ସମ୍ବଲପୁର

୪ଦିନ ହେବ ମଣ୍ଡିରୁ ଉଠୁନି ଧାନ

୪ଦିନ ହେବ ମଣ୍ଡିରୁ ଉଠୁନି ଧାନ

ଜୁନାଗଡ,୪।୧(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଦାସିଗଁା ମଣ୍ଡିରେ ଗତ ୪ଦିନ ହେବ ଚାଷୀମାନେ ଧାନ ବିକ୍ରି କରି ନ ପାରି ଶୀତ କାକରରେ  ପଡି ରହିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ସୋମବାର ଏହି ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚାଷୀମାନଙ୍କୁ ଟୋକନ ପ୍ରଦାନ କରାଯାଇଥିଲା। ତେବେ ଉକ୍ତ ଦିନ କିଛି ଚାଷୀଙ୍କ ଧାନ ମିର୍ଲସ ଉଠାଇଥିବାବେଳେ ଅର୍ଦ୍ଧାଧିକ ଚାଷୀଙ୍କ ଧାନ ଉଠାଇ ନ ଥିଲେ। ଏପରିକି ଧାନ ଓଜନ କରିସାରିଥିବା ଚାଷୀଙ୍କ ଧାନକୁ ମଧ୍ୟ ମିଲର୍ସମାନେ ଟ୍ରକ ଅଭାବରୁ ଛାଡି ଦେଇ ଚାଲିଯାଇଥିଲେ। ଯାହା ଫଳରେ ସେତେବେଳେଠୁ ଉକ୍ତ ଚାଷୀମାନେ ମଣ୍ଡିରେ ପଡି ରହିଛନ୍ତି। ଏପଟେ ରାତି ସମୟରେ  ହାଡ ଭଙ୍ଗା ଶୀତ ପ୍ରବାହ ଜାରି ରହିଥିବାରୁ ଚାଷୀମାନେ ଅତି କଷ୍ଟରେ ମଣ୍ଡିରେ ପଡି ରହିଛନ୍ତି। ସୋମବାର ରାତିରେ ଅତ୍ୟଧିକ ଶୀତକୁ ସହି ନ ପାରି ରାଜୀବ ବେମାଲ ନାମକ ଜଣେ ଚାଷୀ ଗୁରୁତର ହୋଇପଡିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ବର୍ତ୍ତମାନ ଏହି ମଣ୍ଡିରେ ଦାସିଗଁାର ଜୟ ଶଙ୍କର ଖମାରୀଙ୍କ ୧୯କୁଇଣ୍ଟାଲ ଧାନ,  ହରିଶଙ୍କର ନାଏକ (୧୦୦), ଜୟ ନାଗ (୧୦୦), ରଜନୀ କାନ୍ତବେହେରା(୫୯), କନକ ଚନ୍ଦ୍ର ବଗର୍ତ୍ତୀ(୫୦), ଗୋବିନ୍ଦ ବାଗ(୧୦୦), ଅଶୋକ ନାଗ(୪୫), ରାଜା ବଗର୍ତ୍ତୀ(୪୦), ଭୁଶଙ୍କର ନାଗ(୯୨), ପୁଲୁ ନାଏକ(୧୦୦), ବେଣୁ ବାଗ(୨୨), କୁମର ମଣି ଦୂର୍ଗା(୧୦୦) ଆଦି ଚାଷୀଙ୍କ ଧାନ ମଣ୍ଡିରେ ପଡି ରହିଛି। ଅନ୍ୟପକ୍ଷରେ, ବିଭାଗୀୟ ମନ୍ତ୍ରୀ ଚାଷୀଙ୍କଠାରୁ ବିନା କଟନି ଛଟନିରେ ଧାନ ଉଠାଣ କରିବା ପାଇଁ ମିଲର୍ସଙ୍କୁ କଡା ନିର୍ଦ୍ଦେଶ ଦେଇଥିବାବେଳେ ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏଠାରେ ମିଲର୍ସମାନେ କୁଇଣ୍ଟାଲ ପିଛା  ୬କିଗ୍ରା ଧାନ କଟନି କରୁଥିବା ଚାଷୀ ଅଭିଯୋଗ କରିଛନ୍ତି। ଏ ନେଇ ଜୁନାଗଡ ତହସିଲଦାର ଉପେନ୍ଦ୍ର ଲୁହାଙ୍କୁ ପଚାରିବାରୁ ମିର୍ଲସମାନଙ୍କୁ କୁହାଯାଇଛି ଶୁକ୍ରବାର ଦାସିଗଁା ମଣ୍ଡିରେ ଥିବା ଚାଷୀଙ୍କ ଧାନ ଉଠାଣ କରିବା ପାଇଁ ବୋଲି କହିଥିଲେ।


All Right Reserved By

ସମ୍ବଲପୁର

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅନଶନରେ ବସି ପୁଞ୍ଜିଲାଲ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅନଶନରେ ବସି ପୁଞ୍ଜିଲାଲ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗୀର ଅଫିସ, ୧୬।୨- ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଶନିବାର ବଲାଙ୍ଗୀର ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଦୀର୍ଘ ୧୦ ଦିନ ହେଲା ଅନଶନ କରିବା ହେତୁ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 

କାନ୍ଥତାଡ଼ି ୩୦ ଲକ୍ଷର ମୋବାଇଲ, ଗ୍ରୋସେରି ସାମଗ୍ରୀ ଚୋରି

କାନ୍ଥତାଡ଼ି ୩୦ ଲକ୍ଷର ମୋବାଇଲ, ଗ୍ରୋସେରି ସାମଗ୍ରୀ ଚୋରି

ବେଦବ୍ୟାସ,୧୬।୨: ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଥିବା ଏକ ତେଜରାତି ଦୋକାନ ସହ ମୋବାଇଲ ଦୋକାନରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୋକାନର କାନ୍ଥ ତାଡ଼ି ଚୋରମାନେ ୩୦ଲକ୍ଷ ଟଙ୍କାର ମୋବାଇଲ ସମେତ ଗ୍ରୋସେରୀ ସାମଗ୍ରୀ ଚୋରି କରି ନେଇଛନ୍ତି। ଏ ନେଇ ଥାନାରେ ପୃଥକ୍‌ ପୃଥକ୍‌ ମାମଲା ରୁଜୁ ହୋଇଛି। 

ଉତ୍ସବ ପ୍ରଧାନପାଟ ଉଦ୍‌ଯାପିତ

ଉତ୍ସବ ପ୍ରଧାନପାଟ ଉଦ୍‌ଯାପିତ

ଦେବଗଡ଼,୧୬ା୨(ସ୍ବ.ପ୍ର)ପର୍ଯ୍ୟଟନସ୍ଥଳୀ ପ୍ରଧାନପାଟସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ୫ଦିନ ଦିନ ଧରି ଚାଲିଥିବା ୧୯ତମ ଉସତ୍ବ ପ୍ରଧାନପାଟ-୨୦୧୯ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାର କାର୍ଯ୍ୟକ୍ରମରେ  ଜିଲାପାଳ ସୁଧାଂଶୁ ମୋହନ ସାମଲ  ଅଧ୍ୟକ୍ଷତା କରିଥିଲେ। 

ଫସଲବୀମା ପରଦାନ ଦାବିରେ ଚାଷୀକଁର ଧାରନା  : ଲିଖିତ ପରତିଶୁରତି ଦେଲେ ଉପଜିଲାପାଳ

ଫସଲବୀମା ପରଦାନ ଦାବିରେ ଚାଷୀକଁର ଧାରନା : ଲିଖିତ ପରତିଶୁରତି ଦେଲେ ଉପଜିଲାପାଳ

ରେଢାଖୋଲ ୧୬।୨(ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ଫସଲବୀମା ପରଦାନ ଦାବିରେ ରେଢ଼ାଖାଲ ବ୍ଲକ ଗଡ଼ଗଡ଼ବାହାଲ ପଁଚେତ୍‌ର ଚାଷୀମାନେ ଶୁକୁରବାର ଉପଜିଲାପାଳକଁର ଦପ୍‌ତର ଆଘେ ଧାରନାରେ ବସିଥିଲେ। ସଖାଲର ପାଖାପାଖି ୧୦ଟାରୁ ୫ଟା ତକ୍‌ ଧାରନା ଦିଆଯାଇଥିଲା। ଉପଜିଲାପାଳ ବିଶିକେଶନ ଦେହୁରୀ ଚାଷୀକୁ ବୀମାଟଁକା ଦେବାର ଲାଗି ପଦକ୍ଷେପ ନିଆଯିବା ବଲି ଲିଖିତ ପରତିଶୁର୍‌ତି ଦେଲା ଉତାରୁ ଧାରନାରୁ ଚାଷୀମାନେ ଉଠିଥିଲେ। 

ଭତାରୁ ବଁଚିତ ୩ କଳାକାର

ଭତାରୁ ବଁଚିତ ୩ କଳାକାର

ଅତାବିରା, ୧୬।୨ (ଡି.ଏନ.ଏ): ରାଏଜ୍‌ ସରକାର ରାଏଜର କଳାକାରମାନକୁ ମାସିକ ୧୨ଶହ ଟଁକା ଲେଖେଁ କଳାକାର ଭତା ଯୁଗେଇ ଦେଉଛନ୍‌। ହେଲେ ଇ ଭତା ଲାଗି ଦରକାରି ପରମାନପତର, ବଏସ, ସଠିକ୍‌ ବିବରନ୍‌ ଦେବାର ଲାଗି ଆବେଦନ ଫର୍ମରେ ଲେଖା ଅଛେ। 

ଅଫିସ କାଯ୍‌ ଚାଲିଛେ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ : ମଦୁଆକର କବ୍‌ଜାରେ କରମତଲା ପଁଚେତ୍‌

ଅଫିସ କାଯ୍‌ ଚାଲିଛେ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ : ମଦୁଆକର କବ୍‌ଜାରେ କରମତଲା ପଁଚେତ୍‌

ସଇଁତଲା,୧୬ା୨ (ଡି.ଏନ.ଏ):  ପଁଚେତ୍‌ ଅଫିସ ମଦୁଆକର ଆଡ୍ଡା ପାଲଟିଥିବାର ଲାଗି ପଁଚେତ୍‌ର ସବୁ କାମ୍‌ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଚାଲୁଥିବାର ଖୋଦ୍‌ ସରପଁଚ୍‌ କହୁଛନ୍‌। ଏନ୍‌ତା ଗୁଟେ ଆଶିରିଯ୍‌ ଘଟନା ଦେଖ୍‌ବାକେ ମିଲିଛେ ସଇଁତଲା ବ୍ଲକର କରମତଲା ପଁଚେତ ଅଫିସରେ। 

ଭୂମି ଅଧିକାର ଦାବିରେ ରଣହୁଙ୍କାର

ଭୂମି ଅଧିକାର ଦାବିରେ ରଣହୁଙ୍କାର

ବରଗଡ଼ ଅଫିସ୍‌,୧୫।୨: ଭୂମି ଅଧିକାର ପ୍ରଦାନ ଦାବି ନେଇ ବରଗଡ଼ରେ ଆନ୍ଦୋଳନ ଜୋର୍‌ ଧରିଛି ।

ଧରାପଡିଲେ ୪ ହାଇୱେ ଲୁଟେରା:  ୩୧ଟନ୍‌ ଲୁଟ୍‌ ଲୁହାରଡ୍‌, ଟ୍ରକ୍‌  ଜବତ୍‌

ଧରାପଡିଲେ ୪ ହାଇୱେ ଲୁଟେରା: ୩୧ଟନ୍‌ ଲୁଟ୍‌ ଲୁହାରଡ୍‌, ଟ୍ରକ୍‌ ଜବତ୍‌

 ବଲାଙ୍ଗୀର ଅଫିସ, ୧୫ା୨:ବଲାଙ୍ଗୀର ଜିଲା ପୋଲିସ ଏକ ହାଇୱେ ଲୁଟେରା ଦଳକୁ ଗିରଫ କରି ସେମାନଙ୍କଠାରୁ ସମସ୍ତ ଲୁଟ୍‌ ସାମଗ୍ରୀ ଓ ଲୁଟ୍‌ରେ ବ୍ୟବହୃତ ସାମଗ୍ରୀ ଜବତ୍‌ କରିଛି ।  

ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ, ୬ଗିରଫ

ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ, ୬ଗିରଫ

ବଲାଙ୍ଗୀର ଅଫିସ, ୧୫ା୨:ବଲାଙ୍ଗୀର ବନବିଭାଗ ଟିମ୍‌ ଏକ ବଡଧରଣର ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ କରିଛି ।  ଗୁରୁବାର ବିଳମ୍ବିତ ରାତିରେ କେନ୍ଦୁ କାଠଗଣ୍ଡି ବୋଝେଇ ଏକ ଟ୍ରକ୍‌, ଏକ କାର ଓ ବାଇକ୍‌ ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  

ପିରବତୀ ଯୁକ୍ତ ୨ ମହିଳା କଲେଜର ତୃତୀୟ ବାର୍ଷିକ ଉତ୍ସବ

ପିରବତୀ ଯୁକ୍ତ ୨ ମହିଳା କଲେଜର ତୃତୀୟ ବାର୍ଷିକ ଉତ୍ସବ

କର୍ଲାମୁଣ୍ଡା,୧୫।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଅଞ୍ଚଳର ଏକମାତ୍ର ପିରବତୀ ଯୁକ୍ତ ୨ ମହିଳା ମହାବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। 

ବିପୁଳ ପରିମାଣର ମଦ, ମହୁଲ ପୋଚ ଜବତ

ବିପୁଳ ପରିମାଣର ମଦ, ମହୁଲ ପୋଚ ଜବତ

ପାଟଣାଗଡ, ୧୫।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକର ରେଙ୍ଗାଲି ଏବଂ ଛେଲଖାଇ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀ ରନ୍ଧାମଦ ଏବଂ ମହୁଲ ପୋଚ ଜବତ କରିଛି। 

ସଂକଳ୍ପିତ ହେଲେ ସବୁକାମ ସମ୍ଭବ ହେବ

ସଂକଳ୍ପିତ ହେଲେ ସବୁକାମ ସମ୍ଭବ ହେବ

ଅମରପାଲି,୧୫।୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଗ୍ରାମ ପଞ୍ଚାୟତର ଭୁତିଆପାଲିସ୍ଥିତ ପରମେଶ୍ୱରୀ କଲେଜରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି।