ରାୟଗଡା

ପ୍ରଶାସନ ଦୃଷ୍ଟି ଆଢୁଆଳରେ ଏଙ୍ଗାରସିଂ ଗାଁ: ଏଯାଏ ବାତ୍ୟା ବିପନ୍ନ ସଳଖି ପାରିନାହାନ୍ତି ଅଣ୍ଟା

ପ୍ରଶାସନ ଦୃଷ୍ଟି ଆଢୁଆଳରେ ଏଙ୍ଗାରସିଂ ଗାଁ:  ଏଯାଏ ବାତ୍ୟା ବିପନ୍ନ ସଳଖି ପାରିନାହାନ୍ତି ଅଣ୍ଟା

ପାରଳାଖେମୁଣ୍ଡି, ୨।୧(ସ୍ବ.ପ୍ର.)-ଗଜପତି ଜିଲା ରାୟଗଡ ବ୍ଲକର ପାହାଡ ଓ ଜଙ୍ଗଲଘେରା ଆଦିବାସୀ ଅଧ୍ୟୁଷିତ ଏଙ୍ଗାରସିଂ ଗ୍ରାମ ଏବେ ବି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛି। ଫଳରେ ଗ୍ରାମବାସୀ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ ଆଦି ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି। ନାନା ସମସ୍ୟା ଭିତରେ ସେମାନେ ଦିନ କାଟୁଛନ୍ତି। ବୋଝ ଉପରେ ନଳିତା ବିଡା ଭଳି ତିତ୍‌ଲି ବାତ୍ୟା ସେମାନଙ୍କ ଘରଦ୍ୱାର ଓ ଫସଲ ଉଜାଡ଼ି ସମସ୍ୟାକୁ ଦ୍ୱିଗୁଣିତ କରିଛି। ବାତ୍ୟାରେ ଭାଙ୍ଗିଯାଇଥିବା ସମସ୍ତ ଘର ଏପର୍ଯ୍ୟନ୍ତ ମରାମତି କି ନିର୍ମାଣ ସରିନାହିଁ। ସେହିପରି ବାତ୍ୟାର ଅଢେଇ ମାସ ପରେ ବି ବିପନ୍ନମାନେ ନିଜ ଅଣ୍ଟା ସଳଖି ପାରିନାହାନ୍ତି। କେତେଜଣ ନିଜସ୍ବ ଉଦ୍ୟମରେ ଝାଟିମାଟିର କୁଡ଼ିଆ ଗଢିବାକୁ ଚେଷ୍ଟା କରୁଛନ୍ତି ତ ଆଉ କେତେଜଣ ସମ୍ବଳ ଅଭାବରୁ ଭାଗ୍ୟକୁ ଆଦରି ସରକାରୀ ସହାୟତାକୁ ଚାହିଁ ବସିଛନ୍ତି। 

ଏଙ୍ଗାରସିଂ ଗ୍ରାମ ଏବେ ପଞ୍ଚାୟତ ସଦର ମହକୁମା ହୋଇଥିବାବେଳେ ଏକ ବର୍ଷ ପୂର୍ବେ ଏହା ଲୋବା ପଞ୍ଚାୟତ ଅଧୀନରେ ଥିଲା। ଏଙ୍ଗାରସିଂ-୧, ଏଙ୍ଗାରସିଂ-୨, ଗେରଡା ସାହି ଓ ଗୁଡିସାହିକୁ ନେଇ ଏଙ୍ଗାରସିଂ ଗାଁ ଗଠିତ। ପ୍ରାୟ ୧୨ଶହ ଲୋକ ଏଠାରେ ବାସ କରନ୍ତି। ତିତ୍‌ଲି ବାତ୍ୟାରେ ପାହାଡ ଧସି ହୋଇ ପାଣି ପଶିବା ଫଳରେ ଗ୍ରାମବାସୀ କରିଥିବା ମାଣ୍ଡିଆ, କାନ୍ଦୁଲ, ଅଦା, କାଙ୍ଗୁ, ଆଦି ଫସଲ ସହ  ଆମ୍ବ, ପଣସ, ତେନ୍ତୁଳି, ମହୁଲ ଚାଷ ନଷ୍ଟ ହୋଇଯାଇଥିଲା। ବାତ୍ୟାରେ ଗାଈ, ଛେଳି, ମେଣ୍ଢା, କୁକୁଡା ଆଦି ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ହୋଇଥିଲା। ୭୦ଘର ଭାଙ୍ଗିଯାଇଥିବାରୁ ବିପନ୍ନମାନେ  ଶୀତ କାକରରେ ରହିବାକୁ ବାଧ୍ୟ ହେଉଛନ୍ତି। ଘର ତୋଳିବାକୁ ସମ୍ବଳ ଅଭାବ। ସରକାରୀ ସହାୟତା ଭାବେ କେବଳ ୫୦ କେଜି ଚାଉଳ, ୧ହଜାର ଟଙ୍କା ଓ ଗୋଟିଏ ଜରି ପାଲ ବ୍ୟତୀତ ଆଉ କିଛି ମିଳିନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ଘରଭଙ୍ଗା ସହାୟତା ରାଶି ମଧ୍ୟ ମିଳିନଥିବା ସେମାନେ କହିଛନ୍ତି। ଏ ନେଇ ବ୍ଲକ ଓ ଜିଲା ପ୍ରଶାସନକୁ ଗୁହାରୀ ଜଣାଇ ନିରାଶ ହେବାକୁ ପଡିଛି। ସେହିଭଳି ଶିକ୍ଷା କ୍ଷେତ୍ରରେ ମଧ୍ୟ ଏଠାରେ ବ୍ୟାପକ ଅବ୍ୟବସ୍ଥା। ଏଠାରେ ଏକ ସ୍କୁଲ ଅଛି, କିନ୍ତୁ ନିୟମିତ ଭାବେ ଶିକ୍ଷକ ଆସୁନାହାନ୍ତି। ରାସ୍ତା ସୁବିଧା ନ ଥିବାରୁ ସ୍ବାସ୍ଥ୍ୟସେବା ଅପହଞ୍ଚ। ଏଙ୍ଗାରସିଂ ଗ୍ରାମକୁ ଆସିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପିଚୁ ରାସ୍ତାଟିଏ ଥିଲେ ବି ପ୍ରାୟ ୧୨ଶହ ଫୁଟ ଉଚ୍ଚରେ ଗାଁ ଟି ଥିବାରୁ ଏବଂ ସମ୍ପୂର୍ଣ୍ଣ ଘାଟି ରାସ୍ତା ହୋଇଥିବାରୁ ଏଠାକୁ ସ୍ବାସ୍ଥ୍ୟକର୍ମୀ ପ୍ରାୟତଃ ଆସନ୍ତି ନାହିଁ। ରୋଗୀଙ୍କୁ ବାଧ୍ୟ ହୋଇ ୩୫କିଲୋମିଟର ଦୂର ରାୟଗଡ଼ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାକୁ ପଡେ। ଗ୍ରାମରେ ୩ଟି ନଳକୂପ ଓ ୩ଟି ପଥର କୂଅ ରହିଛି। ନିକଟସ୍ଥ ଖଣ୍ଡମଲ୍ଲ ଝରଣାରୁ ପାଇପ ଯୋଗେ ଗାଁକୁ ପାଣି ବ୍ୟବସ୍ଥା କରାଯାଇଛି। କିନ୍ତୁ ତାହା କେବଳ ବର୍ଷାଦିନେ କାର୍ଯ୍ୟକ୍ଷମ ହୋଇଥାଏ। ଖରାଦିନେ ଗ୍ରାମବାସୀ  ପାନୀୟଜଳ  ସଂଗ୍ରହ କରିବାକୁ ୨କିମି ଦୂର ଉକ୍ତ ଝରଣାକୁ ଯାଇଥାନ୍ତି। ଗାଁରେ ଟ୍ରାନ୍ସଫର୍ମର ଓ ବିଦ୍ୟୁତ ଖୁଣ୍ଟି ରହିଛି। କିନ୍ତୁ ବିଦ୍ୟୁତ ବିଭ୍ରାଟ ଦେଖାଦେଉଥିବାରୁ ଲୋକଙ୍କୁ ମାସର ଅଧିକାଂଶ ଦିନ ଅନ୍ଧାରରେ ବିତାଇବାକୁ ପଡେ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଦୀର୍ଘଦିନ ହେଲା ଏମାନଙ୍କୁ କାମ କି ଜଙ୍ଗଲ ଜମିପଟ୍ଟା ମିଳିନାହିଁ। ଅନେକଙ୍କୁ ଭୋଟର କାର୍ଡ ଓ ଆଧାର କାର୍ଡ ଦିଆଯାଇନାହିଁ। ବିଭିନ୍ନ ସରକାରୀ ସୁବିଧା ପାଇଁ ପଡୋଶୀ ଲୋବା ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡୁଛି। ପାହାଡ଼ିଆ ରାସ୍ତା ଦେଇ କଷ୍ଟେମଷ୍ଟେ ଲୋବା ପଞ୍ଚାୟତକୁ ଯାଉଥିବା ଗ୍ରାମବାସୀ କହିଛନ୍ତି। ତୁରନ୍ତ ସମସ୍ତ ମୌଳିକ ସୁବିଧା ଯୋଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। 

All Right Reserved By

ରାୟଗଡା

ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇ ମୃତ

ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇ ମୃତ

ଡାବୁଗାଁ, ୨୧ା୪ (ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ କେରଣ୍ଡି ଗ୍ରାମରେ ଶନିବାର ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇର ମୃତ୍ୟୁ ଘଟିଛି ା 

ସ୍ବାମୀର ଏସିଡ୍‌ ମାଡରେ ସ୍ତ୍ରୀ ଗୁରୁତର

ସ୍ବାମୀର ଏସିଡ୍‌ ମାଡରେ ସ୍ତ୍ରୀ ଗୁରୁତର

ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ଏମଭି-୭୯ ଗ୍ରାମରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି।

ପୋଲିସ ଗୁଳିରେ ୨ ମାଓବାଦୀ ନିହତ

ପୋଲିସ ଗୁଳିରେ ୨ ମାଓବାଦୀ ନିହତ

ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ବିଜାପୁରଠାରେ ପୋଲିସ ଗୁଳିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। 

ନାହିଁନାହିଁର ଗାଁ ଜାମୁଗୁଡା: ୪୮ ପରିବାର ପାଇଁ ଗୋଟିଏ ନଳକୂପ

ନାହିଁନାହିଁର ଗାଁ ଜାମୁଗୁଡା: ୪୮ ପରିବାର ପାଇଁ ଗୋଟିଏ ନଳକୂପ

ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ଆଦିବାସୀଙ୍କ ବିକାଶ ପାଇଁ  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ  ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। 

ଜଙ୍ଗଲରେ ନିଆଁ

ଜଙ୍ଗଲରେ ନିଆଁ

ମାଲକାନଗିରି, ୨୧ା୪ (ସ୍ବ.ପ୍ର.)- ମାଲକାନଗିରି ଜିଲା ବନବିଭାଗର ବିଭିନ୍ନ ସ୍ଥାନରେ ଥିବା ଜଙ୍ଗଲରେ  ନିଆଁ ଲାଗିଛି। ବିଭାଗର ୬ଟି ରେଞ୍ଜ୍‌ର କର୍ମଚାରୀମାନେ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି। ନିଆଁ ଯୋଗୁ ଜଙ୍ଗଲର ନାହିଁ ନ ଥିବା କ୍ଷତି ଘଟିଛି।

୯ମ ଶ୍ରେଣୀରେ ନାମ ଲେଖାଇ ପାରୁନାହାନ୍ତି ୪୫ ଛାତ୍ରୀ

୯ମ ଶ୍ରେଣୀରେ ନାମ ଲେଖାଇ ପାରୁନାହାନ୍ତି ୪୫ ଛାତ୍ରୀ

ଚନ୍ଦ୍ରପୁର,୨୦ା୪(ଡ଼ି.ଏନ.ଏ)-ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକର ଡ଼ାଙ୍ଗସୋରଡ଼ା ସଦର ମହକୁମାରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଥିବା ଗ୍ରାମ ମଙ୍ଗଳ ବିଭାଗର ଛାତ୍ରୀ ନିବାସରେ ୧୦୦ ଆଦିବାସୀ ଛାତ୍ରୀ ରୁହନ୍ତି

ଲୋକ ଅଦାଲତ ଉଦ୍‌ଘାଟିତ : ପ୍ରଥମ ଦିନରେ ୨ ମାମଲା ବିଚାର

ଲୋକ ଅଦାଲତ ଉଦ୍‌ଘାଟିତ : ପ୍ରଥମ ଦିନରେ ୨ ମାମଲା ବିଚାର

ରାୟଗଡା ଅଫିସ୍‌, ୨୦ା୪- ରାୟଗଡା ଜିଲା ଅଦାଲତ ପରିସରରେ ଶନିବାର ଏକ ଲୋକ ଅଦାଲତ ଉଦ୍‌ଘାଟିତ ହୋଇଯାଇଛିହାଇକୋର୍ଟ ଜଷ୍ଟିସ ସଞ୍ଜୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଦାଲତକୁ ଉଦ୍‌ଘାଟନ କରିଥିଲେ ା 

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଚମ୍ପଟ୍‌, ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇଥିଲେ

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଚମ୍ପଟ୍‌, ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇଥିଲେ

ମାଲକାନଗିରି,୨୦।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାରେ ଥିବା ସବ୍‌ଜେଲ୍‌ରୁ ଶନିବାର ଜଣେ ବିଚାରାଧୀନ କଏଦୀ ଡାକ୍ତରଖାନାରୁ ଚମ୍ପଟ୍‌ ମାରିଛନ୍ତି। ସେ ହେଲେ ରାଜୁ ବାରୋଇ(୩୫)। 

କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି ୧୧ ଗାଁର ଗ୍ରାମବାସୀ

କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି ୧୧ ଗାଁର ଗ୍ରାମବାସୀ

ମାଲକାନଗିରି,୨୦।୪ (ଡି.ଏନ୍‌.ଏ.)- ମାଲକାନଗିରି ଜିଲାରେ ଗତ ୪ ଦିନ ହେଲା ବନ ବିଭାଗ (କେନ୍ଦୁପତ୍ର) ଏବଂ କେତେକ ଘରୋଇ ସଂସ୍ଥା ଜିଲାର ବିଭିନ୍ନ ଫଡିରେ କେନ୍ଦୁପତ୍ର ତୋଳାଳିଙ୍କଠାରୁ କେନ୍ଦୁପତ୍ର ଖରିଦ କରିବା ଆରମ୍ଭ କରିଛନ୍ତି। ମାତ୍ର ମାଲକାନଗିରି ସଦର ବ୍ଲକ ଗୋରାଖଣ୍ଟା ପଞ୍ଚାୟତର ୧୧ଟି ଗ୍ରାମର ଗ୍ରାମବାସୀ କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି। 

୩ ହାର୍ଡକୋର ମାଓବାଦୀ ଗିରଫ

୩ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି,୧୯।୪ (ଡି.ଏନ.ଏ.)- ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ୩ ଜଣ ହାର୍ଡକୋର ମାଓବାଦୀଙ୍କୁ ପୋଲିସ ଗିରଫ କରିଛି।

ବିଦ୍ୟୁତ ଆଘାତରେ  ଯୁବକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ପାପଡାହାଣ୍ଡି,୧୯।୪(ଡ.ିଏନ.ଏ)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ  ଖୁଟୁବାଇ ପଞ୍ଚାୟତ ଛାଲିପେଟା ଗ୍ରାମରେ ଗୁରୁବାର ଅପରାହ୍ନରେ ବିଦ୍ୟୁତ ଖୁଣ୍ଟରେ ଚଢି ତାର ମରାମତି ସମୟରେ ବିଦ୍ୟୁତ ଆଘାତରେ ମନ କାତିଙ୍କ ମୃତ୍ୟୁ ହୋଇଥିଲା । ଶୁକ୍ରବାର କଚିଆଗୁଡା ଗ୍ରାମବାସୀ  କ୍ଷତିପୂରଣ ଦାବି କରି ଟାୟାର ଜାଳି ରାସ୍ତାରୋକୋ କରିଥିଲେ। 

ନାଲକୋ ହିଲ୍‌ଟପ୍‌ରେ ଛାଇଗଲା କୁଆପଥର

ନାଲକୋ ହିଲ୍‌ଟପ୍‌ରେ ଛାଇଗଲା କୁଆପଥର

ଦାମନଯୋଡ଼ି/କୋରାପୁଟ,୧୯ା୪(ସ୍ବ.ପ୍ର.): କୋରାପୁଟ ଜିଲା ଦାମନଯୋଡ଼ିରେ ଶୁକ୍ରବାର ଅପରାହ୍ନରେ ପ୍ରବଳ କୁଆପଥର ବର୍ଷା ହୋଇଛି। ଏଥିରେ ନାଲକୋର ହିଲଟପ୍‌ ବରଫାବୃତ୍ତ ହୋଇ କାଶ୍ମୀରର ଭ୍ରମ ସୃଷ୍ଟି କରିଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri