ସମ୍ବଲପୁର

ବନ୍ଦ ପଡିଛି ଫୁରଲିଝରଣ, ପର୍ଯ୍ୟଟକ ନିରାଶ

ବନ୍ଦ ପଡିଛି ଫୁରଲିଝରଣ, ପର୍ଯ୍ୟଟକ ନିରାଶ

ଭବାନୀପାଟଣା,୪।୧(ସ୍ବ.ପ୍ର.)-ଓଡିଶାକୁ ପର୍ଯ୍ୟଟକମାନଙ୍କ ଆଗମନର ବୃଦ୍ଧି ପାଇଁ ରାଜ୍ୟ ସରକାର ଜୋର ସୋରରେ ପ୍ରଚାର ପ୍ରସାର କରୁଛନ୍ତି। ହେଲେ ସରକାରୀ ବାବୁମାନଙ୍କ ଖାମଖିଆଲି ମନୋଭାବ ଯୋଗୁ ପର୍ଯ୍ୟଟକଙ୍କ ଆଗମନରେ ବାଧା ସୃଷ୍ଟି ହେଉଥିବା ପରି ମନେ ହୁଏ। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲାର ଫୁରଲିଝରଣ ଜଳପ୍ରପାତ। ବର୍ତ୍ତମାନ ଚାଲିଛି ପର୍ଯ୍ୟଟନର ଋତୁ। କଳାହାଣ୍ଡି ଜିଲାର  ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ପ୍ରତିଦିନ ଶହଶହ ପର୍ଯ୍ୟଟକ ଆସୁଛନ୍ତି। ହେଲେ କଳାହାଣ୍ଡି ଜିଲାକୁ ପର୍ଯ୍ୟଟନ ସ୍ଥଳୀର ସ୍ବତନ୍ତ୍ର ପରିଚୟ ଦେଇଥିବା ତଥା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବହନ କରୁଥିବା ଫୁରଲିଝରଣ ଗତ ଦେଢ ବର୍ଷ ହେବ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହୋଇ ପଡିଛି। ଫଳରେ ଜିଲା ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ନିରାଶ ହେବାକୁ ପଡୁଛି। କଳାହାଣ୍ଡି ଜିଲାରେ ଗତ ୨୦୧୭ଜୁଲାଇ ମାସରେ ହୋଇଥିବା ପ୍ରବଳ ବର୍ଷାରେ ଫୁରଲିଝରଣର ପାରିପାର୍ଶ୍ୱିକ ବିକାଶ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଏଠାରେ ଥିବା ବିଶ୍ରାମ ଗୃହ, ପାହାଚ, ରାସ୍ତା, ଶୌଚାଳୟ ପ୍ରଭୃତି ଭାଙ୍ଗିଯାଇ, ଧୋଇଯାଇ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଫଳରେ ସେବେଠାରୁ ବନବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ଗମନାଗମନ ବନ୍ଦ କରି ଦିଆଯାଇଛି। ସେହିପରି ଫୁରଲିଝରଣ ଭିତରକୁ ଯାନବାହାନ ଯାଇ ନ ପାରିବା ପାଇଁ ଏକ ଲୁହା ପୋଲ ଫାଟକ, ପଥର ଦେଇ ବନ୍ଦ କରାଯାଇଛି। ଫୁରଲିଝରଣ କର୍ଲାପାଟ ଅଭୟାରଣ୍ୟରେ ରହିଥିବାବେଳେ ଏହା ଭବାନୀପାଟଣାରୁ ୧୬କିମି ଦୂରରେ ଅବସ୍ଥିତ।  ଅନ୍ୟପକ୍ଷରେ, ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଫୁରଲିଝରଣର ପାରପାର୍ଶ୍ୱିକ ସ୍ଥିତିର ଉନ୍ନତି ପାଇଁ ୫୦ଲକ୍ଷଟଙ୍କାର ବ୍ୟୟ ଅଟକଳ ପ୍ରସ୍ତାବ ବନବିଭାଗ ପକ୍ଷରୁ ଜିଲାପାଳଙ୍କ ଜରିଆରେ ରାଜ୍ୟସରକାରଙ୍କୁ ପଠାଯାଇଛି। ଏହି ପ୍ରସ୍ତାବ ମଞ୍ଜୁର ହୋଇ ଆସିବା ପରେ ଫୁରଲିଝରଣର ପାରିପାର୍ଶିକ ଉନ୍ନତି କରାଯିବ। ତା’ପରେ ପର୍ଯ୍ୟଟକଙ୍କୁ ଛଡାଯିବ ବୋଲି ବିଭାଗ ପକ୍ଷରୁ ସୂଚନାପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ, ଗତ ଦେଢ ବର୍ଷ ଧରି ଏହି ପର୍ଯ୍ୟଟନ କେନ୍ଦ୍ର ବନ୍ଦ ରହିଥିବାବେଳେ ଏଥିପାଇଁ ସରକାରୀ ସ୍ତରରେ ତପତ୍ରତା ପ୍ରକାଶ ନ ପାଇବା କ୍ଷୋଭର ବିଷୟ। ସେହିପରି ଏହି ପର୍ଯ୍ୟଟନ କେନ୍ଦ୍ର ବନ୍ଦ ରହିଥିବାରୁ ପର୍ଯ୍ୟଟକଙ୍କୁଠାରୁ ଆଦାୟ ହୋଇଥିବା ଟିକସ ଟଙ୍କା ମଧ୍ୟ ବନ୍ଦ ରହିଛି। ଫଳରେ ସରକାର ବାର୍ଷିକ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି। ଇତି ମଧ୍ୟରେ ଦେଢ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର କାମ ବିଲମ୍ବ ହୋଇଥିବାରୁ ନାନାଦି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ଏ ନେଇ ଜିଲା ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି ଅଶୋକ କୁମାରଙ୍କୁ ପଚାରିବାରୁ ଫୁରଲିଝରଣର ଉନ୍ନତି ପାଇଁ ୫୦ଲକ୍ଷ ଟଙ୍କାର ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଯାଇଛି। ଅନୁମୋଦନ ହୋଇ ଆସିଲେ ଶୀଘ୍ର କାମ ଆରମ୍ଭ କରାଯିବ ଓ ତା’ପରେ ପର୍ଯ୍ୟଟକ ଯାଇପାରିବେ ବୋଲି କହିଥିଲେ।

All Right Reserved By

ସମ୍ବଲପୁର

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅନଶନରେ ବସି ପୁଞ୍ଜିଲାଲ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅନଶନରେ ବସି ପୁଞ୍ଜିଲାଲ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗୀର ଅଫିସ, ୧୬।୨- ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଶନିବାର ବଲାଙ୍ଗୀର ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଦୀର୍ଘ ୧୦ ଦିନ ହେଲା ଅନଶନ କରିବା ହେତୁ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 

କାନ୍ଥତାଡ଼ି ୩୦ ଲକ୍ଷର ମୋବାଇଲ, ଗ୍ରୋସେରି ସାମଗ୍ରୀ ଚୋରି

କାନ୍ଥତାଡ଼ି ୩୦ ଲକ୍ଷର ମୋବାଇଲ, ଗ୍ରୋସେରି ସାମଗ୍ରୀ ଚୋରି

ବେଦବ୍ୟାସ,୧୬।୨: ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଥିବା ଏକ ତେଜରାତି ଦୋକାନ ସହ ମୋବାଇଲ ଦୋକାନରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୋକାନର କାନ୍ଥ ତାଡ଼ି ଚୋରମାନେ ୩୦ଲକ୍ଷ ଟଙ୍କାର ମୋବାଇଲ ସମେତ ଗ୍ରୋସେରୀ ସାମଗ୍ରୀ ଚୋରି କରି ନେଇଛନ୍ତି। ଏ ନେଇ ଥାନାରେ ପୃଥକ୍‌ ପୃଥକ୍‌ ମାମଲା ରୁଜୁ ହୋଇଛି। 

ଉତ୍ସବ ପ୍ରଧାନପାଟ ଉଦ୍‌ଯାପିତ

ଉତ୍ସବ ପ୍ରଧାନପାଟ ଉଦ୍‌ଯାପିତ

ଦେବଗଡ଼,୧୬ା୨(ସ୍ବ.ପ୍ର)ପର୍ଯ୍ୟଟନସ୍ଥଳୀ ପ୍ରଧାନପାଟସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ୫ଦିନ ଦିନ ଧରି ଚାଲିଥିବା ୧୯ତମ ଉସତ୍ବ ପ୍ରଧାନପାଟ-୨୦୧୯ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାର କାର୍ଯ୍ୟକ୍ରମରେ  ଜିଲାପାଳ ସୁଧାଂଶୁ ମୋହନ ସାମଲ  ଅଧ୍ୟକ୍ଷତା କରିଥିଲେ। 

ଫସଲବୀମା ପରଦାନ ଦାବିରେ ଚାଷୀକଁର ଧାରନା  : ଲିଖିତ ପରତିଶୁରତି ଦେଲେ ଉପଜିଲାପାଳ

ଫସଲବୀମା ପରଦାନ ଦାବିରେ ଚାଷୀକଁର ଧାରନା : ଲିଖିତ ପରତିଶୁରତି ଦେଲେ ଉପଜିଲାପାଳ

ରେଢାଖୋଲ ୧୬।୨(ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ଫସଲବୀମା ପରଦାନ ଦାବିରେ ରେଢ଼ାଖାଲ ବ୍ଲକ ଗଡ଼ଗଡ଼ବାହାଲ ପଁଚେତ୍‌ର ଚାଷୀମାନେ ଶୁକୁରବାର ଉପଜିଲାପାଳକଁର ଦପ୍‌ତର ଆଘେ ଧାରନାରେ ବସିଥିଲେ। ସଖାଲର ପାଖାପାଖି ୧୦ଟାରୁ ୫ଟା ତକ୍‌ ଧାରନା ଦିଆଯାଇଥିଲା। ଉପଜିଲାପାଳ ବିଶିକେଶନ ଦେହୁରୀ ଚାଷୀକୁ ବୀମାଟଁକା ଦେବାର ଲାଗି ପଦକ୍ଷେପ ନିଆଯିବା ବଲି ଲିଖିତ ପରତିଶୁର୍‌ତି ଦେଲା ଉତାରୁ ଧାରନାରୁ ଚାଷୀମାନେ ଉଠିଥିଲେ। 

ଭତାରୁ ବଁଚିତ ୩ କଳାକାର

ଭତାରୁ ବଁଚିତ ୩ କଳାକାର

ଅତାବିରା, ୧୬।୨ (ଡି.ଏନ.ଏ): ରାଏଜ୍‌ ସରକାର ରାଏଜର କଳାକାରମାନକୁ ମାସିକ ୧୨ଶହ ଟଁକା ଲେଖେଁ କଳାକାର ଭତା ଯୁଗେଇ ଦେଉଛନ୍‌। ହେଲେ ଇ ଭତା ଲାଗି ଦରକାରି ପରମାନପତର, ବଏସ, ସଠିକ୍‌ ବିବରନ୍‌ ଦେବାର ଲାଗି ଆବେଦନ ଫର୍ମରେ ଲେଖା ଅଛେ। 

ଅଫିସ କାଯ୍‌ ଚାଲିଛେ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ : ମଦୁଆକର କବ୍‌ଜାରେ କରମତଲା ପଁଚେତ୍‌

ଅଫିସ କାଯ୍‌ ଚାଲିଛେ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ : ମଦୁଆକର କବ୍‌ଜାରେ କରମତଲା ପଁଚେତ୍‌

ସଇଁତଲା,୧୬ା୨ (ଡି.ଏନ.ଏ):  ପଁଚେତ୍‌ ଅଫିସ ମଦୁଆକର ଆଡ୍ଡା ପାଲଟିଥିବାର ଲାଗି ପଁଚେତ୍‌ର ସବୁ କାମ୍‌ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଚାଲୁଥିବାର ଖୋଦ୍‌ ସରପଁଚ୍‌ କହୁଛନ୍‌। ଏନ୍‌ତା ଗୁଟେ ଆଶିରିଯ୍‌ ଘଟନା ଦେଖ୍‌ବାକେ ମିଲିଛେ ସଇଁତଲା ବ୍ଲକର କରମତଲା ପଁଚେତ ଅଫିସରେ। 

ଭୂମି ଅଧିକାର ଦାବିରେ ରଣହୁଙ୍କାର

ଭୂମି ଅଧିକାର ଦାବିରେ ରଣହୁଙ୍କାର

ବରଗଡ଼ ଅଫିସ୍‌,୧୫।୨: ଭୂମି ଅଧିକାର ପ୍ରଦାନ ଦାବି ନେଇ ବରଗଡ଼ରେ ଆନ୍ଦୋଳନ ଜୋର୍‌ ଧରିଛି ।

ଧରାପଡିଲେ ୪ ହାଇୱେ ଲୁଟେରା:  ୩୧ଟନ୍‌ ଲୁଟ୍‌ ଲୁହାରଡ୍‌, ଟ୍ରକ୍‌  ଜବତ୍‌

ଧରାପଡିଲେ ୪ ହାଇୱେ ଲୁଟେରା: ୩୧ଟନ୍‌ ଲୁଟ୍‌ ଲୁହାରଡ୍‌, ଟ୍ରକ୍‌ ଜବତ୍‌

 ବଲାଙ୍ଗୀର ଅଫିସ, ୧୫ା୨:ବଲାଙ୍ଗୀର ଜିଲା ପୋଲିସ ଏକ ହାଇୱେ ଲୁଟେରା ଦଳକୁ ଗିରଫ କରି ସେମାନଙ୍କଠାରୁ ସମସ୍ତ ଲୁଟ୍‌ ସାମଗ୍ରୀ ଓ ଲୁଟ୍‌ରେ ବ୍ୟବହୃତ ସାମଗ୍ରୀ ଜବତ୍‌ କରିଛି ।  

ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ, ୬ଗିରଫ

ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ, ୬ଗିରଫ

ବଲାଙ୍ଗୀର ଅଫିସ, ୧୫ା୨:ବଲାଙ୍ଗୀର ବନବିଭାଗ ଟିମ୍‌ ଏକ ବଡଧରଣର ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ କରିଛି ।  ଗୁରୁବାର ବିଳମ୍ବିତ ରାତିରେ କେନ୍ଦୁ କାଠଗଣ୍ଡି ବୋଝେଇ ଏକ ଟ୍ରକ୍‌, ଏକ କାର ଓ ବାଇକ୍‌ ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  

ପିରବତୀ ଯୁକ୍ତ ୨ ମହିଳା କଲେଜର ତୃତୀୟ ବାର୍ଷିକ ଉତ୍ସବ

ପିରବତୀ ଯୁକ୍ତ ୨ ମହିଳା କଲେଜର ତୃତୀୟ ବାର୍ଷିକ ଉତ୍ସବ

କର୍ଲାମୁଣ୍ଡା,୧୫।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଅଞ୍ଚଳର ଏକମାତ୍ର ପିରବତୀ ଯୁକ୍ତ ୨ ମହିଳା ମହାବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। 

ବିପୁଳ ପରିମାଣର ମଦ, ମହୁଲ ପୋଚ ଜବତ

ବିପୁଳ ପରିମାଣର ମଦ, ମହୁଲ ପୋଚ ଜବତ

ପାଟଣାଗଡ, ୧୫।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକର ରେଙ୍ଗାଲି ଏବଂ ଛେଲଖାଇ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀ ରନ୍ଧାମଦ ଏବଂ ମହୁଲ ପୋଚ ଜବତ କରିଛି। 

ସଂକଳ୍ପିତ ହେଲେ ସବୁକାମ ସମ୍ଭବ ହେବ

ସଂକଳ୍ପିତ ହେଲେ ସବୁକାମ ସମ୍ଭବ ହେବ

ଅମରପାଲି,୧୫।୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଗ୍ରାମ ପଞ୍ଚାୟତର ଭୁତିଆପାଲିସ୍ଥିତ ପରମେଶ୍ୱରୀ କଲେଜରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି।