ଉପକୂଳ ଓଡିଶା

ସାନିଟାରୀ ନାପ୍‌କିନ୍‌ ପ୍ରସ୍ତୁତି ଓ ଯୋଗାଣର ଶୁଭାରମ୍ଭ

ସାନିଟାରୀ ନାପ୍‌କିନ୍‌ ପ୍ରସ୍ତୁତି ଓ ଯୋଗାଣର ଶୁଭାରମ୍ଭ

ଖଣ୍ଡପଡ଼ା,୩୧ା୧୨(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଲକ ବନମାଳୀପୁର ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମସ୍ଥିତ ମା’ ମଙ୍ଗଳାଙ୍କ ପୀଠ ପରିସରରେ ରବିବାର ଉଜ୍ଜ୍ୱଳା ସାନିଟାରୀ ନାପ୍‌କିନ୍‌ର ପ୍ରସ୍ତୁତି ଓ ଯୋଗାଣ ବ୍ୟବସ୍ଥା ସମ୍ପର୍କିତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଓ ତୈଳକମ୍ପାନୀଗୁଡିକର ସହଯୋଗରେ ଆୟୋଜିତ ବୈଠକରେ ନୟାଗଡ଼ ଜିଲା ଭାଜପା ସଭାପତି ସନ୍ନ୍ୟାସୀ ନାୟକ ମୁଖ୍ୟଅତିଥି ଓ ଭାଜପା ନେତା କ୍ୟାପଟେନ୍‌ ଶିବପ୍ରସାଦ ଭଞ୍ଜ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଭାଜପା ନେତ୍ରୀ ଜୟନ୍ତୀ ବେହେରା, ସଂଗଠକ ତ୍ରିନାଥ ବେହେରା ପ୍ରମୁଖ ମହିଳାଙ୍କ ବିକାଶ ନେଇ ବକ୍ତବ୍ୟ ରଖିଥିଲେ। ଉଜ୍ଜ୍ୱଳା ଯୋଜନାର ସହକାରୀ ନୋଡାଲ ଅଧିକାରୀ ରାଜେଶ ମହାନ୍ତି ଓ ଜନ ସେବାକେନ୍ଦ୍ର ମ୍ୟାନେଜର ଆଶୁତୋଷ ଶତପଥୀ ପ୍ରମୁଖ କହିଥିଲେ ଯେ,  ପ୍ରତ୍ୟେକ ବର୍ଗର ମହିଳାମାନଙ୍କୁ ସୁଲଭ ମୂଲ୍ୟରେ ସାନିଟାରୀ ନାପ୍‌କିନ ଯୋଗାଇ ଦିଆଯିବ । ଏହି ନାପ୍‌କିନ୍‌ ପ୍ରସ୍ତୁତ ନିମନ୍ତେ ମହିଳାମାନଙ୍କୁ ପ୍ରଶିକ୍ଷଣ କରାଯିବା ନେଇ ଅତିଥିମାନେ ସୂଚନା ଦେଇଥିଲେ। ୧ ହଜାରରୁ ଊର୍ଦ୍ଧ୍ୱ ଗୃହିଣୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଉଜ୍ଜ୍ୱଳା ଯୋଜନାର ଖଣ୍ଡପଡ଼ା ବ୍ଲକ ସଂଯୋଜକ ଅର୍ଜୁନ ଗୁରୁ, ଶିକ୍ଷକ ପ୍ରମୋଦ କୁମାର ନନ୍ଦ, ଟାଇନା ମହାପାତ୍ର, ସୁକାନ୍ତ ବେହେରା, ବବିତା ସାହୁ, ରୀତା ରାଉତ, ସ୍ନେହମୟୀ ସାହୁ ଓ ପ୍ରଭାତ କୁମାର ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

All Right Reserved By

ଉପକୂଳ ଓଡିଶା

ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ: ଚର୍ଚ୍ଚାରେ ବିଜେଡି ଟିକେଟ

ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ: ଚର୍ଚ୍ଚାରେ ବିଜେଡି ଟିକେଟ

ଯାଜପୁର ଅଫିସ,୧୯।୨:ଯାଜପୁର ଜିଲା ଦାନଗଦି ଓ ସୁକିନ୍ଦା ବ୍ଲକକୁ ନେଇ ଗଠିତ ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୩ ଦଶନ୍ଧି ହେଲା ଗୋଟିଏ ପରିବାର ସଦସ୍ୟ ନିର୍ବାଚିତ ହୋଇ ଆସୁଛନ୍ତି। ଶିଳ୍ପ ଓ ଖଣି ସମୃଦ୍ଧ ଏହି ନିର୍ବାଚନ ମଣ୍ଡଳୀରେ ଏଥର ପଟ ପରିବର୍ତ୍ତନ କିମ୍ବା ରାଜନୈତିକ ସମୀକରଣ ବଦଳିବାର ସମ୍ଭାବନା ରହିଥିବା ଚର୍ଚ୍ଚା ଜୋର ଧରିଛି।

ପୋଲିସ ଏନକାଉଣ୍ଟରରେ ଜୁଲ ଗୁରୁତର

ପୋଲିସ ଏନକାଉଣ୍ଟରରେ ଜୁଲ ଗୁରୁତର

କେନ୍ଦ୍ରାପଡା ଅଫିସ, ୧୯।୨- କେନ୍ଦ୍ରାପଡା ଜିଲାର ଦୁର୍ଦ୍ଦାନ୍ତ ଅପରାଧୀ ଗଣେଷ ମଲ୍ଲିକ ଓରଫ ଜୁଲ (୩୦)ଙ୍କୁ ଜିଲା ପୋଲିସ ମଙ୍ଗଳବାର ଭୋର ୪ଟାରେ ଏନକାଉଣ୍ଟର କରିଛି ା ଜୁଲଙ୍କ ଡାହାଣ ଗୋଡର ଆଣ୍ଠୁ ତଳକୁ ଗୋଟିଏ ଗୁଳି ଲାଗିଛି

ମଧ୍ୟଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଲାଞ୍ଚ ନେଇ କାମ କରୁନାହାନ୍ତି କିରାଣି:ଜିଲାପାଳଙ୍କୁ ଅଭିଯୋଗ କଲେ ସ୍ବାସ୍ଥ୍ୟକର୍ମୀ

ମଧ୍ୟଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଲାଞ୍ଚ ନେଇ କାମ କରୁନାହାନ୍ତି କିରାଣି:ଜିଲାପାଳଙ୍କୁ ଅଭିଯୋଗ କଲେ ସ୍ବାସ୍ଥ୍ୟକର୍ମୀ

ନୟାଗଡ଼ ଅଫିସ,୧୯ା୨- ଲାଞ୍ଚ ନେଇ ବି କାମ କରୁନାହାନ୍ତି କିରାଣି। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ (ଏଏନ୍‌ଏମ୍‌)ଙ୍କଠାରୁ ଜଣେ କିରାଣି ଲାଞ୍ଚ ନେଇ ବି ସେମାନଙ୍କ ବର୍ଦ୍ଧିତ ବକେୟା ପ୍ରାପ୍ୟ (ଇନ୍‌କ୍ରିମେଣ୍ଟ ଏରିଅର) କାମ କରୁନାହାନ୍ତି। ଜଣେ କି ଦୁଇଜଣ ନୁହେଁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟକର୍ମୀଙ୍କଠାରୁ କିରାଣି ଜଣକ ଲାଞ୍ଚ ନେଇଛନ୍ତି।

କୁରାଳ ମିନିବ୍ୟାଙ୍କ: ୭୦୦ଚାଷୀଙ୍କ ୬ କୋଟି ଜମାଟଙ୍କା ଠକେଇ ଅଭିଯୋଗ:ଜମାକାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ଧାରଣା ନିଷ୍ପତ୍ତି

କୁରାଳ ମିନିବ୍ୟାଙ୍କ: ୭୦୦ଚାଷୀଙ୍କ ୬ କୋଟି ଜମାଟଙ୍କା ଠକେଇ ଅଭିଯୋଗ:ଜମାକାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ଧାରଣା ନିଷ୍ପତ୍ତି

ଓଡ଼ଗାଁ,୧୯ା୨(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ସମବାୟ ମିନିବ୍ୟାଙ୍କରେ ୭୦୦ ଚାଷୀଙ୍କ ପ୍ରାୟ ୬ କୋଟି ଜମାଟଙ୍କା ହେରଫେର ହୋଇଥିବା ଅଭିଯୋଗ ବହୁଦିନ ପୁରୁଣା। ଚାଷୀମାନେ ସେମାନଙ୍କ କଷ୍ଟ ଅର୍ଜିତ ଧନ ସେବା ସମବାୟ ସମିତି ଅଧୀନରେ ଥିବା ମିନିବ୍ୟାଙ୍କରେ ଜମା ରଖିଥିଲେ ା 

ନିର୍ବାଚନ ପ୍ରଶିକ୍ଷଣରେ ଅନୁପସ୍ଥିତ:୧୮ ଶିକ୍ଷକଙ୍କୁ ନିଲମ୍ବନ ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ

ନିର୍ବାଚନ ପ୍ରଶିକ୍ଷଣରେ ଅନୁପସ୍ଥିତ:୧୮ ଶିକ୍ଷକଙ୍କୁ ନିଲମ୍ବନ ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ

ନୟାଗଡ଼ ଅଫିସ,୧୯ା୨- ନୟାଗଡ଼ ଜିଲାର ନିର୍ବାଚନ ପ୍ରଶିକ୍ଷଣରେ ଅନୁପସ୍ଥିତ ରହିବା ୧୮ ଶିକ୍ଷକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏମାନଙ୍କୁ ନିଲମ୍ବିତ କରିବା ପାଇଁ ଜିଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟସ୍ତରୀୟ  ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ : ସମ୍ବଲପୁର ଭିଏସ୍‌ଏସ୍‌ ଚାମ୍ପିୟନ

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ : ସମ୍ବଲପୁର ଭିଏସ୍‌ଏସ୍‌ ଚାମ୍ପିୟନ

ଖଣ୍ଡପଡା/ଭାପୁର,୧୯।୨(ସ୍ବ.ପ୍ର./ଡି.ଏନ.ଏ.)-ନୟାଗଡ ଜିଲା ଭାପୁର ବ୍ଲକ ଅନ୍ତର୍ଗତ ମାଧପୁର ସ୍ପୋର୍ଟସ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ କୁଲାପଦା ଫୁଟବଲ ପଡିଆରେ ଆୟୋଜିତ ୪ର୍ଥ  ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟର ସୋମବାର ଥିଲା ଉଦ୍‌ଯାପନୀ ଦିବସ।

ପ୍ରଦୂଷଣରେ ରେଡ ତାଲିକାଭୁକ୍ତ ହେଲାଣି ପାରାଦୀପ, ତୁଟୁନି ଶିଳ୍ପ ମୋହ

ପ୍ରଦୂଷଣରେ ରେଡ ତାଲିକାଭୁକ୍ତ ହେଲାଣି ପାରାଦୀପ, ତୁଟୁନି ଶିଳ୍ପ ମୋହ

ପାରାଦୀପ,୧୯ା୨(ସ୍ବ.ପ୍ର.): କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୨୦୧୭ ଅକ୍ଟୋବର ୧୬ରେ ଦେଶର ୮୮ଶହରକୁ ସର୍ବାଧିକ ପ୍ରଦୂଷିତ ଘୋଷଣା କରିଛି। ଏଥିରେ ସ୍ଥାନ ପାଇଥିବା ଓଡ଼ିଶାର ୪ଟି ସହର ମଧ୍ୟରୁ ବନ୍ଦରଭିତ୍ତିକ ଶିଳ୍ପ ସହର ପାରାଦୀପ ଅନ୍ୟତମ। 

୨ ଓଡ଼ିଆ ଶହୀଦ ଯବାନଙ୍କ ପରିବାରକୁ ଡମ୍ଫର ମାଲିକ ସଂଘ ପକ୍ଷରୁ ସହାୟତା

୨ ଓଡ଼ିଆ ଶହୀଦ ଯବାନଙ୍କ ପରିବାରକୁ ଡମ୍ଫର ମାଲିକ ସଂଘ ପକ୍ଷରୁ ସହାୟତା

ପାରାଦୀପ,୧୮।୨(ସ୍ବ.ପ୍ର.):  ପୁଲଓ୍ବାମାଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା  ଯବାନଙ୍କ ଉଦ୍ଦେଶ୍ୟରେ ପାରାଦୀପ ଡମ୍ଫର ମାଲିକ ସଂଘ ପକ୍ଷରୁ ସୋମବାର ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ବୀର ଯବାନଙ୍କ ସ୍ମୃତିରେ ପଟ୍ଟାମୁଣ୍ତାଇ ବଜାର ବନ୍ଦ

ବୀର ଯବାନଙ୍କ ସ୍ମୃତିରେ ପଟ୍ଟାମୁଣ୍ତାଇ ବଜାର ବନ୍ଦ

ପଟ୍ଟାମୁଣ୍ତାଇ,୧୮।୨(ସ୍ବ.ପ୍ର.): ଜମ୍ମୁ-କଶ୍ମୀର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ଗତ ୧୪ ତାରିଖରେ ଶହୀଦ ହୋଇଥିବା ଯବାନଙ୍କ ସ୍ମୃତିରେ ସର୍ବଭାରତୀୟ ବାଣିଜ୍ୟ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ:କାମ ନ ସରୁଣୁ ଓଭରବ୍ରିଜରେ ଫାଟ

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ:କାମ ନ ସରୁଣୁ ଓଭରବ୍ରିଜରେ ଫାଟ

ନୂଆଗାଁ (ଡି.ଏନ.ଏ.)/ନୟାଗଡ଼ ଅଫିସ,୧୮ା୨- ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ଚାଲିଥିବାବେଳେ ଏହାର ଏକ ଓଭରବ୍ରିଜରେ ଫାଟ ସୃଷ୍ଟି ହେଲାଣି।

ଅବ୍ୟବସ୍ଥାରେ ନୂଆଗାଁ ବ୍ଲକ ଶିକ୍ଷା ବିଭାଗ:ଖାଲିପଡିଛି ଅଧିକାରୀ, କର୍ମଚାରୀ ପଦବୀ

ଅବ୍ୟବସ୍ଥାରେ ନୂଆଗାଁ ବ୍ଲକ ଶିକ୍ଷା ବିଭାଗ:ଖାଲିପଡିଛି ଅଧିକାରୀ, କର୍ମଚାରୀ ପଦବୀ

ନୂଆଗାଁ,୧୮ା୨ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଶିକ୍ଷା ବିଭାଗ ସମ୍ପ୍ରତି ଅବ୍ୟବସ୍ଥା ମଧ୍ୟରେ ଚାଲିଛି। କାର୍ଯ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଅଧିକାରୀ ଓ କର୍ମଚାରୀ ପଦବୀ ଖାଲି ପଡିଛି। ସେହିପରି ଅଧିକାଂଶ ବିଦ୍ୟାଳୟରେ ପିଲା ଅନୁପାତରେ ଶିକ୍ଷକ ନାହାନ୍ତି। ଫଳରେ ଶିକ୍ଷାଦାନ ବ୍ୟାହତ ହେଉଛି। ଆଉ ମାତ୍ର କିଛିଦିନ ପରେ ପିଲାମାନେ ବାର୍ଷିକ ପରୀକ୍ଷା ଦେବାକୁ ଯାଉଥିବାବେଳେ ଏପରି ସମସ୍ୟା ଅଭିଭାବକଙ୍କୁ ଚିନ୍ତାରେ ପକାଇଛି। 

ତାରେଶ୍ୱରଦେବଙ୍କ ପୀଠରେ ଶିବତତ୍ତ୍ୱ ଆଲୋଚନା

ତାରେଶ୍ୱରଦେବଙ୍କ ପୀଠରେ ଶିବତତ୍ତ୍ୱ ଆଲୋଚନା

ବୋଲଗଡ଼,୧୮ା୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବାଙ୍କୋଇସ୍ଥିତ ତାରେଶ୍ୱରଦେବଙ୍କ ମନ୍ଦିର ପରିସରରେ ମହାଶିବରାତ୍ରୀ ଉପଲକ୍ଷେ ରବିବାର ବିଂଶତମ ନୀଳାଚଳ ଭକ୍ତ ସମ୍ମିଳନୀ ଓ ଶିବତତ୍ତ୍ୱ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।