ଉପକୂଳ ଓଡିଶା

୨୨୬ ଗ୍ରାମରେ ପହଞ୍ଚୁନାହିଁ ପାନୀୟ ଜଳ

୨୨୬ ଗ୍ରାମରେ ପହଞ୍ଚୁନାହିଁ ପାନୀୟ ଜଳ

କେନ୍ଦ୍ରାପଡା ଅଫିସ, ୧ା୧- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଜିଲାର ମହାକାଳପଡା ଓ ମାର୍ଶାଘାଇ ବ୍ଲକ ଲୁଣାଞ୍ଚଳବାସୀଙ୍କ ପାଇଁ ଗତ ଡିସେମ୍ବର ୮ରେ ମେଗା ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଲୁଣାନଦୀର ମଧୁର ଜଳକୁ ବିଶୋଧନ କରି ପାନୀୟ ଜଳ ଭାବେ  ବ୍ୟବହାର କରାଯାଇପାରିବ। ମାତ୍ର ଏହା ପର୍ଯ୍ୟାପ୍ତ  ହେବ ନାହିଁ ବୋଲି ପରିବେଶବିତ୍‌ମାନେ ଆକଳନ କରୁଛନ୍ତି। ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ସଂଗୃହୀତ ସ୍ଥାନ ଲୁଣାନଦୀର ମଣିକୁଣ୍ଡାଠାରୁ ୫ କିଲୋମିଟର କେନାଲ ବ୍ରିଜ୍‌ ପର୍ଯ୍ୟନ୍ତ ସମୁଦ୍ରରେ ଜୁଆରିଆ ପାଣି ମାଡି ଆସୁଛି। ା ଖରାଦିନେ ଏହାର ଜଳ ସ୍ରୋତ କମି ଆହୁରି ଆଗକୁ ୨ କିଲୋମିଟର ମାଡିଯାଉଛି ା ଏହି କ୍ରମଧାରା ଆଗକୁ ଜାରି ରହିଲେ ଆସନ୍ତା ୫ ବର୍ଷ ମଧ୍ୟରେ ଲୁଣାନଦୀରେ ମଧୁର ଜଳ ପରିବର୍ତ୍ତେ ଲୁଣାପାଣି ମିଳିବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ପ୍ରକଟ କରିଛନ୍ତି। ଏହାଛଡା  କେନ୍ଦ୍ରାପଡା ଜିଲାର ୧୫୭୯ ରାଜସ୍ବ ଗ୍ରାମ ମଧ୍ୟରୁ ୬୭୮ ଗ୍ରାମରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହେଉଛି ା ଏଥିରୁ ୪୫୨ ଗ୍ରାମବାସୀ ଏହି ସୁବିଧା ପାଉଥିବା ବେଳେ ୨୨୬ ଗ୍ରାମର ଶେଷ ମୁଣ୍ଡରେ ପାଣି ପହଞ୍ଚତ୍ପାରୁନାହିଁ ା ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ଭାଗ ଗ୍ରାମାଞ୍ଚଳବାସୀ ଏହି ସୁବିଧା ପାଇବାରୁ ବଞ୍ଚତ୍ତ  ହେଉଛନ୍ତି।  ଗ୍ରାମାଞ୍ଚଳର  ସମୁଦାୟ ୧୬,୨୨୮ ନଳକୂପ ମଧ୍ୟରୁ ଶତକଡା ୧୦ ଭାଗ ନଳକୂପରେ ଫ୍ଲୋରାଇଡ, ଆଇରନ ଓ ଲୁଣା ଅଂଶ ରହିଛି ା ଜିଲା ପ୍ରଶାସନ ପକ୍ଷରୁ ଶତକଡା ୭୯ ଭାଗ ଜିଲାବାସୀ ଶୁଦ୍ଧ ପାନୀୟ ଜଳ ପାଉଥିବା ଦର୍ଶାଯାଉଥିବା ବେଳେ ବାସ୍ତବିକ ସ୍ଥିତି କିନ୍ତୁ ଭିନ୍ନ ା ଜିଲାର ନଦୀ ଓ ପୋଖରୀ ଜଳକୁ ପାନୀୟ ଭାବେ ବ୍ୟବହାର କରି ବହୁ  ଲୋକ  ଜଳବାହିତ ରୋଗରେ ପଡିଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟରୁ  ପ୍ରକାଶ  ା ଅପରପକ୍ଷରେ ଜିଲାର ୪୫ ବୋରୱେଲ ନିର୍ମାଣ ଦୀର୍ଘଦିନ ଧରି ଅସମ୍ପୂର୍ଣ୍ଣ ହୋଇ ରହିଛି ା ଫଳରେ ମାର୍ଶାଘାଇ ବ୍ଲକର ବିଲବଳରାମପୁର, ଅନ୍ତେଇ, ଗୋଧନ, ମଙ୍ଗରାଜପୁର, ବାଲିକସଟି, ହିନ୍ଦୁଳିଆ, ଶ୍ରୀଧରପୁର, ଏଣ୍ଡର ଓ କୁଶିଆପାଳ ସମେତ ଗରଦପୁର ବ୍ଲକର ଚଅଁପୁର, କୁସୁନପୁର, ବଙ୍ଗାରୀ ବସନ୍ତପୁର ଆଦି ଗ୍ରାମରେ ପାନୀୟ ଜଳର ଅଭାବ ଦେଖାଯାଇଛି ା ପାନୀୟ ଜଳ ସଙ୍କଟ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ କୁହନ୍ତି, ଜିଲାର ୭ ନଦୀ ଓ ୨୭ ଉପନଦୀଗୁଡିକ ବୈତରଣୀ, ମହାନଦୀ ଓ ବ୍ରାହ୍ମଣୀ ସିଷ୍ଟମରୁ ଜଳଗ୍ରହଣ କରିଥାନ୍ତି। ୨୦୧୧ ଷ୍ଟେଟ ୱାଟର ମିଶନ ସର୍ଭେ ରିପୋର୍ଟ ଅନୁଯାୟୀ, ବୈତରଣୀର ୫୫.୮୧ ପ୍ରତିଶତ ମଧୁର ଜଳ ସମୁଦ୍ରରେ ମିଶୁଥିବା ବେଳେ ବ୍ରାହ୍ମଣୀର ୪୦.୭୮ ପ୍ରତିଶତ ଜଳ ସମୁଦ୍ରରେ ନଷ୍ଟ ହେଉଛି ା ମହାନଦୀ ସିଷ୍ଟମ ଏବେ ଶୁଖିଲା ପଡିଛି ା ଫଳରେ ଲୁଣା, ଚିତ୍ରୋତ୍ପଳାରେ ଜଳଧାରା କମ୍‌ ରହୁଛି ା ଏବେ  କେନ୍ଦ୍ରାପଡା ସହରରେ ଲୁଣାନଦୀ ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରାଯାଉଛି ା ମାତ୍ର ନଦୀରେ ଜଳାଭାବ ଯୋଗୁ ମଟରପମ୍ପକୁ ବାରମ୍ବାର ବନ୍ଦ କରି ଦିଆଯାଉଛି ା ଜିଲା ଜନ ସୁରକ୍ଷା ସଭାପତି ଗଣେଶ ଚନ୍ଦ୍ର ସାମଲ କୁହନ୍ତି,  ଜଳ ସଙ୍କଟ ଦୂର ପାଇଁ ପ୍ରାକୃତିକ ଜଳ ଉତ୍ସର ସୁରକ୍ଷା, ନଦୀକୂଳରେ ବୃକ୍ଷରୋପଣ, ଚେକ୍‌ଡ୍ୟାମ ନିର୍ମାଣ ଆଦି ଜରୁରୀ ହୋଇପଡିଛି ା ଏ ସମ୍ପର୍କରେ ଜିଲାପାଳ ଦାଶରଥି ଶତପଥୀ କୁହନ୍ତି, ଜିଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯାଉଛିି ା ନିକଟରେ ମେଗା ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କରାଯାଇ ୨୦୦ ଗ୍ରାମକୁ ଜଳ ଯୋଗାଇ ଦେବା କାର୍ଯ୍ୟ ଆରମ୍ଭ ହୋଇଛି ା ଆସନ୍ତା ୨ ବର୍ଷ ମଧ୍ୟରେ ଜିଲାର ସମସ୍ତଙ୍କ ଘରକୁ   ମଧୁର ପାନୀୟ ଜଳ ଯୋଗାଣ ହେବ ବୋଲି ସେ କହିଛନ୍ତି। 

All Right Reserved By

ଉପକୂଳ ଓଡିଶା

ଫାଣ୍ଡି ସମ୍ମୁଖରେ କଙ୍ଗାରୁ କୋର୍ଟ : ଦୁର୍ବୃତ୍ତଙ୍କୁ ୩ ଲକ୍ଷ ଟଙ୍କା ଜରିମାନା

ଫାଣ୍ଡି ସମ୍ମୁଖରେ କଙ୍ଗାରୁ କୋର୍ଟ : ଦୁର୍ବୃତ୍ତଙ୍କୁ ୩ ଲକ୍ଷ ଟଙ୍କା ଜରିମାନା

ନୟାଗଡ଼ ଅଫିସ,୧୮।୪- ନୟାଗଡ଼ ଜିଲା ସଦର ଥାନା ଅନ୍ତର୍ଗତ ମାଳିସାହି ଫାଣ୍ଡି ସମ୍ମୁଖରେ ଗୁରୁବାର କଙ୍ଗାରୁ କୋର୍ଟ ବସିଥିବା ଜଣାପଡିଛି। କଙ୍ଗାରୁ କୋର୍ଟ ମାଧ୍ୟମରେ ୪ ଜଣ ବ୍ୟକ୍ତିଙ୍କୁ ୩ ଲକ୍ଷ ୪୦ ହଜାର ଟଙ୍କା ଜରିମାନା କରାଯାଇଛି, ଯାହା ପୋଲିସର ପାରିଲାପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।  

ଜନ୍ମନେଲେ ଲକ୍ଷାଧିକ ଅଲିଭ୍‌ ରିଡ୍‌ଲେ ଶାବକ

ଜନ୍ମନେଲେ ଲକ୍ଷାଧିକ ଅଲିଭ୍‌ ରିଡ୍‌ଲେ ଶାବକ

ରାଜନଗର,୧୮ା୪(ଡି.ଏନ.ଏ):: କଇଁଛଙ୍କ ଏନ୍ତୁଡ଼ିଶାଳ ଗହୀରମଥା ଏବେ ଚଳଚଞ୍ଚଳ ହୋଇଉଠିଛି। ଗତମାସରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ କଇଁଛ ବାବୁବାଲି ଦ୍ୱୀପରେ ସମୂହ ଅଣ୍ଡାଦାନ କରିଥିଲେ।

ନୟାଗଡ଼ରେ ଭୋଟ ବର୍ଜନ

ନୟାଗଡ଼ରେ ଭୋଟ ବର୍ଜନ

ନୟାଗଡ଼ ଅଫିସ,୧୮।୪: ନୟାଗଡ ଜିଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ ବ୍ଲକ ଡ଼ିପାମାଳ ମୌଜାର ନଟି ଗଁ।ର ଲୋକମାନେ ଭୋଟ ବର୍ଜନ କରିଛନ୍ତି। 

ଦଶପଲ୍ଲାରେ  ୨୩୪ଟି ବୁଥ୍‌ରେ ଚାଲିଛି ମତଦାନ

ଦଶପଲ୍ଲାରେ ୨୩୪ଟି ବୁଥ୍‌ରେ ଚାଲିଛି ମତଦାନ

ଦଶପଲ୍ଲା,୧୮।୪(ଡି.ଏନ.ଏ): ନୟାଗଡ଼ ଦଶପଲ୍ଲା ନିର୍ବାଚନମଣ୍ଡଳୀର ବିଭିନ୍ନ ବୁଥ୍‌ରେ ସକାଳୁ ଭୋଟରମାନେ ଲମ୍ବାଧାଡ଼ିରେ ଠିଆ ହୋଇ ନିଜର ମତ ସାବ୍ୟସ୍ତ କରିଛନ୍ତି।

ତାତି ଯାଉଛି ମହାନଦୀ ଜଳ, ଡହଳବିକଳ ଜଳଚର

ତାତି ଯାଉଛି ମହାନଦୀ ଜଳ, ଡହଳବିକଳ ଜଳଚର

ଖଣ୍ଡପଡ଼ା,୧୮ା୪(ସ୍ବ.ପ୍ର.)-ସମ୍ପ୍ରତି ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିିଛି। ଏଥିଯୋଗୁ ମହାନଦୀର ଜଳ ତାତିଯାଉଛି । 

ଓଡ଼ଗାଁ ଶ୍ରୀରାମନବମୀ ଯାତ୍ରାର ପଞ୍ଚମ ସନ୍ଧ୍ୟା : ଶ୍ରୀରାମଙ୍କ ଶିବଧନୁ ଭଗ୍ନ, ସୀତା ବିବାହ

ଓଡ଼ଗାଁ ଶ୍ରୀରାମନବମୀ ଯାତ୍ରାର ପଞ୍ଚମ ସନ୍ଧ୍ୟା : ଶ୍ରୀରାମଙ୍କ ଶିବଧନୁ ଭଗ୍ନ, ସୀତା ବିବାହ

ଓଡ଼ଗାଁ,୧୮ା୪(ସ୍ବ.ପ୍ର.): ଓଡ଼ଗାଁରେ ବିଜେ ପ୍ରଭୁ ଶ୍ରୀରଘୁନାଥଜୀଉଙ୍କ ନବ ଦିନ ବ୍ୟାପୀ ଶ୍ରୀରାମନବମୀ ଯାତ୍ରା ଅନୁଷ୍ଠିତ ହେଉଛି। ଉତ୍ସବର ପଞ୍ଚମ ସନ୍ଧ୍ୟା ଅବସରରେ ଚୈତ୍ର ଶୁକ୍ଳ ଅନଙ୍ଗ ତ୍ରୟୋଦଶୀ ତିଥି, ବୁଧବାର ପ୍ରଭୁ ଶ୍ରୀରାମଙ୍କ ଶିବଧନୁ ଭଗ୍ନ, ଜନକନନ୍ଦିନୀ ସୀତାଙ୍କ ସହିତ ବିବାହ ଉତ୍ସବ ସମ୍ପନ୍ନ ହୋଇଛି ।

କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ  ମଣ୍ଡଳୀରେ ଜମୁଛି ପ୍ରଚାର

କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ ମଣ୍ଡଳୀରେ ଜମୁଛି ପ୍ରଚାର

କେନ୍ଦ୍ରାପଡ଼ା ଅଫିସ୍‌, ୧୭।୪: ଆସନ୍ତା ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଗତ ୧୬ ତାରିଖରୁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। 

ବରାଦୋ ପଞ୍ଚାୟତରେ ବିଜେଡି କର୍ମୀ ସମାବେଶ: ଭୋଟ ଲାଗି ନିବେଦନ

ବରାଦୋ ପଞ୍ଚାୟତରେ ବିଜେଡି କର୍ମୀ ସମାବେଶ: ଭୋଟ ଲାଗି ନିବେଦନ

ନିଶ୍ଚିନ୍ତକୋଇଲି,୧୭।୪(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନ ବରାଦୋ ପଞ୍ଚାୟତରେ ବିଜେଡି କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। 

ଓଡ଼ଗାଁ ରାମ ନବମୀ ଯାତ୍ରାର ଚତୁର୍ଥ ସନ୍ଧ୍ୟା: ଧନୁଭଗ୍ନ ପାଇଁ ଶ୍ରୀରାମଙ୍କ ଗଙ୍ଗା ପାର

ଓଡ଼ଗାଁ ରାମ ନବମୀ ଯାତ୍ରାର ଚତୁର୍ଥ ସନ୍ଧ୍ୟା: ଧନୁଭଗ୍ନ ପାଇଁ ଶ୍ରୀରାମଙ୍କ ଗଙ୍ଗା ପାର

ଓଡ଼ଗାଁ,୧୭ା୩(ସ୍ବ.ପ୍ର.)-ନୟାଗଡ ଜିଲା ଓଡ଼ଗାଁ ଶ୍ରୀରଘୁନାଥଜୀଉଙ୍କ ପୀଠରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର ମଙ୍ଗଳବାର ହେଉଛି ଚତୁର୍ଥ ସନ୍ଧ୍ୟା|

ଧରାପଡିଲା ଆନ୍ତଃରାଜ୍ୟ ଚୋର ରାଜୁ: ୧୬ ବାଇକ, ୨୨ ମୋବାଇଲ, ଲାପଟପ ଉଦ୍ଧାର

ଧରାପଡିଲା ଆନ୍ତଃରାଜ୍ୟ ଚୋର ରାଜୁ: ୧୬ ବାଇକ, ୨୨ ମୋବାଇଲ, ଲାପଟପ ଉଦ୍ଧାର

କେନ୍ଦ୍ରାପଡା ଅଫିସ, ୧୬ା୪- ଆନ୍ତଃରାଜ୍ୟ ଚୋରି ସହ ସମ୍ପୃକ୍ତି ଥିବା ଅଭିଯୋଗରେ କେନ୍ଦ୍ରାପଡା ସଦର ଥାନା ପୋଲିସ ମଙ୍ଗଳବାର  ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଏହି ଥାନା ଅନ୍ତର୍ଗତ ବଡବାରଙ୍ଗ ଗ୍ରାମର  ରାଜକିଶୋର ମଲ୍ଲିକ ଓରଫ ରାଜୁ। ତାଙ୍କ ନିକଟରୁ ୧୬ ବାଇକ, ୨୨ ମୋବାଇଲ ଓ  ଗୋଟିଏ ଲାପଟପ୍‌  ଉଦ୍ଧାର କରାଯାଇଛି।

 ଚୋରି ଭ୍ୟାନ୍‌ ଜବତ

ଚୋରି ଭ୍ୟାନ୍‌ ଜବତ

ଧର୍ମଶାଳା,୧୬।୪(ଡି.ଏନ୍‌.ଏ.)- ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ବଜାରସ୍ଥିତ ଶତାବ୍ଦି ସେଲସ୍‌ ସେଣ୍ଟରରୁ ଗତ ୧୩ ତାରିଖରେ ଚୋରି ହୋଇଥିବା ପିକଅପ୍‌ ଭ୍ୟାନକୁ ମଙ୍ଗଳବାର ପୋଲିସ ଜବତ କରିଛି।  

ଡକାୟତି ଯୋଜନା ପଣ୍ଡ : ୫ ଗିରଫ, ବନ୍ଧୁକ ସହ ମାରଣାସ୍ତ୍ର ଜବତ

ଡକାୟତି ଯୋଜନା ପଣ୍ଡ : ୫ ଗିରଫ, ବନ୍ଧୁକ ସହ ମାରଣାସ୍ତ୍ର ଜବତ

ଧର୍ମଶାଳା,୧୬।୪(ଡି.ଏନ୍‌.ଏ.)- ଧର୍ମଶାଳା ପୋଲିସ ସୋମବାର ବିଳମ୍ବିତ ରାତିରେ ଡକାୟତି ଯୋଜନା କରୁଥିବା ଏକ ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରା ସାମଗ୍ରୀ କିଣୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। 


Model This Week

କ୍ରିଷ୍ଣା
Why Dharitri