
କୋକସରା,୪ା୧ (ଡ଼ି.ଏନ.ଏ): କଳାହାଣ୍ଡି ଜିଲା ସୀମାନା ଆମପାଣି ସାହାଜଖୋଲ ସଂରକ୍ଷିତ ଜଂଗଲ ଭିତରେ ରହିଛେ ମନ୍ଲୁଭା କରକ ଝରନ୍। ପାହାଡ଼ର କାହିଁ ସିଘୁ ଝରି ଆସୁଛେ କରକ ଝରନ୍, ଜଂଗଲ ଭିତ୍ରେ ଖଲ୍ଖଲ୍ ହେଇ ବୁହି ଯାଉଛେ ଝରନ୍ ପାଏନ୍। ଇତାର ସଂଗେ ଚରେଇମାନକର କିଚିର୍ମିଚିର୍ ଶବଦ୍ ବନ୍ଭୁଜି କରି ଆସୁଥିବାର ପର୍ଯ୍ୟଟକମାନକୁ ଭୋଲ କରିଦେଉଛେ। କୋକସରା ସଦର ମହକୁମାନୁ ଆମପାଣି ୧୨ କି.ମି., ଇଠାନୁ ଫେନ୍ ୪ କି.ମି. ପାହାଡ଼ିଆ ରାସ୍ତାରେ ଗଲେ ପଡ଼ସି କରକ ଝରନ୍। ହେଲେ କରକ ଝରନ୍ ତକ୍ ରାସ୍ତା ନାଇଁଥିବାର ଲାଗି ୨ କି.ମି. ଜଂଗଲି ରାସ୍ତାରେ ପର୍ଯ୍ୟଟକମାନକୁ ଚାଲି ଚାଲି ଯିବାକେ ହେସି। ଆମପାଣି ପଁଚେତ୍ ତରଫୁ ଏମଜିଏନଆରଇଜିଏସ ଯୋଜ୍ନାରେ ଗଲାବଛର କେତେ ରାସ୍ତା ମାଟି କାମ୍ ହେଇଛେ। ହେଲେ ଶୀତ୍ ଆର ଖରାଦିନ୍କେ ଛାଡ଼ି ଦେଲେ ବର୍ଷା ଦିନେ ଇ ରାସ୍ତାରେ ଯାଇ ନାଇଁହୁଏ। ସେଥିରଲାଗି ଶୀତ୍ ମାସେ, ବଡ଼ଭାଗି ଡିସେମ୍ବରରୁ ଜାନୁୟାରୀ ତକ୍ ଇଠାନେ ପର୍ଯ୍ୟଟକମାନକର ଭିଡ଼୍ ଜମ୍ସି। ସେନ୍ତା ନୂଅଁା ବଛର ବେଲେ ତ କାହିଁ କେନ୍ ଦୂରିଆରୁ ପର୍ଯ୍ୟଟକ୍ ଇଠାନ୍କେ ବନ୍ଭୁଜି କରବାକେ ଆଏସନ୍। ହେଲେ ଦୁଖର କଥା ଆଏଜ୍ତକ୍ ଇ ପ୍ରାକୃତିକ ଝରନ୍ ଉପରେ ପରଶାସନ କି କେହେନ୍ସି ରାଜନେତାକର ଦୁରୁଷ୍ଟି ନାଇଁପଡ଼ି। ଉନିଆ ରାଏଜ୍ମାନକୁ ରାଏଜ୍ ସରକାରମାନେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଲାଗି ପଦକ୍ଷେପ ନେଉଥିଲା ବେଲେ ଆମର ରାଏଜେ କଳାହାଣ୍ଡି ଜିଲା ଇ ଦିଗେ ଆଏଜ୍ ବି ଅବହେଲିତ ହେଇ ରହିଛେ। କଳାହାଣ୍ଡି ଜିଲାରେ ଏନ୍ତା ବହୁତ୍ଟେ ପ୍ରାକୃତିକ ଝରନ ଥିଲାବେଲେ ପରଶାସନିକ, ରାଜନଇତିକ୍ ଇଛାଶକ୍ତିର ଅଭାବୁ ସେ ସବୁ ଅବହେଲିତ ହେଇ ପଡ଼ିଛେ। ଏନ୍ତାକି ଇ ପର୍ଯ୍ୟଟନ ଥଲମାନକୁ ଯିବାକେ ରାସ୍ତାଘାଟ ନଁାଇଁନ, ଯେନ୍ଥିରଲାଗି ପର୍ଯ୍ୟଟକମାନେ ଜଂଗଲ ଭିତରେ ଚାଲି ଚାଲି ଯାଉଛନ୍। ଜିଲା ପରଶାସନ କରକ ଝରନ୍କେ ଗୁରୁତ୍ ଦେଇ ତାର ବିକାଶ ଦିଗେ ପଦକ୍ଷେପ ନେବାକେ ବୁଧିଜୀବୀ ମହଲରେ ଦାବୀ ହେଉଛେ। ଇ ପର୍ଯ୍ୟଟନ ଥଲର ବିକାଶ ହେଲେ ନିହାତି ଭାବେ ଇଟା କଳାହାଣ୍ଡି ଜିଲାର ଗୁଟେ ଭଲ ପର୍ଯ୍ୟଟନ ଥଲର ମାଏନ୍ତା ପାଇପାରବା।