ରାୟଗଡା

ଖୋଲୁନି କାର୍ଯ୍ୟାଳୟ, ଆସୁନାହାନ୍ତି ଅଧିକାରୀ

ଖୋଲୁନି କାର୍ଯ୍ୟାଳୟ, ଆସୁନାହାନ୍ତି ଅଧିକାରୀ

ଡାବୁଗାଁ,୩।୧(ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ-ପାପଡାହାଣ୍ଡି ରାଜ୍ୟ ରାଜପଥ- ୩୯ର ମହେନ୍ଦ୍ରୀ ଛକ ଠାରୁ ବାରିଗୁଡା ଛକ ମଧ୍ୟରେ ପ୍ରାୟ ୨କିମି ହେବ ରାସ୍ତା ଫାଟି ନଷ୍ଟ ହୋଇଯାଇଥିଲା । ଗତ ସେପ୍ଟେମ୍ବର ମାସରେ ଉକ୍ତ ସ୍ଥାନକୁ ଡାବୁଗାଁ ପୂର୍ତ୍ତ ବିଭାଗ ପକ୍ଷରୁ ମରାମତି କରାଯାଇଥିଲା । ୨ ମାସ ନପୁରୁଣୁ ଉକ୍ତ ସ୍ଥାନ ଗୁଡିକରୁ ପିଚୁ ଉଠିଯାଇଥିବା ଦେଖିବାକୁ ମିଳିଛି। ଏହି ରାସ୍ତା ମରାମତି କାର୍ଯ୍ୟ ନିମ୍ନମାନର ହୋଇଥବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଉକ୍ତ ରାସ୍ତା ପୁଣି ଥରେ  ମରାମତି କରାଯିବାକୁ ସାଧାରଣରେ ଦାବି ହେଉଛି। ଡାବୁଗାଁରେ ଏକ ବର୍ଷ ତଳେ ଉପଖଣ୍ଡ କାର୍ଯ୍ୟାଳୟ ସରକାର ଘୋଷଣା କରିଥିଲେ। ଡାବୁଗାଁ ବ୍ଲକ ସଦରମହକୁମା ଠାରେ ରହିଛି ପୂର୍ତ୍ତ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ। ପୂର୍ବରୁ ପୂର୍ତ୍ତ ବିଭାଗ କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ତାକୁ ଭାଙ୍ଗି ଦିଆଯାଇଥିଲା। ସେଠାରେ ନୂତନ ଉପଖଣ୍ଡ କାର୍ଯ୍ୟାଳୟ ଗୃହ ଓ କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଗୃହ ର୍ନିମାଣ ସରିଛି । କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟାଳୟ ଖୋଲୁନି । ଫଳରେ ଉପଖଣ୍ଡ କାର୍ଯ୍ୟାଳୟରେ ସହକାରୀ ର୍ନିବାହୀଯନ୍ତ୍ରୀ ଓ କନିଷ୍ଠଯନ୍ତ୍ରୀ ଅନୁପସ୍ଥିତ ରହୁଛନ୍ତି।  ଡାବୁଗାଁ ଠାରେ ସହକାରୀ ର୍ନିବାହୀ ଯନ୍ତ୍ରୀ ଓ କନିଷ୍ଠଯନ୍ତ୍ରୀଙ୍କ ରହିବା ପାଇଁ ସରକାରଙ୍କ ତରଫରୁ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରାଯାଇ ଗୃହ ର୍ନିମାଣ କରାଯାଇଛି । ଅଧିକାରୀମାନେ ରହୁନଥିବାରୁ ଏହା ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଛି । ବର୍ତ୍ତମାନ ଡାବୁଗାଁ ଅଙ୍ଗୀ ନଦୀ ଉପରେ ଏକ ପୋଲ ର୍ନିମାଣ କାର୍ଯ୍ୟ ଓ ବିଭିନ୍ନ ରାସ୍ତା ର୍ନିମାଣ କାର୍ଯ୍ୟ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ବିନା ପର୍ଯ୍ୟବେକ୍ଷଣରେ ହେଉଛି । ପୋଲର ସିମେଣ୍ଟ କଂକ୍ରିଟ କାର୍ଯ୍ୟ ଚାଲୁଥିବା ବେଳେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁନାହାଁନ୍ତି । ଉକ୍ତ ପୋଲ କଂକ୍ରିଟ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀର ମାନ ଓ ଭାଗମାପକୁ କୌଣସି ବିଭାଗୀୟ ଅଧିକାରୀ   ଯାଞ୍ଚ କରୁନଥିବା ଦେଖିବାକୁ ମିଳିଛି । ପ୍ରାୟ ୫ ମାସ ତଳେ ପୂର୍ତ୍ତ ବିଭାଗ ପୂର୍ବତନ ର୍ନିବାହୀ ଯନ୍ତ୍ରୀ କହିଥିଲେ ଡାବୁଗାଁରେ ଅକ୍ଟୋବର ମାସରେ ଉପଖଣ୍ଡ କାର୍ଯ୍ୟାଳୟ ଖୋଲାଯାଇ କାର୍ଯ୍ୟ ଚାଲିବ । କିନ୍ତୁ ଅକ୍ଟୋବର ମାସ ସରି ୨୦୧୮ ବର୍ଷ ଶେଷ ହୋଇ ଜାନୁଆରୀ-୨୦୧୯ ମାସ ଆରମ୍ଭ ହେଲାଣି କିନ୍ତୁ କାର୍ଯ୍ୟାଳୟ ଖୋଲିନାହିଁ। ଡାବୁଗାଁର ଉପଖଣ୍ଡ କାର୍ଯ୍ୟାଳୟ ଜିଲା ସଦର ମହକୁମା ଠାରେ ଚାଲିଛି ।  ଜଣେ ସହକାରୀ ର୍ନିବାହୀ ଯନ୍ତ୍ରୀ ନିଯୁକ୍ତି ପାଇ ଏଠାରେ କାର୍ଯ୍ୟ କରୁଛନ୍ତି । ଡାବୁଗାଁରେ କୌଣସି କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ପାଇନାହାଁନ୍ତି । ଡାବୁଗାଁରେ ଚାଲିଥିବା କାମ ଜିଲା ସଦର ମହକୁମା କନିଷ୍ଠ ଯନ୍ତ୍ରୀ ତଦାରଖ କରୁଛନ୍ତି ବୋଲି ବିଭାଗୀୟ ର୍ନିବାହୀ ଯନ୍ତ୍ରୀ କହିଥିଲେ । ଡାବୁଗାଁ- ପାପଡାହାଣ୍ଡି ରାଜ୍ୟ ରାଜପଥ- ୩୯ ଉପରେ ମହେନ୍ଦ୍ରୀ ଛକ ଠାରୁ ବାରିଗୁଡା ଛକ ପର୍ଯ୍ୟନ୍ତ ହୋଇଥିବା ରାସ୍ତା ମରାମତି କାର୍ଯ୍ୟରୁ ଜଣାପଡୁଛି ପୂର୍ତ୍ତ ବିଭାଗର କାର୍ଯ୍ୟ କିପରି   ଚାଲିଛି।  ଡାବୁଗାଁରେ ଉପଖଣ୍ଡ କାର୍ଯ୍ୟାଳୟ ଶୀଘ୍ର ଖୋଲାଯିବା ପାଇଁ ଡାବୁଗାଁ ଅଞ୍ଚଳବାସୀ ଦାବି କରିଛନ୍ତି । ଏନେଇ ନବରଙ୍ଗପୁର ଜିଲା ପୂର୍ତ୍ତ ବିଭାଗ ଭାରପ୍ରାପ୍ତ ର୍ନିବାହୀଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀଙ୍କୁ  ପଚାରିବାରୁ ସେ କହିଥିଲେ  ଯେ ଗୁରୁବାର ଏସଡିଓ ମୋତେ  ଫୋନ କରି ଡାବୁଗାଁ ଯାଇଛନ୍ତି ।  ନବରଙ୍ଗପୁର କନିଷ୍ଠଯନ୍ତ୍ରୀ ଡାବୁଗାଁ ଦାୟିତ୍ୱରେ  ରହିଛନ୍ତି। ଉପଖଣ୍ଡ କାର୍ଯ୍ୟାଳୟରେ ବିଦ୍ୟୁତ ସଂଯୋଗ ହୋଇ ନ ଥିଲା । ଏବେ ବିଦ୍ୟୁତ ସଂଯୋଗ କରାଯାଉଛି ଏବଂ ଶୀଘ୍ର କାର୍ଯ୍ୟାଳୟ ଖୋଲାଯିବ ବୋଲି କହିଥିଲେ।

All Right Reserved By

ରାୟଗଡା

ଏମିତି ଏକ ମନ୍ଦିର: ଭାଇ ଭଉଣୀ ଭାବେ ପୁଜା ପାଆନ୍ତି ଶିବପାର୍ବତୀ

ଏମିତି ଏକ ମନ୍ଦିର: ଭାଇ ଭଉଣୀ ଭାବେ ପୁଜା ପାଆନ୍ତି ଶିବପାର୍ବତୀ

କୋରାପୁଟ,୨୩।୪(ସ୍ବ.ପ୍ର)-କୋରାପୁଟ ଜିଲା  ଦଶମନ୍ତପୁର ବ୍ଳକ  ଗିର୍ଲିଗୁମ୍ମା ପଞ୍ଚାୟତରେ  ଏମିତି ଏକ ମନ୍ଦିର ଅଛି, ଯେଉଁଠି ଶିବ ଓ ପାର୍ବତୀ ପତିପତ୍ନୀ ଭାବେ ନୁହେଁ ଭଉଣୀଭାଇ ଭାବେ ପୁଜା ପାଇଥାନ୍ତି । 

ଗ୍ରାମବାସୀଙ୍କ ଦ୍ୱାରା ମୟୂର ଉଦ୍ଧାର

ଗ୍ରାମବାସୀଙ୍କ ଦ୍ୱାରା ମୟୂର ଉଦ୍ଧାର

ସେମିଳିଗୁଡା,୨୩।୪(ସ୍ବ.ପ୍ର)- କୋରାପୁଟ ସେମିଳିଗୁଡା ବ୍ଲକ ବଡବଡି ଗାଁ  ନିକଟ ଜଙ୍ଗଲରୁ ଗ୍ରାମବାସୀ ଏକ ମୟୁରକୁ ଉଦ୍ଧାର କରିଛନ୍ତି । ଖବରପାଇ ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚତ୍ ଉକ୍ତ ମୟୂରକୁ ନେଇଯାଇଥିଲେ । ତାହାର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଜଙ୍ଗଲରେ ଛାଡି  ଦେଇଛନ୍ତି ।  

କୁଟୁରା ଛୁଆ ଉଦ୍ଧାର

କୁଟୁରା ଛୁଆ ଉଦ୍ଧାର

ଜୟପୁର,୨୩।୪(ଡି.ଏନ.ଏ)- କୋରାପୁଟ ଜିଲା ଜୟପୁର ବନ ବିଭାଗ ରେଞ୍ଜର ପାତ୍ରପୁଟ ବନାଞ୍ଚଳର ମହାଳିଆପୁଟ ଗ୍ରାମବାସୀଙ୍କ ଦ୍ୱାରା  ନିକଟସ୍ଥ ଘାଟଘୁମର ସଂପକ୍ଷିତ  ଜଙ୍ଗଲରୁ  ଏକ ୬ ମାସର କୁଟୁରା ଛୁଆକୁ ଉଦ୍ଧାର କରିଥିଲେ ।

ପ୍ରଶାସନ ଦୃଷ୍ଟି ଆଢୁଆଳରେ ଝୋଡିଆପଡ଼ା

ପ୍ରଶାସନ ଦୃଷ୍ଟି ଆଢୁଆଳରେ ଝୋଡିଆପଡ଼ା

ରାୟଗଡା ଅଫିସ୍‌, ୨୩।୪-  ରାୟଗଡା ସହରର ୨୪ନମ୍ବର ଓ୍ବାର୍ଡରେ ରହିଛି ଝୋଡିଆପଡ଼ା ବସ୍ତି । ଏହି ବସ୍ତିରେ ୪୪ଟି ପରିବାରରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। 

୬ ବର୍ଷ ହେଲା ବୋରଓ୍ବେଲ ପାଇଁ ଟଙ୍କା ଦେଇ ୨୪ ଚାଷୀ ହତାଶ

ଚିତ୍ରକୋଣ୍ଡା,୨୩।୪(ଡି.ଏନ୍‌.ଏ.)- କୃଷି ଏବଂ ଚାଷୀର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଆଦିବାସୀ ଅଞ୍ଚଳରେ ଆଦିବାସୀ ଚାଷୀଙ୍କୁ ଅନେକ ପ୍ରୋତ୍ସାହନ ଦେଉଛନ୍ତି। ମାତ୍ର ସରକାରୀ କଳର କେତେକ ନ୍ୟସ୍ତସ୍ବାର୍ଥ କର୍ମଚାରୀଙ୍କ ପାଇଁ ସରକାରଙ୍କ ଯୋଜନାରୁ ସୁଫଳ ପାଉନାହାନ୍ତି ଚାଷୀ। ଏପରି ଏକ ଘଟଣା ଘଟିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲ୍ଳକ ଅଞ୍ଚଳରେ। ଉକ୍ତ ଅଞ୍ଚଳରେ ଚାଷୀ ଜମିରେ ବୋରଓ୍ବେଲ ଖୋଳାଇବା ଲାଗି ପାଣି ପରୀକ୍ଷା କରିବାକୁ ସ୍ଥାନ ଚିହ୍ନଟ ଲାଗି ବିଭାଗ ନିକଟରେ ୧ହଜାର ଲେଖାଏ ଟଙ୍କା ବାନ୍ଧି ୬ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏ ପାଣି ପରୀକ୍ଷା ହୋଇପାରିନାହିଁ। ଏନେଇ ଚାଷୀମାନେ ବାରମ୍ବାର କାର୍ଯ୍ୟାଳୟକୁ ଦୌଡି ନିରାଶ ହୋଇଛନ୍ତି। ଜିଲା ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉନାହିଁ। 

ନିଖୋଜ ମହିଳାଙ୍କ ମୃତଦେହ  କୂଅରୁ ଉଦ୍ଧାର

ନିଖୋଜ ମହିଳାଙ୍କ ମୃତଦେହ କୂଅରୁ ଉଦ୍ଧାର

ସେମିଳିଗୁଡା,୨୨ା୪(ସ୍ବ.ପ୍ର)- ସେମିଳିଗୁଡା ବ୍ଳକ ପିତାଗୁଡା ପଞ୍ଚାୟତର ଚୋରି ମାଳିପୁଟ ଗ୍ରାମର ଏକ କୂଅରୁ ନିଖୋଜ  ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି ା 

ଗ୍ୟାସ କିଟ ବଣ୍ଟନରେ ଅନିୟମିତତା ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଉପଭୋକ୍ତା

ସେମିଳିଗୁଡା,୨୨ା୪(ସ୍ବ.ପ୍ର)-  ଉଜ୍ୱଳା ଯୋଜନାରେ ଗ୍ୟାସ କିଟ୍‌ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ା

ପୂର୍ବ ଶତ୍ରୁତାକୁ ନେଇ ହତ୍ୟା, ୨ ଗିରଫ

ପୂର୍ବ ଶତ୍ରୁତାକୁ ନେଇ ହତ୍ୟା, ୨ ଗିରଫ

ଝରିଗାଁ,୨୨।୪(ସ୍ବ.ପ୍ର)-କଂଗ୍ରେସ ରାଲିରେ ଯୋଗ ଦେବାକୁ ଆସିଥିବା ନବରଙ୍ଗପୁର ଜିଲା  ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଚିକିଲି ଗୌଡଗୁଡା ଗ୍ରାମର ଅଭିଜିତ ମଣ୍ଡଳ ନିଖୋଜ ହେବାର ୮ ଦିନ ପରେ କୁସୁମପାଣି ଜଙ୍ଗଲରୁ ପୋଲିସ ମୃତଦେହ ଉଦ୍ଧାର କରିଥିଲା। 

ମହିଳାଙ୍କୁ ଯୌତୁକ ନିର୍ଯାତନା

ମହିଳାଙ୍କୁ ଯୌତୁକ ନିର୍ଯାତନା

ଜୟପୁର,୨୨ା୪(ଡି.ଏନ.ଏ)- କୋରାପୁଟ ଜିଲା ଜୟପୁର ସଦରଥାନା ଫୁଲବାଡ ଅଞ୍ଚଳରେ ଜଣେ ମହିଳାଙ୍କୁ ଯୌତୁକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛନ୍ତି ା

  ଅଜଣା ରୋଗରେ ଆତଙ୍କିତ ଅଁଳା

ଅଜଣା ରୋଗରେ ଆତଙ୍କିତ ଅଁଳା

ଦଶମନ୍ତପୁର,୨୨।୪(ଡି.ଏନ୍‌.ଏ.): ଦଶମନ୍ତପୁର ବ୍ଲକ ଚଣାବାଡ଼ ପଞ୍ଚାୟତ ଅଧୀନରେ ଥିବା ଏସ୍‌. ଦଣ୍ଡାବାଡ଼ ଗ୍ରାମର କଂଶାରୀ ଦିଶାରୀଙ୍କ ସ୍ତ୍ରୀ ଅଁଲା ଦୀର୍ଘବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତ ଅଛନ୍ତି।

ବିକାଶର ବାଟ ଓଗାଳୁଛି ଟିପଚିହ୍ନ

ବୈପାରୀଗୁଡ଼ା,୨୨ା୪(ଡି.ଏନ୍‌.ଏ.):ବୈପାରୀଗୁଡ଼ା ବ୍ଲକ ବାଲିଗଁ। ପଞ୍ଚାୟତ ଲିମାଲାଡ଼ି ଗ୍ରାମର ବିଧବା ବୃଦ୍ଧା ସନମତି କାକଲପଡ଼ିଆ । ପିଲାଛୁଆ କେହି ନାହାନ୍ତି। ଏଭଳି ଅସହାୟ ଅବସ୍ଥାରେ ମୁଣ୍ଡ ଗୁଞ୍ଜିବା ତାଙ୍କ ପାଖରେ ଘର ଖଣ୍ଡିଏ ନ ଥିଲା। ତାଙ୍କ ନାମରେ ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିଥିଲା। ଗଁ।ର କେତେକ ଦଲାଲ ଶ୍ରେଣୀର ଲୋକେ ଘର ନିର୍ମାଣ ଦାୟିତ୍ବ ନେଇଥିଲେ। କିନ୍ତୁ ଘରର କେବଳ ପୁନାଦି ପକାଇ ସନମତିଙ୍କ ଟିପଚିହ୍ନ ନେଇ ବ୍ୟାଙ୍କ ଜମାଖାତାରୁ ସଂପୂର୍ଣ୍ଣ ଅନୁଦାନ ଲୁଟିନେଲେ । କେତେକ ସରକାରୀ କର୍ମଚାରୀ ସ୍ବାର୍ଥ ପାଇଁ ସେମାନଙ୍କୁ ସହାୟତା କରିଥିଲେ । ବୈପାରୀଗୁଡ଼ା ବ୍ଲକରେ ଏମିତି ଅନେକ ଘଟଣା ବିଭିନ୍ନ ସମୟରେ ସାମ୍ନାକୁ ଆସିଛି।

ଯୁବକଙ୍କୁ ହତ୍ୟା

ଯୁବକଙ୍କୁ ହତ୍ୟା

ବୌଦ୍ଧ,୨୨ା୪(ସ୍ବ.ପ୍ର.) : ବୌଦ୍ଧ ଜିଲା ବଡ଼ବାଗବର ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଭୋରରୁ ବଡ଼ବାଗବର ଗ୍ରାମର ରାଜେଶ ଜେନା(୨୨)ଙ୍କୁ ଗ୍ରାମର କିଛି ଯୁବକ ପଥରରେ ତାଙ୍କ ମୁହଁକୁ ଛେଚି ହତ୍ୟା କରିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri