Dharitri News
ଅନ୍ତର୍ଜାତୀୟ |

ପାକିସ୍ତାନକୁ ୨୦ ଆତଙ୍କବାଦୀ ସଂଗଠନ ତାଲିକା ଦେଲା ଆମେରିକା

ପାକିସ୍ତାନକୁ ୨୦ ଆତଙ୍କବାଦୀ ସଂଗଠନ ତାଲିକା ଦେଲା ଆମେରିକା ଓ୍ବାଶିଂଟନ,୩।୧୧: ପାକିସ୍ତାନକୁ ଆମେରିକା ୨୦ ଆତଙ୍କବାଦୀ ସଂଗଠନ ତାଲିକା ପ୍ରଦାନ କରିଛି। ତାଲିକାରେ ଲଶ୍କର-ଇ-ତୋଇବା, ଜୈଶ୍‌-ଇ-ମହମ୍ମଦ୍‌, ହରକତ୍‌-ଉଲ୍‌- ମୁଜାହିଦ୍ଦିନ୍‌ ଆଦି ସଂଗଠନ ନାମ ରହିଛି। ଏସବୁ ସଂଗଠନ ଭାରତ ଓ ଆଫଗାନୀସ୍ଥାନରେ ଆତଙ୍କବାଦୀ କାର୍ଯ୍ୟ ଜାରି ରଖିଛନ୍ତି। ପାକିସ୍ତାନରେ ଥିବା ଏହି ସଂଗଠନଗୁଡିକ ମଧ୍ୟରୁ କେତେକ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଜାରି ରଖିଥିବାବେଳେ ଅନ୍ୟ କେତେକ ଆଫଗାନୀସ୍ଥାନରେ ଅସ୍ଥିରତା ସୃଷ୍ଟି ପାଇଁ ପ୍ରୟାସ କରୁଛନ୍ତି। ସେହିପରି କିଛି ଆତଙ୍କବାଦୀ ସଂଗଠନ ପାକିସ୍ତାନର ଆଭ୍ୟନ୍ତରୀଣ ହିଂସା ପାଇଁ ଦାୟୀ ବୋଲି ଆମେରିକା କହିଛି।

ଅନ୍ତର୍ଜାତୀୟ |

ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ମିଳୁନି ଧାର୍ମିକ ସ୍ବାଧୀନତା

ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ମିଳୁନି ଧାର୍ମିକ ସ୍ବାଧୀନତା

ଇସଲାମାବାଦ୍‌, ୧୭।୧: ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ଧାର୍ମିକ ସ୍ବାଧୀନତା ମିଳୁ ନ ଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଏଠାରେ ହିନ୍ଦୁ, ଖ୍ରୀଷ୍ଟଧର୍ମାବଲମ୍ବୀ ଓ ଅହମ୍ମଦିଆ ସମ୍ପ୍ରଦାୟଙ୍କ ଉପରେ ନାନା ପ୍ରକାର ଅତ୍ୟାଚାର କରାଯାଉଛି।

 ରୋହିଙ୍ଗ୍ୟାଙ୍କ ଘରବାହୁଡ଼ା: ଜାତିସଂଘ, ଆମେରିକାର ସ୍ବାଗତ

ରୋହିଙ୍ଗ୍ୟାଙ୍କ ଘରବାହୁଡ଼ା: ଜାତିସଂଘ, ଆମେରିକାର ସ୍ବାଗତ

ଓ୍ବାଶିଂଟନ, ୧୭।୧: ରୋହିଙ୍ଗ୍ୟାଙ୍କ ଘରବାହୁଡ଼ା ନେଇ ବାଂଲାଦେଶ ଓ ମ୍ୟାନମାର ମଧ୍ୟରେ ହୋଇଥିବା ଆଲୋଚନାକୁ ଜାତିସଂଘ ତଥା ଆମେରିକା ପକ୍ଷରୁ ବୁଧବାର ସ୍ବାଗତ କରାଯାଇଛି।

ହେଲିକପ୍ଟର ଦୁର୍ଘଟଣା: ୧୦ ମୃତ

ହେଲିକପ୍ଟର ଦୁର୍ଘଟଣା: ୧୦ ମୃତ

ବୋଗୋଟା, ୧୭।୧: କଲମ୍ବିଆ ସୈନ୍ୟ ବାହିନୀର ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏମ୍‌ଆଇ-୧୭ ହେଲିକପ୍ଟରଟି ଆଣ୍ଟିକ୍ୟୁୟୋ ଅଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ହୋଇଛି।

୨୪୪ ସନ୍ଦିଗ୍ଧ ବୋକୋ ହାରାମ ସଦସ୍ୟ ମୁକ୍ତ

୨୪୪ ସନ୍ଦିଗ୍ଧ ବୋକୋ ହାରାମ ସଦସ୍ୟ ମୁକ୍ତ

ଅବୁଜା, ୧୭।୧: ନାଇଜେରିଆ ସୈନ୍ୟ ବାହିନୀ ୨୪୪ ସନ୍ଦିଗ୍ଧ ବୋକୋ ହାରାମ ସଦସ୍ୟଙ୍କୁ ମୁକ୍ତ କରିଛି। ସେମାନେ ପୂର୍ବରୁ ବୋକୋ ହାରମ ସଂଗଠନରେ ଥିଲେ। ତେବେ ସରକାରଙ୍କ ବିକାଶ ଯୋଜନା ଅନ୍ତର୍ଗତ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ହେବା ପାଇଁ ଇଛା ପ୍ରକଟ କରିଛନ୍ତି।

ହାଫିଜ ସଇଦ୍‌ଙ୍କ ବିରୋଧରେ କୌଣସି ମାମଲା ନାହିଁ: ଅବ୍ବାସୀ

ହାଫିଜ ସଇଦ୍‌ଙ୍କ ବିରୋଧରେ କୌଣସି ମାମଲା ନାହିଁ: ଅବ୍ବାସୀ

ଇସଲାମାବାଦ୍‌, ୧୭।୧: ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ସଂସ୍ଥାପକ ତଥା ଜମାତ୍‌-ଉଦ୍‌-ଦାଓ୍ବା ମୁଖ୍ୟ ହାଫିଜ୍‌ ସଇଦ୍‌ଙ୍କ ବିରୋଧରେ ପାକିସ୍ତାନରେ କୌଣସି ଅପରାଧୀକ ମାମଲା ନାହିଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହିଦ୍‌ ଖକ୍ୱାନ୍‌ ଅବ୍ବାସୀ ସୂଚିତ କରିଛନ୍ତି।

ଚାଇନା ନିର୍ମାଣ କଲା ବିଶ୍ୱର ସର୍ବବୃହତ୍‌ ବାୟୁ ବିଶୋଧକ

ଚାଇନା ନିର୍ମାଣ କଲା ବିଶ୍ୱର ସର୍ବବୃହତ୍‌ ବାୟୁ ବିଶୋଧକ

ବେଜିଂ,୧୬।୧: ବେଶ୍‌ କିଛିଦିନ ହେବ ଚାଇନା ବାୟୁ ପ୍ରଦୂଷଣର ଶିକାର ହୋଇଛି। ଏମିତିକି ଧୂଆଁର ପରିମାଣ ଏତେ ବଢିଯାଇଛି ଯେ ଘରୁ ବାହାରିବା ବିପଜ୍ଜନକ ବୋଲି କିଛିଦିନ ତଳେ ଚାଇନା ସରକାର ଘୋଷଣା କରିଥିଲେ। ଏ ଦିଗରେ ଏବେ ଚାଇନା ଏକ ବଡ ପଦକ୍ଷେପ ନେଉଛି।

କାବୁଲସ୍ଥିତ ଭାରତୀୟ ଦୂତାବାସ ପରିସରରେ ଖସିଲା ରକେଟ୍‌

କାବୁଲସ୍ଥିତ ଭାରତୀୟ ଦୂତାବାସ ପରିସରରେ ଖସିଲା ରକେଟ୍‌

କାବୁଲ,୧୬।୧: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଭାରତୀୟ ଦୂତାବାସ ପରିସରରେ ସୋମବାର ବିଳମ୍ବିତ ରାତିରେ ଏକ ରକେଟ୍‌ ଖସିଥିବା ଜଣାପଡିଛି। ଦୂତାବାସର ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି।

ନିର୍ମାଣାଧୀନ ପୋଲ ଭୁଶୁଡି ୧୦ ମୃତ

ନିର୍ମାଣାଧୀନ ପୋଲ ଭୁଶୁଡି ୧୦ ମୃତ

ବୋଗୋଟା,୧୬।୧: ସେଣ୍ଟ୍ରାଲ କଲମ୍ବିଆର ଏକ ନିର୍ମାଣାଧୀନ ପୋଲ ଭୁଶୁଡି ପଡିବା ଫଲରେ ଅତି କମରେ ୧୦ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିରେ ଆହୁରି କିଛି ଶ୍ରମିକ ନିଖୋଜ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

 ୨ ବର୍ଷ ମଧ୍ୟରେ ଘର ବାହୁଡ଼ିବେ ରୋହିଙ୍ଗ୍ୟା

୨ ବର୍ଷ ମଧ୍ୟରେ ଘର ବାହୁଡ଼ିବେ ରୋହିଙ୍ଗ୍ୟା

ଢ଼ାକା, ୧୬।୧: ଆସନ୍ତା ୨ ବର୍ଷରେ ବାଂଲାଦେଶରେ ଶରଣ ନେଇଥିବା ସମସ୍ତ ରୋହିଙ୍ଗ୍ୟା ଘର ବାହୁଡ଼ିବେ। ଏନେଇ ମ୍ୟାନ୍‌ମାର୍‌ର ପ୍ରସ୍ତାବ ଉପରେ ମଙ୍ଗଳବାର ବାଂଲାଦେଶ ରାଜି ହୋଇଛି।

 ଜଳିଗଲା ତିନି ମହଲା ବିଲ୍ଡିଂ

ଜଳିଗଲା ତିନି ମହଲା ବିଲ୍ଡିଂ

ବ୍ରସେଲ୍ସ, ୧୬।୧: ବେଲଜିୟମ୍‌ ଏଣ୍ଟବର୍ପ ସହରରେ ଥିବା ଏକ ୩ ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟି ୨୨ ଜଣ ଗୁରୁତର ଆହତ ହୋଇଛନ୍ତି। ସମ୍ପୃକ୍ତ ବିଲ୍ଡିଂରେ ବିସ୍ଫୋରଣ ପରେ ଏପରି ହୋଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚିତ କରାଯାଇଛି।

୩୨ ତାଲିବାନ ଆତଙ୍କବାଦୀ ନିହତ

୩୨ ତାଲିବାନ ଆତଙ୍କବାଦୀ ନିହତ

କାବୁଲ, ୧୬।୧: ଆଫଗାନୀସ୍ତାନରେ ବାୟୁସେନା ଯୁଦ୍ଧ ବିମାନ ଆକ୍ରମଣରେ ୩୨ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ପଶ୍ଚିମ ଫାରହା ପ୍ରଦେଶର ଖାକି ସେଫଡ୍‌ ଜିଲାରେ ଆତଙ୍କବାଦୀ ଶିବିର ଉପରେ ହୋଇଥିବା ଆକ୍ରମଣରେ ଏହା ହୋଇଥିବା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

ଚାଇନା ସାଗରରେ ବୁଡ଼ିଲା ଇରାନ ଟ୍ୟାଙ୍କର: ୩୨ ମୃତ

ଚାଇନା ସାଗରରେ ବୁଡ଼ିଲା ଇରାନ ଟ୍ୟାଙ୍କର: ୩୨ ମୃତ

ହଂକଂ,୧୫।୧: ଚାଇନା ଉପକୂଳରେ ଏକ ସପ୍ତାହ ତଳେ ଏକ ମାଲବାହୀ ଜାହାଜ ସହ ଧକ୍କା ହେବା ଫଳରେ ଇରାନର ଏକ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା। ରବିବାର ଏହି ଟ୍ୟାଙ୍କରଟି ସମୁଦ୍ରରେ ବୁଡି ଯାଇଥିବା ସୂଚନା ମିଳିଛି।