ସମ୍ବଲପୁର

ସରକାରୀ କାର୍ଯ୍ୟକ୍ରମରେ ଜିଲା ବିଜେଡି ସଭାପତି ଠିଆ ହୋଇ ରହିଲେ

ସରକାରୀ କାର୍ଯ୍ୟକ୍ରମରେ ଜିଲା ବିଜେଡି ସଭାପତି ଠିଆ ହୋଇ ରହିଲେ

ରେଙ୍ଗାଲି,୪।୧(ଡି.ଏନ.ଏ.)-ସମ୍ବଲପୁର ଜିଲା ବିଜେଡି ସଭାପତି ପ୍ରମୋଦ ରଥ ବାରମ୍ବାର ଦଳ ଭିତରେ ଅଲୋଡା, ଅଖୋଜା ହୋଇପଡୁଛନ୍ତି। ତାଙ୍କୁ ଅଣଦେଖା, କୋଣଠେସା କରାଯାଉଛି। ଖୋଲାଖୋଲି ଜିଲାର ଜଣେ ଜନପ୍ରତିନିଧି ମଧ୍ୟ ତାଙ୍କୁ ଅବହେଳା କରୁଥିବା ପୂର୍ବରୁ ସେ ସ୍ବୀକାର କରିଛନ୍ତି। ଗତ ଡିସେମ୍ବର ୨୮ ତାରିଖରେ ରେଢାଖୋଲରେ ବିଜେଡିର ଦଳୀୟ ସମାବେଶରେ ପ୍ରମୋଦଙ୍କୁ ଦେଖିବାକୁ ମିଳି ନ ଥିଲା। ବୁଝୁବୁଝୁ ଜଣାପଡିଥିଲା ଯେ, ସେଠାକୁ ତାଙ୍କୁ ଡକାଯାଇ ନାହିଁ। ଖୋଦ୍‌ ରେଢାଖୋଲ ବିଧାୟକ ରୋହିତ ପୂଜାରୀ ତାଙ୍କୁ ଡାକି ନ ଥିବା ଜଣାପଡିଥିଲା। ଗୁରୁବାର ପୁଣି ଏମିତି ଆଉ ଏକ ଘଟଣାର ପୁନରାବୃତ୍ତି ଘଟିଛି। ରେଙ୍ଗାଲିଠାରୁ ଗଣେଶନଗର ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତାର ଉନ୍ନତୀକରଣ ଲାଗି ବସଷ୍ଟାଣ୍ଡରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏଥିରେ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ନଗେନ୍ଦ୍ର ପ୍ରଧାନ, ରେଙ୍ଗାଲି ବିଧାୟକ ରମେଶ ପଟୁଆ, ପୂର୍ତ୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନ, ପୂର୍ତ୍ତବିଭାଗ ଏସଇ ସଞ୍ଜୟ ସାହୁ, ଇଂ. ବୈଶିଷ୍ଠ ପଟ୍ଟନାୟକ, ପୂର୍ତ୍ତବିଭାଗ ଏସ୍‌ଡିଓ ସେଖ ସୁୁସ୍ତାର, ସମ୍ବଲପୁର ଜିଲାପାଳ ସମର୍ଥ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ। ହେଲେ ସେଠାରେ ଉପସ୍ଥିତ ଥାଇ ବି ଜିଲା ବିଜେଡି ସଭାପତି ପ୍ରମୋଦ ରଥ ଠିଆହୋଇ ରହିଥିଲେ। ମନ୍ତ୍ରୀଙ୍କ ନିକଟରେ ଦୁଇଟି ଚୌକି ଖାଲି ମଧ୍ୟ ପଡିଥିଲା। ଜିଲାପାଳଙ୍କ ଠିକ୍‌ ପଛକୁ ଟେଣ୍ଟ ଭିଡା ହୋଇଥିବା ବାଉଁଶକୁ ଧରି ପ୍ରମୋଦ ଆଉଜି ଛିଡା ହୋଇଥିଲେ। ଦେଖିବାକୁ ଗଲେ ରାଜ୍ୟର ବିଜେଡି ସରକାର ହେଉ କି କେନ୍ଦ୍ରର ଭାଜପା ସରକାର ଏବେ ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କଲେଣି। ଏଣୁ ପ୍ରମୋଦ ମଞ୍ଚରେ ନ ବସିଲେ ମଧ୍ୟ ସାଇଡ୍‌ରେ ବସିଥାଇ ପାରିଥାନ୍ତେ। ସୌଜନ୍ୟତା ଦୃଷ୍ଟିରୁ ତାଙ୍କୁ ସାଧାରଣ ଚୌକି ଖଣ୍ଡେ ତ ଅନ୍ତତ ବସିବାକୁ ଦିଆଯାଇପାରିଥାନ୍ତା। ଏଣୁ ଜଣେ ଜିଲା ସଭାପତି ଏମିତି ଠିଆ ହୋଇ ରହିବା କେତେଦୁର ତାଙ୍କପ୍ରତି ସମ୍ମାନଜନକ ତାହା ରେଙ୍ଗାଲିର ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଅବଶ୍ୟ ଏ ନେଇ ପ୍ରମୋଦ କହିଛନ୍ତି ଯେ, ତାହା ସରକାରୀ କାର୍ଯ୍ୟକ୍ରମ ଥିଲା। ଏଣୁ ସେ ମଞ୍ଚରେ ବସିବାକୁ ଠିକ୍‌ ମନେ କଲେନି।

All Right Reserved By

ସମ୍ବଲପୁର

ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ଦାବି: ଜାରିଙ୍ଗଠାରେ ଚାଷୀଙ୍କ ରାସ୍ତାରୋକୋ

ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ଦାବି: ଜାରିଙ୍ଗଠାରେ ଚାଷୀଙ୍କ ରାସ୍ତାରୋକୋ

ଜୁନାଗଡ,୧୮।୪(ଡି.ଏନ.ଏ.): ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ପାଇଁ ଜାରିଙ୍ଗ ଡ୍ରିଷ୍ଟିବ୍ୟୁଟାରୀର ଚାଷୀମାନେ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜାରିଙ୍ଗ ଛକ ୨୬ନଂ. ଜାତୀୟ ରାଜପଥ ଉପରେ ଗୁରୁବାର ପୂର୍ବାହ୍ନ ୧୦ଟାରୁ ସାଢେ ୧୧ଟା ଦେଢ ଘଣ୍ଟା ଧରି ଚାଷୀମାନେ ରାସ୍ତାରୋକୋ କରିଥିଲେ। ଫଳରେ ରାସ୍ତାରେ ଶତାଧିକ ଯାନବାହନ ଅଟକି ରହିଥିଲା। 

ଘର ଉପରକୁ ମାଡିଗଲା ଟ୍ରକ, ୪ ଆହତ

ଘର ଉପରକୁ ମାଡିଗଲା ଟ୍ରକ, ୪ ଆହତ

ଲାଠୋର, ୧୮ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ଝଲିଆଲିଟି ଗ୍ରାମର ରାସ୍ତାପାର୍ଶ୍ୱସ୍ଥ ଏକ ଘର ଉପରେ ଏକ ମାଲ ବୋଝେଇ ଟ୍ରକ ମାଡିଯିବାରେ  ୪ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି। 

ସୁନ୍ଦରଗଡ଼ରେ ନିର୍ବାଚନୀ ହିଂସା: ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ ଭାଇ, ଖବରଦାତାଙ୍କ ଉପରେ ଭାଜପା ସମର୍ଥକଙ୍କ ଆକ୍ରମଣ ଅଭିଯୋଗ; ୪ ଗିରଫ

ସୁନ୍ଦରଗଡ଼ରେ ନିର୍ବାଚନୀ ହିଂସା: ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ ଭାଇ, ଖବରଦାତାଙ୍କ ଉପରେ ଭାଜପା ସମର୍ଥକଙ୍କ ଆକ୍ରମଣ ଅଭିଯୋଗ; ୪ ଗିରଫ

ସୁନ୍ଦରଗଡ , ୧୮।୪ (ଡି.ଏନ୍‌.ଏ.): ଭୋଟଗ୍ରହଣ ପୂର୍ବରୁ ବୁଧୁବାର ସନ୍ଧ୍ୟା ଓ ବିଳମ୍ବିତ ରାତିରେ ପୃଥକ ଭାବେ ୨ଟି ସ୍ଥାନରେ ନିର୍ବାଚନୀ ହିଂସା ହୋଇଛି। ସୁନ୍ଦରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ସାଲେପାଲି ଓ ରାଏବଗା ଗ୍ରାମରେ ପୂର୍ବତନ ବିଧାୟକ ତଥା ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ  ଭାଇ ଓ ସମର୍ଥକଙ୍କ ସମେତ ଜଣେ ଖବରଦାତାଙ୍କ ଉପରେ ପ୍ରତିପକ୍ଷ ଭାଜପା ବିଧାୟକ ପ୍ରାର୍ଥୀନୀ କୁସୁମ ଟେଟେଙ୍କ ସମର୍ଥକ ମାନେ  ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ  ହୋଇଛି। 

ନୂତନ ମତଦାତାଙ୍କ ମଧ୍ୟରେ ଉତ୍ସାହ

ନୂତନ ମତଦାତାଙ୍କ ମଧ୍ୟରେ ଉତ୍ସାହ

ଘଣ୍ଟାପଡ଼ା,୧୮ା୪(ଡି.ଏନ୍‌.ଏ) : ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୧ ନଂ ଜିଲାପରିଷଦ ଜୋନ୍‌ର ଅନେକ ସ୍ଥାନରେ ଇଭିଏମ ଅଚଳ ହୋଇପଡ଼ିଥିଲା।  ଫଳରେ ୧ ଘଣ୍ଟା ବିଳମ୍ବରେ ମତଦାନ କରିଥିଲେ ଭୋଟର।

ବ୍ରଜରାଜନଗରରେ ନିର୍ବାଚନୀ ହିଂସା: ବିଧାୟିକା ରାଧାରାଣୀ ପଣ୍ଡାଙ୍କ ପିଏସ୍‌ଓଙ୍କୁ ଆକ୍ରମଣ

ବ୍ରଜରାଜନଗରରେ ନିର୍ବାଚନୀ ହିଂସା: ବିଧାୟିକା ରାଧାରାଣୀ ପଣ୍ଡାଙ୍କ ପିଏସ୍‌ଓଙ୍କୁ ଆକ୍ରମଣ

ଝାରସୁଗୁଡା ଅଫିସ,୧୮।୪: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ଗୁରୁବାର ନିର୍ବାଚନୀ ହିଂସା ଘଟିଛି। ଅପରାହ୍ନରେ ଉକ୍ତ ନିର୍ବାଚନମଣ୍ଡଳୀରେ ଥିବା ଗଙ୍ଗାନଗର ବୁଥ୍‌ ନଂ-୧୮୨କୁ ବିଧାୟିକା ରାଧାରାଣୀ ପଣ୍ଡା ଯାଇଥିଲେ। 

ବିଭିନ୍ନ ସ୍ଥାନରେ ଇଭିଏମ୍‌ ଅଚଳ ଯୋଗୁ ମତଦାନ ବିଳମ୍ବିତ

ବିଭିନ୍ନ ସ୍ଥାନରେ ଇଭିଏମ୍‌ ଅଚଳ ଯୋଗୁ ମତଦାନ ବିଳମ୍ବିତ

ବରଗଡ଼ ଅଫିସ୍‌,୧୮।୪: ବରଗଡ଼ ଜିଲାରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଛି। ମାତ୍ର ଜିଲାର ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ରରେ ରହିଥିବା ଇଭିଏମ୍‌, ଭିଭିପିଏଟି ଅଚଳ ହୋଇଯିବା ଯୋଗୁ ମତଦାନ କାର୍ଯ୍ୟ ବିଳମ୍ବିତ ହୋଇଥିବା ସୂଚନା ମିଳିଛି ।

ମତଦାନ ପାଇଁ ବରଗଡ଼ ବାଲିଟିକ୍ରା ଭୋଟ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଧାଡ଼ି: ଦିନ ୧ଟା ସୁଦ୍ଧା ୩୫.୧୨% ମତଦାନ

ମତଦାନ ପାଇଁ ବରଗଡ଼ ବାଲିଟିକ୍ରା ଭୋଟ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଧାଡ଼ି: ଦିନ ୧ଟା ସୁଦ୍ଧା ୩୫.୧୨% ମତଦାନ

ବରଗଡ଼ ଅଫିସ,୧୮।୪: ବରଗଡ଼ ଜିଲାରେ ଦିନ ୧ଟା ସୁଦ୍ଧା ମତଦାନ ହାର ୩୫.୧୨% ରହିଛି । ଇତିମଧ୍ୟରେ ମାଓବାଦୀ ଅଧ୍ୟୁଷିତ ପଦ୍ମପୁର ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୮ ପ୍ରତିଶତ ମତଦାନ ହୋଇଥିବାବେଳେ ବିଜେପୁର ଓ ଭଟ୍‌ଲି ବିଧାନସଭା ନିର୍ବାଚନମଣ୍ଡଳୀରେ ଏହି ହାର ୩୫% ରହିଛି। 

ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ ପାଇଁ ଉସୁକାଇବାକୁ ନେଇ ଉତ୍ତେଜନା, ଭୋଟ କେନ୍ଦ୍ରରେ ପୋଲିସ ଛାଉଣୀ

ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ ପାଇଁ ଉସୁକାଇବାକୁ ନେଇ ଉତ୍ତେଜନା, ଭୋଟ କେନ୍ଦ୍ରରେ ପୋଲିସ ଛାଉଣୀ

ବରଗଡ଼ ଅଫିସ୍‌,୧୮।୪: ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୬ସ୍ଥିତ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭୋଟ ଗ୍ରହଣ କେନ୍ଦ୍ରରେ ଗୁରୁବାର ଭୋଟଗ୍ରହଣ ସମୟରେ ଉତ୍ତେଜନା ଦେଖାଦେଇଥିଲା।

ଭୋଟିଂ ବନ୍ଦ, ରି-ପୋଲିଂ ପାଇଁ ଚିଠି ଲେଖିଲେ ରିଟର୍ଣ୍ଣି ଅଫିସର

ଭୋଟିଂ ବନ୍ଦ, ରି-ପୋଲିଂ ପାଇଁ ଚିଠି ଲେଖିଲେ ରିଟର୍ଣ୍ଣି ଅଫିସର

ସୁନ୍ଦରଗଡ଼,୧୮।୪: ସୁନ୍ଦରଗଡ଼ରେ ଲୋକ ସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗୁରୁବାର ଆରମ୍ଭ ହୋଇଥିଲା। ହେଲେ ଇଭିଏମ ତୃଟି ପାଇଁ ସକାଳୁ ଭୋଟ ଗ୍ରହଣ ବନ୍ଦ ରହିଛି। 

ଯୁଜୁମୁରା ନିକଟରେ ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ୨ ଆହତ

ଯୁଜୁମୁରା ନିକଟରେ ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ୨ ଆହତ

ସମ୍ବଲପୁର,୧୮।୪(ବ୍ୟୁରୋ): ସମ୍ବଲପୁର ୫୫ନଂ ଜାତୀୟ ରାଜପଥ ଯୁଜୁମୁରା ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି।

ରାଜନୈତିକ ଦଳ ଏଜେଣ୍ଟଙ୍କ ଉପସ୍ଥିତି ବିନା ହେଉଛି ଭୋଟଦାନ

ରାଜନୈତିକ ଦଳ ଏଜେଣ୍ଟଙ୍କ ଉପସ୍ଥିତି ବିନା ହେଉଛି ଭୋଟଦାନ

ଗୁଡଭେଲା,୧୮।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଟେବଡ଼ାମୁଣ୍ଡା ଗ୍ରାମର ୨୧ନଂ ବୁଥରେ  ଗୁରୁବାର ସକାଳୁ ମତଦାନ ହେଉଛି। ମାତ୍ର ମତଦାନ କେନ୍ଦ୍ରରେ କୌଣସି ଦଳର ଏଜେଣ୍ଟ ନ ଥିବା ଦେଖିବାକୁ ମିଳିଛି। 

ବରଗଡ଼ରେ ନିର୍ବାଚନୀ ହିଂସା, ଜଣେ ଗୁରୁତର

ବରଗଡ଼ରେ ନିର୍ବାଚନୀ ହିଂସା, ଜଣେ ଗୁରୁତର

ବରଗଡ଼ ଅଫିସ୍‌,୧୮।୪: ବରଗଡ଼ ଜିଲା ବିଜେପୁର ଓ ଭଟ୍‌ଲି ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନୀ ହିଂସା ଦେଖାଦେଇଥିଲା। ତାକୁ ନେଇ ଚର୍ଚ୍ଚା ଥମି ନାହିଁ ।


Model This Week

କ୍ରିଷ୍ଣା
Why Dharitri