ସମ୍ପାଦକୀୟ |

ଜିଏସ୍‌ଟି : ଦିଅଁ ଗଢୁ ଗଢୁ ମାଙ୍କଡ଼

ଜିଏସ୍‌ଟି : ଦିଅଁ ଗଢୁ ଗଢୁ ମାଙ୍କଡ଼
ଶ୍ୟାମସୁନ୍ଦର ଅଗ୍ରଓ୍ବାଲା ବୁଦ୍ଧି, ଜ୍ଞାନ ଓ ମେଧାଶକ୍ତିର ଅଭୂତପୂର୍ବ ଅଧିକାରୀ ବୈଜ୍ଞାନିକ ଆଇନ୍‌ଷ୍ଟାଇନ୍‌ଙ୍କ ମତରେ ଆୟକର ନିୟମ ହେଉଛି ପୃଥିବୀର ସବୁଠୁ ଦୁର୍ବୋଧ୍ୟ ନିୟମ, ଯାହାକୁ ସେ ଶତଚେଷ୍ଟା କରି ମଧ୍ୟ ବୁଝିପାରିଲେ ନାହିଁ। ଆଜି ଯଦି ଆଇନ୍‌ଷ୍ଟାଇନ ବଞ୍ଚି ଥାଆନ୍ତେ ଆଉ ବର୍ତ୍ତମାନର ଦ୍ରବ୍ୟ ଓ ସେବାକର (ଜିଏସ୍‌ଟି) ନିୟମକାନୁନ ସବୁ ପଢ଼ିଥାନ୍ତେ, ତେବେ ସେ କ’ଣ ମତାମତ ଦେଇଥାନ୍ତେ ତାହା ଅନୁମେୟ। ବେଳେବେଳେ ନିୟମ ପ୍ରସ୍ତୁତକାରୀଏ ଅତ୍ୟନ୍ତ ସହଜ ଓ ସରଳ ନିୟମଗୁଡ଼ିକୁ କ’ଣ ପାଇଁ ବୁଲେଇ ବଙ୍କେଇ ଏତେ ଜଟିଳ କରିପକାନ୍ତି, ତାହା ବୁଝି ହୁଏନା। ଜିଏସ୍‌ଟି ଏକ ଅତି ସୁନ୍ଦର ପରିକଳ୍ପନା, କିନ୍ତୁ ଏହାର ଜଟିଳ ଉପସ୍ଥାପନା ଓ ସମ୍ପାଦନା ଏହାକୁ ଦିଅଁ ଗଢୁ ଗଢୁ ମାଙ୍କଡ଼ କରିଦେଇଛି। ଏଇଠି କଥାଟିଏ ମନେ ପଡ଼େ। ଥରେ ଦୁଇଜଣ ଗଣିତଜ୍ଞ ନଦୀକୂଳରେ ଛିଡ଼ାହୋଇ ଯୁକ୍ତିତର୍କ କରୁଥିଲେ। ଗଣିତ ବିଦ୍ୟାରେ କେହି କାହାଠୁଁ କମ୍‌ ନ ଥିଲେ, ତେଣୁ ହାରିବା ପାଇଁ କେହି ପ୍ରସ୍ତୁତ ନ ଥିଲେ। ଏଇ ସମୟରେ ଗଉଡ଼ ଟୋକାଟେ ଗାଈମାନଙ୍କୁ ଜଙ୍ଗଲରେ ଚରେଇ ସେହି ବାଟ ଦେଇ ଗଁାକୁ ଫେରୁଥିଲା। ଗଉଡ଼ ଟୋକାଟି ତାଙ୍କ ଯୁକ୍ତିତର୍କ ଶୁଣି କହିଲା, ”ଆପଣମାନେ ଯଦି ଏତେ ଗଣିତବିଦ୍ୟାରେ ପାରଙ୍ଗମ, ତେବେ କୁହନ୍ତୁ ମୋ’ ଗୋଠର ଗାଈ ସଂଖ୍ୟା କେତେ?“ ଏ କଥା ଶୁଣି ଦୁହେଁ କାଗଜ କଲମ ଧରି ଅଧଘଣ୍ଟାଏ ପର୍ଯ୍ୟନ୍ତ ହିସାବ କିତାବ କଲେ ଓ ଏକାସାଙ୍ଗରେ ଉତ୍ତର ଦେଲେ ‘ଷାଠିଏ’। ଦୁହେଁ ଏକା ସମୟରେ ଠିକ୍‌ ଉତ୍ତର ଦେଇଥିବାରୁ ଗଉଡ଼ ଟୋକାଟି ପଚାରିଲା-”ଆଚ୍ଛା କୁହନ୍ତୁ, ଆପଣମାନେ ଏତେ ସମୟ ଧରି କ’ଣ ହିସାବକିତାବ କରି ଷାଠିଏ ଗାଈ ଅଛି ବୋଲି ଜାଣିଲେ।“ ପ୍ରଥମ ଗଣିତ ବିଶାରଦ କହିଲେ, ”ମୁଁ ପ୍ରଥମେ ନଇଁ ପଡ଼ି ଗାଈମାନଙ୍କର ଗୋଡ଼ଗୁଡ଼ିକ ଗଣି ପକେଇଲି। ଗୋଡ଼ ସଂଖ୍ୟା ହେଲା ଦୁଇଶହ ଚାଳିଶ। ଗୋଟିଏ ଗାଈର ଚାରୋଟି ଗୋଡ଼ ଥାଏ, ତେଣୁ ଦୁଇଶହ ଚାଳିଶକୁ ଚାରିରେ ହରି କହିଲି ‘ଷାଠିଏ’। ଏ କଥା ଶୁଣି ଅନ୍ୟ ଗଣିତଜ୍ଞ ଠୋ ଠୋ ହସି କହିଲେ ”ବୁଝିଲେ ଆଜ୍ଞା, ଆପଣଙ୍କର ଜ୍ଞାନ ଥାଇପାରେ, କିନ୍ତୁ କାଣ୍ଡଜ୍ଞାନ ନାହିଁ। ମୁଁ କେମିତି ସରଳ ଉପାୟରେ ଜାଣିଲି ଶୁଣନ୍ତୁ। ଏତେ ପରିଶ୍ରମ କରି ତଳକୁ ନ ଚାହିଁ ମୁଁ ଉପରେ ଉପରେ କେବଳ ଗାଈମାନଙ୍କର ଶିଙ୍ଗଗୁଡ଼ିକୁ ଗଣି ପକେଇଲି। ଶିଙ୍ଗ ସଂଖ୍ୟା ହେଲା ଶହେ କୋଡ଼ିଏ। ଗୋଟିଏ ଗାଈର ଦୁଇଟି ଶିଙ୍ଗ ଥାଏ ଅର୍ଥାତ୍‌ ଗାଈ ସଂଖ୍ୟା ଷାଠିଏ। ବୁଝିଲେ।“ ଆଜ୍ଞା, ଏହି ଗଣିତଜ୍ଞମାନେ ବୋଧହୁଏ ଆମର ଏ ଜିଏସ୍‌ଟିର ନିୟମକାନୁନ ପ୍ରଣୟନ କରିଛନ୍ତି। କିହୋ, ଗାଈ ମୁଣ୍ଡଗୁଡ଼ିକ ଗଣି ଷାଠିଏ କହିଲେ ହେବନି! ଜଣେ କହୁଛି ପ୍ରଥମେ ଗୋଡ଼କୁ ଗଣି ଚାରିରେ ହର ତ ଆଉ ଜଣେ କହୁଛି ଶିଙ୍ଗକୁ ଗଣି ଦୁଇରେ ହର, ତେବେ ଯାଇ ଉତ୍ତର ନିର୍ଭୁଲ ହେବ। ମୁଁ ବୃତ୍ତିରେ ଜଣେ ବ୍ୟବସାୟୀ। ମୁଁ ବଜାରରେ ଜିନିଷ ଖର୍ଦ୍ଦି, ବିକ୍ରି କରେ। ମୁଁ ଗୋଟିଏ ଜିନିଷ ଖର୍ଦ୍ଦି କଲି। ଧରନ୍ତୁ ତା’ର ଦାମ୍‌ ଶହେ ଟଙ୍କା ଓ ଦଶ ପ୍ରତିଶତ ହିସାବରେ ଜିଏସ୍‌ଟି ଦେଲି ଦଶ ଟଙ୍କା। ମୁଁ ତାକୁ ବିକିଲି ଶହେ କୋଡ଼ିଏ ଟଙ୍କାରେ ଓ ଦଶ ପ୍ରତିଶତ ହିସାବରେ ଜିଏସ୍‌ଟି ଆଦାୟ କଲି ବାରଟଙ୍କା ଅର୍ଥାତ୍‌ ଜିଏସ୍‌ଟି ଦେଇଥିଲି ଦଶଟଙ୍କା ଆଉ ପାଇଲି ବାରଟଙ୍କା। ବାର ବିଯୁକ୍ତ ଦଶ କରି ବାକି ଦୁଇଟଙ୍କା ମୁଁ ସରକାରଙ୍କ ରାଜକୋଷରେ ଜମା କରିଦେଲି। ବାସ୍‌, ଏତିକି ପାଠ ପାଇଁ ଏତେ ଘଣ୍ଟାଚକଟା। ଏତେ ତର୍କବିତର୍କ। ଏତେ ବାକ୍‌ବିତଣ୍ଡା। ଏତେ ନିୟମକାନୁନ। ଥରେ ଗାଈମାନଙ୍କର ଗୋଡ଼ ଗଣାଯିବ ଆଉ ତାକୁ ଚାରିରେ ହରଣ ହେବ। ପୁଣି ଥରେ ଗାଈମାନଙ୍କ ଶିଙ୍ଗ ଗଣାଯିବ, ଆଉ ତାକୁ ଦୁଇରେ ହରଣ ହେବ। ତା’ପରେ ମୁଣ୍ଡ ଗଣାଯାଇ ଉତ୍ତର ଠିକ୍‌ ହେଲା କି ନାହିଁ ଧରାଯିବ। ପ୍ରତି ମାସରେ ଏଇମିତି ତିନି ତିନି ଥର ଅର୍ଥାତ୍‌ ବର୍ଷକୁ ଛତିଶ ଥର ରିଟର୍ନ ଦାଖଲ କରାଯିବ। ଯଦି କିଛି ଭୁଲ ଲେଖିଦେଲେ ତେବେ ‘ବୋପା ରାଣ ଢିଙ୍କି ଗିଳ’ ନ୍ୟାୟରେ ମୁକ୍ତି ନାହିଁ। ବର୍ଷ ବର୍ଷ ଧରି ବ୍ୟବସାୟୀମାନେ ବେପାର କରିବେ ନା ଏସବୁ କାମ କରିବେ। ଯଦି ଏ ସବୁ କରିବେ, ତେବେ ସେମାନେ ବେପାର କେତେବେଳେ କରିବେ? ସରକାର କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ଅଧ୍ୟୟନ କରନ୍ତୁ। ଚାଣକ୍ୟ ଟିକସ ଆଦାୟକାରୀମାନଙ୍କୁ ମହୁମାଛି ସହିତ ତୁଳନା କରିଛନ୍ତି। ମହୁମାଛି ଫୁଲରୁ ମହୁ ସଂଗ୍ରହ କରେ, କିନ୍ତୁ ଫୁଲଗଛକୁ କଷ୍ଟ ଦିଏ ନାହିଁ। ଯେଉଁଦିନ ମହୁମାଛି ଗଛକୁ କଷ୍ଟ ଦେବ ସେଦିନ ଗଛ ମରିଯିବ। ଗଛ ମରିଗଲେ ଆଉ ଫୁଲ ଫୁଟିବନି କି ମହୁ ମିଳିବନି। ୯୭, ଜନପଥ, ଭୁବନେଶ୍ୱର, ମୋ-୯୪୩୭୦୬୭୫୬୭
All Right Reserved By

ସମ୍ପାଦକୀୟ |

ଆର୍‌ବିଆଇ ଅଡ଼ୁଆ

ଆର୍‌ବିଆଇ ଅଡ଼ୁଆ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ନିକଟରେ ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ମାଡ଼ ଖାଇଯାଇଥିବା ମୋଦି ସରକାର ଉର୍ଜିତ ପଟେଲ ଯୁଗର ଅବସାନ ଘଟାଇବାକୁ ଉଚିତ ମଣିଛନ୍ତି। ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ନର ପଦରୁ ଉର୍ଜିତ ଇସ୍ତଫା ଦେବାର ଦିନଟିଏ ନ ପୂରୁଣୁ ସରକାର ପୂର୍ବତନ ଅର୍ଥ ସଚିବ ଶକ୍ତିକାନ୍ତ ଦାସଙ୍କୁ ଆର୍‌ବିଆଇର ନୂତନ ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ହଠାତ୍‌ ପଟେଲଙ୍କ ଇସ୍ତଫା ସରକାରଙ୍କୁ ଅଡ଼ୁଆରେ ପକାଇ ଦେଇଥିଲା, ଯଦିଚ କିଛିଦିନ ହେଲା ଆର୍‌ବିଆଇ ସହିତ ନର୍ଥ ବ୍ଲକ୍‌ର ମତପାର୍ଥକ୍ୟ ଓ ମୁହାଁମୁହିଁ ପରିସ୍ଥିତି ବିଷୟରେ ସମସ୍ତେ ଜାଣନ୍ତି। ପଟେଲ ତାଙ୍କ ଇସ୍ତଫା ବିଷୟରେ ସର୍ବସାଧାରଣରେ ଘୋଷଣା କରିବାର ଅବ୍ୟବହିତ ପୂର୍ବରୁ ହିଁ ସରକାର ଏ ବିଷୟରେ ଜାଣିଲେ। ଏଥିସହ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରୁ ବିଶିଷ୍ଟ ଅର୍ଥନୀତିଜ୍ଞ ସୁରଜିତ୍‌ ଭାଲ୍ଲାଙ୍କ ବିଦାୟ ମଧ୍ୟ ସରକାରଙ୍କ ଅଡ଼ୁଆକୁ ବଢ଼ାଇଦେଇଛି। ...

ଇତିହାସର ସେଇ ବିରଳ ଅଧ୍ୟାୟ

ଇତିହାସର ସେଇ ବିରଳ ଅଧ୍ୟାୟ

ଶରତ ଚନ୍ଦ୍ର ମିଶ୍ର

ଭାରତକୁ ସୁରୁଖୁରୁରେ କ୍ଷମତା ହସ୍ତାନ୍ତର ପରିଚାଳନା କରିବା ନିମନ୍ତେ ୧୯୪୭ ମସିହା ପ୍ରାରମ୍ଭରେ ବ୍ରିଟିଶ ସରକାର ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ ନିଯୁକ୍ତ କଲେ। ଲଣ୍ଡନସ୍ଥିତ ଭାରତ ଅଫିସ ତାଙ୍କୁ ପରାମର୍ଶ ଦେଇଥିଲା ଯେ, ଚାରିଜଣ ମୁଖ୍ୟ ଭାରତୀୟଙ୍କୁ ସେ ସହମତ କରାଇପାରିଲେ, ଭାରତରେ ତାଙ୍କ ଲକ୍ଷ୍ୟରେ ସଫଳ ହେବେ। ଏହି ଚାରି ବିଶିଷ୍ଟ ଭାରତୀୟମାନେ ହେଲେ ମହାତ୍ମା...

ଦ୍ୱିତୀୟ ଚନ୍ଦ୍ରଯାନ ଅପେକ୍ଷାରେ

ଦ୍ୱିତୀୟ ଚନ୍ଦ୍ରଯାନ ଅପେକ୍ଷାରେ

କମଳାକାନ୍ତ ଜେନା

ଯେତେବେଳେ ଆକାଶର ରୁପାଜହ୍ନକୁ ଦେଖେଇ ମା’ କହେ- ‘ଆ ଜହ୍ନମାମୁ ସରଗଶଶୀ, ମୋ କାହ୍ନୁ ହାତରେ ପଡରେ ଖସି’ ସେତେବେଳେ ଶିଶୁଟି ଆକାଶକୁ ଅନେଇ ଜହ୍ନକୁ ଛୁଇଁବାର ସ୍ବପ୍ନ ଦେଖେ। ସେଇ ମୁହୂର୍ତ୍ତରୁ ଚନ୍ଦ୍ର ସହିତ ସମ୍ପର୍କ ସ୍ଥାପନ କରିବାର ପ୍ରୟାସ ଜାରିରହେ। କିଏ ଦେବତା ରୂପରେ ବନ୍ଦନା କରି ଚନ୍ଦ୍ରକୁ ନିଜର କରିବାକୁ ଉଦ୍ୟମ କରେ, କିଏ ପୁଣି ଏହି ଖଗୋଳୀୟ ପିଣ୍ଡକୁ ଉପଗ୍ରହର ମାନ୍ୟତା ଦେଇ ତା’ ନିକଟରେ ପହଞ୍ଚିବା ପାଇଁ ମହାକାଶଯାନ ନିର୍ମାଣ କରେ। ଚନ୍ଦ୍ରକୁ ଛୁଇଁବାରେ ପ୍ରଥମ ସଫଳ ମଣିଷ...

ଏଇ ଭାରତରେ

ଏଇ ଭାରତରେ

ଆମ ସମାଜରେ କିଛି କୁସଂସ୍କାର ତଥା ଅନ୍ଧବିଶ୍ୱାସ ଭରି ରହିଛି। ପ୍ରାଚୀନ ପରମ୍ପରାକୁ ମାନି ଚଳିଲେ ବିପଦରୁ ରକ୍ଷା ମିଳେ ବା ଗ୍ରହ ଶାନ୍ତି ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ଏମିତି ଏକ ପରମ୍ପରା ମଧ୍ୟରୁ ଗୋଟିଏ ହେଉଛି କୁକୁରକୁ ବିବାହ କରିବାର ପଦ୍ଧତି। ...

ଆଜିର ଅର୍ଥନୀତି/ ବୋଲକରା ହୁଅନା

ଆଜିର ଅର୍ଥନୀତି/ ବୋଲକରା ହୁଅନା

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଗଭର୍ନର ପଦରୁ ଉର୍ଜିତ ପଟେଲଙ୍କ ଆକସ୍ମିକ ବିଦାୟ ଏବଂ ଅବିଳମ୍ବେ ତାଙ୍କ ସ୍ଥାନରେ ଭୁବନେଶ୍ୱର-ଜନ୍ମିତ ତାମିଲନାଡ଼ୁ କ୍ୟାଡର ଆଇଏଏସ୍‌ ଅଫିସର ଶକ୍ତିକାନ୍ତ ଦାସଙ୍କୁ ନିଯୁକ୍ତି ଦିଆଯିବା ଘଟଣା ପଛରେ କିଛି ରହସ୍ୟ ରହିଛି। କାରଣ ଶକ୍ତିକାନ୍ତ ଅତୀତରେ ମୋଦି ସରକାରଙ୍କ ବହୁ ଆସ୍ଫାଳନଭରା ବିମୁଦ୍ରୀକରଣ କାର୍ଯ୍ୟର ତଦାରଖ କରିଥିଲେ। ତୁଙ୍ଗ ଅଧିକାରୀମାନଙ୍କୁ ଆକସ୍ମିକ ଭାବେ ଅଦଳବଦଳ କରିବା ଏ ସରକାରଙ୍କ ପାଇଁ କିଛି ନୂଆ କଥା ନୁହେଁ। ପଟେଲଙ୍କ ପୂର୍ବରୁ ସରକାରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମତଭେଦ ଘଟିବାରୁ ରଘୁରାମ ରାଜନ୍‌ଙ୍କୁ ସରକାରଙ୍କ କ୍ରୋଧର ଶରବ୍ୟ ହେବାକୁ ପଡ଼ିଥିଲା। ତାଙ୍କ ପୂର୍ବରୁ ନୀତି ଆୟୋଗର ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିଆ ଏବଂ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍‌ ଇସ୍ତଫା...

ବିରଳ ଗଙ୍ଗାଜଳ

ବିରଳ ଗଙ୍ଗାଜଳ

ଡ. ଗୌରୀଶଙ୍କର ସାହୁ

ଗଙ୍ଗାନଦୀ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ହିନ୍ଦୁ ସମାଜରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।  ଏହା ପାପନାଶିନୀ ଓ ମୋକ୍ଷଦାୟିନୀ ବୋଲି ବିଶ୍ୱାସ ରହିଛି। ଲୋକେ ଗଙ୍ଗାନଦୀ ନୁହେଁ ବରଂ ଗଙ୍ଗାମାତା ବୋଲି କହିଥାନ୍ତି। ଏସବୁ ମଧ୍ୟରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଯେ ଗଙ୍ଗାଜଳ ବିରଳ ଏ ସମ୍ବନ୍ଧରେ ଆଲୋଚନା ଖୁବ୍‌ କମ୍‌ ହୁଏ। ଗଙ୍ଗାଜଳର ରୋଗପ୍ରତିରୋଧକ କ୍ଷମତା ସମ୍ବନ୍ଧୀୟ ଗବେଷଣାତ୍ମକ ନିଷ୍କର୍ଷ ମଧ୍ୟ ବହୁତ କମ୍‌ ଲୋକ ଜାଣନ୍ତି, ଯଦିଓ ଆମେ ସମସ୍ତେ ଅନୁଭବ କରୁଛେ ଯେ, ଗଙ୍ଗାଜଳ ବାକି ନଦୀର ଜଳଠାରୁ ଭିନ୍ନ। ସାଧାରଣ ନଦୀ, କୂଅ, ପୋଖରୀର ଜଳକୁ ବୋତଲରେ ବନ୍ଦ କରି ରଖିଲେ କିଛିଦିନ ପରେ ସେଥିରୁ ଦୁର୍ଗନ୍ଧ ବାହାରିବ କିନ୍ତୁ ଗଙ୍ଗାଜଳ ବର୍ଷ ବର୍ଷ ଧରି ସତେଜ ରହିଥାଏ। ତେଣୁ ଘରେ ଗଙ୍ଗାଜଳ ରଖି ଆବଶ୍ୟକ ଅନୁସାରେ ଧାର୍ମିକ କାର୍ଯ୍ୟରେ ବ୍ୟବହାର କରାଯାଏ, ...

 ପିଲାଙ୍କ ଖେଳ: କାଲି ଓ ଆଜି

ପିଲାଙ୍କ ଖେଳ: କାଲି ଓ ଆଜି

ରୁଦ୍ର ପ୍ରସନ୍ନ ରଥ

ଖେଳ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଖେଳକୁ ନେଇ ପିଲାମାନେ ସବୁବେଳେ ଉତ୍ସାହିତ ଥାଆନ୍ତି। ସୁଯୋଗ ପାଇଲା ମାନେ ଖେଳିବାକୁ ପଳାଇଯାଆନ୍ତି। କେତେବେଳେ ବାଗୁଡ଼ି ତ ଆଉ କେତେବେଳେ ବୋହୂଚୋରି, ପୁଣି କେତେବେଳେ ଡାଳମାଙ୍କୁଡ଼ି। କିଛି ନ ହେଲେ ଡାବଲପୁଆ ଆଉ କାଚବାଟି ମିଳିଗଲେ ପିଲାଙ୍କୁ ରୋକେ କିଏ? ଗାଁ ସଂସ୍କୃତିରେ କ୍ରିକେଟ ପଶିବାର ବହୁ ପୂର୍ବରୁ ଏ ଖେଳ ସବୁ ଆମ ସଭ୍ୟତା ଏବଂ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହୋଇ ରହିଥିଲା। ସ୍କୁଲ ଯିବା ପୂର୍ବରୁ ଖେଳ, ସ୍କୁଲରେ ଭୋଜନ ବିରତିରେ ଖେଳ, ସ୍କୁଲରୁ ଫେରିଲା ପରେ ବହିବସ୍ତାନି ଫୋପାଡି ଦେଇ ସାଙ୍ଗମାନଙ୍କ ସହ ମାତିଯାଇ ଖେଳ। ଏମିତି ହିଁ ପିଲାମାନଙ୍କର ପିଲାଦିନ କଟିଯାଉଥିଲା ତୋଟା ଆଉ ନଦୀପଠାରେ। ପୁଣି ରଜ ଆଦି ପର୍ବପର୍ବା...

ଏଇ ଭାରତରେ

ଏଇ ଭାରତରେ

ଦୂରରେ ଥାଇ ଠକେଇ କରିବା ସହଜ। ଏବେ ଅନଲାଇନ୍‌ ଶପିଂ ଦୂରଠକେଇର ଏକ ପ୍ଲାଟଫର୍ମରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏଭଳି ଠକେଇ ବିଷୟରେ ପ୍ରାୟତଃ କିଛି ଲୋକ ଅବଗତ ଅଛନ୍ତି। ଏହାଦ୍ୱାରା ଜଣେ ଠକାମିର ଶିକାର ହେଲେ ଆଉଥରେ କୌଣସି ଜିନିଷ ମଗାଇବାକୁ ମନ ବଳା...

ମ୍ୟାଗଟ୍‌ ସଂକ୍ରମଣ

ମ୍ୟାଗଟ୍‌ ସଂକ୍ରମଣ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ପିପୁଲ ଫର୍‌ ଆନିମଲ୍‌ସ, ମହୀଶୂର ଶାଖାର କର୍ମୀମାନେ ଏକ ଘୋଡ଼ା ଉଦ୍ଧାର କରିଥିଲେ, ଯାହାର ମୁଣ୍ଡକୁ ପରଜୀବୀ (ପାରାସାଇଟ୍‌)ମାନଙ୍କ ଦ୍ୱାରା ଅଧା ଖିଆଯାଇ ସାରିଥିଲା। ମୁଁ ତା’ର ପୂର୍ବ ଓ ପର ଅବସ୍ଥାର ଛବି ଏଥିରେ ପ୍ରଦାନ କରୁଛି। ଏହା ଏକ ସଫଳତାର କାହାଣୀ, ମାତ୍ର ଅନେକ ପ୍ରାଣୀଙ୍କ ଦେହରେ ପରଜୀବୀ ପୂରା ଭିତରକୁ ପ୍ରବେଶ କରିସାରିଥିବାରୁ ସେମାନଙ୍କ ବଞ୍ଚିବା ଅସମ୍ଭବ ହୋଇପଡ଼ୁଛି। ଏଭଳି ରୋଗ ସଂକ୍ରମଣ ହେଲେ ମଣିଷଙ୍କଠାରୁ ପ୍ରାଣୀମାନେ ବେଶି କଷ୍ଟ ପାଇଥାନ୍ତି, କାରଣ ସେମାନଙ୍କ ପାଖରେ କିଛି ବିକଳ୍ପ ନ ଥାଏ। ସେମାନଙ୍କର ଚିକିତ୍ସା କରିବା ପାଇଁ ଡାକ୍ତର ନ ଥାନ୍ତି। ରୋଗଗ୍ରସ୍ତ ହୋଇପଡ଼ିଲେ ଅଧିକାଂଶ ମାଲିକ ଏପରି ପ୍ରାଣୀମାନଙ୍କୁ ପରିତ୍ୟାଗ କରିଥାନ୍ତି। ...

ଆର୍ଥିକ ଉପନିବେଶବାଦ ଓ ଭାରତ

ଆର୍ଥିକ ଉପନିବେଶବାଦ ଓ ଭାରତ

ଅରୁଣ କୁମାର ପଣ୍ଡା

ସ୍ବାଧୀନତାକୁ ୭୨ବର୍ଷ ହେବା ପରେ ବି ଭାରତୀୟ ଅର୍ଥ ବ୍ୟବସ୍ଥା ସିଦ୍ଧାନ୍ତ ରୂପରେ ଉପନିବେଶବାଦ ଟ୍ରାକ୍‌ରୁ ଓହ୍ଲାଇ ନୂଆ ମାର୍ଗରେ ଚାଲିବା ପାଇଁ ଏ ପର୍ଯ୍ୟନ୍ତ ସମର୍ଥ ହୋଇପାରିନାହିଁ। ଦୀର୍ଘ ଦିନର ଗୋଲାମି କାରଣରୁ ଦେଶର ଅର୍ଥ ବ୍ୟବସ୍ଥା ଲମ୍ବା ସମୟ ଧରି ଘୁଷୁଡ଼ି ଘୁଷୁଡି ଏବେ ବିଶ୍ୱର ଷଷ୍ଠ ସବୁଠାରୁ ବଡ଼ ଆର୍ଥିକ ପ୍ରଗତିର ରାଷ୍ଟ୍ରରେ ପରିଣତ ହୋଇଛି। ଏହି ୭୨ବର୍ଷରେ ଦେଶରେ ଅର୍ଥ ବ୍ୟବସ୍ଥାର ବିସ୍ତାର ନିଶ୍ଚିତ ଭାବରେ ହୋଇଛି। ପରନ୍ତୁ ଆମକୁ ଅପେକ୍ଷିତ ସଫଳତା ମିଳିପାରିନାହିଁ।...

ସାଧକ ଶ୍ରୀଯଶୋବନ୍ତ ସ୍ମରଣେ

ସାଧକ ଶ୍ରୀଯଶୋବନ୍ତ ସ୍ମରଣେ

ଡ. ଜ୍ୟୋତିର୍ମୟୀ ମହାନ୍ତି

ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀରେ ଗଜପତି ପ୍ରତାପରୁଦ୍ରଦେବଙ୍କ ରାଜତ୍ୱ କାଳରେ ସିଦ୍ଧ ସାଧକ, ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ପଞ୍ଚସଖାଙ୍କର ଆବିର୍ଭାବ ଘଟିଥିଲା। ଯେଉଁମାନେ କି ନିଜ ନିଜର ସାଧନା ବଳରେ ଓଡ଼ିଶାରେ ଆଧ୍ୟାତ୍ମିକ ଚେତନା ଓ ଧାର୍ମିକ ଭାବନାରେ ଆଲୋଡ଼ନ ସୃଷ୍ଟି କରିଥିଲେ। ଏମାନଙ୍କ ମଧ୍ୟରେ ମାନବ ଜୀବନ ଦର୍ଶନ ସମ୍ପର୍କରେ ବିଶ୍ଳେଷଣ କରି ତତ୍କାଳୀନ ସମାଜରେ ଏକ ଯୁଗାନ୍ତକାରୀ ସ୍ବର ତୋଳିଥିବା ସାଧକଶ୍ରେଷ୍ଠ ଶ୍ରୀଯଶୋବନ୍ତ ଗୋସେଇଁ ଅନ୍ୟତମ। ତାଙ୍କର ଜନ୍ମସ୍ଥାନ ଅବିଭକ୍ତ କଟକ ତଥା ବର୍ତ୍ତମାନର ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ ଅଢ଼ଙ୍ଗ ଗ୍ରାମ। ଜନ୍ମ ସମୟ ଓ ପିତାଙ୍କ ନାମ ସମ୍ପର୍କରେ ଉଦୟ କାହାଣୀ, ଭକ୍ତି ଚନ୍ଦ୍ରିକା, ଶୂନ୍ୟସଂହିତା ଆଦି ଗ୍ରନ୍ଥରୁ ବିଭିନ୍ନ ପ୍ରକାର ତଥ୍ୟ ମିଳିଥାଏ। ଆଲୋଚକଗଣ ତାଙ୍କ ଜନ୍ମ ସମୟ ୧୪୭୦ରୁ ୧୫୫୦ ଖ୍ରୀଷ୍ଟାବ୍ଦ ...

ଏଇ ଭାରତରେ

ଏଇ ଭାରତରେ


ଦୁର୍ନୀତି, ଶୋଷଣ, ଅରାଜକତା ପାଇଁ ସାଧାରଣତଃ ରାଜନେତା, ଉଚ୍ଚ ପଦବୀରେ ଥିବା ସରକାରୀ ଅଧିକାରୀଙ୍କୁ ଦାୟୀ କରାଯାଏ। ଦୁର୍ନୀତି ପ୍ରମାଣିତ ହେଲେ ସେମାନେ ଦଣ୍ଡିତ ହେବା ଅନେକ ନଜିର ରହିଛି। ହେଲେ ଅନେକଙ୍କ ବିରୋଧରେ ପ୍ରମାଣ ମିଳେନାହିଁ କିମ୍ବା ସେମାନଙ୍କ ବିରୋଧରେ ସ୍ବର ଉଠାଇବାକୁ ଲୋକେ ସାହସ କରନ୍ତି ନାହିଁ। ଏସବୁ ବର୍ତ୍ତମାନ ସମାଜରେ ସାଧାରଣ କଥା ହୋଇଥିଲାବେଳେ ଅନେକ ଲୋକଙ୍କ ମନରେ ରାଜନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ...