ୍ଡର ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧାରଣା ଆରମ୍ଭ ହୋଇଛି ା 

‘ଶାସନ ପରିବର୍ତ୍ତନର ବାର୍ତ୍ତାବହ ସାଜିବେ କୃଷକ’

ରାଉରକେଲା ଅଫିସ,୧୮ା ୨-ବିଜେଡି ସରକାର କୃଷକଙ୍କ ସମସ୍ୟାର ସମାଧାନ ପାଇଁ କେବେ ଆଗ୍ରହ ପ୍ରକାଶ କରି ନାହଁାନ୍ତି। ଏଥିପାଇଁ ଶାସନ ପରିବର୍ତ୍ତନର ବାର୍ତ୍ତାବହ ସାଜିବେ ଓଡିଶା କୃଷକ। କୃଷକମାନେ ହେଲେ ସମାଜର ମେରୁଦଣ୍ଡ। 

ବେଲପାହାଡ଼ ବନ୍ଦ

ବେଲପାହାଡ଼,୧୮ା୨(ଡ଼ି.ଏନ୍‌.ଏ): ଜମ୍ମୁକଶ୍ମୀର ପୁଲୱାମାଠାରେ ସଂଘଟିତ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ଭାରତର ୪୯ ଜଣ ଯବାନ ଶହୀଦ ହୋଇଛନ୍ତି ା 

ବେଲପାହାଡ଼:୩ କେନ୍ଦ୍ରରେ ମାଟ୍ରିକ   ପରୀକ୍ଷା ଦେବେ ୪୭୫ ଛାତ୍ରୀଛାତ୍ର

ବେଲପାହାଡ଼:୩ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ୪୭୫ ଛାତ୍ରୀଛାତ୍ର

ବେଲପାହାଡ଼,୧୮ା୨(ଡ଼ି.ଏନ୍‌.ଏ.): ଆସନ୍ତା ୨୨ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ା ଏଥିପାଇଁ ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରାଞ୍ଚଳସ୍ଥିତ ନୋଡ଼ାଲ କେନ୍ଦ୍ର ଗିରିଧରଲାଲ ଉଚ୍ଚ ବିଦ୍ୟାଳୟକୁ ପ୍ରଶ୍ନପତ୍ର ପହଞ୍ଚତ୍ ସାରିଛି ା ପ୍ରଶ୍ନପତ୍ରଗୁଡିକ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗରୁମରେ ରଖାଯାଇଛି ା

ଅବ୍ୟବସ୍ଥାରେ ଚାଲିଛି ଲିଫ୍ଟ ପଏଣ୍ଟ: ଉପୁଡି ପଡିଛି ଖୁଣ୍ଟ, ଟ୍ରାନ୍ସଫର୍ମର ମୁକୁଳା

ଅବ୍ୟବସ୍ଥାରେ ଚାଲିଛି ଲିଫ୍ଟ ପଏଣ୍ଟ: ଉପୁଡି ପଡିଛି ଖୁଣ୍ଟ, ଟ୍ରାନ୍ସଫର୍ମର ମୁକୁଳା

ବିନିକା, ୧୮ା୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ ସାରଙ୍ଗପାଲି ଗାଁ। ଅଧିକାଂଶ ଆଦିବାସୀ ସମ୍ପ୍ରଦାୟର ।  ମୁଖ୍ୟ ଜୀବିକା ଧାନଚାଷ ା ଉଠାଜଳସେଚନ ପଏଣ୍ଟ ମାଧ୍ୟରେ ୮୦ହେକ୍ଟର ଜମିରେ ଚାଷ ହୋଇଥାଏ। 

ପୁଲୱାମା ଶହୀଦଙ୍କୁ  କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି

ପୁଲୱାମା ଶହୀଦଙ୍କୁ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି

ଜମନକିରା, ୧୫। ୨ ( ଡି.ଏନ୍‌.ଏ) : ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ସଦର ମହକୁମା ଦୁର୍ଗା ମଣ୍ଡପ ସମ୍ମୁଖରେ ପୁଲୱାମା ଶହୀଦଙ୍କ ପାଇଁ ଜମନକିରା ଗ୍ରାମ୍ୟ ଉନ୍ନୟନ କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। 

ଶହୀଦଙ୍କୁ ସମ୍ମାନ ଜଣାଇ ଦୋକାନ ବଜାର ବନ୍ଦ

ଶହୀଦଙ୍କୁ ସମ୍ମାନ ଜଣାଇ ଦୋକାନ ବଜାର ବନ୍ଦ

ଚନ୍ଦାହାଣ୍ଡି, ୧୮।୨(ଡି.ଏନ.ଏ): ପୁଲଓ୍ବାମା ଆକ୍ରମଣରେ ଶହୀଦ ହୋଇଥିବା ଯବାନମାନଙ୍କ ଅମର ଆତ୍ମାକୁ ସମ୍ମାନ ଜଣାଇ ନବରଙ୍ଗପୁର ବଣିକ ସଂଘ ଦ୍ୱାରା ଦିଆଯାଇଥିବା ବନ୍ଦ ଡାକରାରେ ଚନ୍ଦାହାଣ୍ଡି ବ୍ଲକ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି।