ରାଜ୍ୟ | ରାୟଗଡା

ହିର୍ଲି ପାହାଡକୁ ପର୍ଯ୍ୟଟନର ମାନ୍ୟତା ପାଇଁ ପ୍ରୟାସ

ହିର୍ଲି ପାହାଡକୁ ପର୍ଯ୍ୟଟନର ମାନ୍ୟତା ପାଇଁ ପ୍ରୟାସ

ନବରଙ୍ଗପୁର,୩।୧(ବ.ପ୍ର.)- ସ୍ଥାନୀୟ ହିର୍ଲି ପାହାଡକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇଁ ପ୍ରଶାସନ ପକ୍ଷରୁ ଯେଉଁ ଉଦ୍ୟମ କରାଯାଇଥିଲା ତାହା ସଫଳ ହେବାକୁ ଯାଉଛି । ସରକାରଙ୍କ ପକ୍ଷରୁ ଆସିଥିବା କୋଟିଏ ଟଙ୍କା ଅନୁଦାନରେ ଅନେକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ପର୍ଯ୍ୟଟକ ଯେମିତି ଆକୃଷ୍ଟ ହେବେ ସେଥିପାଇଁ ଜିଲାପାଳ ଅଜିତ କୁମାର ମିଶ୍ର ଉନ୍ନୟନ କାର୍ଯ୍ୟର ତଦାରଖ କରିବା ସହ ଅଧିକାରୀ ଓ ବୈଷୟୀକ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତିି । ଅତିରିକ୍ତ ଜିଲାପାଳ ପରିକ୍ଷିତ ସେଠୀ, ଡିଏଫଓ ରଞ୍ଜିତ କୁମାର ମଲ୍ଲିକ, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ ନାୟକ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀ ବିଶ୍ୱଜିତ ମାରାଣ୍ଡି ପ୍ରମୁଖ  ଉନ୍ନୟନ କାର୍ଯ୍ୟ ଗୁଡିକ ଦେଖିବା ସହ କେଉଁ ସ୍ଥାନରେ କ’ଣ ସବୁ କାର୍ଯ୍ୟ କରାଯିବ ତାହା ଆଲୋଚନା କରିଥିଲେ ।  ୭୩ ଲକ୍ଷ ଟଙ୍କା ବ୍ୟୟରେ ପବ୍ଲିକ କନଭିନର ସେଣ୍ଟର,  କ୍ୟାଫଟେରିଆ, ଦୁଇଟି ଷ୍ଟଲ ଓ ପାର୍କିଂ ସ୍ଥାନ, ପାହାଡର ଉପର ଭାଗ ରାସ୍ତା କାର୍ଯ୍ୟ ହୋଇଥିବା ବେଳେ  ଓ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବୃକ୍ଷ ଲତା ଆଦି ଲାଗି ସାରିଛି। ଫାଉନଟେନ କାର୍ଯ୍ୟ ଚାଲିଥିବା ବେଳେ ୬ଟି ୱାଚ ଟାୱାରର ମରାମତି ହୋଇ ସାରିଛି। ୱାଚ ଟାୱାର, କାଠରେ ଏକ ଟାୱାର, ଓପନ ଜିମଏବଂ ଟେଲିିସ୍କୋପ ଆଦି ଲାଗିବ ବୋଲି ଜିଲାପାଳ କହିଥିଲେ । ପର୍ଯ୍ୟଟକଙ୍କ ପାଇଁ ଆହୁରି ଅଧିକ ଦୁଇଟି ଶୌଚାଳୟ କରାଯିବାକୁ ମଧ୍ୟ ଜିଲାପାଳ ପରାମର୍ଶ ଦେଇଥିଲେ। ପାହାଡର ନିମ୍ନ ଭାଗକୁ ଶିଶୁ ଉଦ୍ୟାନ ପ୍ରତିଷ୍ଠା ସହ  ବଗିଚା ସୃଷ୍ଟି କରାଯିବ ବୋଲିସ ଡିଏଫଓ କହିଥିଲେ । ତେବେ ଏହି ପର୍ଯ୍ୟଟନ ସ୍ଥଳକୁ ଏକ ବ୍ୟବସାୟୀକ ଢାଞ୍ଚାରେ କରାଯାଉଥିବାରୁ  ଏହାର ଉନ୍ନତି ଆଗକୁ ଅହୁରି ଅଧିକ ହେବା ସମ୍ଭାବନା ରହିଛି । ଏବେ  ପାହାଡର ଚାରିପାଖ ସୌନ୍ଦର୍ଯ୍ୟ ପୂର୍ଣ୍ଣ ବୃକ୍ଷ ଲତା, ଫୁଲ ଓ ଫଳ ଗଛ ରୋପଣ ହୋଇ ସାରିଛି । ଉପରେ ଲକ୍ଷ୍ମୀ ନାରାୟଣ ମନ୍ଦିର ରହିଛି ା ଏହାର ଉନ୍ନତୀକରଣ କରାଗଲେ ଆହୁରି ସୁନ୍ଦର ଦେଖାଯାଇ ପାରନ୍ତା । ହିର୍ଲି ପାହାଡ ଉପରେ ଠିଆ ହେଲେ ନବରଙ୍ଗପୁର ସହର, କୁସୁମଝର ଜଳଭଣ୍ଡାର ଓ ଆରିପାଖ ମନଲୋଭା ସବୁଜିମା ଦୃଶ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଆସୁଛି । ଇନ୍ଦ୍ରାବତୀ ନଦୀ ଗର୍ଭରେ ଭାସୁଥିବା ବିଗ୍ରହକୁ ଉଦ୍ଧାର କରାଯାଇଥିଲା । ବିଗ୍ରହକୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଅଣାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ୧୯୯୫ ଫେବୃଆରୀ ୧୬ ତାରିଖରେ ସ୍ଥାନୀୟ ଲୋକେ ପାହାଡର ସୌନ୍ଦର୍ଯ୍ୟ ବଢାଇବା ଲାଗି ସେଠାରେ ବିଗ୍ରହ ଆଣି ପ୍ରତିଷ୍ଠା କଲେ । ମନ୍ଦିର ପ୍ରତିଷ୍ଠା ହୋଇ ନଥିବାରୁ ଏବେ ମୁକ୍ତ ଆକାଶ ତଳେ ପୂଜା ପାଉଛନ୍ତି ା ୨୦୦୫-୦୬ରେ ତତ୍‌କାଳୀନ ଜିଲାପାଳ ଭାଷ୍କର ଜ୍ୟୋତି ଶର୍ମା ଉକ୍ତ ପାହାଡକୁ ପର୍ଯ୍ୟଟନ ସ୍ଥଳ ଭାବେ ପରିଚିତ କରିବା ପାଇ ପକ୍କା ରାସ୍ତାଘାଟ, ପାର୍କ ନିର୍ମାଣ କରିବା ସହ ଅଢେଇ ହେକ୍ଟର ପାହାଡରେ ଜଙ୍ଗଲ ବିଭାଗ ପକ୍ଷରୁ ମିଶ୍ରତ ଚାରାରୋପଣ କରାଯାଇ ସବୁଜିମା ବୃଦ୍ଧି କରାଯାଇ ଥିଲା । 


All Right Reserved By

ରାଜ୍ୟ | ରାୟଗଡା

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା :  ଅବସରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ ଦଣ୍ଡିତ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା : ଅବସରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ ଦଣ୍ଡିତ

କଟକ ଅଫିସ୍‌, ୧୯।୪- ଆୟ ବହିର୍ଭୂତ ସମ୍ପତ୍ତି ଠୁଳକରି ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି ଅବସରପ୍ରାପ୍ତ କନିଷ୍ଠଯନ୍ତ୍ରୀ ନିର୍ମଳ କୁମାର ବେଉରା। ସେ ନୂଆପଡ଼ା ଜିଲା କୋମନା ବ୍ଲକରେ କାର୍ଯ୍ୟ କରୁଥିଲେ। 

ରେଭେନ୍‌ଶାରେ ଛାତ୍ରୀଙ୍କୁ ର଼୍ୟାଗିଂ ଘଟଣା :  ୧୪ ଦିନ ପୂରିଲା: ଦଣ୍ଡାଦେଶ ମାନିଲେନି

ରେଭେନ୍‌ଶାରେ ଛାତ୍ରୀଙ୍କୁ ର଼୍ୟାଗିଂ ଘଟଣା : ୧୪ ଦିନ ପୂରିଲା: ଦଣ୍ଡାଦେଶ ମାନିଲେନି

କଟକ ଅଫିସ,୧୯।୪- ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କାଠଯୋଡ଼ି ହଷ୍ଟେଲରେ ଘଟିଥିବା ଛାତ୍ରୀ ର଼୍ୟାଗିଂ ଘଟଣାର ତଦନ୍ତ ରିପୋର୍ଟ ଗତ ୫ ତାରିଖରେ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ(ୟୁଜିସି) ନିକଟରେ ବିଶ୍ୱବିଦ୍ୟାଳୟର ଆଣ୍ଟି ର଼୍ୟାଗିଂ ସେଲ୍‌ ପକ୍ଷରୁ ଦାଖଲ କରାଯାଇଥିଲା। 

ସରକାରଙ୍କ ସ୍କୁଲ ଛୁଟି ନିର୍ଦ୍ଦେଶନାମା :  ଖାତିର କଲେନି ଘରୋଇ ବିଦ୍ୟାଳୟ

ସରକାରଙ୍କ ସ୍କୁଲ ଛୁଟି ନିର୍ଦ୍ଦେଶନାମା : ଖାତିର କଲେନି ଘରୋଇ ବିଦ୍ୟାଳୟ

ଭୁବନେଶ୍ୱର,୧୯।୪(ବ୍ୟୁରୋ)- ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୧୮ରୁ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଛୁଟି କରିବାକୁ ସରକାର ଘୋଷଣା କରିଥିଲେ। ଏହି କ୍ରମରେ ଗୁରୁବାରଠାରୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବା ପାଇଁ ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଭାଗବତ ସପ୍ତାହ ପାରାୟଣ: ଶିଶୁଙ୍କ ଦ୍ୱାରା ନୃତ୍ୟ ନାଟିକା ଋକ୍ମିଣୀ ବିବାହ ମଞ୍ଚସ୍ଥ

ଭାଗବତ ସପ୍ତାହ ପାରାୟଣ: ଶିଶୁଙ୍କ ଦ୍ୱାରା ନୃତ୍ୟ ନାଟିକା ଋକ୍ମିଣୀ ବିବାହ ମଞ୍ଚସ୍ଥ

ହେମଗିର, ୧୯।୪ (ଡି.ଏନ.ଏ)-ଆଧ୍ୟାତ୍ମିକତା ତଥା ଭଗବତ ପ୍ରେମକୁ ପ୍ରତ୍ୟେକ ମାନବ ଜୀବନରେ ପରିସ୍ଫଟ କରିବା ପାଇଁ ହେମଗିର ବ୍ଲକର ଲୁଆବାହାଲଠାରେ ପ୍ରତ୍ୟେକ ବର୍ଷପରି ଏବର୍ଷ ମଧ୍ୟ ଭାଗବତ ସପ୍ତାହ ପାରାୟଣ, ହରିହାଟର ଆୟୋଜନ କରାଯାଇଛି। 

୪୦.୮ ଡିଗ୍ରୀରେ ମାଲକାନଗିରି :  ୨୨ ପର୍ଯ୍ୟନ୍ତ କାଳବୈଶାଖୀ

୪୦.୮ ଡିଗ୍ରୀରେ ମାଲକାନଗିରି : ୨୨ ପର୍ଯ୍ୟନ୍ତ କାଳବୈଶାଖୀ

ଭୁବନେଶ୍ୱର,୧୯।୪(ବ୍ୟୁରୋ)- ରାଜ୍ୟରେ ପୂର୍ବାପେକ୍ଷା ଗୁରୁବାର ସାମାନ୍ୟ ତାପମାତ୍ରା କମିଛି। କିନ୍ତୁ ଗରମ, ଗୁଳୁଗୁଳି ଯେଉଁଭଳି ଅନୁଭୂତ ହେଉଥିଲା, ସେଥିରେ କୌଣସି ପରିବର୍ତ୍ତନ ହୋଇନି। ଗୁରୁବାର ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ କରାଯାଇଛି।

ଅନୁଗୋଳ-ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର: ‘ମୁଁ ଥିବା ଯାଏ କାଳିଆ ଥିବ’

ଅନୁଗୋଳ-ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର: ‘ମୁଁ ଥିବା ଯାଏ କାଳିଆ ଥିବ’

ଅନୁଗୋଳ ଅଫିସ/ ବନ୍ତଳା/ ପାଲଲହଡ଼ା/ ଢେଙ୍କାନାଳ ଅଫିସ/ ପରଜଙ୍ଗ/ ଓଡାପଡା, ୧୯।୪- କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। କିନ୍ତୁ କେନ୍ଦ୍ରର ଭାଜପା ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। 

ନାସାରେ ବାଲେଶ୍ୱର ଛାତ୍ରୀଙ୍କ କୃତିତ୍ୱ

ନାସାରେ ବାଲେଶ୍ୱର ଛାତ୍ରୀଙ୍କ କୃତିତ୍ୱ

ବାଲେଶ୍ୱର ଅଫିସ, ୧୯।୪-ବାଲେଶ୍ୱର ସେଣ୍ଟ ଭିନ୍‌ସେଣ୍ଟ କନ୍‌୍‌ଭେଣ୍ଟ ସିନିୟର ସେକେଣ୍ଡାରୀ ସ୍କୁଲର ୧୩ଜଣ ଛାତ୍ରୀଛାତ୍ର ୟୁଏସ୍‌ଏ ଓରଲାଣ୍ଡସ୍ଥିତ ନ୍ୟାଶନାଲ ଏରୋନେଟିକ୍‌ ଆଣ୍ଡ ସ୍ପେଶ୍‌ ଆଡ଼ମିନିଷ୍ଟ୍ରେଶନ (ନାସା) ସେଣ୍ଟରରେ ଆୟୋଜିତ ଅନ୍ତର୍ଜାତୀୟ ଅନ୍ତରୀକ୍ଷ ବିଜ୍ଞାନ ସମ୍ମିଳନୀରେ ଯୋଗଦେଇଥିଲେ। 

ଓଟିଭି ବିରୋଧରେ ଅଭିଯୋଗ:  ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଓଟିଭି ବିରୋଧରେ ଅଭିଯୋଗ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ଭାଜପା ପ୍ରଚାରରେ ବେଆଇନ ହୋଡିର୍ଂ ବ୍ୟବହାର ଏବଂ ଭାଜପାର ପେଡ୍‌ ନ୍ୟୁଜ ପ୍ରସାରଣ କରୁଥିବା ଅଭିଯୋଗ ଆଣି ଓଟିଭି ଚ୍ୟାନେଲ ବିରୋଧରେ ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜୁ ଜନତା ଦଳ। ଏହି ସବୁ ଗୁରୁତର ମାମଲାରେ ନିର୍ବାଚନ କମିଶନଙ୍କ ନିରବତାକୁ ଦଳ ପ୍ରଶ୍ନ କରିବା ସହ କାଳବିଳମ୍ବ ନକରି କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ଦାବି କରିଛି।

ଫାଣ୍ଡି ସମ୍ମୁଖରେ କଙ୍ଗାରୁ କୋର୍ଟ : ଦୁର୍ବୃତ୍ତଙ୍କୁ ୩ ଲକ୍ଷ ଟଙ୍କା ଜରିମାନା

ଫାଣ୍ଡି ସମ୍ମୁଖରେ କଙ୍ଗାରୁ କୋର୍ଟ : ଦୁର୍ବୃତ୍ତଙ୍କୁ ୩ ଲକ୍ଷ ଟଙ୍କା ଜରିମାନା

ନୟାଗଡ଼ ଅଫିସ,୧୮।୪- ନୟାଗଡ଼ ଜିଲା ସଦର ଥାନା ଅନ୍ତର୍ଗତ ମାଳିସାହି ଫାଣ୍ଡି ସମ୍ମୁଖରେ ଗୁରୁବାର କଙ୍ଗାରୁ କୋର୍ଟ ବସିଥିବା ଜଣାପଡିଛି। କଙ୍ଗାରୁ କୋର୍ଟ ମାଧ୍ୟମରେ ୪ ଜଣ ବ୍ୟକ୍ତିଙ୍କୁ ୩ ଲକ୍ଷ ୪୦ ହଜାର ଟଙ୍କା ଜରିମାନା କରାଯାଇଛି, ଯାହା ପୋଲିସର ପାରିଲାପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।  

ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି, ପରିବର୍ତ୍ତନ ଲୋଡ଼ା

ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି, ପରିବର୍ତ୍ତନ ଲୋଡ଼ା

ବଇଣ୍ଡା,୧୮।୪(ଡି.ଏନ.ଏ.)- ରାଜ୍ୟରେ ଦୀର୍ଘ ୧୯ ବର୍ଷ ସରକାରର ଏକଛତ୍ରବାଦ ଶାସନ ଚାଲିଛି। ଅପରାଧ ବଢିବାସହ ସରକାରୀ ଯୋଜନାକୁ ବାଟ ମାରଣା କରାଯାଉଛି। କେନ୍ଦ୍ରୀୟ ଯୋଜନାକୁ  ଠିକ୍‌ ଭାବେ ପ୍ରଚଳନ କରୁ ନ ଥିବାବେଳେ  ଗରିବ ଲୋକଙ୍କୁ  ଯୋଜନାରୁ  ବଞ୍ଚିତ କରାଯାଉଛି। 

ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ଦାବି: ଜାରିଙ୍ଗଠାରେ ଚାଷୀଙ୍କ ରାସ୍ତାରୋକୋ

ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ଦାବି: ଜାରିଙ୍ଗଠାରେ ଚାଷୀଙ୍କ ରାସ୍ତାରୋକୋ

ଜୁନାଗଡ,୧୮।୪(ଡି.ଏନ.ଏ.): ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ପାଇଁ ଜାରିଙ୍ଗ ଡ୍ରିଷ୍ଟିବ୍ୟୁଟାରୀର ଚାଷୀମାନେ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜାରିଙ୍ଗ ଛକ ୨୬ନଂ. ଜାତୀୟ ରାଜପଥ ଉପରେ ଗୁରୁବାର ପୂର୍ବାହ୍ନ ୧୦ଟାରୁ ସାଢେ ୧୧ଟା ଦେଢ ଘଣ୍ଟା ଧରି ଚାଷୀମାନେ ରାସ୍ତାରୋକୋ କରିଥିଲେ। ଫଳରେ ରାସ୍ତାରେ ଶତାଧିକ ଯାନବାହନ ଅଟକି ରହିଥିଲା। 

ଅବହେଳିତ କଣ୍ଡରାଗଡିଆ ଗ୍ରାମ: ଭୋଟବର୍ଜନ ଲାଗି ଗ୍ରାମବାସୀଙ୍କ ଚେତାବନୀ

ଅବହେଳିତ କଣ୍ଡରାଗଡିଆ ଗ୍ରାମ: ଭୋଟବର୍ଜନ ଲାଗି ଗ୍ରାମବାସୀଙ୍କ ଚେତାବନୀ

ଖଇରା, ୧୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସାରକୋଣା ପଞ୍ଚାୟତ ଅଧୀନ କଣ୍ଡରାଗଡିଆ ଗ୍ରାମକୁ ନିତିଦିନିଆ ରାସ୍ତା ନାହିଁ। ଘରପୋଡି ବେଳେ ଦମକଳ ଗାଡିଟିଏ ଗଁାକୁ ପଶିପାରୁନି। 


Model This Week

କ୍ରିଷ୍ଣା
Why Dharitri