ରାୟଗଡା

ଚାଷୀଙ୍କୁ ଟାଣିପାରୁନି କୃଷି ବଜାର

ଚାଷୀଙ୍କୁ ଟାଣିପାରୁନି କୃଷି ବଜାର

ପଟ୍ଟାଙ୍ଗି,୨।୧(ଡି.ଏନ୍‌.ଏ.)- ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ କୁନ୍ଦୁଲି ହାଟପଦାରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ ଚାଷୀଙ୍କ ପାଇଁ ନିର୍ମିତ ହୋଇଥିବା ନିୟନ୍ତ୍ରିତ ବଜାର ବା ଜାତୀୟ କୃଷି ବଜାରକୁ ଚାଷୀ ବ୍ୟବହାର କରିବାକୁ ଆଗ୍ରହ ଦେଖାଉ ନାହାନ୍ତି। ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି। 

୨୦୧୪ ମାର୍ଚ୍ଚ ୩ରେ ହାଟପଦାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ପନିପରିବା ଓ ଆମଦାନୀ ହେଉଥିବା ଫସଲ ସୁରକ୍ଷିତ ସ୍ଥାନରେ ରଖି ବେପାରୀଙ୍କୁ ବିକ୍ରି କରିବା ପାଇଁ ବଜାର ତିଆରି ହୋଇଥିଲା। ୪ରୁ ୫ ଏକର ପାହାଡ଼ିଆ ଜମିରେ ୬ କୋଟି ୪୦ ଲକ୍ଷ ଟଙ୍କା ଅନୁଦାନରେ ଏହା ନିର୍ମାଣ କରାଯାଇଥିଲା। ବଜାର ପରିସରରେ ବେପାରୀଙ୍କ ପାଇଁ ୪ଟି ବିଶ୍ରାମ କକ୍ଷ ନିର୍ମାଣ ହେବା ସହ ୨୦ଟି ଖଟର ବ୍ୟବସ୍ଥା ହୋଇଛି। ଜଣେ ବେପାରୀ ୧୦୦ ଟଙ୍କା ଦେଇ ରାତିରେ ବିଶ୍ରାମ ନେଇପାରିବେ। କିନ୍ତୁ ଚାଷୀ ରାତିରେ ଆଶ୍ରୟ ନେବା ପାଇଁ ସେମିତି କିଛି ଆଖିଦୃଶିଆ ବ୍ୟବସ୍ଥା କରାଯାଇ ନାହିଁ। ଫଳରେ ଚାଷୀ ନିଜ ପନିପରିବା ସହ ବଜାର ପରିସରରେ ଥିବା ପିଣ୍ଡିରେ ରାତି ସାରା ଜଗି ରହୁଛନ୍ତି। ବର୍ତ୍ତମାନ ଶୀତର ପ୍ରକୋପ ଅଧିକ ଥିବାବେଳେ ଚାଷୀମାନେ ନିଆଁ ଜାଳି ରାତି କାଟୁଛନ୍ତି। ବଜାରରେ ୧୪ଟି ଗୋଦାମ ଘର ସହ ଶୌଚାଳୟ ତିଆରି ହୋଇଥିବା ସହ ୬ଟି ବିଭାଗରେ ପିଣ୍ଡି ବ୍ୟବସ୍ଥା କରାଯାଇଛି। 

ସୂଚନା ଥାଉକି, ଉପରୋକ୍ତ ବଜାର ନିର୍ମାଣ କାମ ୨୦୧୭ ଅକ୍ଟୋବର ୧୦ରେ ସରିବା ପରେ ଏହାକୁ ଉଦ୍‌ଘାଟନ କରା ନଯାଇ ତରବରିଆ ଭାବେ ଖୋଲିଥିଲା ପ୍ରଶାସନ। ଫଳରେ ବେପାରୀଙ୍କ ପାଇଁ ନିର୍ମିତ ହୋଇଥିବା ବିଶ୍ରାମ କକ୍ଷର କାନ୍ଥ ଫାଟିବା ଆରମ୍ଭ କରିଥିବା ବେଳେ କାନ୍ଥରୁ ପ୍ଲାଷ୍ଟରିଙ୍ଗ ଖସୁଛି। ଏ ନେଇ ନିୟନ୍ତ୍ରିତ ବଜାର କମିଟି ସେକ୍ରେଟାରୀ ଆଲୋକ କୁମାର ଅନୁଗୁଳିଆଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ବର୍ତ୍ତମାନ କୃଷକ ଭବନ ପାଇଁ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ଉକ୍ତ ବଜାରଟି ଉଚ୍ଚସ୍ଥାନରେ ଥିବାରୁ ପନିପରିବା ଆଣୁଥିବା ଗାଡ଼ି ଉପରକୁ ଉଠିପାରୁ ନାହିଁ। ଏହାକୁ ଦୃଷ୍ଟିରେ ରଖି ପନିପରିବା ଲୋଡ ହୋଇ ଆସୁଥିବା ଛୋଟ ବଡ଼ ଗାଡ଼ି ବଜାର ଭିତରକୁ ପ୍ରବେଶ କରିବା ପାଇଁ ପଦକ୍ଷେପ ନିଆଯାଉଛି।


All Right Reserved By

ରାୟଗଡା

୪ ଶିଶୁ ଶ୍ରମିକଙ୍କୁ ବିହାରରୁ ଉଦ୍ଧାର କରିବ ଶିଶୁ କଲ୍ୟାଣ ସମିତି

ପାରଳାଖେମୁଣ୍ଡି, ୧୯।୪ (ସ୍ବ.ପ୍ର.) - ଗଜପତି ଜିଲା ସଦର ପାରଳାଖେମୁଣ୍ଡିସ୍ଥିତ ଶିଶୁ କଲ୍ୟାଣ ସମିତି ପକ୍ଷରୁ ବିହାରରେ ଥିବା ୪ଜଣ ଶିଶୁ ଶ୍ରମିକଙ୍କୁ ଆଣିବା ପାଇଁ ବ୍ୟବସ୍ଥା ହେଉଥିବା ଶିଶୁକଲ୍ୟାଣ ସମିତି ପକ୍ଷରୁ କୁହାଯାଇଛି। 

୪୦.୮ ଡିଗ୍ରୀରେ ମାଲକାନଗିରି :  ୨୨ ପର୍ଯ୍ୟନ୍ତ କାଳବୈଶାଖୀ

୪୦.୮ ଡିଗ୍ରୀରେ ମାଲକାନଗିରି : ୨୨ ପର୍ଯ୍ୟନ୍ତ କାଳବୈଶାଖୀ

ଭୁବନେଶ୍ୱର,୧୯।୪(ବ୍ୟୁରୋ)- ରାଜ୍ୟରେ ପୂର୍ବାପେକ୍ଷା ଗୁରୁବାର ସାମାନ୍ୟ ତାପମାତ୍ରା କମିଛି। କିନ୍ତୁ ଗରମ, ଗୁଳୁଗୁଳି ଯେଉଁଭଳି ଅନୁଭୂତ ହେଉଥିଲା, ସେଥିରେ କୌଣସି ପରିବର୍ତ୍ତନ ହୋଇନି। ଗୁରୁବାର ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ କରାଯାଇଛି।

 ମଦ ଜବତ, ୪ ଗିରଫ

ମଦ ଜବତ, ୪ ଗିରଫ

ରାୟଗଡା ଅଫିସ୍‌, ୧୮।୪-  ରାୟଗଡା ପୋଲିସ  ୨ଟି ସ୍ଥାନରେ ଚଢ଼ାଉ କରି ୭୦ଲିଟର ବିଦେଶୀ ମଦ ଜବତ କରିିବା ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ମନୋଜ ନାୟକ, ପି.ରାବଣା, ରଞ୍ଜିତ ସାହୁ ଏବଂ ଜଗନ୍ନାଥ ସାହୁ ।

ବିଦ୍ୟୁତ ଆଘାତରେ ଯୁବକଙ୍କ ଜୀବନଗଲା

ବିଦ୍ୟୁତ ଆଘାତରେ ଯୁବକଙ୍କ ଜୀବନଗଲା

ପାପଡାହାଣ୍ଡି,୧୮।୪(ଡ.ିଏନ.ଏ)-ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ  ଖୁଟୁବାଇ ପଞ୍ଚାୟତ ଛାଲିପେଟା ଗ୍ରାମରେ ଗୁରୁବାର ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।  ଯୁବକ ଜଣକ  ହେଉଛନ୍ତି କଚିଆଗୁଡା ଗାଁର ମନ କାତି ।

କୃଷିଭିତ୍ତିକ ପର୍ବ ବିହନ ଛିନା

କୃଷିଭିତ୍ତିକ ପର୍ବ ବିହନ ଛିନା

ଚନ୍ଦାହାଣ୍ଡି, ୧୮ା୪ (ଡି.ଏନ.ଏ.)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ମୋହରା ପଞ୍ଚାୟତ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମରେ କୃଷିଭିତ୍ତିକ ପର୍ବ ବିହନ ଛିନା ପାଳନ କରାଯାଇଛି । ଏହି ବ୍ଲକରେ ବିଭିନ୍ନ ଗ୍ରାମରେ ଭିନ୍ନ ଭିନ୍ନ ଭାବରେ ତିଥି ବାର ଦେଖି ପୂଜାରୀଙ୍କ ନିର୍ଦ୍ଦେଶରେ ବିହନ ଛିନା ଅନୁଷ୍ଠିତ ହୋଇଥାଏ। 

ବିପଦ ଆଶଙ୍କା: ଟ୍ରେନ ଯାଉଛି, ଲେଭଲ କ୍ରସିଂ ଗେଟ ପଡୁନି

କାଶୀନଗର, ୧୮।୪(ଡି.ଏନ.ଏ.)-ଗଜପତି ଜିଲା କାଶୀନଗର ଏନଏସିର ପଟେଲରୋଡରେ ଏକ ଲେଭଲ କ୍ରସିଂ ରହିଛି। ଏହି ଲେଭଲ କ୍ରସିଂ ଦେଇ ଦିନକୁ ୭ଥର ଟ୍ରେନ ଯିବା ଆସିବା କରେ।  ଅଥଚ ଦିନରାତି କେବେ ବି ଗେଟ ପଡେ  ନାହିଁ ।

ଚର୍ଚ୍ଚାରେ ଶିବଲିଙ୍ଗ ଆକୃତିର ପଣସ

ଚର୍ଚ୍ଚାରେ ଶିବଲିଙ୍ଗ ଆକୃତିର ପଣସ

ବୈପାରୀଗୁଡ଼ା,୧୮।୪(ଡି.ଏନ୍‌.ଏ.): ମହାଦେବଙ୍କ ଲିଙ୍ଗ ଆକୃତିର ପଣସକୁ ନେଇ ଏବେ ବୈପାରୀଗୁଡ଼ା ଅଞ୍ଚଳରେ ଚର୍ଚ୍ଚା ।

ସୌଭାଗ୍ୟ ଯୋଜନାରେ ଜଣକ ଘରକୁ ହୋଇନି  ବିଦ୍ୟୁତ ସଂଯୋଗ

ସୌଭାଗ୍ୟ ଯୋଜନାରେ ଜଣକ ଘରକୁ ହୋଇନି ବିଦ୍ୟୁତ ସଂଯୋଗ

ପାପଡାହାଣ୍ଡି, ୧୮।୪,(ଡି.ଏନ.ଏ)-  ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଘାଟଗୁଡ଼ା ପଞ୍ଚାୟତ ବିସମପଦର ଗ୍ରାମବାସୀ ସମସ୍ୟା ଭିତରେ ଗତି କରୁଛନ୍ତି। ରାସ୍ତା ନ ଥିବାରୁ ବର୍ଷା ଦିନେ ଗାଁକୁ ଆମ୍ବୁଲାନ୍ସ ଆସି ପାରେନି। ଏବେ ଖରା ଦିନେ ଗାଁରେ ଉତ୍କଟ ହେଲାଣି ପାନୀୟ ଜଳ ସମସ୍ୟା ।  

କଂଗ୍ରେସ ରାଲିରେ ଯୋଗ ଦେଇଥିବା ଯୁବକଙ୍କୁ ହତ୍ୟା:କୁସୁମପାଣି ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

କଂଗ୍ରେସ ରାଲିରେ ଯୋଗ ଦେଇଥିବା ଯୁବକଙ୍କୁ ହତ୍ୟା:କୁସୁମପାଣି ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଝରିଗାଁ,୧୭।୪(ସ୍ବ.ପ୍ର)-କଂଗ୍ରେସ ରାଲିରେ ଯୋଗ ଦେବାକୁ ଆସିଥିବା ଜଣେ ଯୁବକ ନିଖୋଜ ହେବାର ୮ ଦିନ ପରେ ବୁଧବାର ତାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। 

ଶ୍ରାଦ୍ଧ  ଦିବସରେ ଅସମ୍ମାନ: ବିଜୁଙ୍କ ପ୍ରତିମୂର୍ତ୍ତିରେ ପଡିଲାନି ଫୁଲମାଳ

ଶ୍ରାଦ୍ଧ ଦିବସରେ ଅସମ୍ମାନ: ବିଜୁଙ୍କ ପ୍ରତିମୂର୍ତ୍ତିରେ ପଡିଲାନି ଫୁଲମାଳ

ଗୁଣପୁର,୧୭।୪(ଡି.ଏନ୍‌.ଏ.)-ରାୟଗଡା ଜିଲା ଗୁଣପୁର ବିଜେଡିରେ ଥିବା ମତଭେଦ ଯୋଗୁ ଶ୍ରାଦ୍ଧ ଦିବସରେ ପ୍ରବାଦ ପୁରୁଷଙ୍କ ପ୍ରତି ଅସମ୍ମାନ ହେଲାଭଳି ଘଟଣା ଦେଖିବାକୁ ମିଳିଛି। ବୁଧବାର ନୂତନ ବସ୍‌ଷ୍ଟାଣ୍ଡସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ବିଜେଡିର କେହି ନେତା ଓ କର୍ମୀ ଫୁଲମାଳଟିଏ ସୁଦ୍ଧା ପକାଇ ନାହାନ୍ତି। 

ଚର୍ଚ୍ଚରେ ଭଙ୍ଗାରୁଜା ଘଟଣା: ୭ ଜଣ ନିର୍ଦ୍ଦୋଷରେ ଖଲାସ

ଗୁଣପୁର,୧୭।୪(ଡି.ଏନ୍‌.ଏ.):ରାୟଗଡା ଜିଲା ରାମନାଗୁଡା ବ୍ଲକ ସୁଲୁଡିସ୍ଥିତ  କାଥୋଲିକ ଚର୍ଚ୍ଚରେ ୨୦୦୮ ଅଗଷ୍ଟ ୨୫ରେ ପ୍ରାୟ ୫୦ରୁ ୬୦ ଜଣ ଲୋକ ପଶି ଜିନିଷ ପତ୍ର ଭଙ୍ଗାରୁଜା କରିବା ସହ ଏକ ବାଇକ୍‌ ପୋଡି ଦେଇଥିଲେ। ଏହି ଘଟଣା ଗୁଣପୁର ଏଡିଜେଙ୍କ କୋର୍ଟରେ ବିଚାରାଧୀନ ଥିଲା। ବୁଧବାର ଏହି ଘଟଣାର ରାୟ ପ୍ରକାଶ ପାଇଛି। 

ଏବେ ବି ଅପହଞ୍ଚ ସ୍ବାଭିମାନଅଞ୍ଚଳ

ଏବେ ବି ଅପହଞ୍ଚ ସ୍ବାଭିମାନଅଞ୍ଚଳ

ମାଲକାନଗିରି,୧୭।୪(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳ ଏବେ ବି ଲୋକଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ଏବେ ମଧ୍ୟ ବିଚ୍ଛିନ୍ନାଞ୍ଚଳର ୫ଟି ପଞ୍ଚାୟତ ଅଣ୍ଡ୍ରାହାଲ, ପଣସପୁଟ, ଜଡାମ୍ବ, ଗାଜଲମାମୁଡି ଓ ଯନ୍ତ୍ରୀ ଗ୍ରାମର ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି। ସମ୍ପୂର୍ଣ୍ଣ ଅଞ୍ଚଳ ଏଠାରେ ମାଓବାଦୀଙ୍କ କବ୍‌ଜାରେ ରହିଛି। ଗମନାଗମନ କହିଲେ ଏଠାରେ ୨ଟି ଭଙ୍ଗା ଦଦରା ଲଞ୍ଚକୁ ବୁଝାଏ। ପଣସପୁଟଠାରୁ ପ୍ରତ୍ୟହ ଏହି ଲଞ୍ଚ ୬୦ କିଲୋମିଟର ଦୂର  ଚିତ୍ରକୋଣ୍ଡା ଆସିବାକୁ ୮ ଘଣ୍ଟା  ଲାଗେ। ୧୯୬୬ରେ ବାଲିମେଳା ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ସମୟରେ ସାବେରୀ, ସିଲେରୁ ଓ ଗୁରୁପ୍ରିୟା ମଧ୍ୟରେ ରହି ଯାଇଥିଲା ୭ଟି ପଞ୍ଚାୟତର ୨୨୯ଟି ଗ୍ରାମ।  ଗୋଟିଏ ଗ୍ରାମରୁ ନିଜ ପଞ୍ଚାୟତକୁ ଯିବାକୁ ହେଲେ ଲୋକଙ୍କୁ ୬୦ କିଲୋମିଟର ଅତିକ୍ରମ କରିବାକୁ ପଡେ।


Model This Week

କ୍ରିଷ୍ଣା
Why Dharitri