ସମ୍ପାଦକୀୟ |

ଆଜିର ଅର୍ଥନୀତି/ ମାନବକୃତ ସଙ୍କଟ

ଆଜିର ଅର୍ଥନୀତି/ ମାନବକୃତ ସଙ୍କଟ
ସମ୍ପ୍ରତି ଚାଷୀ ଆତ୍ମହତ୍ୟା ଘଟଣା ଓଡ଼ିଶାର ସମସ୍ତ ଆଞ୍ଚଳିକ ଖବରକାଗଜରେ ମୁଖ୍ୟ ଶିରୋନାମା ପାଲଟିଛି। ଯଦି ଏପରି ଧାରା ଚାଲୁ ରହେ, ତେବେ ଚାଷୀ ଆତ୍ମହତ୍ୟାରେ ଓଡ଼ିଶା ଭାରତରେ ଏକ ନମ୍ବର ରାଜ୍ୟର ମାନ୍ୟତା ପାଇବାକୁ ବେଶିଦିନ ଲାଗିବ ନାହିଁ। ବରଗଡ଼, ବଲାଙ୍ଗୀର ପରି ଜିଲାରେ ଏହି ସମସ୍ୟା ଉତ୍କଟ ରୂପ ଧାରଣ କରିଛି, ଯଦିଚ ଅନ୍ୟ ଜିଲାଗୁଡ଼ିକରେ ବି ଏପରି ଘଟଣା କିଛି କମ୍‌ ଘଟୁନାହିଁ। ଚାଷ ଉଜୁଡ଼ିଯିବା, ଋଣ ଶୁଝି ନ ପାରିବା, ଋଣ ଶୁଝିବାକୁ ମହାଜନମାନଙ୍କ ଜୁଲମ୍‌, ଅମଳ ହ୍ରାସ, ରୋଜଗାରର ଅନ୍ୟ ବିକଳ୍ପର ଅଭାବ ପ୍ରଭୃତି ଚାଷୀ ଆତ୍ମହତ୍ୟାର ମୁଖ୍ୟ କାରଣ। ଗତ କିଛିଦିନ ହେଲା ପ୍ରାୟ ପ୍ରତିଦିନ ଏପରି ଦୁଃଖଦ ଖବର ଗଣମାଧ୍ୟମରେ ଦେଖିବାକୁ ମିଳୁଛି। ରାଜ୍ୟ ସରକାର ବୁଧବାର ବରଗଡ଼ ଜିଲାକୁ ଏକ ବୈଷୟିକ ବିଶେଷଜ୍ଞ ଦଳ ପଠାଇଥିଲେ। ସେମାନେ ଦେଇଥିବା ରିପୋର୍ଟ ଅନୁସାରେ ଚଳିତବର୍ଷ ଚାଷୀମାନେ ଅନନୁମୋଦିତ କୀଟନାଶକ ବହୁଳ ମାତ୍ରାରେ ବ୍ୟବହାର କରିଛନ୍ତି। କେବଳ ବରଗଡ଼ ଜିଲାରେ ସପ୍ତାହକ ଭିତରେ ଚାରିଜଣ କୃଷକ ଏପରି ଚରମ ପଦକ୍ଷେପ ନେଲେଣି। ଚକଡ଼ା ପୋକ ଧାନ ଫସଲକୁ ଉଜାଡ଼ି ଦେବାରୁ ତିନିଜଣ ହତାଶ ଚାଷୀ ମଙ୍ଗଳବାର ନିଜ ଉଜୁଡ଼ା ଫସଲରେ ନିଆଁ ଲଗାଇ ପୋଡ଼ିଦେଇଥିଲେ, ଯାହା ଥିଲା ସେମାନଙ୍କର ପ୍ରତିବାଦ କରିବାର ଏକ ନୂଆ ତରିକା। ଯଦିଚ ଓଡ଼ିଶାରେ ବର୍ଷାଭାବ ଓ ମରୁଡ଼ି କିଛି ନୂଆ କଥା ନୁହେଁ, ତଥାପି ଜିଲାରେ ଜଣକ ପରେ ଜଣେ ଚାଷୀ ଏପରି ଭାବେ ଆତ୍ମହତ୍ୟା କରିବା ଘଟଣା ଆଗରୁ କେବେ ଘଟି ନ ଥିଲା। ରାଜ୍ୟ ସରକାର ମରୁଡ଼ି ସାହାଯ୍ୟ ଘୋଷଣା କରିବା ସତ୍ତ୍ୱେ ଏପରି ଘଟଣା ଘଟୁଥିବାରୁ ଏଥିରୁ ପ୍ରମାଣିତ ହେଉଛି ଯେ, ସଙ୍କଟ ଟାଳିବାରେ ଏ ସାହାଯ୍ୟ ଘୋଷଣା ବିଫଳ ହୋଇଛି। ସଦ୍ୟତମ ଘଟଣାରେ କଳାପାଣି ଗଁାର ବୃନ୍ଦାବନ ସାହୁ ମଙ୍ଗଳବାର ତାଙ୍କର ୭ ଏକର ଉଜୁଡ଼ା ଫସଲରେ ନିଅଁା ଲଗାଇଦେଇ ବୁଧବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଯଦି ପ୍ରଶାସନ ତାଙ୍କ ପାଖରେ ଠିକ୍‌ ସମୟରେ ପହଞ୍ଚିଥାନ୍ତା, ତେବେ ବୃନ୍ଦାବନଙ୍କ ଜୀବନ ରକ୍ଷା ପାଇଯାଇ ପାରିଥାନ୍ତା। ରାଜ୍ୟର ଅନେକ ଜିଲାକୁ ସରକାର ମରୁଡ଼ି ପ୍ରପୀଡ଼ିତ ଘୋଷଣା କରିବା ସହିତ ସେଥିପାଇଁ ସାହାଯ୍ୟ ବି ଘୋଷଣା କରିଛନ୍ତି। ମରୁଡ଼ି ସତ୍ତ୍ୱେ ଯେତିକି ବି ଫସଲ ବଞ୍ଚିଥିଲା, ତାକୁ ଚକଡ଼ା ଆଦି ପୋକମାନେ ଉଜାଡ଼ିଦେଲେ। ବରଗଡ଼, କଳାହାଣ୍ଡି, ବାଲେଶ୍ୱର ଓ ଗଞ୍ଜାମ ଜିଲାରୁ ରୋଗପୋକ ଆକ୍ରମଣର ଖବର ମିଳିଛି। ମରୁଡ଼ିରୁ ବଞ୍ଚିଯାଇଥିବା ହଜାର ହଜାର ହେକ୍ଟର ଧାନ ଫସଲ ରୋଗପୋକର ଶିକାର ହୋଇଛି। ବର୍ତ୍ତମାନ ଧାନ ପାଚିବା ସମୟ ଏବଂ ଚାଷୀମାନେ ଆଉ ୧୫ ଦିନ ଭିତରେ ଧାନ କାଟିବା ଯୋଜନାରେ ଥିଲେ। ଏପରି ସମୟରେ ଚକଡ଼ା ପୋକ, ଜଉପୋକ, କାଣ୍ଡବିନ୍ଧା ପୋକ, ପତ୍ରମୋଡ଼ା ରୋଗ ପ୍ରଭୃତି ଫସଲକୁ ଉଜାଡ଼ିଦେଲା। ନିଜର ପାଚିଲା ଧାନ ଫସଲ ନଷ୍ଟ ହେବାର ଦେଖି ଚାଷୀ ହତାଶ ହୋଇପଡ଼ିବା ସ୍ବାଭାବିକ। ଦୁଃଖ ଓ ହତାଶାରେ ସେମାନେ ହେକ୍ଟର ହେକ୍ଟର ଜମିରେ ନିଅଁା ଲଗାଇଦେଲେ। ବରଗଡ଼, ସମ୍ବଲପୁର, ଗଞ୍ଜାମ ଓ ରାୟଗଡ଼ା ଜିଲାରେ ଏପରି ଘଟଣା ଘଟିଥିବାର ଖବର ମିଳିଛି। ଯଦି ସମୟୋଚିତ ପଦକ୍ଷେପ ନିଆଯାଇଥାନ୍ତା, ତେବେ ରୋଗପୋକ ଆକ୍ରମଣରୁ ଫସଲକୁ ରକ୍ଷା କରାଯାଇପାରିଥାନ୍ତା। ଜିଲା କୃଷି ଅଧିକାରୀମାନେ ଚାଷୀମାନଙ୍କ ସହ କୌଣସି ସମ୍ପର୍କ ରଖୁନାହାନ୍ତି। ଉକ୍ତ ଉଚ୍ଚ ବେତନଭୋଗୀ ଅଫିସରମାନେ ନିଜ ବାତାନୁକୂଳିତ ପ୍ରକୋଷ୍ଠରୁ କ୍ୱଚିତ୍‌ ପଦାକୁ ବାହାରିଥାନ୍ତି। ସରକାର ଚାଷୀମାନଙ୍କ ହିତ ପାଇଁ ଯେଉଁସବୁ କାର୍ଯ୍ୟକ୍ରମ ଏହିସବୁ ଅଫିସରମାନଙ୍କ ଦ୍ୱାରା କରାଉଛନ୍ତି, ସେଗୁଡ଼ିକର ଠିକ୍‌ଭାବେ ତଦାରଖ କରାଯାଉ ନାହିଁ। ସଚେତନତା ଏବଂ ସମୟୋଚିତ ମାର୍ଗଦର୍ଶନର ଅଭାବ ଯୋଗୁ ଚାଷୀମାନେ ଲାଭଖୋର କୀଟନାଶକ କମ୍ପାନୀ ଓ ଡିଲରମାନଙ୍କ ପରାମର୍ଶ ନେବାକୁ ବାଧ୍ୟ ହେଉଛନ୍ତି। କୀଟନାଶକ ଓ ପୀଡ଼କମାରୀ ଔଷଧ ବିକ୍ରି କରୁଥିବା କମ୍ପାନୀମାନେ ଚାଷୀଙ୍କ ଦୁଃଖ ସମୟରେ ପ୍ରଚୁର ଲାଭ ଅର୍ଜନ କରିଥାନ୍ତି। ଡିଲର ଓ କମ୍ପାନୀ ଏଜେଣ୍ଟମାନେ ସରଳବିଶ୍ୱାସୀ କୃଷକମାନଙ୍କୁ ଭୁଲାଣିଆ କଥା କହି ନିଜ ଉତ୍ପାଦଗୁଡ଼ିକୁ ବିକ୍ରି କରିଥାନ୍ତି। କୃଷକମାନେ ଉକ୍ତ ବିଷାକ୍ତ ଔଷଧକୁ ପାଚିଲା କ୍ଷେତରେ ପକାଇଥାନ୍ତି। କିନ୍ତୁ ଔଷଧର ଭାଗମାପ ଭୁଲ୍‌ ହେଲେ ତାହା ଲାଭ ପରିବର୍ତ୍ତେ ଅଧିକ କ୍ଷତି କରିଥାଏ। ଅଧିକ କୀଟନାଶକ ପ୍ରୟୋଗ ଯୋଗୁ ଧାନଗଛ ଶୁଖି ନଷ୍ଟ ହୋଇଯିବା ପରି ଘଟଣା ସମ୍ବଲପୁର, ବରଗଡ଼ ଓ କଳାହାଣ୍ଡି ଜିଲାରେ ଘଟିଛି। ଅବିବେକୀ ବ୍ୟବସାୟୀମାନେ ଗୋଳିଆପାଣିରୁ ମାଛ ମାରିବା ଭଳି କୃଷକମାନଙ୍କ ଅସମୟରେ ସେମାନଙ୍କୁ ଶୋଷଣ କରିଥାନ୍ତି। ଜିଲାସ୍ତରୀୟ କୃଷି ଅଧିକାରୀମାନଙ୍କ ପାଖରେ ବିଶେଷଜ୍ଞ ଦଳ ଓ ବୈଜ୍ଞାନିକ ଯନ୍ତ୍ରପାତି ରହିଛି। ସେମାନେ ଗତାନୁଗତିକ ଧାରା ପରିତ୍ୟାଗ କରି ଏପରି ସଙ୍କଟ ସମୟରେ ଅତ୍ୟନ୍ତ ସକ୍ରିୟଭାବେ କାର୍ଯ୍ୟ କରିବା ଉଚିତ। ସେମାନେ ଗଁା ଗଁାରେ କୃଷକମାନଙ୍କୁ ଭେଟି ସେମାନଙ୍କୁ ଆବଶ୍ୟକ ପରାମର୍ଶ ଦେବା ଆବଶ୍ୟକ। ଫସଲରେ ରୋଗପୋକ ହେଲେ କି କି ଔଷଧ କେତେ ମାତ୍ରାରେ ପ୍ରୟୋଗ କରିବା କଥା ତାହା ସେମାନେ କୃଷକମାନଙ୍କୁ ଶିଖାଇବା ଦରକାର। ଏପରି ସକ୍ରିୟ ପଦକ୍ଷେପ ଓ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଦ୍ୱାରା ବାରମ୍ବାର ଘଟୁଥିବା ଏତାଦୃଶ ମାନବକୃତ ସଙ୍କଟକୁ ଟାଳି ଦିଆଯାଇ ପାରିବ।
All Right Reserved By

ସମ୍ପାଦକୀୟ |

ଫାଇଦାରେ କଶ୍ମୀର ବାବୁ

ଫାଇଦାରେ କଶ୍ମୀର ବାବୁ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ଜମ୍ମୁ-କଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହେବା ଯୋଗୁ ରାଜ୍ୟ କ୍ୟାଡର ବାବୁମାନେ ବେଶ୍‌ ଫାଇଦାରେ ଅଛନ୍ତି। କାରଣ ପ୍ରଶାସନରେ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମିଳିଛି। ୧୯୮୬ ବ୍ୟାଚ୍‌ ଜମ୍ମୁ-କଶ୍ମୀର କ୍ୟାଡର ଆଇଏଏସ୍‌ ଅଫିସର ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବି.ବି. ବ୍ୟାସ ରାଜ୍ୟପାଳଙ୍କ ଉପଦେଷ୍ଟା ଭାବେ ପୁନର୍ନିଯୁକ୍ତି ପାଇଛନ୍ତି। ସେହିପରି ରାଜ୍ୟ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଖୁର୍ଶିଦ ଅହମଦ ଗନାଇ ଏବଂ ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର କେ. ବିଜୟ କୁମାର ମଧ୍ୟ କ୍ୟାବିନେଟ୍‌ର ସମତୁଲ ...

ଅନ୍ତହୀନ ତିନୋଟି ସମସ୍ୟା

ଅନ୍ତହୀନ ତିନୋଟି ସମସ୍ୟା

ମନ-ମାନଚିତ୍ର / ଡ. ନରହରି ବେହେରା

ପ୍ରାତଃଭ୍ରମଣ ସମୟରେ ଗୋବିନ୍ଦବାବୁ କହିଲେ, ତୁମେ ମହାଭାରତର ଯକ୍ଷ-ଯୁଧିଷ୍ଠିର ସମ୍ବାଦ ପଢ଼ିଛ? ଯକ୍ଷ ଯୁଧିଷ୍ଠିରଙ୍କୁ ପ୍ରଶ୍ନ କରିଥିଲେ- କେଉଁ ବ୍ୟାଧିର ଶେଷ ନାହିଁ? ଏହାର ଉତ୍ତରରେ ଯୁଧିଷ୍ଠିର କହିଥିଲେ, ଲୋଭରୂପକ ବ୍ୟାଧିକୁ ଉପଶମ କରିହେବ ନାହିଁ। ଆଚ୍ଛା, ତୁମେ କିଛି ସମୟ ପାଇଁ ଯୁଧିଷ୍ଠିର ହୋଇଯାଅ ଏବଂ ମୁଁ ତୁମକୁ ଯକ୍ଷ ଭାବରେ ଯେଉଁ ପ୍ରଶ୍ନ କରୁଛି ତାହାର ଉତ୍ତର ଦିଅ। ମୁଁ ଦେଖିବି ତୁମର ବୁଦ୍ଧି ...

ଧର୍ମରେ ଖେଚୁଡ଼ି

ଧର୍ମରେ ଖେଚୁଡ଼ି

ନାରାୟଣ ପଣ୍ଡା

ଏକଦା ଭକ୍ତପ୍ରବର ହନୁମାନଙ୍କୁ ଭୀମ ପଚାରିଲେ- ଭାଇ ହନୁମାନ, ତୁମେ କ’ଣ ଶ୍ରୀକୃଷ୍ଣଙ୍କୁ ରାମଙ୍କଠାରୁ ପୃଥକ୍‌ ଜ୍ଞାନ କର? ହନୁମାନ ହସି କହିଲେ,- ”ଶ୍ରୀନାଥେ ଜାନକୀନାଥେ ଅଭେଦଃ ପରମାତ୍ମନି, ତଥାପି ମମ ସର୍ବସ୍ବଃ ରାମଃ କମଳଲୋଚନଃ।“ ଅର୍ଥାତ୍‌ ରାମ ଓ କୃଷ୍ଣଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ। ତଥାପି କମଳଲୋଚନ ଶ୍ରୀରାମ ହେଉଛନ୍ତି ମୋର ଜୀବନସର୍ବସ୍ବ। କାରଣ ରାମଙ୍କ ଭାବ କୃଷ୍ଣଙ୍କ ...

ଏଇ ଭାରତରେ

ଏଇ ଭାରତରେ

ମହିଳାମାନେ ସ୍ବାମୀଙ୍କୁ ସତ୍‌ପଥରେ ଚାଲିବାକୁ ପରାମର୍ଶ ଦେଇଥାଆନ୍ତି। କିନ୍ତୁ ନିଜର ସୁଖସମୃଦ୍ଧି ପାଇଁ ସ୍ବାମୀଙ୍କୁ ଚୋରି କରିବାକୁ ଉତ୍ସାହିତ କରିବା ଘଟଣା କ୍ୱଚିତ୍‌ ଦେଖାଯାଏ। ଏପରି ଏକ ଘଟଣା ବେଙ୍ଗାଲୁରୁଠାରେ ଘଟିଛି। ମହାଦେବୀ ନାମ୍ନୀ ୨୮ ବର୍ଷୀୟା  ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ସୁନାଚେନ୍‌ ଛିଡାଇ ଆଣିବା ଭଳି କୁପ୍ରରୋଚନା ଦେଇଥିବାରୁ ଶେଷରେ ଗିରଫ ହୋଇଛନ୍ତି। ବାଲାରି ଜିଲାର ହୁବିନା ହଡାଗଳି ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି। କୁମ୍ବାଲଗୋଡୁର ବାସିନ୍ଦା ଏହି ମହିଳା ଜଣକ ବଦଖର୍ଚ୍ଚ କରି ବେଶ୍‌ ଅୟସରେ ...

ଆଜିର ଅର୍ଥନୀତି/ବାସ୍ତବ ଆହ୍ବାନ

ଆଜିର ଅର୍ଥନୀତି/ବାସ୍ତବ ଆହ୍ବାନ

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ତାଙ୍କର ଏକ ବୃହତ୍‌ ନୀତିଗତ ପଦକ୍ଷେପ ସ୍ବରୂପ ତିନୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଯୋଡ଼ି ଭାରତର ତୃତୀୟ ବୃହତ୍ତମ ବ୍ୟାଙ୍କ କରିବା ଲାଗି ସୋମବାର ଘୋଷଣା କରିଛନ୍ତି। ସେହି ବ୍ୟାଙ୍କଗୁଡ଼ିକ ହେଉଛି ବ୍ୟାଙ୍କ ଅଫ୍‌ ବରୋଦା (ବିଓବି), ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କ। ୨୦୧୮ ମାର୍ଚ୍ଚ ମାସର ତଥ୍ୟ ଅନୁସାରେ ଏହି ସମ୍ମିଳିତ ବ୍ୟାଙ୍କର ବଜାର ଅଂଶ ହେଉଛି ଜମା କ୍ଷେତ୍ରରେ ୭.୨ ପ୍ରତିଶତ ଓ ଋଣ ପ୍ରଦାନ କ୍ଷେତ୍ରରେ ୬.୮ ପ୍ରତିଶତ। ଫଳରେ ଜମା କ୍ଷେତ୍ରରେ ଏହା ଦେଶର ଦ୍ୱିତୀୟ ଏବଂ ଋଣ ପ୍ରଦାନ କ୍ଷେତ୍ରରେ ତୃତୀୟ ବୃହତ୍ତମ ବ୍ୟାଙ୍କରେ ପରିଣତ ହେବ। ପୁଣି ଏହି ମିଶ୍ରିତ ବ୍ୟାଙ୍କର ସାରା ଦେଶରେ ପ୍ରାୟ ୯୫୦୦ ଶାଖା ଥିବାରୁ ଏ କ୍ଷେତ୍ରରେ ଏ...

ପାକିସ୍ତାନର ଭବିଷ୍ୟତ

ପାକିସ୍ତାନର ଭବିଷ୍ୟତ

ଶରତ ଚନ୍ଦ୍ର ମିଶ୍ର

ଆନ୍ତର୍ଜାତିକ ମାନଦଣ୍ଡ, ଆୟତନ ଓ ଲୋକସଂଖ୍ୟା ଦୃଷ୍ଟିରୁ ପାକିସ୍ତାନ ଏକ ମଧ୍ୟମବର୍ଗର ବିକାଶଶୀଳ ରାଷ୍ଟ୍ର। ଏହାର ମାନବ ସମ୍ପଦ ସୁଗଠିତ, ବଳବାନ୍‌ ଓ ଦେଶ ଉତ୍ତମମାନର ସୈନିକ, ଚାଷୀ ଓ କାରିଗରରେ ଭରପୂର। ପଞ୍ଜାବ ପ୍ରଦେଶରେ ଜଳସେଚିତ ଜମି, ସିନ୍ଧୁନଦୀ ଓ ତାହାର ଶାଖାନଦୀ, ବେଲୁଚିସ୍ତାନର ଖଣିଜ ସମ୍ପଦ ଓ ପ୍ରାକୃତିକ ଗ୍ୟାସ, ଉତ୍ତରାଞ୍ଚଳର ପ୍ରାକୃତିକ ଦୃଶ୍ୟ, ଗିରିଶୃଙ୍ଗ, କରାଚୀର ବ୍ୟବସାୟିକ ପରମ୍ପରା, ଆରବ ସାଗର ସନ୍ନିହିତ ସୁଦୀର୍ଘ ଉପକୂଳର ଅବସ୍ଥିତି ହେତୁ ପାକିସ୍ତାନ ଏକ ସମୃଦ୍ଧିଶାଳୀ ଓ ଆକର୍ଷଣୀୟ ରାଷ୍ଟ୍ର ହେବାର ସମସ୍ତ ଉପାଦାନ ପ୍ରାପ୍ତ ହୋଇଛି। ବାଂଲାଦେଶ ମୁକ୍ତିଯୁଦ୍ଧ (୧୯୭୧)ରେ ଦେଶ ଦ୍ୱିଖଣ୍ଡିତ ହେବା ପର୍ଯ୍ୟନ୍ତ, ପାକିସ୍ତାନ ବିଶ୍ୱର ...

ଶହୀଦ ଇମାମ ହୁସେନ

ଶହୀଦ ଇମାମ ହୁସେନ

ଇଂ. ରୌଶନ ଖାନ୍‌

ମାନବିକତାର ସୁରକ୍ଷା ପାଇଁ ଯେଉଁମାନେ ଈଶ୍ୱରଙ୍କ ପଥରେ ଜୀବନ ଉତ୍ସର୍ଗ କରନ୍ତି ଓ ଦେଶମାତୃକାକୁ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ଯୁଦ୍ଧ କରି ପ୍ରାଣବଳି ଦେଇଥାନ୍ତି, ସେମାନଙ୍କୁ ‘ଶହୀଦ’ କୁହାଯାଏ। ସେହିପରି ଜଣେ ଦେବପୁରୁଷ ଥିଲେ ହଜରତ ଇମାମ୍‌ ହୁସେନ। ସେ ଇରାକର କରବଲା ମୈଦାନରେ ଯୁଦ୍ଧ କରି ୬୧ ହିଜିରିି ମହରମ ୧୦ ଦିନ ଶହୀଦ ହୋଇଥିଲେ। ସେ ହେଉଛନ୍ତି ହଜରତ ମହମ୍ମଦଙ୍କ ନାତି ଓ ଚତୁର୍ଥ ଖଲିଫା ହଜରତ ଅଲ୍ଲିଙ୍କ ପୁତ୍ର।...

ଏଇ ଭାରତରେ

ଏଇ ଭାରତରେ

କୌଣସି ବ୍ୟକ୍ତିକୁ ଶାରୀରିକ ନିର୍ଯାତନା ଦେଲେ ତାହାର ପରିଣତି ଭୋଗିବାକୁ ପଡ଼େ। ଜଣେ ୫୦ବର୍ଷୀୟ ମହିଳାଙ୍କୁ ତାଙ୍କ ଭାଇ ଓ ଭାଉଜ ୨ବର୍ଷ ଧରି ଘରେ ଅଟକ ରଖିବା ସହିତ ଭୋକ ଉପାସରେ ବଞ୍ଚତ୍ବାକୁ ଦେଉଥିଲେ। ଏହାର ପରିଣାମ ସ୍ବରପ ୨ଜଣଙ୍କୁ ଗିରଫ ,...

ଓମେଗା-୩ ଓ ମିଥ୍ୟା ପ୍ରଚାର

ଓମେଗା-୩ ଓ ମିଥ୍ୟା ପ୍ରଚାର

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ପ୍ରତି କିଛି ବର୍ଷ ବ୍ୟବଧାନରେ ଗୋଟିଏ କମ୍ପାନୀ ତା’ର ମାର୍କେଟିଂ ରଣକୌଶଳ ହିସାବରେ ପ୍ରଚାର କରେ ଯେ ଏକ ନୂତନ ସୁପରଫୁଡ୍‌ ଜନ୍ମଲାଭ କରିଛି। ବର୍ତ୍ତମାନ ବହୁ ବିଜ୍ଞାପିତ ସେପରି ଏକ ସୁପରଫୁଡ୍‌ ହେଉଛି Matcha tea ବା ମାଚା ଚା, ଯାହା ମେଦବହୁଳତା, ଡାଇବେଟିସ୍‌, ଆଣ୍ଠୁଗଣ୍ଠି ବାତ ପ୍ରଭୃତି ସବୁ ସମସ୍ୟାର ସମାଧାନ କରିପାରୁଛି ବୋଲି କୁହାଯାଉଛି। ଏହା କିନୁଆ, ଚିଆ ମଞ୍ଜି, ଲେହ କୋଳି, ବ୍ରାଜିଲ ନଟ୍‌, ବ୍ଲୁବେରୀ, ହଳଦୀ, ସ୍ପିରୁଲିନା, ଗୋଜି ବେରୀ, କଳା ଚକୋଲେଟ୍‌, ରେଡ୍‌ ଓ୍ବା...

ଉଚ୍ଚଶିକ୍ଷା ଓ କାମଚଳା ଅଧ୍ୟକ୍ଷ

ଉଚ୍ଚଶିକ୍ଷା ଓ କାମଚଳା ଅଧ୍ୟକ୍ଷ

ଡ. ସୁବାସ ଚନ୍ଦ୍ର ପାତ୍ର

ପ୍ରଖ୍ୟାତ ଇଂରେଜୀ କବି ଜନ୍‌ ଡନ୍‌ଙ୍କର ଏକ କବିତା ଅଛି- ‘କାହା ପାଇଁ ବାଜେ ଏ ଘଣ୍ଟା’। କୌଣସି ମଣିଷର ମୃତ୍ୟୁର ସୂଚନା ହିସାବରେ ବାଜୁଥିବା ଗୀର୍ଜାର ଘଣ୍ଟା ପ୍ରସଙ୍ଗରେ କୁହାଯାଇଛି ଯେ, ଏ ଘଣ୍ଟା ଯାହା ପାଇଁ ବି ବାଜୁନା କାହିଁକି ମନେରଖ ଏ ଘଣ୍ଟା ତୁମ ପାଇଁ ହିଁ ବାଜୁଛି, କାରଣ ତାଙ୍କ ମୃତ୍ୟୁଠୁ ତୁମ ମୃତ୍ୟୁ ବେଶି ଦୂର ନୁହେଁ। ଗୀର୍ଜାର ଘଣ୍ଟା ପରି ଆମ କଲେଜଗୁଡ଼ିକରେ...

ଧର୍ମ ଜୀବନର ରକ୍ଷାକବଚ

ଧର୍ମ ଜୀବନର ରକ୍ଷାକବଚ

ଶିବରାମ ଶତପଥୀ

ଗୀତାରେ ଅଛି, ‘ସ୍ବଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍‌।’ ଅର୍ଥାତ୍‌ କରିଥିବା ସାମାନ୍ୟତମ ଧର୍ମ ମଧ୍ୟ ସମୟ ପଡ଼ିଲେ ପ୍ରାଣୀକୁ ବଡ଼ ଭୟ (ମୃତ୍ୟୁଭୟ)ରୁ ରକ୍ଷାକରେ। ତେବେ ଏହି ଧର୍ମ କ’ଣ? ମହାଭାରତ ବନପର୍ବରେ ଯକ୍ଷ (ଛଦ୍ମବେଶୀ ଧର୍ମ)ଙ୍କ ପ୍ରଶ୍ନ (କଃ ପନ୍ଥାଃ)ର ଉତ୍ତରରେ ଯୁଧିଷ୍ଠିର କହିଥିଲେ- ନାନା ମୁନିଙ୍କର ନାନା ମତ। ସେହିପରି ବେଦ ମଧ୍ୟ ଗୋଟିଏ ନୁହେଁ। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବେ...

ଏଇ ଭାରତରେ

ଏଇ ଭାରତରେ

ଅପରାଧୀଙ୍କୁ କାବୁ କରିବାକୁ ପୋଲିସ କର୍ମଚାରୀଙ୍କୁ ନୂଆ ନୂଆ କୌଶଳ ପ୍ରଶିକ୍ଷଣ ଦିଆଯାଉଛି। ବିଶେଷକରି ମହିଳା କର୍ମଚାରୀଙ୍କୁ ଏନେଇ ସ୍ବତନ୍ତ୍ର ତାଲିମ୍‌ ପ୍ରଦାନ କରାଯାଉଛି। କିପରି କମ୍‌ ପୋଲିସ କର୍ମଚାରୀଙ୍କ ସହଯୋଗରେ ଅଭିଯୁକ୍ତଙ୍କୁ କୋର୍ଟକୁ ଏସ୍‌କର୍ଟ କରି ...